--:--:--
-- ---
Srishti News

ବନ୍ୟା ପୀଡ଼ିତ ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ସମାଜସେବୀ ରଞ୍ଜନ କୁମାର ମଲ୍ଲିକ ନିଜସ୍ୱ ଅର୍ଥରେ ବିସ୍କୁଟ ବଣ୍ଟନ, ଶୀଘ୍ର ସରକାରୀ ସହାୟତା ପାଇଁ ଉଠିଲା ଦାବି

Jajpur (ଯାଜପୁର)ବିଂଝାରପୁର, ଉଦୟ ନାଥ ଯେନାAugust 2, 202648 views
ବନ୍ୟା ପୀଡ଼ିତ ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ସମାଜସେବୀ ରଞ୍ଜନ କୁମାର ମଲ୍ଲିକ  ନିଜସ୍ୱ ଅର୍ଥରେ ବିସ୍କୁଟ ବଣ୍ଟନ, ଶୀଘ୍ର ସରକାରୀ ସହାୟତା ପାଇଁ ଉଠିଲା ଦାବି
ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରୀ ଗ୍ରାମପଞ୍ଚାୟତର ଜାରୀ ବାଙ୍କ ଗ୍ରାମରେ ସମ୍ପ୍ରତି ବନ୍ୟା ପରିସ୍ଥିତି ଯୋଗୁଁ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବନ୍ୟା କଷ୍ଟରେ ଥିବା ଲୋକଙ୍କ ମଧ୍ୟରେ ବିଶେଷ କରି ଶିଶୁମାନଙ୍କ ଦୁର୍ଦ୍ଦଶା ଦେଖି ସମାଜସେବୀ ରଞ୍ଜନ କୁମାର ମଲ୍ଲିକ ମାନବିକତାର ପରିଚୟ ଦେଇ ନିଜସ୍ୱ ଅର୍ଥରେ ବିସ୍କୁଟ କ୍ରୟ କରି ପୀଡ଼ିତ ଶିଶୁମାନଙ୍କ ମଧ୍ୟରେ ବଣ୍ଟନ କରିଥିଲେ। ବନ୍ୟା ବିପର୍ଯ୍ୟୟ ମଧ୍ୟରେ ଏଭଳି ସହଯୋଗ ଗ୍ରାମବାସୀଙ୍କ ମନରେ ସାମାନ୍ୟ ହେଲେ ମଧ୍ୟ ଆଶ୍ୱସ୍ତି ଆଣିଥିଲା। ଉପସ୍ଥିତ ଲୋକମାନେ ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରିବା ସହ ବିପଦ ସମୟରେ ଏଭଳି ସମାଜସେବା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି କହିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ବନ୍ୟା ପରେ ଅନେକ ପରିବାର ଏବେ ବି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାଦ୍ୟ, ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ରହିଥିବାରୁ ପ୍ରଶାସନ ପକ୍ଷରୁ ଶୀଘ୍ର ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ସେମାନେ ଦାବି କରିଛନ୍ତି। ଗ୍ରାମବାସୀଙ୍କ ମତରେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରୀ ସହାୟତା ସହିତ ସମାଜର ସମର୍ଥବାନ ବ୍ୟକ୍ତି ଓ ସ୍ୱେଚ୍ଛାସେବୀମାନଙ୍କ ସହଯୋଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। “ବିପଦ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ”—ଏହି ଉକ୍ତିକୁ ଚରିତାର୍ଥ କରି ସମାଜସେବୀ ରଞ୍ଜନ କୁମାର ମଲ୍ଲିକଙ୍କ ଏହି ମାନବିକ ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛି।