--:--:--
-- ---
Srishti News

ସାଇବର ସୁରକ୍ଷା ଓ ନିଶାଦ୍ରବ୍ୟ ଅପବ୍ୟବହାର ନେଇ ସଚେତନତା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 18, 202664 views
ସାଇବର ସୁରକ୍ଷା ଓ ନିଶାଦ୍ରବ୍ୟ ଅପବ୍ୟବହାର ନେଇ ସଚେତନତା
ଅନୁଗୋଳ: କିଶୋରନଗର ଥାନା ଅଧୀନସ୍ଥ ବାମୁରସ୍ଥିତ ଯୁବଜ୍ୟୋତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାଇବର ସୁରକ୍ଷା ଓ ନିଶାଦ୍ରବ୍ୟ ଅପବ୍ୟବହାର ଉପରେ ଏକ ‘ଆମ ପୋଲିସ’ ବୈଠକ ତଥା ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଡିଜିଟାଲ୍ ଅଭ୍ୟାସ ଆପଣାଇବା, ସାଇବର ଠକେଇ ଓ ଅପରାଧରୁ ସତର୍କ ରହିବା ସହ ନିଶାଦ୍ରବ୍ୟ ଅପବ୍ୟବହାରର ଗମ୍ଭୀର ପରିଣାମ ସମ୍ପର୍କରେ ସଚେତନ କରାଯାଇଥିଲା। ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ଓ ସତର୍କତା ଅବଲମ୍ବନ କରିବା ସହ ନିଶାମୁକ୍ତ ସମାଜ ଗଠନରେ ଛାତ୍ରଛାତ୍ରୀ ଓ ସମାଜର ସମସ୍ତ ବର୍ଗଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସାମୁଦାୟିକ ଅଂଶଗ୍ରହଣ ମାଧ୍ୟମରେ ସୁରକ୍ଷିତ ଓ ସଚେତନ ସମାଜ ଗଠନ କରିବାକୁ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା।