--:--:--
-- ---
Srishti News

Web News

ଢେଙ୍କାନାଳରେ ବଡ଼ ସଫଳତା: ୨୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ, ୭ ଜଣ ଗିରଫ
Jun 27, 202637 views

ଢେଙ୍କାନାଳରେ ବଡ଼ ସଫଳତା: ୨୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ, ୭ ଜଣ ଗିରଫ

ଢେ଼ଙ୍କାନାଳ ୨୬.୬- ଢେଙ୍କାନାଳ ଟାଉନ ଥାନା ପୁଲିସ ପକ୍ଷରୁ ମହିଷାପାଟ କାଜୁ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇ ୨୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୭ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏହାସହ ୨ଟି ମୋଟରସାଇକେଲ ଓ ୭ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ପୁଲିସର ଏହି ଚଢ଼ାଉ ନିଶା କାରବାର ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ପାଇଁ ଏଭଳି କଠୋର ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକ। ନିଶାମୁକ୍ତ ସମାଜ ଗଠନ ପାଇଁ ପୁଲିସ ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।

Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଖଲ୍ଲିକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ: ରକ୍ଷଣାବେକ୍ଷଣ ଓ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଦାବୀ
Jun 27, 2026100 views

ଖଲ୍ଲିକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ: ରକ୍ଷଣାବେକ୍ଷଣ ଓ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଦାବୀ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରକ୍ଷଣାବେକ୍ଷଣର ଅଭାବ ଓ ବିକାଶମୂଳକ କାର୍ଯ୍ୟରେ ସ୍ୱଚ୍ଛତା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି। ଏକଦା ଓଡ଼ିଶାର ପାଇଲଟ୍ ବ୍ଲକ୍ ଭାବେ ପରିଚିତ ଖଲ୍ଲିକୋଟ ବ୍ଲକ୍ ଅଧୀନରେ ୨୯ଟି ପଞ୍ଚାୟତ ରହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ଲକ୍ ପରିସରରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସରକାରୀ ବାସଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପରିସରରେ ସଫାସୁତୁରାର ଅଭାବ, ଶୌଚାଳୟର ଅବ୍ୟବସ୍ଥା, କମ୍ୟୁନିଟି ହଲ୍ ବନ୍ଦ ରହିବା ଏବଂ ଜେନେରେଟର ଉପରେ ଲତାଗୁଳ୍ମ ମାଡ଼ିଯିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ପ୍ରତିଦିନ ବିଭିନ୍ନ ପଞ୍ଚାୟତରୁ ଲୋକମାନେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ୍ କାର୍ଯ୍ୟାଳୟକୁ ଆସୁଥିବା ବେଳେ, ଏପରି ଅବ୍ୟବସ୍ଥିତ ପରିବେଶକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏହା ସହ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଆଞ୍ଚଳିକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଯୁବ କ୍ଲବ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ, କାମ ଆରମ୍ଭ ସମୟରେ ସୂଚନା ଫଳକ ନଥିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପରେ ତରବରିଆ ଭାବେ ସୂଚନା ଫଳକ ଲେଖାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସୂତ୍ରରୁ ମଧ୍ୟ ଅଭିଯୋଗ ଆସିଛି ଯେ, ସୂଚନା ଫଳକରେ ଉଲ୍ଲେଖ ଥିବା ଠିକାଦାର ନିଜେ ଏହି କାର୍ଯ୍ୟ ସମ୍ପର୍କରେ ଅବଗତ ନଥିବା କହିଛନ୍ତି। ସେହିପରି ନିର୍ମାଣ କାର୍ଯ୍ୟର ମୂଳଦୁଆର ଗୁଣବତ୍ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ବ୍ଲକ୍ ପ୍ରଶାସନ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସ୍ଥାନୀୟ ବାସିନ୍ଦାମାନେ ନିର୍ମାଣ କାର୍ଯ୍ୟର ସ୍ୱଚ୍ଛତା ବଜାୟ ରଖିବା ସହ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ନିୟମିତ ତଦାରଖ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅନୈତିକ ନିଶା କାରବାର ବିରୋଧୀ ଦିବସ -୨୦୨୬ ପାଳିତ
Jun 27, 2026103 views

