--:--:--
-- ---
Srishti News

କୋଶଳାରେ INTUC ପକ୍ଷରୁ ବ୍ଲକସ୍ତରୀୟ ଅଣସଂଗଠିତ ଶ୍ରମିକ ସମାବେଶ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଛେଣ୍ଡିପଦା , ଅନୁଗୋଳOctober 12, 202652 views
କୋଶଳାରେ INTUC ପକ୍ଷରୁ ବ୍ଲକସ୍ତରୀୟ ଅଣସଂଗଠିତ ଶ୍ରମିକ ସମାବେଶ
କୋଶଳା: କୋଶଳାଠାରେ INTUC ପକ୍ଷରୁ ବ୍ଲକସ୍ତରୀୟ ଅଣସଂଗଠିତ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଆଶାକର୍ମୀ, ପାଚିକା, ସହାୟିକା, ମିଶନ ଶକ୍ତିର ମହିଳା ଏବଂ ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟରତ ମହିଳାମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସସ୍ମିତା ବେହେରା ଯୋଗଦେଇଥିବା ବେଳେ INTUCର ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ବହୁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଏହି ସମାବେଶରେ ଅଣସଂଗଠିତ ଶ୍ରମିକ ତଥା ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟରତ ମହିଳାମାନଙ୍କ ସମସ୍ୟା, ଅଧିକାର ଓ ଦାବିକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।