--:--:--
-- ---
Srishti News

Web News

ମୁହାଁମୁହିଁ ବାଇକ  ଧକ୍କାରେ ଅଧ୍ୟାପକଙ୍କ ମୃତ୍ୟୁ
Aug 1, 2026•24 views

ମୁହାଁମୁହିଁ ବାଇକ ଧକ୍କାରେ ଅଧ୍ୟାପକଙ୍କ ମୃତ୍ୟୁ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ଶୁକ୍ରବାର ମଧ୍ୟାହ୍ନରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ହେମନ୍ତ କୁମାର ସାହୁ ଶୁକ୍ରବାର କଲେଜ କାର୍ଯ୍ୟ ସମାପ୍ତ କରି ବାଇକ୍ ଯୋଗେ ପାଇକମାଲ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଏକ କପଡ଼ା ଦୋକାନକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଅନ୍ୟ ଏକ ବାଇକ୍ ସହ ତାଙ୍କ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ଉଭୟ ବାଇକ୍ ଚାଳକ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଆହତ ଦୁଇଜଣଙ୍କୁ ପାଇକମାଲ ସରକାରୀ ଚିକିତ୍ସାଳୟକୁ ପହଞ୍ଚାଇଥିଲେ । ସେଠାରେ ଅଧ୍ୟାପକ ହେମନ୍ତ କୁମାର ସାହୁଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବରଗଡ଼ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସୋହେଲାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଧ୍ୟାପକ ହେମନ୍ତ କୁମାର ସାହୁ ପଦ୍ମପୁର ନିକଟସ୍ଥ ବୋଡ଼େନ ଗାଁର ମିନକେତନ ସାହୁଙ୍କ ପୁଅ ଥିଲେ । ଏକ ବର୍ଷ ଧରି ପାଇକମାଲ କଲେଜ ଅଧ୍ୟାପକ ଥିଲେ । ଜଣେ ଦକ୍ଷ, ମେଳାପୀ ଓ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ ଭାବେ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗରେ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକର ପରିବେଶ ସୃଷ୍ଟି ହୋଇଛି ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବିନେକେଲା ବନ୍ୟା କ୍ଷୟକ୍ଷତି ବୁଲିଦେଖିଲେ ଆରଆଇ ଓ ଭିଏଡବ୍ଲୁ
Aug 1, 2026•342 views

ବିନେକେଲା ବନ୍ୟା କ୍ଷୟକ୍ଷତି ବୁଲିଦେଖିଲେ ଆରଆଇ ଓ ଭିଏଡବ୍ଲୁ

ଉନ୍ଦେର ନଦୀରେ ଭୀଷଣ ବନ୍ୟା ହେତୁ ଚାଷୀଙ୍କର ଚାଷଜମି ବାଲି ପୋତି ଦେଇଥିବାବେଳେ ଆଉ କେତେଜମି ଖାଲ ନାଳ ସୃଷ୍ଟି ହୋଇଛି ଏବଂ ଚାଷୀ ଧାନ ବୁଣିଥିବା ଚାଷମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଟିଟିଲାଗଡ଼ବ୍ଲକ ମାର୍ଲାଡ଼ ଆର ଆଇ ପ୍ରଧାନ ବାବୁ ଏବଂ ଭିଏଡ଼ବ୍ଲୁ ନବୀନ କୁମାର ନାଏକ ଆଜି ବିନେକେଲା ଗ୍ରାମପଞ୍ଚାୟତର ବିନେକେଲା, ଅମୂର୍ଲା, ସିରେକେଲା ଗ୍ରାମର ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଚାଷଜମି ଗୁଡିକ ବୁଲି ଦେଖି ଫଟୋ ଉତ୍ତୋଳନ କରିଥିଲେ l ଚାଷୀମାନେ ମଧ୍ୟ ନିଜର କ୍ଷୟକ୍ଷତି ହୋଇଥିବା ଚାଷଜମି ଗୁଡିକ ଦେଖେଇଥିଲେ l ଆକଳନ ରିପୋର୍ଟ ସରକାର ପାଖକୁ ଗଲାପରେ ଯାହା ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିବେ ତାହା ଚାଷୀମାନେ ପାଇ ପାରିବେ ବୋଲି ଅଧିକାରୀମାନେ କହିଥିଲେ l ବନ୍ୟାରେ କ୍ଷତି ହୋଇଥିବା ଚାଷଜମି ଗୁଡିକ ଦେଖିବା ସମୟରେ ବିନେକେଲା ସରପଞ୍ଚ ପ୍ରତିନିଧି ସୁମନ୍ତ ସାହୁ, ଓଡିଶା ଡିଜିଟାଲ ମହାସଂଘ ଯୁଗ୍ମ ସମ୍ପାଦକ କୃଷ୍ଣଚନ୍ଦ୍ର ମାଝୀ,ଗ୍ରାମର ଚାଷୀ ମହାଦେବ ମାଝୀ, ସୁଦାମ ଚରଣ ମାଝୀ, ବଳରାମ ବାଗ ଏବଂ ଅନେକ ଚାଷୀମାନେ ଉପସ୍ଥିତ ଥିଲେ l

Balangir (ବଲାଙ୍ଗୀର) • ରିପୋର୍ଟ :- କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀର

ବନ୍ୟାପ୍ରଭାବିତ ତଣ୍ଡରା ପଞ୍ଚାୟତ ପରିଦର୍ଶନ କଲେ କୋରାଇ ବ୍ଲକ୍ କଂଗ୍ରେସ ନେତୃବୃନ୍ଦ; ଲୋକଙ୍କ ସମସ୍ୟା ଶୁଣି ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ ଦାବି
Aug 1, 2026•59 views

ବନ୍ୟାପ୍ରଭାବିତ ତଣ୍ଡରା ପଞ୍ଚାୟତ ପରିଦର୍ଶନ କଲେ କୋରାଇ ବ୍ଲକ୍ କଂଗ୍ରେସ ନେତୃବୃନ୍ଦ; ଲୋକଙ୍କ ସମସ୍ୟା ଶୁଣି ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ ଦାବି

କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଣ୍ଡରା ପଞ୍ଚାୟତର ବନ୍ୟାପ୍ରଭାବିତ ଅଞ୍ଚଳକୁ କୋରାଇ ବ୍ଲକ୍ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କ୍ଷତିଗ୍ରସ୍ତ ପରିବାରମାନଙ୍କ ଦୁଃଖଦୁର୍ଦ୍ଦଶାକୁ ନିକଟରୁ ଅନୁଧ୍ୟାନ କରିଥିଲେ ନେତୃବୃନ୍ଦ। ଏହି ପରିଦର୍ଶନରେ କୋରାଇ ବ୍ଲକ୍ କଂଗ୍ରେସ ସଭାପତି ହରେକୃଷ୍ଣ ସାହୁ, ଉପସଭାପତି ପରୀକ୍ଷିତ ମଲ୍ଲିକ, ୩ ନମ୍ବର ଜୋନ ସଭାପତି ଦଶରଥ ସାହୁ ଏବଂ ବ୍ଲକ୍ ସଂଗଠନ ସମ୍ପାଦକ ନିରଞ୍ଜନ ନାୟକ ଉପସ୍ଥିତ ଥିଲେ। ପ୍ରତିନିଧି ଦଳ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟ, ଚାଷଜମି, ବାସଗୃହ ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କ ସମସ୍ୟାକୁ ଅନୁଧ୍ୟାନ କରିବା ସହ ପୀଡ଼ିତ ପରିବାରମାନଙ୍କୁ ସାକ୍ଷାତ କରି ସେମାନଙ୍କ ଅଭାବ-ଅସୁବିଧା ବିଷୟରେ ଅବଗତ ହୋଇଥିଲେ। ପ୍ରଭାବିତ ଲୋକଙ୍କୁ ଶୀଘ୍ର ରିଲିଫ ସହାୟତା, କ୍ଷୟକ୍ଷତିର ସଠିକ୍ ଆକଳନ ଓ ସ୍ଥାୟୀ ପୁନର୍ବାସ ବ୍ୟବସ୍ଥା କରିବାକୁ ସରକାର ଓ ପ୍ରଶାସନଙ୍କ ନିକଟରେ ଦାବି କରାଯାଇଛି। କଂଗ୍ରେସ ନେତୃବୃନ୍ଦ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ସହ ଆବଶ୍ୟକୀୟ ସହାୟତା ଯୋଗାଇବା ନିହାତି ଆବଶ୍ୟକ।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁର

ଅଧିକାରୀ ମାନଙ୍କ ପ୍ରତିଶ୍ରୁତି ପାଣିରେ ଗାର
Aug 1, 2026•154 views

ଅଧିକାରୀ ମାନଙ୍କ ପ୍ରତିଶ୍ରୁତି ପାଣିରେ ଗାର

ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ସହର ଓଡ଼ିଶାର ଇତିହାସ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ବେଳେ ଏବେ ଦେଖିବାକୁ ମିଳିଛି ମନମୁଖୀ ଶାସନରେ ନିମଗ୍ନ ଅଧିକାରୀ ମାନେ ବୋଲି ଜଣାପଡିଛି। ଏ ଅବସରରେ କହିବାକୁ ଗଲେ ଖଲ୍ଲିକୋଟ ଏନ୍ ଏ ସି ୧୨ଟି ୱାର୍ଡ଼ ନେଇ ଗଠିତ । ଯାହାକି ଖଲ୍ଲିକୋଟ ସହର ର କୁ ଅତିକ୍ରମ କରି ଅଛନ୍ତି ଡି.ମାଟିଆସାହି, ଶ୍ୟାମସୁନ୍ଦର ପୁର, ତୋଟା ଗାଁ, ବାଲୁଙ୍କେଶ୍ୱର ପୁର। ବର୍ତ୍ତମାନ ଦେଖିବାକୁ ମିଳିଛି ଖଲ୍ଲିକୋଟ ଏନ୍ ଏ ସି ରେ ଯେଉଁ ଉନ୍ନତି ମୂଳକ କାର୍ଯ୍ୟ କ୍ରମ ଚାଲିଛି , ଜୋର ଯାରମୂଲକତାର । ଖଲ୍ଲିକୋଟ ଏନ୍ ଏ ସି ରେ ବିଜେଡି ଚେୟାରମେନ୍ ଥିବା ବେଳେ ଶାସନ ରେ ଡବଲ୍ ଇଞ୍ଜିନ୍ ସରକାର। ଏଣେ ଖଲ୍ଲିକୋଟ ରେ ଏମ ପି ଆଉ ଏମ୍ ଏଲ୍ ଏ ଙ୍କ ଗୋଷ୍ଠୀ କନ୍ଦଳ। ତା ସହିତ ଲାଗିଛି ଟେଣ୍ଡର ପ୍ରକ୍ରିୟା ପାଲା । ଏ କ୍ଷେତ୍ରରେ ସତକଥା ପ୍ରକାଶ କଲେ ତୁମ ନାଁ ରେ ମାନହାନି ମକଦ୍ଦମା ରୁଜୁ କରିବା କୁ ଜୈନିକ ଅଧିକାରୀ ଫୋନ୍ ମାଧ୍ୟମରେ କହିଛନ୍ତି ବୋଲି ଶ୍ରୀ ଷ୍ଟି ନିୟୁଜର ସ୍ବତନ୍ତ୍ର ପ୍ରତିନିଧି ଶିବରାମ ଜେନା କହିଛନ୍ତି। ଆଜିକୁ ତିନି ବର୍ଷରୁ ଅଧିକ ହେଲା ଓମ୍ ଶାନ୍ତି ନଗର ରୋଡ଼ ଏନ୍ ଏ ସି କୁ ହସ୍ତାନ୍ତର ହେଲାଣି। ରୋଡ଼ କାମ ପାଇଁ ଆଦେଶ ପତ୍ର ଦିଆହୋଇଯାଇଛି ହେଲେ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନେଉନଥିବା ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ରେ ଧରିଛି ବୋଲି ଜଣାଯାଏ। ନେତା, ଅଧିକାରୀ ମାନଙ୍କ ଖେଳକୁ ଜନସାଧାରଣ ଙ୍କ ପାଇଁ କାଳ ପାଲଟିଛି। ତେଣୁ ସରକାର ଙ୍କୁ ଜନସାଧାରଣ ନିବେଦନ କରିଛନ୍ତି ଯେ ଉକ୍ତ ରୋଡ଼ କାମ ପାଇଁ ସୁବ୍ୟବସ୍ଥା କରାଗଲେ ଜନସାଧାରଣ ଉପକୃତ ହେବେ।

Ganjam (ଗଞ୍ଜାମ) • ଖଲ୍ଲିକୋଟ, ରିପୋର୍ଟ ର ଶିବରାମ ଜେନା

ଘଣ୍ଟପଢା ଆର୍‌ଆଇ କାର୍ଯ୍ୟାଳୟରେ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ, ଅସନ୍ତୁଷ୍ଟ ଜନସାଧାରଣଙ୍କ ଆନ୍ଦୋଳନ ଚେତାବନୀ
Aug 1, 2026•32 views

ଘଣ୍ଟପଢା ଆର୍‌ଆଇ କାର୍ଯ୍ୟାଳୟରେ ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ, ଅସନ୍ତୁଷ୍ଟ ଜନସାଧାରଣଙ୍କ ଆନ୍ଦୋଳନ ଚେତାବନୀ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଢା ଗ୍ରାମ ପଞ୍ଚାୟତସ୍ଥିତ ଆର୍‌ଆଇ କାର୍ଯ୍ୟାଳୟର କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ପ୍ରତିଦିନ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ ଲୋକେ କାର୍ଯ୍ୟାଳୟରେ ଅପେକ୍ଷା କରୁଥିଲେ ମଧ୍ୟ ଆର୍‌ଆଇ ଅଧିକାରୀ କିମ୍ବା ଅମିନଙ୍କ ଉପସ୍ଥିତି ମିଳୁନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସମସ୍ୟାକୁ ନେଇ ବାରମ୍ବାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ଏଥିଯୋଗୁଁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ନ କଲେ ବାଧ୍ୟହୋଇ ଆଗାମୀ ଦିନରେ ଗଣଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

କନିଷ୍ଠ କିରାଣୀ ଡମ୍ବରୁଧର ବାଗଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ
Aug 1, 2026•17 views

କନିଷ୍ଠ କିରାଣୀ ଡମ୍ବରୁଧର ବାଗଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ,ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡହଗାଁର କନିଷ୍ଠ କିରାଣୀ ଡମ୍ବରୁ ଧର ବାଗଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡହଗାଁ ଅଧ୍ୟକ୍ଷ ଜିତେନ୍ଦ୍ର ଭକ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଡଙ୍ଗରିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଣିଆ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଖୁଣ୍ଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ଭଇସାଲ, ପୂର୍ବତନ ସ୍କୁଲ ପରିଚାଳନା କମିଟି ସଭାପତି ତ୍ରିଲୋଚନ ମହାନନ୍ଦ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସାମନ୍ତ ପାଟ୍ଟଯୋଷୀ ପ୍ରମୁଖ ଯୋଗଦାନ କରି ଶ୍ରୀଯୁକ୍ତ ବାଗଙ୍କ ନିଷ୍ଠାପର କାର୍ଯ୍ୟ,ସମସ୍ତଙ୍କ ପାଇଁ ଥିବା ସମ୍ମାନ,ମେଲାପି ବ୍ୟବହାର ବାସ୍ତବରେ ତାଙ୍କ କର୍ମମୟ ଜୀବନରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ପରେ ତାଙ୍କୁ ଉପଢ଼ୌକନ ଦେଇ ଅବସର କାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରଯାଇଥିଲା।ଉକ୍ତ ଅବସରକାଳୀନ ସମ୍ୱର୍ଦ୍ଧନା ସଭାକୁ ଶିକ୍ଷକ ସନ୍ଦୀପ ଚୌଧୁରୀ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମୋହିତ କୁମାର ରାଉତ, ଛବେନ୍ଦ୍ର ନାୟକ, ସାନନ୍ଦ ପ୍ରଧାନ, ଉତ୍ତମ ସାହୁ , ଲାବଣ୍ୟ ସିଂ, ସେତୁରାମ ନାୟକ, ପୁଷ୍ପାଞ୍ଜଳି ଶବର, ସମୀର ପାତ୍ର, ଗୌତମ ବାରିକ, କୃଷ୍ଣ ମସ୍ରା, ପ୍ରୟାଗ ଯୋଶୀ ଦାମୋଦର ମାଝୀ, ଗୋପ ନାୟକ, ଆଲୋକ ଛତ୍ରିଆ, ଯଶୋଦା ନାୟକ, ରିତେସ୍ ରଣା, କେସାନ୍ତି ନାଗ, ଅନୂର୍ଜ ଭାଇଁ ସାଲ, ଭୀମ ସେନ୍ ମହାକୁଡ, ଧର୍ମୁ ନାଏକ ପ୍ରମୁଖ ଶ୍ରୀଯୁକ୍ତ ବାଗଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Kalahandi (କଳାହାଣ୍ଡି) • ରୁପେନ୍ଦ୍ର ସୁନାନୀ,

​ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ଚମକିଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ
Aug 1, 2026•18 views

​ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ଚମକିଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ

ଓଡ଼ିଶା ପାଇଁ ପୁଣି ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ। ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ (Jyotirmayee Nayak) ଦେଶର ସବୁଠାରୁ ବଡ଼ ସଙ୍ଗୀତ ରିଆଲିଟି ସୋ' "ଇଣ୍ଡିଆନ୍ ଆଇଡଲ୍ - ସିଜନ୍ ୧୬" (Indian Idol Season 16) ର ବିଜେତା (Winner) ହୋଇ ସମଗ୍ର ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ​ତାଙ୍କର ଏହି ଅସାଧାରଣ ସଫଳତା ପାଇଁ "ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ" (Odisha Cine Critic Association) ଏବଂ "ଏମ.ବି.ଏସ. ପବ୍ଲିକ ସ୍କୁଲ" (MBS Public School) ପକ୍ଷରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ସ୍ୱାଗତ ଜଣାଯାଇଛି। ​କଣ ପାଇଁ ସେ ଓଡ଼ିଶାର ଗର୍ବ? ​ଭାରତର ସଙ୍ଗୀତ ସେନସେସନ୍: ବ୍ୟାନରରେ ତାଙ୍କୁ "The Singing Sensation of India" (ଭାରତର ସଙ୍ଗୀତ ସେନସେସନ୍) ଭାବେ ଅଭିହିତ କରାଯାଇଛି, ଯାହା ତାଙ୍କର ଅସାଧାରଣ ଗାୟିକୀ ପ୍ରତିଭାକୁ ଦର୍ଶାଉଛି। ​ରାଷ୍ଟ୍ରୀୟ ସ୍ତରରେ ସଫଳତା: ଦେଶର ସବୁଠାରୁ ଜନପ୍ରିୟ ମଞ୍ଚ 'ଇଣ୍ଡିଆନ୍ ଆଇଡଲ୍'ରେ ବିଜେତା ମୁକୁଟ ପିନ୍ଧି ସେ ପ୍ରମାଣିତ କରିଛନ୍ତି ଯେ ଓଡ଼ିଆ ପିଲାଙ୍କ ପ୍ରତିଭା କାହାଠାରୁ କମ୍ ନୁହେଁ। ​ସମଗ୍ର ଓଡ଼ିଶାର ସମ୍ମାନ: ତାଙ୍କର ଏହି ଐତିହାସିକ ସଫଳତା ପାଇଁ ବ୍ୟାନର ଶେଷରେ ଲେଖାଯାଇଛି — "Entire Odisha is Proud of You" (ସମଗ୍ର ଓଡ଼ିଶା ଆପଣଙ୍କ ପାଇଁ ଗର୍ବିତ)। ​ଜ୍ୟୋତିର୍ମୟୀଙ୍କ ଏହି ସଫଳତା ଆଜିର ଯୁବପିଢ଼ି ଓ ବିଶେଷ କରି ଓଡ଼ିଶାର ଅନ୍ୟ ଝିଅମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି।

Bhubaneswar (ଭୁବନେଶ୍ୱର) • ​ଭୁବନେଶ୍ୱର: ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼

ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଐତିହାସିକ ଓ ପୌରାଣିକ ରହସ୍ୟ
Aug 1, 2026•17 views

ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଐତିହାସିକ ଓ ପୌରାଣିକ ରହସ୍ୟ

ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର) କେବେ, କାହା ଦ୍ୱାରା ଏବଂ କେଉଁ କାରଣ ପାଇଁ ନିର୍ମାଣ କରାଯାଇଥିଲା, ସେ ନେଇ ଇତିହାସ ଏବଂ ପୌରାଣିକ କଥାବସ୍ତୁରେ ସ୍ପଷ୍ଟ ବର୍ଣ୍ଣନା ରହିଛି। ଆସନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଜାଣିବା: ​୧. ମନ୍ଦିର କେବେ ଓ କିଏ ନିର୍ମାଣ କରିଥିଲେ? (ଐତିହାସିକ ତଥ୍ୟ) ​ଐତିହାସିକ ତଥ୍ୟ ଅନୁସାରେ, ବର୍ତ୍ତମାନ ଆମେ ଦେଖୁଥିବା ଶ୍ରୀମନ୍ଦିରର ମୂଳ ନିର୍ମାଣ କାର୍ଯ୍ୟ ଦ୍ୱାଦଶ ଶତାବ୍ଦୀରେ (୧୨ଶ ଶତାବ୍ଦୀ) ଆରମ୍ଭ ହୋଇଥିଲା। ​ନିର୍ମାତା: ଗଙ୍ଗ ବଂଶର ପ୍ରତିଷ୍ଠାତା ରାଜା ଅନନ୍ତବର୍ମଣ ଚୋଡ଼ଗଙ୍ଗ ଦେବ ଏହି ବିଶାଳ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ​ସମାପ୍ତି: ପରବର୍ତ୍ତୀ ସମୟରେ ୧୨୩୦ ଖ୍ରୀଷ୍ଟାବ୍ଦରେ ରାଜା ଅନଙ୍ଗଭୀମ ଦେବ (ତୃତୀୟ) ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହ ମନ୍ଦିରରେ ବିଗ୍ରହମାନଙ୍କୁ ସ୍ଥାପନ କରିଥିଲେ। ​୨. ମନ୍ଦିରର ପ୍ରତିଷ୍ଠା କିଏ କରିଥିଲେ? (ପୌରାଣିକ ମାନ୍ୟତା) ​ପୌରାଣିକ କଥାବସ୍ତୁ ଏବଂ ମାଦଳା ପାଞ୍ଜି ଅନୁସାରେ, ସତ୍ୟଯୁଗରେ ମାଳବ ଦେଶର ପରମ ବିଷ୍ଣୁଭକ୍ତ ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ଏଠାରେ ଏକ ବିଶାଳ ମନ୍ଦିର ନିର୍ମାଣ କରାଇଥିଲେ। ​ମନ୍ଦିର ନିର୍ମାଣ ସରିବା ପରେ, ରାଜା ଇନ୍ଦ୍ରଦ୍ୟୁମ୍ନ ଏହାର ପ୍ରତିଷ୍ଠା ପାଇଁ ସ୍ୱୟଂ ସୃଷ୍ଟିକର୍ତ୍ତା ପ୍ରଭୁ ବ୍ରହ୍ମାଙ୍କୁ ଆମନ୍ତ୍ରଣ କରିବାକୁ ବ୍ରହ୍ମଲୋକ ଯାଇଥିଲେ। ​ପରବର୍ତ୍ତୀ ସମୟରେ ପ୍ରଭୁ ବ୍ରହ୍ମାଙ୍କ ଦ୍ୱାରା ହିଁ ଶ୍ରୀମନ୍ଦିର ଏବଂ ଦାରୁ ବିଗ୍ରହମାନଙ୍କର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଥିଲା ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି। ​୩. ମନ୍ଦିର କରିବାର ମୂଳ କାରଣ କଣ ଥିଲା? ​ଶ୍ରୀମନ୍ଦିର ପ୍ରତିଷ୍ଠା ଏବଂ ମହାପ୍ରଭୁଙ୍କ ଆବିର୍ଭାବ ପଛରେ ଏକ ସୁନ୍ଦର ପୌରାଣିକ କାହାଣୀ ରହିଛି: ​ନୀଳମାଧବଙ୍କ ସନ୍ଧାନ: ପ୍ରାଚୀନ କାଳରେ ଶବରରାଜା ବିଶ୍ୱାବସୁ ଜଙ୍ଗଲ ମଧ୍ୟରେ ଗୁପ୍ତ ଭାବରେ ପ୍ରଭୁ 'ନୀଳମାଧବ'ଙ୍କୁ ପୂଜା କରୁଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ I

Puri (ପୁରୀ) • ପୁରୀ: ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼

ଜନସେବାର ପ୍ରତୀକ, ଲୋକବିଶ୍ୱାସର ପରିଚୟ—ଆଦରଣୀୟ ଅଶୋକ କୁମାର ନାୟକଙ୍କୁ ପବିତ୍ର ଜନ୍ମଦିନର ଅଶେଷ ଶୁଭେଚ୍ଛା
Aug 1, 2026•382 views

ଜନସେବାର ପ୍ରତୀକ, ଲୋକବିଶ୍ୱାସର ପରିଚୟ—ଆଦରଣୀୟ ଅଶୋକ କୁମାର ନାୟକଙ୍କୁ ପବିତ୍ର ଜନ୍ମଦିନର ଅଶେଷ ଶୁଭେଚ୍ଛା

ଅଶୋକ କୁମାର ନାୟକ—କେବଳ ଏକ ନାମ ନୁହେଁ, ବରଂ ଲୋକଙ୍କ ବିଶ୍ୱାସ, ନିଷ୍ଠା, ସଂଘର୍ଷ, ତ୍ୟାଗ ଓ ନିଷ୍କାମ ଜନସେବାର ଏକ ଜୀବନ୍ତ ପ୍ରତୀକ। ସାଧାରଣ ଲୋକଙ୍କ ସୁଖ-ଦୁଃଖରେ ସାଥୀ ହୋଇ ସେ ଯେପରି ନିଜର କର୍ମମୟ ଜୀବନକୁ ସମାଜ କଲ୍ୟାଣ ପାଇଁ ଉତ୍ସର୍ଗ କରିଛନ୍ତି, ତାହା ତାଙ୍କୁ ଜଣେ ଆଦର୍ଶ ଜନନେତା ଭାବେ ସ୍ଥାପିତ କରିଛି। ଯୁବାବସ୍ଥାରୁ ସେ ଜନସେବାକୁ ନିଜ ଜୀବନର ସର୍ବୋଚ୍ଚ କର୍ତ୍ତବ୍ୟ ଭାବେ ଗ୍ରହଣ କରି ନିରନ୍ତର ସାଧାରଣ ଲୋକଙ୍କ ମଧ୍ୟରେ ରହି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିଆସିଛନ୍ତି। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପ୍ରତି ତାଙ୍କର ଆନ୍ତରିକତା, ସହୃଦୟତା ଓ ମାନବିକ ମନୋଭାବ ତାଙ୍କୁ ସମସ୍ତଙ୍କ ନିକଟରେ ଅତ୍ୟନ୍ତ ପ୍ରିୟ କରିଛି। ସରଳ ଜୀବନଶୈଳୀ, ସୌମ୍ୟ ବ୍ୟକ୍ତିତ୍ୱ, ଦୃଢ଼ ନେତୃତ୍ୱ, ସ୍ୱଚ୍ଛ ଚିନ୍ତାଧାରା ଓ କର୍ମନିଷ୍ଠା ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ଧାମନଗର ପଞ୍ଚାୟତ ସମିତିର ଦୁଇଥର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରି ସେ ଉନ୍ନୟନମୂଳକ କାର୍ଯ୍ୟ, ଗ୍ରାମାଞ୍ଚଳର ବିକାଶ, ଲୋକକଲ୍ୟାଣ ଓ ସାମାଜିକ ସଶକ୍ତିକରଣକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ତାଙ୍କର ନେତୃତ୍ୱରେ ବହୁ ଜନହିତକର କାର୍ଯ୍ୟ ସଫଳତାର ସହ ସମ୍ପାଦିତ ହୋଇଥିବାରୁ ସେ ଭଦ୍ରକ ଜିଲ୍ଲାର ଜଣେ ସମ୍ମାନିତ ଓ ଜନପ୍ରିୟ ଜନନେତା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଜନୀତିକୁ କ୍ଷମତାର ମାଧ୍ୟମ ନୁହେଁ, ବରଂ ଲୋକସେବାର ଏକ ପବିତ୍ର ଦାୟିତ୍ୱ ଭାବେ ଦେଖିବାର ତାଙ୍କ ମନୋଭାବ ଅନେକଙ୍କ ପାଇଁ ପ୍ରେରଣାଦାୟକ। ବିଶେଷକରି ଯୁବପିଢ଼ୀ ତାଙ୍କର କର୍ମନିଷ୍ଠା, ସରଳତା ଓ ସମାଜ ପ୍ରତି ସମର୍ପଣରୁ ପ୍ରେରଣା ଲାଭ କରୁଛନ୍ତି। ଲୋକଙ୍କ ବିଶ୍ୱାସ ହିଁ ତାଙ୍କର ସବୁଠାରୁ ବଡ଼ ଶକ୍ତି, ଏବଂ ଲୋକସେବା ହିଁ ତାଙ୍କର ଜୀବନର ମୂଳ ଲକ୍ଷ୍ୟ। ଆଜି ତାଙ୍କର ପବିତ୍ର ଜନ୍ମଦିନର ଶୁଭ ଅବସରରେ ଆମେ ଜଣାଉଛୁ ଅନ୍ତରିକ ଶ୍ରଦ୍ଧା, ଅଜସ୍ର ଶୁଭେଚ୍ଛା, ଅଭିନନ୍ଦନ ଓ ହାର୍ଦ୍ଦିକ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସେ ସଦା ସୁସ୍ଥ, ନିରାମୟ, ଦୀର୍ଘାୟୁ ଓ ସୁଖମୟ ଜୀବନ ବିତାନ୍ତୁ। ଜନସେବାର ଏହି ମହାନ ଯାତ୍ରାରେ ସେ ନୂତନ ଉଦ୍ୟମ, ନୂତନ ପ୍ରେରଣା ଓ ନୂତନ ସଫଳତା ସହ ସର୍ବଦା ଅଗ୍ରସର ହୁଅନ୍ତୁ। ତାଙ୍କର ନେତୃତ୍ୱ ଓ ସେବାଭାବ ସମାଜକୁ ଆହୁରି ସମୃଦ୍ଧ ଏବଂ ପ୍ରଗତିଶୀଳ କରୁ—ଏହାହିଁ ଆମର ଅନ୍ତରର ପ୍ରାର୍ଥନା। ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା,

