--:--:--
-- ---
Srishti News

Web News

କୋକସରା ବ୍ଲକ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହଅନୁଷ୍ଠିତ,
Jun 22, 202653 views

କୋକସରା ବ୍ଲକ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହଅନୁଷ୍ଠିତ,

ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା କୋକସରା ବ୍ଲକ ମହିମା ଶିବ ମନ୍ଦିର ପ୍ରାଙ୍ଗଣ ରେ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ, ତଥା ସାଙ୍ଗଠନିକ ବୈଠକ ମହିମା, ଓ ଡୁଡୁକାଠେଙ୍ଗା ପଞ୍ଚ୍ୟାୟତ ଗଣ୍ଡ ସମାଜ ର କର୍ମକର୍ତ୍ତା ଙ୍କ ସହଯୋଗ ରେ ଆଜି ଅନୁଷ୍ଠିତ ହୋଇ ଅଛି। ସର୍ବ ପ୍ରଥମେ ସମାଜ ର ଇଷ୍ଟ ଦେବ ଶ୍ରୀ ଚତୁର୍ଭୁଜ ବୁଢା ଦେଓଙ୍କ ଫଟୋ ଚିତ୍ର ରେ ପୂଜା ଅର୍ଚ୍ଚନା କରାଯାଇ ନୂତନ କର୍ମକର୍ତ୍ତା ଙ୍କୁ ଶପଥ ଗ୍ରହଣ କରାଯାଇ ଥିଲା , ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାମ ପ୍ରସାଦ ଧରୁଆ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ଶ୍ରୀମନ୍ତ ଧରୁଆ, ମୁଖ୍ୟବକ୍ତା, ଅବସରପ୍ରାପ୍ତ, ଓଏଏସ, ଅଫିସର ଶ୍ରୀ ମହେଶ୍ୱର ମାଝୀ, ଦିଗାମ୍ବର ଦଳପତି, ନାରୀନେତ୍ରୀ , ଶ୍ରୀମତି ଇନ୍ଦୁ ରେଖା ମାଝୀ, ପୂର୍ବତନ ସରପଞ୍ଚ , ଡାଳିମ୍ବ ନାଏକ, ଉଦ୍ଧବ ଧରୁଆ, ପୂର୍ବତନ ସରପଞ୍ଚ ବିଦେଶୀ ଧରୁଆ , ପ୍ରଶ୍ନ କୁମାର ନାଏକ, ଚୈତନ୍ୟ ଧରୁଆ , ଜଗମୋହନ ନାଏକ, ଗୋଶିଂ ଧରୁଆ, ନୃପରାଜ ନାଏକ, ଯୋଗଦାନ କରି ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା, ଏହି ସଭାରେ ଗଣ୍ଡ ସମାଜ ର ଶିକ୍ଷା, ସଂସ୍କୃତି, ରାଜନୀତି ଅର୍ଥନୀତି ବିକାଶ ଓ ସମାଜ କୁ ସଂଗଠିତ କରିବା ପାଇଁ ସମସ୍ତେ ଏକଯୁଟ ହେବା ପାଇଁ ବକ୍ତା ମାନେ କହିଥିଲେ, ଉକ୍ତ ଶପଥ ଗ୍ରହଣ ସମାରୋହରେ, ବ୍ଲକ ଗଣ୍ଡ ସମାଜ ତରଫରୁ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ ଓ +୨ ରେ ୬୦ ପ୍ରତିଶଧ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା, ଉକ୍ତ ଶପଥ ଗ୍ରହଣ ସମାରୋହରେ ବ୍ଲକ ଗଣ୍ଡ ସମାଜ ସଭାପତି ଶ୍ରୀ ନନ୍ଦ କିଶୋର ଧରୁଆ, ଉପସଭାପତି , ମହେନ୍ଦ୍ର କୁମାର ଧରୁଆ, ସମ୍ପାଦକ ନେତ୍ରା ନନ୍ଦ ଧରୁଆ , ସହ ସମ୍ପାଦକ, ତ୍ରିନାଥପୋଟା,ମେଡ଼ିଆ ସଂଯୋଜକ ଅମୋଜ ଧରୁଆ କୋଷାଧ୍ୟକ୍ଷ, ଜୟସିଂ ମାଝୀ ମେହେରୁଲାଳ ମାଝୀ ନିରଞ୍ଜନ ମାଝୀ ତଥା ସମସ୍ତ ପଞ୍ଚ୍ୟାୟତ ର କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ, ଉଦ୍ଧବ ଧରୁଆ ମଞ୍ଚ ପରିଚାଳନା କରିଥିଲେ

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା

ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର ବନ୍ଦ କୁ ନେଇ ଜନଅସନ୍ତୋଷ
Jun 22, 202649 views

ଧର୍ମଗଡ ଉପଖଣ୍ଡ ରକ୍ତ ଭଣ୍ଡାର ବନ୍ଦ କୁ ନେଇ ଜନଅସନ୍ତୋଷ

ରିପୋର୍ଟ - ରିତେଶ କୁମାର ମୁଣ୍ଡ, ଧର୍ମଗଡ଼ ଧର୍ମଗଡ -କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ର ରକ୍ତଭଣ୍ଡାର ବନ୍ଦ କୁ ନେଇ ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳରେ ଜନ ଅସନ୍ତୋଷ ଓ ଉଦବେଗ ପ୍ରକାଶ ପାଉଛ, ଉକ୍ତ ରକ୍ତଭଣ୍ଡାର କୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାପାଇଁ ବିଜୁ ଜନତା ଦଳ ଧର୍ମଗଡ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି, ୨୦୦୪ମସିହାରେ ତତ୍କାଳୀନ ଧର୍ମଗଡ ଉପଜିଲ୍ଲାପାଳ ଭି. କାର୍ତ୍ତିକେୟନ ପାଣ୍ଡିଆନ ଙ୍କ ଉଦ୍ୟମରେ ଉକ୍ତ ରକ୍ତଭଣ୍ଡାର ନିର୍ମାଣ ହୋଇଥିଲା ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ, ଫଳରେ ଧର୍ମଗଡ ଉପଖଣ୍ଡ ର ଧର୍ମଗଡ, କୋକସରା, ଜୟପାଟଣା, କଳମପୁର, ଜୁନାଗଡ଼, ଗୋଲାମୁଣ୍ଡା ବ୍ଲକ ଓ ପଡୋଶୀ ନୂଆପଡା,ନବରଙ୍ଗପୁର ଜିଲ୍ଲା ତଥା ଛତିଶଗଡ ରାଜ୍ୟର ସୀମାନ୍ତ ଅଂଚଳର ହଜାର ହଜାର ରୋଗୀ ଧର୍ମଗଡ଼ ଉପଖଣ୍ଡ ରକ୍ତଭଣ୍ଡାର ଉପରେ ନିର୍ଭର କରୁଥିଲେ କିନ୍ତୁ ଗତ ୬ତାରିଖ ଦିନ ଠାରୁ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରକ୍ତଭଣ୍ଡାର ନିରୀକ୍ଷଣ ରେ ଆସି ରକ୍ତଭଣ୍ଡାର ର ଆବଶ୍ୟକୀୟ ଦଲିଲପତ୍ର ଦାଖଲ ହୋଇନଥିବାରୁ ରକ୍ତଭଣ୍ଡାର ବନ୍ଦ କରିଦେଥିବା ଉପଖଣ୍ଡ ଚିକିତ୍ସାଧୀକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯାହାଫଳରେ ସ୍ୱାସ୍ଥ୍ୟ ବିଭାଗ ର ଅବହେଳା କୁ ପଦାରେ ପକାଇଦେଛି,ଜରୁରୀ କାଳୀନ ଚିକିତ୍ସା ପାଇଁ ରକ୍ତ ମିଳୁନଥିବାରୁ ଆଜି କୋକସରା ଥାନା ଛତା ଗହିରା ଗ୍ରାମର ପ୍ରିୟାଂଶୁ ଦୁର୍ଗା ନାମକ ଏକ ତିନି ବର୍ଷ ର ଶିଶୁ କୁ ଭବାନୀପାଟଣା ଡାକ୍ତରଖାନା ରେଫର କରାଯାଇଥିଲା ଫଳରେ ଠିକ ସମୟରେ ରକ୍ତ ମିଳିପାରିନଥିବାରୁ ସେଠାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି, ଏଣୁ ବନ୍ଦ କରିଦେଇଥିବା ରକ୍ତଭଣ୍ଡାରକୁ ପୁନଃ ଚାଲୁକରିବାରେ ଦୃଢ଼ ପଦକ୍ଷେପ ନେବାକୁ ବିଜେଡି ଧର୍ମଗଡ ପକ୍ଷରୁ ଦାବି ହେଉଛି ନଚେତ ଆଗାମୀଦିନରେ ଆନ୍ଦୋଳନ କୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି, ଦାବିପତ୍ର ପ୍ରଦାନ ସମୟରେ ବିଜେଡି ବ୍ଲକ ସଭାପତି ଡାକେ ଲହଜଳ, ବ୍ଲକ ସଭାନେତ୍ରୀ ମମତା ରାଣୀ ଗୋପାଳ,ରାଜ୍ୟ ସମ୍ପାଦିକା ହୀରା ବାଗ,ପୂର୍ଵ ସମାଜ କଲ୍ୟାଣ ବୋର୍ଡ ଅଧ୍ୟାକ୍ଷା କଲ୍ୟାଣୀ ନାଏକ, ସନ୍ତୋଷ ପାଢୀ, ଜାଗା ସାହୁ, ଧନିରାମ ଗୋପାଳ, ରତନ ନାଏକ, ପ୍ରମୋଦ ହଂସ,ଆଇନ ଜୀବି ରାଜେନ୍ଦ୍ର ମୁନି,ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ନାଏକ, ପିଣ୍ଟୁ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ

Kalahandi (କଳାହାଣ୍ଡି)ରିପୋର୍ଟ - ରିତେଶ କୁମାର ମୁଣ୍ଡ, ଧର୍ମଗଡ଼

ବଅଁରପାଳ ବ୍ଲକରେ ‘ବିକାଶଧାରା’ ସମାରୋହ : ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଲାଭ ବଣ୍ଟନ
Jun 22, 202680 views

ବଅଁରପାଳ ବ୍ଲକରେ ‘ବିକାଶଧାରା’ ସମାରୋହ : ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଲାଭ ବଣ୍ଟନ

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ : ବଅଁରପାଳ ବ୍ଲକ ପରିସରରେ ଆଜି ବ୍ଲକ ସ୍ତରୀୟ ‘ବିକାଶଧାରା’ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦାର ମାନ୍ୟବର ବିଧାୟକ ଅଗସ୍ତି ବେହେରାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଓ ସୁବିଧା ବଣ୍ଟନ କରାଯାଇଥିଲା। AGJ କାର୍ଯ୍ୟକ୍ରମରେ ୩୮ ଜଣ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା କାର୍ଡ ୩୪ ଜଣଙ୍କୁ, ମଧୁବାବୁ ପେନସନ ଯୋଜନା ଅଧୀନରେ ୧୬ ଜଣଙ୍କୁ ପେନସନ, ଏବଂ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ୧୪ ଜଣଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ୧୫ ଜଣ ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ ଫୋନ୍ ବଣ୍ଟନ କରାଯାଇଥିବା ବେଳେ, ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ CIF ମାଧ୍ୟମରେ ୧୮ ଲକ୍ଷ ଟଙ୍କା ଋଣ ଏବଂ ଅନ୍ୟ ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧.୧୫ କୋଟି ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା। ଏଥିସହ ୧୪ଟି ବିଦ୍ୟାଳୟକୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥିମାନେ ସରକାରଙ୍କ ଜନହିତକର ଯୋଜନାଗୁଡ଼ିକର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିକାଶଧାରା ସମାରୋହ ମାଧ୍ୟମରେ ବିଭିନ୍ନ ଯୋଜନାର ଲାଭ ସିଧାସଳଖ ଭାବେ ହିତାଧିକାରୀଙ୍କୁ ପ୍ରଦାନ କରାଯିବାରୁ ସେମାନେ ଖୁସି ବ୍ୟକ୍ତ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଶିବିର
Jun 22, 202653 views

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଶିବିର

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ଅନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅବସରରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳି ଓ ଇଗ୍ନୁ ଆଞ୍ଚଳିକ କେନ୍ଦ୍ର ଅନୁଗୋଳର ମିଳିତ ଆନୁକୂଳ୍ୟରେ ପାଇକସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଯୋଗ ଶିକ୍ଷକ ଚନ୍ଦନ ଶର୍ମା ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଶିକ୍ଷଣ ଦେଇ ନିୟମିତ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ମହିଳା ଓ କିଶୋର–କିଶୋରୀ ମାନେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଶେଷରେ ସୁସ୍ଥ ଜୀବନଶୈଳୀ ପାଇଁ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଇବାକୁ ଆହ୍ୱାନ କରାଯାଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଭକ୍ତିମୟ ପରିବେଶରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ  ସମ୍ପନ୍ନ
Jun 22, 202652 views

ଭକ୍ତିମୟ ପରିବେଶରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ରିପୋର୍ଟ: ଗଣପତି ଦାସ, ହାତିବାରୀ, ନୂଆଗାଁ ହାତିବାରୀ- ନୂଆଗାଁ ବ୍ଲକ ଅନ୍ତର୍ଗତ ବାଗଡେଗା ସାହୁ ବସ୍ତି ରେ ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ରବିବାର ଭକ୍ତି ଓ ଆଧ୍ୟାତ୍ମିକତା ପରିବେଶ ମଧ୍ୟରେ ସମ୍ପର୍ଣ ହୋଇଛି, ବୈଦିକ ରୀତିନୀତି,ମନ୍ତଚାରଣ,ଯଂଜ୍ଞ ଓ ପୂଜାର୍ଚନା ମାଧ୍ୟମରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା,ଏହି ଅବସରରେ ବାଗଡେଗା ଗ୍ରାମ ସମେତ ଖୁଟଗାଁ, ତେତେରକେଲା, ବିଶ୍ରା, ଝିରପାଣି, ନୂଆଗାଁ, ସୋରଡ଼ା, ବାରିବେଡା, ଲିମଡା ପତ୍ରlପାଲି, ଭଳି ଅନେକ ଗାଁ ରୁ ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ,ଏହି ପ୍ରତିଷ୍ଠା ଉତ୍ସବ ରେ ଧାର୍ମିକ କାର୍ଯ୍ୟକ୍ରମ ଶହ ଅନେକ ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା, ବାରିବେଡା କୀର୍ତ୍ତନମଣ୍ଡଳୀ ଯୋଗଦେଇ ପ୍ରଭୁଙ୍କର ନାମ ସଂକୀର୍ତନ କରିଥିଲେ,ମନ୍ଦିର କମିଟି ର ସଦସ୍ୟ ମାନେ ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ ର ବ୍ୟବସ୍ଥା କରିବା ସହ ବିଭିନ୍ନ ସେବା ର ବ୍ୟବସ୍ଥା କରିଥିଲେ,ଏହି ପ୍ରତିଷ୍ଠା ଉତ୍ସବ ଅଞ୍ଚଳ ରେ ଧାର୍ମିକ ଭାବନା, ଏକତା କୁ ସୁଦୃଢ କରିବା ସହ ଭକ୍ତି ଭାବକୁ ଆହୁରି ସୁଦୃଢ କରିଛି,ବାଗଡେଗା ଗ୍ରାମ ର ପୂଜକ ତଥା ଧର୍ମପ୍ରବଚକ ବ୍ରଜେଶ ମିଶ୍ର ଏବଂ ସଦାନନ୍ଦ ସାହୁ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବ ରେ ବାଗଡେଗା ଗ୍ରାମବାସି ତଥା ଆଖପାଖ ଅଞ୍ଚଳ ର ଶତାଧିକ ଭକ୍ତ ଏହି କାର୍ଯ୍ୟକ୍ରମପରିଚାଳନା ରେ ସହଯୋଗ କରିଥିଲେ.

Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, ହାତିବାରୀ, ନୂଆଗାଁ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଶିବିର ଅନୁଷ୍ଠିତ
Jun 22, 202658 views

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଶିବିର ଅନୁଷ୍ଠିତ

ଅନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅବସରରେ ବିଶ୍ୱ ଯୁବ କେନ୍ଦ୍ର , ବଣୀନାଳି ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୁ), ଆଞ୍ଚଳିକ କେନ୍ଦ୍ର ଅନୁଗୋଳର ମିଳିତ ଆନୁକୂଳ୍ୟରେ ପାଇକସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଯୋଗ ଶିବିର ଆୟୋଜିତ ହୋଇଥିଲା। ବିଶ୍ୱ ଯୁବ କେନ୍ଦ୍ରର ୪୦ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା କର୍ମଚାରୀ ଓ ବିଶ୍ୱ ଯୁବ କେନ୍ଦ୍ରର କର୍ମକର୍ତ୍ତାମାନେ ସଫଳତାର ସହ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମିତି ସଭ୍ୟ ,ମହେଶ ଭୋଇ, ଯୋଗ ଶିକ୍ଷକ ଚନ୍ଦନ ଶର୍ମା, ଷ୍ଟାଫ୍ ନର୍ସ ସୌମ୍ୟା ସୁରଭି ନାୟକ, ମଲ୍ଟି ପର୍ପୋଜ୍ ହେଲ୍ଥ ୱର୍କର ପ୍ରତିମା ନାୟକ, ଫାର୍ମାସିଷ୍ଟ ଦୀପକ କୁମାର ପ୍ରଧାନ ଏବଂ ବିଶ୍ୱ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଯୋଗ ଶିକ୍ଷକ ଶ୍ରୀ ଚନ୍ଦନ ଶର୍ମା ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ବିଭିନ୍ନ ପ୍ରାଣାୟାମ, ଯୋଗାସନ ଓ ଯୋଗ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ସେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ଥାନୀୟ ଅଞ୍ଚଳର ମହିଳା,କିଶୋର କିଶୋରୀ , ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଶେଷରେ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଯୋଗକୁ ଅଙ୍ଗୀକାର କରି ସୁସ୍ଥ ଜୀବନଶୈଳୀ ଗଠନ କରିବାକୁ ଆହ୍ୱାନ ଜଣାଯାଇ ସଭା ସାଙ୍ଗ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱ ଯୁବ କେନ୍ଦ୍ରର ପୁନିଆ ସାହୁ, ଜସ୍ମିତା ପ୍ରଧାନ,ଗୀତାଞ୍ଜଳି ବାଘ,ପୂଜା ସ୍ବାଇଁ ସହଯୋଗ କରିଥିଲେ।

Bhubaneswar (ଭୁବନେଶ୍ୱର)ବ୍ୟୁରୋ ରିପୋର୍ଟ, ଭୁବନେଶ୍ୱର

ଏଥର ୧୦ ଲକ୍ଷରେ ମହାବଳ ବାଘ ଛାଲ ଡିଲ, ଜଣକୁ ମାଡ଼ି ବସିଲା ବନ ବିଭାଗ, ୨ ଫେରାର
Jun 22, 202633 views

ଏଥର ୧୦ ଲକ୍ଷରେ ମହାବଳ ବାଘ ଛାଲ ଡିଲ, ଜଣକୁ ମାଡ଼ି ବସିଲା ବନ ବିଭାଗ, ୨ ଫେରାର

ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର ଡାବୁଗାଁ,ନବରଙ୍ଗପୁର: ଏଥର କଲରାପତରିଆ ନୁହେଁ, ମହାବଳ ବାଘ ଛାଲ କାରବାର ପଦାକୁ ଆସିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପାତ୍ରି ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ ବେଳେ ଚଢ଼ଉ କରି ଡାବୁଗାଁ ଥାନା ଖଲିଗୁଡ଼ା ଗ୍ରାମର ଶିବୁନ ବୁନ ଟାକ୍ରିକୁ କାବୁ କରିଛି ବନ ବିଭାଗ ମହାବଳ ବାଘ ଛାଲ ବିକ୍ରି ପାଇଁ ୧୦ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା | ଡିଲ୍‌ରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଶିବୁନକୁ ବନବିଭାଗ ଅଟକ ରଖି ପଚରାଉଚରା କରୁଛି। ରବିବାର କୋର୍ଟଚାଲାଣ କରା‌ଯିବ ବୋଲି ସୂଚନା ଦେଇଛନ୍ତି ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧି। ବହୁ ଦିନ ହେବ ମହାବଳ ବାଘ ଛାଲ ବିକ୍ରି ପାଇଁ ଗ୍ରାହକ ସନ୍ଧାନରେ ଥିଲା ଶିବୁନା କାହା ସହିତ ଯୋଗାଯୋଗ ହୋଇପାରୁ ନଥିବାରୁ ବାଘ ଛାଲକୁ କପଡ଼ା ଗୁଡ଼ାଇ ସିଲେଇ କରି ବ୍ୟାଟ୍‌ରେ ଭର୍ତ୍ତି କରି ରଖିଥିଲା। ଗ୍ରାହକ ଜୁଟିବା ପରେ ଶନିବାର ବିକ୍ରି କରିବା ପାଇଁ ପାତ୍ରି ଜଙ୍ଗଲରେ ଚାଲିଥିଲା ଡିଲ୍ ବିଶ୍ୱସ୍ତ ସୂତ୍ରରୁ ସୂଚନାପାଇ ବନ କର୍ମଚାରୀ ଡିଏଫ୍ଓଙ୍କୁ ଖବର ଦେଇଥିଲେ । ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଏସିଏଫ୍ ସୁବାସ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତ୍ରା, କୋଡ଼ିଙ୍ଗା ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ ଷ୍ଟ୍ରାଇକିଂ ଫୋର୍ସ ଟିମ୍ ଚଢ଼ଉ କରିଥିଲେ l ବନବିଭାଗ ଟିମ୍‌କୁ ଦେଖି ବାଘଛାଲ କିଣିବାକୁ ଆସିଥିବା ଦୁଇ ଗ୍ରାହକ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ବନବିଭାଗ ଟିମ୍ ଶିବୁନକୁ ଗିରଫ କରିବା ସହିତ ବାଇକ୍ ଓ ବ୍ୟାଗ୍ ଜବତ କରିଛି| ଜବତ ବାଘଛାଲକୁ ଅଭିଯୁକ୍ତ ଶିବୁନ କେଉଁଠୁ ଆଣିଥିଲା ନା ଶିକାର କରିଥିଲା, ସେ ନେଇ ଖୋଳତାଡ଼ ଚାଲିଛି।

Nabarangpur (ନବରଙ୍ଗପୁର)ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ଦଳିତ ବସ୍ତିକୁ ଅବହେଳା, କାହିଁକି ହେଇ ପାରୁନି ନଦୀବନ୍ଧ ଗୋଡ଼ା, ଏଠି ଠିକା କର୍ମଚାରି କହୁଛନ୍ତି ଏ କାମ ପଂଚାୟତ ସ୍ତରୀଅ ନୁହେଁ, ନଦୀବନ୍ଧ ଗୋଡ଼ା କାର୍ଯ୍ୟ ଏବେ ସନ୍ଦେହ ଘେରରେ
Jun 22, 202642 views

ଦଳିତ ବସ୍ତିକୁ ଅବହେଳା, କାହିଁକି ହେଇ ପାରୁନି ନଦୀବନ୍ଧ ଗୋଡ଼ା, ଏଠି ଠିକା କର୍ମଚାରି କହୁଛନ୍ତି ଏ କାମ ପଂଚାୟତ ସ୍ତରୀଅ ନୁହେଁ, ନଦୀବନ୍ଧ ଗୋଡ଼ା କାର୍ଯ୍ୟ ଏବେ ସନ୍ଦେହ ଘେରରେ

ଯାଜପୁର: ହଁ ଆଜ୍ଞା ଘଟଣାଟି ଘଟିଛି ଯାଜପୁର ବରୀ ବ୍ଲକ ଅଂଚଳର ବଦୁଅ ଗ୍ରାମ ପଂଚାୟତରେ ଥିବା ତେର ନମ୍ବର ୱାର୍ଡ ର ଗ୍ରାମର ଆରମ୍ଭରୁ ଶେଷ ଯାଏ ଏକ ନଦୀବନ୍ଧ ସଂଯୋଗ ହୋଇ ଅଛି ଯାହା ଖରସ୍ରୋତା ନଦୀର ଏକ ପାର୍ଶ୍ଵରେ ଏ ନଦୀବନ୍ଦ ଗ୍ରାମକୁ ଲାଗି ରହିଛି ଏ ନଦୀ ବନ୍ଧକୁ ଲାଗିକରି ପାଞ୍ଚଟି ଗୋଡ଼ା ରହିଛି ଯାହାକି ସ୍ଥାନିଅ ଲୋକ ମାନେ ଏ ଗୋଡ଼ା ଦେଇ ଗାଁ ଭିତରକୁ ଯାତା ୟତ କରନ୍ତି. ବଡ ଦୁଃଖର କଥା ଚାରିଟି ଗୋଡାର ମରାମତି କାର୍ଯ୍ୟ ହୋଇ ସାରିଥିବା ବେଳେ ଏ ଦଳିତ ବସ୍ତିର ନଦୀ ବନ୍ଧ ଗୋଡ଼ାଟି ହୋଇ ପାରି ନାହିଁ | ସ୍ଥାନୀୟ ଲୋକ ମାନଙ୍କର ଅଭିଯୋଗ ଯେ ଗୋଡ଼ା ମରାମତି ପାଇଁ ଯେଉଁ ଟଙ୍କା ଆସିଛି କେବଳ ଶବନ୍ୟା ମାନଙ୍କ ବସ୍ତି ପାଇଁ ଓ ବ୍ରାହ୍ମଣ ବସ୍ତି ପାଇଁ ଏକଥା ଟି ନିଛିତ ଭାବରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଆସିବ | ଏଇଟା ଠିକା କର୍ମ ଚାରୀଙ୍କ ମନମାନି ନା କୁଜି ନେତା ମାନଙ୍କର ଦା ଦା ଗିରି.. ସ୍ଥାନିଅ ଲୋକ ମାନଙ୍କର ଅନୁରୋଧ ବ୍ଲକ ଅଧିକାରୀ ଏବଂ ଏ କାର୍ଯ୍ୟ କରୁଥିବା ଅଫିସର ବାବୁ ମାନଙ୍କୁ ଅନୁରୋଧ ତୁରନ୍ତ ଇନକୁଆରୀ କରାଯାଉ ଏବଂ ନଦୀବନ୍ଧ ଗଡା଼ ଟିର ମରାମତି କରାଯାଉ. ସ୍ଥାନିଅ ଲୋକ ମାନଙ୍କ ଠାରୁ ଯାହା ସୂଚନା ମିଳୁଛି ଯେ ନିଶ୍ଚିତ ଭାବରେ ଆଗକୁ ଜନ ଅସନ୍ତୋଷ ଦେଖାଯିବ.. ବରୀ ରୁ ନିର୍ମଳ ଜେନାଙ୍କ ରିପୋର୍ଟ ସ୍ରିଷ୍ଟି ନିୟୁ ଜ

Jajpur (ଯାଜପୁର)ରିପୋର୍ଟ: ନିର୍ମଳ କୁମାର ଜେନା, ଯାଜପୁର

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୬ ପାଳିତ
Jun 22, 202689 views

