ବନ୍ୟା ଜଳ ଘେରରେ କଣ୍ଟିପୁର; ଭୟ ଓ ଆଶଙ୍କାରେ ଗ୍ରାମବାସୀ
Jajpur (ଯାଜପୁର)ବିଂଝାରପୁରରୁ ଉଦୟ ନାଥ ଜେନାଙ୍କ ସହ ରାଜୁ ଜେନାଙ୍କ ରିପୋର୍ଟAugust 18, 202633 views

ଯାଜପୁର: ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଞ୍ଚାୟତର କଣ୍ଟିପୁର ଗ୍ରାମ ଏବେ ବନ୍ୟାଜଳ ଘେରରେ। ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଗ୍ରାମର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।
ଲଗାଣ ବର୍ଷା ଥମିବାର ନାଁ ନେଉନଥିବା ବେଳେ ନଦୀର ଜଳସ୍ତର ମଧ୍ୟ କମିବାର ନାଁ ନେଉନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ବନ୍ୟା ଆଶଙ୍କା ଆହୁରି ବଢ଼ିଛି। ଜଳଘେରରେ ରହିଥିବା ପରିବାରଗୁଡ଼ିକ ଯାତାୟାତ, ପାନୀୟଜଳ ଓ ଦୈନନ୍ଦିନ ଆବଶ୍ୟକତାକୁ ନେଇ ଚିନ୍ତାରେ ରହିଛନ୍ତି।
ବନ୍ୟା ପରିସ୍ଥିତି ଯଦି ଆହୁରି ବିଗିଡ଼େ, ତେବେ ଲୋକଙ୍କ ସୁରକ୍ଷା ନେଇ ଗୁରୁତର ସମସ୍ୟା ଉପୁଜିପାରେ। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ପରିସ୍ଥିତିର ଆକଳନ କରି ଆବଶ୍ୟକ ରିଲିଫ୍, ଉଦ୍ଧାର ଓ ସୁରକ୍ଷା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