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଜୁନାଗଡ ବ୍ଲକ ସମ୍ମୁଖରେ ଧାରଣା ଦେବା  ପାଇଁ ଚାଷୀଙ୍କ ଚେତାବନୀ
Aug 1, 2026•108 views

ଜୁନାଗଡ ବ୍ଲକ ସମ୍ମୁଖରେ ଧାରଣା ଦେବା ପାଇଁ ଚାଷୀଙ୍କ ଚେତାବନୀ

ଜୁନାଗଡ ବ୍ଲକ ଅନ୍ତର୍ଗତ ଅନେକ ପଞ୍ଚାୟତ ରେ କେବଳ ମହିଳା ସ୍ଵସହାୟକ ଗୋଷ୍ଠି ନାମରେ ମିଲରସ ମାନେ ହିଁ ଧାନ କ୍ରୟ କରୁଥିବା ଦେଖିବାକୁ ମିଳୁଛି। ବିଗତ ଦିନରେ ଆମେ ଏହାର ଜଳନ୍ତ ଉଦାହରଣ ଦେଖିଛେ। ହଜାର ହଜାର ବସ୍ତା ଧାନ ନଷ୍ଟ ହୋଇଥିଲା। ଚାଷୀ ଏହି କ୍ଷତି କେବେମଧ୍ୟ ଭୁଲି ପାରିବେ ନାହିଁ ବୋଲି ଅନେକ ଚାଷୀ ମତ ପ୍ରକାଶ କରିଛନ୍ତି। ଏହି ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଜୁନାଗଡ ର ଭଇରିଗୁଡ଼ା ପଞ୍ଚାୟତ ରେ ପଦ୍ମାଳୟା ଗୋଷ୍ଠି ସରକାରୀ କାଗଜରେ ଧାନ କ୍ରୟ କରୁଥିବା କୁହାଯାଉଛି କିନ୍ତୁ ବାସ୍ତବରେ ମିଲର୍ସ ଓ ପ୍ରଶାସନ ର ମଧୁଚନ୍ଦ୍ରିକାରେ ଚାଷୀ ହଇରାଣ ହେଉଥିବା ପଞ୍ଚାୟତ କୃଷକ ସଂଘ ସଭାପତି ଦେବରାଜ ବାଣୁଆ, ସମ୍ପାଦକ ପଞ୍ଚାନନ ମାଝୀ ଓ ସଂଘର ଅନ୍ୟ କର୍ମକର୍ତ୍ତା,ଚାଷୀ ମାନେ ପ୍ରକାଶ କରିଛନ୍ତି। ଦେଇ ଥିବା ସୂଚନା ମୁତାବକ ପଦ୍ମାଳୟା ଗୋଷ୍ଠି କୁ ବାତିଲ କରି ଆଟି ଗାଁ ପ୍ରାଥମିକ କୃଷି ସମବାୟ ସମିତି କୁ ପ୍ରଦାନ ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ,ଜିଲ୍ଲାପାଳ କଳାହାଣ୍ଡି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାର ଏକମାସ ହେବାକୁ ଯାଉଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ବୋଲି ଜଣାଇ ଛନ୍ତି। ଏବଂ ଆଗାମୀ ଦଶ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଆଗାମୀ ଅଗଷ୍ଟ ମାସ ଦଶ ତାରିଖରୁ ବ୍ଲକ ସମ୍ମୁଖରେ ଶହଶହ ଚାଷୀ ମାନେ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି। ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Kalahandi (କଳାହାଣ୍ଡି) • ଦେବରାଜ ବଣୁଆ , ଜୁନାଗଡ଼

ବେଆଇନ ମାଟି ପରିବହନ ଧରିଲା ଖଣି ବିଭାଗ, ଚଢାଉରେ ଜବତ ହେଲା ଗାଡ଼ି
Aug 1, 2026•54 views

ବେଆଇନ ମାଟି ପରିବହନ ଧରିଲା ଖଣି ବିଭାଗ, ଚଢାଉରେ ଜବତ ହେଲା ଗାଡ଼ି

ଚିକିଟି : ପାତ୍ରପୁର ତହସିଲ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ବେଆଇନ ମାଟି ଖନନ ଏବଂ ପରିବହନ ସମ୍ପର୍କରେ ସୂଚନା ପାଇ ଚିକିଟି ଖଣି ଅଧିକାରୀ ମାନେ ମଙ୍ଗଳବାର ଦିନ ଅତର୍କିତ ଚଢାଉ କରିଥିଲେ। ଚଢ଼ାଉ ସମୟରେ, ବେଆଇନ ଭାବରେ ଖନନ କରାଯାଇଥିବା ମାଟି ବୋଝେଇ ତିନୋଟି ଟ୍ରାକ୍ଟର ଜବତ କରାଯାଇଥିଲା, ଯେତେବେଳେ ଖନନ ପାଇଁ ବ୍ୟବହୃତ ଜେସିବି ମେସିନ୍ ଅଧିକାରୀମାନେ ବାଧା ଦେବା ପୂର୍ବରୁ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା। ସୂଚନା ଅନୁଯାୟୀ, ପାତ୍ରପୁର ତହସିଲର କେଲୁଆ ରାଜସ୍ୱ ନିରୀକ୍ଷକ ସର୍କଲ୍ ଅନ୍ତର୍ଗତ ନାରାୟଣପୁର ପାହାଡ଼ ନିକଟରେ ଏକ ଜେସିବି ମେସିନ୍ ସାହାଯ୍ୟରେ ବେଆଇନ ମାଟି ଖନନ କରାଯାଉଥିଲା। ଖନନ କରାଯାଇଥିବା ମାଟି ଟ୍ରାକ୍ଟର ଦ୍ୱାରା ନିକଟସ୍ଥ ଏକ ନିମ୍ନ କ୍ଷେତ୍ରକୁ ପରିବହନ କରାଯାଉଥିଲା ବୋଲି ଜଣାପଡିଛି। ସୂଚନା ପାଇ ଚିକିଟି ଖଣି ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଚଢାଉ ଆରମ୍ଭ କରିଥିଲେ। ଅଧିକାରୀଙ୍କ ଆଗମନ ଜାଣିପାରି ଜେସିବି ଅପରେଟର ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ବେଆଇନ ଭାବରେ ଖନନ କରାଯାଇଥିବା ମାଟି ବୋଝେଇ ତିନୋଟି ଟ୍ରାକ୍ଟରକୁ ଘଟଣାସ୍ଥଳରୁ ଜବତ କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ଆଲୋଚନା ଅନୁସାରେ ଟ୍ରାକ୍ଟର ଜବତ ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଏକ ଗୋଷ୍ଠୀ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି କରିଥିଲେ। ପରିସ୍ଥିତିକୁ ବିଚାର କରି, ଖଣିବିଭାଗ ତୁରନ୍ତ ଜରଡା ପୋଲିସକୁ ଖବର ଦେଇଥିଲା। ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଜବତ ଟ୍ରାକ୍ଟର ଗୁଡ଼ିକୁ ଜରଡା ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରିଛନ୍ତି, ଯେଉଁଠାରେ ସେମାନଙ୍କୁ ହେପାଜତରେ ରଖାଯାଇଛି। ଖଣି ବିଭାଗ ବେଆଇନ ଖୋଳାଖୋଳି ଏବଂ ମାଟି ପରିବହନ ଅଭିଯୋଗରେ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ପାତ୍ରପୁର ତହସିଲରେ ମାଟି, ମୋରମ୍, ପଥର ଏବଂ ବାଲି ବେଆଇନ୍ ଉତ୍ତୋଳନ ଏବଂ ପରିବହନ ଅଭିଯୋଗ ବାରମ୍ବାର ଆସିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ, ସ୍ଥାନୀୟ ବାସିନ୍ଦା ଖଣି ବିଭାଗର କାର୍ଯ୍ୟକଳାପ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିଛନ୍ତି।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ପୁରୀ–ପାତାଳଗଙ୍ଗା ସରକାରୀ ବସ୍ ସେବା ଆରମ୍ଭ ପାଇଁ ଦାବି  ପରିବହନ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବରିଷ୍ଠ ବିଜେପି ନେତା ଲମ୍ବୋଦର ନିଆଲ
Aug 1, 2026•21 views

ପୁରୀ–ପାତାଳଗଙ୍ଗା ସରକାରୀ ବସ୍ ସେବା ଆରମ୍ଭ ପାଇଁ ଦାବି ପରିବହନ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବରିଷ୍ଠ ବିଜେପି ନେତା ଲମ୍ବୋଦର ନିଆଲ

ଖଡ଼ିଆଳ: ପୁରୀରୁ ପାତାଳଗଙ୍ଗା ପର୍ଯ୍ୟନ୍ତ ସିଧାସଳଖ ସରକାରୀ ବସ୍ ସେବା ଆରମ୍ଭ କରିବା ଦାବିରେ ନୂଆପଡ଼ା ଜିଲ୍ଲାର ବରିଷ୍ଠ ବିଜେପି ନେତା ଲମ୍ବୋଦର ନିଆଲ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପୁରୀ–ପାତାଳଗଙ୍ଗା ସରକାରୀ ବସ୍ ସେବା ଆରମ୍ଭ ହେଲେ ନୂଆପଡ଼ା ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ହଜାର ହଜାର ଯାତ୍ରୀ, ଶ୍ରମିକ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଉପକୃତ ହେବେ। ବିଶେଷକରି ଶ୍ରୀକ୍ଷେତ୍ର ପୁରୀକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତମାନଙ୍କ ପାଇଁ ଏହି ବସ୍ ସେବା ବେଶ୍ ସୁବିଧାଜନକ ସାବ୍ୟସ୍ତ ହେବ। ଏହାଛଡ଼ା ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶା ମଧ୍ୟରେ ଯାତାୟାତକୁ ଅଧିକ ସୁଗମ କରିବା ସହ ଲୋକଙ୍କ ସମୟ ଓ ଖର୍ଚ୍ଚ ସଞ୍ଚୟରେ ମଧ୍ୟ ଏହି ବସ୍ ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି। ଦାବିପତ୍ର ଗ୍ରହଣ କରିବା ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରସ୍ତାବଟିକୁ ସକାରାତ୍ମକ ଦୃଷ୍ଟିକୋଣରୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି। ଏହି ବସ୍ ସେବା ଆରମ୍ଭ ହେଲେ ନୂଆପଡ଼ା ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ହେବା ସହ ଯାତାୟାତ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