--:--:--
-- ---
Srishti News

Web News

ମନରେଗା ରାସ୍ତା କାମରେ ଫଲ୍ସ ବିଲ ଅଭିଯୋଗ
Jun 20, 2026118 views

ମନରେଗା ରାସ୍ତା କାମରେ ଫଲ୍ସ ବିଲ ଅଭିଯୋଗ

ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଜୟପାଟଣା କଳାହାଣ୍ଡି- ଜୟପାଟଣା: ମନରେଗା ଯୋଜନା ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି l କାମ ନକରି ସ୍ଥାନୀୟ ADEO ସରପଞ୍ଚ ଏବଂ PEO ମିଳିତ ଭାବରେ ବିଲ ହଡ଼ଫ୍ କରିଥିବା ଅଭିଯୋଗ ଆସୁଛି । ହଁ ଆଜ୍ଞା ଏଭଳି ଦୁର୍ନୀତି ଅଭିଯୋଗ ଆସିଛି କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବାନେର ଗ୍ରାମପଞ୍ଚାୟତର ଲୁହବୁହା ଠାରୁ କଦଲୀବାହାଲି ରାସ୍ତା ଉନ୍ନତି କାରଣ ପ୍ରକଳ୍ପରେ । ରାସ୍ତା ଉନ୍ନତିକରଣ ପାଇଁ ମନରେଗା ଯୋଜନା ର ପାଞ୍ଚ ଲକ୍ଷ ଟଙ୍କା ପାଣ୍ଠି ରହିଥିବା ବେଳେ ୩ ଲକ୍ଷ ୬୨ ହଜାର ୯୧୦ ଟଙ୍କା କେବଳ ଶ୍ରମିକ ନିୟୋଜିତ କରି ତାଙ୍କ ଜବକାର୍ଡ ମାଧ୍ୟମରେ ମଜୁରୀ ଦେବା ବଦଳରେ , କାମ ନକରି କେତେକ ଜବକାର୍ଡ ହିତାଧିକାରୀଙ୍କୁ କିଛି ପଇସା ଦେଇ NMMS ଦ୍ୱାରା ପଇସା ପକାଇ ହଡ଼ଫ୍ କରିଥିବା ଜଣାପଡ଼ିଛି। ଖାଲି ସେତିକି ନୁହଁ ୧ ଲକ୍ଷ୍ୟ ୩୯ ହଜାର ୯0 ଟଙ୍କା ସାମଗ୍ରୀ ଅଂଶ ରହିଥିବା ବେଳେ ଏହାର କୌଣସି କାମ ନକରି ରାତି ଅଧରେ ମୁରୁମ୍ ଟିକେ ଟିକେ JCB ମେସିନ୍ ବ୍ୟବହାର କରି ସ୍ପ୍ରେଡ କରିଥିବା ଜଣାପଡ଼ିଛି । ଗ୍ରାଉଣ୍ଡ ଜିରୋ ରେ ଦେଖିବାକୁ ଗଲେ କୌଣସି ରାସ୍ତା କାମ କରାଯାଇ ନାହିଁ, ଭଲରେ ରାସ୍ତା ତିଆରି କରାଯାଉ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଏନେଇ ସରକାର ଏବଂ ପ୍ରଶାସନ ପକ୍ଷରୁ କେବେ ଦୃଷ୍ଟି ଦେବେ କିମ୍ବା ଦୁର୍ନୀତି କୁ ଘଣ୍ଟ ଘୋଡାଇ ରଖିବେ ତାହା ଦେଖିବାକୁ ବାକି ରହିଲା।

Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଜୟପାଟଣା

ତୁରଙ୍ଗରେ ବ୍ରାଉନ ସୁଗାର କାରବାର ଉପରେ ପୋଲିସର ଚଢ଼ାଉ, ଜଣେ ମହିଳା ସମେତ ୪ ଅଟକ
Jun 20, 202698 views

ତୁରଙ୍ଗରେ ବ୍ରାଉନ ସୁଗାର କାରବାର ଉପରେ ପୋଲିସର ଚଢ଼ାଉ, ଜଣେ ମହିଳା ସମେତ ୪ ଅଟକ

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ରାଜନଗର ସାହିରେ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ପାଇ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ପ୍ରାୟ ୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୩୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି ଜବତ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣ ପୁରୁଷଙ୍କୁ ପୋଲିସ କାବୁ କରି ପଚରାଉଚରା ଜାରି ରଖିଛି। ଜବତ ସାମଗ୍ରୀ ଓ ନଗଦ ଟଙ୍କାର ଉତ୍ସ ନେଇ ତଦନ୍ତ ଚାଲିଥିବା ବେଳେ, ବ୍ରାଉନ ସୁଗାର କାରବାର ସହ ଜଡିତ ଅନ୍ୟ ଲୋକଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଏହି ଚଢ଼ାଉକୁ ଅନୁଗୋଳ ପୋଲିସର ନିଶା କାରବାର ବିରୋଧୀ ଅଭିଯାନର ଏକ ବଡ଼ ସଫଳତା ବୋଲି ମନେ କରାଯାଉଛି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳରେ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସରେ ପୋଲିସର ବ୍ୟାପକ ଯାଞ୍ଚ ଅଭିଯାନ
Jun 20, 2026110 views

ଅନୁଗୋଳରେ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସରେ ପୋଲିସର ବ୍ୟାପକ ଯାଞ୍ଚ ଅଭିଯାନ

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଏବଂ ସାର୍ବଜନୀନ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଜିଲ୍ଲାବ୍ୟାପୀ ହୋଟେଲ, ଲଜ୍ ଓ ଗେଷ୍ଟ ହାଉସଗୁଡ଼ିକରେ ଏକ ବ୍ୟାପକ ଯାଞ୍ଚ ଅଭିଯାନ ଚାଲାଯାଇଛି। ଏହି ଅଭିଯାନ ସମୟରେ ପୋଲିସ ଦଳ ପକ୍ଷରୁ ବାସିନ୍ଦାଙ୍କ ପରିଚୟପତ୍ର, ରେଜିଷ୍ଟର ଏଣ୍ଟ୍ରି ଏବଂ ରହଣୀ ସମ୍ପର୍କିତ ତଥ୍ୟର ଘନିଷ୍ଠ ଯାଞ୍ଚ କରାଯାଇଥିଲା। ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ହୋଟେଲ ଓ ଲଜ୍ ପରିଚାଳକମାନଙ୍କୁ ସମସ୍ତ ଅତିଥିଙ୍କ ସଠିକ୍ ତଥ୍ୟ ସଂରକ୍ଷଣ ଓ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଅପରାଧ ପ୍ରତିରୋଧ, ଆଇନ-ଶୃଙ୍ଖଳା ସୁଦୃଢ଼ କରିବା ଏବଂ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଯାଞ୍ଚ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପାତ୍ରପୁର ବ୍ଲକ ଆଙ୍କୁଲିରେ ମାଗଣା ଅଟୋ ଆମ୍ବୁଲାନ୍ସ ର ଶୁଭାରମ୍ଭ
Jun 20, 202663 views

ପାତ୍ରପୁର ବ୍ଲକ ଆଙ୍କୁଲିରେ ମାଗଣା ଅଟୋ ଆମ୍ବୁଲାନ୍ସ ର ଶୁଭାରମ୍ଭ

କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶା ​ପାତ୍ରପୁର:(ଚିକିଟି )ଦୁର୍ଗମ ଅଞ୍ଚଳରେ ରହୁଥିବା ଗର୍ଭବତୀ ମାଆ ଏବଂ ଏକ ବର୍ଷରୁ କମ୍ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ପାତ୍ରପୁର ବ୍ଲକର ଆଙ୍କୁଲି ପରି ଏକ ଦୁର୍ଗମ ଅଞ୍ଚଳରେ ଆୟୋଜିତ 'ବ୍ଲକ ସ୍ତରୀୟ ନିରୀକ୍ଷଣ ସାଥୀ' କାର୍ଯ୍ୟକ୍ରମରେ ଯୋଗ ଦେଇ ଚିକିଟିର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ "ମାଗଣା ଅଟୋ ଆମ୍ବୁଲାନ୍ସ" ସେବାର ଶୁଭ ଉଦ୍ଘାଟନ କରିଛନ୍ତି । ରାସ୍ତାଘାଟ ସମସ୍ୟା ଥିବା ଆଭ୍ୟନ୍ତରୀଣ ଅଞ୍ଚଳରେ ଜରୁରୀକାଳୀନ ସମୟରେ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଏହି ଅଟୋ ଆମ୍ବୁଲାନ୍ସ ବେଶ ସହାୟକ ହେବ । କାର୍ଯ୍ୟକ୍ରମରେ ଗର୍ଭବତୀ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯତ୍ନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିଧାୟକ ଶ୍ରୀ ଦ୍ୟାନ ସାମନ୍ତରା କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଣସି ବ୍ୟକ୍ତି ଯେପରି ଅବହେଳିତ ନହୁଅନ୍ତି, ତାହାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଏହି ମାଗଣା ଅଟୋ ଆମ୍ବୁଲାନ୍ସ ସେବା ସ୍ଥାନୀୟ ଅଧିବାସୀଙ୍କ ପାଇଁ ଏକ ବଡ଼ ସହାୟତା ହେବ । ​ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ

Ganjam (ଗଞ୍ଜାମ)କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ଦ୍ଵାରା ସସ୍ମିତା ପ୍ରଧାନ ପାଲା ଗାୟିକା ସମ୍ମାନିତ ହେବାର କିଛି ଦୃଶ୍ୟ
Jun 20, 2026147 views

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ଦ୍ଵାରା ସସ୍ମିତା ପ୍ରଧାନ ପାଲା ଗାୟିକା ସମ୍ମାନିତ ହେବାର କିଛି ଦୃଶ୍ୟ

