--:--:--
-- ---
Srishti News

କଂଗ୍ରେସ ନେତା ରଶ୍ମିକାନ୍ତ ସାମଲଙ୍କ ଅକାଳ ବିୟୋଗ | ଅଞ୍ଚଳରେ ଶୋକରଛାୟା | ରଶ୍ମିକାନ୍ତଙ୍କ ବିୟୋଗରେ ବୁଧବାର ଜଗତପୁର ବଜାର ବନ୍ଦ ନିଷ୍ପତ୍ତି

Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକAugust 11, 202624 views
କଂଗ୍ରେସ ନେତା ରଶ୍ମିକାନ୍ତ ସାମଲଙ୍କ ଅକାଳ ବିୟୋଗ | ଅଞ୍ଚଳରେ ଶୋକରଛାୟା |  ରଶ୍ମିକାନ୍ତଙ୍କ ବିୟୋଗରେ ବୁଧବାର ଜଗତପୁର ବଜାର ବନ୍ଦ ନିଷ୍ପତ୍ତି
ଜଗତପୁର:ଜଗତପୁର ଅଞ୍ଚଳର କଂଗ୍ରେସ ନେତା ରଶ୍ମିକାନ୍ତ ସାମଲ ଙ୍କ ମଙ୍ଗଳବାର ଦିନ ହୃଦଘାତରେ ପରଲୋକ ଘଟିଛି | ତାଙ୍କର ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପଞ୍ଚାବନ ବର୍ଷ ବୟସ ହୋଇଥିଲା । ସେ କଂଗ୍ରେସ ଦଳର ଜଣେ ଟାଣୁଆ କାର୍ଯ୍ୟକର୍ତ୍ତା ଥିଲେ । ସେ ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସମ୍ପାଦକ ସହ ବର୍ତ୍ତମାନ ଜଗତପୁର ୪୮ନଂ ୱାର୍ଡ କଂଗ୍ରେସ ସଭାପତି ଦାୟିତ୍ୱରେ ଥିଲେ । ସେ ନିଜ ଗ୍ରାମ ନଜରପୁର ସତ୍ୟନାରାୟଣ କ୍ଲବ୍ ଅନୁଷ୍ଠାନର ପ୍ରାକ୍ତନ ସମ୍ପାଦକ ସହ ଜଗତପୁର ମୁଖ୍ୟ ବଜାର କମିଟି ସଦସ୍ୟ, ଉତ୍କଳ ଦୁର୍ଗାପୂଜା କମିଟିର ସକ୍ରିୟ ସଦସ୍ୟ, ସ୍ଥାନୀୟ ଶ୍ରୀଶ୍ରୀ କୃଷ୍ଣେଶ୍ୱର ମନ୍ଦିର ପରିଚାଳନା କମିଟି ସଦସ୍ୟ, ଜଗତପୁର ଶାନ୍ତି କମିଟି ସଦସ୍ୟ, ନଜରପୁର ବିଦ୍ୟାଳୟ ପରିଚାଳନା କମିଟି ର ପ୍ରାକ୍ତନ ସଭାପତି, କଟକ-ଚୌଦ୍ୱାର ବିକାଶ ପରିଷଦର ଉପସଭାପତି, ନିମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ ପରିଚାଳନା କମିଟି ସଦସ୍ୟ ସହ ବହୁ ଅନୁଷ୍ଠାନ ସହିତ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ଥିଲେ । ତାଙ୍କର ପରଲୋକ ଖବର ପାଇ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ବାରବାଟୀ କଟକ ବିଧାୟକ ସୋଫିଆ ଫିର୍ଦ୍ଦୋସ, ପ୍ରାକ୍ତନ ବିଧାୟକ ମହମ୍ମଦ ମୋକିମ, ସାଲେପୁର ପ୍ରାକ୍ତନ ବିଧାୟକ ପ୍ରକାଶ ବେହେରା, ବିଜେଡି କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ, ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାସ, କେଏମସି ଡେପୁଟୀ ମେୟର ଦମୟନ୍ତୀ ମାଝି, ୪୮ନଂ ୱାର୍ଡ କର୍ପୋରେଟର ନଳିନୀ ବେହେରା, କଂଗ୍ରେସ ନେତା ମାନସ ଚୌଧୁରୀ, ପିସିସି ସୋସିଆଲ ମିଡିଆ ଅଧ୍ୟକ୍ଷ ବିଶ୍ୱଜିତ୍ ମହାନ୍ତି, କଂଗ୍ରେସ ମୁଖପାତ୍ର ମାନସ ପରିଡ଼ା, ବ୍ଲକ୍ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରା, ବରିଷ୍ଠ ବିଜେପି ଓବିଶି ମୋର୍ଚ୍ଚା ସଭାପତି ମହେନ୍ଦ୍ର ମହାନ୍ତି, ଓଜେସି ର ନଗର ସଭାପତି ଗିରିବାଳା ବେହେରା, ଜଗତପୁର ଶାନ୍ତି କମିଟି ସଭାପତି ନିରଞ୍ଜନ ବିଶ୍ଵାଳ, ନଜରପୁର ଗ୍ରାମ ସତ୍ୟ ନାରାୟଣ କ୍ଲବ୍ ସଭାପତି ବିରଞ୍ଚି ନାରାୟଣ ସାମଲ ଓ ସମ୍ପାଦକ କାଳି କିଙ୍କର ମୁଖାର୍ଜୀ,ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ, ନିରୋଦ ଚନ୍ଦ୍ର ପଣ୍ଡା, ଅନିତା ମହାନ୍ତି, କୁନୁ ସାହୁ, ଦୟାନିଧି ନାୟକ, ଛାତ୍ରନେତା ଜିନେସ ଦାସ, ଚୌଦ୍ୱାର ନଗର କଂଗ୍ରେସ ସଭାପତି ହରିହର ପରିଡ଼ା, କଂଗ୍ରେସ ନେତା ସୁକାନ୍ତ ସାହାଣୀ, ନଗର କଂଗ୍ରେସ ଉପସଭାପତି ମାନସ ନାୟକ, ଶିକାରିପୁର ଗ୍ରାମ ସଭାପତି ଧୀରେନ୍ଦ୍ର ମହାନ୍ତି, ବଉଳେଇ ଗ୍ରାମ ସଭାପତି ସଚ୍ଚିଦାନନ୍ଦ ଶୁକ୍ଳ, ଫକିରପୁର ପଣ୍ଡାସାହି ସଭାପତି ଅଭୟ ପଣ୍ଡା, ପାଞ୍ଚଘରିଆ ସାହି ସଭାପତି ତିର୍ଥାନନ୍ଦ ପଣ୍ଡା, ଲକ୍ଷ୍ମଣପୁର ଗ୍ରାମ ସଭାପତି ବିଭୂତି ବେହେରା, ଜଗତପୁର ଯାତ୍ରା କମିଟି ସଭାପତି ବିଜୟ ଭୂୟାଁ, ଭୁବନପୂର ଗ୍ରାମ ସଭାପତି ଶ୍ରୀରାମ ପଣ୍ଡା, ସବରସାହି-ବୈକୁଣ୍ଠ ବିହାର ସଭାପତି ମନୋରଞ୍ଜନ ପଣ୍ଡା, କୃଷ୍ଣେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ଯୁଗଳ କିଶୋର ପଣ୍ଡା ଓ ସମ୍ପାଦକ କାମପାଳ ଶତପଥୀ, ଶିକାରିପୁର ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି, ବରିଷ୍ଠ ମୂରବୀ ହୃଦାନନ୍ଦ ମହାନ୍ତି, ଯୁବନେତା ବିଶ୍ୱଜିତ୍ ମହାନ୍ତି, ଜିଲ୍ଲା କଂଗ୍ରେସ ଉପସଭାପତି ଶିଶିର ରଥ,ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ, ଡ଼ ଶୋଭନ୍ ମହାନ୍ତି,ଲଳିତ ଭୂୟାଁ, କିଶୋର ନାୟକ, ଅଭିମନ୍ୟୁ ବେହେରା, ସାମାଜିକ ଅନୁଷ୍ଠାନ ଆୱାରନେସ ସମ୍ପାଦକ ଗୌତ୍ତମ ବେହେରା ୪୯ନଂ ୱାର୍ଡ କଂଗ୍ରେସ ସଭାପତି ଦୁର୍ଯ୍ୟୋଧନ ପ୍ରଧାନ, କୁଳମଣି ବେହେରା, କଳ୍ପନା ଜେନା, ଲକ୍ଷ୍ମୀଧର ଶରଣଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ରଶ୍ମିକାନ୍ତ ସାମଲଙ୍କ ନଜରପୁର ସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ସ୍ୱର୍ଗତ ସାମଲଙ୍କ ମରଶରୀରକୁ ସାହି ପରିକ୍ରମା କରାଯିବା ସମୟରେ ବିଭିନ୍ନ ସ୍ଥାନରେ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶେଷରେ ତାଙ୍କ ମରଶରୀରକୁ ସ୍ଥାନୀୟ ନିମପୁର ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା ।ତାଙ୍କର ଏକମାତ୍ର ପୁତ୍ର ଯଶୋବନ୍ତ ସାମଲ ମୁଖାଗ୍ନି ଦେଇଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପରିବାର ଆତ୍ମୀୟ ସ୍ୱଜନ ଜ୍ଞାନ୍ତି କୁଟୁମ୍ବ ସାହି ଭାଇ ଉପସ୍ଥିତ ଥିଲେ । ସ୍ୱର୍ଗତ ସାମଲଙ୍କ ବିୟୋଗରେ ବୁଧବାର ୧୨ତାରିଖ ଦିନ ଜଗତପୁର ମୁଖ୍ୟ ବଜାର ବନ୍ଦ ରହିବ ବୋଲି ବଜାର କମିଟି ଘୋଷଣା କରିଛନ୍ତି ।