Web News

ଶୀର୍ଷକ: ସାପ କାମୁଡ଼ାରେ କିଶୋରୀଙ୍କ ମୃତ୍ୟୁ; ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟା ହଇରାଣ, ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ
ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ପଞ୍ଚାୟତର ବାର୍ଷିକୋନା ଗ୍ରାମରେ ସାପ କାମୁଡ଼ାରେ ଜଣେ ୧୬ ବର୍ଷୀୟ ଆଦିବାସୀ କିଶୋରୀଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ପାଇଁ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ହଇରାଣ ହେବାକୁ ପଡ଼ିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ପ୍ରଶାସନିକ ସମନ୍ୱୟକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ବାର୍ଷିକୋନା ଗ୍ରାମର କାଲୁଆ ମାଝୀଙ୍କ ୧୬ ବର୍ଷୀୟ ଝିଅ ମାଧୁରୀ ଗୁରୁବାର ବିଳମ୍ବିତ ରାତିରେ ନିଜର ଅନ୍ୟ ଛଅ ଜଣ ସାଙ୍ଗଙ୍କ ସହ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଶୁକ୍ରବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଥୁଆମୂଳ ରାମପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଥୁଆମୂଳ ରାମପୁର ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ବିଭିନ୍ନ କାରଣ ଦର୍ଶାଇ ଶବ ବ୍ୟବଚ୍ଛେଦ କରାଯାଇନଥିବା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅନ୍ୟପଟେ କଲମପୁର ହସ୍ପିଟାଲରେ ଏହି ସୁବିଧା ନଥିବାରୁ ଶେଷରେ ମୃତଦେହକୁ ଜୟପାଟଣା ହସ୍ପିଟାଲକୁ ନେଇ ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପ୍ରାୟ ୩୬ ଘଣ୍ଟା ସମୟ ଲାଗିଥିଲା। ଜଣେ ଗରିବ ଆଦିବାସୀ ପରିବାରକୁ ଶବ ବ୍ୟବଚ୍ଛେଦ ପାଇଁ ତିନୋଟି ହସ୍ପିଟାଲ ବୁଲିବାକୁ ପଡ଼ିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ଏଭଳି ଘଟଣା ଦୂରଦୂରାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ ସମନ୍ୱୟ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଉଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଯଦି କୌଣସି ଅବହେଳା ଥାଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଏହି ଘଟଣା ଗ୍ରାମାଞ୍ଚଳରେ ଜରୁରୀ ସ୍ୱାସ୍ଥ୍ୟସେବା, ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଏବଂ ଆନ୍ତଃବିଭାଗୀୟ ସମନ୍ୱୟକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତାକୁ ପୁଣି ଥରେ ସାମ୍ନାକୁ ଆଣିଛି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘର ଢେଙ୍କାନାଳ ଜିଲ୍ଲା ସ୍ତରୀୟ ବୈଠକ
ସମସ୍ତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଦାବି... ସାମ୍ବାଦିକ ମାନେ ସାଧୁତା , ସଚ୍ଚୋଟତା ଓ ମାନବିକତା ସହ କାର୍ଯ୍ୟ କରିବାକୁ ଆହ୍ୱାନ... ଭୁବନ ୨.୮- ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଢେ଼ଙ୍କାନାଳ ଜିଲ୍ଲା ଶାଖା ତରଫରୁ ଗନ୍ଦିଆ ଗିରିଧାରୀ ମଠ ( ଜଗନ୍ନାଥ ମନ୍ଦିର ) ପ୍ରାଙ୍ଗଣରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁଶାନ୍ତ କୁମାର ପୋଥାଳ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ , ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଅନ୍ୟ ମାନଙ୍କ ଠାରୁ ଭିନ୍ନ ,ସ୍ୱତନ୍ତ୍ର ଓ ନିଆରା ସଂଗଠନ । ଏଥିରେ ସଦସ୍ୟ ହେବା ମାତ୍ରେ ଆଇ କାର୍ଡ, ସାର୍ଟିଫିକେଟ ସହିତ ୧ ଲକ୍ଷ ଟଙ୍କା ବୀମା ସୁବିଧା ମିଳୁଛି । ସମସ୍ତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ସାମିଲ କରି ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ଡିଜିଟାଲ ମିଡିଆ ମହାସଂଘ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଶତପଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ନିବେଦନ କରିଥିଲେ। ପରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶତପଥୀ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ସଦସ୍ୟ ଙ୍କ ସହ କଥା ହୋଇ ବୈଠକର ସଫଳତା କାମନା କରିଥିଲେ । ଏହି ବୈଠକରେ ଗନ୍ଦିଆ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଓ ରାଜନେତା ମାନେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ। ଉଭୟେ ଉଭୟଙ୍କ ସହ ପରିପୂରକ । ଲୋକଙ୍କ ସମସ୍ୟାକୁ ସରକାରଙ୍କ ଜରିଆରେ ସମାଧାନ କରିବାରେ ସାମ୍ବାଦିକ ମାନଙ୍କ ପ୍ରମୁଖ ଭୂମିକା ରହିଛି । ସାମ୍ବାଦିକମାନେ ତଥ୍ୟ ଭିତ୍ତିକ ସତ୍ୟ ଖବର ପରିବେଷଣ କରିବା ସହିତ ସାଧୁତା,ସଚ୍ଚୋଟତା, ମାନବିକତା ଓ ନୀତି , ନୈତିକତାର ସହ କାର୍ଯ୍ୟ କଲେ ସମାଜରେ ଅଧିକ ଗ୍ରହଣୀୟ ହୋଇପାରିବେ ବୋଲି ଶ୍ରୀଯୁକ୍ତ ସିଂହ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଓ ଡି ଏମ୍ ମହାସଂଘ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ମାହି ଯୋଗଦେଇ କହିଥିଲେ ଯେ,ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଏକ ସଂଗଠନ ନୁହେଁ,ଏହା ଏକ ସାମାଜିକ ଅନୁଷ୍ଠାନ । ଗରିବ, ଅସହାୟ,ନିସହାୟ ଲୋକଙ୍କ ସ୍ୱର ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ବଦ୍ଧ । ଆପଣ ମାନେ ସମାଜର ତଳ ସ୍ତରର ଲୋକଙ୍କ ସ୍ୱର ପାଲଟନ୍ତୁ ,ଲୋକଙ୍କ ସାଥିରେ ରହି ସମସ୍ୟା ସମାଧାନ କରନ୍ତୁ । ଆପଣ ମାନଙ୍କ କାର୍ଯ୍ୟ ଦେଖି ଅନ୍ୟ ମାନେ ଆପେ ଯୋଡ଼ି ହେବେ ଓ ସଂଗଠନ ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଓ ଡି ଏମ୍ ମହାସଂଘ ରାଜ୍ୟ ସମ୍ପାଦକ ସଦାଶିବ ମହାପାତ୍ର,ପ୍ରମୋଦ କୁମାର ମହାନ୍ତି ଓ ପୁଷ୍ପଲତା ସାମଲ ଯୋଗଦେଇ ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସାମ୍ବାଦିକ ମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ସାମାଜିକ ସୁରକ୍ଷା ଓ ସମ୍ମାନ ଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ଓ କର୍ତ୍ତବ୍ୟ। ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ । ଜିଲ୍ଲା ଉପ ସଭାପତି ସରୋଜ କୁମାର ମହାଳିକ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ବିଶ୍ୱ ରଞ୍ଜନ ହାତୀ, ଯୁଗ୍ମ ସମ୍ପାଦକ ଅଭିଜିତ୍ ମହାପାତ୍ର,ରାକେଶ ରଞ୍ଜନ ପଟ୍ଟନାୟକ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପୋଥାଳ,ବୁଦ୍ଧଦେବ ପଣ୍ଡା,ସୁଦର୍ଶନ ପୁହାଣ,ଦୀପକ ସାହୁ,ବିନୟ କୁମାର ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
Dhenkanal (ଢେଙ୍କାନାଳ) • ବ୍ୟୁରୋ ରିପୋର୍ଟ, ଭୁବନ

Review of Electoral Roll Revision Progress: Emphasis on Transparent, Error-Free and Time-Bound SIR-2026 Process
The progress of the Special Intensive Revision (SIR)-2026 of the electoral roll was reviewed on Sunday by Balwant Singh, Electoral Roll Observer for Nuapada district and Commissioner-cum-Secretary of the Tourism Department. During his visit to Nuapada, Singh assessed the post-publication activities following the release of the draft electoral roll and provided necessary guidance to officials for the smooth implementation of the revision process. A review meeting was held at the Conference Hall of the District Collector’s Office, where the progress of claims, objections, hearings and other activities undertaken after the publication of the draft electoral roll under SIR-2026 was discussed in detail. The meeting was attended by District Election Officer-cum-Collector Madhusudan Dash, all Electoral Registration Officers (EROs), Assistant Electoral Registration Officers (AEROs), and representatives of recognised political parties. During his visit, Singh inspected the notice hearing centre under the 71-Nuapada Assembly Constituency. He interacted with Booth Level Officers (BLOs), BLO Supervisors, Assistant Electoral Registration Officers and voters to review the progress of field-level activities, the hearing process and the issues being faced by voters. Addressing the officials, the Commissioner-cum-Secretary stressed that all revision work should be completed within the stipulated timeline while strictly adhering to the guidelines of the Election Commission. He also emphasized maintaining transparency, accuracy and impartiality throughout the process and ensuring effective coordination among all stakeholders involved in the electoral roll revision. The review meeting was attended by Additional District Magistrate Subash Chandra Rait, Chief Development Officer Lambodar Dharua, Sub-Collector Surmi Soren, Deputy Collector (Election) Sheikh Naseem, along with all Tahasildars, Block Development Officers and officials associated with the election process across the district.
Nuapada (ନୂଆପଡ଼ା) • Report: Vijay Bariha & Malaya Meher

Tourism Infrastructure in Nuapada Set for a New Boost; Commissioner-cum-Secretary Balwant Singh Reviews Development Projects Focus on Promoting Private Investment and Unlocking the Tourism Potential of Tikhali Dam
Nuapada, August 2: With an aim to strengthen tourism infrastructure and accelerate tourism-led development in Nuapada district, a high-level review meeting was held on Sunday at the Conference Hall of the District Collector’s Office. Commissioner-cum-Secretary of the Tourism Department, Balwant Singh, chaired the meeting and reviewed the progress of ongoing tourism infrastructure projects while discussing future development strategies for the district. Addressing the meeting, Singh said that tourism is not only a driver of economic growth but also a significant sector for employment generation, balanced utilization of resources and overall regional development. He emphasized that sustainable tourism plays a vital role in promoting economic progress while ensuring minimal impact on the environment. To encourage private investment in the tourism sector, Singh directed officials to motivate potential investors and entrepreneurs to apply through the GoSWIFT portal. He also instructed them to create awareness about the various subsidies and incentive schemes offered by the Odisha Tourism Department for tourism-related projects. He further advised officials to identify suitable land for the establishment of hotels, restaurants and other tourism facilities to strengthen the district’s tourism infrastructure. Special emphasis was laid on exploring the tourism potential around Tikhali Dam, particularly by promoting private sector participation in developing infrastructure around the existing boating facilities. Singh also instructed officials to identify 50 to 100 prospective investors and entrepreneurs from Nuapada district to participate in the upcoming Tourism Investors’ Orientation Workshop to be held in Bhawanipatna. The review meeting also assessed the progress of ongoing tourism infrastructure projects across the district. The Commissioner-cum-Secretary stressed the need to ensure better management, cleanliness, safety and visitor-friendly amenities at roadside amenity centres to enhance the overall tourist experience. The meeting was attended by District Collector Madhusudan Dash, Additional District Magistrate Subash Chandra Rait, Chief Development Officer Lambodar Dharua, Sub-Collector Surmi Soren, Additional Superintendent of Police Ranjit Nayak, Divisional Forest Officer Aziz Khan, Divisional Forest Officer (Wildlife) Sameer Sahu, Deputy Collector (Election) Sheikh Naseem, Deputy Collector-cum-District Tourism Officer Roshan Jena, along with all Tahasildars, Block Development Officers and senior officials of various departments.
Nuapada (ନୂଆପଡ଼ା) • Report: Malaya Meher & Bijay Bariha

Congress Workers Brave Chest-Deep Floodwaters to Reach Victims; Relief Kits Distributed to 105 Families
Sinapali: In a humanitarian initiative following the recent floods, the Congress party organized a relief programme in the remote villages of Chitarma, Nangal Ghat and Jhola Ghat under Ghatmal Gram Panchayat in Sinapali Block of Nuapada district. Braving chest-deep waters of the Udanti River, Congress workers reached the flood-affected villages, assessed the hardships faced by the residents and distributed relief materials to 105 affected families. The programme was conducted under the leadership of Kamal Charan Tandi, Congress MLA candidate for the Khariar Assembly constituency. Volunteers of the Congress Seva Dal actively participated in the relief operation, distributing essential food items, including rice, pulses and dry rations, to the affected families. Educational materials such as books, notebooks, pens and other study kits were also provided to school-going children to help them continue their education. According to local residents, the villages still lack proper road connectivity, making access extremely difficult. The recent heavy rainfall caused severe flooding in the Udanti River, disrupting normal life across the area. Hundreds of acres of agricultural land were damaged, while sand deposits rendered many farmlands unfit for cultivation. Villagers alleged that adequate government assistance has yet to reach the affected communities. On the occasion, Congress leaders demanded immediate improvement of road connectivity, a proper assessment of flood-related losses, and speedy government assistance for affected farmers and families. They stated that standing with people during times of crisis is the true essence of public service. Among those present were Prabin Pattnaik, Town Congress President, Khariar; Buddha Behera, Block Congress President, Khariar; District Secretaries Rajesh Behera and Hemanta Punji; Youth Congress General Secretary Shahrukh Khan; and party workers Gagan Tandi, Pramod Nial, Dharmendra Sahu and Laxmidhar Nial, who actively assisted in the relief programme.
Nuapada (ନୂଆପଡ଼ା) • Report: Bhajan Lal Jagat

ହତ୍ୟା ଓ ଯୌତୁକ ନିର୍ଯାତନା ମାମଲା ରୁଜୁ: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଅଟକ
କଳିଙ୍ଗନଗର: ପ୍ରେମ ବିବାହର ମାସେ ନପୂରୁଣୁ ଚାଲିଗଲା ନବବଧୂଙ୍କ ଜୀବନ। ଟମକା ଥାନା ଅନ୍ତର୍ଗତ ନୂଆ ମାନପୁର ଗ୍ରାମରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମୃତକଙ୍କ ସ୍ୱାମୀଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ପାଣିକୋଇଲି ଥାନା ରାଧାନଗର ପାଟଣା ଗ୍ରାମର ବଳରାମ ପାତ୍ରଙ୍କ ୨୦ ବର୍ଷୀୟା ଝିଅ ସ୍ୱାଗତିକା ପାତ୍ର ଗତ ଜୁଲାଇ ୬ ତାରିଖ ରାତି ପ୍ରାୟ ୩ଟା ସମୟରେ ଘରୁ ନିଖୋଜ ହୋଇଯାଇଥିଲେ। ଟମକା ଥାନା ନୂଆ ମାନପୁର ଗ୍ରାମର ନଟବର କାଣ୍ଡିଙ୍କ ପୁଅ ସନ୍ତୋଷ କୁମାର କାଣ୍ଡି ତାଙ୍କୁ ନେଇଯାଇଥିବା ପରେ ଜଣାପଡ଼ିଥିଲା। ପରଦିନ ସନ୍ତୋଷ, ସ୍ୱାଗତିକାଙ୍କୁ କୋର୍ଟ ମ୍ୟାରେଜ୍ କରିଥିବା ନେଇ ତାଙ୍କର ଜଣେ ସାଙ୍ଗ ହ୍ୱାଟସଆପ୍ ମାଧ୍ୟମରେ ସ୍ୱାଗତିକାଙ୍କ ବାପାଙ୍କ ନିକଟକୁ ବିବାହ ପ୍ରମାଣପତ୍ର ପଠାଇଥିଲେ। ଜୁଲାଇ ୧୦ ତାରିଖରେ ସ୍ୱାଗତିକାଙ୍କ ବାପା ବଳରାମ ପାତ୍ର କିଛି ଭଦ୍ରଲୋକଙ୍କୁ ସାଙ୍ଗରେ ଧରି ଝିଅର ଶାଶୂଘର (ନୂଆ ମାନପୁର)କୁ ଯାଇଥିଲେ। ତେବେ ସେଠାରେ ସ୍ୱାଗତିକା ନିଜ ଇଚ୍ଛାରେ ସ୍ୱାମୀଙ୍କ ସହ ରହିବେ, ବାପଘରକୁ ଫେରିବେ ନାହିଁ ବୋଲି କହିବାରୁ ବାପା ନିରାଶ ହୋଇ ଘରକୁ ଫେରି ଆସିଥିଲେ। ତେବେ ଜୁଲାଇ ୩୧ ରାତିରେ ସ୍ୱାଗତିକାଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ବାପା ଖବର ପାଇଥିଲେ। ଝିଅକୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ନେଇ ବାପା ବଳରାମ ପାତ୍ର ଟମକା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଟମକା ପୋଲିସ କେସ୍ ନଂ ୧୧୫ (ତା- ୦୧.୦୮.୨୦୨୬), ଭାରତୀୟ ନ୍ୟାୟ ସଂହିତା ର ଧାରା ୮୫, ୧୦୩(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରିଛି। ଏହି ଘଟଣାରେ ମୁଖ୍ୟ ଆସାମୀ ସନ୍ତୋଷ କୁମାର କାଣ୍ଡିଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି। ଶବ ଜବତ ସହ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର ପରେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଜାରି ରହିଥିବା ଟମକା ପୋଲିସ ସୂତ୍ରରୁ ପ୍ରକାଶ।
Jajpur (ଯାଜପୁର) • ରିପୋର୍ଟ : ଅନିଲ କୁମାର ଜେନା

ବନ୍ୟା ପୀଡ଼ିତ ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ସମାଜସେବୀ ରଞ୍ଜନ କୁମାର ମଲ୍ଲିକ ନିଜସ୍ୱ ଅର୍ଥରେ ବିସ୍କୁଟ ବଣ୍ଟନ, ଶୀଘ୍ର ସରକାରୀ ସହାୟତା ପାଇଁ ଉଠିଲା ଦାବି
ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରୀ ଗ୍ରାମପଞ୍ଚାୟତର ଜାରୀ ବାଙ୍କ ଗ୍ରାମରେ ସମ୍ପ୍ରତି ବନ୍ୟା ପରିସ୍ଥିତି ଯୋଗୁଁ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବନ୍ୟା କଷ୍ଟରେ ଥିବା ଲୋକଙ୍କ ମଧ୍ୟରେ ବିଶେଷ କରି ଶିଶୁମାନଙ୍କ ଦୁର୍ଦ୍ଦଶା ଦେଖି ସମାଜସେବୀ ରଞ୍ଜନ କୁମାର ମଲ୍ଲିକ ମାନବିକତାର ପରିଚୟ ଦେଇ ନିଜସ୍ୱ ଅର୍ଥରେ ବିସ୍କୁଟ କ୍ରୟ କରି ପୀଡ଼ିତ ଶିଶୁମାନଙ୍କ ମଧ୍ୟରେ ବଣ୍ଟନ କରିଥିଲେ। ବନ୍ୟା ବିପର୍ଯ୍ୟୟ ମଧ୍ୟରେ ଏଭଳି ସହଯୋଗ ଗ୍ରାମବାସୀଙ୍କ ମନରେ ସାମାନ୍ୟ ହେଲେ ମଧ୍ୟ ଆଶ୍ୱସ୍ତି ଆଣିଥିଲା। ଉପସ୍ଥିତ ଲୋକମାନେ ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରିବା ସହ ବିପଦ ସମୟରେ ଏଭଳି ସମାଜସେବା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି କହିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ବନ୍ୟା ପରେ ଅନେକ ପରିବାର ଏବେ ବି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାଦ୍ୟ, ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ରହିଥିବାରୁ ପ୍ରଶାସନ ପକ୍ଷରୁ ଶୀଘ୍ର ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ସେମାନେ ଦାବି କରିଛନ୍ତି। ଗ୍ରାମବାସୀଙ୍କ ମତରେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରୀ ସହାୟତା ସହିତ ସମାଜର ସମର୍ଥବାନ ବ୍ୟକ୍ତି ଓ ସ୍ୱେଚ୍ଛାସେବୀମାନଙ୍କ ସହଯୋଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। “ବିପଦ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ”—ଏହି ଉକ୍ତିକୁ ଚରିତାର୍ଥ କରି ସମାଜସେବୀ ରଞ୍ଜନ କୁମାର ମଲ୍ଲିକଙ୍କ ଏହି ମାନବିକ ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛି।
Jajpur (ଯାଜପୁର) • ବିଂଝାରପୁର, ଉଦୟ ନାଥ ଯେନା

Legal Awareness Camp on Prevention of Sexual Harassment at Workplace and SC/ST (Prevention of Atrocities) Act Held
A legal awareness camp on the Prevention of Sexual Harassment of Women at Workplace Act and the Scheduled Castes and Scheduled Tribes (Prevention of Atrocities) Act was organized at the Government High School, Kotenchua, under the auspices of the District Legal Services Authority (DLSA). The programme was attended by Ms. Nabaneeta Dash, Secretary, District Legal Services Authority; Ms. Priyadarshini Joshi, District Coordinator, Odisha Livelihoods Mission; Ms. Tapaswini Panda, Chairperson of the Local Complaints Committee of the district; Ms. Mohini Dalapati, Headmistress of the Government High School; teachers, students, and Adhikar Mitras. Addressing the gathering, Ms. Nabaneeta Dash explained in detail the provisions of the Prevention of Sexual Harassment of Women at Workplace Act and the Scheduled Castes and Scheduled Tribes (Prevention of Atrocities) Act. She highlighted the legal safeguards available to women and members of Scheduled Castes and Scheduled Tribes and emphasized the importance of creating a safe, inclusive, and discrimination-free environment. Ms. Tapaswini Panda, Chairperson of the Local Complaints Committee, elaborated on the procedure for filing complaints in cases of sexual harassment at the workplace. She also informed the participants about the rights of survivors, the role of the Local Complaints Committee, and the legal support available to victims under the law. The awareness programme witnessed active participation from teachers, students, and community members, helping to promote legal literacy and awareness about women’s safety, equality, and the protection of the rights of Scheduled Castes and Scheduled Tribes.
Nuapada (ନୂଆପଡ଼ା) • Report: Malaya Meher, DC

ବସ୍ତିରୁ ବୈଜ୍ଞାନିକ ହେବାର ସ୍ୱପ୍ନ! ଦାରିଦ୍ର୍ୟ, ଦୁଃଖ ଓ ସଂଘର୍ଷକୁ ଜିତି NISERରେ ସ୍ଥାନ ପାଇଲେ ଅରବାଜ ହୁସେନ
ସ୍ୱପ୍ନ ଦେଖିବା ପାଇଁ ବଡ଼ ଘର, ଧନ-ସମ୍ପତ୍ତି କିମ୍ବା ସୁବିଧାସମ୍ପନ୍ନ ଜୀବନର ଆବଶ୍ୟକତା ନଥାଏ। ଆବଶ୍ୟକ ହୋଇଥାଏ କେବଳ ଅଦମ୍ୟ ଇଚ୍ଛାଶକ୍ତି, କଠୋର ପରିଶ୍ରମ, ଅଧ୍ୟବସାୟ ଓ ନିଜ ଉପରେ ଅଟୁଟ ବିଶ୍ୱାସ। ଏହି ସତ୍ୟକୁ ନିଜ ଜୀବନରେ ପ୍ରମାଣ କରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ମୁସ୍ତଫାପୁର ଗ୍ରାମର ମେଧାବୀ ଛାତ୍ର ସେକ୍ ଅରବାଜ ହୁସେନ। ଦାରିଦ୍ର୍ୟ, ବାପାଙ୍କ ଅକାଳ ବିୟୋଗ ଓ ଅନେକ ପ୍ରତିକୂଳତାକୁ ସାମ୍ନା କରି ସେ ଦେଶର ପ୍ରତିଷ୍ଠିତ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ NISER, ଭୁବନେଶ୍ୱରରେ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ମୁସ୍ତଫାପୁରର ଏକ ସାଧାରଣ ମୁସଲିମ୍ ବସ୍ତିରେ ଜନ୍ମିତ ଅରବାଜଙ୍କ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଏଠାରେ ଅଧିକାଂଶ ପରିବାର ଦିନମଜୁରି କରି ଜୀବିକା ନିର୍ବାହ କରନ୍ତି। ଶିକ୍ଷାର ସୁଯୋଗ ସୀମିତ, ଉଚ୍ଚଶିକ୍ଷାର ସ୍ୱପ୍ନ ଦେଖିବା ମଧ୍ୟ ଅନେକଙ୍କ ପାଇଁ କଷ୍ଟକର। ଏଭଳି ପରିବେଶରୁ ଜଣେ ଛାତ୍ର ଦେଶର ଶ୍ରେଷ୍ଠ ବୈଜ୍ଞାନିକ ହେବାର ଲକ୍ଷ୍ୟ ରଖିବା ନିଶ୍ଚିତ ଭାବେ ପ୍ରେରଣାଦାୟକ। କିନ୍ତୁ ଭାଗ୍ୟ ଅରବାଜଙ୍କୁ ଆହୁରି କଠିନ ପରୀକ୍ଷା ଦେଇଥିଲା। ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ତାଙ୍କ ବାପା ସେକ୍ ଜାଫର ହୁସେନଙ୍କ ୪୮ ବର୍ଷ ବୟସରେ ପରଲୋକ ଘଟିଥିଲା। ପରିବାରର ଏକମାତ୍ର ଆର୍ଥିକ ସହାରା ହରାଇବା ପରେ ସମଗ୍ର ପରିବାର ଅନିଶ୍ଚିତତା ମଧ୍ୟରେ ପଡ଼ିଯାଇଥିଲା। ଅନେକଙ୍କ ପାଇଁ ଏହା ହୁଏତ ଶିକ୍ଷାର ସମାପ୍ତି ହୋଇଥାନ୍ତା, କିନ୍ତୁ ଅରବାଜଙ୍କ ପାଇଁ ଏହା ଥିଲା ସଂଘର୍ଷର ଆରମ୍ଭ। ବାପାଙ୍କ ମୃତ୍ୟୁ ପରେ ମା'ଙ୍କ ଉପରେ ପରିବାରର ସମସ୍ତ ଦାୟିତ୍ୱ ଆସିପଡ଼ିଥିଲା। ସେ ଅଧିକ ଶିକ୍ଷିତ ନଥିଲେ, ପୁଅ କେଉଁ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି କିମ୍ବା ଭବିଷ୍ୟତରେ କ'ଣ ହେବ—ଏସବୁ ବିଷୟରେ ତାଙ୍କର ବିଶେଷ ଜ୍ଞାନ ନଥିଲା। କିନ୍ତୁ ସେ ଗୋଟିଏ କଥା ଦୃଢ଼ ଭାବେ ବିଶ୍ୱାସ କରୁଥିଲେ—ତାଙ୍କ ପୁଅ ମନ ଲଗାଇ ପଢ଼ୁଛି। ଆଖିର ଲୁହ ପୋଛି ସେ ପ୍ରତିଦିନ ପୁଅକୁ କହୁଥିଲେ, "ତୁ ବାସ୍ ଭଲ ପଢ଼ୁଥା, ଭଗବାନ୍ ତୋର ଭଲ କରିବେ।" ମା'ଙ୍କର ଏହି ଆଶୀର୍ବାଦ ଓ ଅକୁଣ୍ଠ ବିଶ୍ୱାସ ହିଁ ଅରବାଜଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣା ପାଲଟିଥିଲା। ଅରବାଜଙ୍କ ଜୀବନରେ ଆଉ ଜଣେ ବ୍ୟକ୍ତିଙ୍କ ଅବଦାନ ଅତୁଳନୀୟ। ବିଦ୍ୟାଳୟ ସମୟରୁ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ AMB ସ୍କୁଲର ମୁଖ୍ୟ ସେକ୍ ଆଜାଦ। ବାପାଙ୍କ ମୃତ୍ୟୁ ପରେ ଅରବାଜଙ୍କ ପାଠପଢ଼ା ବନ୍ଦ ନହେଉ ବୋଲି ସେ ଆଗକୁ ଆସିଥିଲେ। ସିବିଏସ୍ଇ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦେବା ସହିତ ପରବର୍ତ୍ତୀ ସମୟରେ ବ୍ୟାସନଗରର ଏକ ଆବାସିକ ବିଦ୍ୟାଳୟରେ (+୨) ପଢ଼ିବା ପାଇଁ ରହିବା, ଖାଇବା ଓ ପାଠପଢ଼ାର ସମସ୍ତ ଖର୍ଚ୍ଚ ନିଜେ ବହନ କରିଥିଲେ। ଜଣେ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନୁହେଁ, ଜୀବନ ଗଢ଼ନ୍ତି—ସେକ୍ ଆଜାଦ ତାହାର ଜୀବନ୍ତ ଉଦାହରଣ। ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା **NEST (National Entrance Screening Test)**ରେ ଅରବାଜଙ୍କ ସଫଳତା ସତରେ ଗୌରବର ବିଷୟ। ପ୍ରତିବର୍ଷ ଦେଶର ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦିଅନ୍ତି। ପ୍ରାୟ ୩୦ ହଜାର ପ୍ରାର୍ଥୀଙ୍କ ମଧ୍ୟରୁ ଚୟନ ହୋଇ ସେ NISER, ଭୁବନେଶ୍ୱରରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି। ଏହା ଅତ୍ୟନ୍ତ କଠିନ ଓ ସମ୍ମାନଜନକ ସଫଳତା। NISER ଓ CEBS ମିଶି ମୋଟ ୨୬୨ଟି ସିଟ୍ ଥିବାବେଳେ ସାଧାରଣ ବର୍ଗ ପାଇଁ ସିଟ୍ ସଂଖ୍ୟା ଅତ୍ୟନ୍ତ ସୀମିତ। ଅରବାଜ କୌଣସି ଆରକ୍ଷଣର ସୁବିଧା ନନେଇ ସାଧାରଣ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି, ଯାହା ତାଙ୍କ ମେଧା ଓ ପରିଶ୍ରମର ସ୍ପଷ୍ଟ ପ୍ରମାଣ। ଅନେକେ NEET କିମ୍ବା JEE ବିଷୟରେ ଜାଣନ୍ତି, କିନ୍ତୁ NEST ହେଉଛି ଭାରତର ବୈଜ୍ଞାନିକ ଗବେଷଣା କ୍ଷେତ୍ରର ଅନ୍ୟତମ ପ୍ରମୁଖ ପ୍ରବେଶିକା ପରୀକ୍ଷା। ଏହା ମାଧ୍ୟମରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବବିଜ୍ଞାନରେ ପାଞ୍ଚ ବର୍ଷିଆ Integrated M.Sc. ପାଠ୍ୟକ୍ରମରେ ଗବେଷଣାମୂଳକ ଶିକ୍ଷା ଗ୍ରହଣ କରନ୍ତି। ପଢ଼ା ସମୟରେ ସରକାରଙ୍କ ପକ୍ଷରୁ ମାସିକ ସ୍କଲାରଶିପ୍ ଏବଂ ଗବେଷଣା ସହାୟତା ମଧ୍ୟ ମିଳିଥାଏ। ପରବର୍ତ୍ତୀ ସମୟରେ BARC, ISRO, DRDO, CERN, NASA ପରି ବିଶ୍ୱସ୍ତରୀୟ ଗବେଷଣା ସଂସ୍ଥାନରେ ଉଚ୍ଚଶିକ୍ଷା ଓ ଗବେଷଣାର ସୁଯୋଗ ଖୋଲିଯାଏ। ଆଜି ଅରବାଜଙ୍କ ସଫଳତା କେବଳ ତାଙ୍କ ପରିବାରର ନୁହେଁ; ଏହା ମୁସ୍ତଫାପୁର ଗ୍ରାମ, ଭଦ୍ରକ ଜିଲ୍ଲା ଓ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। ଜଣେ ନିରକ୍ଷର ମା'ଙ୍କ ଆଶୀର୍ବାଦ, ଜଣେ ଶିକ୍ଷକଙ୍କ ନିଷ୍କାମ ସହଯୋଗ ଓ ଜଣେ ଛାତ୍ରଙ୍କ ଅଦମ୍ୟ ପରିଶ୍ରମ ମିଶି କିପରି ଅସମ୍ଭବକୁ ସମ୍ଭବ କରିପାରେ, ଅରବାଜଙ୍କ ଜୀବନ ତାହାର ଜୀବନ୍ତ ଉଦାହରଣ। ଅରବାଜଙ୍କ କାହାଣୀ ପ୍ରମାଣ କରେ—ପ୍ରତିଭାର କୌଣସି ଠିକଣା ନଥାଏ। ପରିସ୍ଥିତି ଯେତେ କଠିନ ହେଉନା କାହିଁକି, ଦୃଢ଼ ସଂକଳ୍ପ, ପରିଶ୍ରମ ଓ ସଠିକ୍ ମାର୍ଗଦର୍ଶନ ଥିଲେ ବସ୍ତିରୁ ମଧ୍ୟ ଜଣେ ବୈଜ୍ଞାନିକ ଜନ୍ମ ନେଇପାରନ୍ତି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ବନ୍ୟା ବିପଦରେ ମାନବିକତାର ଉଜ୍ଜ୍ୱଳ ଉଦାହରଣ! ଭୋକିଲା ପରିବାରଙ୍କ ପାଖରେ ପହଞ୍ଚିଲା ନୀଳ ସରସ୍ଵତୀ ହେଲ୍ପ ଲାଇନ୍
ଭଦ୍ରକ ଜିଲ୍ଲାରେ ସମ୍ପ୍ରତି ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ମାଳଦା ପଞ୍ଚାୟତର ରୋହନିଆ ସାହିରେ ବନ୍ୟା ପାଣି ପ୍ରବେଶ କରିବା ଫଳରେ ଅନେକ ପରିବାର ଘରେ ଅବରୁଦ୍ଧ ରହିବା ସହ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବରେ ଦୁର୍ଦ୍ଦିନ ଅତିବାହିତ କରୁଥିଲେ। ଏପରି ଦୁଃସମୟରେ ମାନବିକତାର ପରିଚୟ ଦେଇ ସହାୟତାର ହାତ ବଢ଼ାଇଛି ନୀଳ ସରସ୍ଵତୀ ହେଲ୍ପ ଲାଇନ୍। ପ୍ରଭାବିତ ଅଞ୍ଚଳରେ ଲୋକମାନେ ଭୋକ ଓ ଦୁର୍ଦ୍ଦଶାରେ ଥିବା ଖବର ପାଇବା ମାତ୍ରେ ସଂସ୍ଥାର ସ୍ୱେଚ୍ଛାସେବୀମାନେ କୌଣସି ବିଳମ୍ବ ନକରି ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ୍ୟାଜଳ ଓ ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ସେମାନେ ପୀଡ଼ିତ ପରିବାରମାନଙ୍କ ଘରେ ଘରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ, ଆବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜରୁରୀ ସହାୟତା ବଣ୍ଟନ କରିଥିଲେ। ଦୀର୍ଘ ସମୟ ପରେ ସହାୟତା ପାଇ ପୀଡ଼ିତ ପରିବାରମାନଙ୍କ ମୁହଁରେ ସାମାନ୍ୟ ହସ ଫୁଟିଥିଲା। ଏହି ସେବା କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ସମାଜସେବୀ ଓ ଯୁବ ସ୍ୱେଚ୍ଛାସେବୀମାନଙ୍କର ଉଲ୍ଲେଖନୀୟ ସହଯୋଗ ରହିଥିଲା। ସମସ୍ତଙ୍କ ମିଳିତ ପ୍ରୟାସରେ ଅଳ୍ପ ସମୟ ମଧ୍ୟରେ ବହୁ ପରିବାରଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ସମ୍ଭବ ହୋଇଥିଲା। ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ଭରପୁର ପ୍ରଶଂସା କରିବା ସହ ସଂସ୍ଥାର ମାନବିକ ସେବା ମନୋଭାବକୁ ସାଧୁବାଦ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ନୀଳ ସରସ୍ଵତୀ ହେଲ୍ପ ଲାଇନ୍ ଗତ ପ୍ରାୟ ଆଠ ବର୍ଷ ଧରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ, ସାମାଜିକ ସଙ୍କଟ ଓ ଜରୁରୀ ପରିସ୍ଥିତିରେ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ସେବା କରିଆସୁଛି। ବନ୍ୟା, ବାତ୍ୟା, କୋଭିଡ୍ ମହାମାରୀ ସମେତ ବିଭିନ୍ନ ସମୟରେ ସଂସ୍ଥା ନିଷ୍ଠାର ସହ ସେବା କରି ସାଧାରଣ ଲୋକଙ୍କ ବିଶ୍ୱାସ ଅର୍ଜନ କରିଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ମାନବ ସେବା ହିଁ ସେମାନଙ୍କର ପ୍ରମୁଖ ଲକ୍ଷ୍ୟ। ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କ ପାଖରେ ଏଭଳି ସହାୟତା ଓ ସେବା କାର୍ଯ୍ୟକ୍ରମ ଜାରି ରହିବ। ସମାଜର ସମସ୍ତ ସକ୍ଷମ ବ୍ୟକ୍ତି ଓ ସଂଗଠନଙ୍କୁ ମଧ୍ୟ ଏହି କଠିନ ସମୟରେ ବନ୍ୟା ପୀଡ଼ିତଙ୍କ ସହଯୋଗରେ ଆଗେଇ ଆସିବାକୁ ସଂସ୍ଥା ଆହ୍ୱାନ ଜଣାଇଛି। ବନ୍ୟା ପରି ଦୁର୍ବିପାକ ସମୟରେ ନୀଳ ସରସ୍ଵତୀ ହେଲ୍ପ ଲାଇନ୍ର ଏହି ମାନବିକ ପଦକ୍ଷେପ କେବଳ ରିଲିଫ୍ ବଣ୍ଟନରେ ସୀମିତ ନ ରହି ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି।
Bhadrak (ଭଦ୍ରକ) • ରିପୋର୍ଟ : ଶିଶିର କୁମାର ସ୍ୱାଇଁ

ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ଦୁଃଖଦୁର୍ଦ୍ଦଶା ବୁଝିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ଓ ସମାଜସେବୀ ଡ଼. ସଞ୍ଜୟ ଦାସ
ବନ୍ୟା ବିପର୍ଯ୍ୟୟର ଏହି କଠିନ ସମୟରେ ଲୋକଙ୍କ ଦୁଃଖରେ ସାମିଲ ହେବା ଏବଂ ସେମାନଙ୍କ ପାଖରେ ଠିଆ ହେବା ହିଁ ମଣିଷର ପ୍ରଥମ କର୍ତ୍ତବ୍ୟ। ଏହି ମାନବିକତାର ପରିଚୟ ଦେଇ ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ହସନାବାଦ ପଞ୍ଚାୟତର ବିଭିନ୍ନ ୱାର୍ଡ ସମେତ ପଙ୍ଗଟା ଗ୍ରାମରେ ପହଞ୍ଚି ବନ୍ୟା ପ୍ରଭାବିତ ପରିବାରମାନଙ୍କ ଦୁଃଖଦୁର୍ଦ୍ଦଶାକୁ ନିକଟରୁ ଅନୁଭବ କରିଥିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ଓ ବିଶିଷ୍ଟ ସମାଜସେବୀ ଡ଼. ସଞ୍ଜୟ ଦାସ। ବନ୍ୟା ପାଣିରେ ଅନେକ ପରିବାରଙ୍କ ଘରବାଡ଼ି କ୍ଷତିଗ୍ରସ୍ତ ହେବା ସହ ଦୈନନ୍ଦିନ ଜୀବନ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇପଡ଼ିଛି। ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଆବଶ୍ୟକ ସାମଗ୍ରୀର ଅଭାବରେ ଅନେକ ପରିବାର ଅତ୍ୟନ୍ତ କଷ୍ଟରେ ଦିନ କାଟୁଛନ୍ତି। ଏହି ପରିସ୍ଥିତିରେ ଅଶୋକ ନାୟକ ଓ ଡ଼. ସଞ୍ଜୟ ଦାସ ପ୍ରଭାବିତ ପରିବାରମାନଙ୍କ ଘରକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସୁଖଦୁଃଖ ବୁଝିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପରିଦର୍ଶନ ସମୟରେ ସେମାନେ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ବିପଦ ସମୟରେ ଲୋକଙ୍କ ପାଖରେ ରହିବା ଏବଂ ଯଥାସମ୍ଭବ ସହଯୋଗ କରିବା ସମାଜର ପ୍ରତ୍ୟେକ ସଚେତନ ନାଗରିକଙ୍କ ଦାୟିତ୍ୱ ବୋଲି ସେମାନେ କହିଥିଲେ। ସେମାନେ ଆହୁରି କହିଥିଲେ ଯେ ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ନିକଟରେ ସରକାରୀ ସହାୟତା ଓ ଆବଶ୍ୟକ ରିଲିଫ୍ ସାମଗ୍ରୀ ଶୀଘ୍ର ପହଞ୍ଚିବା ଆବଶ୍ୟକ। ବନ୍ୟା ବିପର୍ଯ୍ୟୟର ଏହି ସମୟରେ ପୀଡ଼ିତ ଲୋକଙ୍କ ମୁହଁରେ ସାମାନ୍ୟ ହସ ଫୁଟାଇବା ଓ ସେମାନଙ୍କୁ ସାହସ ଦେବା ଉଦ୍ଦେଶ୍ୟରେ ଏହି ସହାୟତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଥିଲେ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ବନ୍ଧୁତ୍ୱର ଅନନ୍ୟ ଉଦାହରଣ: ଯୁଗେ ଯୁଗେ ଅମର ଶ୍ରୀକୃଷ୍ଣ ଓ ସୁଦାମାଙ୍କ ସମ୍ପର୍କ
ବନ୍ଧୁତ୍ୱ ହେଉଛି ପୃଥିବୀର ସବୁଠାରୁ ପବିତ୍ର ଏବଂ ନିସ୍ୱାର୍ଥପର ସମ୍ପର୍କ। ଯେତେବେଳେ ବି ସଚ୍ଚା ବନ୍ଧୁତ୍ୱର କଥା ଉଠେ, ସେତେବେଳେ ସର୍ବପ୍ରଥମେ ମନକୁ ଆସେ ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କ ପରମ ମିତ୍ର ସୁଦାମାଙ୍କ ନାମ। ଜଣେ ଦ୍ଵାରକାର ଅଧିପତି ତ ଅନ୍ୟ ଜଣେ ଦରିଦ୍ର ବ୍ରାହ୍ମଣ, ହେଲେ ସେମାନଙ୍କ ସମ୍ପର୍କ ଆଗରେ ସାମାଜିକ ସ୍ଥିତି ଓ ଧନୀ-ଗରିବର ପ୍ରଭେଦ ହାର ମାନିଥିଲା। ଯୁଗ ଯୁଗ ଧରି ସେମାନଙ୍କ ବନ୍ଧୁତ୍ୱ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରେରଣା ହୋଇ ରହିଛି। ଗୁରୁକୁଳରୁ ଆରମ୍ଭ ହୋଇଥିଲା ସମ୍ପର୍କ ଋଷି ସାନ୍ଦିପନୀଙ୍କ ଆଶ୍ରମରେ ଶିକ୍ଷା ଗ୍ରହଣ କରୁଥିବା ସମୟରେ କୃଷ୍ଣ ଓ ସୁଦାମାଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା। ଏକାଠି ବସିବା, ପାଠ ପଢିବା ଏବଂ ଜଙ୍ଗଲରୁ କାଠ ସଂଗ୍ରହ କରିବା ମଧ୍ୟରେ ସେମାନଙ୍କର ଆତ୍ମିକ ସମ୍ପର୍କ ଗଢ଼ିଉଠିଥିଲା। ଶିକ୍ଷା ସମାପ୍ତ ପରେ ଦୁହେଁ ନିଜ ନିଜ ବାଟରେ ଚାଲିଯାଇଥିଲେ, ହେଲେ ସମୟର ଦୂରତା ସେମାନଙ୍କ ମନର ନିବିଡ଼ତାକୁ କମାଇ ପାରିନଥିଲା। ସେହି ଐତିହାସିକ ମିଳନ: ଯେତେବେଳେ କୃଷ୍ଣ ଧାଇଁ ଆସିଥିଲେ ବର୍ଷ ବର୍ଷ ପରେ ଯେତେବେଳେ ଅତ୍ୟନ୍ତ ଦୁଃଖ ଓ ଦାରିଦ୍ର୍ୟ ଦେଇ ଗତି କରୁଥିବା ସୁଦାମା, ନିଜ ପତ୍ନୀଙ୍କ ଅନୁରୋଧ କ୍ରମେ ଦ୍ଵାରକା ପ୍ରାସାଦର ଦ୍ୱାର ଆଗରେ ପହଞ୍ଚିଥିଲେ, ସେତେବେଳେ ରକ୍ଷୀମାନେ ତାଙ୍କ ଜୀର୍ଣ୍ଣ ଶୀର୍ଣ୍ଣ ପୋଷାକ ଦେଖି ଉପହାସ କରିଥିଲେ। ହେଲେ ଯେମିତି ହିଁ ପ୍ରଭୁ ଶ୍ରୀକୃଷ୍ଣଙ୍କ କାନରେ 'ସୁଦାମା' ନାଁ ପଡ଼ିଲା, ସେ ନିଜର ରାଜକୀୟ ସୁଖ ସୁବିଧା, ସିଂହାସନ ସବୁ ଛାଡ଼ି ନଗ୍ନ ପାଦରେ ଦ୍ୱାର ଅଭିମୁଖେ ଧାଇଁ ଆସିଥିଲେ। "ନୟନରୁ ଝରିଥିଲା ଲୁହ, ଧୋଇଥିଲେ ପାଦ" କୃଷ୍ଣ ସୁଦାମାଙ୍କୁ ଦେଖି ଆଲିଙ୍ଗନ କରିଥିଲେ ଏବଂ ତାଙ୍କ ଆଖିରୁ ବୋହିଯାଉଥିବା ଆନନ୍ଦର ଲୁହରେ ହିଁ ମିତ୍ର ସୁଦାମାଙ୍କ ପାଦ ଧୋଇଦେଇଥିଲେ। ସେହି ଦୃଶ୍ୟ ରାଜପ୍ରାସାଦର ସମସ୍ତଙ୍କୁ ଚକିତ କରିଦେଇଥିଲା।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼
