--:--:--
-- ---
Srishti News

Web News

ହିନ୍ଦୀ ରଚନା ଲିଖନ ଓ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ
Aug 3, 2026•54 views

ହିନ୍ଦୀ ରଚନା ଲିଖନ ଓ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା: ଆଜି ଆଗାମୀ ହିନ୍ଦୀ ଦିବସ ସମାରୋହ ଉପଲକ୍ଷେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ ଠାରେ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଆନୁକୁଲ୍ୟରେ କନିଷ୍ଠ ବର୍ଗର ବିଦ୍ୟାର୍ଥୀମାନଙ୍କ ପାଇଁ ହିନ୍ଦୀ ରଚନା ଲିଖନ ଓ ବରିଷ୍ଠ ବର୍ଗର ବିଦ୍ୟାର୍ଥୀମାନଙ୍କ ପାଇଁ ହିନ୍ଦୀ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରାଉରକେଲା ତଥା ଏହାର ଆଖପାଖ ଅଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ମୋଟ ୩୫ ଜଣ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଦୀପିକା ଇସ୍ପାତ ଶିକ୍ଷା ସଦନ ସେକ୍ଟର ୧୮ ର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କା,ବିଚାରକ ଥିଲେ ସଂସ୍ଥାନର ସଦସ୍ୟା ସୁଶ୍ରୀ ସୁସ୍ମିତା ପାଲ୍,ମିନ୍ନି ରାୟ ଓ ରେଖା ବୋଷ। ସଂସ୍ଥାନର ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡଃ ଜଗନ୍ନାଥ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଏକତ୍ର’ ଆୟୋଜିତ ଏକକ ଅଭିନୟ ଉତ୍ସବ ଉଦ୍‌ଘାଟିତ
Aug 3, 2026•56 views

ଏକତ୍ର’ ଆୟୋଜିତ ଏକକ ଅଭିନୟ ଉତ୍ସବ ଉଦ୍‌ଘାଟିତ

ରାଉରକେଲା, ସହରର ୨୭ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ‘ଏକତ୍ର’ ରାଉରକେଲା ପକ୍ଷରୁ ଆୟୋଜିତ ଦୁଇ ଦିବସୀୟ ଏକକ ଅଭିନୟ ଉତ୍ସବ ସ୍ଥାନୀୟ ସିଭିକ୍ ସେଂଟରଠାରେ ଆଜି ଅପରାହ୍ନରେ ଉଦ୍‌ଘାଟିତ ହୋଇଛି। ‘ଏକତ୍ର’ର ସଭାପତି କବି ରାଜୀବ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରଘୁନାଥପାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି, ଓଡିଶା ନାଟ୍ୟ ସଂଘର ସାଧାରଣ ସଂପାଦକ ସୁଧାଂଶୁ ମୋହନ ଦ୍ୱିବେଦୀ ଓ ଏକତ୍ରର ଅନ୍ୟତମ ଉପଦେଷ୍ଟା ପ୍ର. ସମର ମୁଦାଲି, ଡ଼ ଉତ୍ତମ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିôଲେ। ଏହି ଅବସରରେ ଅତିଥିମାନେ ଏକକ ଅଭିନୟରେ ଜଣେ କଳାକାର ବିଭିନ୍ନ ଚରିତ୍ରରେ ତା’ର କଳାନୈପୁଣ୍ୟ ପ୍ରଦର୍ଶନ କରିବା ଏକ ଭିନ୍ନ ଅନନ୍ୟ ତଥା କଷ୍ଠସାଧ୍ୟ ବ୍ୟାପାର ବୋଲି ମତ ବ୍ୟକ୍ତ କରିଥିଲେ। ଏତଦ୍‌ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ସେମାନଙ୍କର ଲୁକାୟିତ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସୁଯୋଗ ସୃଷ୍ଟିର ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ମଧ୍ୟ ଅତିଥିମାନେ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ୧୨ରୁ ୨୫ ବର୍ଷ ବୟସର ବିଭିନ୍ନ ଅନୁଷ୍ଠାନର ୪୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନଙ୍କର ଅଭିନୟର ମୂଲ୍ୟାଙ୍କନ ନିମନ୍ତେ ବିଚାରକ ରୂପେ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱଗଣ ସର୍ବଶ୍ରୀ ସୁଧାଂଶୁ ମୋହନ ଦ୍ୱିବେଦୀ, କୈଳାସ ଚନ୍ଦ୍ର ପାଣିଗ୍ରାହୀ ଓ ପ୍ରଶାନ୍ତ ପତି ଦାୟିତ୍ୱ ନିର୍ବାହ କରିଥିଲେ। ସାଧାରଣ ସଂପାଦକ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଲୋକପ୍ରିୟ ଉଦ୍‌ଘୋଷିକ ଝିଲିମା ମହାନ୍ତି ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ‘ଏକତ୍ର’ ପକ୍ଷରୁ ସର୍ବଶ୍ରୀ ଆଲୋକ ବୋଷ, ପ୍ରସନ୍ନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ସୁଦେଶ ନାୟକ, ପ୍ରଦୀପ ନାୟକ, ପ୍ରବିର ଜେନା, ପ୍ରଳୟ ଶତପଥୀ, ପ୍ରଜ୍ଞାନନ୍ଦ ମହାନ୍ତି, କନକ ଲତା ଦାସ, ସନ୍ଧ୍ୟା ପଟ୍ଟନାୟକ, ରୁନୁ ବେକ ପ୍ରମୁଖ ସହଯୋଗ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅଂଶଗ୍ରହଣୀକାରୀମାନଙ୍କୁ ଆସନ୍ତାକାଲି ସଂଧ୍ୟାରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ଏକତ୍ରର ସହ ଅନୁବନ୍ଧିତ ନାଟ୍ୟାନୁଷ୍ଠାନର କର୍ମକର୍ତା, ସଦସ୍ୟମାନଙ୍କ ବ୍ୟତିରକେ ବିଭିନ୍ନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନର ବ୍ୟକ୍ତିବିଶେଷ ଏବଂ କଳାନୁରାଗୀମାନେ ଯୋଗ ଦେଇଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦ୍ୟାୟ ସମ୍ବର୍ଦ୍ଧନା
Aug 3, 2026•34 views

