ବନ୍ୟା ପରିଚାଳନା ଓ ରିଲିଫ ବଣ୍ଟନରେ ସରକାର ସମ୍ପୂର୍ଣ୍ଣ ବିଫଳ: ଓଡ଼ିଶା ଜନତା କଂଗ୍ରେସ
Bhubaneswar (ଭୁବନେଶ୍ୱର)ଭୁବନେଶ୍ୱର ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼August 5, 202635 views

ରାଜ୍ୟରେ ବନ୍ୟା ପରିଚାଳନା, ରିଲିଫ ବଣ୍ଟନ, କ୍ଷୟକ୍ଷତି ଆକଳନ ଏବଂ କ୍ଷତିପୂରଣ ଘୋଷଣାରେ ଘୋର ଅବ୍ୟବସ୍ଥା ଅଭିଯୋଗ ଆଣି ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା କୃଷକ ଜନତା କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କିଶୋର ମାଝୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବନ୍ୟା ବିପନ୍ନଙ୍କ ସହାୟତାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ସାଂସଦମାନେ ଦିଲ୍ଲୀରେ ଦଳୀୟ ରାଜନୀତିରେ ବ୍ୟସ୍ତ ଥିଲେ। ଉପଯୁକ୍ତ ପୂର୍ବ ପ୍ରସ୍ତୁତି ଏବଂ ମହାନଦୀ ଜଳ ପରିଚାଳନାରେ ସମନ୍ୱୟର ଅଭାବ ଯୋଗୁଁ ରାଜ୍ୟର ୨୨ଟି ଜିଲ୍ଲା ଏବଂ ଲକ୍ଷ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।
ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବନ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ଅଞ୍ଚଳରେ ରିଲିଫ, ଶୁଖିଲା/ରନ୍ଧା ଖାଦ୍ୟ କିମ୍ବା ଗୋଖାଦ୍ୟର ସୁବ୍ୟବସ୍ଥା ନହେବାରୁ ୬ ଜଣଙ୍କ ଜୀବନ ଯାଇଛି। ଘୋଷଣା କରାଯାଇଥିବା ସହାୟତା ରାଶି ଚାଷୀ ଏବଂ ସାଧାରଣ ଲୋକଙ୍କ ପାଇଁ ନିହାତି ଅପର୍ଯ୍ୟାପ୍ତ।
ଓଜେସି କୃଷକ ମୋର୍ଚ୍ଚାର ୯ ଦଫା ଦାବି:
ଚାଷଜମି କ୍ଷତିପୂରଣ ବୃଦ୍ଧି: ହେକ୍ଟର ପିଛା ସର୍ବନିମ୍ନ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯାଉ। ଧାନ ସହ ପନିପରିବା ଚାଷର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯାଉ।
ଋଣ ଛାଡ଼: ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କର ଅବିଳମ୍ବେ କୃଷି ଋଣ ଛାଡ଼ କରାଯାଉ।
ମାଗଣା ବିହନ ଓ ସାର: ଚାଷକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚାଷୀଙ୍କୁ ତୁରନ୍ତ ମାଗଣାରେ ବିହନ ଓ ସାର ଯୋଗାଇ ଦିଆଯାଉ।
ଆନୁଷଙ୍ଗିକ ଚାଷୀଙ୍କୁ ସହାୟତା: ଗୋ-ଚାଷୀ, ମତ୍ସ୍ୟ ଚାଷୀ ଓ କୁକୁଡ଼ା ଚାଷୀମାନଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯାଉ।
ଗୃହ ନିର୍ମାଣ ସହାୟତା: ବନ୍ୟାରେ ଭାଙ୍ଗିଯାଇଥିବା ଘର ପାଇଁ ଅତିକମରେ ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଉ ଓ
ମୃତକଙ୍କ ପରିବାରକୁ ଅନୁକମ୍ପ ଦିଆଯାଉ ।
