ସଡ଼କ ପରିବହନ ଡ୍ରାଇଭର ମହାସଂଘ ବିଭିନ୍ନ ସମସ୍ୟା ଓ ସୁରକ୍ଷା ଦାବି ନେଇ ଭୁବନେଶ୍ୱରରେ ମହାସଂଘର ଗୁରୁତ୍ୱପୂର୍ଣ୍ଣ ଆଲୋଚନା
Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼October 12, 202639 views

ରାଜ୍ୟର କୋଟି କୋଟି ଜୀବନଜୀବିକାକୁ ପ୍ରଭାବିତ କରୁଥିବା ସଡ଼କ ପରିବହନ ଏବଂ ଡ୍ରାଇଭରମାନଙ୍କ ସମସ୍ୟା ସମାଧାନ ପାଇଁ ସଡ଼କ ପରିବହନ ଡ୍ରାଇଭର ମହାସଂଘ ରାଜ୍ୟ କମିଟି ପକ୍ଷରୁ ଏକ ପ୍ରମୁଖ ବୈଠକ ତଥା ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କର୍ମକର୍ତ୍ତାମାନେ ଯୋଗଦେଇ ଡ୍ରାଇଭରମାନଙ୍କ ସାମାଜିକ ସୁରକ୍ଷା, ଜୀବନ ବୀମା, ପେନସନ୍ ଏବଂ ରାପ୍ତୀ/ପାର୍କିଂ ସୁବିଧା ନେଇ ଆଲୋଚନା କରିଛନ୍ତି।
ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଦିନରାତି ଏକ କରି ଗାଡ଼ି ଚଳାଉଥିବା ଡ୍ରାଇଭରମାନେ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ଏହି ବର୍ଗଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍ ଏବଂ ଆର୍ଥିକ ସୁରକ୍ଷା ଯାଗାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ଦାବି କରାଯାଇଛି। ଆଗାମୀ ଦିନରେ ସଂଘର ଆଭିମୁଖ୍ୟ ଏବଂ ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ସମସ୍ତ ସଦସ୍ୟମାନେ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।
