--:--:--
-- ---
Srishti News

ଚୁଡିଆଲାଞ୍ଜି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ । ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ।

Ganjam (ଗଞ୍ଜାମ)ରିପୋର୍ଟ କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିAugust 1, 202633 views
ଚୁଡିଆଲାଞ୍ଜି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ । ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ।
ପାତ୍ରପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଟୁଡିଆଲାଞ୍ଜି ଗାଁରେ ୨୦୨୪ ମସିହା ଫେବ୍ରୁଆରୀ ୧୮ ତାରିଖରେ ଘଟିଥିବା ବହୁଚର୍ଚ୍ଚିତ ମା ଓ ନାବାଳକ ପୁଅଙ୍କୁ ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ସ୍ଥାନୀୟ ଓପିଆଇଡି କୋର୍ଟରେ ପ୍ରକାଶ ପାଇଛି । ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଭଣଜା ଜି. ଦେବେନ୍ଦ୍ର ରେଡ୍ଡୀ ଓ ସାନମାଈଁ ଡି. ଗୁନାମ୍ମାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରକାଶଥାଉକି ଯେ, ୨୦୨୪ ମସିହା ଫେବ୍ରୁଆରୀ ୧୮ ତାରିଖ ମଧ୍ୟରାତ୍ରିରେ ଟୁଡିଆଲାଞ୍ଜି ଗାଁର ଡି. ନୀଳାବେଣୀ (୩୫) ଓ ତାଙ୍କର ନାବାଳକ ପୁଅ ଡି. ରଞ୍ଜିତ ମୃତଦେହକୁ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା ।ପ୍ରଥମେ ଘଟଣାଟି ଆତ୍ମହତ୍ୟା ବୋଲି ମନେ କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ପୁଲିସର ତଦନ୍ତରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ଅଭିଯୁକ୍ତ ଜି. ଦେବେନ୍ଦ୍ର ରେଡ୍ଡୀ ଓ ଡି. ଗୋନାମ୍ମାଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ପ୍ରକଟ ହୋଇଯିବା ଭୟରେ ଉଭୟେ ମିଶି ବଡ଼ମାଈଁ ନୀଳାବେଣୀ ଓ ତାଙ୍କ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ମୃତକ ନୀଳାବେଣୀ ଏହି ସମ୍ପର୍କକୁ ବିରୋଧ କରିବା ସହ ଏହାକୁପ୍ରକାଶ କରିଦେବାକୁ କହିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ତଦନ୍ତରେ ସ୍ପଷ୍ଟ ହୋଇଥିଲା । ମାମଲାର ବିଚାରଣା ବେଳେ ମୋଟ ୩୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ତଦନ୍ତକାରୀ ଅଧିକାରୀ ଟୁନା ସାସମଲ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସନ୍ତୋଷିନୀ ପୁରୋହିତଙ୍କୁ ମାମଲା ପରିଚାଳନାରେ ଆଇନଜୀବୀ କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ଅଲେଖ ବେହେରା ଏଥିରେ ସହଯୋଗ କରିଥିଲେ । ସମସ୍ତ ସାକ୍ଷୀ, ପ୍ରମାଣ ଓ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଓପିଆଇଡି କୋର୍ଟ ବିଚାରପତି ଶ୍ରୀମତୀ ସଞ୍ଜୀତା ପାଣି ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।