--:--:--
-- ---
Srishti News

ସାଲିଆସାହିର ଏହି ଅଞ୍ଚଳକୁ ସଫା ରଖିବା ପାଇଁ BMC କେବେ ତତ୍ପର ହେବ?

Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁକାନ୍ତ ପ୍ରଧାନOctober 12, 202645 views
ସାଲିଆସାହିର ଏହି ଅଞ୍ଚଳକୁ ସଫା ରଖିବା ପାଇଁ BMC କେବେ ତତ୍ପର ହେବ?
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସାଲିଆସାହି ଅଞ୍ଚଳରେ ଯାତାୟାତ ରାସ୍ତାକଡ଼ରେ ଅଳିଆ ଆବର୍ଜନା ଗଦା ହୋଇ ପଡ଼ିରହିଛି। ପ୍ଲାଷ୍ଟିକ୍, ଖାଦ୍ୟ ପ୍ୟାକେଟ୍, ଶୁଖିଲା ଡାଳପତ୍ର ଓ ଅନ୍ୟାନ୍ୟ ଆବର୍ଜନା ରାସ୍ତାକଡ଼ରେ ଜମା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ସ୍ୱଚ୍ଛତାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ସହରକୁ ସ୍ୱଚ୍ଛ ରଖିବା ପାଇଁ ବିଏମ୍‌ସି (BMC) ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ସାଲିଆସାହିର ଏହି ଦୃଶ୍ୟ ସ୍ୱଚ୍ଛତା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ରାସ୍ତାକଡ଼ରେ ଅଳିଆ ପଡ଼ି ରହିବା ଦ୍ୱାରା ଦୁର୍ଗନ୍ଧ ସୃଷ୍ଟି ହେବା ସହ ମଶାମାଛି ବଢ଼ିବା ଏବଂ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେବାର ଆଶଙ୍କା ରହିଛି। ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟାତ କରୁଥିବା ଲୋକଙ୍କ ସୁବିଧା ଓ ସ୍ୱଚ୍ଛ ପରିବେଶକୁ ଦୃଷ୍ଟିରେ ରଖି ତୁରନ୍ତ ଅଳିଆ ଆବର୍ଜନା ସଫା କରିବା ସହ ନିୟମିତ ସଫେଇ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି।