--:--:--
-- ---
Srishti News

Web News

ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ
Jun 19, 202693 views

ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ

ଢ଼େଙ୍କାନାଳ, ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ଦୁର୍ଘଟଣା ପ୍ରବଣ ସ୍ଥାନ ଓ କଲେଜ ସମ୍ମୁଖ ରାସ୍ତାରେ ସାଇନେଜ ଓ ବାରିକେଡିଂର ବ୍ୟବସ୍ଥା କରିବା ସହିତ ନିୟମିତ ଚ଼େକିଂ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ରାଜପଥ ପାର୍ଶ୍ବସ୍ଥ ନବ କମ୍ପାନୀ ଠାରେ ବର୍ଷାପାଣି ଜମୁଥିବାରୁ ଏହାର ନିଷ୍କାସନ ପାଇଁ ଜିଲ୍ଲାପାଳ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କହିଥିଲେ । ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଶୀଘ୍ର ଶେଷ ହେବ ବୋଲି କର୍ତ୍ତୃପକ୍ଷ ଅବଗତ କରାଇଥିଲେ । କଲେଜ ବାଇପାସ ଠାରୁ କୋରିଆଁ ଛକ ପର୍ଯ୍ୟନ୍ତ ଆଲୋକିକରଣ କାର୍ଯ୍ୟ ଶୀଘ୍ର ସାରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ନୂତନ ମଞ୍ଜୁର ପ୍ରାପ୍ତ ହେଲେ ଆଲୋକିକରଣ କାର୍ଯ୍ୟ ଯଥା ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ । କ୍ରେନ୍, ଆମ୍ବୁଲାନ୍ସ ଆଦି ସଂପର୍କରେ ସୂଚ଼ନା ପ୍ରାପ୍ତି ପାଇଁ ଜାତୀୟ ରାଜପଥରେ ଆସନ୍ତା ସୋମବାର ସୁଦ୍ଧା କ୍ୟୁ.ଆର୍. (QR) କୋଡ୍ କାର୍ଯ୍ୟକ୍ଷମ ହେବ ବୋଲି କର୍ତ୍ତୃପକ୍ଷ ସୂଚ଼ନା ଦେଇଥିଲେ । ଅବୈଧ ଭାବେ ନିର୍ମିତ ସମସ୍ତ ହମ୍ପସ ଗୁଡ଼ିକୁ ରାସ୍ତାରୁ ହଟାଇବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ଗତ ମଇ ମାସରେ ୩୨ଟି ଦୁର୍ଘଟଣା ଘଟି ମୋଟ ୩୩ ଜଣ ଆହତ ହୋଇଥିବା ବେଳେ ୧୪ ଜଣ ମୃତ୍ୟୁ ବରଣ କରିଛନ୍ତି । ମଇ ମାସରେ ଯାଞ୍ଚ କରାଯାଇ, ୧୦୬ ଜଣ ମଦ୍ୟପ ଗାଡ଼ି ଚାଳକ, ୨ ଚ଼କିଆ ଯାନରେ ୩ ଜଣିଆ ଯାତ୍ରୀବାହୀ ୧୨୧ ଟି ଯାନ, ୩୮୭ ଜଣ ମୋବାଇଲ ବ୍ୟବହାରକାରୀ, ୨୫୪ ବିନା ସିଟବେଲଟ୍ ପିନ୍ଧା ଗାଡ଼ି ଚାଳକ ଏବଂ ୧୨୫୨ ଜଣ ବିନା ହେଲମେଟ ଗାଡ଼ି ଚାଳକଙ୍କୁ ଚ଼ିହ୍ନଟ କରାଯାଇ ଜୋରିମାନ କରାଯାଇଥିଲା ବେଳେ ୧୯୪୬ ମଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁ ପ୍ରକାଶ କରିଛନ୍ତି । ଏହି ଅବସରରେ, ଦୁର୍ଦ୍ଧଟଣା ଗ୍ରସ୍ତ ମାନଙ୍କୁ ଉଦ୍ଧାର କରିଥିବା ୪ ଜଣ ଗୁଡ୍ ସମରିଟାନଙ୍କ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ପ୍ରସାଦ ନାୟକ ଜାତୀୟ ରାଜପଥରେ ହେଇଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍. (ପ୍ରୋବେସନ୍ ) ସୁଧା ଚୈହାନ, ଏମ୍ .ଭି.ଆଇ. ପଦ୍ମଜା ମହାନ୍ତି, ଜୁନିୟର ଏମ୍.ଭି.ଆଇ. ସୁନିତା ପଣ୍ଡା, ଏ. ଆର୍. ଟି. ଓ. ସାର୍ଥକ ଦତ୍ତ, କମିଟିର ସମସ୍ତ ସଦସ୍ୟ, ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।ସଡ଼କ ସୁରକ୍ଷା କମିଟି ବୈଠକରେ ଗୁଡ଼ ସମରିଟାନ ଭାବେ ଢ଼େଙ୍କାନାଳର ଜଗବନ୍ଧୁ ସାହୁ, ମେରାମଣ୍ଡଳୀର ମହେଶ ଚ଼ନ୍ଦ୍ର ନାୟକ ଏବଂ ମୋଟଙ୍ଗାର ସୌମ୍ୟ ରଞ୍ଜନଧୀର ଓ ବାପି ରାଉତଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ ।

Dhenkanal (ଢେଙ୍କାନାଳ)ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି, ଢେ଼ଙ୍କାନାଳ ଜିଲ୍ଲା

Let Not Another Life Be Lost for Lack of Blood: Demand Intensifies for a Blood Bank in Sinapali
Jun 19, 2026382 views

Let Not Another Life Be Lost for Lack of Blood: Demand Intensifies for a Blood Bank in Sinapali

Sinapali, June 19 The distance between life and death is often measured in just a few moments. In those critical moments, a single unit of blood can make all the difference. It can help a mother return safely to her children, give a road accident victim a second chance at life, or offer renewed hope to a patient battling sickle cell disease. Yet, despite being one of the major healthcare centres in Nuapada district, the Sinapali Community Health Centre still does not have a blood bank. For thousands of people living in Sinapali and its surrounding areas, this hospital serves as a vital healthcare lifeline. Not only residents of Nuapada district but also many people from neighbouring villages of Chhattisgarh depend on this facility for medical treatment. However, whenever blood is urgently required, patients’ families are forced to rush to Nuapada, Balangir, Raipur, or other distant locations in search of blood. Behind these desperate journeys lie countless stories of anxiety, helplessness, and tears—stories that only affected families truly understand. What makes the situation even more unfortunate is that Sinapali has a large number of voluntary blood donors willing to help save lives. Through a WhatsApp group named “Donate Blood, Save Life,” several dedicated volunteers work tirelessly day and night to connect patients with blood donors. Their efforts have already helped save many lives. However, relying solely on voluntary arrangements during medical emergencies is neither practical nor sufficient. The absence of a well-equipped blood bank has emerged as one of the region’s most pressing healthcare challenges. The need becomes even more critical in cases involving excessive bleeding during childbirth, road accidents, sickle cell disease patients, and other serious medical conditions where immediate blood transfusion is often the difference between survival and tragedy. Every minute lost in arranging blood increases the risk to a patient’s life. The helpless expressions on the faces of family members as critically ill patients are transferred to distant cities in ambulances are enough to move any compassionate observer. For years, local intellectuals, social activists, blood donor groups, and public representatives have repeatedly raised the demand for a blood bank in Sinapali. Yet, despite growing public support and the evident need, the demand remains unfulfilled. Residents believe that establishing a blood bank at the Sinapali Community Health Centre would not only strengthen emergency healthcare services but also save countless precious lives across the region. Today, a simple question echoes across the area: when blood donors are available, the need is undeniable, and public support is overwhelming, why is there still a delay in establishing a blood bank? The people now look towards the government and the health department with hope, expecting swift and meaningful action on this long-pending and justified demand. After all, a blood bank is not merely a healthcare facility, it is a promise of safety, hope, and life for thousands of families.

Nuapada (ନୂଆପଡ଼ା)Reporter: Malaya Meher

ଧାନ ଉଠାଣରେ ବିଳମ୍ବ: ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କୃଷକଙ୍କ ବିକ୍ଷୋଭ
Jun 19, 202677 views

ଧାନ ଉଠାଣରେ ବିଳମ୍ବ: ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କୃଷକଙ୍କ ବିକ୍ଷୋଭ

ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼ ଜୁନାଗଡ଼: ଧାନ ମଣ୍ଡିରୁ ଧାନ ଉଠାଣରେ ଅବ୍ୟବସ୍ଥା ଓ ବିଳମ୍ବକୁ ନେଇ ଜୁନାଗଡ଼ ବ୍ଲକର ଭୈରିଗୁଡ଼ା ପଞ୍ଚାୟତର ଶତାଧିକ କୃଷକ ଗୁରୁବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାନ ବଜାରରୁ ଶୀଘ୍ର ଧାନ ଉଠାଣ ଓ କୃଷକଙ୍କ ସମସ୍ୟାର ସମାଧାନ ଦାବିରେ ସେମାନେ ଧାରଣାରେ ବସିଥିଲେ। କୃଷକମାନଙ୍କ ଅଭିଯୋଗ ଅନୁସାରେ, ରାଜ୍ୟ ସରକାର ଗତ ମେ ୨୦ ତାରିଖରୁ ରବି ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ବଜାରରୁ ଧାନ ଉଠାଣ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ବଜାର ଆରମ୍ଭ ହେବାର ପ୍ରାୟ ୨୮ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେବଳ ୨୫ରୁ ୩୦ ପ୍ରତିଶତ ଧାନ କ୍ରୟ ହୋଇଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରତିବାଦ ସ୍ୱରୂପ କୃଷକମାନେ ଟ୍ରାକ୍ଟରରେ ଧାନ ବସ୍ତା ଭର୍ତ୍ତି କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖକୁ ଆଣି ଅଭିନବ ଢଙ୍ଗରେ ଧାରଣା ଦେଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ଟୋକନ ପାଇବା ପରେ ଧାନ ମଣ୍ଡିକୁ ଆଣିଥିଲେ, କିନ୍ତୁ ପ୍ରାୟ ୩,୫୫୫ କ୍ୱିଣ୍ଟାଲରୁ ଅଧିକ ଧାନ ଏବେ ଖୋଲା ଆକାଶ ତଳେ ପଡ଼ି ରହିଛି। ବର୍ଷା ହେଲେ ସମଗ୍ର ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ କୃଷକମାନେ ଚିନ୍ତାରେ ଅଛନ୍ତି। ଧାନ ଉଠାଣ ପ୍ରକ୍ରିୟାରେ ତୁରନ୍ତ ସୁଧାର ଆଣିବା ଏବଂ ମଣ୍ଡି ବ୍ୟବସ୍ଥାକୁ ସୁଚାରୁ କରିବା ପାଇଁ କୃଷକମାନେ ଦାବି କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ଲିଖିତ ଭାବେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବାରୁ କୃଷକମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଏହି ବିକ୍ଷୋଭରେ ଭୈରିଗୁଡ଼ା ପଞ୍ଚାୟତ ସହ ଆଖପାଖ ଅଞ୍ଚଳର ଶତାଧିକ କୃଷକ ଅଂଶଗ୍ରହଣ କରିଥିଲେ।

Kalahandi (କଳାହାଣ୍ଡି)ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼

କେବୁଲ ଚୋରି ଘଟଣାରେ ୩ ଗିରଫ, ୨ କ୍ୱିଣ୍ଟାଲ କେବୁଲ ଜବତ
Jun 19, 2026150 views

କେବୁଲ ଚୋରି ଘଟଣାରେ ୩ ଗିରଫ, ୨ କ୍ୱିଣ୍ଟାଲ କେବୁଲ ଜବତ

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ତାଳଚେର: ତମ୍ବା କେବୁଲ ଚୋରି ଘଟଣାରେ ବିକ୍ରମପୁର ପୋଲିସ ବଡ଼ ସଫଳତା ହାସଲ କରିଛି। ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରି ହୋଇଥିବା ପ୍ରାୟ ୨୦୦ କିଲୋଗ୍ରାମ (୨ କ୍ୱିଣ୍ଟାଲ) ଓଜନର ୫ ବଣ୍ଡଲ ଶିଳ୍ପ ତମ୍ବା କେବୁଲ ତାର ଜବତ କରିଛି। ଜବତ କେବୁଲର ଆନୁମାନିକ ମୂଲ୍ୟ ପ୍ରାୟ ୧.୩୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ତାଳଚେର ଏଫସିଆଇ ଅଞ୍ଚଳରୁ ଏହି ତମ୍ବା କେବୁଲ ଚୋରି ହୋଇଥିଲା। ଘଟଣାର ତଦନ୍ତ କରି ବିକ୍ରମପୁର ପୋଲିସ ଅଭିଯୁକ୍ତମାନଙ୍କୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁମନ୍ତ ଦଳେଇ (୨୩), ରାଜା ଜେନା (୨୧) ଓ କୁଶ ବେହେରା (୧୯)। ସମସ୍ତେ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ଭଞ୍ଜ କଲୋନୀ ଅଞ୍ଚଳର ବାସିନ୍ଦା। ପୋଲିସ ଜବତ କେବୁଲକୁ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଅଦାଲତ ଚାଲାଣ କରିଥିବା ଜଣାପଡ଼ିଛି। ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଦେଶୀ ମଦ ଦୋକାନ ସ୍ଥାପନକୁ ନେଇ ତୀବ୍ର ଜନଅସନ୍ତୋଷ
Jun 19, 2026102 views

