Web News

ତାଳଚେରରେ କୃଷ୍ଣଚନ୍ଦ୍ର ପୃଷ୍ଟି ମେମୋରିଆଲ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ତାଳଚେର: ପବିତ୍ର ଦଶହରା ଅବସରରେ ତାଳଚେର ଇନଡୋର ଷ୍ଟାଡିୟମଠାରେ କିଶୋର କ୍ଲବ ପକ୍ଷରୁ ଆୟୋଜିତ ‘କୃଷ୍ଣଚନ୍ଦ୍ର ପୃଷ୍ଟି ମେମୋରିଆଲ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ-୨୦୨୬’ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜେପି ନେତା ତଥା ସମାଜସେବୀ ବିଭୂତି ସାହୁ ଯୋଗଦେଇ ଖେଳାଳି ଓ ଯୁବପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ ସଂଘର ସାଧାରଣ ସମ୍ପାଦକ ଦୀପକ ଥମ୍, ବ୍ୟାଡମିଣ୍ଟନ କୋଚ୍ ଯୋଗେନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ପେସ୍କାର ଗଡ଼ନାୟକ, ଉପସଭାପତି ଦୟାସାଗର ମିଶ୍ର, ପ୍ରକାଶ କୁଣ୍ଡୁ, ଶ୍ରୀକାନ୍ତ କୁମାର ଦାଶ, ପ୍ରଶାନ୍ତ ସିଂହ ଓ ସୋମନାଥ ସାହୁଙ୍କ ସମେତ ବହୁ ଖେଳାଳି ଏବଂ ଯୁବ ବନ୍ଧୁ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଖେଳାଳିମାନେ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ବ୍ୟାଡମିଣ୍ଟନ ଖେଳ ପ୍ରତି ଆଗ୍ରହ ବୃଦ୍ଧିର ବାର୍ତ୍ତା ଦେଇଥିଲେ। କ୍ରୀଡ଼ାର ବିକାଶ ଓ ଯୁବପ୍ରତିଭାଙ୍କୁ ଉତ୍ସାହିତ କରିବା ଦିଗରେ ଏଭଳି ଆୟୋଜନର ଗୁରୁତ୍ୱ ରହିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ଗରିବ ଅସହାୟ ମାଆଙ୍କ ପାଖରେ ପହଞ୍ଚିଲେ ସମାଜସେବୀ ଅଭିମନ୍ୟୁ ସାହୁ, ୧୦ ହଜାର ଟଙ୍କା ସହ ଶୁଖିଲା ଖାଦ୍ୟ ପ୍ରଦାନ
ଅନୁଗୋଳ: ଗରିବ ଅସହାୟ ମାଆଙ୍କ ଦୁଃଖ ବୁଝି ସହାୟତାର ହାତ ବଢ଼ାଇଲେ ସମାଜସେବୀ ଅଭିମନ୍ୟୁ ସାହୁ। ଅନୁଗୋଳ ବ୍ଲକ ବଲଙ୍ଗ ପଞ୍ଚାୟତର ଜଙ୍ଗଲ ପାହାଡ଼ ଘେରା ବଲଙ୍ଗ ଗାଁର ନିରାଶ ସେଠୀଙ୍କ ସ୍ୱାମୀଙ୍କ ମୃତ୍ୟୁ ଓ ପୁଅର ଅସୁସ୍ଥତା ଯୋଗୁଁ ପରିବାରଟି ଦୁର୍ଦ୍ଦିନରେ କାଳ କାଟୁଛି। ଏହି ଦୁଃଖଦ ଖବର ପାଇ ସମାଜସେବୀ ଅଭିମନ୍ୟୁ ସାହୁ ବଲଙ୍ଗ ଗାଁରେ ପହଞ୍ଚି ନିରାଶ ସେଠୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ସହ ଡାଲି, ଚାଉଳ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ଏହି ଦୁଃସମୟରେ ଅସହାୟ ପରିବାର ପାଖରେ ଛିଡ଼ା ହୋଇଥିବାରୁ ଅଭିମନ୍ୟୁ ସାହୁଙ୍କ ମାନବିକତା ଓ ସେବା ମନୋଭାବକୁ ଗ୍ରାମବାସୀ ଏବଂ ଗାଁର ମାଆମାନେ ପ୍ରଶଂସା କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ଧର୍ମଶାଳାର ଏବିଇଓ ଜୟଦେବ ଜେନାଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁରରେ ଏକକାଳୀନ ଯାଞ୍ଚ
ଯାଜପୁର, ୧୨/୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ଏବିଇଓ) ଜୟଦେବ ଜେନାଙ୍କ ସମ୍ପତ୍ତି ଉପରେ ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ତାଙ୍କ ଆୟର ଜଣାଶୁଣା ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ମୋଟ ୭ଟି ସ୍ଥାନରେ ଏହି ତଲାସି ଅଭିଯାନ ଚାଲିଛି। ଭିଜିଲାନ୍ସର ୩ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ବ୍ରହ୍ମପୁରସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତଙ୍କ ତଲାସି ୱାରେଣ୍ଟ ବଳରେ ଏହି ଯାଞ୍ଚ କରାଯାଉଛି। ଭିଜିଲାନ୍ସ ଟିମ୍ ଜୟଦେବ ଜେନାଙ୍କ ଭୁବନେଶ୍ୱରର ପାତ୍ରପଡ଼ାସ୍ଥିତ ତିନି ମହଲା କୋଠା, ଗଞ୍ଜାମ ଜିଲ୍ଲା ପି. ନୂଆଗାଁରେ ଥିବା ଦୁଇ ମହଲା କୋଠା ଓ ଅନ୍ୟ ଏକ କୋଠାରେ ଯାଞ୍ଚ କରୁଛି। ଏହା ସହିତ ଗଞ୍ଜାମ ଜିଲ୍ଲା ବୁରୁଝରୀରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଜନନୀ ବିହାରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲ୍ଲା ଜାରକାସ୍ଥିତ ଭଡ଼ା ଘର ଏବଂ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମଧ୍ୟ ତଲାସି ଚାଲିଛି। ଏହି ଚଢ଼ାଉ ସମୟରେ କେତେ ପରିମାଣର ସମ୍ପତ୍ତି, ନଗଦ ଟଙ୍କା କିମ୍ବା ଅନ୍ୟାନ୍ୟ ଦସ୍ତାବିଜ ଜବତ ହୋଇଛି, ସେ ସମ୍ପର୍କରେ ଏଯାବତ୍ ବିସ୍ତୃତ ତଥ୍ୟ ମିଳିନାହିଁ। ଭିଜିଲାନ୍ସ ପକ୍ଷରୁ ତଲାସି ଜାରି ରହିଥିବାବେଳେ ଅଧିକ ତଥ୍ୟ ମିଳିବା ପରେ ପରବର୍ତ୍ତୀ ରିପୋର୍ଟ ପ୍ରକାଶ ପାଇବ। (ଏହି ଚଢ଼ାଉ ଅଭିଯୋଗ ଆଧାରରେ କରାଯାଉଛି। ତଦନ୍ତ ଶେଷ ହେବା ପରେ ହିଁ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସ୍ପଷ୍ଟ ହେବ।)
Jajpur (ଯାଜପୁର) • Bijayanand Tripathy

ସଡ଼କ ପରିବହନ ଡ୍ରାଇଭର ମହାସଂଘ ବିଭିନ୍ନ ସମସ୍ୟା ଓ ସୁରକ୍ଷା ଦାବି ନେଇ ଭୁବନେଶ୍ୱରରେ ମହାସଂଘର ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ରାଜ୍ୟର କୋଟି କୋଟି ଜୀବନଜୀବିକାକୁ ପ୍ରଭାବିତ କରୁଥିବା ସଡ଼କ ପରିବହନ ଏବଂ ଡ୍ରାଇଭରମାନଙ୍କ ସମସ୍ୟା ସମାଧାନ ପାଇଁ ସଡ଼କ ପରିବହନ ଡ୍ରାଇଭର ମହାସଂଘ ରାଜ୍ୟ କମିଟି ପକ୍ଷରୁ ଏକ ପ୍ରମୁଖ ବୈଠକ ତଥା ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କର୍ମକର୍ତ୍ତାମାନେ ଯୋଗଦେଇ ଡ୍ରାଇଭରମାନଙ୍କ ସାମାଜିକ ସୁରକ୍ଷା, ଜୀବନ ବୀମା, ପେନସନ୍ ଏବଂ ରାପ୍ତୀ/ପାର୍କିଂ ସୁବିଧା ନେଇ ଆଲୋଚନା କରିଛନ୍ତି। ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଦିନରାତି ଏକ କରି ଗାଡ଼ି ଚଳାଉଥିବା ଡ୍ରାଇଭରମାନେ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ଏହି ବର୍ଗଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍ ଏବଂ ଆର୍ଥିକ ସୁରକ୍ଷା ଯାଗାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ଦାବି କରାଯାଇଛି। ଆଗାମୀ ଦିନରେ ସଂଘର ଆଭିମୁଖ୍ୟ ଏବଂ ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ସମସ୍ତ ସଦସ୍ୟମାନେ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଓଡ଼ିଶୀ ସଙ୍ଗୀତ ଓ ଶାସ୍ତ୍ରୀୟ ବାୟୋଲିନ୍ ବାଦନର ଅନନ୍ୟ ସାଧକ ପଣ୍ଡିତ ଭୁବନେଶ୍ୱର ମିଶ୍ର
ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତଜ୍ଞ, ମହାନ ବାୟୋଲିନ୍ ବାଦକ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସ୍ମୃତିକୁ ସମ୍ମାନ ଜଣାଯାଇଛି। ପଣ୍ଡିତ ଭୁବନେଶ୍ୱର ମିଶ୍ର ୧୫ ଜୁଲାଇ ୧୯୨୭ ମସିହାରେ ଆବିର୍ଭାବ ହୋଇଥିଲେ ଏବଂ ୭ ମେ ୧୯୯୩ ମସିହାରେ ତାଙ୍କର ତିରୋଧାନ ହୋଇଥିଲା। ଓଡ଼ିଶୀ ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଲନୀୟ। ସେ କେବଳ ଜଣେ କୁଶଳୀ ବାୟୋଲିନ୍ ବାଦକ ନଥିଲେ, ବରଂ ଅନେକ କ୍ଲାସିକ୍ ଓଡ଼ିଆ ସିନେମା ଏବଂ ଓଡ଼ିଶୀ ନୃତ୍ୟର ସଙ୍ଗୀତ ସଂଯୋଜନା କରି ଶ୍ରୋତାଙ୍କ ହୃଦୟ ଜିତିଥିଲେ। ତାଙ୍କର କୃତି ଓ ସଙ୍ଗୀତ ସାଧନା ଆଜି ବି ଆମ ଓଡ଼ିଶାର ସଂସ୍କୃତି ଓ କଳା ପ୍ରେମୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିଛି।
Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର:ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ସାଲିଆସାହିର ଏହି ଅଞ୍ଚଳକୁ ସଫା ରଖିବା ପାଇଁ BMC କେବେ ତତ୍ପର ହେବ?
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସାଲିଆସାହି ଅଞ୍ଚଳରେ ଯାତାୟାତ ରାସ୍ତାକଡ଼ରେ ଅଳିଆ ଆବର୍ଜନା ଗଦା ହୋଇ ପଡ଼ିରହିଛି। ପ୍ଲାଷ୍ଟିକ୍, ଖାଦ୍ୟ ପ୍ୟାକେଟ୍, ଶୁଖିଲା ଡାଳପତ୍ର ଓ ଅନ୍ୟାନ୍ୟ ଆବର୍ଜନା ରାସ୍ତାକଡ଼ରେ ଜମା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ସ୍ୱଚ୍ଛତାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ସହରକୁ ସ୍ୱଚ୍ଛ ରଖିବା ପାଇଁ ବିଏମ୍ସି (BMC) ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ସାଲିଆସାହିର ଏହି ଦୃଶ୍ୟ ସ୍ୱଚ୍ଛତା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ରାସ୍ତାକଡ଼ରେ ଅଳିଆ ପଡ଼ି ରହିବା ଦ୍ୱାରା ଦୁର୍ଗନ୍ଧ ସୃଷ୍ଟି ହେବା ସହ ମଶାମାଛି ବଢ଼ିବା ଏବଂ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେବାର ଆଶଙ୍କା ରହିଛି। ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟାତ କରୁଥିବା ଲୋକଙ୍କ ସୁବିଧା ଓ ସ୍ୱଚ୍ଛ ପରିବେଶକୁ ଦୃଷ୍ଟିରେ ରଖି ତୁରନ୍ତ ଅଳିଆ ଆବର୍ଜନା ସଫା କରିବା ସହ ନିୟମିତ ସଫେଇ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟିର ମା ଲକ୍ଷ୍ମୀ ପୂଜା ଆସନ୍ତା ୨୫ ରୁ.
ରାଉରକେଲା: ଧନ, ସମୃଦ୍ଧି ଓ ସୁଖଶାନ୍ତିର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାକୁ ନେଇ ରାଉରକେଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତା ୨୫ ଅକ୍ଟୋବରରୁ ୨ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସେକ୍ଟର-୭ ଦୁର୍ଗାପୂଜା ପଡ଼ିଆରେ ଆୟୋଜିତ ହେବ ମା’ ଲକ୍ଷ୍ମୀ ପୂଜା। ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ କାମନା କରି ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହିତ ଏହି ପୂଜା ଆୟୋଜନ କରିବାକୁ ଯାଉଛି ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି। ଏସମ୍ପର୍କରେ କମିଟି ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତା ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ନଅ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ଅବସରରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଆମନ୍ତ୍ରଣ କରାଯାଇଛି। ନୀତି ନିୟମ,ଶାନ୍ତି ଶୃଙ୍ଖଳା ସହ ଏହି ପୂଜା ପାଳନ କରାଯିବ। ଏହି ପୂଜାରେ ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ ମା'ଙ୍କ ଆଶିର୍ବାଦ ଲାଭ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଜନରେ କମିଟିର ଅଧ୍ୟକ୍ଷା ପୂଜା ରାୟ, ଉପାଧ୍ୟକ୍ଷା ସୁଚିତ୍ରା ତନ୍ତୀ, ସଂଯୋଜିକା ମିନତୀ ଦେବତା ଏବଂ ସଭାପତି କଳ୍ପନା ଭଞ୍ଜଙ୍କ ସହ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଷାଧକ୍ଷା ମମତା ଜେନା , ଅନ୍ନପୂର୍ଣ୍ଣା ବେହେରା , ଅହଲ୍ୟା ପାଣି , ରଜନୀ ନାୟକ , ନିବେଦିତା ବୈରୀଗଞ୍ଜନ , ସୁପ୍ରଭା ଦେହୁରୀ , ପ୍ରିୟଦର୍ଶିନୀ ରାଉତ , ମନ୍ଦିରା ମିଶ୍ର, ମମତା ଚାନ୍ଦ, ଅନୁପମା ସ୍ୱାଇଁ , ଅଳକା ଦାସ , ରଶ୍ମୀ ମଣ୍ଡଳ, ସଂଯୁକ୍ତା କାଣ୍ଡି, ରୀତା ପାଢ଼ୀ , ଅଞ୍ଜଳୀ ନାୟକ , ନମିତା ସାହୁ, ବେବି ସେଠୀ, ସରୋଜିନୀ ବେହେରା,ଗୀତା ନାୟକ, ଲକ୍ଷ୍ମୀପ୍ରିୟା ବେହେରା , ଭାନୁମତୀ ବେହେରା , ବିମଳା ବଡ଼ାଇ , ଚାନ୍ଦ ବଡାଇକ,ପୂଜା ହରିପାଲ ପ୍ରମୁଖ ଉପସ୍ଥିତ ଥିଲେ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

କୋଶଳାରେ INTUC ପକ୍ଷରୁ ବ୍ଲକସ୍ତରୀୟ ଅଣସଂଗଠିତ ଶ୍ରମିକ ସମାବେଶ
କୋଶଳା: କୋଶଳାଠାରେ INTUC ପକ୍ଷରୁ ବ୍ଲକସ୍ତରୀୟ ଅଣସଂଗଠିତ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଆଶାକର୍ମୀ, ପାଚିକା, ସହାୟିକା, ମିଶନ ଶକ୍ତିର ମହିଳା ଏବଂ ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟରତ ମହିଳାମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସସ୍ମିତା ବେହେରା ଯୋଗଦେଇଥିବା ବେଳେ INTUCର ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ବହୁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଏହି ସମାବେଶରେ ଅଣସଂଗଠିତ ଶ୍ରମିକ ତଥା ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟରତ ମହିଳାମାନଙ୍କ ସମସ୍ୟା, ଅଧିକାର ଓ ଦାବିକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଛେଣ୍ଡିପଦା , ଅନୁଗୋଳ

ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ: ABVPର ୨୦ ଛାତ୍ରନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ତାଳଚେର: ଅନୁଗୋଳ ଜିଲ୍ଲାର ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ପ୍ରାର୍ଥୀମାନେ ବିଭିନ୍ନ ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବେ ତୁଷାର ସାହୁ, ଉପସଭାପତି ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ଭାବେ ହିମେଶ ମହାରଣା ଏବଂ ସହସମ୍ପାଦକ ଭାବେ କ୍ଷୀରୋଦିନୀ ନାୟକ ନିର୍ବାଚିତ ହୋଇଛନ୍ତି। ଏଥିସହ ବିଭିନ୍ନ ପଦପଦବୀ ପାଇଁ ମୋଟ ୨୦ ଜଣ ଛାତ୍ରନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ABVP ପକ୍ଷରୁ ଖୁସି ପ୍ରକାଶ କରାଯାଇଛି। ନିର୍ବାଚିତ ସମସ୍ତ ଛାତ୍ରନେତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଏହି ବିଜୟ ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ସମର୍ଥନର ପ୍ରତିଫଳନ ବୋଲି ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

କବିତାଘର ଦ୍ୱାଦଶ ସାହିତ୍ୟ ଉତ୍ସବ ଆୟୋଜିତ
ବ୍ରହ୍ମପୁର ୧୧ -୧୦ -୨୦୨୬ ଗଞ୍ଜାମର କବିତାଘର ଦ୍ୱାଦଶ ସାହିତ୍ୟ ଉତ୍ସବ ଆୟୋଜିତ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ଦ୍ୱାଦଶ ସାହିତ୍ୟ ଉତ୍ସବ କେ ସି ପବ୍ଲିକ ସ୍କୁଲ ସଭାଗୃହ ଠାରେ ଆୟୋଜିତ ହୋଇଯାଇଅଛି । କବିତା ପର୍ବରେ ଉଦ୍ଘାଟକ ସାହିତ୍ୟ ସଂଗଠକ ଶ୍ୟାମ ପ୍ରସାଦ ମିଶ୍ର, ବ୍ରହ୍ମପୁର, ସମ୍ମାନୀତ ବକ୍ତା ଲେଖକ ଓ ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ, ରାୟଗଡ, ନିମନ୍ତ୍ରିତ ଅତିଥି ବିଶିଷ୍ଟ କବି ବିଦେଶୀ ନାୟକ, ଦାରିଙ୍ଗବାଡି, ସ୍ୱତନ୍ତ୍ର ଅତିଥି ଲେଖକ ଓ ଅଭିନେତା ପ୍ରହଲ୍ଲାଦ ବେହେରା, ଗଞ୍ଜାମ ଓ ଶିକ୍ଷା ପ୍ରଶାସକ ଅବିନାଶ ଶତପଥୀ, ସଂଯୋଜକ - ଲେଖକ ଓ ସୁବକ୍ତା ଗୋପୀନାଥ ଦାଶ, ଖୋର୍ଦ୍ଧା, ସଂଯୋଜିକା ଲେଖିକା ଜ୍ୟୋତ୍ସ୍ନାରାଣୀ ଦେବୀ, ବ୍ରହ୍ମପୁର କବି ଓ ନାଟ୍ୟକାର ପ୍ରହଲ୍ଲାଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ବେଳେ ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥି ଲେଖିକା ଓ ପ୍ରଶାସିକା ଡ ମମତାରାଣୀ ନାୟକ, ଭୁବନେଶ୍ୱରର, ସମ୍ମାନୀତ ବକ୍ତା ବିଶିଷ୍ଟ ସମ୍ପାଦକ ନିହାର ଶତପଥୀ, ସମ୍ପାଦକ ସାହିତ୍ୟ ଚର୍ଚ୍ଚା, ସ୍ୱତନ୍ତ୍ର ଅତିଥି ସାମ୍ବାଦିକ ଓ ସଂଗଠକ ଶ୍ରୀ ରବି ରଥ, ସଂପାଦକ ନବୀନ ଓ ସାହିତ୍ୟ ସଂଗଠକ ହୃଷିକେଶ ଗୌଡ, ଗଜପତି, ସଭାପତି ଆଇନଜୀବୀ ସୁଧାଂଶୁ ଶେଖର ସାହୁ , ଖଲ୍ଲିକୋଟ ଯୋଗଦେଇଥିଲେ ଯାହାକୁ ସଞ୍ଚାଳନ କରିଥିଲେ ସମ୍ପାଦକ ଭାଗୀରଥି ବେହେରା । ୨୦୨୬ ବର୍ଷ ନିମନ୍ତେ ରାଜ୍ୟସ୍ତରୀୟ କବି ସମ୍ମାନ କବି ସୁବାସ ଚନ୍ଦ୍ର ସାହୁ, ରାୟଗଡ଼ା, ଜିଲ୍ଲାସ୍ତରୀୟ କବି ସମ୍ମାନ କବି ବିଷ୍ଣୁ ପ୍ରସାଦ ଦାସ, ଲଙ୍ଗଳେଶ୍ୱର, ସ୍ଵର୍ଗତା ଦେବମଣି ସାହୁ ପୁସ୍ତକ ସ୍ମୃତି ସମ୍ମାନ କବି ଦୀନବନ୍ଧୁ ବେଜ, ମାଲକାନଗିରି, ପୁସ୍ତକ ବନଗିରି ଲତାଗିରି, ସ୍ଵର୍ଗତା ରୁକୁଣା ବେହେରା ପୁସ୍ତକ ସ୍ମୃତି ସମ୍ମାନ କବୀ କଳ୍ପନା କୁମାର ପ୍ରଧାନ, ଭଞ୍ଜନଗର, ପୁସ୍ତକ ସମନ୍ୱୟ, ସ୍ୱର୍ଗତା ପ୍ରମିଳା ସ୍ୱାଇଁ କବିତା ପୁସ୍ତକ ସ୍ମୃତି ସମ୍ମାନ କବୀ ସନ୍ଧ୍ୟାରାଣୀ ଦେବୀ, ଗଞ୍ଜାମ, ପୁସ୍ତକ ମୋ ଝର୍କାରୁ କୃଷ୍ଣଚୂଡ଼ା ଓ ଶ୍ରେଷ୍ଠ ସମ୍ପାଦକ ସମ୍ମାନ ଶ୍ରୀ ନିହାର ଶତପଥୀ, ସଂପାଦକ ସାହିତ୍ୟ ଚର୍ଚ୍ଚା ଆଦି ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ଭାଗୀରଥୀ କବିତାର ଗଙ୍ଗା ୨୦୨୬ ସମ୍ପାଦକ ଭାଗୀରଥି ବେହେରା, ଜୟା ବିଜୟା ଗଳ୍ପ ବାଟିକା ଗାଳ୍ପିକ ଶେଷଦେବ ବେହେରା, ନିଖୋଜ ନାୟିକାର ଇତିବୃତ୍ତ ଔପନ୍ୟାସିକ ବାଲାଜି ସେଠୀ, ନୀଳକଇଁର ପୋଖରୀ ବୁଲା ଗାଳ୍ପିକା ସଂଧ୍ୟାରାଣୀ ଦେବୀ, ଝାଇଁକି ଝୁମ୍ପା ଗାଳ୍ପିକା ଜ୍ୟୋସ୍ନାରାଣୀ ଦେବୀ ଓ ପୁଷି ମାଉସୀ ପଢ଼ୁଛି ବସି ଗାଳ୍ପିକା ଜ୍ୟୋସ୍ନାରାଣୀ ଦେବୀଙ୍କ ବହି ଉନ୍ମୋଚନ ହୋଇଥିଲା। ପ୍ରାୟଃ ୧୦୦ରୁ ଉର୍ଦ୍ଧ୍ଵ କବି ଲେଖକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିବା ଏହି ଉତ୍ସବକୁ ଆୟୋଜିତ କରିବାରେ ସହଯୋଗ କରିଥିଲେ କବି ଧର୍ମାନନ୍ଦ ମହାରଣା, କବି ତ୍ରିଲୋଚନ ଦାସ, କବି ଭାଗିରଥୀ ପଣ୍ଡା, କବୀ ଜୟନ୍ତୀ ବେହେରା, କବି ଶେଷଦେବ ବେହେରା ଓ କବି ସଂଧ୍ୟାରାଣୀ ଦେବୀ ଆଦି କବି ।
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ଦଶହରା ପର୍ବ ପୂର୍ବରୁ ଆକ୍ସନ୍ ମୋଡ୍ରେ ଅବକାରୀ ବିଭାଗ - ସ୍ପେସିଆଲ୍ ଡ୍ରାଇଭ୍ରେ ଗଞ୍ଜେଇ ଜବତ ଦୁଇ ଗିରଫ
ଚିକିଟି -- ଦଶହରା ପର୍ବ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ରୋକିବା ଲକ୍ଷ୍ୟରେ ଆକ୍ସନ୍ ମୋଡ୍ରେ ଅବକାରୀ ବିଭାଗ। ବ୍ରହ୍ମପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ପେସିଆଲ୍ ଡ୍ରାଇଭ୍ ଜୋରଦାର କରାଯାଇଛି। ଚିକିଟି ଅବକାରୀ ରେଞ୍ଜ ପକ୍ଷରୁ କେ.ନୂଆଗାଁ ଓ ପାଟପୁର ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୯ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ଥାନା ଅଧିକାରୀ ସଞ୍ଜୟ ଭୁକ୍ତାଙ୍କ ନେତୃତ୍ୱରେ କେ.ନୂଆଗାଁ ଥାନା ଅନ୍ତର୍ଗତ ଲିଆଖାଇ ଗ୍ରାମ ନିକଟରେ ଚଢ଼ାଉ କରାଯାଇ ୨୦ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ PR-୧୩୩/୨୬-୨୭ ନଂ ରେ ମାମଲା ରୁଜୁ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ପାଟପୁର ଥାନା ଅନ୍ତର୍ଗତ ଆମ୍ବଗାଁ ନିକଟରେ ଅବକାରୀ ଉପ-ଅଧୀକ୍ଷିକା ସ୍ନେହଲତା ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ୯ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ କେସ୍ ନଂ ୫୪/୨୬-୨୭ ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଉଭୟ ମାମଲାରେ ମୋଟ ୨୯ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ ସହ ଦୁଇ ଜଣଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇ ଅଭିଯୁକ୍ତ ମାନଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ଉକ୍ତ ଚଢ଼ାଉ ବେଳେ ଅବକାରୀ ବିଭାଗର କର୍ମଚାରୀ ପୃଥ୍ୱୀରାଜ ସ୍ୱାଇଁ, ଦିବ୍ୟ ରଞ୍ଜନ କହଁର, ସୁକାନ୍ତ କହଁର, ସାହେବ ଶବର ,ପ୍ରଫୁଲ୍ଲ ବେହେରା, ଗୋବିନ୍ଦ ବେହେରା, ସୂର୍ଯ୍ୟନାରାୟଣ ଜେନା ଓ ବସନ୍ତ ପ୍ରଧାନ ସାମିଲ ଥିଲେ। ଦଶହରା ପର୍ବ କୁ ଦୃଷ୍ଟିରେ ରଖି ଗଞ୍ଜେଇ ସମେତ ବେଆଇନ ନିଶା କାରବାର ଉପରେ ଅବକାରୀ ବିଭାଗର ଏହି ସ୍ପେସିଆଲ୍ ଡ୍ରାଇଭ୍ ରେ ଆଗକୁ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

ଗଞ୍ଜାମର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ ପର୍ଯ୍ୟଟନ କମିଶନର
ଛତ୍ରପୁର, 11/୧୦: ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳୱନ୍ତ ସିଂହ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି। ସେ ମା’ ନାରାୟଣୀ ମନ୍ଦିର, ଆର୍ଯ୍ୟପଲ୍ଲୀ ବେଳାଭୂମି, ଟାମ୍ପରା ହ୍ରଦ ଓ ଗୋପାଳପୁର ପରିଦର୍ଶନ କରି ସେଠାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଗୋପାଳପୁର ବେଳାଭୂମିର ଭିତ୍ତିଭୂମି ବିକାଶ ଓ ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧାର ବିକାଶ ଓ ଆକର୍ଷଣ ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ପରିଦର୍ଶନ ସମୟରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଆକବରମ ସସ୍ୟା ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ
