Web News

ଖଣିଜ ଆଇନ ସଂଶୋଧନକୁ ପ୍ରଫୁଲ୍ଲ ସାମନ୍ତରାଙ୍କ ବିରୋଧ, ରାଜ୍ୟର ଅଧିକାର ଓ ପରିବେଶ ସୁରକ୍ଷା ଦାବି
ଭୁବନେଶ୍ୱର, ୧୮ ଅଗଷ୍ଟ: କେନ୍ଦ୍ର ସରକାରଙ୍କ ଖଣିଜ ସମ୍ପଦ ବିକାଶ ଓ ନିୟମ ସଂଶୋଧନ ଆଇନକୁ ନେଇ ତୀବ୍ର ବିରୋଧ ପ୍ରକାଶ କରିଛନ୍ତି ଜନ ଆନ୍ଦୋଳନ ନେତା ତଥା ଲୋକଶକ୍ତି ଅଭିଯାନର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରା। ମଙ୍ଗଳବାର ଭୁବନେଶ୍ୱର ଲୋହିଆ ଏକାଡେମୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଆଇନ ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍କୁ ତ୍ୱରାନ୍ୱିତ କରିବା ସହ ରାଜ୍ୟର ଅଧିକାରକୁ ଦୁର୍ବଳ କରିବ ବୋଲି ଅଭିଯୋଗ କରିଛନ୍ତି। ସାମନ୍ତରାଙ୍କ ଅଭିଯୋଗ ଅନୁଯାୟୀ, ଯଥେଷ୍ଟ ଆଲୋଚନା ଓ ରାଜ୍ୟମାନଙ୍କ ମତାମତକୁ ଗୁରୁତ୍ୱ ନଦେଇ ସଂସଦରେ ସଂଖ୍ୟାବଳ ଆଧାରରେ ଆଇନ ପାରିତ କରାଯିବା ଦେଶର ସଂଘୀୟ ବ୍ୟବସ୍ଥା ପାଇଁ ଚିନ୍ତାଜନକ। ଓଡ଼ିଶାର ସାଂସଦମାନେ ରାଜ୍ୟର ଦୀର୍ଘମିଆଦୀ ସ୍ୱାର୍ଥକୁ ବିଚାର ନକରି ଏହାକୁ ସମର୍ଥନ କରିଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ସଂଶୋଧନ ଆଇନ ଯୋଗୁଁ ରାଜ୍ୟର ଅତିରିକ୍ତ ଟିକସ ଆଦାୟ ଅଧିକାର ଓ ପୂର୍ବ ବକେୟା ଆଦାୟ ଅଧିକାର ପ୍ରଭାବିତ ହୋଇପାରେ। ଏହା ଫଳରେ ଓଡ଼ିଶା ପ୍ରତିବର୍ଷ ଅତି କମରେ ୧୫ ହଜାର କୋଟି ଟଙ୍କାର ରାଜସ୍ୱ ହରାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏହା ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠଙ୍କ ରାୟର ମୂଳ ଆତ୍ମାକୁ ମଧ୍ୟ ଦୁର୍ବଳ କରୁଛି ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଶିଳ୍ପ ପାଇଁ ଦିଆଯାଇଥିବା ଖଣିଜର ଶତପ୍ରତିଶତ ଖୋଲା ବଜାରରେ ବିକ୍ରି ସୁଯୋଗ ମିଳିଲେ ଖଣିଜ ଉତ୍ତୋଳନ ବଢ଼ିବ ଏବଂ ଲୁହାପଥର, ବକ୍ସାଇଟ୍ ଓ କ୍ରୋମାଇଟ୍ ଭଳି ଖଣିଜ ସମ୍ପଦ ଦ୍ରୁତଗତିରେ ଶେଷ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଖଣି ସମ୍ପ୍ରସାରଣରେ ପୁନଃ ନିଲାମ ଓ ଆବଶ୍ୟକ ପ୍ରକ୍ରିୟାକୁ ଏଡ଼ାଇବାର ସୁଯୋଗ ମିଳିଲେ ବଡ଼ କମ୍ପାନୀଙ୍କ ହାତରେ ଖଣିଜ ସମ୍ପଦ ଅଧିକ କେନ୍ଦ୍ରୀଭୂତ ହେବା ସହ ପରିବେଶ ଆଇନ, ଜଙ୍ଗଲ ଅଧିକାର ଆଇନ ଓ ସ୍ଥାନୀୟ ସମୁଦାୟର ଅଧିକାର ପ୍ରଭାବିତ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ସାମନ୍ତରାଙ୍କ ଦାବି ଅନୁଯାୟୀ, ଏହାର ପ୍ରଭାବରେ ଓଡ଼ିଶାର ୧୭,୮୩୨ଟି ଆଦିବାସୀ ଗ୍ରାମ ଓ ପ୍ରାୟ ୧୪,୯୧,୩୯୯ ହେକ୍ଟର ଜମିର ଅଧିକାର ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନିୟନ୍ତ୍ରିତ ଖଣିଜ ଉତ୍ତୋଳନ ଯୋଗୁଁ ଜଳ, ଜଙ୍ଗଲ, ଜମି, ନଦୀ, ଜୀବବିବିଧତା ଓ ଆଦିବାସୀ ସମୁଦାୟର ଜୀବିକା ଉପରେ ଗୁରୁତର ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। ଓଡ଼ିଶା ପାଇଁ ସଂରକ୍ଷଣ, ସଂଘୀୟ ବ୍ୟବସ୍ଥା, ସ୍ୱଚ୍ଛତା, ସମୁଦାୟର ଅଧିକାର, ପରିବେଶୀୟ ସୀମା ଓ ପିଢ଼ିଗତ ନ୍ୟାୟ ଉପରେ ଆଧାରିତ ଏକ ନୂତନ ଖଣିଜ ନୀତିର ଆବଶ୍ୟକତା ରହିଛି ବୋଲି ସାମନ୍ତରା କହିଛନ୍ତି। ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଦୁର୍ବଳ ନକରିବା, ନିଲାମ ପ୍ରକ୍ରିୟାକୁ ଏଡ଼ାଇବାର ସୁଯୋଗ ନଦେବା ଏବଂ ଜଙ୍ଗଲ, ନଦୀ ଓ ଆଦିବାସୀ ସମୁଦାୟଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାକୁ ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳ, ସାମାଜିକ ସଂଗଠନ, ଆଦିବାସୀ ସମୁଦାୟ ଓ ସଚେତନ ନାଗରିକଙ୍କୁ ଏକଜୁଟ ହୋଇ ଜନ ଆନ୍ଦୋଳନ ଗଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି।
Bhubaneswar (ଭୁବନେଶ୍ୱର) • ସୁକାନ୍ତ ପ୍ରଧାନ

ବନ୍ୟା ଜଳ ଘେରରେ କଣ୍ଟିପୁର; ଭୟ ଓ ଆଶଙ୍କାରେ ଗ୍ରାମବାସୀ
ଯାଜପୁର: ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଞ୍ଚାୟତର କଣ୍ଟିପୁର ଗ୍ରାମ ଏବେ ବନ୍ୟାଜଳ ଘେରରେ। ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଗ୍ରାମର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଲଗାଣ ବର୍ଷା ଥମିବାର ନାଁ ନେଉନଥିବା ବେଳେ ନଦୀର ଜଳସ୍ତର ମଧ୍ୟ କମିବାର ନାଁ ନେଉନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ବନ୍ୟା ଆଶଙ୍କା ଆହୁରି ବଢ଼ିଛି। ଜଳଘେରରେ ରହିଥିବା ପରିବାରଗୁଡ଼ିକ ଯାତାୟାତ, ପାନୀୟଜଳ ଓ ଦୈନନ୍ଦିନ ଆବଶ୍ୟକତାକୁ ନେଇ ଚିନ୍ତାରେ ରହିଛନ୍ତି। ବନ୍ୟା ପରିସ୍ଥିତି ଯଦି ଆହୁରି ବିଗିଡ଼େ, ତେବେ ଲୋକଙ୍କ ସୁରକ୍ଷା ନେଇ ଗୁରୁତର ସମସ୍ୟା ଉପୁଜିପାରେ। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ପରିସ୍ଥିତିର ଆକଳନ କରି ଆବଶ୍ୟକ ରିଲିଫ୍, ଉଦ୍ଧାର ଓ ସୁରକ୍ଷା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Jajpur (ଯାଜପୁର) • ବିଂଝାରପୁରରୁ ଉଦୟ ନାଥ ଜେନାଙ୍କ ସହ ରାଜୁ ଜେନାଙ୍କ ରିପୋର୍ଟ

ଅନୁଗୋଳରେ ପୋଲିସ କର୍ମଚାରୀ ବୈଠକ
ଅନୁଗୋଳ: ଅନୁଗୋଳ ଡିପିଓ ସମ୍ମିଳନୀ ହଲ୍ରେ ଏକ କର୍ମଚାରୀ ବୈଠକ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଛି। ଅନୁଗୋଳ ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଏସ୍ପି, ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ଥାନାର ପ୍ରତିନିଧି, ପୋଲିସ ସଂଘର ସଦସ୍ୟ ଏବଂ ଡିପିଓର ମନ୍ତ୍ରୀସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ବୈଠକରେ ପୋଲିସ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା, କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ପୋଲିସ ପ୍ରତିଷ୍ଠାନର କାର୍ଯ୍ୟକୁ ଅଧିକ ସୁଚାରୁ ଓ ପ୍ରଭାବଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପ୍ରଶାସନିକ, କାର୍ଯ୍ୟକ୍ଷମ ଓ କର୍ମଚାରୀ ସମ୍ବନ୍ଧୀୟ ବିଭିନ୍ନ ବିଷୟ ନେଇ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ପୋଲିସ ବିଭାଗର କାର୍ଯ୍ୟକୁ ଆହୁରି ସୁସଂଗଠିତ କରିବା ସହ କର୍ମଚାରୀଙ୍କ ସମସ୍ୟାର ସମାଧାନ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

Illegal Toddy Trade Busted in Sinapali: 350 Litres of Toddy and Bike Seized, Two Arrested
Sinapali: In a major crackdown on the illegal trade of toddy, the Sinapali Excise Police conducted raids at two different locations and seized 350 litres of toddy along with a motorcycle. Two persons were arrested in connection with the case and later forwarded to court. According to sources, the Excise Department received information about the illegal sale and transportation of toddy in the Sinapali area. Based on the information, Mangal Chhatriya, Excise Officer, led a team that conducted simultaneous raids at Badadarlipada and Nuamalpada-Koilakhala areas. During the raids, 50 litres of toddy were seized near Badalakonda from Telangana resident Badalakonda Ugedar. In another raid at Nuamalpada-Koilakhala, 300 litres of toddy were seized from Putta Nagesh, a resident of Chhattisgarh. A motorcycle allegedly used for transporting the toddy was also seized. Following the seizure, the Excise Department registered a case under the relevant provisions of the Excise Act and arrested both accused persons. They were subsequently produced before the court. The Excise Department stated that strict action against the illegal toddy trade will continue in the Sinapali area and that further raids and inspections will be intensified in the coming days.
Nuapada (ନୂଆପଡ଼ା) • Reports: Malaya Meher, DC

ଦେଉଳଝରୀରେ ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ, ସୁରକ୍ଷାରେ ଆଠମଲ୍ଲିକ ପୋଲିସ
ଆଠମଲ୍ଲିକ: ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ପ୍ରବଳ ବର୍ଷା ସତ୍ତ୍ୱେ ଦେଉଳଝରୀ ଶୈବପୀଠରେ ଭକ୍ତମାନଙ୍କ ଜଳାଭିଷେକ ଓ ଦର୍ଶନ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିଥିଲା। ବର୍ଷାକୁ ଖାତିର ନକରି ବହୁ ସଂଖ୍ୟାରେ ଭକ୍ତ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିବା ସହ ଜଳାଭିଷେକ କରିଛନ୍ତି। ଭକ୍ତମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆଠମଲ୍ଲିକ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୋଲିସ କର୍ମଚାରୀମାନେ ମନ୍ଦିର ପରିସରରେ ଦୃଢ଼ ଉପସ୍ଥିତି ବଜାୟ ରଖି ଭିଡ଼ ନିୟନ୍ତ୍ରଣ ସହ ଭକ୍ତମାନଙ୍କ ସୁରକ୍ଷିତ ଓ ସୁବିଧାଜନକ ଦର୍ଶନ ସୁନିଶ୍ଚିତ କରିଛନ୍ତି। ପ୍ରବଳ ବର୍ଷା ମଧ୍ୟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଉତ୍ସାହ କମିନଥିବା ବେଳେ, ପ୍ରଶାସନ ଓ ପୋଲିସର ସୁଚାରୁ ବ୍ୟବସ୍ଥା ଯୋଗୁଁ ଜଳାଭିଷେକ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସାଇବର ସୁରକ୍ଷା ଓ ନିଶାଦ୍ରବ୍ୟ ଅପବ୍ୟବହାର ନେଇ ସଚେତନତା
ଅନୁଗୋଳ: କିଶୋରନଗର ଥାନା ଅଧୀନସ୍ଥ ବାମୁରସ୍ଥିତ ଯୁବଜ୍ୟୋତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାଇବର ସୁରକ୍ଷା ଓ ନିଶାଦ୍ରବ୍ୟ ଅପବ୍ୟବହାର ଉପରେ ଏକ ‘ଆମ ପୋଲିସ’ ବୈଠକ ତଥା ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଡିଜିଟାଲ୍ ଅଭ୍ୟାସ ଆପଣାଇବା, ସାଇବର ଠକେଇ ଓ ଅପରାଧରୁ ସତର୍କ ରହିବା ସହ ନିଶାଦ୍ରବ୍ୟ ଅପବ୍ୟବହାରର ଗମ୍ଭୀର ପରିଣାମ ସମ୍ପର୍କରେ ସଚେତନ କରାଯାଇଥିଲା। ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ଓ ସତର୍କତା ଅବଲମ୍ବନ କରିବା ସହ ନିଶାମୁକ୍ତ ସମାଜ ଗଠନରେ ଛାତ୍ରଛାତ୍ରୀ ଓ ସମାଜର ସମସ୍ତ ବର୍ଗଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସାମୁଦାୟିକ ଅଂଶଗ୍ରହଣ ମାଧ୍ୟମରେ ସୁରକ୍ଷିତ ଓ ସଚେତନ ସମାଜ ଗଠନ କରିବାକୁ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଗୋପାଳପ୍ରସାଦ ହାଇସ୍କୁଲରେ ସାଇବର ସଚେତନତା କାର୍ଯ୍ୟକ୍ରମ
ତାଳଚେର: ଉଦୀୟମାନ ସାଇବର ବିପଦ ସମ୍ପର୍କରେ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗୋପାଳପ୍ରସାଦ ହାଇସ୍କୁଲ ପରିସରରେ ଗୋପାଳପ୍ରସାଦ ପୋଲିସ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସାଇବର ଅପରାଧ, ଅନଲାଇନ୍ ଠକେଇ, ସାମାଜିକ ଗଣମାଧ୍ୟମର ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ସନ୍ଦିଗ୍ଧ ଅନଲାଇନ୍ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ଅଭିଯୋଗ କରିବାର ଗୁରୁତ୍ୱ ନେଇ ସଚେତନ କରାଯାଇଥିଲା। ଡିଜିଟାଲ୍ ଯୁଗରେ ସାଇବର ଠକେଇରୁ ନିଜକୁ ସୁରକ୍ଷିତ ରଖିବା ସହ ସତର୍କ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଧାମନଗରରେ ଚତୁର୍ଥ ବନ୍ୟା: ବନ୍ୟାବିପନ୍ନଙ୍କ ନିକଟରେ ପହଞ୍ଚିଲେ ଡ଼. ଅରୁଣ ସାହୁ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼. ଅରୁଣ ସାହୁ ଧାମନଗର ବ୍ଲକର ଦୋବଲ ଅଞ୍ଚଳରେ ଚଳିତ ବର୍ଷର ଚତୁର୍ଥ ବନ୍ୟା ସ୍ଥିତି ପରିଦର୍ଶନ କରିଛନ୍ତି। ବନ୍ୟା ଯୋଗୁଁ ଦୋବଲ ଅଞ୍ଚଳର ଅନେକ ଗ୍ରାମର ଲୋକେ ଜଳବନ୍ଦୀ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ, ଡ଼. ଅରୁଣ ସାହୁ ଗେଙ୍ଗୁଟି ନଦୀବନ୍ଧରେ ପହଞ୍ଚି ବନ୍ୟାବିପନ୍ନ ପରିବାରଗୁଡ଼ିକ ସହ ସାକ୍ଷାତ କରିଥିଲେ। ସେମାନଙ୍କ ଦୁଃଖ, ଦୁର୍ଦ୍ଦଶା, ବିଭିନ୍ନ ସମସ୍ୟା ଓ ତତ୍କାଳୀନ ଆବଶ୍ୟକତା ସମ୍ପର୍କରେ ସେ ଆଲୋଚନା କରିଥିଲେ। ବନ୍ୟା ପରିସ୍ଥିତିରେ ଲୋକମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ରିଲିଫ୍, ପାନୀୟ ଜଳ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା କିପରି ପୂରଣ ହେଉଛି, ସେନେଇ ମଧ୍ୟ ସେ ଲୋକଙ୍କ ସହ ଆଲୋଚନା କରିଥିଲେ। ବିପଦର ଏହି ଦୁର୍ଦ୍ଦିନରେ ବନ୍ୟାବିପନ୍ନଙ୍କ ପାଖରେ ଠିଆ ହୋଇ ସେମାନଙ୍କ ସମସ୍ୟାକୁ ନିକଟରୁ ବୁଝିବା ଏବଂ ଆବଶ୍ୟକ ସମୟରେ ସହଯୋଗର ହାତ ବଢ଼ାଇବା ହିଁ ଆମର ପ୍ରାଥମିକତା। ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ସମୟରେ ସେମାନଙ୍କ ସହ ରହିବା ଏବଂ ସେମାନଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ସର୍ବଦା ପ୍ରତିବଦ୍ଧ। ଏହି ଗସ୍ତ ସମୟରେ ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ, ବିଜୁ ଜନତା ଦଳର ଧାମନଗର ନିର୍ବାଚନମଣ୍ଡଳୀ ନେତା ଡାକ୍ତର ସଞ୍ଜୟ ଦାସଙ୍କ ସମେତ ବିଭିନ୍ନ ନିର୍ବାଚିତ ପ୍ରତିନିଧି, ଜିଲ୍ଲା, ବ୍ଲକ ଓ ଏନ୍ଏସି ସ୍ତରୀୟ ନେତୃବୃନ୍ଦ ଏବଂ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବନ୍ୟାର ଏହି କଠିନ ସମୟରେ ଧାମନଗରବାସୀଙ୍କ ସହ ଆମର ଦୃଢ଼ ସମ୍ପର୍କ ଓ ସହଯୋଗ ଜାରି ରହିବ। ବନ୍ୟାବିପନ୍ନଙ୍କ ସୁରକ୍ଷା, ସହାୟତା ଓ ତତ୍କାଳୀନ ଆବଶ୍ୟକତା ପୂରଣ ଦିଗରେ ସମସ୍ତେ ଏକଜୁଟ ହୋଇ କାମ କରିବା ଆବଶ୍ୟକ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଶ୍ରମିକଙ୍କ ହକ୍ ପାଇଁ ବିଏମ୍ଏସ୍ର ଦାବିପତ୍ର ଅଙ୍ଗନୱାଡ଼ି-ଆଶାଙ୍କୁ କର୍ମଚାରୀ ମାନ୍ୟତା ସହ ସର୍ବନିମ୍ନ ମଜୁରୀ ୩୦ ହଜାର ଦାବି
ନୂଆପଡ଼ା: ଶ୍ରମିକ ଓ କର୍ମଚାରୀଙ୍କ ଦୀର୍ଘଦିନର ସମସ୍ୟା ଓ ବିଭିନ୍ନ ଦାବିର ସମାଧାନ ନେଇ ଭାରତୀୟ ମଜଦୂର ସଂଘ (ବିଏମ୍ଏସ୍) ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯାଇଛି। ଏହି କ୍ରମରେ ନୂଆପଡ଼ା ଜିଲ୍ଲା ବିଏମ୍ଏସ୍ ପକ୍ଷରୁ ଶ୍ରମିକଙ୍କ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଘୁବାସ ଚନ୍ଦ୍ର ରଇତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯାଇଛି। ରାଞ୍ଚିଠାରେ ଅନୁଷ୍ଠିତ ବିଏମ୍ଏସ୍ର ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକରେ ଦେଶର ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏହାପରେ ଅଗଷ୍ଟ ୧୭ ତାରିଖରେ ଦେଶବ୍ୟାପୀ ଦାବିପତ୍ର ପ୍ରଦାନ ସହ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ଆହ୍ୱାନ ଅନୁଯାୟୀ ନୂଆପଡ଼ା ଜିଲ୍ଲା ବିଏମ୍ଏସ୍ ସଭାପତି ପ୍ରଦୀପ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ରାଜ୍ୟ ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା, ଜିଲ୍ଲା ପ୍ରଭାରୀ ବିଷ୍ଣୁ ରଞ୍ଜନ ସା, ଜିଲ୍ଲା ସମ୍ପାଦିକା ଚନ୍ଦ୍ରପ୍ରଭା ପାଣିଗ୍ରାହୀ, ସଭାନେତ୍ରୀ ଲୋଭା ଲୁହାର, ଚନ୍ଦ୍ରକାନ୍ତି ଶବର ଓ ରଣଶ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅଙ୍ଗନୱାଡ଼ି-ଆଶାଙ୍କୁ ମିଳୁ କର୍ମଚାରୀ ମାନ୍ୟତା ବିଏମ୍ଏସ୍ ପକ୍ଷରୁ ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କୁ କର୍ମଚାରୀର ମାନ୍ୟତା ଦେବା ସହ ସମ୍ମାନଜନକ ଦରମା ପ୍ରଦାନ ପାଇଁ ଦାବି କରାଯାଇଛି। ଆଶା କର୍ମୀଙ୍କୁ ପ୍ରସୂତିକାଳୀନ ଛୁଟି ସହ ପୂର୍ଣ୍ଣ ମାନଦେୟ ପ୍ରଦାନ ଏବଂ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ମାନଦେୟ ବୃଦ୍ଧି କରିବାକୁ ମଧ୍ୟ ସଂଘ ଦାବି ରଖିଛି। ଚୁକ୍ତିଭିତ୍ତିକ ଓ ଠିକା କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ‘ସମାନ କାମକୁ ସମାନ ଦରମା’ ଲାଗୁ କରିବା ଏବଂ ସର୍ବନିମ୍ନ ମଜୁରୀକୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି ହୋଇଛି। ପେନସନ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଇପିଏସ୍-୯୫ ଅଧୀନରେ ନ୍ୟୂନତମ ପେନସନ ବୃଦ୍ଧି ସହ ମହାଙ୍ଗାଭତ୍ତା ଯୋଡ଼ିବା ଏବଂ ଏହାକୁ ଆୟୁଷ୍ମାନ ଭାରତ ଯୋଜନା ସହ ସଂଯୋଗ କରିବା ପାଇଁ ଦାବି କରାଯାଇଛି। ଇପିଏଫ୍, ଇଏସ୍ଆଇସି ଓ ବୋନସ୍ ଗଣନାରେ ଥିବା ସୀମାକୁ ଦ୍ୱିଗୁଣିତ କରିବା ସହ ପୁରୁଣା ପେନସନ ଯୋଜନା ପୁନଃ ପ୍ରଚଳନ କରିବାକୁ ସଂଘ ଦାବି କରିଛି। ସେହିପରି ଗ୍ରାଚ୍ୟୁଇଟି ଗଣନାକୁ ୧୫ ଦିନର ମଜୁରୀ ବଦଳରେ ୩୦ ଦିନର ମଜୁରୀ ଆଧାରରେ କରିବାକୁ ମଧ୍ୟ ଦାବି ରହିଛି। ଛଟେଇ ବନ୍ଦ ସହ ଶ୍ରମ ସଂହିତାରେ ସଂଶୋଧନ ଦାବି ଶ୍ରମ ସଂହିତାରେ ଥିବା ଶ୍ରମିକବିରୋଧୀ ବ୍ୟବସ୍ଥାଗୁଡ଼ିକରେ ଆବଶ୍ୟକ ସଂଶୋଧନ କରିବା ସହ ଓଡ଼ିଶାର ବିଭିନ୍ନ ଉଦ୍ୟୋଗରେ ହୋଇଥିବା ବେଆଇନ ଛଟେଇକୁ ପ୍ରତ୍ୟାହାର କରି ସମ୍ପୃକ୍ତ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦେବାକୁ ବିଏମ୍ଏସ୍ ଦାବି କରିଛି। ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ, ରାଧାକାନ୍ତ ବେହେରା, ବିଏମ୍ଏସ୍ ଜିଲ୍ଲା ମିଡିଆ ସେଲ୍ର ରାମନାଥ ପଣ୍ଡା, ଜାନକୀ ମାଝୀ, ଗୀତାଞ୍ଜଳି ବିଶି, ଜାନକୀ ମେହେର, ଷଷ୍ଠୀ ସାହୁ, ବଳଧର କେତକୀ, ଯଯାତି ମେହେର, ସଞ୍ଜୟ ନାୟକ, ପିଣ୍ଡୁ ହଂସ, ଆକାଶ କଟାଙ୍କଙ୍କ ସମେତ ଅଙ୍ଗନୱାଡ଼ି, ଆଶା, ମିଶନ ଶକ୍ତି, ମଣ୍ଡି ହେମାଳ, ପାଚିକା ସଂଘ ଓ ବିଏମ୍ଏସ୍ ଅନୁବନ୍ଧିତ ବିଭିନ୍ନ ଶ୍ରମିକ ସଂଘର ସଦସ୍ୟମାନେ ସାମିଲ ହୋଇଥିଲେ। ଶ୍ରମିକଙ୍କ ସାମାଜିକ ସୁରକ୍ଷା, ଉଚିତ ପାରିଶ୍ରମିକ ଓ ନିରାପଦ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ସହ ଶ୍ରମର ମର୍ଯ୍ୟାଦା ରକ୍ଷା ପାଇଁ ସରକାର ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ବିଏମ୍ଏସ୍ ପକ୍ଷରୁ ଅନୁରୋଧ କରାଯାଇଛି।
Nuapada (ନୂଆପଡ଼ା) • କଶ୍ୟପ ଜଗତ

ବନ୍ୟା ସାଜିଲା ଲୋକ ମାନଙ୍କ ଦୁଃଖର କାରଣ
ଯାଜପୁର ବରି ବ୍ଲକ ଅନ୍ତର ଗତ ବୋଦୂଅ ପଂଚାୟତରେ ବନ୍ୟା ଜଳ ପଶି ବୋହୁ ଲୋକ ମାନଙ୍କ ଧନ ଜୀବନ ଓ ଚାଷ ଜମିକୁ ନଷ୍ଟ କରି ଦେଇଛି ଏବଂ ସେଠାରେ ସ୍କୁଲ ପିଲାମାନଙ୍କ ପାଠ ପଢା ବାଧା ପ୍ରାପ୍ତ ହୋଇଛି ଓ ପିଇବା ପାଣିର ମଧ୍ୟ ସମସ୍ୟା ଦେଖା ଦେଇଛି | ସେଠାରେ ଆମେ ଦେଖିବାକୁ ପାଇଲୁ ସ୍ଥାନୀୟ ଲୋକ ମାନେ ଖରସ୍ରୋତା ନଦୀର ବନ୍ୟା ଜଳସ୍ତର କୁ ନେଇ ଭୟ ଭିତ ଅବସ୍ଥାରେ ଅଛନ୍ତି | ଏହି ସମୟରେ ପ୍ରଶାସନ ର ସହାନୁଭୂତି ଓ ସହଯୋଗ ବହୁତ ମହତ୍ୱପୂର୍ଣ୍ଣ ଅଟେ ଏହି ସମୟରେ ପ୍ରଶାସନ ଯଦି ସମର୍ଥନ ଓ ସହାନୁଭୂତି ଦିଏ ତାହେଲେ ସମସ୍ତ ଜନ ସାଧାରଣ ଙ୍କ ପାଇଁ ଆଶା ଓ ଶକ୍ତି ହୁଏ.