ଦେଶୀ ମଦ ଦୋକାନ ସ୍ଥାପନକୁ ନେଇ ତୀବ୍ର ଜନଅସନ୍ତୋଷ

ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା ଖୋରଧା -୧୯/୬-ଖୋରଧା ପୌରପରିଷଦ ଅଧିନସ୍ଥ ୱାର୍ଡ଼ ନଂ -୨୦ (ତଳସାହି)ଅଞ୍ଚଳରେ ପ୍ରସ୍ତାବିତ ଦେଶୀ ମଦ ଦୋକାନ ସ୍ଥାପନକୁ ନେଇ ଏବେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ସହର ର ଶାନ୍ତ ପରିବେଶ, ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ ଏବଂ ଜନବସତି ମଧ୍ୟରେ ମଦ ଦୋକାନ ସ୍ଥାପନ ପାଇଁ ଉଦ୍ୟମ ଚାଲିଥିବା ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ବୃଦ୍ଧି ପାଇଛି। ଏହାର ପ୍ରତିବାଦ ସ୍ୱରୂପ ଅଞ୍ଚଳବାସୀ ଏକତ୍ରିତ ହୋଇ ଖୋରଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଉକ୍ତ ପ୍ରସ୍ତାବକୁ ତୁରନ୍ତ ବାତିଲ କରିବାକୁ ଦାବି ଅନୁରୋଧ କରିଛନ୍ତି l ପ୍ଲଟ ନଂ ୪୫୭/୫୮୩୧/୬୧୭୫,୪୫୭/୫୮୩୧ ଏବଂ ଖାତା ନଂ -୬୪୮/୩୦୦୫, ୬୪୮/୨୦୬୩ ପ୍ଲଟ ନଂ - ୪୫୭/୫୦୭୯,୪୫୭/୫୩୧୬ ରେ ଏକ ଦେଶୀ ମଦ ଦୋକାନ ସ୍ଥାପନ ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏହି ସ୍ଥାନର ଚାରିପାଖରେ ଶତାଧିକ ପରିବାର ବସବାସ କରୁଥିବା ବେଳେ ନିକଟରେ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ମନ୍ଦିର ଓ ଅନ୍ୟାନ୍ୟ ସାର୍ବଜନୀନ ପ୍ରତିଷ୍ଠାନ ରହିଥିବାରୁ ଏଠାରେ ମଦ ଦୋକାନ ଖୋଲିବା ଜନସ୍ୱାର୍ଥ ବିରୋଧୀ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ଅଞ୍ଚଳ ଦୀର୍ଘ ଦିନ ଧରି ଏକ ଶାନ୍ତିପୂର୍ଣ୍ଣ ପରିବେଶ ପାଇଁ ପରିଚିତ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ମହିଳା ଓ ବୃଦ୍ଧବୃଦ୍ଧାମାନେ ନିଜ ଦୈନନ୍ଦିନ କାର୍ଯ୍ୟରେ ଏହି ଅଞ୍ଚଳର ରାସ୍ତା ରେ ଯିବା ଆସିବା କରନ୍ତି। ଯଦି ଏଠାରେ ମଦ ଦୋକାନ ଖୋଲାଯାଏ, ତେବେ ମଦ୍ୟପାନକାରୀଙ୍କ ଭିଡ଼ ବୃଦ୍ଧି ପାଇବା ସହିତ ସାମାଜିକ ଅସୁରକ୍ଷା, ଝଗଡ଼ା, ଅଶାନ୍ତି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାର ଆଶଙ୍କା ରହିଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶା ଅବକାରୀ ଆଇନ -୨୦୦୮ ମଦ ବିକ୍ରୟ କେନ୍ଦ୍ର ସ୍ଥାପନ ସମୟ ରେ ସାର୍ବଜନୀନ ସ୍ବାର୍ଥ, ଧାର୍ମିକ ସ୍ଥାନ, ଶିକ୍ଷାନୁଷ୍ଠାନ ଏବଂ ବାସପୋଯୋଗୀ ଅଞ୍ଚଳ ର ସୁରକ୍ଷା ଓ ଶାନ୍ତି କୁ ବିଚାର କରାଯିବା ଆବଶ୍ୟକ l ମାତ୍ର ରାଜସ୍ୱ ସଂଗ୍ରହ ପାଇଁ ଲୋକଙ୍କ ସାମାଜିକ ସୁରକ୍ଷାକୁ ବିପଦରେ ପକାଇବା ଉଚିତ ନୁହେଁ ବୋଲି ସ୍ଥାନୀୟ ଅଞ୍ଚଳ ର ଅଧିବାସୀ ମାନେ କହିଛନ୍ତି।ବିଶେଷ କରି ମହିଳାମାନେ ଏହି ପ୍ରସ୍ତାବକୁ ନେଇ ଅଧିକ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ମଦ ଦୋକାନ ଖୋଲିବା ପରେ ଘରୋଇ ହିଂସା, ପାରିବାରିକ କଳହ ଏବଂ ସାମାଜିକ ସମସ୍ୟା ବୃଦ୍ଧି ପାଇବାର ଅନେକ ଉଦାହରଣ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଦେଖାଯାଇଛି। ଅନ୍ୟପଟେ, ଅଞ୍ଚଳର ଅଭିଭାବକମାନେ ମଧ୍ୟ ନିଜ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ନିକଟରେ ମଦ ଦୋକାନ ରହିଲେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ଓ ଶିକ୍ଷା ପରିବେଶ ଉପରେ ଖରାପ ପ୍ରଭାବ ପଡ଼ିପାରେ। ଏହା ସହିତ ମଦ୍ୟପ ଅବସ୍ଥାରେ ଲୋକଙ୍କ ଯାତାୟାତ ଫଳରେ ରାସ୍ତା ସୁରକ୍ଷା ମଧ୍ୟ ପ୍ରଭାବିତ ହେବ। ଦାବିପତ୍ରରେ ଆହୁରି କୁହାଯାଇଛି ଯେ, ମଦ ଦୋକାନ ସ୍ଥାପନ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ମତାମତକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇନାହିଁ। ଅଞ୍ଚଳବାସୀ ଙ୍କ ଅଭିଯୋଗ ଯେ, ଏହି ପ୍ରସ୍ତାବ ସମ୍ପର୍କରେ ସାଧାରଣ ଲୋକଙ୍କ ସହ କୌଣସି ବ୍ୟାପକ ଆଲୋଚନା କରାଯାଇନଥିଲା। ତେଣୁ ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଜଣାଇ ପ୍ରଶାସନ ଲୋକଙ୍କ ଆପତ୍ତିକୁ ଗୁରୁତ୍ୱ ସହ ବିଚାର କରିବା ଆବଶ୍ୟକ।ଏହି ଘଟଣା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଗ୍ରାମବାସୀମାନେ ସ୍ପଷ୍ଟ କରିଛନ୍ତି ଯେ, ଯଦି ପ୍ରଶାସନ ସେମାନଙ୍କ ଦାବିକୁ ଅଣଦେଖା କରେ, ତେବେ ସେମାନେ ଆଇନସମ୍ମତ ଏବଂ ଗଣତାନ୍ତ୍ରିକ ଉପାୟରେ ବୃହତ୍ତର ଜନଆନ୍ଦୋଳନ ଆରମ୍ଭ କରିବେ। ଏଥିପାଇଁ ଆବଶ୍ୟକ ପଡ଼ିଲେ ଗଣଧାରଣା, ବିକ୍ଷୋଭ ଏବଂ ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଉପରେ ରହିଛି। ଜନସ୍ୱାର୍ଥ, ସାମାଜିକ ସୁରକ୍ଷା ଓ ଆଇନ-ଶୃଙ୍ଖଳାକୁ ପ୍ରାଥମିକତା ଦେଇ ପ୍ରଶାସନ କି ପଦକ୍ଷେପ ନେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ତେବେ ଅଞ୍ଚଳବାସୀ ଙ୍କ ଏକମାତ୍ର ଦାବି ହେଉଛି—“ ଅଞ୍ଚଳ ର ଶାନ୍ତି ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଦେଶୀ ମଦ ଦୋକାନ ସ୍ଥାପନ ପ୍ରସ୍ତାବକୁ ତୁରନ୍ତ ବାତିଲ କରାଯାଉ।”

