--:--:--
-- ---
Srishti News

ଆଇ.ଆର.ସି ଵିଲେଜ୍‌ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ SMC ବୈଠକ ଅନୁଷ୍ଠିତ

Bhubaneswar (ଭୁବନେଶ୍ୱର)ଭୁବନେଶ୍ୱର, ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼August 5, 202623 views
ଆଇ.ଆର.ସି ଵିଲେଜ୍‌ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ SMC ବୈଠକ ଅନୁଷ୍ଠିତ
​ ​ ଭୁବନେଶ୍ୱର ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇ.ଆର.ସି ଵିଲେଜ୍‌ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପ୍ରୟାସରେ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି (SMC) ବୈଠକ ଅନୁଷ୍ଠିତ ହୋଇଯାଇଛି। ​ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୀତା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ବାସୁଦେବ ଦାସ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ (HM) ପ୍ରଦୀପ୍ତ ବେହେରା ଉପସ୍ଥିତ ରହି ଶିକ୍ଷାଦାନ ଓ ସ୍କୁଲର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ​ଏହି ସଭାରେ କମିଟିର ସମସ୍ତ ସଦସ୍ୟ-ସଦସ୍ୟା, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବହୁ ସଂଖ୍ୟାରେ ଅଭିଭାବକ-ଅଭିଭାବିକା ଯୋଗଦେଇ ପିଲାମାନଙ୍କର ଗୁଣାତ୍ମକ ଶିକ୍ଷାର ଅଗ୍ରଗତି, ନିୟମିତ ଉପସ୍ଥିତି ଏବଂ ବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ପିଲାଙ୍କ ଭବିଷ୍ୟତକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ଏହି ବୈଠକରେ ସଂକଳ୍ପ ନିଆଯାଇଥିଲା।