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦ୍ୟାୟ ସମ୍ବର୍ଦ୍ଧନା

ରାଉରକେଲା,: ସ୍ଥାନୀୟ ଗୋପବନ୍ଧୁପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ କବିତା ଉପାଧ୍ୟାୟଙ୍କ ଅବସର ଉପଲକ୍ଷେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଧାକାନ୍ତ ମହାରଣା, ସିଆରସିସି ହରିହର ବେହେରା, ପୂର୍ବତନ ପ୍ରଧାନ ଶିକ୍ଷକ ନୟନ କୁମାର ପତି, କୋଏଲ ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ପଦ୍ମଲୋଚନ ଦାଶ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ଅତିଥିମାନେ କବିତା ଉପାଧ୍ୟାୟଙ୍କ ଦିର୍ଘ୍ୟ ଶିକ୍ଷକତା ଜୀବନର ଅବଦାନକୁ ସ୍ମରଣ କରିବା ତଥା ବିଦ୍ୟାଳୟ ପ୍ରତି ଥିବା ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରି ଭାବବିହ୍ୱଳ ହୋଇପଡିବା ସହ ତାଙ୍କ ଅବସରକାଳୀନ ସମୟ ସୁଖ, ଶାନ୍ତି ତଥା ନିରାମୟରେ କଟୁ ବୋଲି କାମନା କରିଥିଲେ। ବିଶ୍ରା ବ୍ଲକ୍ ଶିକ୍ଷାଧିକାରୀ ସୁପ୍ରଭାତ ବେହେରା ମଧ୍ୟ ତାଙ୍କର ଶୁଭକାମନା ଜଣାଇଥିଲେ। ଅନୁଷ୍ଠାନ ତରଫରୁ ଶ୍ରୀମତୀ ଉପାଧ୍ୟାୟଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଶ୍ରୀମତୀ ଉପାଧ୍ୟାୟ ନିଜ ତରଫରୁ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ଅଧ୍ୟୟନରତ ଜଣେ ପିତୃମାତୃହୀନ ଛାତ୍ରୀଙ୍କୁ ଦଶ ହଜାର ଟଙ୍କା ସ୍ଥାୟୀ ଜମା ସମ୍ବଳିତ ଏକ ପାସ୍ ବୁକ୍ ପ୍ରଦାନ କରିଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ବରିଷ୍ଠ କଳାକାର ସଂଘ ପକ୍ଷରୁ ବନ୍ଧୁତା ଦିବସ ପାଳିତ
Aug 3, 2026•86 views

ବରିଷ୍ଠ କଳାକାର ସଂଘ ପକ୍ଷରୁ ବନ୍ଧୁତା ଦିବସ ପାଳିତ

ବ୍ରହ୍ମପୁର,: କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ " ତରଫରୁ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ଫୁଲଟା ନାରାୟଣୀ ମନ୍ଦିର ପରିସରରେ ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘ କୋଷାଧ୍ୟକ୍ଷ ଅଭିରାମ ରାଉଳଙ୍କ ୭୦ ତମ ଜନ୍ମଦିନ ପାଳନ କରାଯାଇଥିଲା। ଓଡ଼ିଶା ନାଟକ ସମାରୋହ ସମିତି ସଭାପତି ଅନିଳ କୁମାର ପାତ୍ର, ଗଞ୍ଜାମ ଜିଲ୍ଲା କଳାକାର ସଂଘ ସଭାପତି ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ବରିଷ୍ଠ ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ତ୍ରିପାଠୀ p, ନାଟ୍ୟ ନିର୍ଦ୍ଦେଶକ ସୁଦାମ ପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଭାରତ ବର୍ଷରେ ଅଗଷ୍ଟ ମାସ ପ୍ରଥମ ରବିବାର ପାଳିତ ହେଉଥିବା ବନ୍ଧୁତା ଦିବସ ସମ୍ୟକ ଆଲୋକପାତ ସହିତ ନାଟ୍ୟଗୁରୁ ଅଭିରାମ ରାଉଳଙ୍କ ନାଟ୍ୟ ଜୀବନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ସଂଘ ତରଫରୁ ଅଭିରାମ ବାବୁଙ୍କୁ ଜନ୍ମଦିନ ବଧେଇ ଓ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ସଭା ସଂଯୋଜନା କରିଥିଲେ। ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ହରିଶ୍ଚନ୍ଦ୍ର ବରଡ଼, ଚିତ୍ତ ରଂଜନ ଦଳେଇ, ମହେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ସହ ସମ୍ପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Ganjam (ଗଞ୍ଜାମ) • ବ୍ୟୁରୋ ରିପୋର୍ଟ

ବ୍ରିଟିଶ୍ ବିରୋଧୀ ସଂଗ୍ରାମର ଅନନ୍ୟ ନାୟକ ଚକରା ବିଶୋୟୀ
Aug 3, 2026•13 views

ବ୍ରିଟିଶ୍ ବିରୋଧୀ ସଂଗ୍ରାମର ଅନନ୍ୟ ନାୟକ ଚକରା ବିଶୋୟୀ

ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅନେକ ବୀର ପୁରୁଷ ନିଜର ବଳିଦାନ ଦେଇ ମାତୃଭୂମିର ସୁରକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରୁ ଘୁମୁସରର କନ୍ଧ ବିଦ୍ରୋହର ମହାନାୟକ ଚକରା ବିଶୋୟୀ ଅନ୍ୟତମ। ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏଙ୍କ ଭଳି ଚକରା ବିଶୋୟୀ ମଧ୍ୟ ବ୍ରିଟିଶ୍ ଶାସନ ବିରୋଧରେ ଏକ ଦୀର୍ଘ ଓ ସାହସିକ ସଂଗ୍ରାମର ନେତୃତ୍ୱ ନେଇଥିଲେ। ବିଶେଷ କରି ଜନଜାତି (କନ୍ଧ) ସମ୍ପ୍ରଦାୟର ଅଧିକାର ଓ ସଂସ୍କୃତି ରକ୍ଷା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ​📌 ଜୀବନୀ ଓ ପ୍ରାରମ୍ଭିକ ଜୀବନ ​ଚକରା ବିଶୋୟୀ ୧୮୨୨ ମସିହା ଡିସେମ୍ବର ୨୮ ତାରିଖରେ ଗଞ୍ଜାମ ଜିଲ୍ଲାର ଘୁମୁସର (ବର୍ତ୍ତମାନର ଭଞ୍ଜନଗର) ନିକଟସ୍ଥ ବିଞ୍ଜିଗିରି ଗ୍ରାମରେ ଏକ ଦେଶପ୍ରେମୀ କନ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ। ​ପାରିବାରିକ ପୃଷ୍ଠଭୂମି: ତାଙ୍କ ପିତା ରାମ ସିଂ ବକ୍ସି ୧୮୩୭ ମସିହାରେ ବ୍ରିଟିଶ୍ ବାହିନୀ ବିରୋଧରେ ଲଢ଼େଇ କରି ଶହୀଦ ହୋଇଥିଲେ। ପିତାଙ୍କ ମୃତ୍ୟୁ ବାଲ୍ୟକାଳରେ ଚକରାଙ୍କ ମନରେ ବ୍ରିଟିଶ ଶାସନ ପ୍ରତି ଗଭୀର ଆକ୍ରୋଶ ଓ ପ୍ରତିଶୋଧର ନିଆଁ ଜାଳି ଦେଇଥିଲା। ​ଯୁଦ୍ଧ କୌଶଳ: ଚକରା ତାଙ୍କ ଦାଦା ଦୋହରା ବିଶୋୟୀଙ୍କ ସହ ମିଶି ଜଙ୍ଗଲରେ ଲୁଚି ରହି ଗରିଲା ଯୁଦ୍ଧ କୌଶଳ ଏବଂ ସାମରିକ ନେତୃତ୍ୱ ଶିକ୍ଷା କରିଥିଲେ। ୧୮୪୦ ମସିହାରେ ଦୋହରା ବିଶୋୟୀଙ୍କ ଦେହାନ୍ତ ପରେ ସେ ମାତ୍ର ୧୮ ବର୍ଷ ବୟସରେ ବ୍ରିଟିଶ୍ ବିରୋଧୀ କନ୍ଧ ବିଦ୍ରୋହର ମଙ୍ଗ ଧରିଥିଲେ। ​📌 ଓଡ଼ିଶାରେ ତାଙ୍କର ଅବଦାନ ଓ ସଂଗ୍ରାମ ​୧୮୪୬ ମସିହାରୁ ୧୮୫୬ ମସିହା ପର୍ଯ୍ୟନ୍ତ ଦୀର୍ଘ ଏକ ଦଶନ୍ଧି ଧରି ଚକରା ବିଶୋୟୀ ବ୍ରିଟିଶ୍ ପ୍ରଶାସନର ନାକେଦମ୍ କରିଦେଇଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାଙ୍କର ମୁଖ୍ୟ ଅବଦାନଗୁଡ଼ିକ ନିମ୍ନରୂପେ ରହିଛି: ​କନ୍ଧ ସଂସ୍କୃତି ଓ ଅଧିକାରର ସୁରକ୍ଷା: ବ୍ରିଟିଶ୍ ଏଜେଣ୍ଟ କ୍ୟାପଟେନ ମ୍ୟାକଫରସନ ଯେତେବେଳେ କନ୍ଧମାନଙ୍କର ପାରମ୍ପରିକ ପ୍ରଥା (ମରିଆ ବଳି ପ୍ରଥା) ଉପରେ କଟକଣା ଲଗାଇଲେ ଏବଂ ଜନଜାତିଙ୍କ ଜଙ୍ଗଲ ଅଧିକାର ଉପରେ ହସ୍ତକ୍ଷେପ କଲେ, ସେତେବେଳେ ଚକରା ସେମାନଙ୍କୁ ଏକଜୁଟ କରିଥିଲେ। ସେ ନିଜକୁ କନ୍ଧ ସଂସ୍କୃତି ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁଶାନ୍ତ କୁମାର ମହାକୁଡ଼

ବ୍ରିଟିଶ୍ ବିରୋଧୀ ସଂଗ୍ରାମର ଅନନ୍ୟ ନାୟକ ଚକରା ବିଶୋୟୀ
Aug 3, 2026•12 views

ବ୍ରିଟିଶ୍ ବିରୋଧୀ ସଂଗ୍ରାମର ଅନନ୍ୟ ନାୟକ ଚକରା ବିଶୋୟୀ

ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅନେକ ବୀର ପୁରୁଷ ନିଜର ବଳିଦାନ ଦେଇ ମାତୃଭୂମିର ସୁରକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରୁ ଘୁମୁସରର କନ୍ଧ ବିଦ୍ରୋହର ମହାନାୟକ ଚକରା ବିଶୋୟୀ ଅନ୍ୟତମ। ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏଙ୍କ ଭଳି ଚକରା ବିଶୋୟୀ ମଧ୍ୟ ବ୍ରିଟିଶ୍ ଶାସନ ବିରୋଧରେ ଏକ ଦୀର୍ଘ ଓ ସାହସିକ ସଂଗ୍ରାମର ନେତୃତ୍ୱ ନେଇଥିଲେ। ବିଶେଷ କରି ଜନଜାତି (କନ୍ଧ) ସମ୍ପ୍ରଦାୟର ଅଧିକାର ଓ ସଂସ୍କୃତି ରକ୍ଷା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ​📌 ଜୀବନୀ ଓ ପ୍ରାରମ୍ଭିକ ଜୀବନ ​ଚକରା ବିଶୋୟୀ ୧୮୨୨ ମସିହା ଡିସେମ୍ବର ୨୮ ତାରିଖରେ ଗଞ୍ଜାମ ଜିଲ୍ଲାର ଘୁମୁସର (ବର୍ତ୍ତମାନର ଭଞ୍ଜନଗର) ନିକଟସ୍ଥ ବିଞ୍ଜିଗିରି ଗ୍ରାମରେ ଏକ ଦେଶପ୍ରେମୀ କନ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ। ​ପାରିବାରିକ ପୃଷ୍ଠଭୂମି: ତାଙ୍କ ପିତା ରାମ ସିଂ ବକ୍ସି ୧୮୩୭ ମସିହାରେ ବ୍ରିଟିଶ୍ ବାହିନୀ ବିରୋଧରେ ଲଢ଼େଇ କରି ଶହୀଦ ହୋଇଥିଲେ। ପିତାଙ୍କ ମୃତ୍ୟୁ ବାଲ୍ୟକାଳରେ ଚକରାଙ୍କ ମନରେ ବ୍ରିଟିଶ ଶାସନ ପ୍ରତି ଗଭୀର ଆକ୍ରୋଶ ଓ ପ୍ରତିଶୋଧର ନିଆଁ ଜାଳି ଦେଇଥିଲା। ​ଯୁଦ୍ଧ କୌଶଳ: ଚକରା ତାଙ୍କ ଦାଦା ଦୋହରା ବିଶୋୟୀଙ୍କ ସହ ମିଶି ଜଙ୍ଗଲରେ ଲୁଚି ରହି ଗରିଲା ଯୁଦ୍ଧ କୌଶଳ ଏବଂ ସାମରିକ ନେତୃତ୍ୱ ଶିକ୍ଷା କରିଥିଲେ। ୧୮୪୦ ମସିହାରେ ଦୋହରା ବିଶୋୟୀଙ୍କ ଦେହାନ୍ତ ପରେ ସେ ମାତ୍ର ୧୮ ବର୍ଷ ବୟସରେ ବ୍ରିଟିଶ୍ ବିରୋଧୀ କନ୍ଧ ବିଦ୍ରୋହର ମଙ୍ଗ ଧରିଥିଲେ। ​📌 ଓଡ଼ିଶାରେ ତାଙ୍କର ଅବଦାନ ଓ ସଂଗ୍ରାମ ​୧୮୪୬ ମସିହାରୁ ୧୮୫୬ ମସିହା ପର୍ଯ୍ୟନ୍ତ ଦୀର୍ଘ ଏକ ଦଶନ୍ଧି ଧରି ଚକରା ବିଶୋୟୀ ବ୍ରିଟିଶ୍ ପ୍ରଶାସନର ନାକେଦମ୍ କରିଦେଇଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାଙ୍କର ମୁଖ୍ୟ ଅବଦାନଗୁଡ଼ିକ ନିମ୍ନରୂପେ ରହିଛି: ​କନ୍ଧ ସଂସ୍କୃତି ଓ ଅଧିକାରର ସୁରକ୍ଷା: ବ୍ରିଟିଶ୍ ଏଜେଣ୍ଟ କ୍ୟାପଟେନ ମ୍ୟାକଫରସନ ଯେତେବେଳେ କନ୍ଧମାନଙ୍କର ପାରମ୍ପରିକ ପ୍ରଥା (ମରିଆ ବଳି ପ୍ରଥା) ଉପରେ କଟକଣା ଲଗାଇଲେ ଏବଂ ଜନଜାତିଙ୍କ ଜଙ୍ଗଲ ଅଧିକାର ଉପରେ ହସ୍ତକ୍ଷେପ କଲେ, ସେତେବେଳେ ଚକରା ସେମାନଙ୍କୁ ଏକଜୁଟ କରିଥିଲେ। ସେ ନିଜକୁ କନ୍ଧ ସଂସ୍କୃତି ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁଶାନ୍ତ କୁମାର ମହାକୁଡ଼

ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲେ DYFI ସଂଗଠନ ଓ ବିକାଶ ନାଥ
Aug 3, 2026•27 views

ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ ବଢ଼ାଇଲେ DYFI ସଂଗଠନ ଓ ବିକାଶ ନାଥ

​ ରାଜ୍ୟରେ ଉପୁଜିଥିବା ବନ୍ୟା ସ୍ଥିତି ମଧ୍ୟରେ ବିପନ୍ନଙ୍କ ଦୁଃଖ ଦୂର କରିବା ପାଇଁ ଆଗେଇ ଆସିଛନ୍ତି ବିଭିନ୍ନ ସାମାଜିକ ଓ ଯୁବ ସଂଗଠନ। ଏହି କ୍ରମରେ ଗରିବ ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଡିୱାଇଏଫଆଇ (DYFI) ସଂଗଠନ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ​ସଂଗଠନର ନେତୃତ୍ୱ ନେଇ ଯୁବ ନେତା ବିକାଶ ନାଥ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସହ ସେମାନଙ୍କର ସୁଖଦୁଃଖ ବାଣ୍ଟିବା ସହ ସାହାଯ୍ୟର ହାତ ବଢ଼ାଇଛନ୍ତି। ବନ୍ୟା ପାଣି ଘେରରେ ଥିବା ଏବଂ ଅସହାୟ ଅବସ୍ଥାରେ ଥିବା ଲୋକମାନଙ୍କୁ ସଂଗଠନ ତରଫରୁ ଶୁଖିଲା ଖାଦ୍ୟ (ଚୁଡ଼ା, ବିସ୍କୁଟ ଇତ୍ୟାଦି) ଏବଂ ବସ୍ତ୍ର/ଲୁଗାପଟା ବଣ୍ଟନ କରାଯାଇଛି। ​ପାଣି ଘେରରେ ଥିବା ଗାଁ ଗୁଡ଼ିକରେ ପହଞ୍ଚି ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ DYFI ର କର୍ମକର୍ତ୍ତାମାନେ ଦିନରାତି ଏକ କରି ଦେଇଛନ୍ତି। ବିକାଶ ନାଥଙ୍କ ଏହି ଜନହିତକର କାର୍ଯ୍ୟ ଏବଂ ସଂଗଠନର ଏଭଳି ସେବା ମନୋଭାବକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଆଗକୁ ମଧ୍ୟ ବିପତ୍ତି ସମୟରେ ଲୋକଙ୍କ ସେବା ପାଇଁ ସେମାନେ ସଦାସର୍ବଦା ପ୍ରସ୍ତୁତ ରହିବେ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ:ସୁଶାନ୍ତ କୁମାର ମହାକୁଡ଼

