--:--:--
-- ---
Srishti News

Web News

ନିଶାଦ୍ରବ୍ୟ ଜବତ, ନାବାଳକ ଅଭିଯୁକ୍ତ ଧରାପଡ଼ିଲା
Aug 22, 2026•58 views

ନିଶାଦ୍ରବ୍ୟ ଜବତ, ନାବାଳକ ଅଭିଯୁକ୍ତ ଧରାପଡ଼ିଲା

ଭଦ୍ରକ: ଧାମନଗର ଛକ ଅଞ୍ଚଳରେ ନିଶାଦ୍ରବ୍ୟ କାରବାର ଅଭିଯୋଗରେ ପୁରୁଣା ବଜାର ଥାନା ପକ୍ଷରୁ ଏକ NDPS ମାମଲା ରୁଜୁ କରାଯାଇଛି। ଏନେଇ PS Case No. 350, ତା. 20.08.2026ରେ NDPS Actର ଧାରା 21(b)/29(1) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଚନ୍ଦନ ବଜାର ଅଞ୍ଚଳର SK ଅନିଶ ଓରଫ ନଦିମ (17)ଙ୍କୁ ଅଭିଯୁକ୍ତ କରାଯାଇଛି। ତାଙ୍କଠାରୁ ୯.୩୦ ଗ୍ରାମ ନିଶାଦ୍ରବ୍ୟ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। SI ରସ୍ମିତା ମଲ୍ଲିକଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଥିବା ବେଳେ SI କାର୍ତ୍ତିକ ଜେନା ତଦନ୍ତ କରୁଛନ୍ତି। ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ଶ୍ରୀ ଭରତ ପଲ୍ଲୀ ମହାଲିକ ଉପସ୍ଥିତ ଥିଲେ।

Bhadrak (ଭଦ୍ରକ) • ଶିଶିର ସ୍ୱାଇଁ

Empowering Youth Through Entrepreneurship: Startup Odisha Programme Held at Sinapali Degree College
Aug 22, 2026•55 views

Empowering Youth Through Entrepreneurship: Startup Odisha Programme Held at Sinapali Degree College

Sinapali, Nuapada, 21/08: An Awareness cum Startup Odisha programme aimed at nurturing entrepreneurial spirit and promoting self-reliance among the youth was organised at Sinapali Degree College in Nuapada district on Thursday. The programme was jointly organised by the District Industries Centre and the MSME Department, Government of Odisha. The programme was inaugurated by Karmi Oram, BDO, Sinapali, who attended as the chief guest. Addressing the gathering, Oram emphasised the importance of creating an environment where young people can transform innovative ideas into viable enterprises. He said encouraging innovation and entrepreneurship among the younger generation would play an important role in realising the vision of a developed India. Oram further highlighted the government’s commitment to empowering young people through micro, small and medium enterprises (MSMEs). He encouraged students to explore entrepreneurship as a career option and make use of the various government schemes and institutional support available to aspiring entrepreneurs. District Industries Centre General Manager Samir Muduli, along with Rajanikanta Meher and Lecturer Khetramohan Duria, also addressed the gathering. They spoke about the opportunities available under Startup Odisha and various government initiatives designed to encourage new entrepreneurs, facilitate enterprise development and provide necessary incentives and support. A key focus of the programme was to familiarise students with the ecosystem available for setting up and expanding small businesses. Participants were apprised of different government schemes, incentives, financial assistance and other support mechanisms that can help young entrepreneurs convert their ideas into sustainable business ventures. The programme witnessed enthusiastic participation from students and faculty members. The interaction provided students with an opportunity to understand the practical aspects of entrepreneurship and the avenues available to them through government-supported initiatives. The successful organisation of the programme was facilitated by Block Coordinator Sunil Oram and College Coordinator Nitesh Kumar Meher, whose coordination and support contributed significantly to the smooth conduct of the event. The programme concluded with an emphasis on encouraging the youth of the region to move beyond conventional career choices and explore entrepreneurship, innovation and self-employment as pathways towards economic independence and local development. Photo Caption: Officials, faculty members and students pose during the Awareness and Startup Odisha programme at Sinapali Degree College on Thursday.

Nuapada (ନୂଆପଡ଼ା) • Reports: Malaya Meher, District Correspondent

ଖଡ଼ିଆଳରେ ଫୁଟବଲ ମହାକୁମ୍ଭ-୨୦୨୬ ପାଇଁ ପ୍ରସ୍ତୁତି: ୬୯ ଦଳକୁ ନେଇ ସେପ୍ଟେମ୍ବର ୨୦ରୁ ମହାସମର
Aug 22, 2026•23 views

ଖଡ଼ିଆଳରେ ଫୁଟବଲ ମହାକୁମ୍ଭ-୨୦୨୬ ପାଇଁ ପ୍ରସ୍ତୁତି: ୬୯ ଦଳକୁ ନେଇ ସେପ୍ଟେମ୍ବର ୨୦ରୁ ମହାସମର

ନୂଆପଡ଼ା, ୨୧/୦୮: ଗ୍ରାମାଞ୍ଚଳର ଫୁଟବଲ ପ୍ରତିଭାକୁ ମଞ୍ଚ ଦେବା ସହ ଯୁବପିଢ଼ି ମଧ୍ୟରେ କ୍ରୀଡ଼ା ମନୋଭାବ ବିକାଶ ଲକ୍ଷ୍ୟରେ ଖଡ଼ିଆଳରେ ଚତୁର୍ଥ ‘ଫୁଟବଲ ମହାକୁମ୍ଭ-୨୦୨୬’ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏନେଇ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପରିସରରେ କେ.ସି.ଏସ୍‌.ଏ. (KCSA) ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଧାୟକ ଅଧିରାଜ ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆସନ୍ତା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଖଡ଼ିଆଳ ରାଜା ଏ.ଟି. ଖେଳ ପଡ଼ିଆରେ ଏହି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଖଡ଼ିଆଳ ବିଧାନସଭା ମଣ୍ଡଳୀ ଅଧୀନ ବୋଡ଼େନ, ସିନାପାଲି ଓ ଖଡ଼ିଆଳ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ସମେତ ଖଡ଼ିଆଳ ଏନ୍‌ଏସିରୁ ମୋଟ ୬୯ଟି ଦଳ ଏଥିରେ ଅଂଶଗ୍ରହଣ କରିବେ। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ନିଜ ପଞ୍ଚାୟତର ଖେଳାଳିମାନେ ହିଁ ଦଳରେ ସାମିଲ ହୋଇପାରିବେ। KCSA ସଭାପତି ସନ୍ତୋଷ ପଟ୍ଟନାୟକ, ଆୟୋଜନ କମିଟି ସମ୍ପାଦକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଛବି ସାଗରଙ୍କ ଆମନ୍ତ୍ରଣକ୍ରମେ ଆୟୋଜିତ ବୈଠକରେ କମିଟିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ସୁଚାରୁ ଭାବେ ପ୍ରତିଯୋଗିତା ପରିଚାଳନା ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି। ପ୍ରତିଯୋଗିତାର ସମସ୍ତ ଖର୍ଚ୍ଚ ବିଧାୟକ ଅଧିରାଜ ପାଣିଗ୍ରାହୀ ବହନ କରିବା ସହ ପ୍ରତ୍ୟେକ ଦଳର ଖେଳାଳିଙ୍କୁ ଜର୍ସି ପ୍ରଦାନ କରିବେ। ଏଥର ପ୍ରତ୍ୟେକ ପଞ୍ଚାୟତର ଜର୍ସିର ରଙ୍ଗ ସହ ସମନ୍ୱୟ ରଖି ପତାକା ମଧ୍ୟ ପ୍ରସ୍ତୁତ କରାଯିବ। ପ୍ରତିଯୋଗିତାରେ ରେଫରୀଙ୍କ ନିଷ୍ପତ୍ତିକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ। ଏହାସହ ସମସ୍ତ ମ୍ୟାଚର ସିଧାପ୍ରସାରଣ ୟୁଟ୍ୟୁବ ମାଧ୍ୟମରେ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଫୁଟବଲ ମହାକୁମ୍ଭ ମାଧ୍ୟମରେ ଗ୍ରାମାଞ୍ଚଳରେ ଲୁଚି ରହିଥିବା ଅନେକ ପ୍ରତିଭାବାନ ଖେଳାଳିଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ। ଭଲ ପ୍ରଦର୍ଶନ କରୁଥିବା ଖେଳାଳିମାନେ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସୁଯୋଗ ପାଇବାର ଆଶା ରହିଛି। ପ୍ରତିବର୍ଷ ଏଭଳି ବୃହତ୍‌ କ୍ରୀଡ଼ା ଆୟୋଜନ କରି ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରୁଥିବାରୁ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଉଦ୍ୟମକୁ ଫୁଟବଲପ୍ରେମୀ ଓ କ୍ରୀଡ଼ାପ୍ରେମୀମାନେ ପ୍ରଶଂସା କରିଛନ୍ତି।

Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ

Football Mahakumbh 2026 Preparations Underway in Khariar: 69 Teams to Battle from September 20
Aug 22, 2026•85 views

Football Mahakumbh 2026 Preparations Underway in Khariar: 69 Teams to Battle from September 20

Nuapada, August 21: Preparations are in full swing for the fourth edition of the ‘Football Mahakumbh 2026’ in Khariar, aimed at promoting sports and providing a platform for emerging football talent from rural areas. A key preparatory meeting was held at the Khariar Cultural Institution premises under the aegis of KCSA, with Khariar MLA Adhiraj Panigrahi presiding over the meeting. The tournament will be held from September 20 to October 6 at the Khariar Raja A.T. Playground. A total of 69 teams from every panchayat under Boden, Sinapali and Khariar blocks, along with teams from Khariar NAC, will participate in the tournament. As in previous years, only players belonging to their respective panchayats will be eligible to represent the teams. The meeting was organised following an invitation from KCSA president Santosh Patnaik, organising committee secretary Jitendra Nath Patnaik and treasurer Chhabi Sagar. Members and office-bearers of the organising committee attended the meeting, where an executive committee was formed and various responsibilities were assigned for the smooth conduct of the tournament. MLA Adhiraj Panigrahi will bear the expenses of the tournament and provide jerseys to the participating players. This year, flags matching the jersey colours of the respective panchayats will also be introduced, adding a colourful dimension to the sporting extravaganza. The organisers have decided that the referee’s decision will be final in all matches. In another major attraction, all matches will be streamed live on YouTube, enabling football enthusiasts to watch the tournament beyond the stadium. The Football Mahakumbh is expected to provide a valuable platform for talented players from rural areas to showcase their skills. Players who perform well may get opportunities to represent their teams at district and state-level competitions in the future. With the tournament being organised successfully every year, football lovers and sports enthusiasts have appreciated MLA Adhiraj Panigrahi’s initiative to promote football and encourage young sporting talent in the Khariar Assembly constituency.

Nuapada (ନୂଆପଡ଼ା) • Reports: Malaya Meher, DC

ବୋଦୁଅ ଦଳିତ ସାହିରେ ଜଳବନ୍ଦୀ ଜୀବନ: ଦୁର୍ଗନ୍ଧରେ ଅସୁସ୍ଥ ଲୋକେ, ଦୀର୍ଘଦିନ ଧରି ବନ୍ଦ ରାସ୍ତା; ପ୍ରଶାସନ ନିରବ
Aug 22, 2026•36 views

ବୋଦୁଅ ଦଳିତ ସାହିରେ ଜଳବନ୍ଦୀ ଜୀବନ: ଦୁର୍ଗନ୍ଧରେ ଅସୁସ୍ଥ ଲୋକେ, ଦୀର୍ଘଦିନ ଧରି ବନ୍ଦ ରାସ୍ତା; ପ୍ରଶାସନ ନିରବ

ବରୀ, ୨୨/୦୮: ବନ୍ୟାଜଳ କମିଛି, ହେଲେ ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତର ୧୩ ନମ୍ବର ୱାର୍ଡ ଦଳିତ ସାହିବାସୀଙ୍କ ଦୁର୍ଦ୍ଦଶା କମିନାହିଁ। ଦୀର୍ଘଦିନ ଧରି ସାହି ରାସ୍ତାରେ ପ୍ରାୟ ଦୁଇ ଫୁଟ ଉଚ୍ଚତାରେ ପାଣି ଜମି ରହିଥିବାରୁ ପ୍ରାୟ ୬୦ ପରିବାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ପାଣି ନିଷ୍କାସନର କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାରୁ ସମସ୍ୟା ଦିନକୁ ଦିନ ଗମ୍ଭୀର ହେଉଛି। ସାହି ରାସ୍ତାରେ ଜମିଥିବା ଦୂଷିତ ପାଣିରେ ଆବର୍ଜନା ଓ ପଶୁଙ୍କ ମଳମୂତ୍ର ମିଶି ଯାଇଥିବାରୁ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଜ୍ୱର, ଚର୍ମରୋଗ ଓ ତରଳ ଝାଡ଼ା ଭଳି ରୋଗ ବ୍ୟାପିବାର ଅଭିଯୋଗ ହୋଇଛି। ବିଶେଷକରି ଶିଶୁ, ଗର୍ଭବତୀ ମହିଳା ଓ ବୃଦ୍ଧମାନେ ଏଥିରେ ଅଧିକ ପ୍ରଭାବିତ ହେଉଥିବା ସାହିବାସୀ କହିଛନ୍ତି। ସାହିର ରାସ୍ତା ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ଓ ରୋଗୀଙ୍କୁ ଚିକିତ୍ସା ପାଇଁ ନେବା ମଧ୍ୟ ଦୁର୍ହର ହୋଇପଡ଼ିଛି। ଘରୁ ବାହାରିବାକୁ ହେଲେ ଦୂଷିତ ପାଣି ମଧ୍ୟରେ ଯିବାକୁ ପଡ଼ୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସାହିବାସୀଙ୍କ ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ୱାର୍ଡ ସଭ୍ୟ ଓ ସରପଞ୍ଚଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ଏପର୍ଯ୍ୟନ୍ତ ପ୍ରଶାସନର କୌଣସି ଅଧିକାରୀ ସାହିରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତୁରନ୍ତ ଦୂଷିତ ପାଣି ନିଷ୍କାସନ, ରାସ୍ତା ମରାମତି ଏବଂ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସାହିବାସୀ ଦାବି କରିଛନ୍ତି। ଦୀର୍ଘଦିନ ଧରି ଏକ ଦଳିତ ବସ୍ତି ଏଭଳି ଅବ୍ୟବସ୍ଥାରେ ପଡ଼ି ରହିଥିବା ବେଳେ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ ଉଠିଛି।

Jajpur (ଯାଜପୁର) • ବରୀରୁ ନିର୍ମଳ ଜେନା

ଉମେଶ ଖିଲାରଙ୍କ ଦେହାନ୍ତରେ OMWU ସଭାପତିଙ୍କ ଶୋକ ପ୍ରକାଶ: ଅନ୍ତିମ ଦର୍ଶନ କରି ପରିବାରକୁ ଜଣାଇଲେ ସମବେଦନା
Aug 22, 2026•19 views

ଉମେଶ ଖିଲାରଙ୍କ ଦେହାନ୍ତରେ OMWU ସଭାପତିଙ୍କ ଶୋକ ପ୍ରକାଶ: ଅନ୍ତିମ ଦର୍ଶନ କରି ପରିବାରକୁ ଜଣାଇଲେ ସମବେଦନା

ସୁକିନ୍ଦା, ୨୨/୦୮: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାନତିରା ଗ୍ରାମପଞ୍ଚାୟତର ରାବଣା ଗ୍ରାମର ଶ୍ରୀ ଉମେଶ ଖିଲାରଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଖବର ପାଇ OMWU ସଭାପତି ସବ୍ୟସାଚୀ ବଳସାମନ୍ତ ଶୋକସନ୍ତପ୍ତ ପରିବାରଙ୍କ ନିକଟରେ ପହଞ୍ଚି ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ବଳସାମନ୍ତ ଉମେଶ ଖିଲାରଙ୍କ ବାସଭବନରେ ପହଞ୍ଚି ମୃତଦେହର ଅନ୍ତିମ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହ ଶୋକାକୁଳ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇ ଏହି ଦୁଃଖଦ ସମୟରେ ପରିବାର ସହ ସେ ରହିଥିବା କହିଥିଲେ। ଏହି ଅବସରରେ ସେ ଦିବଂଗତ ଉମେଶ ଖିଲାରଙ୍କ ଅମର ଆତ୍ମାର ସଦ୍‌ଗତି ଓ ଶାନ୍ତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ ଦୁଃଖକୁ ସହିବା ପାଇଁ ଭଗବାନ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।

Jajpur (ଯାଜପୁର) • ଅନିଲ କୁମାର ଜେନା

Nuapada Focuses on Livestock Development and Self-Reliance
Aug 22, 2026•17 views

Nuapada Focuses on Livestock Development and Self-Reliance

Monthly review meeting assesses progress of schemes; successful livestock farmers felicitated Nuapada, August 21: The Nuapada district administration has laid emphasis on strengthening livestock farming as a sustainable source of livelihood and making livestock farmers more self-reliant. A monthly review meeting of the Animal Husbandry Department was held at the conference hall of the Collector’s Office under the chairmanship of District Collector Madhusudan Dash. During the meeting, Chief District Veterinary Officer Dr. Sukhendu Ray presented a detailed report on the progress and implementation of various livestock development schemes being undertaken by the department. On the occasion, leading livestock farmers who had achieved notable success under different schemes were felicitated by the District Collector with certificates of appreciation and traditional uttariyas. The awardees included Shanti Bagarti of Sinapali Block for the 3,000-bird poultry farming scheme, Bhramar Singh Majhi of Boden Block for the 2,000-bird poultry farming scheme, Premashila Punji of Komna Block for the 30+2 sheep farming scheme, Hirantini Bag of Nuapada Block for the 2,500-bird poultry farming scheme, and Madhuri of Khariar Block for the 3,000-bird poultry farming scheme. The District Collector directed officials to accelerate livestock insurance and vaccination programmes across the district. He also stressed the need to promote fodder cultivation on a larger scale to increase milk production and strengthen the income and livelihood opportunities of livestock farmers. The meeting also discussed ensuring that eligible livestock farmers receive the benefits of various government schemes and that field-level veterinary services and awareness programmes are strengthened for better implementation. Veterinary officers, veterinary doctors from all blocks of the district and the felicitated livestock farmers attended the meeting. The session concluded with a vote of thanks.

Nuapada (ନୂଆପଡ଼ା) • Malaya Meher

ପ୍ରାଣୀପାଳନରେ ସ୍ୱାବଲମ୍ବନ ଉପରେ ନୂଆପାଡ଼ା ପ୍ରଶାସନର ଗୁରୁତ୍ୱ: ମାସିକ ସମୀକ୍ଷା ବୈଠକରେ ଉନ୍ନତିର ରୋଡ୍‌ମ୍ୟାପ୍; ସଫଳ ପ୍ରାଣୀପାଳକଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ
Aug 22, 2026•16 views

ପ୍ରାଣୀପାଳନରେ ସ୍ୱାବଲମ୍ବନ ଉପରେ ନୂଆପାଡ଼ା ପ୍ରଶାସନର ଗୁରୁତ୍ୱ: ମାସିକ ସମୀକ୍ଷା ବୈଠକରେ ଉନ୍ନତିର ରୋଡ୍‌ମ୍ୟାପ୍; ସଫଳ ପ୍ରାଣୀପାଳକଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

ନୂଆପାଡ଼ା, ୨୧/୦୮: ପ୍ରାଣୀପାଳନକୁ ଜୀବିକାର ଏକ ସଶକ୍ତ ମାଧ୍ୟମରେ ପରିଣତ କରି ପ୍ରାଣୀପାଳକଙ୍କୁ ସ୍ୱାବଲମ୍ବୀ କରିବା ଉପରେ ନୂଆପାଡ଼ା ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକରେ ବିଭାଗୀୟ ଯୋଜନାର ଅଗ୍ରଗତି ସହ ପ୍ରାଣୀପାଳକଙ୍କ ଆୟ ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁଖେନ୍ଦୁ ରାୟ ବିଭାଗ ପକ୍ଷରୁ ଚାଲୁଥିବା ବିଭିନ୍ନ ପ୍ରାଣୀପାଳନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଗ୍ରଣୀ ପ୍ରାଣୀପାଳକମାନଙ୍କୁ ଜିଲ୍ଲାପାଳ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ୩,୦୦୦ କୁକୁଡ଼ା ପାଳନ ଯୋଜନାରେ ସିନାପାଲି ବ୍ଲକ୍‌ର ଶାନ୍ତି ବଗର୍ତ୍ତି, ୨,୦୦୦ କୁକୁଡ଼ା ପାଳନ ଯୋଜନାରେ ବୋଡ଼େନ ବ୍ଲକ୍‌ର ଭ୍ରମର ସିଂହ ମାଝୀ, ୩୦+୨ ମେଣ୍ଢା ପାଳନ ଯୋଜନାରେ କୋମନା ବ୍ଲକ୍‌ର ପ୍ରେମଶିଳା ପୁଞ୍ଜି, ୨,୫୦୦ କୁକୁଡ଼ା ପାଳନ ଯୋଜନାରେ ନୂଆପାଡ଼ା ବ୍ଲକ୍‌ର ହିରନ୍ତିନି ବାଗ ଏବଂ ୩,୦୦୦ କୁକୁଡ଼ା ପାଳନ ଯୋଜନାରେ ଖରିଆର ବ୍ଲକ୍‌ର ମାଧୁରୀଙ୍କୁ ସମ୍ମାନିତ କରାଯାଇଥିଲା। ବୈଠକରେ ଜିଲ୍ଲାପାଳ ଗୃହପାଳିତ ପ୍ରାଣୀଙ୍କ ବୀମାକରଣ ଓ ଟୀକାକରଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଘାସ ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ସହ ପ୍ରାଣୀପାଳକଙ୍କ ଆୟ ବଢ଼ାଇବା ଦିଗରେ ଯୋଜନାଗୁଡ଼ିକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାର ପ୍ରାଣୀପାଳକମାନେ ଯେପରି ଯୋଜନାର ସୁଯୋଗ ନେଇ ନିଜ ଜୀବିକାକୁ ସୁଦୃଢ଼ କରିପାରିବେ, ସେଥିପାଇଁ କ୍ଷେତ୍ରସ୍ତରରେ ସଚେତନତା ଓ ସେବା ପ୍ରଦାନକୁ ଅଧିକ ସକ୍ରିୟ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍‌ର ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ଚିକିତ୍ସକ ଓ ସମ୍ମାନିତ ପ୍ରାଣୀପାଳକମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ବୈଠକ ସମାପ୍ତ ହୋଇଥିଲା।

Nuapada (ନୂଆପଡ଼ା) • ବିଜୟ ବରିହା

ପୂର୍ବତନ ଉପନଗରପାଳ ତଥା ବ୍ୟବସାୟୀ ମହାସଂଘର ପୂର୍ବତନ ସଭାପତି ରାମ ଅବତାରଙ୍କ ପରଲୋକ
Aug 22, 2026•139 views

ପୂର୍ବତନ ଉପନଗରପାଳ ତଥା ବ୍ୟବସାୟୀ ମହାସଂଘର ପୂର୍ବତନ ସଭାପତି ରାମ ଅବତାରଙ୍କ ପରଲୋକ

ଖୋର୍ଦ୍ଧା, ୨୧/୮: ଖୋର୍ଦ୍ଧା ସହରର ବରିଷ୍ଠ ନାଗରିକ, ପୂର୍ବତନ ଉପନଗରପାଳ ବ୍ୟବସାୟୀ ମହାସଂଘ ସଭାପତି ତଥା ବିଶିଷ୍ଟ ସମାଜସେବୀ ରାମ ଅବତାରଙ୍କ ଶୁକ୍ରବାର ମଧ୍ୟାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ଖୋର୍ଦ୍ଧା ସହରର ବ୍ୟବସାୟୀ ମହଲ, ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନ ସମେତ ସାଧାରଣ ମହଲରେ ଶୋକର ଛାୟା ଖେଳିଯାଇଛି।ସ୍ୱର୍ଗତ ରାମ ଅବତାର ୧୯୩୯ ମସିହା ଅକ୍ଟୋବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ସ୍ୱର୍ଗତ ଭିକାରୀଲାଲଙ୍କ ପୁତ୍ର ଥିଲେ। ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ଓ ସରଳ ମନୋଭାବର ବ୍ୟକ୍ତି ଭାବେ ସେ ଖୋର୍ଦ୍ଧା ସହରରେ ବେଶ୍‌ ପରିଚିତ ଥିଲେ। ବିଭିନ୍ନ ସାମାଜିକ, ଧାର୍ମିକ ଓ ବ୍ୟବସାୟିକ ସଂଗଠନ ସହିତ ଦୀର୍ଘବର୍ଷ ଧରି ସେ ସକ୍ରିୟ ଭାବେ ଜଡ଼ିତ ରହିବା ସହିତ ସମାଜସେବାରେ ନିଜକୁ ନିୟୋଜିତ ରଖିଥିଲେ।୧୯୭୯ ମସିହାରୁ ୧୯୮୩ ମସିହା ପର୍ଯ୍ୟନ୍ତ ସେ ତତ୍କାଳୀନ ଖୋର୍ଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପନଗରପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ କାର୍ଯ୍ୟକାଳରେ ଖୋର୍ଦ୍ଧା ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସହରର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ତାଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ଧାର୍ମିକ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଥିଲା। ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମସ୍ଥିତ ପ୍ରଭୁ ଶ୍ରୀ ଧବଳେଶ୍ୱର ଦେବଙ୍କ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଭାବେ ସେ ଦୀର୍ଘବର୍ଷ ଦାୟିତ୍ୱ ତୁଲାଇଥିଲେ। ସେହିପରି ରାଜ୍ୟର ପ୍ରମୁଖ ଐତିହାସିକ ଓ ଧାର୍ମିକ ପୀଠ ମା’ ବରୁଣେଇ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଭାବେ ମଧ୍ୟ ସେ ୧୯୮୦ରୁ ୧୯୮୬ ମସିହା ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ।ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ସ୍ୱର୍ଗତ ରାମ ଅବତାରଙ୍କର ଦୀର୍ଘ ଅବଦାନ ରହିଥିଲା। ୧୯୮୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ଚେମ୍ବର ଅଫ୍ କମର୍ସର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ୧୯୯୫ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଖୋର୍ଦ୍ଧା ବ୍ୟବସାୟୀ ମହାସଂଘର ସଭାପତି ଭାବେ ରହି ବ୍ୟବସାୟୀମାନଙ୍କ ବିଭିନ୍ନ ସମସ୍ୟା ଓ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ୧୯୯୯ ମସିହାରେ ସେ ଜିଲ୍ଲା କଞ୍ଜ୍ୟୁମର ପ୍ରୋଟେକ୍ସନ କାଉନସିଲର ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲେ। ତାଙ୍କ ମୃତ୍ୟୁ ସମ୍ବାଦ ପାଇ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବ୍ୟବସାୟୀ ମହାସଂଘର ପୂର୍ବତନ ସଭାପତି ଶାରଦା ଚରଣ ପଟ୍ଟନାୟକ, ଚେମ୍ବର ଅଫ୍ କମର୍ସର ସଭାପତି ମଦନ ମୋହନ ରାମ, ଜିତେନ୍ଦ୍ର କୁମାର ଭଞ୍ଜ, ଜ୍ୟୋତି ପ୍ରସାଦ ରାମ, ସୁଧାକର ତ୍ରିପାଠୀ, ଚନ୍ଦ୍ରଶେଖର ମହାରଣା, ମାନସ ରଞ୍ଜନ ପଟ୍ଟନାୟକ, ପି. ନନ୍ଦକିଶୋର ପାତ୍ରଙ୍କ ସମେତ ୧୩ ନମ୍ବର ୱାର୍ଡ ମେମ୍ବରଙ୍କ ପ୍ରତିନିଧି ରାଜେଶ ପ୍ରଧାନ ଓ ୧୮ ନମ୍ବର ୱାର୍ଡ ମେମ୍ବରଙ୍କ ପ୍ରତିନିଧି ବଦ୍ରିନାରାୟଣ ସାହୁ ପ୍ରମୁଖ ଖୋର୍ଦ୍ଧା ମେନ୍‌ରୋଡସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଏହି ଅବସରରେ ସେମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ସ୍ୱର୍ଗତ ରାମ ଅବତାରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ତାଙ୍କ ବିୟୋଗରେ ଖୋର୍ଦ୍ଧା ସହର ଜଣେ ଅଭିଜ୍ଞ ସମାଜସେବୀ, ଜନସେବୀ ଓ ବ୍ୟବସାୟୀ ନେତାଙ୍କୁ ହରାଇଲା ବୋଲି ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ସାମ୍ବାଦିକ ଭବନ ପଛରେ ସରକାରୀ ଜମିରେ ରାତିଅଧିଆ ଖନନ ଅଭିଯୋଗ
Aug 22, 2026•66 views

ସାମ୍ବାଦିକ ଭବନ ପଛରେ ସରକାରୀ ଜମିରେ ରାତିଅଧିଆ ଖନନ ଅଭିଯୋଗ

ଜେସିବି ଲଗାଇ ଗାତ ଖୋଳା, ଗଛ ନଷ୍ଟ ଓ ମାଙ୍କଡ଼ା ପଥର ଭଙ୍ଗାକୁ ନେଇ ସାମ୍ବାଦିକ ମହଲରେ କ୍ଷୋଭ; ନିରପେକ୍ଷ ତଦନ୍ତ ଦାବି ଖୋର୍ଦ୍ଧା, ୨୧/୮: ଖୋର୍ଦ୍ଧା ସାମ୍ବାଦିକ ଭବନ ପଛପଟେ ଥିବା କଥିତ ସରକାରୀ ଜମିରେ ରାତିଅଧିଆ ଜେସିବି ଲଗାଇ ଗାତ ଖୋଳିବା, ସେଠାରେ ଥିବା ବିଭିନ୍ନ ଗଛ କାଟିବା ବା କ୍ଷତିଗ୍ରସ୍ତ କରିବା ଏବଂ ବହୁ ପରିମାଣର ମାଙ୍କଡ଼ା ପଥର ଭାଙ୍ଗିବା ଅଭିଯୋଗକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାସ୍ଥଳର ମାପଚୁପ କରି ଜମିର ପ୍ରକୃତ ସ୍ଥିତି ନିର୍ଦ୍ଧାରଣ ସହ ଖନନ ପାଇଁ ଅନୁମତି ଥିଲା କି ନାହିଁ, ତାହାର ନିରପେକ୍ଷ ତଦନ୍ତ କରିବାକୁ ସାମ୍ବାଦିକମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ସୂଚନାନୁଯାୟୀ, ଖୋର୍ଦ୍ଧାରେ ଏକ ସାମ୍ବାଦିକ ଭବନ ପ୍ରତିଷ୍ଠା କରିବା ନେଇ ସାମ୍ବାଦିକମାନେ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ଏହି ଦାବି ପରିପ୍ରେକ୍ଷୀରେ ତତ୍କାଳୀନ ଭୁବନେଶ୍ୱର ଲୋକସଭା ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ତତ୍କାଳୀନ ଓଡ଼ିଶା ସରକାରଙ୍କ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ଏବଂ ୧୦ ନମ୍ବର ୱାର୍ଡର କାଉନସିଲର ମଧୁସ୍ମିତା ପରିଡ଼ାଙ୍କ ଉପସ୍ଥିତିରେ ୨୦୧୩ ମସିହା ଅଗଷ୍ଟ ୭ ତାରିଖରେ ସାମ୍ବାଦିକ ଭବନର ଔପଚାରିକ ଉଦ୍‌ଘାଟନ ହୋଇଥିଲା। ସାମ୍ବାଦିକ ଭବନ ପ୍ରତିଷ୍ଠା ପରଠାରୁ ଏହା କେବଳ ସାମ୍ବାଦିକମାନଙ୍କ ବୈଠକସ୍ଥଳ ହୋଇ ରହିନାହିଁ। ବିଭିନ୍ନ ସାମାଜିକ, ଜନକଲ୍ୟାଣମୂଳକ ଓ ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଏହା ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ହୋଇଛି। ପ୍ରତି ତିନି ମାସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ବୃକ୍ଷରୋପଣ, ଜଳଛତ୍ର, ସଡ଼କ ସୁରକ୍ଷା ସଚେତନତା ସପ୍ତାହ ସମେତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହୋଇଆସୁଛି। ଫଳରେ ସାମ୍ବାଦିକ ଭବନ କେବଳ ସାମ୍ବାଦିକମାନଙ୍କ ନୁହେଁ, ଜିଲ୍ଲାବାସୀ ଓ ପ୍ରଶାସନର ମଧ୍ୟ ଏକ ଆସ୍ଥାର କେନ୍ଦ୍ର ପାଲଟିଛି।ତେବେ ଏହି ଭବନର ପଛପଟେ ଥିବା ଜମିକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି। ସାମ୍ବାଦିକମାନଙ୍କ କହିବାନୁଯାୟୀ, ଉକ୍ତ ଅଞ୍ଚଳରେ ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ କରାଯାଇ ଏହାକୁ ଏକ ସବୁଜ ପରିବେଶରେ ପରିଣତ କରିବାର ଯୋଜନା ରହିଥିଲା। ମାତ୍ର ଦୁଇ ଦିନ ତଳେ ରାତି ସମୟରେ ଏକ ଜେସିବି ମେସିନ୍‌ ଲଗାଇ ଉକ୍ତ ସ୍ଥାନରେ ଗାତ ଖୋଳାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ପେନସନର୍ସ ଆସୋସିଏସନ୍‌ ପକ୍ଷରୁ ଏହି ଖନନ କାର୍ଯ୍ୟ କରାଯାଇଥିବା କୁହାଯାଉଛି। ତେବେ ଏହି ଅଭିଯୋଗର ସତ୍ୟତା ଏବଂ ଖନନ ପାଇଁ କୌଣସି ସରକାରୀ ଅନୁମତି ନିଆଯାଇଥିଲା କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖନନ ସମୟରେ ସ୍ଥାନରେ ଥିବା ତାଳ, ଖଜୁରୀ, ଶାଗୁଆନ, ଶିଶୁ ଆଦି ବିଭିନ୍ନ ଗଛ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଥିବା ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି। ଏଥିସହ ପ୍ରାୟ ୨୦୦ରୁ ଅଧିକ ମାଙ୍କଡ଼ା ପଥର ଭାଙ୍ଗି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।ସରକାରୀ ଜମିରେ ଥିବା ଗଛଗୁଡ଼ିକ କେଉଁ ଅନୁମତି ବଳରେ କ୍ଷତିଗ୍ରସ୍ତ ହେଲା ଏବଂ ଜମିର ସ୍ୱରୂପ ପରିବର୍ତ୍ତନ ପାଇଁ କାହାର ଅନୁମୋଦନ ଥିଲା, ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବିଶେଷକରି ରାଜ୍ୟରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ସରକାରୀ ଜମିରେ ଥିବା ପୁରୁଣା ଗଛ ନଷ୍ଟ ହେବା ଘଟଣାର ତଦନ୍ତ ଆବଶ୍ୟକ ବୋଲି ସାମ୍ବାଦିକମାନେ କହିଛନ୍ତି। ଏହି ଘଟଣା ପରେ ସାମ୍ବାଦିକ ମହଲରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି। ସରକାରୀ ଜମିରେ ଖନନ, ନିର୍ମାଣ କିମ୍ବା ଜମିର ସ୍ୱରୂପରେ ପରିବର୍ତ୍ତନ ଭଳି କାର୍ଯ୍ୟ ପୂର୍ବରୁ ସମ୍ପୃକ୍ତ ବିଭାଗର ଅନୁମତି ନିଆଯାଇଥିଲା କି ନାହିଁ, ତାହା ଯାଞ୍ଚ କରାଯିବାକୁ ଦାବି ହୋଇଛି। ଯଦି ବିନା ଅନୁମତିରେ ଏଭଳି କାର୍ଯ୍ୟ ହୋଇଥାଏ, ତେବେ ଦାୟୀ ବ୍ୟକ୍ତି, ସଂସ୍ଥା କିମ୍ବା ସମ୍ପୃକ୍ତ ପକ୍ଷ ବିରୋଧରେ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସାମ୍ବାଦିକମାନେ ଦାବି କରିଛନ୍ତି। ସାମ୍ବାଦିକମାନଙ୍କ ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ, ଖୋର୍ଦ୍ଧା ସହରରେ ଅତୀତରେ ବିଭିନ୍ନ ସଂଗଠନ ନାମରେ ସରକାରୀ ଜମିରେ ସାଂସଦ ଓ ବିଧାୟକଙ୍କ ଅନୁଦାନରେ କେତେକ ଗୃହ ନିର୍ମାଣ ହୋଇଥିବା ନଜିର ରହିଛି। ପରବର୍ତ୍ତୀ ସମୟରେ ସେଗୁଡ଼ିକ ମଧ୍ୟରୁ କେତେକ ବ୍ୟକ୍ତିଗତ ଦଖଲରେ ରହିଥିବା ନେଇ ଅଭିଯୋଗ ହୋଇଆସୁଛି। କେତେକ ଗୃହ ବର୍ତ୍ତମାନ ବ୍ୟବହାର ନହୋଇ ତାଲା ପଡ଼ିଥିବା ମଧ୍ୟ ଅଭିଯୋଗ ରହିଛି। ତେଣୁ ସରକାରୀ ଜମିର ବ୍ୟବହାର, ଦଖଲ ଓ ନିର୍ମାଣକୁ ନେଇ ଖୋର୍ଦ୍ଧା ସହରରେ ବ୍ୟାପକ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।ସାମ୍ବାଦିକ ଭବନ ପଛପଟ ଜମିକୁ ନେଇ ଉଠିଥିବା ଅଭିଯୋଗର ନିରାକରଣ ପାଇଁ ଘଟଣାସ୍ଥଳର ତୁରନ୍ତ ସରକାରୀ ମାପଚୁପ କରାଯାଇ ଜମିର ଖାତା, ପ୍ଲଟ୍‌ ଓ କିସମ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାର୍ବଜନୀନ କରିବାକୁ ଦାବି ହୋଇଛି। ଏଥିସହ ଜେସିବି ଦ୍ୱାରା ଖନନ ପାଇଁ ଅନୁମତି ଥିଲା କି ନାହିଁ, ନଷ୍ଟ କିମ୍ବା କ୍ଷତିଗ୍ରସ୍ତ ହୋଇଥିବା ଗଛର ସଂଖ୍ୟା, ଭଙ୍ଗାଯାଇଥିବା ମାଙ୍କଡ଼ା ପଥରର ପରିମାଣ ଏବଂ ଘଟଣାରେ କାହାର ଭୂମିକା ରହିଛି, ତାହା ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି।ସରକାରୀ ସମ୍ପତ୍ତିର ସୁରକ୍ଷା ଓ ସରକାରୀ ଜମିରେ ଅନଧିକୃତ ଦଖଲ, ଖନନ କିମ୍ବା ନିର୍ମାଣକୁ ରୋକିବା ପ୍ରଶାସନର ଦାୟିତ୍ୱ। ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଘଟଣାସ୍ଥଳ ପରିଦର୍ଶନ, ମାପଚୁପ ଓ ଆବଶ୍ୟକ ଦସ୍ତାବିଜ ଯାଞ୍ଚ କରୁ ବୋଲି ସାମ୍ବାଦିକ ମହଲରୁ ଦାବି ହୋଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଜମିରେ ଆଉ କୌଣସି ଖନନ କିମ୍ବା ନିର୍ମାଣ କାର୍ଯ୍ୟ ନକରିବା ସହ ସରକାରୀ ଜମି ଓ ସେଠାରେ ଥିବା ବୃକ୍ଷର ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଦାବି ହୋଇଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଜିଲ୍ଲା ସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ l
Aug 22, 2026•48 views

ଜିଲ୍ଲା ସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ l

ଖୋରଧା ତା 21.08.2026 ରିଖ: ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଅତିରିକ୍ତ ଉପାୟୁକ୍ତ ଭୁବନେଶ୍ୱର କମିଶନରେଟ ପୋଲିସ୍ ଶ୍ରୀ ସୁନାରାମ ହେମ୍ବ୍ରମ୍, ଉପ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପୀୟ ଅବନିକାନ୍ତ ନାୟକ, ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପୀୟ ଚନ୍ଦ୍ରକାନ୍ତ ଦଳାଇ, ଡେପୁଟୀ କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ପ୍ରତ୍ୟେକ କାରଖାନା, ଚିକିତ୍ସାଳୟ, ବିଦ୍ୟାଳୟ ମାନଙ୍କରେ ଯେଭଳି ଅଗ୍ନି ନିର୍ବାପକ ଯନ୍ତ୍ର ନିଶ୍ଚିତ ଭାବରେ ମହଜୁଦ ଥାଏ ସେଥି ପ୍ରତି ଅଗ୍ନିଶମ ଅଧିକାରୀ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ l ସେହିପରି ଅଧ୍ୟକ୍ଷ ଖୋରଧା ଜିଲ୍ଲା ରେ ଥିବା ମୋଟ ଛୋଟ ମୋଟ ୮୫୫ ଶିଳ୍ପ କାରଖାନାର ସଙ୍କଟ ଜନିତ ପରିଚାଳନା ସମୀକ୍ଷା କରି ଉପଖଣ୍ଡ ସ୍ତରୀୟ ସଙ୍କଟ ପରିଚାଳନା କମିଟି ଆୟୋଜନ କରିବାକୁ ଉପ ନିର୍ଦ୍ଦେଶକ କାରଖାନା ଓ ବାଷ୍ପୀୟ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଖୋରଧା ଜାତୀୟ ମାର୍ଗ ଦେଇ ପରିବହନ କରୁଥିବା ଗ୍ୟାସ ଜାନଗୁଡ଼ିକରେ ସୁରକ୍ଷା ବିଧେୟ ସୂଚନା ଲେଖିବା ଉପରେ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ l ଭାରତୀୟ ତୈଳ ନିଗମ, ରନ୍ଧନ ଗ୍ୟାସ କାରଖାନା, ଭୁବନେଶ୍ୱର, ଜଳ ନିଗମ , ଭୁବନେଶ୍ୱର ର ଜଳ ବିଶୁଧିକରଣ ପ୍ଲାଣ୍ଟ, ଭାରତୀୟ ଗ୍ୟାସ କର୍ତ୍ତୃପକ୍ଷ (ଗେଲ ଇଣ୍ଡିଆ) ଲିମିଟେଡ, ଭୁବନେଶ୍ୱର, ଓଡ଼ିଶା ପରିମଳ ବିଶୁଦ୍ଧି କରଣ ପ୍ଲାଣ୍ଟ, ସାବ୍ରୀ ଖାଦ୍ୟ ଉତ୍ପାଦନ କାରଖାନା, ଭାରତୀୟ ତୈଳ ନିଗମ ପାଇପ୍ ଲାଇନ୍ ଡିଭିଜନ, ଜଟଣୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପତ୍ତ କାଳୀନ ସମୟରେ ସୁରକ୍ଷା ନିମନ୍ତେ ମକ୍ ଡ୍ରିଲ ଓ ଗୋଷ୍ଠିଗତ ସଚେତନତା ଅଭିଯାନ ଉପରେ ଅଧ୍ୟକ୍ଷ ସମୀକ୍ଷା କରିଥିଲେ l ବୈଠକରେ ସମ୍ରୁକ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ ଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗ ଦେଇଥିଲେ l ଶେଷରେ ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଜଳବନ୍ଦୀ ପରିବାରଙ୍କୁ ରିଲିଫ୍ ସାମଗ୍ରୀ, ଗୋଖାଦ୍ୟ ଓ ଶିଶୁ ଖାଦ୍ୟ ବଣ୍ଟନ
Aug 22, 2026•39 views

ଜଳବନ୍ଦୀ ପରିବାରଙ୍କୁ ରିଲିଫ୍ ସାମଗ୍ରୀ, ଗୋଖାଦ୍ୟ ଓ ଶିଶୁ ଖାଦ୍ୟ ବଣ୍ଟନ

ବନ୍ୟା ଦୁର୍ଗତଙ୍କ ପାଖରେ ସମାଜସେବୀଙ୍କ ମାନବିକତା ବିଂଝାରପୁର, ୨୨/୦୮: ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଇଚ୍ଛାପୁର, ଜରି ଓ କଲ୍ୟାଣପୁର ଅଞ୍ଚଳରେ ବନ୍ୟାଜଳ ଘେରରେ ରହୁଥିବା ପରିବାରଙ୍କ ପାଖରେ ପହଞ୍ଚିଛି ସମାଜସେବୀଙ୍କ ସହାୟତାର ହାତ। ବିପଦ ସମୟରେ ଜଳବନ୍ଦୀ ଲୋକଙ୍କ ଦୁଃଖରେ ସାମିଲ ହୋଇ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି ସମାଜସେବୀମାନେ। ମଲିଆ ଦାଣ୍ଡିସାହି ନିବାସୀ ବିଶିଷ୍ଟ ସମାଜସେବୀ ତଥା ପିପୂଲ୍‌ସ କେୟାର ଫାଉଣ୍ଡେସନର ଚେୟାରମ୍ୟାନ୍ ସୁଶାନ୍ତ ଜେନା ଏବଂ ଖରସ୍ରୋତା ପୁସ୍ତକ କମିଟିର ଅଧ୍ୟକ୍ଷ ତଥା ରଜମହୋତ୍ସବର ଉଦ୍ୟୋକ୍ତା ପଦ୍ମାକର ଗୁରୁଙ୍କ ମିଳିତ ଉଦ୍ୟମରେ ଏହି ସହାୟତା ପ୍ରଦାନ କରାଯାଇଥିଲା। ନିଜସ୍ୱ ଉଦ୍ୟମରେ ସେମାନେ ବନ୍ୟାପ୍ରଭାବିତ ଅଞ୍ଚଳରେ ପହଞ୍ଚି ଜଳବନ୍ଦୀ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ସହିତ ଗୋଖାଦ୍ୟ ଓ ଶିଶୁ ଖାଦ୍ୟ ବଣ୍ଟନ କରିଥିଲେ। ଏଥିସହ ଦୁର୍ଗତ ପରିବାରଗୁଡ଼ିକର ସୁଖଦୁଃଖ ବୁଝିବା ସହ ବନ୍ୟା ପରିସ୍ଥିତି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବନ୍ୟା ଭଳି ଦୁର୍ବିପାକ ସମୟରେ ସମାଜର ସକ୍ଷମ ବ୍ୟକ୍ତିମାନେ ଆଗେଇ ଆସି ଅସହାୟଙ୍କୁ ସହାୟତାର ହାତ ବଢ଼ାଇବା ଆବଶ୍ୟକ ବୋଲି ସମାଜସେବୀମାନେ ମତ ଦେଇଥିଲେ। “ଥିଲାବାଲା ଦିଅନ୍ତୁ, ନଥିବା ଲୋକ ନିଅନ୍ତୁ”—ଏହି ମାନବିକ ବାର୍ତ୍ତା ନେଇ ସେମାନେ ବନ୍ୟା ଦୁର୍ଗତଙ୍କ ପାଖରେ ଛିଡ଼ା ହୋଇଥିଲେ। ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ବିପଦ ସମୟରେ ଅସହାୟ ପରିବାରଙ୍କ ନିକଟରେ ସହାୟତା ପହଞ୍ଚାଇବା ମାନବିକତାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ମତ ପ୍ରକାଶ ପାଇଛି।

Jajpur (ଯାଜପୁର) • ଯାଜପୁର, ବିଂଝାରପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