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅନୈତିକ ନିଶା କାରବାର ବିରୋଧୀ ଦିବସ -୨୦୨୬ ପାଳିତ

ଖୋର୍ଦ୍ଧା ତା 26.06.2026 ରିଖ:ଯୁବଶକ୍ତି ରାଷ୍ଟ୍ରର ପ୍ରଚଣ୍ଡ ଶକ୍ତି l ଯୁବ ଶକ୍ତି ସଚେତନ ହେଲେ ସମାଜ ଓ ରାଷ୍ଟ୍ରର ଦୃତ ବିକାଶ ହେବ l ନିଶାମୁକ୍ତ ଭାରତ ଅଭିଯାନ ଏବଂ ବିକଶିତ ଭାରତ ର ସ୍ୱାଭିମାନ ସମ୍ଭବ ହେବ l ନିଶା ମୁକ୍ତ ଜୀବନ ଚୟନ କରିବା, ପରିବାରକୁ ସୁରକ୍ଷିତ ରଖିବା, ସୁସ୍ଥ ମନ, ସୁସ୍ଥ ଶରୀର , ସୁନ୍ଦର ଭବିଷ୍ୟତ ଗଢି ତୋଳିବା,ସମାଜକୁ ନିଶାମୁକ୍ତ କରିବା ଆଦି ଦିଗରେ ଯୁବ ଶକ୍ତି ଆଗକୁ ବଢ଼ିଲେ ଏକ ସୁନ୍ଦର ବିକଶିତ ପରିବର୍ତ୍ତନଶୀଳ ଆମ ଖୋର୍ଦ୍ଧା ଜିଲ୍ଲା, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିବାକୁ ଯୁବଶକ୍ତି ଓ ପ୍ରତ୍ୟେକ ନାଗରିକ ନିଜ ନିଜ ଭିତରେ ଜାଗରଣ ସୃଷ୍ଟି କରି ନିଯେ ବଦଳିବା ସହ ସମସ୍ତଙ୍କୁ ବଦଳାଇବାକୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ହାବେଳୀ ପଡିଆଠାରେ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅନୈତିକ ନିଶା କାରବାର ବିରୋଧୀ ଦିବସ -୨୦୨୬ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ, ଖୋର୍ଦ୍ଧା, ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ସବୁଜ ପତାକା ଦେଖାଇ ଏକ ବିଶାଳ ଜନସଚେତନତା ରାଲିକୁ ଏବଂ ନିଶାମୁକ୍ତି ସଚେତନତା ରଥକୁ ଶୁଭାରମ୍ଭ କରି ଉପରୋକ୍ତ ବିଷୟ ଆହ୍ଵାନ ଦେଇଛନ୍ତି l ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ,ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା,ଶ୍ରୀ ଦିଲ୍ଲୀପ ହିଆଲ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ସମ୍ମାନିତ ଅତିଥି ଭାବେ ଅବକାରୀ ଅଧିକ୍ଷକ ସୁମିତ୍ରା ତ୍ରିପାଠୀ, ଖୋର୍ଦ୍ଧା , ସଦର ବି ଡି ଓ, ସିଦ୍ଧାର୍ଥ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ,ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ l ବିଭିନ୍ନ ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା ଏବଂ ଯୁବକ,ଯୁବତୀ, ମହିଳା, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ବହୁସଂଖ୍ୟାରେ ଯୋଗ ଦେଇଥିଲେ l ଏହି ବିଶାଳ ରାଲି ହାବେଳୀ ପଡ଼ିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା l ସେଠାରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ ସର୍ବାଧିକ ଯୁବକ ଯୁବତୀ ନିଶାମୁକ୍ତ ଭାରତ ଅଭିଯାନରେ ଯୋଗ ଦେବା ଅତ୍ୟନ୍ତ ଜରୁରୀ ବୋଲି ପ୍ରକାଶ କରି ସମାଜରେ ସବୁ ସ୍ତରର ଲୋକ ଓଡ଼ିଶାକୁ ତଥା ଖୋର୍ଦ୍ଧା ଜିଲ୍ଲାକୁ ନିଶାମୁକ୍ତ କରିବାପାଇଁ ଆହ୍ଵାନ ଦେଇ ଦେଶକୁ ନିଶାମୁକ୍ତ କରିବା ପାଇଁ ଶପଥ ପାଠ କରାଇଥିଲେ l ପରେ ବିଭିନ୍ନ ନିଶାମୁକ୍ତି ଅଭିଯାନରେ ଉଲ୍ଲେଖନୀୟ ସେବାପାଇଁ ସଫଳ ବ୍ୟକ୍ତିତ୍ଵଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ l ପରିଶେଷରେ ନିଶାମୁକ୍ତ ଉଜ୍ୱଳମୟ ଭବିଷ୍ୟତ ଗଠନ ଉପଲକ୍ଷେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା l ଏହି ଦିବସରେ ପ୍ରଜାପତି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂସ୍ଥା , ଖୋର୍ଦ୍ଧା ଓ ଭୁବନେଶ୍ବର ଶାଖା ସହ ଅନେକ ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ଯୋଗଦେଇଥିଲେ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