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୬ ପାଳିତ

ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା ଖୋର୍ଦ୍ଧା-ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବୟସ ନିର୍ବିଶେଷରେ ଯୋଗ ସମସ୍ତଙ୍କ "ଧ୍ୟାନ "ହେଉ:ଆଇନ ମନ୍ତ୍ରୀ l ଦୈନନ୍ଦିନ ଜୀବନରେ ଯୋଗ ଅଭ୍ୟାସ ଏକାନ୍ତ ଜରୁରୀ l ପ୍ରତ୍ୟେକ ଦିନ ଆସନ, ପ୍ରାଣାୟମ କରିବା ଦ୍ୱାରା ବାର୍ଦ୍ଧକ୍ୟ ସମୟରେ ଶରୀର ସ୍ୱାସ୍ଥ୍ୟ ରହିଥାଏ l ବର୍ତ୍ତମାନ ଭାରତ ବର୍ଷରେ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛ l ମାନସିକ ଶାରୀରିକ ସୁସ୍ଥ ସହିତ ଶାନ୍ତି ଜୀବନ ଯାପନ ପାଇଁ ଯୋଗ ଏକ ମୌଳିକ ଆବଶ୍ୟକତା ହୋଇ ଯାଇଛି l ଏଣୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଓ ବୟସ ନିର୍ବିଶେଷରେ ସୁସ୍ଥ ଶରୀର ଓ ନିରାମୟ ଜୀବନ ଯାପନ ପାଇଁ ଯୋଗ ସମସ୍ତଙ୍କ "ଧ୍ୟାନ " ହେଉ ବୋଲି ଆଜି ବିଜୁପଟ୍ଟନାୟକ ବହୁମୁଖି ଇଣ୍ଡୋର୍ ଷ୍ଟାଡିୟମ, ଖୋର୍ଦ୍ଧା ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି l ସମ୍ମାନୀୟ ଅତିଥି ଭାବେ ବିଧାୟକ, ଖୋର୍ଦ୍ଧା ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯୋଗ ସବୁ ଔଷଧ ଠାରୁ ଶ୍ରେଷ୍ଠ ଔଷଧ ଅଟେ l ଯୋଗ ଶରୀରକୁ ସୁସ୍ଥ ରଖିବା ସହ ଧ୍ୟାନ ଯୋଗ ଆତ୍ମା ପରମାତ୍ମାଙ୍କ ସହ ସଂଯୋଗ କରାଇଥାଏ । ଏହା ଦ୍ଵାରା ବିଶ୍ଵର କଲ୍ୟାଣ ସାଧିତ ହୁଏ l ଯୋଗକୁ ସମସ୍ତେ ଆପଣେଇଲେ ବିଶ୍ୱ ହସି ଉଠିବ ବୋଲି ସେ ବକ୍ତବ୍ୟ ରଖିଥିଲେ l ସଭାପତି ଭାଷଣରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ,ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେ ପ୍ରାଚୀନ ସଭ୍ୟତାର ମୁକ ସାକ୍ଷୀ ଯୋଗ ଅଟେ l ସେ ସମୟରେ ଯୋଗ ଓ ଧ୍ୟାନ ଦ୍ଵାରା ମୁନି ଋଷି ମାନେ ସମସ୍ତ ବିଷୟରେ ଅବଗତ ହୋଇ ପାରୁଥିଲେ l ମନୁଷ୍ୟ ସୁସ୍ଥ ରହିବା ପାଇଁ ଯୋଗ ସବୁଠାରୁ ବଡ଼ ଔଷଧ । ସମସ୍ତେ ଓ ସବୁବର୍ଗର ଲୋକେ ଯୋଗ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲା ଭାଜପା ସଭାପତି ବିଶ୍ବରଂଜନ ବଡ଼ଜେନା, ନିର୍ବାହୀ ଅଧିକାରୀ ଖୋର୍ଦ୍ଧ ପୌରପରିଷଦ ,କାବେରୀ ମୁଦୁଲି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା , ସେହି ପରି ଉପଜିଲ୍ଲାପାଳ, ସ୍ଵସ୍ତିକ ସଂକଳ୍ପ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା, କନକ ଲକ୍ଷ୍ମୀ ମହାନ୍ତି, ବୁଦ୍ଧିଜୀବୀ ନିକୁଞ୍ଜ ପଟ୍ଟନାୟକ,ଯୋଗ ମହୋତ୍ସବ ସମିତି କର୍ମକର୍ତ୍ତା କେଦାର ନାଥ ସାହୁ ଯୋଗଦେଇଥିଲେ l ଯୋଗ ଗୁରୁ ବରୁଣ କୁମାର କବିରାଜ ଯୋଗାଭ୍ୟାସ କରାଇଥିବା ବେଳେ ଗୁରୁଜଙ୍ଗ ସରସ୍ଵତୀ ଶିଶୁ ମନ୍ଦିର ସହ ଆଚାର୍ଯ୍ୟ ସୌଦାମିନୀ ସାହୁ ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଯୋଗ ପ୍ରେମୀ, ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ବୃଦ୍ଧ ବୃଦ୍ଧା, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l ମୁଖ୍ୟ ଅତିଥି ସମସ୍ତଙ୍କୁ ଯୋଗ ଅଭ୍ୟାସ ଶପଥ ପାଠ କରାଇଥିଲେ l ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର, ଯୋଗ ମହୋତ୍ସବ ସମିତି, ଓଡ଼ିଶା ଏବଂ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଙ୍କ ମିଳିତ ଆନୁକୁଲ୍ୟରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l ସେହିପରି ଖୋର୍ଦ୍ଧାର ପ୍ରତିବ୍ଳକ ଓ ଫଚାୟତ ରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଯାଇଛି।

