--:--:--
-- ---
Srishti News

ସିଂହପୁର ଦଳିତ ସାହି ପାଣି ଘେରରେ: ଦୀର୍ଘଦିନର ସମସ୍ୟା ର ସମାଧାନ ଦାବି

Jajpur (ଯାଜପୁର)ରିପୋର୍ଟ: ଉଦୟ ନାଥ ଜେନା, ବିଞ୍ଝାରପୁର, ଯାଜପୁରAugust 5, 202656 views
ସିଂହପୁର ଦଳିତ ସାହି ପାଣି ଘେରରେ: ଦୀର୍ଘଦିନର ସମସ୍ୟା ର ସମାଧାନ ଦାବି
ଯାଜପୁର/ବିଞ୍ଝାରପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମପଞ୍ଚାୟତର ସିଂହପୁର ଦଳିତ ସାହିରେ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ସାହିର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରକୁ ଯିବା, ଛୋଟ ପିଲାମାନଙ୍କ ସ୍କୁଲ ଯିବା ସହ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଗ୍ରାମବାସୀଙ୍କ କହିବାନୁସାରେ, ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ଦଳିତ ସାହିର ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ବର୍ଷା ହେଲେ ପାଣି ନିଷ୍କାସନର ସୁବିଧା ନଥିବାରୁ ସମଗ୍ର ସାହି ଜଳମଗ୍ନ ହୋଇପଡ଼ୁଛି। ଏହା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ସହ ଲୋକଙ୍କ ଜୀବନଯାପନ ଦୁର୍ବିଷହ ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା ଓ ସ୍ଥାୟୀ ସମାଧାନ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି। ସେମାନଙ୍କ ଚେତାବନୀ ହେଲା, ଯଦି ଶୀଘ୍ର ସମସ୍ୟାର ସମାଧାନ ନହୁଏ, ତେବେ ସେମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଗଣଆନ୍ଦୋଳନ କରିବେ। ପ୍ରଶାସନ ପକ୍ଷରୁ ଏହି ଅଭିଯୋଗ ସମ୍ପର୍କରେ ତତ୍କାଳ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ, ସ୍ଥାନୀୟ ଲୋକେ ଶୀଘ୍ର ସମାଧାନର ଆଶା ରଖିଛନ୍ତି।