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

World Sickle Cell Day Observed in Nuapada: Focus on Awareness, Screening and Treatment Services
Jun 19, 2026209 views

World Sickle Cell Day Observed in Nuapada: Focus on Awareness, Screening and Treatment Services

Nuapada, June 19: World Sickle Cell Day-2026 was observed at the District Headquarters Hospital in Nuapada with an awareness meeting held under the chairmanship of District Collector Madhusudan Dash. The programme aimed to promote public awareness about sickle cell disease, encourage early detection, regular blood screening, and ensure access to appropriate healthcare services. Addressing the gathering, the Collector highlighted the importance of undergoing sickle cell screening before marriage and emphasized the need to strengthen awareness and disease control through the four pillars of support, treatment, relief, and achievement. He also elaborated on the symptoms, hereditary nature, prevention strategies, and the significance of timely medical intervention for the disease. Officials informed that the district administration and health department are giving special emphasis to regular screening, blood testing, counselling, and treatment services, particularly in tribal and vulnerable areas where the prevalence of the disease is higher. On the occasion, ASHA workers, Community Health Officers (CHOs), and women health workers were felicitated for their outstanding contribution towards sickle cell disease control and awareness activities. As part of the observance, awareness meetings, patient counselling sessions, screening camps, and health education programmes were organized across various healthcare institutions in the district. Among those present were In-charge Chief District Medical Officer Dr. Dilip Kumar Das, In-charge District Headquarters Hospital Superintendent Dr. Manoj Kumar Sahu, Additional District Public Health Officer (Disease Control) Dr. Manjurani Singh, Additional District Public Health Officer (Leprosy) Dr. Tanmaya Tripathy, District Project Manager Satyanarayan Tripathy, along with health department officials, ASHA workers, Community Health Officers, healthcare staff, and sickle cell patients. The programme reaffirmed the district administration’s commitment to strengthening awareness, early diagnosis, and comprehensive care for sickle cell disease, particularly among vulnerable communities.

Nuapada (ନୂଆପଡ଼ା)Reporter: Malaya Meher

ମଠଖୋକସା ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ
Jun 19, 202675 views

ମଠଖୋକସା ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ପଞ୍ଚାୟତର ମଠଖୋକସା ଦେହୁରୀ ସାହି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବିଗତ ସରକାର ସମୟରେ ଯାହା ନାଲି ମାଟି ଗଣ୍ଡାଏ ପଡ଼ିଥିଲା । ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ଏହି ରାସ୍ତାକୁ ସି ସି ( ସିମେଣ୍ଟ କଂକ୍ରିଟ ) ରାସ୍ତା କରାଯିବ , ଆଉ ପାଣି କାଦୁଅ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନ ପରଠାରୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତାରେ ସିମେଣ୍ଟ କଂକ୍ରିଟ କରିବା ଦୂରେ ଥାଉ, ମୋରମ ଗାଣ୍ଡୁଏ ପଡ଼ି ପାରିଲା ନାହିଁ । ବର୍ଷା ଦିନେ ଏହି ରାସ୍ତାରେ ଆଣ୍ଠୁଏ କାଦୁଅ ପାଣିରେ ଯିବା ଆସିବା କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ । ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏହି ରାସ୍ତାକୁ ସି ସି ରୋଡ/ ପେଭର୍ ରାସ୍ତା କରାନଗଲେ ସମଗ୍ର ଦେହୁରୀ ସାହି ବାସିନ୍ଦା ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଅବଗତ କରାଇଛନ୍ତି । ଏ ସମ୍ପର୍କରେ ବାରୁଆଁ ( ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ଙ୍କୁ ଯୋଗାଯୋଗ କରିବାରୁ ଆମେ ବାରମ୍ବାର ପ୍ରୋଜେକ୍ଟ ଦେଉଛୁ କିନ୍ତୁ ପଇସା ସାଙ୍କସନ ହେଉନି । ଏଥିପାଇଁ ଆମେ କଣ କରିବୁ ବୋଲି ନିଜର ଅସହାୟତା ପ୍ରକାଶ କରିଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି।

Dhenkanal (ଢେଙ୍କାନାଳ)ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି, ଢେଙ୍କାନାଳ ଜିଲ୍ଲା

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ
Jun 19, 2026103 views

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ

ଢେଙ୍କାନାଳ, ୧୯/୦୬: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ ଏହା ବିରୁଦ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ, ଶ୍ରୀମତୀ ମୋନାଲିସ ନାୟକ, ଉପ ଆରକ୍ଷୀ ଅଧୀକ୍ଷକ, ଢେଙ୍କାନାଳ, ଶ୍ରୀମତୀ ସୁଷମା ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଢେଙ୍କାନାଳ, ଡ଼. ଶାନ୍ତନୁ କୁମାର ଟୁଡୁ, ଜିଲ୍ଲା ଶିଶୁ ମଙ୍ଗଳ ସଦସ୍ୟ, ଢେଙ୍କାନାଳ, ଶ୍ରୀଯୁକ୍ତ ଜିତେନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ନିୟୋଜନ ଅଧିକାରୀ, ଢେଙ୍କାନାଳ, ଶ୍ରୀଯୁକ୍ତ ତତ୍ତ୍ଵମସି ମହାପାତ୍ର, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ, ଢେଙ୍କାନାଳ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ , ଜିଲ୍ଲା ମଙ୍ଗଳ ବିଭାଗ ,ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ଓ ସହକାରୀ ଶ୍ରମ ଅଧିକାରୀ ଯୋଗଦାନ କରିଥିଲେ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟlଳୟର ଅନ୍ୟାନ୍ୟ କର୍ମଚାରୀ, NGOs, Trade Union ର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ସୂତାର ପରିଚାଳନା କରିଥିଲେ । ବୈଠକରେ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା। ୧୪ ବର୍ଷରୁ କମ୍ ଶିଶୁମାନଙ୍କୁ କୌଣସି ବି ଦୋକାନ, ହୋଟେଲ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ନିୟୋଜିତ ନ କରିବା ଏବଂ (୧୪ ବର୍ଷ ରୁ ଉର୍ଦ୍ଧ ୧୮ ବର୍ଷ ରୁ କମ) କିଶୋରମାନଙ୍କୁ ବିପଦସଙ୍କୁଳ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ବେଦନଶୀଳତା (Sensitisation) କାର୍ଯ୍ୟକ୍ରମରେ ଢେଙ୍କାନାଳର ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ ଏବଂ ସହକାରୀ ଶ୍ରମ ଅଧିକାରୀ (ALOs) ଉପସ୍ଥିତ ରହି ଶ୍ରମ ଆଇନର କଡ଼ାକଡ଼ି ଅନୁପାଳନ ସମ୍ବନ୍ଧରେ ଅବଗତ କରାଇଥିଲେ। ଏହା ସହିତ ଚାଇଲ୍ଡ ହେଲ୍ପଲାଇନ (Child Helpline) ର ପ୍ରତିନିଧି, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ (NGO) ଏବଂ ଟ୍ରେଡ୍ ୟୁନିଅନ୍ (Trade Union) ର କର୍ମକର୍ତ୍ତାମାନେ ଏହି ଅଭିଯାନକୁ ସଫଳ କରିବା ପାଇଁ ନିଜ ନିଜର ସହଯୋଗ ପ୍ରଦାନ କରିବାକୁ ସଂକଳ୍ପ ନେଇଥିଲେ। କୌଣସି ସ୍ଥାନରେ ଶିଶୁ ଶ୍ରମିକ ନିୟୋଜିତ ହେଉଥିବାର ଦେଖିଲେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନ ନମ୍ବର ୧୦୯୮ କିମ୍ବା ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟରେ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସର୍ବସାଧାରଣଙ୍କୁ ନିବେଦନ କରାଯାଉଅଛି ।

Dhenkanal (ଢେଙ୍କାନାଳ)ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି, ଢେଙ୍କାନାଳ ଜିଲ୍ଲା

ବନ୍ୟା, ବାତ୍ୟା ମୁକାବିଲା ପାଇଁ ମକଡ୍ରିଲ
Jun 19, 2026114 views

ବନ୍ୟା, ବାତ୍ୟା ମୁକାବିଲା ପାଇଁ ମକଡ୍ରିଲ

ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ର ତିନୋଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀର ମକ ଡ୍ରିଲ କାର୍ଯ୍ୟା କ୍ରମ ଅବସରରେ ଜରି ଗ୍ରାମପଞ୍ଚଯାତର ସରପଞ୍ଚ, ସମିତିସଭ୍ୟା ଓ ଅନ୍ୟ ଟାକ୍ସ କମିଟି ସଭ୍ୟ, ସଭ୍ୟା, ବାଙ୍ଗରା ଗ୍ରାମପଂଚାୟତ ର ସରପଞ୍ଚ ସମେତ ଅନ୍ୟ କମିଟି ସଦସ୍ୟ, ସଦସ୍ୟା ସମେତ ବ୍ଲକ ର ଵିଡିଓ, ତହସିଲଦାର, ଆରଡବ୍ଲୁଏସଏସ ଜେଇ ଜିପିଓ, ପିଇଓ, ଫାୟାର ଡିପାର୍ଟମେଟ ଅଧିକାରୀ ମାନେ ଉପସ୍ଥିତ ରହି ବାତ୍ୟା ବନ୍ୟା ରୁ ସୁରକ୍ଷା କିପରି ମୁକାବିଲା କରିବାର ତାଲିମ ସମସ୍ତ କମିଟି ର ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ ସହ ସମସ୍ତ ବିବରଣୀ ପ୍ରଦାନ କରିଥିଲେ, ସେଲଟର ସେଣ୍ଟର ରେ ମହଜୁଦ ଥିବା ଯନ୍ତ୍ର ପତି ଗୁଡିକୁ ପୁନଃ ପରିଚାଳକରି ସ୍ୱେଚ୍ଛାସେବୀ ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ, ଵିଡିଓ ସମେତ ତହସିଲଦାର ଓ ଅନ୍ୟ ଅଧିକାରୀ ମାନକ ପତିକ୍ରିୟାରୁ ଜାଣିବାକୁ ପାଇଥିଲୁ ଯେ ସମ୍ଭାବ୍ୟ ବାତ୍ୟା କୁ ନେଇ ବିଂଝାରପୁର ରେ ସମସ୍ତ ପ୍ରସ୍ତୁତୁ ରେଡି ଅଛିବୋଲି ଅଧିକାରୀମାନେ ପୂର୍ଣ୍ଣ ଭରସା ଦେଇ ପତିକ୍ରିୟା ରଖିଥିଲେ l ସ୍ୱାମୀ ବିବେକାନନ୍ଦ ୟୁଥ ଆସୋସିଏସନ,ବିଂଝାରପୁର ଚନ୍ଦ୍ରଶେଖର ବେହେରାର ସ୍ବେଛାସେବୀମାନଙ୍କୁ ଆଲଟ ରଖିବାକୁ ପତିକ୍ରିୟାରୁ ଜାଣିବାକୁ ପାଇଥିଲୁ l ଚଳିତ ବର୍ଷ ବନ୍ୟା ବାତ୍ୟା ମୁକାବିଲା ଜୋରଦାର କାର୍ଯ୍ୟକ୍ରମ ହେବାର ମୋକଡ୍ରିଲରୁ ବାରି ହେଉଥିଲା l

Jajpur (ଯାଜପୁର)ରିପୋର୍ଟ: ଉଦୟନାଥ ଜେନା ଓ ରାଜୁ ଜେନା, ବିଂଝାରପୁର

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଜାତି-ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ
Jun 19, 2026188 views

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଜାତି-ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ-ନୂଆଗାଁ-୧୯ ଜୁନ: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ନୂଆଗାଁ ବ୍ଲକ ପରିସରରେ ଜାତି ଜନଜାତି ସମ୍ବାଦ ବୈଠକ ସରକାରଙ୍କ ବିକାଶର ଧାରା ଗୋଷ୍ଟି ଉନ୍ନୟନ ଅଧିକାରୀ ଜ୍ୟୋତି ବିକାଶ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତ ରୁ ସରପଞ୍ଚ ସମିତି ସଭ୍ୟ,ସଭ୍ୟା , SHG ସଦସ୍ୟା ଉପସ୍ଥିତ ଥିଲେ l ବ୍ଲକ ଅଧ୍ୟକ୍ଷା ବିଶ୍ୱାସୀ ଟପୋ, ଉପାଧ୍ୟକ୍ଷ, ଇଦ୍ରିଶି କୁଲା,ଏ .ବି .ଡି ଓ ସମରେନ୍ଦ୍ର ସର, ଜିଲ୍ଲା ପରିଷଦ ସଞ୍ଜିତା କିସପଟା, ଜ୍ୟୋତି ଦଳସରା ଟେଟେ ପ୍ରମୁଖ ମଞ୍ଚାସୀନ ଥିଲେ l ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦିବ୍ୟ ଦର୍ଶନି ସା,ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ଜାତି ଜନଜାତି ମାନଙ୍କର ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ସେ ସବୁ କିପରି ଭାବରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜିର ଏହି ବୈଠକରେ ଆଲୋଚନା କରାଯାଇଥିଲା, ଏହି ଅବସରରେ ଜୁନିୟର ମହିଳା ହକି ଏସିଆ କପ୍ ରେ ଭାଗନେଉଥିବା ଖେଳାଳି କିରନ ଏକ୍କା ଜାପାନ ରେ ହୋଇଥିବା ଖେଳରେ ବ୍ରୋଞ୍ଚ ପଦକ ହାସଲ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା,ସେହିପରି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୂଜା ଓରାମ ଙ୍କୁ ମଧ୍ୟ ସମର୍ଦ୍ଧନା କରାଯାଇଥିଲା, ଏହି କାର୍ଯ୍ୟକ୍ରମ ଟିକକକୁ ହାତୀବାରୀ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜିତ ବିଶ୍ଵାଳ ପରିଚାଳନା କରିଥିଲେ l ଉପସ୍ଥିତ ସମାଜ ସେବୀ ପ୍ରସନ୍ନ ଦାସ, ସଂକର ସିଂହ, ଜଗତପାଲ ଅହିର,ରାମ ଓରାମ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ସମସ୍ତ ପଞ୍ଚାୟତର ଅଧିବାସୀ ଉପସ୍ଥିତ ଥିଲେ l ଶେଷରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଧନ୍ଯ ବାଦ ଅର୍ପଣ କରିଥିଲେ l

Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, ଜିଲ୍ଲା ପ୍ରତିନିଧି, ସୁନ୍ଦରଗଡ

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ
Jun 19, 202680 views

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ତା:୧୯.୦୬.୨୦୨୬ ରିଖରେ ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ନୟାଗଡ଼,ଏବଂ ନୂଆପଡ଼ା ଜିଲ୍ଲାର ଡିଏସଡବ୍ଲ୍ୟୁଓ, ସିଡିପିଓ, ସୁପରଭାଇଜର ତଥା ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି ତଥା ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ନିମ୍ନ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରୁଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟକଳାପ, ପୋଷଣ ଟ୍ରାକରରେ ଅପଲୋଡ୍ ହୋଇଥିବା ତଥ୍ୟର ଯାଞ୍ଚ ଏବଂ ବିଭିନ୍ନ ବିଷୟରେ ସବିଶେଷ ସମୀକ୍ଷା କରାଯାଇଥିଲା। ସେହିପରି, ଏହି କେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତାରେ ସୁଧାର ଆଣିବା, ତଥ୍ୟର ଗୁଣାତ୍ମକତା ବୃଦ୍ଧି କରିବା ଓ ସେବା ପ୍ରଦାନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।

Bhubaneswar (ଭୁବନେଶ୍ୱର)କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି, ଓଡିଶା

ସବ-ରେଜିଷ୍ଟ୍ରାରଙ୍କ ଛୁଟି ରେ ଯାଇଥିବା ବେଳେ ତଙ୍କ ରୁମ ରେ ଝୁଲୁଛି ତାଲା,
Jun 19, 2026111 views

ସବ-ରେଜିଷ୍ଟ୍ରାରଙ୍କ ଛୁଟି ରେ ଯାଇଥିବା ବେଳେ ତଙ୍କ ରୁମ ରେ ଝୁଲୁଛି ତାଲା,

ଖୋରଧା ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଓ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ସୂଚନନୁଯାୟୀ ଖୋରଧା ସବ-ରେଜିଷ୍ଟ୍ରାର ଦୁଇ ଦିନ ଧରି ଛୁଟିରେ ଅଛନ୍ତି। ତାଙ୍କ ଅନୁପସ୍ଥିତି ସମୟରେ ଖୋରଧା ର ଅତିରିକ୍ତ ତହସିଲଦାରଙ୍କୁ ସବ-ରେଜିଷ୍ଟ୍ରାରଙ୍କ ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ ସବ-ରେଜିଷ୍ଟ୍ରାର ଛୁଟିକୁ ଯିବା ସମୟରେ ନିଜ ରୁମ ର ଚାବି ସାଙ୍ଗରେ ନେଇଯାଇଥିବାରୁ ରୁମ ତାଲା ଝୁଲୁଥିବା ଦେଖାଯାଇଛି। ଫଳରେ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସବ-ରେଜିଷ୍ଟ୍ରାରଙ୍କ ରୁମ ରେ ବସି କାର୍ଯ୍ୟ କରିପାରୁ ନାହାନ୍ତି ଏବଂ ବାଧ୍ୟ ହୋଇ କୋର୍ଟ ରୁମରେ ବସି ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରୁଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଦାୟିତ୍ୱ ହସ୍ତାନ୍ତର ଓ କାର୍ଯ୍ୟାଳୟ ପରିଚାଳନା ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ସମ୍ପର୍କରେ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଙ୍କୁ ପଚାରିବାରୁ ସେ କହିଥିଲେ, “ସାର ଛୁଟିରେ ଥିବା ବେଳେ ତାଙ୍କ ରୁମ ରେ ତାଲା ଝୁଲିବା ବିଷୟରେ ମୁଁ କିଛି କହିପାରିବି ନାହିଁ। ମୁଁ ନୂଆ ଆସିଛି।” ମୁଖ୍ୟ କିରାଣୀ ଙ୍କ ଏହି ଉତ୍ତର ମଧ୍ୟ ଘଟଣାକୁ ନେଇ ଅଧିକ ପ୍ରଶ୍ନ ସୃଷ୍ଟି କରିଛି।ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ଫୋନ ଯୋଗେ ଖୋରଧା ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ “ମୁଁ ଦେଖୁଛି” ବୋଲି ପ୍ରତିକ୍ରିୟା ଦେଇଥିବା ସୂଚନା ମିଳିଛି। କୌଣସି ସରକାରୀ ଅଧିକାରୀ ଛୁଟି ରେ ଯିବା ସମୟ ରେ ଆବଶ୍ୟକ ନଥିପତ୍ର, ଚାମ୍ବର ଏବଂ ଅନ୍ୟାନ୍ୟ ସୁବିଧା ଦାୟିତ୍ୱରେ ଥିବା ଅଧିକାରୀଙ୍କ ପାଇଁ ଉପଲବ୍ଧ ରହିବା ନିୟମ ଥିବାବେଳେ ଖୋର୍ଦ୍ଧା ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଘଟିଥିବା ଏହି ଘଟଣା ପ୍ରଶାସନିକ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାର ତଦନ୍ତ କରି ଦାୟୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ସାଧାରଣ ଲୋକ ଦାବି କରିଛନ୍ତି।

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା