Web News

ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ପାଇଁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍
ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ୍ ଅଟେ ।ଘଞ୍ଚ ଜଙ୍ଗଲରେ ଥିବା ସହିତ ସାକ୍ଷରତା ହାର ବହୁତ୍ କମ୍ ଅଟେ। ଅନେକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ କମ୍ ଥିବା ସ୍ଥଳେ ମଧ୍ୟ ରାଜ୍ୟ ସରକାର ତରଫରୁ ବିଦ୍ୟାଳୟ ଗୁଡିକର ବିକାଶ ସହ ଛାତ୍ର ଛାତ୍ରୀ ପାଠ ପଢ଼ିବା ସ୍ୟବସ୍ଥା କରିଛନ୍ତି। ସୂଚନା ଅନୁଯାୟୀ ବ୍ଲକ୍ ଶିକ୍ଷାଧିକାରୀ ରୁଷିଆ ମେହେର ଙ୍କ ମନ ମୁଖୀ ଶିକ୍ଷକ ବଦଳି କରିଥିବାରୁ ପ୍ରାୟ ଅନେକ ବିଦ୍ୟାଳୟରେ ଜଣେ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ଜଣେ ଶିକ୍ଷକ ଥିବା ଦିଦ୍ୟାଳୟରେ କିପରି ପାଠ ପଢ଼ା ହେଉଥିବା ସହଜରେ ଅନୁମେୟ କରିହେବ। ଶିକ୍ଷକ ମଧ୍ୟାହ୍ନ ଭୋଜନ, ଭୋଟର କାର୍ଯ୍ୟ କରିବେ ନ ପାଠ ପଢ଼ାଇବେ ? ପତ୍ରାପଡା,ଲେପଟା ଗୁଡ଼ା, ପଟାଙ୍ଗପଦର୍ ,ବଡ ଜାମ୍ କନା ଏକକ ଶିକ୍ଷକ ର ଉଦାହରଣ। ଏକ ଖୋଲା ଖୋଲି ଭାବରେ ଶିକ୍ଷା ଆଇନ ଉଲ୍ଲଘଂନ ନୁହଁ କଣ। ଏବଂ ଏହି ବ୍ଲକ୍ ରେ ଶିକ୍ଷା ବିଭାଗ ରେ ବ୍ୟାପକ ଦୁର୍ନୀତି ହେଉଥିବା ମଧ୍ୟ ଅଭିଯୋଗ ଆସୁଛି। ବ୍ଲକ ର ଶହଶହ ଜନସାଧାରଣ ବ୍ଲକ୍ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ର ଉଚିତ୍ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଛନ୍ତି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ ,ଜୁନାଗଡ

ବିଶ୍ୱ କଲ୍ୟାଣ ପାଇଁ ଶ୍ରାବଣୀ ମହୋତ୍ସବ ପ୍ରାରମ୍ଭ
ପଦ୍ମପୁର : (ସ୍ୱପ୍ର) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖଲିଆପାଳି ପଞ୍ଚାୟତ ଅନ୍ତର୍ଗତ ଦିୱାନଡ଼ିହି ସ୍ଥିତ ଉଭା ଶିବ ମନ୍ଦିର ଠାରେ ଆସନ୍ତା 30 ଜୁଲାଇ ରୁ 28ଅଗଷ୍ଟ ପର୍ଯନ୍ତ ଏକ ମାସ ଯାଏ ହେବାକୁ ଥୁବା ଶ୍ରାବଣୀ ମହୋତ୍ସବ ପ୍ରାରମ୍ଭ ହୋଇଛି l ଉକ୍ତ ଶ୍ରାବଣୀ ମହୋତ୍ସବ ରେ ପ୍ରତେକ ଦିନ ନୂତନ କର୍ତା ବସିବା ପାଇଁ ବ୍ୟବସ୍ଥା ହୋଇଛି l ସମସ୍ତ ଶ୍ରଦ୍ଧାକୁ ଭକ୍ତମାନେ ଶ୍ରାବଣୀ ମହୋତ୍ସବ ରେ ଯୋଗଦେଇ ଶିବକୃପା ଲାଭ ପାଇ ପାରିବେ l ଯେଉଁ ଶ୍ରଦ୍ଧାଳୁ ଭକ୍ତ ଏକ ଦିନ ନିଜ ଓ ପରିବାର ର ରିଷ୍ଟ ଶାନ୍ତି ପାଇଁ ଯଜମାନ ହେବା ପାଇଁ ଇଛୁକ ବ୍ୟକ୍ତି ଯୋଗାଯୋଗ କରନ୍ତୁ l ପଣ୍ଡିତ - ପୂର୍ଣ୍ଣ ଚନ୍ଦ୍ର ଷଡ଼ଙ୍ଗୀ, ହେମନ୍ତ ଷଡ଼ଙ୍ଗୀ, ଦେବେନ୍ଦ୍ର ତ୍ରିପାଠୀ, ଆଶୁତୋଷ ରଥ l 6371328245,7735071386.9178522941,9938048300
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ମାଇ ଭାରତ, କଳାହାଣ୍ଡି ଓ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଳ୍ୟରେ ‘ନଶା ମୁକ୍ତ ଯୁବା ବିକଶିତ ଭାରତ ସଙ୍କଳ୍ପ ଅଭିଯାନ’ ଅନୁଷ୍ଠିତ
ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତ, କଳାହାଣ୍ଡି, ରାଷ୍ଟ୍ରୀୟ ସେବା ଯୋଜନା (ଏନ୍ଏସ୍ଏସ୍) ବ୍ୟୁରୋ, ରାଷ୍ଟ୍ରୀୟ କ୍ୟାଡେଟ୍ କୋର୍ (ଏନ୍ସିସି) ଏବଂ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣାର ମିଳିତ ଆନୁକୂଳ୍ୟରେ ‘ନଶା ମୁକ୍ତ ଯୁବା ବିକଶିତ ଭାରତ ସଙ୍କଳ୍ପ ଅଭିଯାନ’ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ଯୁବ ପ୍ରତିନିଧିମାନେ ଯୋଗଦେଇ ନଶାମୁକ୍ତ ସମାଜ ଗଠନ ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ। ଏହି ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଦେଶବ୍ୟାପୀ ଯୁବମାନଙ୍କୁ ସମ୍ବୋଧିତ କରି ନଶାମୁକ୍ତ ଭାରତ ଗଠନରେ ଯୁବପିଢ଼ିର ସକ୍ରିୟ ଭୂମିକା ଉପରେ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଉପ-ପଞ୍ଜିକାର ମେଜର ଜୟଦେବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ଡ଼. ନିବେଦିତା ନାଥ, ରାଷ୍ଟ୍ରୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଜୟନ୍ତ କୁମାର ଦାନସେନା, ମାଇ ଭାରତ, କଳାହାଣ୍ଡିର ଯୁବ ନେତା ସମ୍ଭୁ ବିଶି ଏବଂ ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ଉପସ୍ଥିତ ଥିଲେ। ବକ୍ତାମାନେ ଯୁବ ସମାଜକୁ ନଶାରୁ ଦୂରେଇ ରହିବା, ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା ଏବଂ ବିକଶିତ ଭାରତ ଗଠନରେ ସକ୍ରିୟ ଭାଗୀଦାର ହେବା ପାଇଁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ମାଇ ଭାରତ, କଳାହାଣ୍ଡିର ସ୍ୱେଚ୍ଛାସେବୀ ଦୁର କୈବର୍ତ୍ତ, ମନୋଜ ବାଗ, ଦୀପକ ରଂଜନ ବେହେରା, ନଉକା ବାଗ, ପପୁ ଡୁଙ୍ଗୁରି, ଚୂଳମଣି ମାଝୀ ଏବଂ ଦୁଲ୍ଲଭ ନାଏକ ସକ୍ରିୟ ସହଯୋଗ କରିଥିଲେ। ସେମାନଙ୍କର ନିଷ୍ଠା, ସମନ୍ୱୟ ଓ ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଶେଷରେ ସମସ୍ତ ଅତିଥି, ସ୍ୱେଚ୍ଛାସେବୀ ଓ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଇବା ସହ ନଶାମୁକ୍ତ ଓ ବିକଶିତ ଭାରତ ଗଠନରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।
Kalahandi (କଳାହାଣ୍ଡି) • ରିପୋର୍ଟ:ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

ମାଇ ଭାରତ କଳାହାଣ୍ଡି ପକ୍ଷରୁ ‘ନିଶା ମୁକ୍ତ ଯୁବା–ବିକଶିତ ଭାରତ’ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତ କଳାହାଣ୍ଡି ପକ୍ଷରୁ ଏବଂ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣାର ସହଯୋଗରେ ‘ନିଶା ମୁକ୍ତ ଯୁବା–ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଶନିବାର ବିଶ୍ୱବିଦ୍ୟାଳୟର ଯୁବ ସଂସ୍କାର ସଭାଗୃହରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିନୟ କୁମାର ସାହୁ ସୁନ୍ଦର ଭାବେ ସଂଚାଳନ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପିଜି କାଉନ୍ସିଲର ଅଧ୍ୟକ୍ଷା ତଥା ଆଇକ୍ୟୁଏସି ନିର୍ଦ୍ଦେଶିକା ଡ଼. ନିବେଦିତା ନାଥ, ରେଜିଷ୍ଟ୍ରାର ଡ଼. ଗୁଣନିଧି ନାଏକ, ଉପ-ରେଜିଷ୍ଟ୍ରାର ମେଜର ଡ଼. ଜୟଦେବ ସାହୁ ଏବଂ କଳାହାଣ୍ଡି ଅବକାରୀ ବିଭାଗର ଉପ-ଅଧୀକ୍ଷିକା ଶ୍ରୀମତୀ ସାଗରିକା ପ୍ରଧାନ ଯୋଗଦେଇ ନିଶା ବିରୋଧୀ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ମାଇ ଭାରତର ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ଏବଂ ମାଇ ଭାରତର ଜିଲ୍ଲା ନୋଡାଲ ଅଧିକାରୀ ଜୟନ୍ତ ଦାନସେନାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଲୋକଗୀତ, ନୃତ୍ୟ, ନୁକ୍କଡ଼ ନାଟକ, ମୂକାଭିନୟ, ଚିତ୍ରାଙ୍କନ, ବକ୍ତୃତା, ସ୍ଲୋଗାନ ଲେଖନ, କବିତା ପରିବେଷଣ ଓ ସ୍ୱଳ୍ପଦୈର୍ଘ୍ୟ ଭିଡିଓ ନିର୍ମାଣ ଭଳି ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ପ୍ରତିଯୋଗୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ବିଚାରକ ଭାବେ ଡ଼. ଚିତ୍ରସେନ ଭୁଏଁ, ଡ଼. ଝରଣାରାଣୀ ଧର ମାଝୀ, ଡ଼. ସୁମନା ରାୟ, ଡ଼. ରୋଜ୍ ମେରୀ ଏକ୍କା, ଡ଼. ପଲ୍ଲୀଶ୍ରୀ ପଟ୍ଟନାୟକ, ଡ଼. କୈଳାଶ ଚନ୍ଦ୍ର ଦାସ, ଡ଼. ପ୍ରିୟରଞ୍ଜନ ବେହେରା, ଶ୍ରୀ ସୁଶିଲ ପଧାନ,ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ଦାଶ ଦାୟିତ୍ୱ ସମ୍ଭାଳିଥିଲେ। ମାଇ ଭାରତ କଳାହାଣ୍ଡିର ଯୁବ ନେତା ସମ୍ଭୁ ବିଶି କାର୍ଯ୍ୟକ୍ରମର ସମନ୍ୱୟ ଓ ସଫଳ ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସ୍ୱେଚ୍ଛାସେବୀ ଦୀପକ ବେହେରା, ବନ୍ଦିନୀ ମାଝୀ, ଦୁରା କୈବର୍ତ୍ତ, ଚୂଲମଣି ମାଝୀ ଏବଂ ଦୁଲ୍ଲଭ ନାଏକ କାର୍ଯ୍ୟକ୍ରମର ସୁପରିଚାଳନାରେ ଉଲ୍ଲେଖନୀୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ, ଛାତ୍ରଛାତ୍ରୀ ଓ ଯୁବ ସ୍ୱେଚ୍ଛାସେବୀମାନେ ନିଶାମୁକ୍ତ ଭାରତ ଗଠନ ପାଇଁ ସମୂହ ଶପଥ ଗ୍ରହଣ କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରି ସେମାନଙ୍କୁ ଏକ ସୁସ୍ଥ, ଦାୟିତ୍ୱବାନ ଏବଂ ବିକଶିତ ଭାରତ ଗଠନରେ ସକ୍ରିୟ ଭାଗୀଦାର କରିବା ଥିଲା।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

ପିଚୁକୁଳି ଆଦର୍ଶ ବିଦ୍ୟାଳୟ ପଛପଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତରେ ବେଗୁନିଆ ପୋ
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପିଚୁକୁଳି ଆଦର୍ଶ ବିଦ୍ୟାଳୟର ପଛପଟରୁ ସୋମବାର ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସକାଳେ ସ୍ଥାନୀୟ ଲୋକେ ବିଦ୍ୟାଳୟ ପଛପଟରେ ମୃତଦେହ ପଡ଼ିଥିବା ଦେଖି ତୁରନ୍ତ ବେଗୁନିଆ ଥାନା ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବୈଜ୍ଞାନିକ ଢଙ୍ଗରେ ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ, ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ହାତକୁ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ସେପଟେ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ଓ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ବେଗୁନିଆ ପୋଲିସ ତଦନ୍ତକୁ ଜୋରଦାର କରିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ: ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଦୁର୍ଘଟଣାରେ ବୋଡ଼େନ ଅଗ୍ନିଶମ କର୍ମଚାରୀ ମାନସ ସିଂଙ୍କ ମୃତ୍ୟୁ; ଗାର୍ଡ ଅଫ୍ ଅନରରେ ଶେଷ ବିଦାୟ
ବୋଡ଼େନ: ନୂଆପଡ଼ା ଜିଲ୍ଲା ବୋଡ଼େନ ଅଗ୍ନିଶମ ବିଭାଗ ପାଇଁ ସୋମବାର ଏକ ଦୁଃଖଦ ଦିନ ପାଲଟିଛି। ବିଭାଗରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ **ମାନସ ସିଂ (୩୬)**ଙ୍କ ଏକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁରେ ଅଗ୍ନିଶମ ବିଭାଗ, ସହକର୍ମୀ ଓ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଅଞ୍ଚଳର ବାସିନ୍ଦା ମାନସ ସିଂ ବୋଡ଼େନ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଥିଲେ। କାର୍ଯ୍ୟସ୍ଥଳରେ କପଡ଼ା ସୁଖାଉଥିବା ସମୟରେ ଅସାବଧାନତାବଶତଃ ସେ ଉଚ୍ଚ ସ୍ଥାନରୁ ତଳକୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ସହକର୍ମୀମାନେ ତୁରନ୍ତ ତାଙ୍କୁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୋଡ଼େନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ବୋଡ଼େନ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ବିଭାଗ ପକ୍ଷରୁ ମୃତକଙ୍କୁ ଭାବବିହ୍ୱଳ ପରିବେଶରେ ଶେଷ ସମ୍ମାନ ଜଣାଯାଇଥିଲା। ଜିଲ୍ଲାସ୍ତରୀୟ ଅଧିକାରୀ ଏଏଫ୍ଓ ସଞ୍ଜୟ ସାହୁ, ବୋଡ଼େନ ଅଗ୍ନିଶମ କେନ୍ଦ୍ରର ଷ୍ଟେସନ ଅଫିସର (ଆଇସି) ଜିତେନ୍ଦ୍ର ଜାନୀଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଗାର୍ଡ ଅଫ୍ ଅନର ପ୍ରଦାନ କରି ମୃତ ସହକର୍ମୀଙ୍କୁ ଶେଷ ବିଦାୟ ଜଣାଇଥିଲେ। ପରେ ତାଙ୍କ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମାନସ ସିଂଙ୍କ ପରିବାରରେ ସ୍ତ୍ରୀ ଓ ପ୍ରାୟ ୯ ବର୍ଷ ବୟସର ଜଣେ କନ୍ୟା ସନ୍ତାନ ରହିଛନ୍ତି। ପରିବାରର ଏକମାତ୍ର ଆଶ୍ରୟଦାତାଙ୍କ ଅକାଳ ବିୟୋଗରେ ସ୍ତ୍ରୀ ଓ କନ୍ୟା ଅସହାୟ ହୋଇପଡ଼ିଛନ୍ତି। ଏହି ହୃଦୟବିଦାରକ ଘଟଣାରେ ସହକର୍ମୀ, ସ୍ଥାନୀୟ ବାସିନ୍ଦା ଓ ବିଭାଗୀୟ ଅଧିକାରୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମାନସ ସିଂଙ୍କ ଅକାଳ ବିୟୋଗ କେବଳ ଅଗ୍ନିଶମ ବିଭାଗ ପାଇଁ ନୁହେଁ, ବରଂ ତାଙ୍କୁ ଜାଣିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳ ଶୋକରେ ସ୍ତବ୍ଧ ହୋଇପଡ଼ିଛି।
Nuapada (ନୂଆପଡ଼ା) • ରିପୋର୍ଟ: କଶ୍ୟପ ଜଗତ, ବୋଡେ଼ନ

ଚାର୍ଜିଂ ବେଳେ ମୋବାଇଲ ବିସ୍ଫୋରଣ, ଘରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ୫ ଜଣ ପରିବାର
ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମପଞ୍ଚାୟତର କନ୍ଧବ୍ରାହ୍ମଣୀଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଅଘଟଣ ଘଟିଛି। ଚାର୍ଜିଂରେ ଲାଗିଥିବା ଏକ ମୋବାଇଲ ଫୋନ ବିସ୍ଫୋରଣ ହେବା ପରେ ଘରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଘରର ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବାବେଳେ ଘରେ ଥିବା ପାଞ୍ଚ ଜଣ ସଦସ୍ୟ ଅଳ୍ପକେ ପ୍ରାଣରକ୍ଷା ପାଇଛନ୍ତି। ସୂଚନା ଅନୁଯାୟୀ, କନ୍ଧବ୍ରାହ୍ମଣୀଗୁଡ଼ା ଗ୍ରାମର ବିକ୍ରମ ଜାନୀ (୩୫) ରାତି ପ୍ରାୟ ୧୨ଟା ସମୟରେ ମୋବାଇଲ ଫୋନକୁ ଚାର୍ଜିଂରେ ଲଗାଇ ପରିବାର ସହ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ହଠାତ୍ ମୋବାଇଲଟି ବିସ୍ଫୋରଣ ହୋଇ ଘରର ଏକ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। ଧୂଆଁ ଓ ନିଆଁର ଉତ୍ତାପରେ ପରିବାର ସଦସ୍ୟଙ୍କ ନିଦ ଭାଙ୍ଗିଯିବାରୁ ସେମାନେ ତୁରନ୍ତ ଘରୁ ବାହାରକୁ ବାହାରି ଜୀବନ ବଞ୍ଚାଇଥିଲେ। ପରେ ପଡ଼ୋଶୀମାନଙ୍କୁ ଡାକି ପାଣି ମୋଟର ସାହାଯ୍ୟରେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ ଘରେ ଥିବା ଚାଉଳ, ପରିଧାନ ବସ୍ତ୍ର ସହ ବିଭିନ୍ନ ଘରୋଇ ବ୍ୟବହାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ (ଆର୍.