ରିପୋର୍ଟ,- କୈଳାଶ ଚନ୍ଦ୍ର ବଳ ସସ୍ମିତା ପ୍ରଧାନ (ବଲ୍) ପାଲା ଗାୟିକା,ହେଉଛନ୍ତି, ଜଣେ କେନ୍ଦ୍ରାପଡା ଜିଲ୍ଲା, ରାଜନଗର ବ୍ଲକ,ଘଡିଆମାକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ,ସେ ଛୋଟ ବେଳୁ ସଂଗୀତ ପ୍ରତି ଦୁର୍ବଳତା ଥିଲା,କାଳକ୍ରମେ ସେ ପାଲା ଗାଇବା ପାଇଁ ଇଚ୍ଛା ପ୍ରକଷ୍ଟ କରି,ପାଲା ଗୁରୁ ଙ୍କୁ ଠାରୁ ପାଲା ଶିକ୍ଷା ଗ୍ରହଣ କରିଥିଲେ,ପ୍ରଥମ ଗୁରୁ ସେହି ମାଟିର ଯୋଗ୍ୟସନ୍ତାନ ଯାହାଙ୍କ ଘର ହେଉଛି ଡାଙ୍ଗମାଳ ଗ୍ରାମ ନିବାସୀ ନିରଞ୍ଜନ ନାୟକ ସେବୀ ଜଣେ ପାଲା ଗାୟକ,ଦ୍ୱିତୀୟ ଗୁରୁ ହେଉଛନ୍ତି ଯାଜପୁର ଜିଲ୍ଲା ଛତିଆ ଗ୍ରାମ ରମେଶ ଚନ୍ଦ୍ର ପ୍ରଧାନ, ତୃତୀୟ ଗୁରୁ ଜଗତସିଂପୁର ଜିଲ୍ଲା ର ଗୋପିନାଥପୂର୍ ବାଣୀବିନୋଦ ପ୍ରସନ୍ ପଟ୍ଟନାୟଙ୍କଠାରୁ ସିଶ୍ଵତ୍ ଗ୍ରହଣ କରି ,ଆଜି ସାରା ଓଡ଼ିଶା ଏବଂ ଓଡ଼ିଶା ବାହାରେ କଲିକତା,ବମ୍ବେ, ଝାରଖଣ୍ଡ,ଦିଲ୍ଲୀ,ଗୋଆ,ରେ ମଧ୍ୟ ପାଲା ପରିବେଷଣ କରି ଦର୍ଶକମାନ ମନମୁଗ୍ଧକର କରି ପାରିଛନ୍ତି, ଏମିତିକି ରାଜ୍ୟ,ଜିଲ୍ଲା, ଅଭିବ୍ୟକ୍ତ କଟକ ଜିଲ୍ଲା, କୋଣ ଅନୁକୋଣରେ ପାଲା ପରିବେଷଣ କରି ସୁନାମ ଅର୍ଜନ କରିଥିବା ଆମ ମାଟି ର ଝିଅ,ଏବଂ ବୋହୂ,ମାନପତ୍ର ପାଇବା ସହିତ ଟ୍ରଫି ମଧ୍ୟ ପାଇ ପଟ୍ଟାମୁଣ୍ଡାଇ ପାଇଁ ଗର୍ବ ଗୌରବ ହୋଇପାରିଛନ୍ତି,

