--:--:--
-- ---
Srishti News

Web News

ବଅଁରପାଳ ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Oct 12, 2026•53 views

ବଅଁରପାଳ ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଅଁରପାଳ: ବଅଁରପାଳ ବ୍ଲକ କଂଗ୍ରେସ ପକ୍ଷରୁ ସ୍ଥାନୀୟ ନାଲକୋନଗର ନେସ୍ କିର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ବ୍ଲକ ସଭାପତି ବିନୋଦ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟ ଆଇଏନଟିୟୁସି ସଭାପତି ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଉଦବେଗଜନକ। ଭୋଟ ଚୋରୀ ନେଇ ଦେଶରେ ଏକ ଅବିଶ୍ବାସନୀୟ ଆନ୍ଦୋଳନ ଆରମ୍ଭ ହୋଇଯାଇଛି, ଯାହାକି ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର ସହ ଗିରଫ ପାଇଁ କକ୍ରୋଜ ଜନତା ପାର୍ଟି ଦିଲ୍ଲୀରେ ଓ ରାହୁଳ ଗାନ୍ଧୀଙ୍କ ନେତୃତ୍ଵରେ ସମଗ୍ର ଭାରତବର୍ଷରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ଦେଶବାସୀଙ୍କ ବିଶ୍ବାସ ପ୍ରତି କେନ୍ଦ୍ର ସରକାର କୁଠାରାଘାତ କରିଛି, ଫଳରେ ସେମାନଙ୍କ ପତନର ବାଟ ଖୋଲିଯାଇଛି। ଏଣୁ ସମସ୍ତ କଂଗ୍ରେସ କର୍ମୀ ତୃଣମୂଳ ସ୍ତରରୁ ଏକାଠି ବସି ଦଳକୁ ଆଗକୁ ବଢ଼ିବାରେ ସହଯୋଗ କରି ରାହୁଳ ଗାନ୍ଧୀଙ୍କ ସ୍ବରକୁ ଦ୍ଵିଗୁଣିତ କରିବା ପାଇଁ କାର୍ଯ୍ୟ କରିବାକୁ ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଉକ୍ତ ବୈଠକରେ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନ ଯୋଗଦେଇ କଂଗ୍ରେସ ଦଳକୁ ସୁସଂଗଠିତ କରିବା ପାଇଁ ବୁଥ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦଳର ନୀତି ଓ ଆଦର୍ଶବୋଧକୁ ଜନମାନସରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ ଓ ତାଙ୍କ ଉପସ୍ଥିତି ନେଇ ଯେତେବେଳେ ଯେଉଁଠି ଆବଶ୍ୟକ ରହିବ ସେ ଆଗରେ ଠିଆହୋଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ। ପ୍ରଦେଶ କଂଗ୍ରେସ କମିଟିର ଉପସଭାନେତ୍ରୀ ସସ୍ମିତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କଂଗ୍ରେସ ଦଳକୁ ଆଗକୁ ବଢ଼ାଇବା ପାଇଁ ପ୍ରତ୍ୟେକ କର୍ମୀ ଜଣେ ଜଣେ ନିଃସ୍ଵାର୍ଥପର ସୈନିକ ହୋଇ କାର୍ଯ୍ୟ କଲେ ନିଶ୍ଚିତ ସୁଫଳ ମିଳିବ, ଏଥିରେ ସନ୍ଦେହ ନାହିଁ। ଏଣୁ ଆମେ ଗୋଟିଏ ପରିବାରର ସଦସ୍ୟ ହୋଇ ପରିବାରର ଉନ୍ନତିର ଲକ୍ଷ, ଆମ ସମସ୍ତଙ୍କର ବୋଲି ହୃଦୟଙ୍ଗମ କଲେ ଦଳର ମଙ୍ଗଳ ହେବ ବୋଲି ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲା ସହ ପ୍ରଭାରୀ ଆଦିତ୍ୟ ଅନୁଭବ ସିଂହ, ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ସମ୍ପାଦକ ସୁଦୀପ ମିଶ୍ର, ରାଜ୍ୟ କୃଷକ କଂଗ୍ରେସର ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ, ରାଜ୍ୟ ଆଦିବାସୀ କଂଗ୍ରେସର ସାଧାରଣ ସମ୍ପାଦକ ତପନ ପ୍ରଧାନ, ରାଜ୍ୟ ଏସସି ସେଲର ସାଧାରଣ ସମ୍ପାଦକ ନୀଳକଣ୍ଠ ନାଏକ, ଜିଲ୍ଲା କଂଗ୍ରେସ ମିଡ଼ିଆ ସେଲ୍ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ନାଥ, ଜିଲ୍ଲା କଂଗ୍ରେସ ଉପସଭାପତି ଚିତ୍ତରଞ୍ଜନ ନାଏକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ, ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜିର ଏହି ସମ୍ବର୍ଦ୍ଧନା ସଭାରେ ପ୍ରଥମେ ବଅଁରପାଳ ବ୍ଲକ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ଜରଡା ପଞ୍ଚାୟତର ପାରିପରା ନିବାସୀ ସ୍ଵର୍ଗତ ମଧୁସୂଦନ ବେହେରାଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ ନବଗଠିତ ବ୍ଲକ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ଅତିଥିଙ୍କ ଜରିଆରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶାନୁସାରେ ଆସନ୍ତା ଦୁଇ ମାସ ସମସ୍ତ ପ୍ରକାର କାର୍ଯ୍ୟକୁ ସୂଚାରୁରୂପେ ପାଳନ କରିବାକୁ ଉକ୍ତ ବୈଠକରେ ସ୍ଥିର କରାଗଲା। ବୁଥ ସ୍ତରୀୟ କମିଟି ଗଠନ କରିବାକୁ ପଞ୍ଚାୟତ ସଭାପତି ମାନଙ୍କୁ କୁହାଯାଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷକ କଂଗ୍ରେସର ଅଧ୍ୟକ୍ଷ ସୌମେନ୍ଦ୍ର ଦେହୁରୀ, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ସୁବାସ ସାହୁ, ଅଳକା ରାଣୀ ମହାପାତ୍ର, ଅନୁଗୋଳ ବ୍ଲକ ସଭାପତି ରାକେଶ ମିଶ୍ର, ଅନୁଗୋଳ ନଗର ସଭାପତି ରଶ୍ମିରଞ୍ଜନ ସାହୁ, ଜିଲ୍ଲା କଂଗ୍ରେସ ସମ୍ପାଦକ ଅରୁଣ ଦାସ, ସଂଗ୍ରାମ ବେହେରା, ଲିଲି ବେହେରା, ମାନିନୀ ପ୍ରଧାନ, ପଦ୍ମିନୀ ଗଡ଼ନାୟକ, ସଞ୍ଜୟ ସାହୁ, ମନୋଜ ସାହୁ, ଭରତ ଚନ୍ଦ୍ର ବେହେରା, କୁମୁଦ ବନ୍ଧୁ ଧର, ବସନ୍ତ ବେଉରା, ଅଭୟ ବେହେରା, ଦୁଷ୍ମନ୍ତ ପ୍ରଧାନ, ରଣଜିତ ବେହେରା, ଜଗନ୍ନାଥ ବେହେରା, ନନ୍ଦକିଶୋର ପ୍ରଧାନ, ଗୋପିନାଥ ସାହୁ, ମାନସୀ ନାଥ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି, ୩୩ଟି ଅଭିଯୋଗ ଗ୍ରହଣ
Oct 12, 2026•53 views

ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି, ୩୩ଟି ଅଭିଯୋଗ ଗ୍ରହଣ

ଅନୁଗୋଳ: ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୩୩ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୨୭ଟି ବ୍ୟକ୍ତିଗତ ଓ ୬ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଶୁଣାଣି ଶିବିରରେ ଗ୍ରାମ୍ୟ ସମସ୍ୟା, ସ୍ୱାସ୍ଥ୍ୟସେବା, ଗ୍ରାମୀଣ ଆବାସ, ଜମିଜମା ବିବାଦ ସମେତ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ନେଇ ଲୋକମାନେ ନିଜ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ। ଏଥିସହ ରେଡକ୍ରସ ପାଣ୍ଠିରୁ ୩ ଜଣ ଆବେଦନକାରୀଙ୍କୁ ମୋଟ ୧୫ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ତାଳଚେରରେ ମେଗା ରକ୍ତଦାନ ଶିବିର, ରକ୍ତଦାତାଙ୍କୁ ଉତ୍ସାହିତ କଲେ ବିଜେପି ନେତା ବିଭୂତି ସାହୁ
Oct 12, 2026•47 views

ତାଳଚେରରେ ମେଗା ରକ୍ତଦାନ ଶିବିର, ରକ୍ତଦାତାଙ୍କୁ ଉତ୍ସାହିତ କଲେ ବିଜେପି ନେତା ବିଭୂତି ସାହୁ

ତାଳଚେର: ରକ୍ତଦାନ ମହତ୍ ଦାନ, ରକ୍ତଦାନ କରି ବଞ୍ଚାନ୍ତୁ ଅମୂଲ୍ୟ ଜୀବନ” ଏହି ମହତ୍ ଉଦ୍ଦେଶ୍ୟ ନେଇ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ କଲ୍ୟାଣ ସମିତି ପକ୍ଷରୁ ତାଳଚେରସ୍ଥିତ ଜଗନ୍ନାଥ କଳା କେନ୍ଦ୍ରଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ବିଜେପି ନେତା ତଥା ସମାଜସେବୀ ବିଭୂତି ସାହୁ, ବରିଷ୍ଠ ବିଜେପି ନେତା ବିଜୟ ମାଝୀ, ଯୁବ ସମାଜସେବୀ ଜଗନ୍ନାଥ ପ୍ରଧାନ, ସମିତିର ସଭାପତି ଗୌର ସାର୍, ସମ୍ପାଦକ ଭଜମନ ବେହେରାଙ୍କ ସମେତ ଅନୁଷ୍ଠାନର ସଦସ୍ୟ ଓ ବହୁ ଯୁବକ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନ ଭଳି ମହତ୍ କାର୍ଯ୍ୟର ଆୟୋଜନ କରିଥିବା ଗୋପବନ୍ଧୁ କଲ୍ୟାଣ ସମିତିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।ରକ୍ତଦାନ ହେଉଛି ଏକ ମହାନ ମାନବୀୟ ସେବା। ଜଣେ ବ୍ୟକ୍ତିଙ୍କ ରକ୍ତଦାନ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ତେଣୁ ସମାଜର ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

କେନ୍ଦ୍ରାପଡ଼ା ଜିଲା କଂଗ୍ରେସ କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା
Oct 12, 2026•20 views

କେନ୍ଦ୍ରାପଡ଼ା ଜିଲା କଂଗ୍ରେସ କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା

କେନ୍ଦ୍ରାପଡ଼ା,୧୨ା୧୦:ମଣିପୁର ଇନ୍ନର ସାଂସଦ ଅଙ୍ଗୋମଚାବିମଲ ଅକୋଇଜାମ ୧୧ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ବେଳେ ତାଙ୍କ ବିରୋଧରେ ଯିବାକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନିରବତାକୁ ନେଇ କେନ୍ଦ୍ରାପଡ଼ା ଜିଲା ବିଜେପି ମହିଳା ମୋର୍ଚ୍ଚା ପ୍ରଶ୍ନ ଉଠଟାଇଛି । ଏହା ସହ ଜିଲା କଂଗ୍ରେସ ଭବନକୁ କେନ୍ଦ୍ରାପଡ଼ା ଜିଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ନେତୃତ୍ୱରେ ଘେରାଉ କରାଯାଇଛି । ଏହାସହ ତିନିମୁହାଣୀ ଠାରେ ସାଂସଦ ଅଙ୍ଗୋମଚାବିମଲ ଅକୋଇଜାମଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ଅବସରରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ. ଜେନା କହିଥିଲେ ଯେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ସବୁବେଳେ ସମାଲୋଚନା କରୁଛନ୍ତି । ହେଲେ ନିଜ ଦଳରେ ଯେଉଁମାନେ ଭୁଲ କାମ କରୁଛନ୍ତି ତାଙ୍କୁ ସୁରକ୍ଷା ଦେଉଛନ୍ତି । ଜଣେ ସାଂସଦ ୧୧ ଜଣ ଛାତ୍ରୀଙ୍କୁ ଅସଦାଚରଣ କଲେ । ହେଲେ ତାଙ୍କ ବିରୋଧରେ ରାହୁଲ ଗାନ୍ଧୀ ମୁହଁ ଖୋଲୁ ନାହାଁନ୍ତି । ତାଙ୍କୁ ଓଲଟା ସୁରକ୍ଷା ଦେଉଛନ୍ତି । ଯାହା ସମ୍ମିଧାନ ବିରୋଧୀ କାର୍ଯ୍ୟ ବୋଲି ସେ କହିଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ନାରୀ ନେତ୍ରୀ ଗୀତାଞ୍ଜଳୀ ସେଠୀ, ଜିଲା ଉପ ସଭାନେତ୍ରୀ ମନିଷା ପଣ୍ଡା, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ରାଜଲକ୍ଷ୍ମୀ ଦାସ, ଜିଲା କୃଷକ ମୋର୍ଚ୍ଚା ଉପ ସଭାନେତ୍ରୀ ବିଷ୍ଣୁପ୍ରିୟା ମହାପାତ୍ର, ଜିଲା ସଂପାଦିକା ନମିତା ବଳ, ଝିଲି ଦାସ, ପୂର୍ବତନ ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ, ବନ୍ଦନା ରାଉତରାୟ, ପ୍ରିୟଙ୍କା ଶତପଥୀ, ରଶ୍ମିତା ସାହୁ, ରିନାରାଣୀ ଦାସ, ପ୍ରମିଳା ମିଶ୍ର, ପଙ୍କଜିନୀ ସାମଲ, ଚିନ୍ମୟୀ ପାତ୍ର, ମଧୁସ୍ମିତା ମଲ୍ଲ, ନିର୍ମଳା ମଲ୍ଲ, ରଶ୍ମିତା ନାୟକ, ଜୟନ୍ତୀ ଜେନା, ନିହାରିକା ନାୟକ, ମାନସୀ ସାହୁଙ୍କ ସମେତ ୩୦୦ରୁ ଊଦ୍ଧ୍ୱର୍ ମହିଳା ମୋର୍ଚ୍ଚାର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ ।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା

କାକଟମଙ୍ଗଳା କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ଉଦ୍‌ଘାଟିତ
Oct 12, 2026•16 views

କାକଟମଙ୍ଗଳା କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ଉଦ୍‌ଘାଟିତ

ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଓ କଳା-ସଂସ୍କୃତିର ପ୍ରସାର ପାଇଁ ଅଭିନବ ପ୍ରୟାସ କେନ୍ଦ୍ରାପଡ଼ା, ୧୨ ଅକ୍ଟୋବର ୨୦୨୬: କେନ୍ଦ୍ରାପଡ଼ା ବ୍ଲକ୍‌ର କାକଟମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ କେନ୍ଦ୍ରାପଡ଼ାସ୍ଥିତ ଫ୍ରେଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନେ ଯୋଗଦେଇ ଶିକ୍ଷା ସହିତ କଳା, ସାହିତ୍ୟ, ସଂସ୍କୃତି ଓ ସୃଜନଶୀଳତାର ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ। ଉଦ୍‌ଘାଟନୀ ସମାରୋହରେ ୱାର୍ଡ ନଂ-୧୦ର କାଉନସିଲର ଶ୍ରୀମତୀ ରଶ୍ମିତା ସିଂହ ଓ କ୍ଲଷ୍ଟର ସିଆରସିସି ଶ୍ରୀ ସଦାଶିବ ସାହୁ ଉଦ୍‌ଘାଟକ ଭାବେ ଯୋଗଦେଇଥିବା ବେଳେ ଫ୍ରେଜର ବାଳିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସବ୍ୟସାଚୀ ବେହେରା ସଭାପତିତ୍ୱ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ପୀତବାସ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସୁରଭି’ର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ସଙ୍ଗୀତ, ବିତର୍କ, ବକ୍ତୃତା, କୁଇଜ୍‌, ସୁଲେଖନ ଓ ପିଏମ୍ ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସହିତ ହସ୍ତଶିଳ୍ପ ଓ କଳାକୃତି ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିସହିତ କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାଗୁଡ଼ିକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆଗାମୀ ବ୍ଲକ୍‌ସ୍ତରୀୟ ‘ସୁରଭି’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଉଦ୍‌ଯାପନୀ ସମାରୋହରେ କେନ୍ଦ୍ରାପଡ଼ା ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ବ୍ଲକ୍ ରିସୋର୍ସ ସେଣ୍ଟର ସଂଯୋଜକ (ABEO-cum-BRCC) ଶ୍ରୀ ରଞ୍ଜନ କିଶୋର ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଶ୍ରୀ ସବ୍ୟସାଚୀ ବେହେରା ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ମ୍ୟୁନିସିପାଲ୍ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସିଦ୍ଧାର୍ଥ ଶଙ୍କର ଜେନା, ଦିଲାୱରପୁରସ୍ଥିତ ମଦ୍ରାସା ଇସଲାମିଆ ଆରବିଆର ହେଡ୍ ମୌଲବୀ ମୌଲାନା ଖୁର୍ସିଦ୍ ଅନୱର ଏବଂ କେନ୍ଦ୍ରାପଡ଼ାର ବିଆରଟି ଶ୍ରୀ ହିମାଂଶୁ ଶେଖର ନାୟକ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଫ୍ରେଜର ବିଦ୍ୟାଳୟର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ଉତ୍ସବରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଶେଷରେ କ୍ଲଷ୍ଟର ସିଆରସିସି ଶ୍ରୀ ସଦାଶିବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ‘ସୁରଭି-୨୦୨୬’ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି, ସୃଜନଶୀଳତାର ପ୍ରକାଶ ଏବଂ ସାମୂହିକ ସହଭାଗିତାର ଏକ ଉତ୍କୃଷ୍ଟ ମଞ୍ଚ ଭାବେ ପରିଗଣିତ ହୋଇଥିଲା।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା

ପୁରେନାରେ କୋଶଲ କଳାକାର ସଂଘର ବାର୍ଷିକ ଉତ୍ସବ
Oct 12, 2026•17 views

ପୁରେନାରେ କୋଶଲ କଳାକାର ସଂଘର ବାର୍ଷିକ ଉତ୍ସବ

ପାଇକମାଳ-ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମରେ କୋଶଲ କଳାକାର ସଂଘ, ନୃସିଂହନାଥର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଟାଇଲ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ମହିଳା ଓ ପୁରୁଷ କଳାକାର ଯୋଗଦେଇ ନିଜ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉତ୍ସବ ପ୍ରାରମ୍ଭରେ ଅଙ୍ଗନଦୀରୁ ପବିତ୍ର ଜଳପୂର୍ଣ୍ଣ କଳସ ଆଣି ଗ୍ରାମ ପରିକ୍ରମା କରାଯିବା ପରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କଳସ ସ୍ଥାପନ କରାଯାଇ ପୂଜାର୍ଚ୍ଚନା ହୋଇଥିଲା। ରାତ୍ର ରେ ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉତ୍ସବର ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ବରତୁଣ୍ଡ ସରପଞ୍ଚ ରୀତା ସୁନା, ବିଧାୟିକା ପ୍ରତିନିଧି ହୃଦାନନ୍ଦ ବାରିକ, ମାଣ୍ଡୋସିଲ ସମିତି ସଭ୍ୟ ଗୁଲାମ ରସୁଲ ରଙ୍ଗରେଜ୍,ସମାଜ ସେବୀ ଗୋବିନ୍ଦ ସୁନା, ନାରୀନେତ୍ରୀ କୌଶଲ୍ୟା ଧରୁଆ ଯୋଗଦେଇଥିଲେ । ଲୋକକଳାର ସୁରକ୍ଷା, କଳାକାରଙ୍କ ପ୍ରତିଭାର ବିକାଶ ଏବଂ ପାରମ୍ପରିକ କଳାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ସଂଘର ଏହି ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ମାୟାରାମ ଡନସନା, ଫକୀର ମୋହନ ମହାନ୍ତି, ଗଣପତି ଦାଉ, ଗୌରେସନ ଧରୁଆ, ସୁନାକର ମହାନ୍ତି ଓ ଯୁଗନ୍ତିନ ପୁଟାଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ବରଗଡ଼ ଧନୁଯାତ୍ରାରେ ବାସୁଦେବ ଭୂମିକାରେ ଅଭିନୟ କରୁଥିବା ମନୋଜ ସାହୁ, ଆଦର୍ଶ ସାମ୍ବାଦିକ ଭାବେ ଧୀରେନ ମହାନ୍ତି, ନୃସିଂହନାଥ କଳା ପରିଷଦ ଓ କୋଶଲ କଳାକାର ସଂଘର ସମ୍ପାଦକ ପାନାଲାଲ ସେଠଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏଥିସହ ଉପସ୍ଥିତ କଳାକାରମାନଙ୍କୁ ଅତିଥିମାନେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ନରୋତ୍ତମ ଦାସ, ଜେନା ମାହାର, ପଦ୍ମନ ପ୍ରଧାନଙ୍କ ସମେତ ପୁରେନା ଜୟ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀ, ରାଧାକୃଷ୍ଣ କୀର୍ତ୍ତନ ମଣ୍ଡଳୀ ଓ ରାଧାମାଧବ କୀର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ସହଯୋଗ କରିଥିଲେ। ସୁରେଶନ ଭୋଇ, ଦୟାନନ୍ଦ ମାଝୀ, ହେମନ୍ତ ଭୋଇ, କୀର୍ତ୍ତନ ଦାଉ, ଆନନ୍ଦ ପୁଟା, ଗଜରାଜ ଡନସନା, ଅଲଖ ଧରୁଆ, କୁନ୍ତୀ ବିଶ୍ୱାଳ, ହରେକୃଷ୍ଣ ଡନସନା, ଲବ୍ରୁ ହଂସ, ଦେବାନନ୍ଦ ପୁଟା, ଚନ୍ଦ୍ରଧ୍ୱଜ ବାରିକ, ଅର୍ଜୁନ ଧରୁଆ, ଫିରୋଜ ନାୟକ, ନରେନ୍ଦ୍ର ଦାଉ, ଡୋଲାମଣି ସିଂ, ବଳରାମ ପୁଟା, ଆକାଶ ଡନସନା, ଦୀନବନ୍ଧୁ ଦାଉଙ୍କ ସମେତ ଅନେକ କଳାକାର ଓ ଗ୍ରାମବାସୀଙ୍କ ସହଯୋଗରେ ଉତ୍ସବ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା ।ପରିଶେଷରେ ସଂଘର ସମ୍ପାଦକ ପାନାଲାଲ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଭଣ୍ଡାରପୁରୀରେ କୁଲତା ସମାଜ ର ବ୍ଲକ ସ୍ତରୀୟ ନୂଆଁ ଖାଇ ଭେଟ ଘାଟ
Oct 12, 2026•23 views

ଭଣ୍ଡାରପୁରୀରେ କୁଲତା ସମାଜ ର ବ୍ଲକ ସ୍ତରୀୟ ନୂଆଁ ଖାଇ ଭେଟ ଘାଟ

ଝାରବନ୍ଧ -ଝାରବନ୍ଧ ବ୍ଲକ ।ବାବା ବିଶା ଶହେ କୁଳ କୁଲତା ସମାଜ ର ୯ମ ନୂଆଁ ଖାଇ ଭେଟ ଘାଟ ଭଣ୍ଡାର ପୁରୀ ଗ୍ରାମ ରେ ରବିବାର ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଗ୍ରାମର ଶିବ ମନ୍ଦିର ଠାରୁ ୨୦୦ ମହିଳା ଙ୍କ କଳସ ଯାତ୍ରା ନାଚ ଗୀତ ବାଦ୍ୟ ସହ ଆରମ୍ଭ ହୋଇ ପୂଜା ମଣ୍ଡପକୁ ଅଣା ଯାଇଥିଲା। ତା ସହିତ ଘୁଚା ପାଳି ରୁ ଯୁଗାର ଯାତ୍ରା ବାହାରି ମଣ୍ଡପକୁ ଆସିଥିଲା । ବିଶାଳ କଳସ ଶୋଭାଯାତ୍ରା ରେ ସମାଜର ମହିଳା ପୁରୁଷ ଯୋଗ ଦେଇଥିଲେ ମହିଳା ସଂକୀର୍ତନ୍ୟ, ଘଣ୍ଟ ବାଦ୍ୟ ହରିବୋଲ ହୁଲହୁଲିରେ ରେ ସମଗ୍ର ଗ୍ରାମ ମୁଖରିତ ହେଉଥିଲା ସମଗ୍ର ଭଣ୍ଡାରପୁରୀ ଗ୍ରାମ lପୂଜକ ଗଣେଶ ଭୋଇ ,ଏବଂ ସ୍ୱାଧୀନ ପ୍ରଧାନ ବାବା ରଣେଶ୍ୱର୍ ମା ରାମଚଣ୍ଡୀ ଙ୍କ ପୂଜର୍ଚ୍ଚନା କରିଥିଲେ।ତାପରେ ବ୍ଲକ ସଭାପତି ଶ୍ରୀଯୁକ୍ତ ବାସୁଦେବ ପ୍ରଧାନଙ୍କ ସଭାପତିତ୍ୱରେ ସାମାଜିକ ସଭା ଆରମ୍ଭ ହୋଇଥିଲା।ସଭାକୁ ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବେହେରା ପରିଚାଳନା କରିଥିଲେ।ଭଣ୍ଡାର ପୁରୀ ସମ୍ପାଦକ ପଦ୍ମନ୍ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଝିଅମାନେ ସମାର୍ଦ୍ଧନା ଜ୍ଞାପନ କରିଥିଲେ। ପଦ୍ମପୁର କାର୍ଯ କାରିଣୀ ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର ଭୋଇ ,ପାଇକମାଳ ବ୍ଲକ ସଭାପତି ଶ୍ରୀଯୁକ୍ତ ଚନ୍ଦୁଲାଲ ପ୍ରଧାନ, ସୋହେଲା ବ୍ଲକ ରୁ ଶ୍ରୀଯୁକ୍ତ ଗଣତନ୍ତ୍ର ପ୍ରଧାନ ,ଆମ୍ବାଭାନା ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ କିର୍ତିଚନ୍ଦ୍ର ଦୂଆନ,ସଭାପତି ଶ୍ରୀଯୁକ୍ତ ସୁରେଶ ପ୍ରଧାନ,ବରଗଡ଼ ବ୍ଲକ ରୁ ଶ୍ରୀଯୁକ୍ତ ଦୀପକ ପ୍ରଧାନ ,ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ,ସମ୍ପାଦକ ଶ୍ରୀଯୁକ୍ତ ଉମାକାନ୍ତ ସାହୁ , ତାଲମେଣ୍ଡ ସଭାପତି ଶ୍ରୀଯୁକ୍ତ ଖଗେଶ୍ୱର ସାହୁ ,ଗଣିଆପଳି ସଭାପତି ଶ୍ରୀଯୁକ୍ତ ଆମର ବିଶ୍ୱାଳ ,କୁଣ୍ଣାଖାଇ ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପାତ୍ର ,ବୁରୋମୁଣ୍ଡ ସଭାପତି ଶ୍ରୀଯୁକ୍ତ କିଶୋର ପାତ୍ର ,ସମ୍ପାଦକ ଶ୍ରୀଯୁକ୍ତ ଘନଶ୍ୟାମ ପାତ୍ର ,ଗୋବର୍ଦ୍ଧନ ଗଡଟିଆ , ଛତିଶଗଡର ଶ୍ରୀଯୁକ୍ତ ଗିରିଧାରୀ ସାହୁ ,ସୁବର୍ଧନ ପ୍ରଧାନ ,ମନ୍ଦାକିନୀ ସାହୁ ,ପରମାନନ୍ଦ ପ୍ରଧାନ, ବୀରେନ୍ଦ୍ର ପ୍ରଧାନ , ରାୟପୁର ସମ୍ପାଦକ ଶ୍ରୀଯୁକ୍ତ ପ୍ରାଣବନ୍ଧୁ ପ୍ରଧାନ ,ପାଇକମାଳ ରୁ ଟାଇଲ ଚନ୍ଦ୍ର ଭୋଇ ,ଅନୁଗୋଳ ର ପ୍ରଶାନ୍ତ ପ୍ରଧାନ ,ଗୌଡ ମାଲ ସଭାପତି ଶ୍ରୀଯୁକ୍ତ ଗୋପବନ୍ଧୁ ସାହୁ , କୋତନା ସଭାପତି ଶ୍ରୀଯୁକ୍ତ ତୁଳସୀ ରାମ ପ୍ରଧାନ ,ଉପସଭାପତି ଶ୍ରୀଯୁକ୍ତ ମାନଭଞ୍ଜନ ବେହେରା ,ଛୋଟ ଅନକି ସମ୍ପାଦକ ଶ୍ରୀଯୁକ୍ତ ତପନ ଭୋଇ ,ବ୍ଲକ୍ ଉପସଭାପତି ଶ୍ରୀଯୁକ୍ତ ତୁଲାରାମ ଭୋଇ ,ସମ୍ପାଦକ ଶ୍ରୀଯୁକ୍ତ ଆନନ୍ଦ ନାଏକ ,ହେମନ୍ତ ସାହୁ ,ସୁରେନ୍ଦ୍ର ସାହୁ ,ଅବସରପ୍ରାପ୍ତ ଶିକ୍ଷକ ଶ୍ରଯୁକ୍ତ ବୈକୁଣ୍ଠ ବେହେରା , ଶ୍ରୀଯୁକ୍ତ ବିନୋଦ ବିହାରୀ ସାହୁ ,ଶ୍ରୀଯୁକ୍ତ ଜଗଦୀଶ ସାହୁ ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କେତନ ପ୍ରଧାନ ଅତିଥି ଭାବରେ ଯୋଗଦାନ କରିଥିଲେ।୨୦୦୦ ରୁ ଉର୍ଦ୍ଧ ଜାତି ଭାଇ ,ମହିଳା ଯୋଗଦାନ କରି ମାଙ୍କ ଆଶୀର୍ବାଦ ଲାଭ କରିଥିଲେ।ପ୍ରତ୍ୟେକ କେନ୍ଦ୍ର ର ବୟୋଜ୍ୟୋଷ୍ଠ , ସଫଳ ଚାଷୀ, ତଥା ୮୦ % ରୁ ଉର୍ଦ୍ଧ ମାର୍କ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମର୍ଧନା କରା ଯାଇଥିଲା। ୯୦ % ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀଯୁକ୍ତ ଯୋଗେନ୍ଦ୍ର ଭୋଇ ୧୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ।ସମସ୍ତ ଙ୍କ ମନୋରଞ୍ଜନ ପାଇଁ ଦଶସ୍କୃତକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଶେଷରେ ଭଣ୍ଡାର ପୁରୀ ସଭାପତି ଶ୍ରୀଯୁକ୍ତ ହାରା ଧନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ଥିଲେ ଏବଂ ପ୍ରସାଦ ସେବନ ର ବ୍ୟବସ୍ଥା କରିଥିଲେ ।ଦ୍ଵିତୟ ଅଧିବେଶନରେ ସାଂସ୍କୃତିକ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା ।ବିଳାସପୁର କୁଲତା ସମାଜ ଯୁବ ସଂଗଠନ ଓ ଭଣ୍ଡାରପୁରୀ ସମସ୍ତ କୁଲତା ସମାଜର ଭାଇ ମାନେ ସହଯୋଗ କରିଥିଲେ l

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
Oct 12, 2026•11 views

ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବରଗଡ -ବରଗଡ଼ସ୍ଥିତ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ସଚେତନତାମୂଳକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ, ଆବେଗାତ୍ମକ ସନ୍ତୁଳନ ଓ ସାମଗ୍ରିକ ମାନସିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଦୈନନ୍ଦିନ ଜୀବନରେ ଚାପକୁ ସଠିକ୍ ଭାବେ ପରିଚାଳନା କରିବା, ନିଜ ଭାବନାକୁ ବୁଝିବା ଏବଂ ଆବଶ୍ୟକ ସମୟରେ ଅନ୍ୟମାନଙ୍କ ସହ ନିଜ ସମସ୍ୟା ବାଣ୍ଟିବା ଦ୍ୱାରା ମାନସିକ ସୁସ୍ଥତା ବଜାୟ ରଖିହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଶ୍ରୀମତୀ ମଧୁସ୍ମିତା ନନ୍ଦ ଯୋଗଦେଇ ଛାତ୍ରୀମାନଙ୍କ ଶିକ୍ଷାଗତ ଉନ୍ନତି ସହିତ ମାନସିକ ସୁସ୍ଥତାର ସମ୍ପର୍କ ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗର ଅଧ୍ୟାପିକା ଅଭିପ୍ସା ପତି ଏକ ସେମିନାର ଉପସ୍ଥାପନ କରି ମାନସିକ ସ୍ୱାସ୍ଥ୍ୟ ଓ ସାମଗ୍ରିକ ସୁସ୍ଥତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଛାତ୍ରୀ ମିତା ସାହୁ ଓ ଅଦ୍ୱେତା ଷଡ଼ଙ୍ଗୀ ମଧ୍ୟ ସେମିନାରରେ ଅଂଶଗ୍ରହଣ କରି ମାନସିକ ସ୍ୱାସ୍ଥ୍ୟର ଆବଶ୍ୟକତା ଏବଂ ଏହାର ସୁରକ୍ଷା ସମ୍ପର୍କରେ ନିଜ ମତ ଉପସ୍ଥାପନ କରିଥିଲେ। ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀମତୀ ଅର୍ପିତା ପଣ୍ଡାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ଶେଷରେ ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ନିରୁପମା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଭପ୍ଲାଟିନମ୍ ଜୁବଲି ବର୍ଷରେ ବିଜେପୁରରେ ଭବ୍ୟ ଖଣ୍ଡାଧୂଆ ପର୍ବ ଓ କଳସ ଶୋଭାଯାତ୍ରା
Oct 12, 2026•14 views

ଭପ୍ଲାଟିନମ୍ ଜୁବଲି ବର୍ଷରେ ବିଜେପୁରରେ ଭବ୍ୟ ଖଣ୍ଡାଧୂଆ ପର୍ବ ଓ କଳସ ଶୋଭାଯାତ୍ରା

ବିଜେପୁର- ବରଗଡ ଜିଲ୍ଲା ବିଜେପୁରରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜାର ପ୍ଲାଟିନମ୍ ଜୁବଲି ପାଳନ ହେବାକୁ ଯାଉଥିବାବେଳେ ଶନିବାର ମହାଳୟା ତିଥିରେ ବିଜେପୁରରେ ବିଲ୍ୱବରଣ, କଳସ ଶୋଭାଯାତ୍ରା ଓ ପାରମ୍ପରିକ ଖଣ୍ଡାଧୂଆ ପର୍ବ ଶାରଦୀୟ ନବଦୁର୍ଗା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରଦ୍ଧା, ନିଷ୍ଠା ଓ ବିଶ୍ୱାସର ଏହି ପବିତ୍ର ଆୟୋଜନ କେବଳ ଏକ ଧାର୍ମିକ ବିଧି ନୁହେଁ, ବରଂ ପିଢ଼ି ପରେ ପିଢ଼ି ଧରି ବହନ କରିଆସୁଥିବା ପରମ୍ପରା, ସଂସ୍କୃତି ଓ ସାମୂହିକ ଆସ୍ଥାର ଏକ ଅନନ୍ୟ ପ୍ରତୀକ ଭାବେ ପ୍ରତିଫଳିତ ହୋଇଛି। ଏହି ଅବସରରେ ବିଜେପୁର ଜମିଦାରଙ୍କ ବାସଭବନରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଘଣ୍ଟଶଙ୍ଖ, ଘଣ୍ଟବାଜା, ଦୂଲ୍ ଦୁଳି ବଜାର ତାଳେ ତାଳେ ଏକ ଭବ୍ୟ ଖଣ୍ଡାଧୁଆ ଶୋଭାଯାତ୍ରା ବାହାରି ସ୍ଥାନୀୟ ଦାମୋଦର ପୋଖରୀକୁ ପହଞ୍ଚିଥିଲା। ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଶୋଭାଯାତ୍ରାକୁ ଏକ ଆଧ୍ୟାତ୍ମିକ ମହୋତ୍ସବର ରୂପ ଦେଇଥିଲା। ଦାମୋଦର ପୋଖରୀରେ ପହଞ୍ଚିବା ପରେ ନିଷ୍ଠା ଓ ଶ୍ରଦ୍ଧାର ସହ ଖଣ୍ଡାଧୂଆ ସହ କୁଷ୍ମାଣ୍ଡ ବଳି ରୀତିନୀତି ସହକାରେ ପୂଜାର୍ଚ୍ଚନା କରି ପବିତ୍ର ଜଳପୂର୍ଣ୍ଣ କଳସ ଆଣି ପୂଜାମଣ୍ଡପରେ ସ୍ଥାପନ କରାଯାଇଥିଲା। ରବିବାର ପୂଜାମଣ୍ଡପ ରେ ରୀତିନୀତି ସହକାରେ ଜଗତଜନନୀ ମା ଦୁର୍ଗାଙ୍କୁ ଆବାହନ କରି ମୃଣ୍ମୟୀ ପ୍ରତିମାଙ୍କ ପୁଜାରମ୍ଭ ହୋଇଥିଲା ।ପ୍ରଥମ ଦିବସରେ ମା ଶୈଳପୁତ୍ରୀ ପୂଜା ହୋଇଥିଲା । ଅଙ୍କୁରାରୋପଣ,ଦ୍ଵାରପାଳ,ବସୁଧରା,ଉପଚାର ପୂଜା, ଚଣ୍ଡିହୋମ ପୂଜା ହୋଇଥିଲା। ବିଜେପୁର ଜମିଦାର ତଥା ବିଧାୟକ ସନତ କୁମାର ଗଡ଼ତୀୟା କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ରାଜପୁରୋହିତ ଚଣ୍ଡୀପାଠକ କିଶୋର ଚନ୍ଦ୍ର ପୂଜାରୀ , ପୁସ୍ତକଆଚାର୍ଯ୍ୟ ସୁରେନ୍ଦ୍ର ମହାପାତ୍ର ପୁଜକର୍ମ ସମ୍ପାଦନ କରୁଛନ୍ତି । ମଣ୍ଟୁ ମହାପାତ୍ର, ରିତିକ ପଣ୍ଡା,ନେପାଲ ଗୁରୁ ସହଯୋଗ କରୁଛନ୍ତି ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘର ୨୩ତମ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ
Oct 12, 2026•18 views

କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘର ୨୩ତମ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ବରଗଡ -ଭୁବନେଶ୍ୱର, ୧୧ ଅକ୍ଟୋବର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରବିବାର ଦିନ ବରଗଡ଼ ଜିଲ୍ଲା ନୂଆଖାଇରପାଲି ଗ୍ରାମସ୍ଥିତ କୋଶଳ ବିଦ୍ୟାଳୟରେ ବୋଇଂ ସୁକନ୍ୟା STEM ଲ୍ୟାବ୍, ଏରୋମଡେଲିଂ ତାଲିମ କେନ୍ଦ୍ର ଏବଂ ଏଆଇ ଲ୍ୟାବ୍‌ର ଉଦ୍‌ଘାଟନ କରିଛନ୍ତି। ଶିକ୍ଷା, ବୈଜ୍ଞାନିକ ଚିନ୍ତାଧାରା ଓ ବୈଷୟିକ ନବସୃଜନ ମାଧ୍ୟମରେ ଗ୍ରାମାଞ୍ଚଳର ଛାତ୍ରୀମାନଙ୍କୁ ସଶକ୍ତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ପ୍ରତିଭା କେବେ ବି ପରିସ୍ଥିତିର ସୀମା ମଧ୍ୟରେ ଆବଦ୍ଧ ହୋଇ ରହିବା ଉଚିତ ନୁହେଁ। ପ୍ରତ୍ୟେକ ଛାତ୍ରୀଙ୍କୁ ନିଜର ଦକ୍ଷତା ଓ ସାମର୍ଥ୍ୟର ସର୍ବୋତ୍ତମ ଉପଯୋଗ କରିବାର ସୁଯୋଗ ମିଳିବା ଆବଶ୍ୟକ। ଏହି ଅତ୍ୟାଧୁନିକ ସୁବିଧାଗୁଡ଼ିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା, ଗବେଷଣା ଓ ନବସୃଜନର ମନୋଭାବ ବିକଶିତ କରିବା ସହ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ। STEM ଲ୍ୟାବ୍ ମାଧ୍ୟମରେ ବିଜ୍ଞାନ ଓ ଗଣିତରେ ପ୍ରୟୋଗଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ। ଏରୋମଡେଲିଂ ତାଲିମ କେନ୍ଦ୍ର ଛାତ୍ରଛାତ୍ରୀଙ୍କୁ ବିମାନ ଉଡ଼ାଣ, ନକ୍ସା ପ୍ରସ୍ତୁତି ଓ ଇଞ୍ଜିନିୟରିଂ ସମ୍ପର୍କରେ ଜ୍ଞାନ ପ୍ରଦାନ କରିବ। ସେହିପରି, ଏଆଇ ଲ୍ୟାବ୍ ଭବିଷ୍ୟତର ବୈଷୟିକ ଜଗତକୁ ପ୍ରଭାବିତ କରୁଥିବା କୃତ୍ରିମ ବୁଦ୍ଧିମତ୍ତା ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସହ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବ। ଏହା ଦ୍ୱାରା ବିମାନ ଚଳାଚଳ, ରୋବୋଟିକ୍ସ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟପାଳ କହିଛନ୍ତି । ଆଧୁନିକ ବିଜ୍ଞାନଭିତ୍ତିକ ଶିକ୍ଷାକୁ ସହରାଞ୍ଚଳରୁ ଦୂରଦୂରାନ୍ତର ଗ୍ରାମାଞ୍ଚଳକୁ ସମ୍ପ୍ରସାରିତ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରତିଭା ଓ ସୁଯୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀ, ବିଶେଷକରି ଛାତ୍ରୀମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା, ଯୁକ୍ତିସଙ୍ଗତ ଚିନ୍ତାଧାରା ଓ ସମସ୍ୟା ସମାଧାନ ଦକ୍ଷତାର ବିକାଶ କରିବା ସହ ଏହି ସୁବିଧାଗୁଡ଼ିକର ସର୍ବାଧିକ ଉପଯୋଗ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଦୂରଦର୍ଶୀ ଅଧ୍ୟକ୍ଷ ସ୍ୱର୍ଗତ ଗନ୍ନିମାନି ଆନନ୍ଦ ରାଓଙ୍କ ପ୍ରତି ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କୃଷକ ପରିବାରରୁ ଆସି ଜଣେ ଉଦ୍ୟୋଗୀ ଭାବେ ପ୍ରତିଷ୍ଠା ଲାଭ କରିବା ସହ ସମାଜର ବିକାଶ ପାଇଁ ତାଙ୍କର ଅବଦାନ ପ୍ରେରଣାଦାୟକ ବୋଲି ସେ କହିଥିଲେ। ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର, ଶୈକ୍ଷିକ ଉତ୍କର୍ଷତା, କ୍ରୀଡ଼ା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବିଦ୍ୟାଳୟର ଅବଦାନକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ମାନ୍ୟବର ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ବରଗଡ ଆରକ୍ଷୀ ଅଧିକ୍ଷକ ରବି ନାରାୟଣ ଶତପଥୀ,ବୋଇଂ ଇଣ୍ଡିଆର ସିଏସ୍‌ଆର୍ ମୁଖ୍ୟ ପ୍ରବୀଣା ୱାଇ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ। ଏହା ପୂର୍ବରୁ ମାନ୍ୟବର ରାଜ୍ୟପାଳ ଅତାବିରାଠାରେ ଆୟୋଜିତ ୨୩ତମ କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ସାଂସ୍କୃତିକ ସଦ୍‌ଭାବ, ପାରସ୍ପରିକ ସମ୍ମାନ ଏବଂ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ସୁଦୃଢ଼ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ରାଜ୍ୟପାଳ କହିଥିଲେ ଯେ ଆନ୍ଧ୍ର ସମ୍ପ୍ରଦାୟର ଅନେକ ପରିବାର ଛଅ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଆସି ବସବାସ କରିଥିଲେ। ହୀରାକୁଦ ଡ୍ୟାମ୍ ପ୍ରକଳ୍ପ ଅନେକ ପରିବାର ପାଇଁ ନୂତନ ଜୀବିକା ଓ ସୁଯୋଗର ଦ୍ୱାର ଖୋଲିଥିଲା। କାଳକ୍ରମେ ଏହି ସମ୍ପ୍ରଦାୟ ନିଜର ତେଲୁଗୁ ଭାଷା, ପରମ୍ପରା ଓ ସଂସ୍କୃତିକୁ ସଂରକ୍ଷିତ ରଖିବା ସହ ସ୍ଥାନୀୟ ଜନସାଧାରଣଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ତୋଳିଛନ୍ତି। ଉଗାଦି ଓ ସଂକ୍ରାନ୍ତି ଭଳି ପର୍ବପର୍ବାଣୀ ମାଧ୍ୟମରେ ସାଂସ୍କୃତିକ ଆଦାନପ୍ରଦାନ ଓ ପିଢ଼ି ପରେ ପିଢ଼ି ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାରେ ସଂଘର ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ପରମ୍ପରାର ସଂରକ୍ଷଣ, ନୂତନ ପିଢ଼ିକୁ ସଂସ୍କୃତି ସହ ଯୋଡ଼ି ରଖିବା ଏବଂ ସାମାଜିକ ଜୀବନକୁ ସମୃଦ୍ଧ କରିବାରେ ମହିଳାମାନଙ୍କ ଅବଦାନକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ। ପ୍ରସ୍ତାବିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଏହା ଭବିଷ୍ୟତରେ ଭକ୍ତି, ସଂସ୍କୃତି, ଶିକ୍ଷା ଓ ସମାଜସେବାର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ ହୋଇପାରିବ। ଯୁବପିଢ଼ି ନିଜର ତେଲୁଗୁ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ସହ ବୈଷୟିକ ଜ୍ଞାନ ଓ ନବସୃଜନକୁ ଆପଣାଇବା ଉଚିତ ବୋଲି ସେ କହିଥିଲେ। ଶିକ୍ଷା, ଉଦ୍ୟୋଗ, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଅଧିକ ସହଯୋଗ ପାଇଁ ସେ ଆହ୍ୱାନ ଜଣାଇଥିଲେ। ଏହି ସାଂସ୍କୃତିକ ସମାରୋହରେ ମାନ୍ୟବର ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଏବଂ ଫ୍ଲୁଏଣ୍ଟ ଗ୍ରିଡ୍‌ର ସିଇଓ ଗନ୍ନିମାନି ମୁରଲୀ କୃଷ୍ଣ ଉପସ୍ଥିତ ଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ରେଙ୍ଗାଳବାହାଳରେ ବାବା ନିଗମେଶ୍ବର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବ ଅନୁଷ୍ଠିତ
Oct 12, 2026•77 views

ରେଙ୍ଗାଳବାହାଳରେ ବାବା ନିଗମେଶ୍ବର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବ ଅନୁଷ୍ଠିତ

ଦେବଗଡ଼ ( ତା -୧୨-୧୦-୨୦୨୬) :- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମ ପଞ୍ଚାୟତ ର ରେଙ୍ଗାଳବାହାଳ ଗ୍ରାମରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଦେବଗଡ଼ ଜିଲ୍ଲା ଭାରତ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଯୋଗଦେଇ ପୂଜାର୍ଚ୍ଚନା ପୂର୍ବକ ଫିତା କାଟିଥିଲେ ଏବଂ ତତ୍ ପରେ ଖେଳାଳି ମାନଙ୍କୁ କରମର୍ଦନ ମାଧ୍ୟମରେ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚ୍ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ କୁଣ୍ଡାପିଠା ଓ ମାଲ୍ୟଗିରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମ୍ୟାଚରେ କୁଣ୍ଡାପିଠା ୧-୦ ଗୋଲ୍ ରେ ବିଜୟ ଲାଭ କରିଥିଲା। ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ସିଙ୍ଗୁରୀ ଓ ବାଲିରଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମ୍ୟାଚରେ ସିଙ୍ଗୁରୀ ୧-୦ ଗୋଲ୍ ରେ ବିଜୟ ଲାଭ କରିଥିଲା। ଏହି ଦୁଇ ମ୍ୟାଚ୍ ର ଶେଷରେ ଉକ୍ତ ଖେଳାଳି ମାନଙ୍କର ବିଶ୍ରାମ ଏବଂ ଦର୍ଶକ ଙ୍କୁ ଅଟକାଇ ରଖିବା ପାଇଁ ଗୋଟିଏ ୧୭ ବର୍ଷ ରୁ କମ ବୟସର ଖେଳାଳି ଙ୍କୁ ନେଇ ଏକ ମ୍ୟାଚ୍ କରାଯାଇଥିଲା ଯାହାକି ଦଣ୍ଡାସିଂହା ଓ ରେଙ୍ଗାଳବାହାଳ ମଧ୍ୟରେ ହୋଇଥିଲା ତେବେ ଏହି ମ୍ୟାଚରେ ଦଣ୍ଡାସିଂହା ବିଜୟ ଲାଭ କରି ପୁରସ୍କୃତ ହୋଇଥିଲା । ଶେଷରେ ଫାଇନାଲ ମ୍ୟାଚ କୁଣ୍ଡାପିଠା ଓ ସିଙ୍ଗୁରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ସିଙ୍ଗୁରୀ ଦଳ ଗୋଟିଏ ଗୋଲ୍ ସ୍କୋର କରି ବିଜୟ ଲାଭ କରିଥିଲା । ଶେଷରେ ପ୍ରାଇଜ୍ ବଣ୍ଟନ କରାଯାଇଥିଲା । ବିଜୟୀ ପ୍ରାର୍ଥୀ ସିଙ୍ଗୁରି ଦଳକୁ ଟ୧୫୦୦୦/- ଓ ଟ୍ରଫି ଏବଂ କୁଣ୍ଡାପିଠା ଦଳକୁ ଟ୧୨୦୦୦/- ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏସବୁ କାମ ବାବା ନିଗମେଶ୍ବର ଫୁଟବଲ କ୍ଲବ୍ ର ସଭାପତି ମାନସ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏବଂ ତାଙ୍କର ସମସ୍ତ ସଭ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିବାରୁ ବରିଷ୍ଠ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀଯୁକ୍ତ ହର୍ଷବର୍ଦ୍ଧନ ସାହୁ ଏବଂ କବିଚନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Deogarh (ଦେଓଗଡ଼) • ରିପୋର୍ଟ:- ନରୋତ୍ତମ ପରିଡ଼ା, ବାରକୋଟ

ଜୀବନ ବାର୍ତ୍ତା: ସଙ୍ଗତର ପ୍ରଭାବ ଓ ପରିବର୍ତ୍ତନ
Oct 12, 2026•25 views

ଜୀବନ ବାର୍ତ୍ତା: ସଙ୍ଗତର ପ୍ରଭାବ ଓ ପରିବର୍ତ୍ତନ

​"ପାଣିର ରୂପ ଯେମିତି ପରିସ୍ଥିତି ଅନୁସାରେ ବଦଳେ, ଜୀବନ ବି ସେମିତି ସଙ୍ଗତ ଅନୁସାରେ ଗତି କରେ" ​ପ୍ରକୃତି ଆମକୁ ସବୁବେଳେ ଜୀବନଜିଇଁବାର ସଠିକ୍ ମାର୍ଗ ଦେଖାଇଥାଏ। ଯେପରି ଗୋଟିଏ 'ପାଣି' ଅଲଗା ଅଲଗା ପରିସ୍ଥିତି ଓ ପରିବେଶରେ ନିଜର ନାମ ଓ ସ୍ୱରୂପ ବଦଳାଇଥାଏ— ​ଆକାଶରୁ ପଡ଼ିଲେ: ବର୍ଷା ​ତଳୁ ଉପରକୁ ଉଠିଲେ: ବାଷ୍ପ ​ଦେହରୁ ବହିଲେ: ଝାଳ ​ଆଖିରୁ ଗଡ଼ିଲେ: ଲୁହ ​ଠାକୁରଙ୍କ ପାଦରୁ ବହିଲେ: ପାଦୁକା ​ନଦୀରେ ପ୍ରବାହିତ ହେଲେ: ପାଣି / ଜଳ ​କଠିନ ହେଲେ: ବରଫ ​ଠିକ୍ ସେହିପରି, ମଣିଷର ଜୀବନ ମଧ୍ୟ ତା’ର ପରିବେଶ ଓ ସଙ୍ଗତ ଉପରେ ନିର୍ଭର କରେ। ଆମେ କେଉଁ ପ୍ରକାରର ମଣିଷଙ୍କ ସହ ମିଶୁଛେ, ତାହା ଆମ ଚିନ୍ତାଧାରା, ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତକୁ ନିର୍ଦ୍ଧାରଣ କରିଥାଏ। ଉତ୍ତମ ସଙ୍ଗତ ଜୀବନକୁ ସୁନ୍ଦର ଓ ସଫଳ କରିଥାଏ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