ଆଇ.) ଉତ୍ତମ କୁମାର ମାଝୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ବର୍ଷା ଦିନକୁ ଦୃଷ୍ଟିରେ ରଖି ପୀଡ଼ିତ ପରିବାରକୁ କାର୍ଯ୍ୟାଳୟରୁ ଦରି ଓ ପାଲ ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ, ସ୍ଥାନୀୟ ସରପଞ୍ଚ ଚିନ୍ମୟୀ ସେଠୀ କହିଛନ୍ତି ଯେ, ପୀଡ଼ିତ ପରିବାରର ନାମ ଯଦି ଆବାସ ଯୋଜନା ତାଲିକାରେ ଥାଏ, ତେବେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ। ଏହି ଘଟଣା ପରେ ଅଞ୍ଚଳରେ ଚାର୍ଜିଂ ସମୟରେ ମୋବାଇଲ ବ୍ୟବହାର ଓ ସୁରକ୍ଷା ନେଇ ପୁଣିଥରେ ଚିନ୍ତା ପ୍ରକାଶ ପାଇଛି। ପୀଡ଼ିତ ପରିବାରକୁ ଶୀଘ୍ର ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
Kalahandi (କଳାହାଣ୍ଡି) • ରିପୋର୍ଟ: ଦେବରାଜ ବଣୁଆ

ଡମ୍ବରୁଧର ପରିଡ଼ାଙ୍କ ସ୍ମୃତିରେ ଗୀତା ଭବନରେ ସାରସ୍ବତ ଆସର
ଖୋର୍ଦ୍ଧା: ଓଡ଼ିଆ ସାହିତ୍ୟର ସମୃଦ୍ଧ ପରମ୍ପରାକୁ ଆହୁରି ସୁଦୃଢ଼ କରିବା ସହ ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଡମ୍ବରୁଧର ପରିଡ଼ାଙ୍କ ସ୍ମୃତିକୁ ଉଦ୍ଦେଶ୍ୟ କରି ଖୋର୍ଦ୍ଧା ଗୀତା ଭବନରେ ଏକ ଦିବସୀୟ ସାରସ୍ବତ ଆସର ଓ କବିତା ପାଠୋତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ‘ମହାବାହୁ’ ସାହିତ୍ୟ ପତ୍ରିକା, ଖୋର୍ଦ୍ଧାର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ବିଶିଷ୍ଟ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଯୋଗଦେଇ ସ୍ୱର୍ଗତ ଡମ୍ବରୁଧର ପରିଡ଼ାଙ୍କ ସାହିତ୍ୟ ସାଧନା, ସୃଜନଶୀଳତା ଓ ଓଡ଼ିଆ ଭାଷା-ସାହିତ୍ୟ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ବକ୍ତାମାନେ ତାଙ୍କର ସାହିତ୍ୟ ସୃଷ୍ଟି ଓ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରି ନୂତନ ପିଢ଼ି ପାଇଁ ସେ ଏକ ପ୍ରେରଣାର ଉତ୍ସ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ବହୁ କବି ନିଜସ୍ୱ ସୃଜନଶୀଳ କବିତା ପାଠ କରିଥିଲେ। ସେହିପରି ସାହିତ୍ୟ ଆଲୋଚନା, ସାରସ୍ବତ ଚର୍ଚ୍ଚା ଓ ମତବିନିମୟ କାର୍ଯ୍ୟକ୍ରମ ସାହିତ୍ୟପ୍ରେମୀଙ୍କୁ ଏକ ସୃଜନଶୀଳ ପରିବେଶ ପ୍ରଦାନ କରିଥିଲା। ସମଗ୍ର କାର୍ଯ୍ୟକ୍ରମ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ନୂତନ ସୃଜନଶୀଳ ଚେତନା ସୃଷ୍ଟି କରିବା ସହ ସ୍ୱର୍ଗତ ଡମ୍ବରୁଧର ପରିଡ଼ାଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିଥିଲା। ଉପସ୍ଥିତ କବି ଓ ସାହିତ୍ୟିକମାନେ ଏଭଳି ସାରସ୍ବତ ଆସର ଭବିଷ୍ୟତରେ ମଧ୍ୟ ନିୟମିତ ଭାବେ ଆୟୋଜନ କରିବାକୁ ମତ ପ୍ରକାଶ କରିଥିଲେ।
ରିପୋର୍ଟ : ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ: 'ଗ୍ରୋ ଟୁଗେଦର୍' ପକ୍ଷରୁ ତାରାଝରାରେ ମଶାରୀ ବଣ୍ଟନ
ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ତାରାଝରା ଗ୍ରାମରେ 'ଗ୍ରୋ ଟୁଗେଦର୍' ସଂଗଠନ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ସହ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ବର୍ଷା ଋତୁରେ ମଶାବାହିତ ରୋଗ ଯଥା ଡେଙ୍ଗୁ, ମ୍ୟାଲେରିଆ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗରୁ ଗ୍ରାମବାସୀଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କୁ ମଶାବାହିତ ରୋଗରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପରାମର୍ଶ ଦିଆଯିବା ସହ ସେମାନଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା, ଯାହାଦ୍ୱାରା ସେମାନେ ମଶା କାମୁଡ଼ାରୁ ସୁରକ୍ଷିତ ରହିପାରିବେ। ଏହି ସେବାମୂଳକ କାର୍ଯ୍ୟକ୍ରମର ନେତୃତ୍ୱ ସନ୍ତୋଷ ହାଇବ୍ରୁ, ରାମହରି ଜାମୁଦା, ସୁଭାଷିଷ ଜାମୁଦା ଏବଂ ସିକନ୍ଦର ଜାମୁଦା ନେଇଥିଲେ। ସେମାନଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟମାନେ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପହଞ୍ଚାଇବା ସହ ମଶାରୀ ବଣ୍ଟନ କରିଥିଲେ। 'ଗ୍ରୋ ଟୁଗେଦର୍' ସଂଗଠନର ଏହି ଜନହିତକର ପଦକ୍ଷେପକୁ ତାରାଝରା ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିବା ବେଳେ, ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ ଓ ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
Jajpur (ଯାଜପୁର) • ଅନିଲ କୁମାର ଜେନା ଙ୍କ ରିପୋର୍ଟ, କଳିଙ୍ଗନଗର

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ଆବାହକ ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଙ୍କ ଆବାହକତ୍ୱ , ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତା ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଲାୟନ ଇଂ ଜତିନ ନାୟକ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, କାର୍ଯ୍ୟକ୍ରମ ପରିଚାଳନା କମିଟିର ସମ୍ପାଦକ ଲାୟନ ଇଂ ହରଦୀପ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଆବାହକ ଶ୍ରୀ ମହାପାତ୍ର ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ମହାବିଦ୍ୟାଳୟର ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେ ତାଙ୍କ ବକ୍ତବ୍ୟରେ ମହାବିଦ୍ୟାଳୟରେ ଏଲଏଲଏମ ବିଭାଗ ଖୋଲିବା ସହ ସଚେତନତା ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ନାୟକ,ଆଲୁମନି ଆସୋସିଏସନ ର ସମ୍ପାଦକ ତ୍ରୈଲୋକ୍ୟନାଥ ପାଣ୍ଡେ, ଉପସଭାପତି ବବିତା ମହାପାତ୍ର, ମୁଖପାତ୍ର କୁଞ୍ଜବିହାରୀ ରାଉତ, ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ଆଇନଜୀବୀ ସର୍ବଶ୍ରୀ ରାମ ପଟ୍ଟନାୟକ,ଶୈଳେନ୍ଦ୍ର ମହାନ୍ତି,ରାଜକିଶୋର ପ୍ରଧାନ,ଗଣେଶ ପ୍ରଧାନ, ଛବିରାଣୀ ମହାନ୍ତି,ରମେଶ ଚନ୍ଦ୍ର ପାଲ, ଡ ସମର ମୁଦାଲି, ଆରତୀ ଚୈ।