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ,- କୈଳାଶ ଚନ୍ଦ୍ର ବଳ

ଆଖଣ୍ଡଳମଣିଙ୍କ  ଶିବବିବାହ ଦର୍ଶନ ପାଇଁ ୩୦ହଜାର ଭକ୍ତଙ୍କ ସମାଗମ
Jun 20, 202691 views

ଆଖଣ୍ଡଳମଣିଙ୍କ ଶିବବିବାହ ଦର୍ଶନ ପାଇଁ ୩୦ହଜାର ଭକ୍ତଙ୍କ ସମାଗମ

ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଆରଡ଼ି ଭଦ୍ରକ :ଆରଡି ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଶୁକ୍ରବାର ଉତ୍ସବମୁଖର ହୋଇ ଉଠିଥିଲା ଆରଡିପୀଠ। ଏହି ଵିଵାହ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲାରାରୁ ପାରମ୍ପରିକ ବାଦ୍ୟ ସହ ନୃତ୍ୟଶିଳ୍ପୀ ଯୋଗଦେଇଛନ୍ତି। ସହିପରି ବାବାଙ୍କ ଵିଵାହରେ ଦେଵଦମ୍ପତିଙ୍କର ଯୁଗୋଳମୂର୍ତ୍ତୀ ଦର୍ଶନ ପାଇଁ ୩୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଭିଡ଼ ଲାଗିଥିଲା ପୀଠରେ। ମଧ୍ଯରାତ୍ରରେ ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବା ପରେ ଯୁଗୋଳମୂର୍ତ୍ତୀଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ। ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟ ଲିଳା ଭାବେ କନ୍ଯାପିତା ଵିଚିତ୍ର ପାଢୀଙ୍କ ପକ୍ଷରୁ ମଣିବାବାଙ୍କୁ ବରଣ ନିମନ୍ତେ ପାର୍ବତୀଙ୍କ ଭାଇ ଭାବେ ପବନପୁତ୍ର ହନୁମାନ ବରଧରା ରୂପେ ଏକ ବଣ୍ଯାଢ ଶୋଭାଯାତ୍ରାରେ ବାହାରି ପୀଠ ଓ ମୁଖ୍ଯ ବଜାର ପରିକ୍ରମା କରିବା ପରେ ବରପିତା ଗଦାଧର ପାଢୀଙ୍କ ଘରେ ପହଁଚିବା ପରେ ବ୍ରାହ୍ମଣ ଓ ଜ୍ଯୋତିଷ୍ଯଙ୍କ ଦ୍ବାରା ବରଣ ନୀତି କରାଯାଇଥିଲା। ଏହି ଶୋଭାଯାତ୍ରରେ ଢେଙ୍କାନାଳର ଦୁଲୁଦୁଲି ବାଦ୍ଯ ସାଙ୍ଗକୁ ରାଜସ୍ଥାନ ଅଘୋରୀ ନୃତ୍ଯ, ବ୍ରହ୍ମପୁରର ଯୋଡିଶଙ୍ଖ, କଙ୍କାଳ ନୃତ୍ଯ, କଲିକତା ମେଦିନପୁରର ମୟୁରଚୂଳିଆ ବାଦ୍ଯ, କେନ୍ଦୁଝରର କଳସ ନୃତ୍ଯ, ଦେବଗଣଙ୍କ ସହ ବିଭିନ୍ନ ଜିଲାରୁ ଆସିଥିବା ସଂକିର୍ତ୍ତନ ମଣ୍ଡଳୀ, ଘଣ୍ଟବାଦ୍ଯକାର ମାନେ ଯୋଗ ଦେଇଥିଲେ। ଅପରାହ୍ଣ ୪ଟାରେ ମଣିବାବା ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ବର ବେଶରେ ସଜ୍ଜିତ କରାଯିବା ପରେ ବରପିତା ଓ କନ୍ଯାପିତାଙ୍କ ପକ୍ଷରୁ ଦିଅଁ ମଙ୍ଗୁଳା ଓ ହଳଦୀପାଣି ନୀତି କରାଯାଇଥିଲା। ସଂଧ୍ଯା ୭ଟାରେ ଦେବଦେବ ମହାଦେବ ବର ରୂପେ ବିମାନରେ ବିଜେ କରି ବରାନୁଗମନ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରରେ ଭକ୍ତ ଓ ଭଗବାନଙ୍କର ମହାମିଳନ ହୋଇଥିଲା। ରାତ୍ର ୧ଟା ଯାଏଁ ଶୋଭାଯାତ୍ରା ଚାଲିବା ପରେ ମନ୍ଦିର ସମୁଖରେ ନିର୍ମିତ ବିବାହ ମଣ୍ଡପରେ ଦେବଦମ୍ପତିଙ୍କର ବିବାହ କାର୍ଯ୍ଯ ଲୋକାଚାରରେ ଅନୁଷ୍ଠିତ ହୋଇଥିଲା। ହଜାରହଜାର ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା। ଏଥିସହ ବାବାମଣି ଡିଗ୍ରୀ ମହାବିଦ୍ଯାଳୟର ଅଧ୍ଯାପକ ବିଜୟ କୁମାର ଦାଶଙ୍କ ତ୍ବତାବୋଧନରେ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସେବା ଯୋଗାଇଥିବା ବେଳେ ପିରାହାଟର ପ୍ରଦେଶ ସେବା ସଂଗଠନ, ସତ୍ଯସାଇ ସେବା ସଂଗଠନ, ଜିଲା ରକ୍ତ ସଂଗଠନ, ଜଗାଚାକର ସଂଘ ଆଦି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ସେବା ଯୋଗାଇ ଦିଆଯାଇଥିଲା।

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଆରଡ଼ି

ଅସରାଏ ବର୍ଷାରେ ନାୟକସାହି ଜଳମଗ୍ନ, ଆଣ୍ଠୁଏ ପାଣିରେ ଯାତାୟାତ ହେଲା ବାଧାପ୍ରାପ୍ତ
Jun 20, 202697 views

ଅସରାଏ ବର୍ଷାରେ ନାୟକସାହି ଜଳମଗ୍ନ, ଆଣ୍ଠୁଏ ପାଣିରେ ଯାତାୟାତ ହେଲା ବାଧାପ୍ରାପ୍ତ

ରିପୋର୍ଟ: ଶିଶିର କୁମାର ସ୍ୱାଇଁ, ଧାମନଗର ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର କୋରୁଆ ଗ୍ରାମର ୮ ନମ୍ବର ୱାର୍ଡ ନାୟକ ସାହିରେ ଅଳ୍ପ ବର୍ଷାରେ ମଧ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ସ୍ଥାନୀୟ ଲୋକମାନେ ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ରାସ୍ତାର ଦୁଇ ପାର୍ଶ୍ୱରେ ଜବରଦଖଲ, ନିଷ୍କାସନ ବ୍ୟବସ୍ଥାର ଅଭାବ ଏବଂ ପ୍ରଶାସନିକ ସ୍ତରରେ ସଠିକ ଯୋଜନା ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଛି। ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ପାଦଚାରୀ ଓ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ବିଶେଷକରି ବୃଦ୍ଧ, ମହିଳା ଓ ସ୍କୁଲ ଛାତ୍ରଛାତ୍ରୀମାନେ ଦୈନନ୍ଦିନ ଯାତାୟାତରେ ଅଧିକ ସମସ୍ୟା ଭୋଗୁଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଧାମନଗର ବ୍ଲକ ପ୍ରଶାସନ ଓ ଗୋବିନ୍ଦପୁର ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଇଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ, ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଓ ଜବରଦଖଲ ଉଚ୍ଛେଦ କରାଗଲେ ଏହି ଦୀର୍ଘଦିନର ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ।

Bhadrak (ଭଦ୍ରକ)ରିପୋର୍ଟ: ଶିଶିର କୁମାର ସ୍ୱାଇଁ, ଧାମନଗର

ସ୍ୱାର୍ଥ ହାସଲ ନହେବାରୁ ପୁଣି ବିଜେଡିକୁ ଡିଆଁ ମାରିଲେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା: ବିଜେପିର କଡ଼ା ସମାଲୋଚନା
Jun 20, 202663 views

ସ୍ୱାର୍ଥ ହାସଲ ନହେବାରୁ ପୁଣି ବିଜେଡିକୁ ଡିଆଁ ମାରିଲେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା: ବିଜେପିର କଡ଼ା ସମାଲୋଚନା

ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି, ଓଡିଶା ଗଞ୍ଜାମ-ବୁଗୁଡ଼ା: ବୁଗୁଡ଼ା ବ୍ଲକ ରାଜନୀତିରେ ପୁଣି ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ ପୂର୍ବରୁ ବିଜେଡିରେ କିନ୍ତୁ ସେ ୨୦୨୪ ରେ ବିଜେପିରେ ସାମିଲ୍ ହୋଇଥିଲେ।କିନ୍ତୁ ଆଜି ବିଜେପି ଛାଡ଼ି ପୁଣି ଥରେ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ତାଙ୍କର ଏହି ଦଳ ବଦଳକୁ ନେଇ ବୁଗୁଡ଼ା ବିଜେପିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପି ନେତାମାନେ ଅଧ୍ୟକ୍ଷାଙ୍କୁ କଡ଼ା ସମାଲୋଚନା କରିଛନ୍ତି।ଘଟଣାକୁ ନେଇ ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, "ଆମେ ଦୁହେଁ ମିଶି ବିଜେପିକୁ ଆସିଥିଲୁ। କିନ୍ତୁ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ କେବଳ ନିଜର ସ୍ୱାର୍ଥ ହାସଲ ପାଇଁ ଦଳକୁ ଆସିଥିଲେ। ଏବେ ସ୍ୱାର୍ଥ ହାସଲ ନହେବାରୁ ସେ ପୁଣି ବିଜେଡିକୁ ଡିଆଁ ମାରିଛନ୍ତି। ଯାହାର ନିଜର କୌଣସି ସ୍ଥିରତା ନାହିଁ, ସେ ଆଗାମୀ ଦିନରେ କଂଗ୍ରେସ କିମ୍ବା ଆମ ଆଦମୀ ପାର୍ଟିକୁ ମଧ୍ୟ ଯାଇପାରନ୍ତି।ଏହା ସହିତ ବୁଗୁଡ଼ା ନଗର ବିଜେପି ସଭାପତି କେଦାରନାଥ ମହାରଣା ମଧ୍ୟ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଧ୍ୟକ୍ଷାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କେ. ପ୍ରିୟଦର୍ଶିନୀ କେବଳ ବିଜେଡି କି ବିଜେପି ନୁହେଁ, ବରଂ କଂଗ୍ରେସ ଦଳକୁ ଯିବା ପାଇଁ ମଧ୍ୟ ଚେଷ୍ଟା ଚଳାଇଥିଲେ। କେବଳ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ସେ ଏଭଳି ରାଜନୈତିକ ସ୍ଥିତି ବଦଳାଉଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇନଜୀବୀ ହରପ୍ରସାଦ ଦାସ ଅଧ୍ୟକ୍ଷାଙ୍କ ଉପରେ ଆହୁରି ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି:"ଯାହାର ନା ଅଛି ସ୍ଥିତି, ନା ଅଛି ଗତି, ସେ କେବଳ ନିଜ ସ୍ୱାର୍ଥ ସାଧନ ପାଇଁ ମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ମାତ୍ର ତାଙ୍କର ଏହି ଅଯଥା ସ୍ୱାର୍ଥ ହାସଲ ନହେବାରୁ ସେ ଶେଷରେ ବିଜେପି ଦଳ ଛାଡ଼ିବାକୁ ବାଧ୍ୟ ହେଲେ।"ବୁଗୁଡ଼ା ରାଜନୀତିରେ ଅଧ୍ୟକ୍ଷାଙ୍କ ଏହି ଦଳ ବଦଳ ଏବଂ ବିଜେପି ନେତାମାନଙ୍କର ଏହି ପ୍ରତିକ୍ରିୟା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି, ଓଡିଶା

ଉଦଘାଟନର ୫ ଦିନ ଭିତରେ ୩ ଦୁର୍ଘଟଣା, ଚିନ୍ତାରେ ସାଲିଆସାହି ବାସିନ୍ଦା
Jun 20, 2026115 views

ଉଦଘାଟନର ୫ ଦିନ ଭିତରେ ୩ ଦୁର୍ଘଟଣା, ଚିନ୍ତାରେ ସାଲିଆସାହି ବାସିନ୍ଦା

ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହି ଭୁବନେଶ୍ୱର: ସାଲିଆସାହି ଗାଁ ଦେଇ ଯାଇଥିବା ୨୦୦ ଫୁଟିଆ ରାସ୍ତାରେ ରାସ୍ତା ଶୁଭାରମ୍ଭ ହେବାର ମାତ୍ର ପାଞ୍ଚ ଦିନ ମଧ୍ୟରେ ତିନୋଟି ସଡ଼କ ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ଓ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ରାସ୍ତା ଚାଲୁ ହେବା ପରେ ଯାନବାହନର ଗତି ବୃଦ୍ଧି ପାଇଥିବା ବେଳେ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା, ସତର୍କ ସୂଚନା ଫଳକ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାର ଅଭାବ ଦେଖାଦେଇଛି। ଫଳରେ ଅଳ୍ପ ସମୟ ମଧ୍ୟରେ ତିନୋଟି ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ମାନେ ରାସ୍ତାରେ ଗତି ନିୟନ୍ତ୍ରଣ ପାଇଁ ସ୍ପିଡ୍ ବ୍ରେକର, ଟ୍ରାଫିକ ସଙ୍କେତ ଓ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଆଗାମୀ ଦିନରେ ଆହୁରି ବଡ଼ ଦୁର୍ଘଟଣା ଏଡ଼ାଇବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣ ଲୋକ ଅନୁରୋଧ କରିଛନ୍ତି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହି

ଖଲ୍ଲିକୋଟ ବ୍ଲକ୍ ପରିସରର ଅବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
Jun 20, 202674 views

ଖଲ୍ଲିକୋଟ ବ୍ଲକ୍ ପରିସରର ଅବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲିକୋଟ ଗଞ୍ଜାମ-ଖଲ୍ଲିକୋଟ (ସ୍ରିଷ୍ଟି ନିୟୁଜ): ଖଲ୍ଲିକୋଟ ବ୍ଲକ୍ କାର୍ଯ୍ୟାଳୟ ପରିସରର ଦୟନୀୟ ଅବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବ୍ଲକ୍ ପରିସର ଚାରିପାଖରେ ଲଟାବୁଦା ଭରି ରହିଥିବା ବେଳେ ଅଧିକାଂଶ ସରକାରୀ କ୍ୱାର୍ଟର ଫାଙ୍କା ପଡ଼ିଥିବା ଦେଖାଯାଇଛି। ବିଡିଓଙ୍କ ସରକାରୀ ବାସଭବନରେ ମଧ୍ୟ କେହି ରହୁନଥିବା ସୂଚନା ମିଳିଛି। ସେହିପରି ବ୍ଲକ୍ ପରିସରର କମ୍ୟୁନିଟି ହଲ୍ ଭଗ୍ନାବସ୍ଥାରେ ଥିବା ବେଳେ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥାର ଅବସ୍ଥା ମଧ୍ୟ ଶୋଚନୀୟ ବୋଲି ଅଭିଯୋଗ ହୋଇଛି। ବ୍ଲକ୍‌କୁ କୋଟି କୋଟି ଟଙ୍କାର ବିକାଶ ଅନୁଦାନ ଆସୁଥିବା ସତ୍ତ୍ୱେ ଭିତ୍ତିଭୂମି ସୁବିଧାର ଏପରି ଅବସ୍ଥାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ବ୍ଲକ୍‌ର ବିଭିନ୍ନ କାର୍ଯ୍ୟ ଓ ଖର୍ଚ୍ଚ ସମ୍ପର୍କରେ ସ୍ୱଚ୍ଛତା ରହିଛି କି ନାହିଁ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଅଣନିର୍ବାଚିତ ବ୍ୟକ୍ତି ଅଧିକାରୀମାନଙ୍କ ଉପରେ ପ୍ରଭାବ ବିସ୍ତାର କରୁଥିବା ଅଭିଯୋଗ ମଧ୍ୟ ଉଠିଛି। ଫଳରେ ପ୍ରଶାସନିକ କାର୍ଯ୍ୟକଳାପ ଓ ଲୋକପ୍ରତିନିଧିଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମସ୍ତ ବିଷୟରେ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲିକୋଟ

ଖରସ୍ରୋତା ପ୍ରେସକ୍ଲବର ରଜତ ଜୟନ୍ତୀ ଉତ୍ସବ ଓ ଉତ୍କଳ ସାମ୍ବାଦିିକ ସଙ୍ଘର ଜିଲ୍ଲା ସମ୍ମିଳନୀ
Jun 20, 202671 views

ଖରସ୍ରୋତା ପ୍ରେସକ୍ଲବର ରଜତ ଜୟନ୍ତୀ ଉତ୍ସବ ଓ ଉତ୍କଳ ସାମ୍ବାଦିିକ ସଙ୍ଘର ଜିଲ୍ଲା ସମ୍ମିଳନୀ

ରିପୋର୍ଟ: ନିରୋଜ କୁମାର ସେଠୀ, ସିଂହପୁର ସିଂହପୁର: ସମାଜରେ ପୀଡିତ ଅସହାୟ ମଣିଷ ନ୍ୟାୟ ପାଇବା ପାଇଁ ଜଣେ ସାମ୍ବାଦିକଙ୍କ ସହାୟତା ଲୋଡିଥାଏ .। ବେସାହାରା ମଣିଷ ପାଇଁ ସାମ୍ବାଦିକଟିଏ ଆଶା ର କେନ୍ଦ୍ରବିନ୍ଦୁ ହୋଇଥାଏ ବୋଲି ଆଜି ପୂର୍ବାହ୍ନରେ ବିଞ୍ଝାରପୁର ବ୍ଲକର ସିଂହପୁର ଠାରେ ଖରସ୍ରୋତା ପ୍ରେସକ୍ଲବର ରଜତ ଜୟନ୍ତୀ ଉତ୍ସବ ଓ ଉତ୍କଳ ସାମ୍ବାଦିିକ ସଙ୍ଘର ଯାଜପୁର ଜିଲ୍ଲା ସମ୍ମିଳନୀ ଉପଲକ୍ଷେ ଆୟୋଜିତ ସମାବେଶରେ ଯୋଗ ଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଥିଲେ ା ସିଂହପୁର ସ୍ଥିତ ସାଇ ମଣ୍ଡପ ପରିସରରେ ବିଞ୍ଝାରପୁର ବ୍ଲକର ଖରସ୍ରୋତା ପ୍ରେସକ୍ଲବର ୨୫ ତମ ବାର୍ଷିକ ଉତ୍ସବ ତଥା ରଜତ ଜୟନ୍ତୀ ଉତ୍ସବ ଓ ଉତ୍କଳ ସାମ୍ବାଦିିକ ସଙ୍ଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଏହି ଉପଲକ୍ଷେ ଆୟୋଜିତ ଆଲୋଚନା.ଚକ୍ରରେ ଉତ୍କଳ ସାମ୍ବାଦିିକ ସଙ୍ଘର ଜିଲ୍ଲା ସଭାପତି ହରିହର ସ୍ବାଇଁ ସଭାପତିତ୍ବ କରିଥିଲେ ା ମୁଖ୍ୟ ଅତିଥି ଭାବରେ ଉତ୍କଳ ସାମ୍ବାଦିିକ ସଙ୍ଘର ରାଜ୍ୟ ସଭାପତି ବିଭୂତିଭୂଷଣ କର,ଯୋଗଦେଇ ଦେଶର କେତେକ ରାଜ୍ୟ ସାମ୍ବାଦିକ ମାନଙ୍କୁ ଅନୁଦାନର ବ୍ୟବସ୍ଥା କରିଥିବା ବେଳେ ଓଡିଶାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସାମ୍ବାଦିିକ ସଙ୍ଘ ସରକାରଙ୍କ ନିକଟରେ ବାରମ୍ବାର ଦାବୀ ଉଠାଇ ଆସିଛି ବୋଲି କହିଥିଲେ ା ମୁଖ୍ୟବକ୍ତା ଭାବରେ ଦୈନିକ ଖବର କାଗଜ ପ୍ରଗତିବାଦୀର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ସାମ୍ବାଦିକ ମାନେ ଯଥାର୍ଥରେ ଲୋକ ପ୍ରତିନିଧୀ ବୋଲି କହିବା ସହିତ ସାମ୍ବାଦିକତା କୁ ସାମ୍ବାଦିକତା ଭଳି କରି ପାରିବାରେ ଆଗ୍ରହ ରଖୁଥିବା ବ୍ୟକ୍ତି ବ୍ରୁତ୍ତି କୁ ଆସନ୍ତୁ ବୋଲି ଆହ୍ବାନ ଦେଇଥିଲେ ା ସମ୍ମୀନୀତ ଅତିଥି ଭାବରେ ଉତ୍କଳ ସାମ୍ବାଦିିକ ସଙ୍ଘର କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ବିଜେପି ନେତ୍ରୀ ବବିତା ମଲିକ, ସମାଜସେବୀ ବିଜୟ କୁମାର ଧଳ, ସାମ୍ବାଦିିକ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ସମ୍ପାଦକ ବିଶ୍ବଜିତ୍ ନାୟକ, ଜିଲ୍ଲା ସମ୍ପାଦକ ପବିତ୍ରରଞ୍ଜନ ମହାନ୍ତି ଓ ଏଡିଆ ଭୀଷା ଆନ୍ଦୋଳନ ପ୍ରବକ୍ତା ପବିତ୍ର ମହାରଥାଖରସ୍ରୋତା ପ୍ରେସକ୍ଲବର ଉପଦେଷ୍ଟା ସୁଶାନ୍ତ କୁମାର ନାୟକ,ସଇଫୁର ରହେମାନ ପ୍ରମୁଖ ଯୋଗଦେଇଥିଲେ ା ଆବାହକ ରତନଲାଲ ଭୂୟାଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ା ଖରସ୍ରୋତା ପ୍ରେସକ୍ଲବର ସଭାପତି ରମାଲାଲ ଭୂୟାଁ ଅତିଥି ପରିଚୟ ପ୍ରଦାନ କରିଥିଲେ ା ଖରସ୍ରୋତା ପ୍ରେସକ୍ଲବ. ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ ାଏହି ଅବସରରେ ପ୍ରଫେସର ଅଜୟ ଓଝାଙ୍କ ରଚିତ ଖରସ୍ରୋତା ତୀରେ ତୀରେ ତୀର୍ଥ ନାମକ ଏକ ପୁସ୍ତକ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତହୋଇଥିଲା ା ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ସମାଜସେବୀ ବିଜୟ କୁମାର ଧଳ, ଅଞ୍ଜୁପ୍ରଭା ଧଳ,ଡା.ରଞ୍ଜନ କୁମାର ମିଶ୍ର,ଡା.ଅରୁଣ କୁମାର ସାହୁ,ଡା.ଜିତେନ୍ଦ୍ର କୁମାର ମଲ୍ଲିକ,ଡ.ପଦ୍ମଚରଣ ଧଳ, ଶିକ୍ଷାବିତ୍ ଟିକିଲତା ବେହେରା,ସମାଜସେବୀ ପଦ୍ମାକର ଗୁରୁ, ସାମ୍ବାଦିିକ ଶରତ କୁମାର ପଥାଳ,ଶିକ୍ଷକ ନେତା ରବିନାରାୟଣ ମହାନ୍ତି, ସମାଜସେବୀ ପ୍ରତୀକ କୁମାର ମିଶ୍ର,ବରିଷ୍ଠ ନାଗରିକ ଶ୍ରୀବତ୍ସ ସାମଲ, ନାଟ୍ୟକାର ବାସୁଦେବ ଯେନା, କବି ସନ୍ତୋଷ କୁମାର ବେହୁରିଆ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ାକର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ସାମ୍ବାଦିକ ମାନେ ଯୋଗ ଦେଇଇଥିଲେ ା ରସୁଲପୁର ବ୍ଲକରୁ ସାମ୍ବାଦିକ କୈଳାସ ଚନ୍ଦ୍ର ରାଉତ, କଳ୍ପତରୁ ପଣ୍ଡା, ମନୋଜ କୁମାର ନାୟକ ଓ ଧର୍ମଶାଳା ବ୍ଲକରୁ କପିଳେନ୍ଦ୍ର ରାଉତ ଆଜିର ଉକ୍ତ ମିଟିଂ ରେ ଯୋଗଦେଇଥିଲେ ା ବରୀ ବ୍ଲକରୁ ବାଞ୍ଛାନିଧୂ ସାହୁ, ପ୍ରଭାତ ମହାନ୍ତି. ସୁକିନ୍ଦା ଦାନଗଦି ବ୍ଲକରୁ ସଂଜୟ ଚାନ୍ଦଙ୍କ ସମେତ ସାମ୍ବାଦିକ ମାନେ ସମାବେଶରେ ସାମିଲ ହୋଇଥିଲେ। । ସାମ୍ବାଦିକ ସରୋଜ କୁମାର ସାହୁ, ଶୁଭାଶିଷ ଦାଶ, ଶାନ୍ତନୁ ଦାସ, ସେକ୍ ଅମିନ ଅଲ୍ଲୀ, ସୈାର କର,ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

Jajpur (ଯାଜପୁର)ରିପୋର୍ଟ: ନିରୋଜ କୁମାର ସେଠୀ, ସିଂହପୁର

ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଷ୍ଟପ୍ ଡାଇରିଆ ଅଭିଯାନ - ୨୦୨୬ ର ଶୁଭାରମ୍ଭ
Jun 20, 202661 views

ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଷ୍ଟପ୍ ଡାଇରିଆ ଅଭିଯାନ - ୨୦୨୬ ର ଶୁଭାରମ୍ଭ

ରିପୋର୍ଟ: ନିରୋଜ କୁମାର ସେଠୀ, ମଙ୍ଗଳପୁର ଯାଜପୁର-ମଙ୍ଗଳପୁର: ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଦଶରଥପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଯାଜପୁର ଜିଲ୍ଲା ସ୍ତରୀୟ ଷ୍ଟପ୍ ଡାଇରିଆ ଅଭିଯାନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଅଛି। ଏହି ଅଭିଯାନର ଉଦ୍ଦେଶ୍ୟ ଡାଇରିଆ ରୋଗ କାରଣରୁ ହେଉଥିବା ଶିଶୁ ମୃତ୍ୟୁହାରକୁ ଶୂନ୍ୟ କରିବା। ଏହି ଅଭିଯାନକୁ ସଫଳ କରିବା ପାଇଁ ଆଶା ଦିଦି ମାନେ ପ୍ରତ୍ୟେକ ଘରେ ୨ ପ୍ୟାକେଟ୍ ଲେଖାଏଁ ଓ.ଆର୍.ଏସ ଯୋଗାଇଦେବେ। ଏହି ଷ୍ଟପ୍ ଡାଇରିଆ ଅଭିଯାନ ଜୁନ୍ ୧୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। "ଡାଇରିଆକୁ କିପରି ରୋକିବା ଜାଣ, ସ୍ୱଚ୍ଛତା ସହ ଓ.ଆର୍.ଏସ ଉପରେ ରଖିବା ଧ୍ୟାନ" ବାର୍ତ୍ତା କୁ ନେଇ ଏହି ଅଭିଯାନର ଶୁଭାରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏ.ଡି.ପି.ଏଚ.ସି.ଓ . ସଂଯୁକ୍ତା ପଣ୍ଡା, ଡ଼ା. ରମେଶ ଚନ୍ଦ୍ର ମଲ୍ଲିକ, ଡ଼ା. ଅନୁସୟା ଜେନା, ସରପଞ୍ଚ ଦଶରଥପୁର ଶ୍ରୀ ଧର୍ମରାଜ ଧୀର, ବନିତା ଦାସ, ଏମ୍.ପି.ଏଚ୍.ଏସ. ଏମ୍ ଚନ୍ଦ୍ରଜିତ୍ ପତି, ବ୍ରହ୍ମାନନ୍ଦ ସାହୁ, ଅଶ୍ୱିନ ଖୁଣ୍ଟିଆ, ଜୟଜଗନ୍ନାଥ ଦତ୍ତ, ଲୋପାମୁଦ୍ରା ସାହୁ, ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାର ଆୟୋଜନ ପି.ଏଚ୍.ସି.ଓ ମଙ୍ଗଳପୁର ଡ଼ା. ବନିତା ଦାଶ ଏବଂ ଅଜୟ କର, ଏ.ଡି.ପି.ଏଚ୍.ସି.ଓ ସଂଯୁକ୍ତା ପଣ୍ଡାଙ୍କ ସହଯୋଗରେ ହୋଇଥିଲା। ଏହି ସଭାକୁ ଡ଼ା. ବନିତା ଦାଶ ପରିଚାଳନା କରିଥିବା ବେଳେ ଏ.ଡି.ପି.ଏଚ୍.ସି.ଓ . ସଂଯୁକ୍ତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Jajpur (ଯାଜପୁର)ରିପୋର୍ଟ: ନିରୋଜ କୁମାର ସେଠୀ, ମଙ୍ଗଳପୁର