--:--:--
-- ---
Srishti News

ବଅଁରପାଳ ମଙ୍ଗଳବାର ହାଟରେ ମୌଳିକ ସୁବିଧା ଅଭାବ, ଚାଷୀଙ୍କ ଅସନ୍ତୋଷ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 5, 2026113 views
ବଅଁରପାଳ  ମଙ୍ଗଳବାର ହାଟରେ ମୌଳିକ ସୁବିଧା ଅଭାବ, ଚାଷୀଙ୍କ ଅସନ୍ତୋଷ
ବଅଁରପାଳ: ବଅଁରପାଳ ସାପ୍ତାହିକ ମଙ୍ଗଳବାର ହାଟରେ ପରିବା ଓ କୃଷିଜାତ ସାମଗ୍ରୀ ବିକ୍ରି କରୁଥିବା ଚାଷୀମାନେ ଦୀର୍ଘଦିନ ଧରି ମୌଳିକ ସୁବିଧାରୁ ବଞ୍ଚିତ ରହି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାୟୀ ଛାତ, ପିଣ୍ଡି, ପିଇବା ପାଣି, ଶୌଚାଳୟ ଓ ପରିମଳ ବ୍ୟବସ୍ଥା ନଥିବାରୁ ଖରା ଓ ବର୍ଷା ଦୁଇ ଋତୁରେ ଚାଷୀମାନେ ଅସୁବିଧା ଭୋଗୁଛନ୍ତି। ବର୍ଷା ସମୟରେ ପରିବା ଭିଜି ନଷ୍ଟ ହେଉଥିବାବେଳେ, ହାଟ ରାସ୍ତା ଉପରେ ବସୁଥିବାରୁ ଯାନଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି। ଚାଷୀମାନଙ୍କଠାରୁ ୨୦ ଟଙ୍କା ହାଟ ଶୁଳ୍କ ଆଦାୟ କରାଯାଉଥିଲେ ମଧ୍ୟ ସେହି ଅନୁପାତରେ ସୁବିଧା ମିଳୁନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ଭିତ୍ତିଭୂମି ବିକାଶ ଦାବି କରିଛନ୍ତି। ଏନେଇ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସମ୍ପାଦକ ଜ୍ୟୋତିରଞ୍ଜନ ସେଠୀ କହିଛନ୍ତି, ଚାଷୀଙ୍କ ସୁବିଧା ପାଇଁ ପିଣ୍ଡି, ପିଇବା ପାଣି, ଶୌଚାଳୟ ନିର୍ମାଣ ସହ କାଦୁଅ ସ୍ଥାନରେ ମୋରମ ପକାଯିବ ଏବଂ ଏଥିପାଇଁ ୩ରୁ ୪ ଦିନ ମଧ୍ୟରେ କାର୍ଯ୍ୟାଦେଶ ଜାରି କରାଯିବ।