--:--:--
-- ---
Srishti News

ଧାମନଗରରେ ଚତୁର୍ଥ ବନ୍ୟା: ବନ୍ୟାବିପନ୍ନଙ୍କ ନିକଟରେ ପହଞ୍ଚିଲେ ଡ଼. ଅରୁଣ ସାହୁ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 18, 202654 views
ଧାମନଗରରେ ଚତୁର୍ଥ ବନ୍ୟା: ବନ୍ୟାବିପନ୍ନଙ୍କ ନିକଟରେ ପହଞ୍ଚିଲେ ଡ଼. ଅରୁଣ ସାହୁ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼. ଅରୁଣ ସାହୁ ଧାମନଗର ବ୍ଲକର ଦୋବଲ ଅଞ୍ଚଳରେ ଚଳିତ ବର୍ଷର ଚତୁର୍ଥ ବନ୍ୟା ସ୍ଥିତି ପରିଦର୍ଶନ କରିଛନ୍ତି। ବନ୍ୟା ଯୋଗୁଁ ଦୋବଲ ଅଞ୍ଚଳର ଅନେକ ଗ୍ରାମର ଲୋକେ ଜଳବନ୍ଦୀ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ, ଡ଼. ଅରୁଣ ସାହୁ ଗେଙ୍ଗୁଟି ନଦୀବନ୍ଧରେ ପହଞ୍ଚି ବନ୍ୟାବିପନ୍ନ ପରିବାରଗୁଡ଼ିକ ସହ ସାକ୍ଷାତ କରିଥିଲେ। ସେମାନଙ୍କ ଦୁଃଖ, ଦୁର୍ଦ୍ଦଶା, ବିଭିନ୍ନ ସମସ୍ୟା ଓ ତତ୍କାଳୀନ ଆବଶ୍ୟକତା ସମ୍ପର୍କରେ ସେ ଆଲୋଚନା କରିଥିଲେ। ବନ୍ୟା ପରିସ୍ଥିତିରେ ଲୋକମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ରିଲିଫ୍, ପାନୀୟ ଜଳ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା କିପରି ପୂରଣ ହେଉଛି, ସେନେଇ ମଧ୍ୟ ସେ ଲୋକଙ୍କ ସହ ଆଲୋଚନା କରିଥିଲେ। ବିପଦର ଏହି ଦୁର୍ଦ୍ଦିନରେ ବନ୍ୟାବିପନ୍ନଙ୍କ ପାଖରେ ଠିଆ ହୋଇ ସେମାନଙ୍କ ସମସ୍ୟାକୁ ନିକଟରୁ ବୁଝିବା ଏବଂ ଆବଶ୍ୟକ ସମୟରେ ସହଯୋଗର ହାତ ବଢ଼ାଇବା ହିଁ ଆମର ପ୍ରାଥମିକତା। ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ସମୟରେ ସେମାନଙ୍କ ସହ ରହିବା ଏବଂ ସେମାନଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ସର୍ବଦା ପ୍ରତିବଦ୍ଧ। ଏହି ଗସ୍ତ ସମୟରେ ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ, ବିଜୁ ଜନତା ଦଳର ଧାମନଗର ନିର୍ବାଚନମଣ୍ଡଳୀ ନେତା ଡାକ୍ତର ସଞ୍ଜୟ ଦାସଙ୍କ ସମେତ ବିଭିନ୍ନ ନିର୍ବାଚିତ ପ୍ରତିନିଧି, ଜିଲ୍ଲା, ବ୍ଲକ ଓ ଏନ୍‌ଏସି ସ୍ତରୀୟ ନେତୃବୃନ୍ଦ ଏବଂ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବନ୍ୟାର ଏହି କଠିନ ସମୟରେ ଧାମନଗରବାସୀଙ୍କ ସହ ଆମର ଦୃଢ଼ ସମ୍ପର୍କ ଓ ସହଯୋଗ ଜାରି ରହିବ। ବନ୍ୟାବିପନ୍ନଙ୍କ ସୁରକ୍ଷା, ସହାୟତା ଓ ତତ୍କାଳୀନ ଆବଶ୍ୟକତା ପୂରଣ ଦିଗରେ ସମସ୍ତେ ଏକଜୁଟ ହୋଇ କାମ କରିବା ଆବଶ୍ୟକ।