ଧୁରୀ, ରବିଶଙ୍କର ମିଶ୍ର ଦେବ ପଟ୍ଟନାୟକ ପ୍ରମୁଖ ଆସନ୍ତା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ କମିଟି ଗଠନ, କାର୍ଯ୍ୟକ୍ରମ ର ସଫଳ ଉଚ୍ଚ ଋପାୟନ ପାଇଁ ଖସଡା ପ୍ରସ୍ତୁତି, ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ,ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମକୋର୍ଟ ର ବିଚାରପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଙ୍କୁ ନିମନ୍ତ୍ରଣ, ସ୍ମରଣିକା ପ୍ରକାଶନ, ପ୍ରାକ୍ତନ ଛାତ୍ର ଯେଉଁମାନେ ସମାଜରେ ପ୍ରତିଷ୍ଠିତ, ସେମାନଙ୍କୁ ସମ୍ମାନିତ କରିବା, ପୂରାତନ କର୍ମଚାରୀଙ୍କୁ ନିମନ୍ତ୍ରଣ, ପ୍ରଚାର ଓ ପ୍ରସାର, ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ କଳାକାର ଚୟନ, ପ୍ରାକ୍ତନ ଅଧ୍ୟକ୍ଷଙ୍କ ସ୍ମୃତି ଚାରଣ, ଆଲୁମନୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରିଚାଳନା କମିଟିର ସମ୍ପାଦକ ଇଂ ସିଂହ ପ୍ରାକ୍ ଆୟବ୍ୟୟ ଅଟକଳ ପ୍ରକାଶ କରିଥିଲେ। ପରିଚାଳନା କମିଟିର ଅଧ୍ୟକ୍ଷ ଲାୟନ ନାୟକ ତାଙ୍କ ବକ୍ତବ୍ୟରେ ପରସ୍ପର କୁ ସମାଲୋଚନା ନକରି ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟକ୍ରମ କରିବା ସହ ଆଗାମୀ ସପ୍ତାହ ମଧ୍ୟରେ ବିଭିନ୍ନ କମିଟି ଗଠନ କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିବେଦନ କରିଥିଲେ। ଶେଷରେ ଅଧ୍ୟାପକ ତନ୍ମୟ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ପ୍ରାକ୍ତନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା,ଆଲୁମନୀ ଆସୋସିଏସନର ସଦସ୍ୟ ଓ ଶତାଧିକ ପ୍ରାକ୍ତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠି ଠକେଇ ଅଭିଯୋଗରେ ରାଉରକେଲା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଜେଲ୍ ସଫେଇ କର୍ମଚାରୀଙ୍କୁ ଗିରଫ
ରାଉରକେଲା ୨/୮, ୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠିକୁ ଠକେଇ କରିଥିବା ଅଭିଯୋଗରେ ରାଉରକେଲା ପୁଲିସ ରାଉରକେଲା ସ୍ୱତନ୍ତ୍ର ଜେଲର ଜଣେ ସଫେଇ କର୍ମଚାରୀଙ୍କୁ ଗିରଫ କରିଛି। ରାଉରକେଲା ସ୍ବତନ୍ତ୍ର ଜେଲର ସରକାରୀ ପାଣ୍ଠି ଆକାଉଣ୍ଟରୁ ୫,୦୦,୦୦୦ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସ୍ୱତନ୍ତ୍ର ଜେଲ୍ ସଫେଇ କର୍ମଚାରୀ ରାହୁଲ କୁମାର ମାଙ୍ଗନଙ୍କୁ ଗିରଫ୍ କରାଯାଇଛି। ସୂଚନା ଅନୁସାରେ ରାଉରକେଲା ସ୍ୱତନ୍ତ୍ର ଜେଲର ଅଧିକ୍ଷକ ଋଷିନାଥ ନାଏକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଲିଖିତ ଅଭିଯୋଗ ଆଧାରରେ ରଘୁନାଥପାଲ୍ଲୀ ଥାନାରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ସ୍ଵତନ୍ତ୍ର ଜେଲ ଅଧିକ୍ଷକ ଋଷିନାଥ ନାଏକ ଅଭିଯୋଗ କରିଥିଲେ ଯେ, ୨୦୨୬ ଜୁଲାଇ ୩୦ ତାରିଖରେ ସେ ଆକାଉଣ୍ଟ ଷ୍ଟେଟମେଣ୍ଟ ଯାଞ୍ଚ କରିବା ସମୟରେ, ଉଦିତନଗର ଏସବିଆଇ(SBI) ଶାଖାରେ ରଖାଯାଇଥିବା ସରକାରୀ ଆକାଉଣ୍ଟ "SUPDT CUM MEMB SEC O JP W FUND"ରୁ ୨୦୨୬ ଜୁଲାଇ ୧୩ ତାରିଖରେ ଅନଧିକୃତ ଭାବରେ ୫ ଲକ୍ଷ (5,00,000/-) ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ। ବ୍ୟାଙ୍କ ସହାୟତାରେ ଆକାଉଣ୍ଟ ଯାଞ୍ଚ କରାଯିବାରୁ ଜଣାପଡିଥିଲା ଯେ, ସୁପରିଣ୍ଟେଣ୍ଡେଣ୍ଟଙ୍କ ନାମରେ ଏକ ଜାଲ୍ ଦସ୍ତଖତ ଥିବା ଏକ ଜାଲ୍ ଉଠାଣ ଚେକ୍ ମାଧ୍ୟମରେ ଏହି ଅର୍ଥ ଉଠାଣ କରାଯାଇଥିଲା। ଅଭିଯୋଗକାରୀ ରାଉରକେଲା ସ୍ଵତନ୍ତ୍ର ଜେଲ ଅଧିକ୍ଷକ କହିଥିଲେ ଯେ ସେ ଚେକ୍ରେ କୌଣସି ଦସ୍ତଖତ କରି ନାହାଁନ୍ତି କିମ୍ବା ଟଙ୍କା ଉଠାଣ ପାଇଁ କାହାକୁ ଅଧିକାର ଦେଇ ନଥିଲେ। ତଦନ୍ତ ସମୟରେ, ରାଉରକେଲା ପୋଲିସ ରାହୁଲ କୁମାର ମାଙ୍ଗନଙ୍କ ସମ୍ପୃକ୍ତି ପ୍ରତି ଇଙ୍ଗିତ କରୁଥିବା ପ୍ରମାଣ ସଂଗ୍ରହ କରିଥିଲା। ପଚରାଉଚରା ସମୟରେ, ଅଭିଯୁକ୍ତ ଏହି ଅପରାଧରେ ତାଙ୍କର ଭୂମିକାକୁ ସ୍ୱୀକାର କରିଥିଲା। ତଦନ୍ତରୁ ଜଣାପଡିଥିଲା ଯେ ଅଭିଯୁକ୍ତ ଜାଲ୍ ଚେକ୍ ପ୍ରସ୍ତୁତ ଏବଂ ବ୍ୟବହାର କରି ପ୍ରତାରଣାମୂଳକ ଭାବରେ ସରକାରୀ ଟଙ୍କା ଉଠାଣ କରିଛି। ଅଭିଯୁକ୍ତ ରାହୁଲ କୁମାର ମାଙ୍ଗନ(୩୫)ଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି। ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ଜାଣିବା ଏବଂ ସରକାରୀ ପାଣ୍ଠିର ଅପବ୍ୟବହାରକୁ ପୁନରୁଦ୍ଧାର କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି। ରାଉରକେଲା ପୋଲିସ ଆର୍ଥିକ ଠକେଇ, ଜାଲିଆତି ଏବଂ ସରକାରୀ ସମ୍ପତ୍ତି ସହ ଜଡିତ ଅପରାଧ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିବଦ୍ଧ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି। ଠକେଇ ମାମଲାରେ ଅଭିଯୁକ୍ତ ହେଲେ ଓଡିଶାର ବରଗଡ ଜିଲ୍ଲାର ଟାଉନ୍ ଥାନା ଅଧିନସ୍ଥ ରଙ୍ଗାଘର ପଡାର ରାହୁଲ କୁମାର ମାଙ୍ଗନ (୩୫) ଏବଂ ସେ ବର୍ତ୍ତମାନ ରାଉରକେଲା ସ୍ୱତନ୍ତ୍ର ଜେଲରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ସୂଚନା ଦିଆଯାଇଛି। ଅଭିଯୁକ୍ତଙ୍କ ନିକଟରୁ ନଗଦ ୨୬,୭୦୦ ଟଙ୍କା ଉଦ୍ଧାର କରାଯାଇଛି l ଠକେଇ ଘଟଣାକୁ ନେଇ ରଘୁନାଥପାଲି ଥାନାରେ ବିଏନ୍ଏସର ଧାରା ୩୩୮/ ୩୩୬(୩)/୩୪୦(୨)/୩୧୮(୪)ରେ କେସ୍ ନମ୍ବର ୪୫୯/ ୩୧-୭-୨୦୨୬ ତାରିଖରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଲେଡି ଲାୟନ୍ସ ର ସାମାଜିକ କାର୍ଯ୍ୟକ୍ରମ
ରାଉରକେଲା: ଆଜି ସାମାଜିକ ଅନୁଷ୍ଠାନ ଲେଡି ଲାଇନ ଦ ହେଲ୍ପିଂ ହ୍ୟାଣ୍ଡ ତରଫରୁ ରାଜ୍ୟର ଭଦ୍ରକ ଓ ଆସାମର ଗୈ।ହାଟି କୁ ରିଲିଫ ସାମଗ୍ରୀ ପଠାଗଲା। ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ପାଇଁ ଯେଉଁ ଯେଉଁ ଅଞ୍ଚଳ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା, ଯେମିତି ଆମ ଓଡ଼ିଶାର ଭଦ୍ରକ ଏବଂ ଆସାମର ଗୈ।ହାଟି କୁ ସାମଗ୍ରୀ ପଠାଗଲା। ଲେଡି ଲାଇନର ମୁଖ୍ୟ ବନ୍ଦିତା ମାହାତୋ, ସୁଚିତ୍ରା ଦର୍ଜୀ,ଧନମାୟା ବିଷ୍ଟ, କବିତା ମାହାତୋ,ଚନ୍ଦନା ନାୟକ,ଭାରତୀ ମହାନ୍ତି,ଦୟା ସାଗର,ସୂଜାତା ପ୍ରମୁଖ ସଦସ୍ୟା ଆଜି ରାଉରକେଲା ଷ୍ଟେସନ୍ ରୁ ବିଭିନ୍ନ ସାମଗ୍ରୀ ପଠାଇଥିଲେ । ଏହି କାର୍ଯ୍ୟକ୍ରମରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସହଯୋଗର ହାତ ବଢାଇଥିବା ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ
