--:--:--
-- ---
Srishti News

ମାଟିଆ ଅଙ୍ଗନୱାଡି କେନ୍ଦ୍ର-୧ ଠାରେ ବିଶ୍ବ ସ୍ତନ୍ୟ ପାନ ଦିଵସ ପାଳିତ

Kalahandi (କଳାହାଣ୍ଡି)ରିପୋର୍ଟ:ରିତେଶ କୁମାର ମୁଣ୍ଡAugust 1, 202655 views
ମାଟିଆ ଅଙ୍ଗନୱାଡି କେନ୍ଦ୍ର-୧ ଠାରେ ବିଶ୍ବ ସ୍ତନ୍ୟ ପାନ ଦିଵସ ପାଳିତ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଟିଆ ଗ୍ରାମ ଅଙ୍ଗନୱାଡି କେନ୍ଦ୍ର-୧ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ଦିବସ ଅଙ୍ଗନୱାଡି କର୍ମୀ ତପସ୍ୱିନୀ ନାଏକଙ୍କ ନେତୃତ୍ୱରେ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ପ୍ରତିବର୍ଷ ଅଗଷ୍ଟ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଶିଶୁର ସୁରକ୍ଷା, ନବଜାତ ଶିଶୁ ପାଇଁ ମା' କ୍ଷୀରର ଉପକାରିତା ଏବଂ ଏହାର ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ମା'ମାନଙ୍କୁ ବୁଝାଇବା, ଶିଶୁକୁ ଅପପୁଷ୍ଟିରୁ ରକ୍ଷା କରିବା ଏବଂ ସୁସ୍ଥ ସମାଜ ଗଠନରେ ସ୍ତନ୍ୟପାନର ଭୂମିକା ଉପରେ ଗୁରୁତ୍ୱ ଦେବା,ଶିଶୁ ଜନ୍ମ ହେବାର ପ୍ରଥମ ଏକ ଘଣ୍ଟା ମଧ୍ୟରେ ମା'ର ପ୍ରଥମ ଗାଢ଼ ହଳଦିଆ କ୍ଷୀର ଖୁଆଇବା, ଶିଶୁକୁ ୬ ମାସ ହେବା ପର୍ଯ୍ୟନ୍ତ ବାହାରର ପାଣି, ମହୁ କିମ୍ବା କ୍ଷୀର ନଦେଇ କେବଳ ମା' କ୍ଷୀର ହିଁ ଦେବା ଉଚିତ।ପରିପୂରକ ଖାଦ୍ୟ: ୬ ମାସ ପରେ ମା' କ୍ଷୀର ସହିତ ଶିଶୁକୁ ସୁପାଚ୍ୟ ଘରୋଇ ପରିପୂରକ ଖାଦ୍ୟ ଦେବା ଆବଶ୍ୟକ। କାର୍ଯ୍ୟକ୍ରମର ସଚେତନତା ସଭାରେ ସ୍ଥାନୀୟ ୱାର୍ଡ ସଭ୍ୟା ହଂସିନୀ ପୋଢ଼,ଅଙ୍ଗନୱାଡି କର୍ମୀ ତପସ୍ୱିନୀ ନାଏକ, ଆଶା କର୍ମୀ ଇନ୍ଦୁମତି ସୁନାନୀ, ସି ଆର୍ ପି ପୂର୍ଣ୍ଣମୀ ମାଝୀ, ଗର୍ଭବତୀ ଓ ପ୍ରସୂତି ମାଁ ପ୍ରମୁଖ ଉପସ୍ଥିତ ଥିଲେ।ଏହା ସହିତ ମା' ଓ ଶିଶୁର ଓଜନ ଏବଂ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଣ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।