--:--:--
-- ---
Srishti News

Web News

ଅବହେଳାରେ ମା' କାଳିଆ ଷଣ୍ଢ ଠାକୁରାଣୀ ପୀଠ ପାଣି, ବିଦ୍ୟୁତ୍ ଓ ରହଣି ବ୍ୟବସ୍ଥା ନାହିଁ; ଉନ୍ନୟନ ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି
Aug 5, 2026•19 views

ଅବହେଳାରେ ମା' କାଳିଆ ଷଣ୍ଢ ଠାକୁରାଣୀ ପୀଠ ପାଣି, ବିଦ୍ୟୁତ୍ ଓ ରହଣି ବ୍ୟବସ୍ଥା ନାହିଁ; ଉନ୍ନୟନ ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି

ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ନିକଟସ୍ଥ ମା' କାଳିଆ ଷଣ୍ଢ ଠାକୁରାଣୀଙ୍କ ପୀଠ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଦୀର୍ଘ ବର୍ଷ ଧରି ଏହି ପୀଠ ଅଞ୍ଚଳବାସୀଙ୍କ ଧାର୍ମିକ ଆସ୍ଥାର କେନ୍ଦ୍ରବିନ୍ଦୁ ହୋଇଆସୁଥିବା ବେଳେ ଏଠାରେ ବିବାହ, ମୁଦି ପିନ୍ଧା ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ। ସମାଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଧ୍ୟ ଭଦ୍ରବ୍ୟକ୍ତିମାନେ ଏଠାରେ ବୈଠକ କରିଥାନ୍ତି। ପ୍ରତିବର୍ଷ ମାଘ ମାସରେ ତିନି ଦିନିଆ ବାର୍ଷିକ ଉତ୍ସବ ଧୁମଧାମରେ ପାଳନ କରାଯାଉଥିଲେ ମଧ୍ୟ ପୀଠରେ ଆବଶ୍ୟକ ମୌଳିକ ସୁବିଧାର ଘୋର ଅଭାବ ରହିଛି। ପାନୀୟ ଜଳର ସୁବିଧା ନଥିବା ବେଳେ ଥିବା ଏକମାତ୍ର ନଳକୂପରୁ ମଧ୍ୟ ମଇଳା ପାଣି ବାହାରୁଛି। ବିଦ୍ୟୁତ୍ ଆଲୋକର ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ପରେ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା ରୋଷେଇ ଓ ଭକ୍ତମାନଙ୍କ ରହିବା ପାଇଁ କୌଣସି ସ୍ଥାୟୀ ଘର ନାହିଁ। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପୀଠର ଉନ୍ନୟନ ପାଇଁ ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ରାଜସୁନାଖଳା–ଦର୍ପନାରାୟଣପୁର ବାଇପାସ ରାସ୍ତା କଡ଼ରେ ଅବସ୍ଥିତ ଏହି ପୀଠ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ରଣପୁର ଅଞ୍ଚଳର ଅନେକ ସ୍ଥାନରେ ସୋଲାର ଲାଇଟ୍ ସ୍ଥାପନ କରାଯାଉଥିବା ବେଳେ ଏହି ପୀଠରେ ମଧ୍ୟ ସୋଲାର ଆଲୋକ ବ୍ୟବସ୍ଥା ଏବଂ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ କରାଗଲେ ଶ୍ରଦ୍ଧାଳୁ ଓ ବାଟୋଇମାନେ ଉପକୃତ ହେବେ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଖବର ମାଧ୍ୟମ ଜରିଆରେ ସରକାର ତୁରନ୍ତ ଏହି ପୀଠର ବିକାଶ ପାଇଁ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।

Nayagarh (ନୟାଗଡ଼) • ରଣପୁର ନିରଞ୍ଜନ ମହାପାତ୍ର

ବିଜେପୁର ସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା
Aug 5, 2026•41 views

ବିଜେପୁର ସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା, ପରିଚାଳନା ସମିତି ସମ୍ପାଦକ ଯଶୋବନ୍ତ ମେହେରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବରେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ନୂତନ ଚିନ୍ତାଧାରା ଏବଂ ଅନୁ ସନ୍ଧାନମୂଳକ ମନୋଭାବକୁ ବାହାରକୁ ଆଣିବା ପାଇଁ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଜୟନ୍ତ ପଧାନ ବିଜ୍ଞାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ବିଜେପୁର, ଅବସରପ୍ରାପ୍ତ ବିଇଓ ତଥା ପରିଚାଳନା ସମିତି ଉପ ସଭାପତି ଘନଶ୍ୟାମ ସାହୁ ଏବଂ ରୁଦ୍ରପ୍ରତାପ ଶାସ୍ତ୍ରୀ ଉପସ୍ଥିତ ଥିଲେ । ସହ-ପ୍ରଧାନ ଆଚାର୍ଯ୍ୟ ସଦାନନ୍ଦ ପ୍ରଧାନ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟ ଉମାକାନ୍ତ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ଘନଶ୍ୟାମ ମେହେର କାର୍ଯ୍ୟକ୍ରମର ବୃତ୍ତ ପଠନ କରିଥିଲେ । ଶିଶୁ ବାଟିକା ଭାଗ-୧ରୁ ୧୨୪ ଜଣ, ଶିଶୁ ବାଟିକା ଭାଗ-୨ରୁ ୯୨ଜଣ, ତୃତୀୟ ଶ୍ରେଣୀରୁ ୫୨ଜଣ, ଶିଶୁ ବର୍ଗରୁ ୫୦ଜଣ, ବାଳ ବର୍ଗରୁ ୨୯ ଜଣ ଓ କିଶୋର ବର୍ଗରୁ ୭ ଜଣ ଭାଗ ନେଇଥିଲେ । ଏଥିରେ ବିଜ୍ଞାନ ପ୍ରକଳ୍ପରେ ୨୭୪ ଜଣ, ଗଣିତ ପ୍ରକଳ୍ପରେ ୮୦ ଜଣ, ମୋଟ ୩୫୪ଟି ପ୍ରକଳ୍ପରେ ଶିଶୁ ଭାଇ ଭଉଣୀ ଭାଗ ନେବା ସହିତ ଏହି ଅବସରରେ ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରୟୋଗ, ଗଣିତ ପତ୍ରବାଚନ, ବିଜ୍ଞାନ ପତ୍ରବାଚନ, କଥାକଥନ, ତାତ୍କାଳିକ ଭାଷଣ, ନିବନ୍ଧ ଓ ମୂର୍ତ୍ତିକଳା ଇତ୍ୟାଦି ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ଗଣିତ ପ୍ରକଳ୍ପରେ ଅଶ୍ୱିନୀ ଗତତିଆ, ବିବେକାନନ୍ଦ ସାହୁ, ଅମୀୟ ପ୍ରସାଦ ଭୋଇ, ବିଜ୍ଞାନ ପ୍ରକଳ୍ପରେ ଅନିତ ଛନ୍ଦ, ସୁଶାନ୍ତ କୁମାର ଗଡତିଆ, ସୁଶାନ୍ତ କୁମାର ପଧାନ, ବାଲାଜୀ ରାଓ ମୋରେ, ଉତ୍କଳିକା ବେହେରା, ସାନ୍ତ୍ୱନା ଗଡତିଆ ଉପସ୍ଥିତ ରହି ମୂଲ୍ୟାଙ୍କନରେ ସହଯୋଗ କରିଥିଲେ । ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘନଶ୍ୟାମ ସାହୁ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏଥିରେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଶାନ୍ତନୁ ସାହୁ, ସଦସ୍ୟା ଶ୍ରୀମତୀ ସୁଷମା ଖମାରୀ ଉପସ୍ଥିତ ଥିଲେ । ଅତିଥି ଅଧିକାରୀ କୃତି ଶିଶୁ ଭାଇ ଭଉଣୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଗୁରୁଜୀ ଗୁରୁମା ତଥା ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଏହି କାର୍ଯ୍ୟକ୍ରମରେ ସହଯୋଗ ଦେଇ କାର୍ଯ୍ୟକ୍ରମର ବିଭିନ୍ନ ବିଭାଗରେ ଦାୟିତ୍ୱ ନେଇ ଶିଶୁ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବଅଁରପାଳ  ମଙ୍ଗଳବାର ହାଟରେ ମୌଳିକ ସୁବିଧା ଅଭାବ, ଚାଷୀଙ୍କ ଅସନ୍ତୋଷ
Aug 5, 2026•113 views

ବଅଁରପାଳ ମଙ୍ଗଳବାର ହାଟରେ ମୌଳିକ ସୁବିଧା ଅଭାବ, ଚାଷୀଙ୍କ ଅସନ୍ତୋଷ

ବଅଁରପାଳ: ବଅଁରପାଳ ସାପ୍ତାହିକ ମଙ୍ଗଳବାର ହାଟରେ ପରିବା ଓ କୃଷିଜାତ ସାମଗ୍ରୀ ବିକ୍ରି କରୁଥିବା ଚାଷୀମାନେ ଦୀର୍ଘଦିନ ଧରି ମୌଳିକ ସୁବିଧାରୁ ବଞ୍ଚିତ ରହି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାୟୀ ଛାତ, ପିଣ୍ଡି, ପିଇବା ପାଣି, ଶୌଚାଳୟ ଓ ପରିମଳ ବ୍ୟବସ୍ଥା ନଥିବାରୁ ଖରା ଓ ବର୍ଷା ଦୁଇ ଋତୁରେ ଚାଷୀମାନେ ଅସୁବିଧା ଭୋଗୁଛନ୍ତି। ବର୍ଷା ସମୟରେ ପରିବା ଭିଜି ନଷ୍ଟ ହେଉଥିବାବେଳେ, ହାଟ ରାସ୍ତା ଉପରେ ବସୁଥିବାରୁ ଯାନଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି। ଚାଷୀମାନଙ୍କଠାରୁ ୨୦ ଟଙ୍କା ହାଟ ଶୁଳ୍କ ଆଦାୟ କରାଯାଉଥିଲେ ମଧ୍ୟ ସେହି ଅନୁପାତରେ ସୁବିଧା ମିଳୁନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ଭିତ୍ତିଭୂମି ବିକାଶ ଦାବି କରିଛନ୍ତି। ଏନେଇ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସମ୍ପାଦକ ଜ୍ୟୋତିରଞ୍ଜନ ସେଠୀ କହିଛନ୍ତି, ଚାଷୀଙ୍କ ସୁବିଧା ପାଇଁ ପିଣ୍ଡି, ପିଇବା ପାଣି, ଶୌଚାଳୟ ନିର୍ମାଣ ସହ କାଦୁଅ ସ୍ଥାନରେ ମୋରମ ପକାଯିବ ଏବଂ ଏଥିପାଇଁ ୩ରୁ ୪ ଦିନ ମଧ୍ୟରେ କାର୍ଯ୍ୟାଦେଶ ଜାରି କରାଯିବ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜଳିଗଲା ଘର ଓ ଗୁହାଳ, ଦୁଇ ବାଛୁରୀ ମୃତ
Aug 5, 2026•77 views

ଜଳିଗଲା ଘର ଓ ଗୁହାଳ, ଦୁଇ ବାଛୁରୀ ମୃତ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ସରେଇ ଚୁଡାକୁଟି ପଞ୍ଚାୟତର ତାମ୍ପଳା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ନରେନ୍ଦ୍ର ଭୋଇଙ୍କର ଦୁଇ ବଖରା ବାସଗୃହ ଓ ଗୁହାଳ ଘର ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଘଟଣରେ ପରିବାରର ବ୍ୟାପକ କ୍ଷତି ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ପରିବାର ସଦସ୍ୟମାନେ ଶୋଇପଡ଼ିବା ପରେ କୌଣସି ଅଜଣା କାରଣରୁ ପ୍ରଥମେ ଗୁହାଳ ଘରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରି ଗୁହାଳ ସହ ବାସଗୃହକୁ ମଧ୍ୟ ବ୍ୟାପିଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଘର ଭିତରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଗୁହାଳ ଭିତରେ ବନ୍ଧା ହୋଇଥିବା ଦୁଇଟି ଗାଈ ଓ ଦୁଇଟି ବାଛୁରୀ ନିଆଁରେ ଫସିଯାଇଥିଲେ। ଅତ୍ୟନ୍ତ ଦୁଃଖଦ ବିଷୟ ହେଉଛି, ଦୁଇଟି ବାଛୁରୀ ସମ୍ପୂର୍ଣ୍ଣ ଭାବେ ଜଳି ମୃତ୍ୟୁବରଣ କରିଥିଲେ। ତେବେ ଦୁଇଟି ଗାଈ ଖୁଣ୍ଟ ଉପାଡ଼ି କୌଣସି ପ୍ରକାରେ ବାହାରକୁ ପଳାଇ ଆସି ପ୍ରାଣ ରକ୍ଷା କରିଥିଲେ। ସେମାନେ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଘର ଓ ଗୁହାଳ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଘଟଣାସ୍ଥଳରେ ଆର୍.ଆଇ. ଶୁଭଶ୍ରୀ ନାୟକ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ସହ ଆଲୋଚନା କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ତଥ୍ୟ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ନରେନ୍ଦ୍ର ଭୋଇଙ୍କ ପରିବାରର ବ୍ୟାପକ ଆର୍ଥିକ କ୍ଷତି ଘଟିଥିବାରୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି।

Bhadrak (ଭଦ୍ରକ) • ରିପୋର୍ଟ : ଶିଶିର କୁମାର ସ୍ୱାଇଁ

Nuapada Police Organises Cyber Security Training to Strengthen Investigation Capabilities
Aug 5, 2026•73 views

Nuapada Police Organises Cyber Security Training to Strengthen Investigation Capabilities

Nuapada: In a significant initiative to enhance the cyber crime investigation skills of police personnel, a Cyber Security Training Programme was organised at the District Police Office, Nuapada, under the guidance of Shri Amritpal Singh, IPS, Superintendent of Police, Nuapada. The training session was conducted by renowned Cyber Security Expert Shri Ishan Sinha, who provided comprehensive insights into emerging cyber threats, cyber fraud investigation techniques, digital evidence collection and preservation, and the effective application of cyber laws in criminal investigations. The programme witnessed active participation from Deputy Superintendents of Police (DSPs), Inspectors, Sub-Inspectors, and other police personnel from across the district. Through practical sessions and expert interactions, participants gained valuable knowledge on modern cyber crime investigation methods and the handling of digital evidence in accordance with legal procedures. Addressing the gathering, the emphasis was laid on strengthening the capacity of law enforcement agencies to combat the growing challenges posed by cyber-enabled crimes and online financial frauds. The training is expected to further improve the efficiency and professionalism of police officers in dealing with technology-driven offences. As a mark of appreciation for his outstanding contribution and expert guidance, Shri Amritpal Singh, IPS, Superintendent of Police, Nuapada, presented a memento to Shri Ishan Sinha during the concluding session of the programme. The initiative reflects the commitment of the Nuapada Police to continuously upgrade the skills of its personnel and ensure a more effective response to the rapidly evolving landscape of cyber crime.

Nuapada (ନୂଆପଡ଼ା) • Report: Malaya Meher, District Correspondent

ତୁଳା ଫ୍ୟାକ୍ଟ୍ରି ରେ ଭୟଙ୍କର ଅଗ୍ନି କାଣ୍ଡ, ଜଳିଗଲା ଅନେକ କପଡା ଏବଂ କଟ ପିସ
Aug 5, 2026•25 views

ତୁଳା ଫ୍ୟାକ୍ଟ୍ରି ରେ ଭୟଙ୍କର ଅଗ୍ନି କାଣ୍ଡ, ଜଳିଗଲା ଅନେକ କପଡା ଏବଂ କଟ ପିସ

ଜଳିଗଲା ତୁଳା କମ୍ପାନୀ । ଭୁବନେଶ୍ବର ପାତ୍ରପଡ଼ା ସ୍ଥିତ ତୁଳା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଭୟଙ୍କର ରୂପ ନେଉଛି ନିଆଁ । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କଲେ ବି ଧିରେ ଧିରେ ବ୍ୟାପୁଛି । ବାଧ୍ୟ ହୋଇ ଜେସିବି ଜରିଆରେ ତୁଳାକୁ କାଢ଼ିବା ପାଇଁ ପ୍ରୟାସ । ତୁଳା ପ୍ରୋସେସି ୟୁନିଟ ଯୋଗୁଁ ଅନେକ କପଡା ମଧ୍ୟ କଟପିସ ପଡ଼ିରହିଛି । ତୁଳା ଯୋଗୁଁ ନିଆଁ ବ୍ୟାପି ଭୟଙ୍କର ରୁପ ନେଉଛି । ଅଗ୍ନିଶମ ରୋବାଟ ଫାୟାର ସିଷ୍ଟମ ସହ ଷ୍ଟ୍ରାଇକି ଫୋର୍ସ ମଧ୍ୟ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଜାରି ରଖିଛି । ବିନା ଫାୟାର ସେଫଟିରେ ଫ୍ୟାକ୍ଟ୍ରି ଚାଲୁଥିବାରୁ ନିଆଁକୁ ପ୍ରାରମ୍ଭିକ ଭାବେ ନିୟନ୍ତ୍ରଣ ହୋଇପାରିନି । ଫଳରେ ନିଆଁ ବ୍ୟାପି ଭୟଙ୍କର ରୂପ ନେଉଛି । ଜଟଣି ଓ ତମାଣ୍ଡୋ ଫାୟାର ଷ୍ଟେସନ ଟିମ୍ ସ୍ପଟ୍ ରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଫୋମ ସାହାଯ୍ୟରେ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଜାରି ରହିଛି ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ

ସିଂହପୁର ଦଳିତ ସାହି ପାଣି ଘେରରେ: ଦୀର୍ଘଦିନର ସମସ୍ୟା ର ସମାଧାନ ଦାବି
Aug 5, 2026•54 views

ସିଂହପୁର ଦଳିତ ସାହି ପାଣି ଘେରରେ: ଦୀର୍ଘଦିନର ସମସ୍ୟା ର ସମାଧାନ ଦାବି

ଯାଜପୁର/ବିଞ୍ଝାରପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମପଞ୍ଚାୟତର ସିଂହପୁର ଦଳିତ ସାହିରେ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ସାହିର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରକୁ ଯିବା, ଛୋଟ ପିଲାମାନଙ୍କ ସ୍କୁଲ ଯିବା ସହ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଗ୍ରାମବାସୀଙ୍କ କହିବାନୁସାରେ, ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ଦଳିତ ସାହିର ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ବର୍ଷା ହେଲେ ପାଣି ନିଷ୍କାସନର ସୁବିଧା ନଥିବାରୁ ସମଗ୍ର ସାହି ଜଳମଗ୍ନ ହୋଇପଡ଼ୁଛି। ଏହା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ସହ ଲୋକଙ୍କ ଜୀବନଯାପନ ଦୁର୍ବିଷହ ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା ଓ ସ୍ଥାୟୀ ସମାଧାନ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି। ସେମାନଙ୍କ ଚେତାବନୀ ହେଲା, ଯଦି ଶୀଘ୍ର ସମସ୍ୟାର ସମାଧାନ ନହୁଏ, ତେବେ ସେମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଗଣଆନ୍ଦୋଳନ କରିବେ। ପ୍ରଶାସନ ପକ୍ଷରୁ ଏହି ଅଭିଯୋଗ ସମ୍ପର୍କରେ ତତ୍କାଳ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ, ସ୍ଥାନୀୟ ଲୋକେ ଶୀଘ୍ର ସମାଧାନର ଆଶା ରଖିଛନ୍ତି।

Jajpur (ଯାଜପୁର) • ରିପୋର୍ଟ: ଉଦୟ ନାଥ ଜେନା, ବିଞ୍ଝାରପୁର, ଯାଜପୁର

ଆଇ.ଆର.ସି ଵିଲେଜ୍‌ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ SMC ବୈଠକ ଅନୁଷ୍ଠିତ
Aug 5, 2026•21 views

ଆଇ.ଆର.ସି ଵିଲେଜ୍‌ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ SMC ବୈଠକ ଅନୁଷ୍ଠିତ

​ ​ ଭୁବନେଶ୍ୱର ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇ.ଆର.ସି ଵିଲେଜ୍‌ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପ୍ରୟାସରେ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି (SMC) ବୈଠକ ଅନୁଷ୍ଠିତ ହୋଇଯାଇଛି। ​ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୀତା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ବାସୁଦେବ ଦାସ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ (HM) ପ୍ରଦୀପ୍ତ ବେହେରା ଉପସ୍ଥିତ ରହି ଶିକ୍ଷାଦାନ ଓ ସ୍କୁଲର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ​ଏହି ସଭାରେ କମିଟିର ସମସ୍ତ ସଦସ୍ୟ-ସଦସ୍ୟା, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବହୁ ସଂଖ୍ୟାରେ ଅଭିଭାବକ-ଅଭିଭାବିକା ଯୋଗଦେଇ ପିଲାମାନଙ୍କର ଗୁଣାତ୍ମକ ଶିକ୍ଷାର ଅଗ୍ରଗତି, ନିୟମିତ ଉପସ୍ଥିତି ଏବଂ ବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ପିଲାଙ୍କ ଭବିଷ୍ୟତକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ଏହି ବୈଠକରେ ସଂକଳ୍ପ ନିଆଯାଇଥିଲା।

Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର, ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

​ବନ୍ୟା ପରିଚାଳନା ଓ ରିଲିଫ ବଣ୍ଟନରେ ସରକାର ସମ୍ପୂର୍ଣ୍ଣ ବିଫଳ: ଓଡ଼ିଶା ଜନତା କଂଗ୍ରେସ
Aug 5, 2026•33 views

​ବନ୍ୟା ପରିଚାଳନା ଓ ରିଲିଫ ବଣ୍ଟନରେ ସରକାର ସମ୍ପୂର୍ଣ୍ଣ ବିଫଳ: ଓଡ଼ିଶା ଜନତା କଂଗ୍ରେସ

​ ରାଜ୍ୟରେ ବନ୍ୟା ପରିଚାଳନା, ରିଲିଫ ବଣ୍ଟନ, କ୍ଷୟକ୍ଷତି ଆକଳନ ଏବଂ କ୍ଷତିପୂରଣ ଘୋଷଣାରେ ଘୋର ଅବ୍ୟବସ୍ଥା ଅଭିଯୋଗ ଆଣି ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ​ଓଡ଼ିଶା କୃଷକ ଜନତା କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କିଶୋର ମାଝୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବନ୍ୟା ବିପନ୍ନଙ୍କ ସହାୟତାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ସାଂସଦମାନେ ଦିଲ୍ଲୀରେ ଦଳୀୟ ରାଜନୀତିରେ ବ୍ୟସ୍ତ ଥିଲେ। ଉପଯୁକ୍ତ ପୂର୍ବ ପ୍ରସ୍ତୁତି ଏବଂ ମହାନଦୀ ଜଳ ପରିଚାଳନାରେ ସମନ୍ୱୟର ଅଭାବ ଯୋଗୁଁ ରାଜ୍ୟର ୨୨ଟି ଜିଲ୍ଲା ଏବଂ ଲକ୍ଷ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ​ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବନ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ଅଞ୍ଚଳରେ ରିଲିଫ, ଶୁଖିଲା/ରନ୍ଧା ଖାଦ୍ୟ କିମ୍ବା ଗୋଖାଦ୍ୟର ସୁବ୍ୟବସ୍ଥା ନହେବାରୁ ୬ ଜଣଙ୍କ ଜୀବନ ଯାଇଛି। ଘୋଷଣା କରାଯାଇଥିବା ସହାୟତା ରାଶି ଚାଷୀ ଏବଂ ସାଧାରଣ ଲୋକଙ୍କ ପାଇଁ ନିହାତି ଅପର୍ଯ୍ୟାପ୍ତ। ​ଓଜେସି କୃଷକ ମୋର୍ଚ୍ଚାର ୯ ଦଫା ଦାବି: ​ଚାଷଜମି କ୍ଷତିପୂରଣ ବୃଦ୍ଧି: ହେକ୍ଟର ପିଛା ସର୍ବନିମ୍ନ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯାଉ। ଧାନ ସହ ପନିପରିବା ଚାଷର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯାଉ। ​ଋଣ ଛାଡ଼: ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କର ଅବିଳମ୍ବେ କୃଷି ଋଣ ଛାଡ଼ କରାଯାଉ। ​ମାଗଣା ବିହନ ଓ ସାର: ଚାଷକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚାଷୀଙ୍କୁ ତୁରନ୍ତ ମାଗଣାରେ ବିହନ ଓ ସାର ଯୋଗାଇ ଦିଆଯାଉ। ​ଆନୁଷଙ୍ଗିକ ଚାଷୀଙ୍କୁ ସହାୟତା: ଗୋ-ଚାଷୀ, ମତ୍ସ୍ୟ ଚାଷୀ ଓ କୁକୁଡ଼ା ଚାଷୀମାନଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯାଉ। ​ଗୃହ ନିର୍ମାଣ ସହାୟତା: ବନ୍ୟାରେ ଭାଙ୍ଗିଯାଇଥିବା ଘର ପାଇଁ ଅତିକମରେ ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଉ ଓ ​ମୃତକଙ୍କ ପରିବାରକୁ ଅନୁକମ୍ପ ଦିଆଯାଉ ।

Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

୩ ଦିନ ବିତିଲା, ବ୍ରାହ୍ମଣୀ ନଦୀରେ ନିଖୋଜ ଯୁବକ ଅଂଶୁମାନଙ୍କର ଏପର୍ଯ୍ୟନ୍ତ ମିଳିଲାନି ସନ୍ଧାନ
Aug 5, 2026•198 views

୩ ଦିନ ବିତିଲା, ବ୍ରାହ୍ମଣୀ ନଦୀରେ ନିଖୋଜ ଯୁବକ ଅଂଶୁମାନଙ୍କର ଏପର୍ଯ୍ୟନ୍ତ ମିଳିଲାନି ସନ୍ଧାନ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ପଞ୍ଚାୟତର କାକୁଡ଼ି ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ୨୨ ବର୍ଷୀୟ ଯୁବକ ଅଂଶୁମାନ ଗଡ଼ନାୟକଙ୍କର ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ଏହାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଗଭୀର ଶୋକ ଓ ଚିନ୍ତାର ବାତାବରଣ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଆଶଙ୍କା ବଢ଼ିଚାଲିଛି। ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ (ଅରାହଟ) ଗ୍ରାମର ବାସିନ୍ଦା ଅଂଶୁମାନ ଗଡ଼ନାୟକ, ପିତା ଅନିଲ କୁମାର ଗଡ଼ନାୟକ ଓ ମାତା ସୁପ୍ରଭା ଗଡ଼ନାୟକଙ୍କର ଏକମାତ୍ର ପୁଅ। ତିନି ଦିନ ପୂର୍ବେ ସେ ମାମୁଁ ଘରକୁ ଆସିଥିବାବେଳେ କାକୁଡ଼ି ଗ୍ରାମ ନିକଟ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ନଦୀର ପ୍ରବଳ ସ୍ରୋତରେ ସେ ଭାସିଯାଇ ନିଖୋଜ ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ତାଳଚେର ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ (ODRAF) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲଗାତାର ଉଦ୍ଧାର ଓ ଖୋଜାଖୋଜି କାର୍ଯ୍ୟ ଚଳାଇଛନ୍ତି। ତେବେ ନଦୀର ପ୍ରଖର ସ୍ରୋତ ଯୋଗୁଁ ଏପର୍ଯ୍ୟନ୍ତ ଯୁବକଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି। ନିଖୋଜ ଅଂଶୁମାନଙ୍କ ପିତା ଅନିଲ କୁମାର ଗଡ଼ନାୟକ ଓ ମାତା ସୁପ୍ରଭା ଗଡ଼ନାୟକ ପୁଅର ସନ୍ଧାନକୁ ନେଇ ଗଭୀର ଦୁଃଖ ଓ ଅନିଶ୍ଚିତତା ମଧ୍ୟରେ ସମୟ କାଟୁଛନ୍ତି। ପରିବାର ସଦସ୍ୟ ଓ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସହ ଯଥାଶୀଘ୍ର ଅଂଶୁମାନଙ୍କର ସନ୍ଧାନ ପାଇଁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

Zero Tolerance Against Corruption: Nuapada Administration Suspends Senior Revenue Assistant Over Bribery Allegations
Aug 4, 2026•64 views

Zero Tolerance Against Corruption: Nuapada Administration Suspends Senior Revenue Assistant Over Bribery Allegations

Nuapada/Khadial: Reaffirming the district administration’s zero-tolerance policy against corruption, Nuapada Collector Madhusudan Dash has ordered the immediate suspension of Sri Mohan Bag, Senior Revenue Assistant of Khariar Panchayat Samiti, following allegations that he accepted illegal gratification from a contractor. The action comes after a video, widely circulated on various social media platforms, allegedly showed the official receiving a bribe from a contractor associated with Khariar Block. The incident sparked widespread public attention and prompted immediate administrative scrutiny. According to the official order issued by the Office of the Collector and District Magistrate, Nuapada, the matter was formally reported by the Block Development Officer, Khariar, and the Chief Development Officer-cum-Executive Officer, Zilla Parishad, Nuapada, through separate communications dated August 4, 2026. Based on these reports and in view of the proposed disciplinary proceedings, the Collector exercised powers under Rule 12(1)(a) of the Orissa Civil Services (Classification, Control & Appeal) Rules, 1962, placing the official under suspension with immediate effect. As per the suspension order, Sri Mohan Bag’s headquarters has been fixed at the Office of the Tahasildar, Sinapali, and he has been directed not to leave the headquarters without prior permission from the competent authority. During the suspension period, he will be entitled to receive subsistence allowance in accordance with Rule 90 of the Odisha Service Code, subject to the prescribed conditions. The district administration has made it clear that the suspension is part of the disciplinary process and follows the allegations and the official reports received. Further departmental proceedings will continue in accordance with the applicable service rules. Through this decisive action, the Nuapada district administration has once again underscored its unwavering commitment to transparency, accountability, and clean governance. Collector Madhusudan Dash reiterated that corruption, abuse of official position, and administrative misconduct will not be tolerated under any circumstances, and that any such allegations will be dealt with promptly and strictly in accordance with the law. The action has been widely viewed as a strong message reinforcing the administration’s commitment to integrity in public service and its resolve to uphold public confidence in the functioning of government institutions. Reports: Malaya Meher: District Correspondent

Nuapada (ନୂଆପଡ଼ା) • Reports: Malaya Meher: District Correspondent

District-Level School Education Review Meeting Held in Nuapada
Aug 4, 2026•22 views

District-Level School Education Review Meeting Held in Nuapada

Nuapada, A District-Level School Education Review Meeting was held at the Conference Hall of the Nuapada Collectorate under the chairmanship of District Collector and Chairman of Samagra Shiksha, Madhusudan Dash. The meeting focused on strengthening the quality of education, improving school infrastructure, and reviewing the implementation of various educational initiatives across the district. At the outset, In-charge District Education Officer Reshamlal Nayak welcomed the participants and presented a comprehensive review of the progress made under various educational programmes and schemes being implemented in the district. Addressing the gathering, Collector Madhusudan Dash stressed the importance of conducting weekly assessments and organising special doubt-clearing classes in schools to improve students’ academic performance. He also proposed the introduction of a Teacher Exchange Programme, involving experienced teachers from Government High Schools, Odisha Adarsha Vidyalayas (OAVs), Jawahar Navodaya Vidyalayas (JNVs), and Eklavya Model Residential Schools (EMRSs) to promote the sharing of best teaching practices and enhance classroom learning. Highlighting the importance of a healthy learning environment, the Collector directed all schools to maintain clean, green, and plastic-free campuses. He further instructed officials to ensure the regular cleaning of overhead water tanks in every school and to intensify efforts towards making every educational institution an environmentally sustainable campus. The meeting also reviewed the progress of several key educational initiatives, including the Sambhabana-2027 Programme, identification of children with disabilities through the Prashasta 2.0 App, the ULLAS Programme, school monitoring mechanisms, APAAR ID generation, School Safety Week, scholarship schemes, Clean and Green School Rating, infrastructure development, and overall school upgradation. Reviewing the implementation of the Godabarish Mishra Adarsha Primary School initiative, the Collector directed officials to expedite the identification of suitable land in the remaining areas under the supervision of the district administration. During the meeting, the Collector also referred to his recent visit to the residence of Lakshmi Sahu, a Class X student of Kalyanpur High School, during the enhanced public grievance hearing at Amsena. He shared how he interacted with the student and her family, encouraging her to excel in the upcoming Board Examination. He urged all education officers and headmasters across the district to personally visit the homes of meritorious and promising students to motivate and guide them towards academic excellence. The review meeting was attended by DSS Giridhari Sa, DIET Principal Narottam Bhoi, Block Education Officers, Additional Block Education Officers, Headmasters, Headmistresses, and senior officials of the School and Mass Education Department from across Nuapada district. The meeting concluded with a collective resolve to strengthen educational standards, promote innovation in teaching, and ensure holistic development of students through effective implementation of government programmes and collaborative efforts across all educational institutions.

Nuapada (ନୂଆପଡ଼ା) • Report: Bijay Bariha | Malaya Meher