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ITBP Personnel at Khordha (Odisha) Perform Yoga
Jun 22, 2026313 views

ITBP Personnel at Khordha (Odisha) Perform Yoga

Khordha: On June 21, 2026, marking the 12th International Yoga Day, personnel from the ITBP Regional Headquarters (Bhubaneswar) and the 41st Battalion, along with their families (HAVA members), gathered at the ITBP campus in Khordha (Odisha) to practice yoga. They propagated the message of this year's theme, "Yoga for Healthy Ageing," to the public and shared insights on maintaining mental and physical well-being amidst the hectic pace of modern life. The yoga session began with a prayer, followed by the performance of various *asanas* (postures), in which everyone participated with great enthusiasm and zeal. The event was organized under the guidance of Shri Sanjeev Rolba, Deputy Inspector General (DIG), Regional Headquarters (Bhubaneswar). Participants included Smt. Kiran Rolba (Chief Executive, HAVA), Shri Benudhar Nayak (Commandant, 41st Battalion), Shri A.N. Datta (Commandant/Staff, RHQ Bhubaneswar), along with other officers and personnel. They pledged to incorporate yoga into their daily lives and resolved to realize the core mantra: "Practice Yoga, Stay Disease-Free."

Khordha (ଖୋର୍ଦ୍ଧା)Report: Priyanka Mohapatra

ପାନୀୟ ଜଳ ସମସ୍ୟାକୁ ନେଇ ତାତିଲେ ଗ୍ରାମବାସୀ, ଜିଏମ୍ ଅଫିସରେ ତାଲା ପକାଇ ଧାରଣା
Jun 22, 202644 views

ପାନୀୟ ଜଳ ସମସ୍ୟାକୁ ନେଇ ତାତିଲେ ଗ୍ରାମବାସୀ, ଜିଏମ୍ ଅଫିସରେ ତାଲା ପକାଇ ଧାରଣା

ରିପୋର୍ଟ: ସନାତନ କର, ତାଳଚେର ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମପଞ୍ଚାୟତରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ଲୋକମାନେ ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ପାଣି ଅଭାବରେ ଗ୍ରାମବାସୀମାନେ ଅତିଷ୍ଠ ହୋଇପଡ଼ିଥିବା ବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଆନ୍ଦୋଳନର ପଥ ବାଛିଛନ୍ତି। ଅଭିଯୋଗ ଅନୁଯାୟୀ, ବାରମ୍ବାର ଦାବି ଜଣାଇବା ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ଗ୍ରାମବାସୀମାନେ ନୋଡାଲ ଜିଏମ୍ ଶ୍ରୀ ଅଶୋକ ଧଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ଜିଏମ୍ ଅଫିସରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀମାନେ ତୁରନ୍ତ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ଅଞ୍ଚଳକୁ ନିୟମିତ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Angul (ଅନୁଗୋଳ)ରିପୋର୍ଟ: ସନାତନ କର, ତାଳଚେର

ଭୁବନେଶ୍ୱର ଜିଏମ୍ ଅଫିସରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
Jun 22, 202671 views

ଭୁବନେଶ୍ୱର ଜିଏମ୍ ଅଫିସରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରିପୋର୍ଟ: ସନାତନ କର, ତାଳଚେର ତାଳଚେର: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରୀ ଜିଏମ୍ ଅଫିସ ପରିସରରେ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରୀ ଜିଏମ୍ ଶ୍ରୀ ଅଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଭ୍ୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି, ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବକ୍ତାମାନେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ କିପରି ସୁଦୃଢ଼ ହୋଇଥାଏ ଏବଂ ବିଭିନ୍ନ ରୋଗରୁ ମୁକ୍ତି ପାଇବାରେ ଯୋଗର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତେ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରି ସୁସ୍ଥ ଓ ନିରୋଗ ଜୀବନ ଗଢ଼ିବାକୁ ସଂକଳ୍ପ ନେଇଥିଲେ।

Angul (ଅନୁଗୋଳ)ରିପୋର୍ଟ: ସନାତନ କର, ତାଳଚେର