Jun 27, 2026129 views

Assistant Teacher Suresh Deep Suspended Pending Disciplinary Proceedings

Boden, June 25 Suresh Deep, Assistant Teacher at Gahurpadar Government Upper Primary School under Boden Block in Nuapada district, has been placed under suspension with immediate effect pending disciplinary proceedings against him. The suspension order was issued by the Block Education Officer (BEO), Boden. According to the official order, the suspension has been enforced under Rule 12(1)(a) of the Odisha Civil Services (Classification, Control and Appeal) Rules, 1962. The order will remain in force until the disciplinary proceedings are completed. During the suspension period, Suresh Deep’s headquarters has been fixed at Larka Government Higher Secondary School. He has been directed not to leave the headquarters without obtaining prior permission from the competent authority. The order further states that he will be entitled to receive subsistence allowance in accordance with the provisions of the Odisha Service Code during the period of suspension. Copies of the suspension order have been forwarded to the District Education Officer (DEO), Nuapada, the District Collector, the Director of Elementary Education, and other concerned authorities for information and necessary action. The Education Department stated that the suspension is an administrative measure taken while disciplinary proceedings are under consideration. A final decision regarding the matter will be taken after the completion of the inquiry, in accordance with the applicable service rules. :Without Photo -

Nuapada (ନୂଆପଡ଼ା)Reporter: Kashyap Jagat

ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲା: ୫୦ ସ୍ଥାନରେ ଚଢ଼ାଉ, ୩ ଠିକାଦାରଙ୍କୁ ଗିରଫ କଲା ଭିଜିଲାନ୍ସ
Jun 27, 202640 views

ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲା: ୫୦ ସ୍ଥାନରେ ଚଢ଼ାଉ, ୩ ଠିକାଦାରଙ୍କୁ ଗିରଫ କଲା ଭିଜିଲାନ୍ସ

ଯାଜପୁର: 'ଆମ ଗାଁ, ଆମ ବିକାଶ' ଯୋଜନା ଅଧୀନରେ ୨୦୨୧-୨୩ ମସିହାରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କାର୍ଯ୍ୟରେ ପ୍ରାୟ ୩ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଯାଜପୁର ଭିଜିଲାନ୍ସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ତିନିଜଣ ଠିକାଦାର—ଗିରିଜା ଶଙ୍କର ଦାସ, ଧରଣୀଧର ସାହୁ ଓ ବିଭୂତି ରଞ୍ଜନ ବିଶ୍ୱାଳଙ୍କୁ ଭିଜିଲାନ୍ସ ଗିରଫ କରିଛି। ତଦନ୍ତର ଅଂଶ ଭାବେ ଆଜି ଯାଜପୁର, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାର ପ୍ରାୟ ୫୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ପଞ୍ଚାୟତରେ ମଧ୍ୟ ଭିଜିଲାନ୍ସ ଟିମ୍ ତଲାସି ଚଳାଇଥିବା ସୂଚନା ମିଳିଛି। ଭିଜିଲାନ୍ସ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତତା ସାମ୍ନାକୁ ଆସିପାରେ ବୋଲି ଆଲୋଚନା ହେଉଛି। ତେବେ ଏନେଇ ଭିଜିଲାନ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ ଅଧିକ ସୂଚନା ଆସିବାକୁ ବାକି ରହିଛି।

Jajpur (ଯାଜପୁର)ରିପୋର୍ଟ: ବସନ୍ତ କୁମାର ମଲ୍ଲିକ

କର୍ପୋରେଟ୍ ନେତୃତ୍ୱ ଉପରେ ଦୁଇ ଦିନିଆ ସେମିନାର, "ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା" ଗଠନରେ ଆହ୍ୱାନ
Jun 27, 202690 views

କର୍ପୋରେଟ୍ ନେତୃତ୍ୱ ଉପରେ ଦୁଇ ଦିନିଆ ସେମିନାର, "ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା" ଗଠନରେ ଆହ୍ୱାନ

ଅନୁଗୋଳ: ଇନଷ୍ଟିଟ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ, ଅନୁଗୋଳ ଚାପ୍ଟର ପକ୍ଷରୁ "ଆର୍ଥିକ ନେତୃତ୍ୱରୁ କର୍ପୋରେଟ୍ ନେତୃତ୍ୱ" ବିଷୟ ଉପରେ ଦୁଇ ଦିନିଆ ସେମିନାର ଆୟୋଜିତ ହୋଇଛି। ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନାଲକୋର ପୂର୍ବତନ ସିଏମ୍‌ଡି ଡ଼ଃ ତପନ ଚାନ୍ଦ ଯୋଗଦେଇ କହିଥିଲେ, "ସ୍ୱାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା" ଗଠନ ପାଇଁ ଯୁବପିଢ଼ିଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ସହ ଆର୍ଥିକ କ୍ଷେତ୍ରର ବୃତ୍ତିଜୀବୀମାନେ ନେତୃତ୍ୱମୂଳକ ଭୂମିକା ନେବା ଆବଶ୍ୟକ। ସେ କହିଥିଲେ, ବିକଶିତ ଭାରତ–୨୦୪୭ ଓ ବିକଶିତ ଓଡ଼ିଶା–୨୦୩୬ ଲକ୍ଷ୍ୟ ହାସଲ ପାଇଁ ଉତ୍ପାଦକତା, ପ୍ରଯୁକ୍ତି, ନବସୃଜନ, ପୁଞ୍ଜି ବିନିଯୋଗ ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବା ଦରକାର। କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଆଶୁତୋଷ ନାଥ ମଧ୍ୟ ଯୋଗଦେଇ ସଂଗଠନର ବିକାଶରେ ଆର୍ଥିକ ବୃତ୍ତିଜୀବୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଦୁଇ ଦିନିଆ ଏହି ସେମିନାରରେ ଚାରିଟି ବୈଷୟିକ ଅଧିବେଶନ ସହ ବିଶେଷଜ୍ଞଙ୍କ ଆଲୋଚନା, ମତ ବିନିମୟ ଓ ନେଟୱର୍କିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନୁଗୋଳ ଚାପ୍ଟରର ଅଧ୍ୟକ୍ଷ ସିଏମ୍‌ଏ ଆଲୋକ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ସେମିନାରରେ ବହୁ ସଂଖ୍ୟକ ଆର୍ଥିକ ବୃତ୍ତିଜୀବୀ, ଶିଳ୍ପପତି ଓ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୋଧରେ ସଚେତନତା
Jun 27, 202634 views

ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୋଧରେ ସଚେତନତା

ଯାଜପୁର, ୨୬/୦୬/୨୬: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ତଥା ଚୋରା ଚାଲାଣ ବିରୋଧରେ ସଚେତନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ମାଂସାପୋଲ ନିକଟସ୍ଥ ରାମ ମନ୍ଦିର ନିକଟରୁ ଗୌତମ ବୁଦ୍ଧ ସଂସ୍କୃତି ଭବନ ଯାଏଁ ଏକ ସଚେତନତା ରାଲି କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଅବକାରୀ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ। ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ପ୍ଲାକାର୍ଡ ସ୍ଲୋଗାନ ଏବଂ ଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଇଛି। ଜିଲ୍ଲା ଅବକାରୀ ଅଧିକ୍ଷକ ଅଜୟ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡେପୁଟି ଅଧିକ୍ଷକ ଅନିତା ଓଝା, ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା ଏବଂ ଅବକାରୀ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Jajpur (ଯାଜପୁର)ରିପୋର୍ଟ _ନିରୋଜ କୁମାର ସେଠୀ

"ବିକାଶ ଧାରା ଓଡ଼ିଶା ସାରା"କାର୍ଯ୍ୟ କ୍ରମ ଅନୁଷ୍ଠିତ
Jun 27, 202669 views

"ବିକାଶ ଧାରା ଓଡ଼ିଶା ସାରା"କାର୍ଯ୍ୟ କ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ର କୋକୋଲବା ଗାୟାଗଣ୍ଡ ତରଶୀଙ୍ଗି ଓ ରୁଧାପଦ ର ପଂଚାୟତ ରେ ଆଜି ବିକାଶର ଧାରା ଓଡ଼ିଶା ସାରା।କାର୍ଯ୍ୟ କ୍ରମ  ହୋଇଛି।ଗୟାଗଣ୍ଡ କୋକୋଲବ ତରସୀଙ୍ଗୀ ପଞ୍ଚାୟତରେ ଏହି ଉଚ୍ଚବ ଆଜି ପାଳନ କରାଯାଇଛି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସାଙ୍ଗ କୁ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଖେଳ କୁଦ ହୋଇ ପଂଚାୟତ ବାସୀଙ୍କୁ ଖୁସି କରିଛନ୍ତି  ବିଭିନ୍ନ କଳା କାର ମାନେ ନୂତନ ପ୍ରତିଭାର ସନ୍ଧାନ ସାଙ୍ଗକୁ ପୁରସ୍କାର ପ୍ରଦାନ ଏଥିରେ କୋକୋଳବା ସରପଞ୍ଚ ମିନତି ଦଳବେହେରା ତରସିଙ୍ଗୀ ସରପଞ୍ଚ ଯୋଗେଶ୍ୱର ବେହେରା ରୁଧାପଦର ସରପଞ୍ଚ ଓ ଗୟା ଗଣ୍ଡା ସରପଞ୍ଚ ପ୍ରତ୍ୟେକ ନିଜ ନିଜ ପଂଚାୟତ ରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ଲୁକାୟତ ପ୍ରତିଭା କୁ ସର୍ବ ସମ୍ମୁଖରେ ପରିବେଷଣ କରିଥିଲେ ଏହି କାର୍ଯ୍ୟକ୍ରମ ଦେଖିବାକୁ ପ୍ରତି ପଂଚାୟତ ରେ ପ୍ରବଳ ଭିଡ଼ ଜମି ଥିଲା ବିଶେଷ କରି ଗାୟଗଣ୍ଡ଼ ଓ କୋକୋ ଲବା ରେ ଅଞ୍ଚଳ ବାସୀଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା ଗୟଗନ୍ଦ ପଂଚାୟତ ର ନିର୍ବାହୀ ଅଧିକାରୀ ଏହି କାର୍ଯ୍ୟ କ୍ରମ ସୁଚାରୁ ରୂପେ ଚଳାଇଥିବାରୁ ଧନ୍ୟବାଦ୍ ର ପାତ୍ର ହୋଇଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟ ନନ୍ଦ ତ୍ରିପାଠୀ/ଭଞ୍ଜନଗର ପ୍ରତିନିଧି

ଜିଲ୍ଳା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ - ୨୦୨୬ ପାଳିତ
Jun 27, 202674 views

ଜିଲ୍ଳା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ - ୨୦୨୬ ପାଳିତ

ଭବାନୀପାଟଣା - ତା. ୨୬.୦୬.୨୦୨୬ : କଳାହାଣ୍ଡି ଜିଲ୍ଲା ଠାରେ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ- ୨୦୨୬ ଆଜି ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ନିଶାରୁ ସଫଳତା ପୂର୍ବକ ମୁକ୍ତି ପାଇ ଥିବା ୨ ଜଣ ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପୂର୍ବରୁ କଲେଜଗୁଡ଼ାକରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଶ୍ରୀ ଯୁଗଳ କିଶୋର ପୋଢ଼, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଡି.ଏସ.ପି ଶ୍ରୀମତୀ ସାଗରିକା ପ୍ରଧାନ, ଅବକାରୀ ବିଭାଗ କଳାହାଣ୍ଡି ସମ୍ପାଦକ ରାମ କ୍ରିଷ୍ଣା ଆଶ୍ରମ, ମ. ରାମପୁର, ବ୍ରହ୍ମାକୁମାରୀ ମଧୁ ମହୋଦୟ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିନେଶ କୁମାର କହଁର କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ । ସାମର୍ଥ୍ୟ ଦୃଷ୍ଟିହୀନ ସଂଘ, ଗୋଲାମୁଣ୍ଡା ବିଭିନ୍ନ ସାଂସ୍କୃତିକ ତଥା ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Kalahandi (କଳାହାଣ୍ଡି)ରିପୋର୍ଟ :ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ "ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ" ଅଭିଯାନ ଆରମ୍ଭ
Jun 27, 202661 views

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ "ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ" ଅଭିଯାନ ଆରମ୍ଭ

ଗଞ୍ଜାମ ଜିଲ୍ଲା ପ୍ରଶାସନର "ଆମ ଗଞ୍ଜାମ ସ୍ଵଚ୍ଛ ଗଞ୍ଜାମ" ଅଭିଯାନ ଅଧୀନରେ ଆୟୋଜିତ ବିଶାଳ ସ୍ଵଚ୍ଛତା ଅଭିଯାନରେ ସମଗ୍ର ଜିଲ୍ଲା ଉତ୍ସାହର ସହ ଭାଗନେଇଥିଲା। ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ, ଆମ ପ୍ରିୟ ମାସ୍କଟ 'କୃଷ୍ଣ'ଙ୍କ ସହଭାଗୀତାରେ ଜନସାଧାରଣ ଏକତ୍ରିତ ହୋଇ ସ୍ଵଚ୍ଛତା ପ୍ରତି ନିଜର ଦୃଢ ସଙ୍କଳ୍ପ ପ୍ରଦର୍ଶନ କରିଛନ୍ତି। ଆସନ୍ତୁ, ଏହି ଶୁଭ ପ୍ରୟାସକୁ ଆଗକୁ ବଢାଇ ନିଜର ସକ୍ରିୟ ଯୋଗଦାନ ଦେଇ ଗଞ୍ଜାମକୁ ଦେଶରେ ସ୍ଵଚ୍ଛତାର ଆଦର୍ଶ ଜିଲ୍ଲାରେ ପରିଣତ କରିବା।

Ganjam (ଗଞ୍ଜାମ)ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁର, ଗଞ୍ଜାମ

​ପାଠ୍ୟପୁସ୍ତକ ତ୍ରୁଟି ଘଟଣା: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ୍; ୪ ଅଧିକାରୀ ନିଲମ୍ବିତ, ୬ ଜଣଙ୍କୁ କାରଣ ଦର୍ଶାଅ ନୋଟିସ
Jun 27, 2026106 views

​ପାଠ୍ୟପୁସ୍ତକ ତ୍ରୁଟି ଘଟଣା: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ୍; ୪ ଅଧିକାରୀ ନିଲମ୍ବିତ, ୬ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

​ ​ଭୁବନେଶ୍ୱର: ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକରେ ବ୍ୟାପକ ସଂଖ୍ୟକ ଭୁଲ୍ ଓ ତ୍ରୁଟି ଚିହ୍ନଟ ହେବା ପରେ, ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିକାଶ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ଏହି ବଡ଼ ଆକ୍ସନ୍ ନିଆଯାଇଛି। ​ସୂଚନା ଅନୁଯାୟୀ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ର ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ (Suspend) କରାଯାଇଛି। ଏହା ସହିତ ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କାରଣ ଦର୍ଶାଅ ନୋଟିସ (Show Cause Notice) ଜାରି କରାଯାଇଛି। ​ନିଲମ୍ବିତ ହୋଇଥିବା ଅଧିକାରୀମାନେ: ​ଶିକ୍ଷକ ଶିକ୍ଷା ଓ SCERT ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ,​ସହକାରୀ ନିର୍ଦ୍ଦେଶିକା ପ୍ରଲିପ୍ତା ମିଶ୍ର ​ସହକାରୀ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ​ସହକାରୀ ନିର୍ଦ୍ଦେଶିକା ଭାରତୀ ଟୁଡୁ। ଏଥି ସହିତ ୬ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି, ​କମିଟିର ସୁପାରିଶ ଆଧାର ରେ ଏହି ୬ ଜଣ ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ପ୍ରଦାନ କରାଯାଇଛି। ​ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ: ପିଲାମାନଙ୍କ ଭବିଷ୍ୟତ ଏବଂ ଶିକ୍ଷା ବ୍ୟବସ୍ଥାରେ ଏଭଳି ଦାୟିତ୍ୱହୀନତାକୁ ଆଦୌ ବରଦାସ୍ତ କରାଯିବ ନାହିଁ। କମିଟି ଦେଇଥିବା ୧୪ଟି ଯାକ ସୁପାରିଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ। ଆଗକୁ ଭାଷାଗତ ଶୁଦ୍ଧତା, ଚିତ୍ର ଏବଂ ବିଷୟବସ୍ତୁର ସଠିକତା ଯାଞ୍ଚ ନହେବା ପର୍ଯ୍ୟନ୍ତ କୌଣସି ବହି ପ୍ରିଣ୍ଟିଂ ପାଇଁ ଯିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ​ଉଲ୍ଲେଖଯୋଗ୍ୟ ଯେ, ଚଳିତ ଶିକ୍ଷାବର୍ଷର ପାଠ୍ୟପୁସ୍ତକରେ ୧,୬୦୦ ରୁ ଅଧିକ ଭୁଲ୍ ରହିଥିବା ନେଇ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର (ସ୍ଵତନ୍ତ୍ର ପ୍ରତିନିଧି)

ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସାମ୍ବାଦିକ ସମ୍ମିଳନୀ, ତୀବ୍ର ହେବ 'ମିଶନ ସ୍ୱାଭିମାନ' ଆନ୍ଦୋଳନ... ୧ ଜୁଲାଇରୁ ସାମୂହିକ ଛୁଟି ଚେତାବନୀ
Jun 27, 2026168 views

ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସାମ୍ବାଦିକ ସମ୍ମିଳନୀ, ତୀବ୍ର ହେବ 'ମିଶନ ସ୍ୱାଭିମାନ' ଆନ୍ଦୋଳନ... ୧ ଜୁଲାଇରୁ ସାମୂହିକ ଛୁଟି ଚେତାବନୀ

ଜଗତପୁର: ରାଜ୍ୟର ରାଜସ୍ୱ କ୍ଷେତ୍ର ଅଧିକାରୀ (RI, ARI, RS)ଙ୍କ ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ 'ମିଶନ ସ୍ୱାଭିମାନ' ବ୍ୟାନରରେ ଆନ୍ଦୋଳନ ଜୋରଦାର ହୋଇଛି। ଜଗତପୁରସ୍ଥିତ ହୋଟେଲ୍ ଦେବ ପ୍ୟାଲେସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ୩୦ଟି ଜିଲ୍ଲାର କାର୍ଯ୍ୟନିର୍ବାହୀ ସଦସ୍ୟମାନେ ଉପସ୍ଥିତ ରହି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟରେ ଅନୁମୋଦିତ ୯,୯୧୦ଟି ପଦବୀ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ପଦ ଖାଲି ଥିବାରୁ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ପଡ଼ୁଛି। ୪୭ ପ୍ରତିଶତ RI ଅଫିସରେ ମାତ୍ର ଜଣେ ଅଧିକାରୀ ସମସ୍ତ କାମ ସମ୍ଭାଳୁଥିବା ବେଳେ ଅଧିକାଂଶ କାର୍ଯ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ଓ ସ୍ଥାୟୀ ଇଣ୍ଟରନେଟ୍ ସୁବିଧା ନାହିଁ। ଗ୍ରୁପ୍-ଡି କର୍ମଚାରୀଙ୍କ ପଦବୀ ଦୀର୍ଘ ୨୦ ବର୍ଷ ଧରି ଖାଲି ରହିଥିବାରୁ ଅଧିକାରୀମାନେ ସହାୟକ କର୍ମଚାରୀ ବିନା କାମ କରିବାକୁ ବାଧ୍ୟ ହେଉଛନ୍ତି। ବିଭାଗୀୟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ରାଜସ୍ୱ କର୍ମଚାରୀଙ୍କୁ ଅଣ-ରାଜସ୍ୱ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ସଂଘ ଅଭିଯୋଗ କରିଛି । 'ଆମ ଗାଁ ଆମ ତହସିଲ' ଭଳି ଯୋଜନା ପାଇଁ ଆବଶ୍ୟକ ଅର୍ଥ ବରାଦ ନ ହେବାରୁ ଅଧିକାରୀମାନେ ନିଜ ପକେଟରୁ ଖର୍ଚ୍ଚ କରୁଥିବା ଦାବି କରାଯାଇଛି। ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଗତ ୨୨ ତାରିଖ ଠାରୁ ରାଜ୍ୟର ୩୧୭ଟି ତହସିଲରେ ସମସ୍ତ ରାଜସ୍ୱ ଅଧିକାରୀମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଥିବା ବେଳେ ୨୫ ତାରିଖ ଠାରୁ ୫,୩୦୦ରୁ ଅଧିକ ସଦସ୍ୟ ଅଫିସିଆଲ୍ ୱାଟସ୍‌ଆପ୍ ଗ୍ରୁପ୍ ରୁ ଅପସରି ଯାଇଛନ୍ତି। ଚଳିତ ମାସ ସୁଧା ଦାବି ପୂରଣ ନ ହେଲେ ଆସନ୍ତା ୧ ତାରିଖ ଠାରୁ ସାମୂହିକ ଛୁଟିରେ ଯିବାକୁ ସଂଘ ଚେତାବନୀ ଦେଇଛି। ସଂଘ ସରକାରଙ୍କ ନିକଟରେ ଶୂନ୍ୟ ପଦବୀ ପୂରଣ, କ୍ୟାଡର ପୁନର୍ଗଠନ, ପ୍ରତ୍ୟେକ RI ଅଫିସକୁ ଇଣ୍ଟରନେଟ୍, ଲ୍ୟାପଟପ୍, ପ୍ରିଣ୍ଟର ଓ କଣ୍ଟିଜେନ୍ସି ଗ୍ରାଣ୍ଟ ଯୋଗାଣ, FTA ଓ ମୋବାଇଲ୍ ଆଲାଉଆନ୍ସ ବୃଦ୍ଧି ସହ ସରକାରୀ ଛୁଟି ଦିନରେ ବାଧ୍ୟତାମୂଳକ କାର୍ଯ୍ୟ ବନ୍ଦ କରିବା ଦାବି କରିଛି। ଜନସାଧାରଣଙ୍କ ସ୍ୱାର୍ଥରେ ତୁରନ୍ତ ସମାଧାନ ପାଇଁ ମଧ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ସଭାପତି ସୂଚନ୍ଦ୍ର ମହାନ୍ତି, ରଜ୍ୟ ସାଧାରଣ ସଂପାଦକ ମହମ୍ମଦ ଜାଭେଦ ଆକ୍ତର, ଉପ ସଭାପତି କେନ୍ଦ୍ରାଞ୍ଚଳ ଜ୍ୟୋତିରଞ୍ଜନ ପଣ୍ଡା, ଉପ ସଭାପତି ଦକ୍ଷିଣାଞ୍ଚଳ ଆର ପ୍ରଭାକର ରାଓ, ଯୁଗ୍ମ ସମ୍ପାଦକ ସୁଭଜିତ୍ ମଢୁଆଳ, ଉପଦେଷ୍ଟା ରାମ ଚନ୍ଦ୍ର ପାତ୍ର, ସମୀକ୍ଷକ ଜି ରଶ୍ମୀତା, କଟକ ଜିଲ୍ଳା ସଭାପତି ସଞ୍ଜୟ କୁମାର୍ ବେହେରା ଓ କଟକ ଜିଲ୍ଳା ସଂପାଦକ ଅରୁଣ କୁମାର ବିଶ୍ବାଳଙ୍କ ସମେତ ସମସ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ଉପସ୍ଥିତ ରହିଥିଲେ |

Cuttack (କଟକ)ରିପୋର୍ଟ: ସୁରେନ୍ଦ୍ର ଜେନା, ଜଗତପୁର