ଦେଉଳଝରୀରେ ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ, ସୁରକ୍ଷାରେ ଆଠମଲ୍ଲିକ ପୋଲିସ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 18, 202685 views

ଆଠମଲ୍ଲିକ: ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ପ୍ରବଳ ବର୍ଷା ସତ୍ତ୍ୱେ ଦେଉଳଝରୀ ଶୈବପୀଠରେ ଭକ୍ତମାନଙ୍କ ଜଳାଭିଷେକ ଓ ଦର୍ଶନ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିଥିଲା। ବର୍ଷାକୁ ଖାତିର ନକରି ବହୁ ସଂଖ୍ୟାରେ ଭକ୍ତ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିବା ସହ ଜଳାଭିଷେକ କରିଛନ୍ତି।
ଭକ୍ତମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆଠମଲ୍ଲିକ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୋଲିସ କର୍ମଚାରୀମାନେ ମନ୍ଦିର ପରିସରରେ ଦୃଢ଼ ଉପସ୍ଥିତି ବଜାୟ ରଖି ଭିଡ଼ ନିୟନ୍ତ୍ରଣ ସହ ଭକ୍ତମାନଙ୍କ ସୁରକ୍ଷିତ ଓ ସୁବିଧାଜନକ ଦର୍ଶନ ସୁନିଶ୍ଚିତ କରିଛନ୍ତି।
ପ୍ରବଳ ବର୍ଷା ମଧ୍ୟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଉତ୍ସାହ କମିନଥିବା ବେଳେ, ପ୍ରଶାସନ ଓ ପୋଲିସର ସୁଚାରୁ ବ୍ୟବସ୍ଥା ଯୋଗୁଁ ଜଳାଭିଷେକ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା।