Jajpur (ଯାଜପୁର) • ନିର୍ମଳ ଜେନା ଙ୍କ ରିପୋର୍ଟ

ବରି ବାଙ୍କ ସାହି ଠାରେ ଫୁଣି ଥରେ ଘାଇ
ଯାଜପୁର ବରି ଅଂଚଳର କିମିରିଆପାଳ ପଂଚାୟତ ବାଙ୍କ ସାହି ନିକଟରେ ଫୁଣି ଥରେ ଘାଇ .ବନ୍ୟା ପାଣି ରେ ପାଖା ପାଖି ଛଟି ପଂଚାୟତ ସମ୍ପୂର୍ଣ ଭାବରେ ଜଳ ମଗ୍ନ ହୋଇ ଯାଇଛି ବର୍ତମାନ ଅଞ୍ଚଳ ବାସି ଭୟ ଭିତ ଅବସ୍ଥାରେ ଅଛନ୍ତି ବାଙ୍କ ସାହି ଓ ପାଖା ପାଖି ଗାଁ ଗୁଡିକ ସବୁଠୁ ଅଧିକ କ୍ଷତି ଦେଖିବାକୁ ମିଳୁଛି ଏବଂ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷ ଜମି ଉପରେ ପାଞ୍ଚ ଫୁଟ ର ପାଣି ସୁଅ ଚାଲିଛି ବର୍ତମାନ ପରିସ୍ଥିଥି ଶଙ୍କଟା ପୂର୍ଣ୍ଣ ଲୋକ ମାନେ ନାହିଁ ନଥବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏପର୍ଯ୍ୟନ୍ତ ପ୍ରଶାସନ ସେମାନଙ୍କ ପାଖରେ ପହଂଚି ପାରିନି.. ସ୍ଥାନୀୟ ଲୋକଙ୍କର ଦାବି ପ୍ରଶାସନ ଯଥା ଶୀଘ୍ର ସେମାନଙ୍କ ପାଖରେ ପହଂଚି ସାହାଯ୍ୟ ର ହାତ ଵଡାନ୍ତୁ .
Jajpur (ଯାଜପୁର) • ନିର୍ମଳ ଜେନା ଙ୍କ ରିପୋର୍ଟ

ଅଧା କାର୍ଯ୍ୟ ହୋଇ ପଡ଼ିରହିଛି ଓଭରହେଡ ପାଣି ଟାଙ୍କି
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଖାଲମଡା ଅଞ୍ଚଳବାସୀଙ୍କୁ ନିୟମିତ ଓ ନିରାପଦ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଓଭରହେଡ ପାଣି ଟାଙ୍କି ଅଧା କାର୍ଯ୍ୟରେ ପଡ଼ିରହିଛି ଫଳରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହେବା ବଦଳରେ ଦିନକୁ ଦିନ ଜଟିଳ ହେଉଛି! ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଗ୍ରାମକୁ ପାଇପ ବିଛା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ ହୋଇଥିବା କୁହାଯାଉଛି ପ୍ରକଳ୍ପର ମୁଖ୍ୟ ଅଂଶ ଭାବେ ଥିବା ଓଭରହେଡ ଟାଙ୍କି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକଙ୍କୁ ଏହାର ସୁଫଳ ମିଳୁନାହିଁ! ପାଇପ ବିଛା କାର୍ଯ୍ୟ ଶେଷ ହୋଇଥିବା ସତ୍ତ୍ୱେ ଓଭରହେଡ ପାଣି ଟାଙ୍କି କାହିଁକି କାର୍ଯ୍ୟକ୍ଷମ ହେଉନାହିଁ ଏବଂ ପ୍ରକଳ୍ପରୁ କେବେ ନିୟମିତ ପାନୀୟ ଜଳ ଯୋଗାଣ ହେବ,ସେନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି!ତୁରନ୍ତ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ କରି ଓଭରହେଡ ଟାଙ୍କିକୁ କାର୍ଯ୍ୟକ୍ଷମ କରିବା ସହ ନିୟମିତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି!
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ
