Web News

ଏସ୍.ନୂଆଗାଁରେ ହନୁ ମାଙ୍କଡ଼ ଆତଙ୍କ, ଜଣେ ଗୁରୁତର ଭାବେ କ୍ଷତାକ୍ତ
ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଏସ୍.ନୂଆଗାଁ ଗ୍ରାମରେ ଏକ ହନୁ ମାଙ୍କଡ଼ର ଆତଙ୍କ ଯୋଗୁଁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଭୟର ବାତା ବରଣ ଦେଖିବାକୁ ମିଳିଛି । ମାଙ୍କଡ଼ଟି ଗ୍ରାମର ଜଣେ ଯୁବତୀଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଭାବେ କ୍ଷତାକ୍ତ ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କୁ ସ୍ଥାନୀୟ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରିବା ସହ ଟୀକା କରଣ କରାଯାଇଛି । ହନୁ ମାଙ୍କଡ଼ ଦ୍ୱାରା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଆଉ ଜଣେ ମାଙ୍କଡ଼ର ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ, ହନୁ ମାଙ୍କଡ଼ଟି ଗତ କିଛି ଦିନ ହେଲା ଗ୍ରାମ ଓ ଆଖପାଖ ଅଞ୍ଚଳରେ ବୁଲୁଥିବା ବେଳେ ଲୋକଙ୍କୁ ଭୟଭୀତ କରୁଛି। ହନୁ ମାଙ୍କଡ଼ଟି ଏବେ ମଧ୍ୟ ଅଞ୍ଚଳରେ ବୁଲୁଥିବାରୁ ଛୋଟ ପିଲା, ବୃଦ୍ଧ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଗତକାଲି ବନ ବିଭାଗ ପକ୍ଷରୁ ସୁରଙ୍ଗୀ ବନପାଳ ଶ୍ରୀ କମଳାକାନ୍ତ ପାତ୍ରଙ୍କ ତତ୍ୱାବଧାନରେ ଏକ ଚାରି ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ହନୁ ମାଙ୍କଡ଼ଟିର ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ହନୁ ମାଙ୍କଡ଼କୁ ଧରିବା ପାଇଁ ଯୋଜନା କରି ଟିମ ଫେରିଥିବା ଜଣା ପଡ଼ିଛି।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ୟୁ କେ ମହାବିଦ୍ୟାଳୟ ମଦନପୁର ର ପ୍ରାକ୍ତନ ଅଧ୍ୟକ୍ଷଙ୍କ ଅକାଳ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା
କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟାମୁଣ୍ଡାଇ ମଦନପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତିଙ୍କ ଅକାଳ ବିୟୋଗରେ ଜନ୍ମମାଟି ଶ୍ରୀରାମପୁର ମଠସାହି ଠାରୁ ଆରମ୍ଭ କରି କର୍ମକ୍ଷେତ୍ର ମଦନପୁର ନୁରୁଗାଁ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି , ବଡପୁତ୍ର ସୋମ୍ୟରଞ୍ଜନ ମହାନ୍ତି ମୁଖାଙ୍ଗୀ ଦେଇଥିବା ବେଳେ ତାଙ୍କ ଶେଷ ଦର୍ଶନ ରେ ସହଧର୍ମିଣୀ ଅଧ୍ୟାପିକା କଲ୍ୟାଣୀ ମହାନ୍ତି ସାନପୁତ୍ର ସ୍କୃତୀରଞ୍ଜନ ମହାନ୍ତି ପୁତ୍ର ବଧୁ ଅଳକାନନ୍ଦା ମହାନ୍ତି ବଡଭାଇ ବିପ୍ର ଚରଣ ମହାନ୍ତି ଶଙ୍କରସନ ମହାନ୍ତି ସୁଧିର ମହାନ୍ତି ସୁରେଶ ମହାନ୍ତି ଭଉଣୀ ଜାନକି ମହାନ୍ତି ଭେଣୋଇ ଅନିରୁଦ୍ଧ ମହାନ୍ତି ଭଣଜା ଗୁରୁ ପ୍ରସାନ ,ଦେବ ପ୍ରସାଦ ପୁତୁରା ବିଭୂତି ଅଶ୍ୱନୀ ଶୁଭୁଜିତ ଶ୍ରଭମ ଚିନୁ ଝିଆରି ଲିଲି ପାଗିଳି ଶିଖା କାବେରୀ ଚୁନି ସମେତ ସମଗ୍ର ମହାନ୍ତି ପରିବାର ବନ୍ଧୁବର୍ଗ ଓ ଶେଷ ଦର୍ଶନ କରିଥିଲେ ସାରଙ୍କ ଦେହାନ୍ତ ଖବର ପାଇଁ ତାଙ୍କ ମଦନପୁର ସ୍ଥିତ କଲ୍ୟାଣି ଭବନରେ ମଦନପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଆଦିତ୍ୟ ମିଶ୍ର ପ୍ରାକ୍ତନ ଅଧ୍ୟକ୍ଷ ଅରୁଣ କୁମାର ଦାଶ ପ୍ରାକ୍ତନ ଅଧ୍ୟକ୍ଷ ସବ୍ୟସାଚୀ ତ୍ରୀପାଠୀ ବିଜୟ କୁମାର ମହାନ୍ତି. ଅଧ୍ୟାପକ ଦିଲ୍ଲୀପ ମହାପାତ୍ର ଶୁଭକାନ୍ତ ନାୟକ ଗୌରାଙ୍ଗ ଚରଣ ପଣ୍ଡା ବବୃବାହାନ ପାତ୍ର ଇନ୍ଦୁଭୂଷଣ ଖଣ୍ଡାଇ ମଧୁସ୍ମିତା ବରୁଆ ଦିପ୍ତିମୟୀ ସ୍ୱାଇଁ ଝିଲ୍ଲୀ ରାଣୀ ବେହେରା . ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କମିଚାରୀ ଗୁରୁଚରଣ ବରାଳ ସୁଧିର ବେହୁରା ପରିବାରକୁ ସମବେଦନା ଯଣାଇଥିଲେ ସେହିଭଳି ସାର୍ ଙ୍କ ଅକାଳ ବିୟୋଗରେ ବରିଷ୍ଠ ସମାଜ ସେବି କେଳାସ୍ ଚ଼ନ୍ଦ୍ର ମହାନ୍ତି ରାଜନଗର ପ୍ରେସକ୍ଲବର ସଭାପତି ଭାସ୍କର ରାଉତରାୟ ବରିଷ୍ଠ ନେତାସୁବାଷ ଚନ୍ଦ୍ର ଦାଶ ସଂସାର ଫଳ ବିଜେଡି ସଭାପତି ତଥା ସମାଜ ସେବି ପ୍ରମୋଦ କୁମାର ବେହେରା (ଟୁନିଆ,) ପ୍ରାକ୍ତନ ସଭାପତି ସୁରେଶ ଚନ୍ଦ୍ର ବେହେରା ଗ୍ରା: ପାର ସରପଞ୍ଚ ଦମୟନ୍ତୀ ସାମନ୍ତରାୟ ସମିତିସଭ୍ୟ ପର୍ଶୁରାମ ବେହେରା ପ୍ରାକ୍ତନ ସରପଞ୍ଚ ରବିନ୍ଦ୍ର ବେହେରା ବଳଭଦ୍ରପୁର ଗ୍ରା: ପ ଯୁବନେତା ସମାଜ ସେବି ମନ୍ମଥ (ମନୁ )ମଲ୍ଲିକ ବିଜେପି ଖଣତା ଗ୍ରା:ପ ଯୁବନେତା ବାସୁଦେବ ପ୍ରଧାନ ସମିର ପ୍ରଧାନ ଓଉପଦା ଯୁବନେତା ଦୃଷିକେଶ ଜେନା ରଞ୍ଜନ ସ୍ୱତାର ବିଲିକଣା ଯୁବନେତା ତ୍ରିଲୋଚନ ସ୍ୱାଇଁ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବି ଅନୁଷ୍ଠାନ ଧୃବ ଅନ୍ନପୂର୍ଣ୍ଣ। ସେବା ଓ କଳା ପରିଷଦର ସଭାପତି ତଥା ଉତିକଣସ୍ୱାଭିମାନ ମଞ୍ଚର ସଂଯୋଜକ ସମାଜ ସେବି ନଳିନୀକାନ୍ତ ସ୍ୱାଇଁ କଲ୍ୟାଣ ଭବନରେ ଉପସ୍ଥିତ ହୋଇ ସପରିବାରକୁ ସମବେଦନା ଯଣାଇବା ସହିତ ସାର୍ ଙ୍କ ଅମର ଆତ୍ମାର ଶାନ୍ତି ପାଇଁ ମୋକ୍ଷ ପାଇଁ ପ୍ରଭୃ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସାର୍ ଙ୍କ ଅକାଳ ବିୟୋଗ ଖବର ପାଇ ସାଂସଦ ବୈଜୟନ୍ତ ପଣ୍ଡା ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକ ପ୍ରାକ୍ତନ ମନ୍ତ୍ରୀ ଆଳି ବିଧାୟକ ଦେବ ପ୍ରତାପ ପ୍ରାକ୍ତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ାର ବିଧାୟକ ଗଣେଶ୍ଵର ବେହେରା ସାଂସଦ ପ୍ରାର୍ଥୀ ତଥା ପ୍ରାକ୍ତନ ବିଧାୟକ ଯୁବ ନେତା ଅଂଶୁମାନ ମହାନ୍ତି ରାଜନଗର ବିଧାୟକ ଧୃର୍ଵ ସାହୁ ପ୍ରାକ୍ତନ ବିଧାୟକ ଡଃ ଅଲେଖ ଜେନା ପଟାମୁଣ୍ଡାଇର ପ୍ରାକ୍ତନ ବିଧାୟକ ତାପସ ଦାଶ ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ ପ୍ରାକ୍ତନ ବିଧାୟକ କିଶୋରଚନ୍ଦ୍ର ତରାଇ ରାଜ୍ୟ ବିଜେପିର କାର୍ଯ୍ୟକାରୀଣି ସଭ୍ୟ ଲଳିତ ବେହେରା ସୁନାକର ବେହେରା ଜିଲ୍ଲାପରିଷଦ ଅଧ୍ୟକ୍ଷା ଲିଲିତା ଦାଶ ଉପାଧକ୍ଷ ଭିଷ୍ମ ମହାନ୍ତି ପ୍ରାକ୍ତନ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ ରାଜ୍ୟ ବିଜେଡିର ଯୁବନେତା ଦେବାଶିଷ ପାତ୍ର (ରାଜୁ) ଜିଲ୍ଲା କଂଗ୍ରେସ ସଂଗଠନ ଉପ ସଭାପତି ସତ୍ୟ ସାମଲ ରାଜନଗର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ରାଉତ ଶୋକ ବେକ୍ତ କରିଛନ୍ତି I
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ: କୈଳାଶ ଚନ୍ଦ୍ର ବଳ , କେନ୍ଦ୍ରାପଡ଼ା

ସଡ଼କ ଦୁର୍ଘଟଣାରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଡ୍ରାଇଭର ସହ ଦୁଇ ଯାତ୍ରୀ
ଆଜି ଶନିବାର ଦିବା୮ ଘଟିକା ସମୟରେ ପଟ୍ଟାମୁଣ୍ଡାଇ ରୁ ରାଜନଗର ରାସ୍ତାରେ ସଂସାରଫଳ ଛକ ଠାରେ ଏକ ମାଲବୁହା ଏସି ପିକପ ଭ୍ୟାନ ଏକ ଅଜଣା ଗାଡ଼ିକୁ ପଛ ପଟୁ ପିଟି ନିଜେ ଭାରଶ୍ୟାମ ହରାଇ ଥିଲା, ସେହି ଏସି ପିକପ୍ ଭ୍ୟାନ ରେ ଡ଼୍ରାଇଭର ସମେତ ତିନି ଜଣ ବ୍ୟକ୍ତି ଥିବାର ଜଣା ପଡିଥିଲା ,ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଙ୍କ ତତ୍ତ୍ୱାବଧାନରେ ହାବିଲଦାର ଜେ - କାଣ୍ଡନାଲନ, ଡ଼୍ରାଇଭର,- ଦୀପ୍ତି ଶେଖର ପତ୍ର, ହୋମଗାଡ - ସରୋଜ ମଲ୍ଲିକ, ଏବଂ ସଂସାରଫଳ ଗ୍ରାମ ବାସୀ ଙ୍କ ତତ୍ତ୍ଵାବଧାରେ ତିନି ତିନି ଜଣ ଙ୍କୁ ଉଦ୍ଧାର କରିଥିଲେ, ଏବଂ ୧୦୮ ସହାୟତା ରେ ମେଡିକାଲ କୁ ପଠାଇ ଥିଲେ, ପୋଲିସ ହାବିଲଦାର ସାରେ ,ତାଙ୍କ ସାଥିରେ ଥିବା ଡ଼୍ରାଇଭର ଏବଂ ହୋମଗାର୍ଡ ଲୋକଙ୍କ ସହଯୋଗରେ ବହୁ ପରିଶ୍ରମ କରି ଆଦର୍ଶ ପୋଲିସ ଭାବରେ ଏହି ଅଞ୍ଚଳରେ କଥପକଥନ ହେଉଛନ୍ତି,ଏବଂ କିଛି ସମାଜସେବୀ ,ଗ୍ରାମର ମୂରବୀ, ବୁଦ୍ଧ,ଯୁବକ,ସମସ୍ତଙ୍କ ମୁଖରେ ଗୋଟିଏ କଥା ମାନିବାକୁ ପଡ଼ିବ ପୋଲିସ ବାବୁଙ୍କୁ ଯେମିତିକି ଭଗବାନ ଭଳି ଆସି ତିନି ତିନି ଜଣ ଙ୍କୁ ମରଣ ମୁଖରୁ ବଞ୍ଚାଇବା ରେ ସହାୟ ହୋଇଛନ୍ତି, ପୋଲିସ ବାବୁଙ୍କୁ ଧନ୍ୟବାଦ୍ ର ସୁଅ ଛୁଟୁଛି
Ganjam (ଗଞ୍ଜାମ) • ରିପୋର୍ଟର କୈଳାଶ ଚନ୍ଦ୍ର ବଳ,ପଟ୍ଟାମୁଣ୍ଡାଇ,କେନ୍ଦ୍ରାପଡ଼ା ।

ବାଲେଶ୍ଵର ପୌରାଞ୍ଚଳ ବନ୍ୟାବିପନ୍ନଙ୍କୁ ସହାୟତା
ବାଲେଶ୍ଵର: ସ୍ଥାନୀୟ ପୁରୁଣା ବାଲାସୋର ‘ପ୍ରେରଣା’ ମହିଳା ସଂଗଠନ ଓ ‘ଟିମ୍ର ଅଫ୍’ର ମିଳିତ ସହଯୋଗରେ ପୌରାଞ୍ଚଳ ବିଭିନ୍ନ ୱାର୍ଡର ବନ୍ୟାବିପନ୍ନ ପରିବାରକୁ ଶୁଖିଲାଖାଦ୍ୟ, ତାରପୋଲିନ ଆଦି ବଣ୍ଟନ କରାଯାଇଛି। ପ୍ରେରଣାର ଅଧ୍ୟକ୍ଷା ରଞ୍ଜିତା ପାଣିଗ୍ରାହୀ, ଟିମ୍ର ଅଫର ଅଧ୍ୟକ୍ଷ ସତ୍ୟଶିବ ସୁନ୍ଦର ଦାଶଙ୍କ ତତ୍ତ୍ଵାବଧାନରେ ୨ ଶହ ପରିବାରକୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ବନ୍ୟା ବିପନ୍ନଙ୍କୁ ଏମିତି ସହଯୋଗ ସଂଗଠନ ପକ୍ଷରୁ ସବୁଦିନ ଜାରିରହିବ ବୋଲି କୁହାଯାଇଛି। କାର୍ଯ୍ୟକ୍ରମରେ ପ୍ରେରଣାର ସଭାପତି ଶୁଚିସ୍ମିତା ପଣ୍ଡା, ଉପସଭାପତି ଶ୍ୟାମଳୀ ନନ୍ଦୀ, କୋଷାଧ୍ୟକ୍ଷ ସତ୍ୟସାଧନା ସିଂ, ସଦସ୍ୟା ଚିନ୍ମୟୀ ନାୟକ, ସଞ୍ଜିତା ରଣା, ମିତାରାଣୀ ନାୟକ, ବନିତା ସାମଲ, ସୁଷମା ଦାସ, ସଞ୍ଜିତା ଦାସ, ସୁତପା ବେରା, ପୂର୍ଣ୍ଣିମା ମିଶ୍ର, ମାନିନୀ ପଣ୍ଡା, ଟିମର ଅଫ୍ ପକ୍ଷରୁ ଚିରଞ୍ଜନ ପଣ୍ଡା, ଦେବାଶିଷ ରଥ, ନିତ୍ୟଗୋପାଳ ସିଂ ପ୍ରମୁଖ ସହଯୋଗ କରିଥିଲ
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵର।

ମୁଖ୍ୟ ଚିକିତ୍ସାଳୟରେ ଶିଶୁ ହୃଦରୋଗ ଚିକିତ୍ସା ଚିହ୍ନଟ ଶିବିର ଅନୁଷ୍ଠିତ
ବାଲେଶ୍ୱର : ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଓ ନାରାୟଣୀ ହୃଦ୍ରୋଗ ଚିକିତ୍ସାଳୟ ମିଳିତ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁ କିଶୋରଙ୍କର ନିଶୁଳ୍କ ହୃଦ୍ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଅଧୀକ୍ଷକ ଡା. ଅମୂଲ୍ୟ କୁମାର ଦାସ ଶିବିରକୁ ଉଦ୍ଘାଟନ କରିବା ସହ ଶିବିରର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ଶିବିରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବହୁପିଲା ହୃଦ୍ରୋଗରେ ଶିକାର ହେଉଥିବାବେଳେ ଏହାକୁ ଗୁରୁତ୍ୱଦେଇ ସରକାର ଏହି ପରୀକ୍ଷା ଓ ମାଗଣା ଚିକିତ୍ସା ବାବଦରେ ପଦକ୍ଷେପ ନେଉଛନ୍ତି। ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ୍ର ପିଲାଙ୍କ ସଂଖ୍ୟା ତାଲିକା ପ୍ରସ୍ତୁତ କରାଯାଇ ଏକ ନିର୍ଦ୍ଦିଷ୍ଟ ଦିନରେ ଶିବିର ଆୟୋଜନ କରାଯାଉଛି। ଚିହ୍ନଟ ହୋଇଥିବା ପିଲାଙ୍କ ହୃଦ୍ରୋଗ ଅସ୍ତ୍ରୋପଚାର କଲିକାତାର ନାରାୟଣୀ ହୃଦୟାଳୟରେ କରାଯିବ। ନାରାୟଣୀ ହୃଦୟାଳୟର ଶିଶୁ ବିଶେଷଜ୍ଞ ଡା. ଅନ୍ୱେଷା ମହାନ୍ତ ଶିବିରରେ ଶିଶୁଙ୍କୁ ପରୀକ୍ଷା କରିଥିଲେ। ଏଥିରେ ମୋଟ୍ ୧୨୦ ଜଣ ଶିଶୁକିଶୋରଙ୍କୁ ପରୀକ୍ଷା କରାଯାଇଥିଲା। ଅତିରିକ୍ତ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ପରେଶ ଚନ୍ଦ୍ର ନନ୍ଦୀ, ଆରବିଏସକେ ମ୍ୟାନେଜର ସମିତ କୁମାର ଭୋଲ, ଡିଇଆଇସି ଶିଶୁରୋଗ ବିଶେଷଜ୍ଞ ଡା. ମାନସୀ ରାୟ, ଦନ୍ତରୋଗ ବିଶେଷଜ୍ଞ ଡା. ଉଜ୍ଜ୍ୱଳକୁମାର ବେହେରା, ସମସ୍ତ ଡିଇଆଇସି ସଦସ୍ୟ, ହସପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢୀଙ୍କ ସମେତ ବହୁ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ ଓ ନର୍ସ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵର

ମାଟିଆ ଅଙ୍ଗନୱାଡି କେନ୍ଦ୍ର-୧ ଠାରେ ବିଶ୍ବ ସ୍ତନ୍ୟ ପାନ ଦିଵସ ପାଳିତ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଟିଆ ଗ୍ରାମ ଅଙ୍ଗନୱାଡି କେନ୍ଦ୍ର-୧ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ଦିବସ ଅଙ୍ଗନୱାଡି କର୍ମୀ ତପସ୍ୱିନୀ ନାଏକଙ୍କ ନେତୃତ୍ୱରେ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ପ୍ରତିବର୍ଷ ଅଗଷ୍ଟ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଶିଶୁର ସୁରକ୍ଷା, ନବଜାତ ଶିଶୁ ପାଇଁ ମା' କ୍ଷୀରର ଉପକାରିତା ଏବଂ ଏହାର ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ମା'ମାନଙ୍କୁ ବୁଝାଇବା, ଶିଶୁକୁ ଅପପୁଷ୍ଟିରୁ ରକ୍ଷା କରିବା ଏବଂ ସୁସ୍ଥ ସମାଜ ଗଠନରେ ସ୍ତନ୍ୟପାନର ଭୂମିକା ଉପରେ ଗୁରୁତ୍ୱ ଦେବା,ଶିଶୁ ଜନ୍ମ ହେବାର ପ୍ରଥମ ଏକ ଘଣ୍ଟା ମଧ୍ୟରେ ମା'ର ପ୍ରଥମ ଗାଢ଼ ହଳଦିଆ କ୍ଷୀର ଖୁଆଇବା, ଶିଶୁକୁ ୬ ମାସ ହେବା ପର୍ଯ୍ୟନ୍ତ ବାହାରର ପାଣି, ମହୁ କିମ୍ବା କ୍ଷୀର ନଦେଇ କେବଳ ମା' କ୍ଷୀର ହିଁ ଦେବା ଉଚିତ।ପରିପୂରକ ଖାଦ୍ୟ: ୬ ମାସ ପରେ ମା' କ୍ଷୀର ସହିତ ଶିଶୁକୁ ସୁପାଚ୍ୟ ଘରୋଇ ପରିପୂରକ ଖାଦ୍ୟ ଦେବା ଆବଶ୍ୟକ। କାର୍ଯ୍ୟକ୍ରମର ସଚେତନତା ସଭାରେ ସ୍ଥାନୀୟ ୱାର୍ଡ ସଭ୍ୟା ହଂସିନୀ ପୋଢ଼,ଅଙ୍ଗନୱାଡି କର୍ମୀ ତପସ୍ୱିନୀ ନାଏକ, ଆଶା କର୍ମୀ ଇନ୍ଦୁମତି ସୁନାନୀ, ସି ଆର୍ ପି ପୂର୍ଣ୍ଣମୀ ମାଝୀ, ଗର୍ଭବତୀ ଓ ପ୍ରସୂତି ମାଁ ପ୍ରମୁଖ ଉପସ୍ଥିତ ଥିଲେ।ଏହା ସହିତ ମା' ଓ ଶିଶୁର ଓଜନ ଏବଂ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଣ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।
Kalahandi (କଳାହାଣ୍ଡି) • ରିପୋର୍ଟ:ରିତେଶ କୁମାର ମୁଣ୍ଡ

ଚୁଡିଆଲାଞ୍ଜି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ । ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ।
ପାତ୍ରପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଟୁଡିଆଲାଞ୍ଜି ଗାଁରେ ୨୦୨୪ ମସିହା ଫେବ୍ରୁଆରୀ ୧୮ ତାରିଖରେ ଘଟିଥିବା ବହୁଚର୍ଚ୍ଚିତ ମା ଓ ନାବାଳକ ପୁଅଙ୍କୁ ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ସ୍ଥାନୀୟ ଓପିଆଇଡି କୋର୍ଟରେ ପ୍ରକାଶ ପାଇଛି । ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଭଣଜା ଜି. ଦେବେନ୍ଦ୍ର ରେଡ୍ଡୀ ଓ ସାନମାଈଁ ଡି. ଗୁନାମ୍ମାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରକାଶଥାଉକି ଯେ, ୨୦୨୪ ମସିହା ଫେବ୍ରୁଆରୀ ୧୮ ତାରିଖ ମଧ୍ୟରାତ୍ରିରେ ଟୁଡିଆଲାଞ୍ଜି ଗାଁର ଡି. ନୀଳାବେଣୀ (୩୫) ଓ ତାଙ୍କର ନାବାଳକ ପୁଅ ଡି. ରଞ୍ଜିତ ମୃତଦେହକୁ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା ।ପ୍ରଥମେ ଘଟଣାଟି ଆତ୍ମହତ୍ୟା ବୋଲି ମନେ କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ପୁଲିସର ତଦନ୍ତରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ଅଭିଯୁକ୍ତ ଜି. ଦେବେନ୍ଦ୍ର ରେଡ୍ଡୀ ଓ ଡି. ଗୋନାମ୍ମାଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ପ୍ରକଟ ହୋଇଯିବା ଭୟରେ ଉଭୟେ ମିଶି ବଡ଼ମାଈଁ ନୀଳାବେଣୀ ଓ ତାଙ୍କ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ମୃତକ ନୀଳାବେଣୀ ଏହି ସମ୍ପର୍କକୁ ବିରୋଧ କରିବା ସହ ଏହାକୁପ୍ରକାଶ କରିଦେବାକୁ କହିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ତଦନ୍ତରେ ସ୍ପଷ୍ଟ ହୋଇଥିଲା । ମାମଲାର ବିଚାରଣା ବେଳେ ମୋଟ ୩୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ତଦନ୍ତକାରୀ ଅଧିକାରୀ ଟୁନା ସାସମଲ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସନ୍ତୋଷିନୀ ପୁରୋହିତଙ୍କୁ ମାମଲା ପରିଚାଳନାରେ ଆଇନଜୀବୀ କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ଅଲେଖ ବେହେରା ଏଥିରେ ସହଯୋଗ କରିଥିଲେ । ସମସ୍ତ ସାକ୍ଷୀ, ପ୍ରମାଣ ଓ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଓପିଆଇଡି କୋର୍ଟ ବିଚାରପତି ଶ୍ରୀମତୀ ସଞ୍ଜୀତା ପାଣି ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
Ganjam (ଗଞ୍ଜାମ) • ରିପୋର୍ଟ କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ବନ୍ୟା ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପାଳଙ୍କ ପରିଦର୍ଶନ: ପ୍ରଭାବିତଙ୍କ ସହ ଆଲୋଚନା, ସତୀଘାଟରେ ଓଭରବ୍ରିଜ୍ ଓ ଗାର୍ଡ ୱାଲ୍ ନିର୍ମାଣ ଦାବି ଜୋରଦାର
ବୋଡେନ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ପ୍ରଭାବିତ ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ଗ୍ରାମପଞ୍ଚାୟତର ବିଭିନ୍ନ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳକୁ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ଶନିବାର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ପ୍ରଭାବିତ ପରିବାରର ସଦସ୍ୟମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ଜିଲ୍ଲାପାଳ ପ୍ରଭାବିତ ଲୋକଙ୍କୁ ସରକାରୀ ସହାୟତା ଯଥାଶୀଘ୍ର ପହଞ୍ଚାଇବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ସମୟରେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ କାର୍ଯ୍ୟ କରୁଥିବା ସେ କହିଥିଲେ। ପରିଦର୍ଶନ ସମୟରେ ଦରଗାଁ ଗ୍ରାମର କୋଦୋମୁଣ୍ଡା ଓ ଜଙ୍ଘାମୁଣ୍ଡା ସମେତ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ବହୁଦିନର ଦାବି ଉପସ୍ଥାପନ କରିଥିଲେ। ବିଶେଷକରି ଦରଗାଁ ସତୀଘାଟରେ ଏକ ସ୍ଥାୟୀ ଓଭରବ୍ରିଜ୍ ନିର୍ମାଣ କରାଯିବା ସହ ନଦୀକୂଳରେ ଗାର୍ଡ ୱାଲ୍ ନିର୍ମାଣ କରାଗଲେ ବନ୍ୟା ସମୟରେ ଜନଜୀବନ ଓ ଚାଷଜମିର କ୍ଷୟକ୍ଷତି ହ୍ରାସ ପାଇବ ବୋଲି ସେମାନେ ଦାବି କରିଥିଲେ। ଜିଲ୍ଲାପାଳ ସମସ୍ତ ଦାବିକୁ ଗୁରୁତ୍ୱର ସହ ଶୁଣି ସମ୍ଭାବ୍ୟ ପଦକ୍ଷେପ ପାଇଁ ବିଚାର କରାଯିବ ବୋଲି ଆଶ୍ୱାସନ ଦେଇଥିଲେ। ଏହି ପରିଦର୍ଶନ ସମୟରେ ବୋଡେନ ବ୍ଲକ ବିଡିଓ ଚିନ୍ମୟ ସାଗର, ତହସିଲଦାର ସରିତା ଗୁପ୍ତା, ଆର୍.ଏସ୍. ତହସିଲ ବୋଡେନର ଦିଲୀପ କୁମାର ମାଝୀ, କର୍ଲାକୋଟ ରେଭେନ୍ୟୁ ଇନ୍ସପେକ୍ଟର ବୀରେନ୍ଦ୍ର କୁମାର ମେହେର, କର୍ଲାକୋଟ ସରପଞ୍ଚ ମଙ୍ଗଳ ସିଂ ଦଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ପ୍ରଭାବିତ ଅଞ୍ଚଳର ଲୋକଙ୍କ ମଧ୍ୟରେ ପ୍ରଶାସନ ପ୍ରତି ଆଶା ଓ ବିଶ୍ୱାସକୁ ଆହୁରି ଦୃଢ଼ କରିଥିବା ଦେଖାଯାଇଛି।
Nuapada (ନୂଆପଡ଼ା) • ରିପୋର୍ଟ : କଶ୍ୟପ ଜଗତ

ତୀର୍ଥବାସୀ ଫାଉଣ୍ଡେସନ ପକ୍ଷରୁ ତାଳଚେର ସ୍ୱାସ୍ଥ୍ୟ ଅଭିଯାନ; ଅଗଷ୍ଟ ୧୫ରୁ ଶୁଭାରମ୍ଭ
ତାଳଚେର: ଜନସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟରେ ତୀର୍ଥବାସୀ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଏକ ସ୍ୱାସ୍ଥ୍ୟ ଅଭିଯାନ ଆରମ୍ଭ କରାଯିବ। ଏ ନେଇ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ସମ୍ପାଦକ ଜଗନ୍ନାଥ ପ୍ରଧାନ ଏବଂ ଡା. ଶ୍ୱେତା ସିଂ ରାୟ ସୂଚନା ଦେଇଥିଲେ। ସେମାନେ କହିଥିଲେ ଯେ, ଜେବିଆର୍ ହସ୍ପିଟାଲର ସହଯୋଗରେ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି, ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ ଏବଂ ବିଭିନ୍ନ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ପହଞ୍ଚାଇବା ପାଇଁ ଫାଉଣ୍ଡେସନ ପ୍ରତିବଦ୍ଧ ରହିଛି। ଆଗାମୀ ଦିନରେ ତାଳଚେର ଅଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ, ସଚେତନତା ଶିବିର ଓ ସ୍ୱାସ୍ଥ୍ୟସେବାମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଅନୁଗୋଳରେ ବନ୍ୟା ପ୍ରଭାବିତଙ୍କ ପାଖରେ ପ୍ରଶାସନ
ଅନୁଗୋଳ: ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା ଓ ତ୍ରାଣ କାର୍ଯ୍ୟ ଜୋରଦାର ଭାବେ ଜାରି ରହିଛି। ପୋଲିସ ଅଧିକାରୀମାନେ, ସବ୍-କଲେକ୍ଟର ଓ ତହସିଲଦାରଙ୍କ ସହ ଟିକରପଡ଼ା ଅଞ୍ଚଳର ବେହେରା ସାହି, ମାଝିପଡ଼ା ଏବଂ ଗଇନ୍ଦି ଗ୍ରାମ ପରିଦର୍ଶନ କରି ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ। ଅଧିକାରୀମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ଏହା ସହିତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ସମେତ ସମସ୍ତ ପ୍ରକାରର ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ବନ୍ୟା ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ନୁଖୁରିପଦା ଗ୍ରାମରେ ଡ୍ରେନେଜ୍ ଓ ହାଇମାକ୍ସ ଲାଇଟ୍ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି
ଅନୁଗୋଳ: ଅନୁଗୋଳ ବ୍ଲକ ଅନ୍ତର୍ଗତ ଗଡ଼ତରାସ ଗ୍ରାମ ପଞ୍ଚାୟତର ନୁଖୁରିପଦା ଗ୍ରାମରେ ବର୍ଷା ଦିନରେ ଡ୍ରେନେଜ୍ ବ୍ୟବସ୍ଥାର ଅଭାବ ଯୋଗୁଁ ରାସ୍ତାରେ ପାଣି ଜମି ଗମନାଗମନରେ ସମସ୍ୟା ସୃଷ୍ଟି ହେଉଥିବାରୁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୂତନ ଡ୍ରେନେଜ୍ ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଗ୍ରାମଟି ହାତୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ସାହିରେ ହାଇମାକ୍ସ ଲାଇଟ୍ ସ୍ଥାପନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ଅବସରରେ ସରପଞ୍ଚ ସତ୍ୟଜିତ୍ ସାମଲ, ସମିତି ସଭ୍ୟ ପ୍ରତାପ ପଲେଇ, ବିଜେପି ନେତା ବିପିନ ନାଏକ, ଶିବ ସାମଲ, ଅଜ୍ଞନ ମାଝୀ, ଅନୁଗୋଳ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଲୋକ ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ବିପ୍ଳବ ଓ ପ୍ରତିବାଦର ଦୁଇ ଆଇକନ୍ – ଫିଦେଲ କାଷ୍ଟ୍ରୋ ଏବଂ ଚେ ଗୁଏଭାରା
ଏମାନେ କିଏ ଓ କାହିଁକି ପ୍ରସିଦ୍ଧ? ବାମ ପାର୍ଶ୍ୱର ବ୍ୟକ୍ତିଜଣକ ହେଉଛନ୍ତି କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ତଥା କମ୍ୟୁନିଷ୍ଟ ନେତା ଫିଦେଲ କାଷ୍ଟ୍ରୋ ଏବଂ ଡାହାଣ ପାର୍ଶ୍ୱରେ ଥିବା ତାରକା ଚିହ୍ନିତ ଟୋପି ପିନ୍ଧିଥିବା ବ୍ୟକ୍ତିଜଣକ ହେଉଛନ୍ତି ଆର୍ଜେଣ୍ଟିନାରେ ଜନ୍ମିତ ବିଶ୍ୱପ୍ରସିଦ୍ଧ ମାର୍କ୍ସବାଦୀ ବିପ୍ଳବୀ ଚେ ଗୁଏଭାରା। ସମଗ୍ର ବିଶ୍ୱରେ ଏମାନେ ସାମ୍ରାଜ୍ୟବାଦ, ପୁଞ୍ଜିବାଦ ଏବଂ ଶୋଷଣ ବିରୁଦ୍ଧରେ ସଂଗ୍ରାମର ସର୍ବବୃହତ ପ୍ରତୀକ ଭାବେ ବେଶ୍ ପ୍ରସିଦ୍ଧ। ଏମାନେ କଣ କରିଥିଲେ? କ୍ୟୁବା ବିପ୍ଳବ (୧୯୫୯): ଏହି ଦୁଇ ନେତା ମିଶି ୧୯୫୯ ମସିହାରେ କ୍ୟୁବାର ଆମେରିକା ସମର୍ଥିତ ଏକଛତ୍ରବାଦୀ ଶାସକ ଫୁଲଜେନସିଓ ବାତିସ୍ତାଙ୍କୁ ଏକ ସଶସ୍ତ୍ର ବିପ୍ଳବ ମାଧ୍ୟମରେ କ୍ଷମତାରୁ ହଟାଇଥିଲେ। ସମାନତା ଓ ସମାଜବାଦର ପ୍ରତିଷ୍ଠା: କାଷ୍ଟ୍ରୋ ଏବଂ ଚେ ମିଶି କ୍ୟୁବାରେ ଏକ ସମାଜବାଦୀ ସରକାର ଗଠନ କରିଥିଲେ, ଯାହା ଗରିବ ଲୋକଙ୍କ ପାଇଁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଜମି ସଂସ୍କାର କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇଥିଲା। ଆମେରିକା ସହ ଟକ୍କର: ଏକ ଛୋଟ ଦେଶ ହୋଇ ମଧ୍ୟ ଫିଦେଲ କାଷ୍ଟ୍ରୋଙ୍କ ନେତୃତ୍ୱରେ କ୍ୟୁବା ଦୀର୍ଘ ଦଶନ୍ଧି ଧରି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ଆଧିପତ୍ୟକୁ ଚ୍ୟାଲେଞ୍ଜ କରିଆସିଥିଲା। ଧାରଣାକାରୀମାନେ ଏମାନଙ୍କ ଫଟୋ ଆଗରେ ରଖି କାହିଁକି ଆନ୍ଦୋଳନ କରନ୍ତି? ବର୍ତ୍ତମାନ ସମଗ୍ର ବିଶ୍ୱରେ ତଥା ଭାରତରେ ମଧ୍ୟ ବିଭିନ୍ନ ଶ୍ରମିକ ସଂଗଠନ, ଛାତ୍ର ସଂଗଠନ ଏବଂ ବାମପନ୍ଥୀ ଦଳଗୁଡ଼ିକ ଆନ୍ଦୋଳନ ବା ଧାରଣା ସମୟରେ ବିଦ୍ରୋହ ଓ ପ୍ରତିବାଦର ପ୍ରତୀକ: ଚେ ଗୁଏଭାରାଙ୍କ ଚେହେରା ଆଜି ସାରା ଦୁନିଆରେ ଅନ୍ୟାୟ, ଅତ୍ୟାଚାର ଏବଂ ସରକାରୀ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ଏକ ବଡ଼ ପ୍ରତୀକ ପାଲଟିଛି। ଶ୍ରମିକ ଓ ଗରିବଙ୍କ ସ୍ୱର: ଏହି ଦୁଇ ନେତା ସେମାନଙ୍କ ଜୀବନକାଳ ମଧ୍ୟରେ ପୁଞ୍ଜିପତି ଓ କଳକାରଖାନା ମାଲିକମାନଙ୍କ ଦ୍ୱାରା ଗରିବ ଶ୍ରମିକ ଶ୍ରେଣୀର ଶୋଷଣ ବିରୁଦ୍ଧରେ ଲଢ଼େଇ କରିଥିଲେ। ତେଣୁ ନିଜର ହକ ପାଇଁ ଲଢୁଥିବା ଶ୍ରମିକ ଓ ସାଧାରଣ ଜନତା ଏମାନଙ୍କୁ ନିଜର ପ୍ରେରଣା ମାନନ୍ତି। ସାହସ ଓ ସଂକଳ୍ପର ବାର୍ତ୍ତା: ଧାରଣାକାରୀମାନେ ନିଜ ଭିତରେ ବୈପ୍ଳବିକ ଜୋସ୍ ଏବଂ ଶକ୍ତି ବଜାୟ ରଖିବା ପାଇଁ ଏହି ଫଟୋକୁ ଆଗରେ ରଖନ୍ତି, ଯାହା ସୂଚାଇଥାଏ ଯେ "ଆମେ ନିଜ ଅଧିକାର ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବୁ"। ସଂକ୍ଷେପରେ କହିବାକୁ ଗଲେ, ଯେଉଁଠାରେ ଶୋଷଣ ବିରୁଦ୍ଧରେ ଆନ୍ଦୋଳନ କିମ୍ବା "କ୍ରାନ୍ତି" (Revolution) ର କଥା ଆସେ, ସେଠାରେ ଫିଦେଲ କାଷ୍ଟ୍ରୋ ଏବଂ ଚେ ଗୁଏଭାରାଙ୍କ ବିଚାରଧାରାକୁ ଆନ୍ଦୋଳନର ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରାଯାଏ।
Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର ରୁ ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼
