ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ: ABVPର ୨୦ ଛାତ୍ରନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳOctober 12, 202678 views

ତାଳଚେର: ଅନୁଗୋଳ ଜିଲ୍ଲାର ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ପ୍ରାର୍ଥୀମାନେ ବିଭିନ୍ନ ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବେ ତୁଷାର ସାହୁ, ଉପସଭାପତି ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ଭାବେ ହିମେଶ ମହାରଣା ଏବଂ ସହସମ୍ପାଦକ ଭାବେ କ୍ଷୀରୋଦିନୀ ନାୟକ ନିର୍ବାଚିତ ହୋଇଛନ୍ତି।
ଏଥିସହ ବିଭିନ୍ନ ପଦପଦବୀ ପାଇଁ ମୋଟ ୨୦ ଜଣ ଛାତ୍ରନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ABVP ପକ୍ଷରୁ ଖୁସି ପ୍ରକାଶ କରାଯାଇଛି। ନିର୍ବାଚିତ ସମସ୍ତ ଛାତ୍ରନେତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଏହି ବିଜୟ ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ସମର୍ଥନର ପ୍ରତିଫଳନ ବୋଲି ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
