--:--:--
-- ---
Srishti News

ଓଡ଼ିଶା ରାଜ୍ୟ କୃଷକ ସଂଗଠନର ପ୍ରତିବାଦ; ତହସିଲ ଓ କୃଷି କାର୍ଯ୍ୟାଳୟରେ ତାଲା

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 11, 202618 views
ଓଡ଼ିଶା ରାଜ୍ୟ କୃଷକ ସଂଗଠନର ପ୍ରତିବାଦ; ତହସିଲ ଓ କୃଷି କାର୍ଯ୍ୟାଳୟରେ ତାଲା
ବରଗଡ : ଖରିଫ ଧାନ ଫସଲ ପଂଜୀକରଣରେ ଏଗ୍ରିଷ୍ଟାକକୁ ଥୋପି ଦେବାକୁ ବିରୋଧ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ କୃଷି ଅଧିକାରୀଙ୍କୁ ୬ ଦଫା ଦାବି ପତ୍ର ଦେବା ସହ ତହସିଲ ଓ କୃଷି କାର୍ଯ୍ୟାଳୟରେ ଦିନକୁ ପାଇଁ ତାଲା ବନ୍ଦ କରି ଚେତାବନୀ ଦେଇଛନ୍ତି। ଏଗ୍ରିଷ୍ଟାକକୁ ସଂପୂର୍ଣ୍ଣ ବନ୍ଦ ଉଚ୍ଛେଦ କରିବା, ପୂର୍ବରୁ ପଂଜୀକରଣ ଯେପରି ହେଉଥିଲା ସେପରି କରାଯିବା, ଜମିପଟ୍ଟା ନାମ (ଆରଓଆର୍) ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ନୂତନ ନିୟମ ଲାଗୁ ନ କରାଯାଉ, ଯେତେ ରେଜିଷ୍ଟ୍ରସନ କରାଯିବ ସମସ୍ତ ଜମିର ଟୋକନ ଦିଆଯାଉ, କୌଣସି ଚାଷୀଙ୍କୁ ଧାନ ବିକ୍ରିକୁ ବଂଚିତ କରା ନଯାଉ। ଦେବୋତ୍ତର ଜମିକୁ ପଂକୀରଣରେ ସାମିଲ କରାଯାଉ। ପଂଜୀକରଣ ସମୟରେ ଚାଷୀ କରିଥିବା ପଂଚୀକରଣର ପ୍ରମାଣପତ୍ର ଚାଷୀଙ୍କୁ ପ୍ରଦାନ କରବା ଦାବି ରହିଛି। ରାଜ୍ୟ ସରକାର ରବିବାର ଦିନ ଧାନ ପଂଜୀକରଣରେ ଏଗ୍ରିଷ୍ଟାକ୍ ବାଧ୍ୟତା ନୁହେଁ ବୋଲି ଘୋଷଣା କରିଥିଲେ ସୁଦ୍ଧା ପ୍ରତି ଫସଲ ପଂଜୀକରଣ, ବିକ୍ରି ସମୟରେ ନୂଆ ନୂଆଁ ନିୟମ ଆଣି ଚାଷୀଙ୍କୁ ହଇରାଣ କରୁଥିବାରୁ ଚାଷୀମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ପୂର୍ବରୁ ସ୍ଥାନୀୟ ଦୁର୍ଗା ମନ୍ଦିରରୁ ଏକ ବିଶାଳ ରାଲିରେ ବାହାରି ତହସିଲ ଅଫିସକୁ ଯାଇଥିଲେ। ସେଠାରେ ରାଜ୍ୟ ସରକାରଙ୍କ ନିୟମକୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତହସିଲ ଅଫିସରେ ତହସିଲଦାର କେ ରିଚି କୁମାର ଓ କୃଷି କାର୍ଯ୍ୟାଳୟରେ ବ୍ଳକ କୃଷି ଅଧିକାରୀ ପିଙ୍କୁସେନ କରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ତହସିଲଦାର ଦୀପକ ପତି, ସବରେଜିଷ୍ଟାର ଅଙ୍କିତ ପଣ୍ଡାଙ୍କ ଉପସ୍ଥିତିରେ ଥିବା ବେଳେ ସଂଗଠନ ସଭାପତି ଭୁବନ ପ୍ରଧାନ, ସଂପାଦକ ନରେନ୍ଦ୍ର ପ୍ରଧାନ, ଚାଷୀନେତା ବିରେନ୍ଦ୍ର କର, ଟିକେଲାଲ ମିଶ୍ର, ପାପା ରାଓ, ସୁରେଶ କର୍ଣ୍ଣ, ବୁଦ୍ଧଦେବ ନନ୍ଦ, ଡ଼ିପି ଜୟକୁମାର ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଆନ୍ଦୋଳନରେ କଂଗ୍ରେସ ଓ ବିଜେଡ଼ିର ବହୁ କର୍ମୀ, ଚାଷୀ ସାମିଲ ଥିଲେ।