ନୁଖୁରିପଦା ଗ୍ରାମରେ ଡ୍ରେନେଜ୍ ଓ ହାଇମାକ୍ସ ଲାଇଟ୍ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାAugust 1, 202645 views

ଅନୁଗୋଳ: ଅନୁଗୋଳ ବ୍ଲକ ଅନ୍ତର୍ଗତ ଗଡ଼ତରାସ ଗ୍ରାମ ପଞ୍ଚାୟତର ନୁଖୁରିପଦା ଗ୍ରାମରେ ବର୍ଷା ଦିନରେ ଡ୍ରେନେଜ୍ ବ୍ୟବସ୍ଥାର ଅଭାବ ଯୋଗୁଁ ରାସ୍ତାରେ ପାଣି ଜମି ଗମନାଗମନରେ ସମସ୍ୟା ସୃଷ୍ଟି ହେଉଥିବାରୁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୂତନ ଡ୍ରେନେଜ୍ ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ଏଥିସହ ଗ୍ରାମଟି ହାତୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ସାହିରେ ହାଇମାକ୍ସ ଲାଇଟ୍ ସ୍ଥାପନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ଅବସରରେ ସରପଞ୍ଚ ସତ୍ୟଜିତ୍ ସାମଲ, ସମିତି ସଭ୍ୟ ପ୍ରତାପ ପଲେଇ, ବିଜେପି ନେତା ବିପିନ ନାଏକ, ଶିବ ସାମଲ, ଅଜ୍ଞନ ମାଝୀ, ଅନୁଗୋଳ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଲୋକ ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