ଜୁନାଗଡ଼ ବ୍ଲକର ପୂର୍ବତନ ବିଡିଓ ପରଂବ୍ରହ୍ମ ଯୋଷୀଙ୍କ ପରଲୋକ, ଶୋକରେ ଅଞ୍ଚଳବାସୀ
Aug 2, 2026•114 views

ଜୁନାଗଡ଼ ବ୍ଲକର ପୂର୍ବତନ ବିଡିଓ ପରଂବ୍ରହ୍ମ ଯୋଷୀଙ୍କ ପରଲୋକ, ଶୋକରେ ଅଞ୍ଚଳବାସୀ

: ଜୁନାଗଡ଼ ବ୍ଲକର ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଶ୍ରୀ ପରଂବ୍ରହ୍ମ ଯୋଷୀଙ୍କର ଗତକାଲି ରାତିରେ ହୃଦଘାତରେ ପରଲୋକ ଘଟିଛି। ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜୁନାଗଡ଼ ବ୍ଲକରେ କାର୍ଯ୍ୟରତ ସମୟରେ ଶ୍ରୀ ଯୋଷୀ ଉନ୍ନୟନମୂଳକ କାର୍ଯ୍ୟ, ଜନସେବା ଏବଂ ପ୍ରଶାସନିକ ଦକ୍ଷତା ପାଇଁ ସ୍ଥାନୀୟ ଲୋକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ଅକାଳ ବିୟୋଗରେ ପ୍ରଶାସନିକ ମହଳ ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଶ୍ରୀ ଯୋଷୀଙ୍କ ଆକସ୍ମିକ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏହି ଅପାର ଦୁଃଖ ସହିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଶକ୍ତି ପ୍ରାର୍ଥନା କରିଛନ୍ତି। ଶ୍ରୀ ପରଂବ୍ରହ୍ମ ଯୋଷୀଙ୍କ ନିଷ୍ଠାପୂର୍ଣ୍ଣ ସେବା ଓ ଜନହିତକର କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।

Kalahandi (କଳାହାଣ୍ଡି) • ଦେବରାଜ ବଣୁଆ

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଖଲ୍ଲିକୋଟ ସହର! ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଉଠିଲା ସ୍ୱର
Aug 2, 2026•184 views

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଖଲ୍ଲିକୋଟ ସହର! ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଉଠିଲା ସ୍ୱର

ଗଞ୍ଜାମ ଜିଲ୍ଲାର ଐତିହାସିକ ଖଲ୍ଲିକୋଟ ସହର ବର୍ତ୍ତମାନ ବିଭିନ୍ନ ନାଗରିକ ସମସ୍ୟାରେ ଜର୍ଜରିତ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ସହରର ବିକାଶ ଓ ମୌଳିକ ସୁବିଧା ପ୍ରତି ପ୍ରଶାସନ ଏବଂ ସରକାର ପର୍ଯ୍ୟାପ୍ତ ଦୃଷ୍ଟି ଦେଉନଥିବା ବୋଲି କେତେକ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଖଲ୍ଲିକୋଟର ଐତିହାସିକ ଗୌରବ ସତ୍ତ୍ୱେ ବର୍ତ୍ତମାନ ସହରର ବିକାଶ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ସହରର ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଦାବି ଉଠୁଥିଲେ ମଧ୍ୟ ତାହାର ସ୍ଥାୟୀ ସମାଧାନ ହେଉନଥିବା ଅଭିଯୋଗ ହେଉଛି। ଖଲ୍ଲିକୋଟ ଏନ୍‌ଏସିରେ ଠିକା କାମ, ବିଲ୍‌ ପାସ୍‌ ଏବଂ ଆର୍ଥିକ କାରବାରକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିବା ସହ ଅଡିଟ୍ ପରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ବୋଲି କେତେକ ମହଲରୁ ଅଭିଯୋଗ ଉଠିଛି। ତେବେ ଏହି ଅଭିଯୋଗର ସ୍ୱାଧୀନ ସତ୍ୟତା ଯାଞ୍ଚ ହୋଇପାରିନାହିଁ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ। ସ୍ଥାନୀୟ ବାସିନ୍ଦାମାନେ ସହରର ପ୍ରମୁଖ ସମସ୍ୟା ଭାବେ ଜବରଦଖଲ ଉଚ୍ଛେଦ, କରଣସାହି ଅଞ୍ଚଳର ରାସ୍ତା ପ୍ରଶସ୍ତିକରଣ, ବସ୍‌ଷ୍ଟାଣ୍ଡର ଉନ୍ନତି, ପୋଖରୀ ଓ ବନ୍ଧଗୁଡ଼ିକର ପୁନରୁଦ୍ଧାର, ନାଳ ସଫେଇ ଓ ନୂତନ ଡ୍ରେନ୍‌ ନିର୍ମାଣ, ଗୋଶାଳାର ସୁବ୍ୟବସ୍ଥା, ଶିକ୍ଷାନୁଷ୍ଠାନର ପରିବେଶର ଉନ୍ନତି, ମନ୍ଦିରଗୁଡ଼ିକର ବିକାଶ ଏବଂ ଓମ୍ ଶାନ୍ତି ନଗର ରାସ୍ତା ନିର୍ମାଣ ପରି ପ୍ରସଙ୍ଗ ଉଠାଇଛନ୍ତି। ସହରର ସାମଗ୍ରିକ ବିକାଶ ଓ ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଓ ସରକାର ଶୀଘ୍ର ଦୃଢ଼ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସମ୍ପୃକ୍ତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିଲେ ତାହାକୁ ମଧ୍ୟ ପ୍ରକାଶ କରାଯିବ।

Ganjam (ଗଞ୍ଜାମ) • ଶିବରାମ ଜେନା

ଜମିବାଡ଼ି ବିବାଦରୁ ରକ୍ତାକ୍ତ ସଂଘର୍ଷ: ଟାଙ୍ଗିଆ ଆକ୍ରମଣରେ ଦୁଇ ଗୁରୁତର, ଅଭିଯୁକ୍ତ ଗିରଫ
Aug 2, 2026•53 views

ଜମିବାଡ଼ି ବିବାଦରୁ ରକ୍ତାକ୍ତ ସଂଘର୍ଷ: ଟାଙ୍ଗିଆ ଆକ୍ରମଣରେ ଦୁଇ ଗୁରୁତର, ଅଭିଯୁକ୍ତ ଗିରଫ

କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଖଲିଆଭଟା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଛି ଏକ ରକ୍ତାକ୍ତ ଆକ୍ରମଣ। ଟାଙ୍ଗିଆରେ ଆକ୍ରମଣ ହେବାରୁ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବାବେଳେ ପୋଲିସ ତ୍ୱରିତ ପଦକ୍ଷେପ ନେଇ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ଖଲିଆଭଟା ଗ୍ରାମର ଶଶିଭୂଷଣ ଶବର ଓ କୌଶିକ ଶବରଙ୍କ ସହ ସେହି ଗ୍ରାମର ଗବରସିଂ ଶବରଙ୍କର ଦୀର୍ଘଦିନ ଧରି ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଶନିବାର ଏହି ବିବାଦକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହେବା ପରେ ଉତ୍ତେଜିତ ହୋଇ ଗବରସିଂ ଶବର ଟାଙ୍ଗିଆରେ ଶଶିଭୂଷଣ ଓ କୌଶିକଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣା ପରେ ପରିବାର ଲୋକେ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଉଭୟଙ୍କ ଚିକିତ୍ସା ଚାଲିଛି। ଲିଖିତ ଅଭିଯୋଗ ପାଇବା ପରେ କଲମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆ ଓ ରକ୍ତଭିଜା ପୋଷାକ ଜବତ କରିଥିଲା। କଲମପୁର ଥାନା କେସ୍ ନଂ–୧୧୨/୨୦୨୬ରେ ବିଏନଏସ୍‌ର ଧାରା ୨୯୬, ୧୧୮(୧), ୧୦୯(୧) ଓ ୩୫୧(୩) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତ ଗବରସିଂ ଶବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି I

Kalahandi (କଳାହାଣ୍ଡି) • ରିପୋର୍ଟ:ରିତେଶ କୁମାର ମୁଣ୍ଡ

ଶ୍ରାବଣ ମାସର ପ୍ରଥମ ସୋମବାରରେ ତିରିମଲ ନଦୀ ଘାଟରେ କାଉଡ଼ିଆଙ୍କ ଭିଡ଼, ଶୈବ ପୀଠକୁ ଜଳ ନେଇ ବାହାରିଲେ ଶ୍ରଦ୍ଧାଳୁ
Aug 2, 2026•65 views

ଶ୍ରାବଣ ମାସର ପ୍ରଥମ ସୋମବାରରେ ତିରିମଲ ନଦୀ ଘାଟରେ କାଉଡ଼ିଆଙ୍କ ଭିଡ଼, ଶୈବ ପୀଠକୁ ଜଳ ନେଇ ବାହାରିଲେ ଶ୍ରଦ୍ଧାଳୁ

ଖୋର୍ଦ୍ଧା: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ଜଳଲାଗି କରିବା ପାଇଁ ଭୋରୁ ଭୋରୁ ତିରିମଲ ନଦୀ ଘାଟରେ କାଉଡ଼ିଆ ଭକ୍ତଙ୍କ ବ୍ୟାପକ ଭିଡ଼ ପରିଲକ୍ଷିତ ହୋଇଥିଲା।ଭକ୍ତମାନେ ହର ହର ମହାଦେବ ଓ ବୋଲ ବମ୍ ଧ୍ୱନିରେ ପରିବେଶକୁ ଭକ୍ତିମୟ କରି ନଦୀରୁ ପବିତ୍ର ଜଳ ସଂଗ୍ରହ କରି କାନ୍ଧରେ କାଉଡ଼ି ବୋହି ବିଭିନ୍ନ ଶିବ ମନ୍ଦିର ଅଭିମୁଖେ ପଦଯାତ୍ରା କରିଥିଲେ। ଶ୍ରାବଣର ପ୍ରଥମ ସୋମବାର ଥିବାରୁ ଭକ୍ତଙ୍କ ଉତ୍ସାହ ଓ ଆଧ୍ୟାତ୍ମିକ ଉଦ୍ଦୀପନା ଦେଖିବାକୁ ମିଳିଥିଲା। କାଉଡ଼ିଆଙ୍କ ସୁରକ୍ଷା ଏବଂ ଯାତାୟାତକୁ ସୁଚାରୁ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଘାଟ ଓ ପ୍ରମୁଖ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନଙ୍କ ସୁବିଧା ପାଇଁ ସ୍ୱେଚ୍ଛାସେବୀ ସଂଗଠନମାନେ ମଧ୍ୟ ପାନୀୟ ଜଳ ଓ ଅନ୍ୟାନ୍ୟ ସେବା ଯୋଗାଇଥିଲେ। ଶ୍ରାବଣର ପ୍ରଥମ ସୋମବାରରେ ତିରିମଲ ନଦୀ ଘାଟର ଏହି ଭକ୍ତିମୟ ପରିବେଶ ସମଗ୍ର ଅଞ୍ଚଳକୁ ଆଧ୍ୟାତ୍ମିକ ଆବେଶରେ ଭରି ଦେଇଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

କୋରେଇ ବିଧାୟକଙ୍କ ଦ୍ୱାରା ଲକ୍ଷ୍ମୀନଗର ଗ୍ରାମପଂଚାୟତରେ ପ୍ରାୟ ୭କୋଟି ଟଙ୍କା ବ୍ୟୟରେ  ୭ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ଓ ୩ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ
Aug 2, 2026•56 views

କୋରେଇ ବିଧାୟକଙ୍କ ଦ୍ୱାରା ଲକ୍ଷ୍ମୀନଗର ଗ୍ରାମପଂଚାୟତରେ ପ୍ରାୟ ୭କୋଟି ଟଙ୍କା ବ୍ୟୟରେ ୭ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ଓ ୩ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ

କୋରେଇ: ଆଜି କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀନଗର ଗ୍ରାମପଂଚାୟତରେ ପାଖାପାଖି ୭ କୋଟି ଟଙ୍କା ବ୍ୟୟରେ ୭ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଏବଂ ୩ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ କୋରେଇର ମାନ୍ୟବର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ । ଆଜି ସକାଳ ୧୧ ଘଟିକା ସମୟରେ ମାନ୍ୟବର ବିଧାୟକ ଶ୍ରୀ ଦାସନାୟକଙ୍କୁ କର୍ମୀମାନେ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଭିକିପୁର ଛକ ଠାରୁ ତରାପୁର ଗ୍ରାମପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ପ୍ରଥମେ ମାନ୍ୟବର ବିଧାୟକ ଭିକିପୁର-ପହଙ୍ଗା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ ୧ କୋଟି ୫୦ ଲକ୍ଷ ଟଙ୍କା । ତା’ପରେ ଛୋଟରାୟପୁର-ଯୋକଡିଆ ପୂର୍ତବିଭାଗ ରାସ୍ତା ଠାରୁ ଖମଣ ଠାକୁରେଶ୍ୱର ମନ୍ଦିର ପର୍ଯ୍ୟନ୍ତ ନୂତନ ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ ୩ କୋଟି ୫୦ ଲକ୍ଷ ଟଙ୍କା । ତା’ପରେ ତରାପୁର ଆରୋଗ୍ୟ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ ୫୦ ଲକ୍ଷ ଟଙ୍କା । ଏହାପରେ ଲକ୍ଷ୍ମୀନଗର ଗ୍ରାମପଂଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ଓ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ୨୫ ଲକ୍ଷ ଟଙ୍କା । ତା’ପରେ ତରାପୁର ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ ୨୦ ଲକ୍ଷ ଟଙ୍କା । ଏହାପରେ ତରାପୁର ଆଦର୍ଶ ଗ୍ରାମ ନିର୍ମାଣ ଯୋଜନାର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ ୩୦ ଲକ୍ଷ ଟଙ୍କା । ଏହାପରେ ଆଂଚଳିକ ହିଙ୍ଗୁଳା ବିକାଶ ପରିଷଦର ନୂତନ ଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ ୧୦ ଲକ୍ଷ ଟଙ୍କା । ଭିତିପ୍ରସ୍ତର କାର୍ଯ୍ୟକ୍ରମ ପରେ ତରାପୁର ଆଂଚଳିକ ହାଟ ନୂତନ ପିଣ୍ଡିର ଶୁଭ ଉଦ୍‌ଘାଟନ କରିଥିଲେ ମାନ୍ୟବର ବିଧାୟକ । ଏହି ପ୍ରକଳ୍ପର ଅଟକଳ ପରିମାଣ ୧୦ ଲକ୍ଷ ଟଙ୍କା । ତା’ପରେ ପଂଚାୟତ ହିଙ୍ଗୁଳା ହାଇସ୍କୁଲ ନୂତନ ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ ୧୦ ଲକ୍ଷ ଟଙ୍କା । ଶେଷରେ ଲକ୍ଷ୍ମୀନଗର ଗ୍ରାମପଂଚାୟତ ଭାଗବତ ଟୁଙ୍ଗୀ ନୂତନ ଗୃହର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ପରିମାଣ ୧୦ ଲକ୍ଷ ଟଙ୍କା । ଏହି ପ୍ରକଳ୍ପ ଗୁଡିକ ନିର୍ମାଣ ହେଉଥିବା ଜାଣି ଆଜି ଲକ୍ଷ୍ମୀନଗର ପଂଚାୟତବାସୀ ବହୁତ ଖୁସି ପ୍ରକଟ କରିଛନ୍ତି । ଆଜି ପ୍ରଗତିର ନୂଆ ଅଧ୍ୟାୟ ଲେଖୁଛି କୋରେଇ । ଲକ୍ଷ୍ମୀନଗର ଗ୍ରାମପଂଚାୟତର ଗମନାଗମନ, ସ୍ୱାସ୍ଥ୍ୟ, ରାଜସ୍ୱ, ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡି ହୋଇ ପ୍ରଗତିର ନୂଆ ଅଧ୍ୟାୟ ଦେଖିଲା କୋରେଇ । ଆଗାମୀ ଦିନରେ କୋରେଇର ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ରାଜସ୍ୱ, ପାନୀୟଜଳ, ବନ୍ୟା ନିୟନ୍ତ୍ରଣ, କ୍ରୀଡା କ୍ଷେତ୍ରରେ ବିଭିନ୍ନ ପ୍ରକାର ପ୍ରକଳ୍ପର ଖୁବ୍ ଶୀଘ୍ର ଶୁଭ ଭିତିପ୍ରସ୍ତର ସ୍ଥାପନ ହେବାକୁ ଯାଉଅଛି ବୋଲି ଶ୍ରୀ ଦାସନାୟକ କହିଥିଲେ । ବର୍ତମାନ କୋରେଇ ବିକାଶର ସାରଥି ସାଜିଛନ୍ତି ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକ । ଏହି ଭିତିପ୍ରସ୍ତର ଓ ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ରସୁଲପୁର ବ୍ଲକ୍ ବିଧାୟକଙ୍କ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା, ଲକ୍ଷ୍ମୀନଗର ଗ୍ରାମପଂଚାୟତ ସରପଂଚ ଇଂ ସର୍ବେଶ୍ୱର ସାହୁ, ହିଙ୍ଗୁଳା ମଣ୍ଡଳ ସଭାପତି ବିନୋଦ ମହାରଣା, ୩୩ ନଂ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଶିଶିର କୁମାର ମହାନ୍ତି, ଲକ୍ଷ୍ମୀନଗର ପଂଚାୟତ ବିଜେପି ସଭାପତି ପ୍ରଫୁଲ୍ଲ ସାହୁ, ଶଶୀଭୁଷଣ ସାହୁ, ପୂର୍ବତନ ସରପଂଚ ମନୋଜ ମଳିକ, ରସୁଲପୁର ବ୍ଲକ୍ ମିଡିଆ ପ୍ରତିନିଧି ପଦ୍ମଲୋଚନ ନାୟକ, ହିଙ୍ଗୁଳା ମଣ୍ଡଳ ଯୁବ ସଭାପତି ହିମାଂଶୁ ବେହୁରା, କୋରେଇ ବ୍ଲକ୍ ବିଧାୟକ ପ୍ରତିନିଧି ଧନେଶ୍ୱର ବାରିକ, ଜିଲ୍ଲା ବିଜେପି ସଂପାଦକ ଅଯୋଧ୍ୟା ଜେନା, ପହଙ୍ଗା ସଭାପତି ଶତୃଘ୍ନ ରାଉତ, ଟିକରପଡା ପୂର୍ବତନ ସରପଂଚ ଅତୁଲ୍ୟ ପ୍ରଧାନ, ଟିକରପଡା ବିଜେପି ସଭାପତି ନିରଞ୍ଜନ ପ୍ରଧାନ, ବଡକଇଁଚି ସଭାପତି ପ୍ରକାଶ ସାହୁ, ଗନ୍ଧଣ ଗ୍ରାମପଂଚାୟତର ବରିଷ୍ଠ ନେତା ଗୋପୀନାଥ ପତି, ଭୋଟକା ଗ୍ରାମପଂଚାୟତର ସଭାପତି ନରେଶ ଆଏଚ । ହିଙ୍ଗୁଳା ମଣ୍ଡଳ ସାଧାରଣ ସଂପାଦକ ରଞ୍ଜନ କୁମାର ଦେଓ, ଅଦୈତ ରାଉତ, ମୁଗୁପାଳ ସରପଂଚ ପ୍ରତିନିଧି ଦୁଶ୍ମନ୍ତ ମଳିକ, ବିଭୂତିଭୂଷଣ ଦାସ, ରଘୁନାଥ ପରିଡା, ପହଙ୍ଗା ଗ୍ରାମପଂଚାୟତ ପୂର୍ବତନ ସରପଂଚ ପ୍ରହଲ୍ଲାଦ ପ୍ରତିହାରୀ, ନରସିଂହପୁର ପଂଚାୟତ ସଭାପତି ସୁବାଷ ନାୟକ, ଯୁବ ସଭାପତି ଅଂଶୁମାନ କର, ମୁଗୁପାଳ ଗ୍ରାମପଂଚାୟତ ସଭାପତି କାଳନ୍ଦୀ କଣ୍ଠ, ରସୁଲପୁର ସାଂସଦ ପ୍ରତିନିଧି ଦେବକାନ୍ତ ନାୟକ, ଖମଣ ଗ୍ରାମପଂଚାୟତ ସଭାପତି ଅକ୍ଷୟ ନାୟକ, ଲକ୍ଷ୍ମୀନଗର ଗ୍ରାମପଂଚାୟତର ରଞ୍ଜିତ ପ୍ରଧାନ, ପୂର୍ଣ୍ଣେନ୍ଦୁ ନାୟକ, ରମାକାନ୍ତ ବେହେରା, ସଞ୍ଜୟ ପ୍ରଧାନ, ବିକାଶ କୁମାର ସାହୁ, ଉମେଶ ଚନ୍ଦ୍ର ଦାସ, ଆଦିକନ୍ଦ ବିଶ୍ୱାଳ, ବାବାଜୀ ଚରଣ ସାହୁ, ଆନନ୍ଦ ଚନ୍ଦ୍ର ସାହୁ, ଅଶୋକ କୁମାର ରଥ, ଅନନ୍ତ ଚରଣ ସାହୁ, ବନ ଅନାଦି ନାଥ, ନରୋତମ ଜେନା, ଶଙ୍କର୍ଷଣ ବିଶ୍ୱର, ହୃଷିକେଶ ମହାଲା, ବଳରାମ ଜେନା, ରଜତ ନାୟକ, ବିକାଶ ବିଶ୍ୱାଳ, ରାଜାରାମ ନାୟକ, ଦେବପ୍ରସାଦ ସ୍ୱାଇଁ, ନିରଞ୍ଜନ ପତ୍ରୀ, ତପନ କୁମାର ମଲ୍ଲିକ, ପ୍ରତାପ ଚନ୍ଦ୍ର ପାଢୀ, ସନାତନ ରାଉତ, ରଞ୍ଜନ କୁମାର ରଥ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ ।

Jajpur (ଯାଜପୁର) • କୋରାଇ ରିପୋର୍ଟ: ବସନ୍ତ କୁମାର ମଲ୍ଲିକ