Web News

Will the Doctors’ Strike Come to an End?
Crucial Meeting Between Health Minister and OMSA Today; Hopes Rise for Restoration of Normal Healthcare Services Nuapada, July With healthcare services across Odisha severely affected due to the doctors’ agitation that has continued for the past three days, the state government has finally stepped up efforts to resolve the crisis. A crucial meeting between the State Health and Family Welfare Minister and the Odisha Medical Services Association (OMSA) is scheduled to be held on July 4, raising hopes among doctors as well as the general public for an early resolution. According to Letter No. 18352/H issued by the Health and Family Welfare Department, the meeting will take place at 11:30 a.m. on Saturday, July 4, 2026, in the office chamber of the Hon’ble Health Minister. OMSA State President Dr. Kishore Chandra Mishra and General Secretary Dr. Sanjeeb Kumar Pradhan have been formally invited by the government to participate in the discussions. The meeting is expected to focus on the various demands raised by OMSA. The government has also urged the association to help restore normal healthcare services at the earliest in the interest of the public. The ongoing strike has significantly disrupted medical services in government hospitals across the state. Thousands of patients, particularly those from economically weaker sections, have been facing immense hardship due to delays in treatment and the disruption of outpatient and other essential healthcare services. Against this backdrop, all eyes are now on today’s high-level meeting. There is widespread expectation that constructive dialogue between the government and the doctors’ association will pave the way for a mutually acceptable solution. If the talks prove successful, the doctors are likely to withdraw their agitation, allowing healthcare services across Odisha to return to normal and bringing much-needed relief to patients.
Nuapada (ନୂଆପଡ଼ା) • By Malaya Meher & Bijaya Bariha

ଧାମନଗର ଏନଏସି କାର୍ଯ୍ୟାଳୟରେ ଚୋରି: ଥାନାରେ ଏତଲା, ପୋଲିସର ତଦନ୍ତ ଆରମ୍ଭ
ଭଦ୍ରକ ଜିଲ୍ଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦିନକୁ ଦିନ ଚୋରି ଘଟଣା ବଢ଼ିବାରେ ଲାଗିଛି। ଏହି କ୍ରମରେ ଧାମନଗର ଏନଏସି କାର୍ଯ୍ୟାଳୟ ପରିସରରେ ଘଟିଥିବା ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗତ ରାତିରେ ଦୁର୍ବୃତ୍ତମାନେ ଏନଏସି କାର୍ଯ୍ୟାଳୟ ପରିସରରୁ ଏସିର ବିଭିନ୍ନ ଯନ୍ତ୍ରାଂଶ, ପାଞ୍ଚଟି ଅଟୋରେ ଲାଗିବା ପାଇଁ ରଖାଯାଇଥିବା ବ୍ୟାଟେରୀ ଏବଂ ବିଏସଏନଏଲ ବ୍ରଡବ୍ୟାଣ୍ଡ ସଂଯୋଗର ତାର କାଟି ନେଇଥିବା ଜଣାପଡ଼ିଛି। ଏହି ଘଟଣାରେ ବାହାରର କୌଣସି ଚୋରଙ୍କ ସମ୍ପୃକ୍ତତା ରହିଛି ନା କାର୍ଯ୍ୟାଳୟର କୌଣସି କର୍ମଚାରୀ କିମ୍ବା ଅଧିକାରୀଙ୍କ ସମ୍ପୃକ୍ତତା ରହିଛି, ସେନେଇ ସନ୍ଦେହ ପ୍ରକାଶ କରି ଧାମନଗର ଏନଏସିର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ନରେନ୍ଦ୍ର ରାଉତ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଧାମନଗର ଥାନାରେ କେସ ନମ୍ବର ୨୮୨/୨୬ ରେ ମାମଲା ରୁଜୁ ହୋଇଛି। ପୋଲିସ କହିଛି ଯେ, ଘଟଣାର ତଦନ୍ତ ଜୋରଦାର ଭାବେ ଚାଲିଛି ଏବଂ ଖୁବଶୀଘ୍ର ଚୋରଙ୍କୁ ଚିହ୍ନଟ କରି ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ଚର୍ଚ୍ଚା ହେଉଛି ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଡା. ସଞ୍ଜୟ ଦାସ ଙ୍କ ନେତୃତ୍ୱ ରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି
ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ କଲ୍ୟାଣୀ ମଣ୍ଡପରେ ବିଜୁ ଜନତା ଦଳର ଡା. ସଞ୍ଜୟ ଦାସଙ୍କ ନେତୃତ୍ୱରେ ୧୩ଟି ପଞ୍ଚାୟତକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳୀୟ ସଂଗଠନକୁ କିପରି ଅଧିକ ସୁଦୃଢ଼ ଓ ତୃଣମୂଳ ସ୍ତରରେ ସକ୍ରିୟ କରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆହୁରି ଗତିଶୀଳ କରିବା ଓ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଉକ୍ତ ବୈଠକରେ ବିଜୁ ଜନତା ଦଳର ବହୁ ସକ୍ରିୟ କର୍ମୀ, ପଦାଧିକାରୀ ଓ ବିଭିନ୍ନ ପଞ୍ଚାୟତର ପ୍ରତିନିଧିମାନେ ଯୋଗଦେଇ ଦଳକୁ ଅଧିକ ମଜବୁତ କରିବା ପାଇଁ ନିଜ ନିଜ ମତାମତ ପ୍ରକାଶ କରିଥିଲେ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଗଣିଜାଙ୍ଗ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗଣିଜାଙ୍ଗ ଗ୍ରାମ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ଉତ୍ସାହର ସହ ପାଳନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଭୂୟାଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି,ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶୋଭାରାଣୀ ଦାସ, ନିବେଦିତା ଘଡାଇ, ଅଞ୍ଜୁଶ୍ରୀ ଜେନା, ବିଶ୍ଵନାଥ ନାୟକ ସମେତ ଛାତ୍ରୀମାନେ ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।ଏହି ଅବସରରେ ପରିବେଶ ସୁରକ୍ଷା, ବୃକ୍ଷରୋପଣର ଆବଶ୍ୟକତା ଏବଂ ସବୁଜ ପରିବେଶ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ, ଗଛ କେବଳ ପରିବେଶର ସନ୍ତୁଳନ ରକ୍ଷା କରେ ନାହିଁ, ବରଂ ମାନବ ଜୀବନ ପାଇଁ ଅମ୍ଳଜାନ, ଖାଦ୍ୟ ଓ ଔଷଧର ମଧ୍ୟ ଏକ ପ୍ରମୁଖ ଉତ୍ସ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଛାତ୍ରୀ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ସହ ପରିବେଶ ସୁରକ୍ଷା ପାଇଁ ସଚେତନ ରହିବାକୁ ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଯମୁନା ମୁଖି, ମନୋରମା ଦାସ, ଏକାଦଶୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲିରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଭଟଲି:ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ସୁପରିଚାଳନା ଓ ସୁଚାରୁ ଆୟୋଜନ ନିମନ୍ତେ ଆଜି ମନ୍ଦିର ଟ୍ରଷ୍ଟବୋର୍ଡ, ମାଉସୀ ମା' ମନ୍ଦିର କମିଟି, ସମସ୍ତ କୀର୍ତ୍ତନ ମଣ୍ଡଳୀର ସଦସ୍ୟବୃନ୍ଦ, ଅଞ୍ଚଳବାସୀ ଏବଂ ଯାତ୍ରା ପରିଚାଳନା କମିଟିର ସଦସ୍ୟମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ରଥଯାତ୍ରାର ସମସ୍ତ ବ୍ୟବସ୍ଥା, ଶୃଙ୍ଖଳା, ସୁରକ୍ଷା, ଭକ୍ତମାନଙ୍କ ସୁବିଧା ଏବଂ ସେବାକାର୍ଯ୍ୟକୁ ଅଧିକ ସୁଚାରୁ ଓ ସଫଳ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା l ବିଧାୟକ ଇରା ସିସ ଆଚାର୍ଯ୍ୟ,ମନ୍ଦିର ଟ୍ରଷ୍ଟି ମୋତିଲାଲ ବଞ୍ଚୋର୍ ଉପସ୍ଥିତ ଥିଲେ।
Bargarh (ବରଗଡ଼) • ରିପୋର୍ଟ : ସିଧେଶ୍ୱର ବରିହା, ଭଟଲି

ନିର୍ଧୁମ ବର୍ଷା ସତ୍ତ୍ୱେ ମଦ ବନ୍ଦ ପାଇଁ ଅଞ୍ଚଳ ବାସୀଙ୍କ ବୈଠକ
ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର କେମ୍ଫ ଛକ ଠାରେ ଖଣ୍ଡହଥା ଗ୍ରା.ପ, ଧାଙ୍ଗେର ଗ୍ରା.ପ ଓ ଗାଇସିମା ଗ୍ରା.ପ ର ଶତାଧିକ ମହିଳା ପୁରୁଷ ପ୍ରବଳ ବର୍ଷା ସତ୍ତ୍ୱେ ଅଞ୍ଚଳ ରେ ସମ୍ପୂର୍ଣ୍ଣ ମଦ ବନ୍ଦ ପାଇଁ ଏକ ଜରୁରୀ ବୈଠକ କରିଥଲେ। ବର୍ତ୍ତମାନ କେବଳ ନିଶା ପାଇଁ ଯୁବ ଗୋଷ୍ଠୀ ତଥା ଛାତ୍ର ସମାଜ ସମ୍ପୂର୍ଣ୍ଣ ପଥ ଭ୍ରଷ୍ଟ।ଅଞ୍ଚଳ ରେ ଅବାଧ ରେ ଦିନ ଦ୍ବିପହରରେ ଗଞ୍ଜେଇ, କୋରେକ୍ସ, ମଦ ଏପରିକି ବ୍ରାଉନ ସୁଗାର ଭଳି ନିଶା ଦ୍ରବ୍ୟ ଖୋଲା ଖୋଲି ଭାବରେ ବିକ୍ରି ହେଉଥିଲେ ମଧ୍ଯ ଜିଲ୍ଲା ପ୍ରଶାସନ ନିଦା ବିଷ୍ଣୁ ସାଜିଛି। ଆଜିର ଶିଶୁ କାଲିର ଭବିଷ୍ୟତ କିନ୍ତୁ ଆଜିର ଶିଶୁ ନିଶା ଗ୍ରସ୍ତ ଓ ଭବିଷ୍ୟତ ଅନ୍ଧକାର। ଯୁବ ସମାଜ ଶିକ୍ଷିତ ହେଲେ ଅଞ୍ଚଳ ର ଉନ୍ନତି ହେବ। ନିଶା ପାଇଁ ଅଞ୍ଚଳ ରେ ଚୋରୀ, ଡକାୟତି ବଢ଼ିବାରେ ଲାଗିଛି। ବିଶେଷ କରି ମହିଳା ମାନେ ଅଣ୍ଟା ଭିଡିଛନ୍ତି ମଦ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ।ଏହି କାର୍ଯ୍ୟକ୍ରମ ରେ ଖଣ୍ଡହଥା ଗ୍ରା.ପ ର ସରପଞ୍ଚ ଚିତ୍ର ସେନ ସାହୁ,ଗାଇସିମା ଗ୍ରା.ପ ର ସରପଞ୍ଚ ଧିରେନ ମହାପାତ୍ର,ଧାଙ୍ଗେର ଗ୍ରା.ପ ର ସରପଞ୍ଚ ରୁତୁ ରାଜ ବାଗ ,ନିଷ୍ଠା ପରିବାର ର ସଭାପତି ଅଶ୍ଵିନୀ ତ୍ରିପାଠୀ ଯୋଗ ଦେଇ ସମ୍ପୂର୍ଣ୍ଣ ସହଯୋଗ ର ହାତ ବଢାଇଥିଲେ। ଅଞ୍ଚଳ ରେ ସମ୍ପୂର୍ଣ୍ଣ ମଦ ବନ୍ଦ ପାଇଁ ଏକ ଦରଖାସ୍ତ ବରଗଡ଼ ଜିଲ୍ଲାପାଳ, ଏସ. ପି ଓ ଆଇ ଆଇ ସି ସଦର ଥାନା ବରଗଡ଼ ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଛି। ମହିଳା ମାନଙ୍କ ଗୋଟିଏ ଦାବି ମଦ ମୁକ୍ତ ଗାଁ ଆମର ସ୍ୱପ୍ନ, ନିଶା ମୁକ୍ତ ପରିବାର ଆମର ସ୍ୱପ୍ନ ।ଯଦି ଅଞ୍ଚଳ ରେ ମଦ ବିକ୍ରି ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି।
Deogarh (ଦେଓଗଡ଼) • ରିପୋର୍ଟ : ତରଣୀ ପଟେଲ

ଅବ୍ୟବସ୍ଥା ଘେରରେ ମିଶନ ଶକ୍ତି ଗୃହ
ଗଞ୍ଜାମ: ଖଲ୍ଲିକୋଟ:୦୩/୦୭, ଖଲ୍ଲିକୋଟ ସହର ର ଉନ୍ନତି କରଣ ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। କିନ୍ତୁ ଖଲ୍ଲିକୋଟ ର ରାଜନିତୀ ଓଡିଶା ରେ ବିରଳ। ଏଠି ଏକକୁ ଆରେକ, କାହାକୁ କିଏ ଛାଡ଼ିବାକୁ ନାରାଜ। ଏକ୍ଷେତ୍ରରେ କହିବା କୁ ଗଲେ , ଖଲ୍ଲିକୋଟ ଏନ୍ ଏ ସି ର ରାଜନିତୀ ସରଗରମ ବୋଲି ଜଣାପଡିଛି। ଏଠାରେ ଡବଲ୍ ଇଞ୍ଜିନ୍ ସରକାରଙ୍କ ପକ୍ଷରୁ ଜୋରଦାର ଶାସନ ଚାଲିଥିବା ବେଳେ ଏନ୍ ଏ ସି ର ବର୍ତ୍ତମାନ ମୁକୁଟ ବିହୀନ ରାଜା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ପରସ୍ପର କାଦୁଅ ଫିଙ୍ଗା ଫିଙ୍ଗି ଚାଲିଛି । ବିଶେଷ କରି ଟେଣ୍ଡର ପ୍ରକ୍ରିୟା କୁ ନେଇ ଧସ୍ତାଧସ୍ତି ଚାଲିଛି ବିଲ୍ ଭାଉଚର ରେ କାମ ସମାପନ ହେବା ଦୃଷ୍ଟି ଗୋଚର ହେଉଛି। ଖଲ୍ଲିକୋଟ ଏନ୍ ଏ ସି ମାଳମାଳ ମିଶନ ଶକ୍ତି ଗୃହ, ମାତ୍ର କେଉଁ ଟା ହେଲେ ଖୋଲାଯାଇ ପାରିନଥିବା ଜଣାପଡ଼ିଛି ହିସାବରେ ରୁ ଜଣାପଡିଛି ଯେ ପ୍ରାୟ ୧୧ ଗୋଟି ମିଶନ ଶକ୍ତି ଗୃହ ନିର୍ମାଣ ହୋଇଥିବା ବେଳେ, ମାତ୍ର ଗୋଟିଏ ଘର ଖୋଲା ଯାଇନାହିଁ । ମିଶନ ଶକ୍ତି ଗୃହ ଗୁଡିକ ପରିତ୍ୟକ୍ତ ପରିବେଶ ପ୍ରଦୂଷଣ ଥିବା ଦେଖିବାକୁ ମିଳିଛି। ଏ ସଂପର୍କରେ ରିପୋର୍ଟ ର ଶିବରାମ ଜେନା ବହୁବାର ନିୟୁଜ୍ ମାଧ୍ୟମରେ ଦର୍ଶକଙ୍କୁ ତଥା ସରକାରଙ୍କୁ ଅବଗତ କରାଇଛନ୍ତି, କିନ୍ତୁ କିଛି ଫଳପ୍ରଦ ହୋଇନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଖଲ୍ଲିକୋଟ ଏନ୍ ଏ ସି ର କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ଡବଲ୍ ଇଞ୍ଜିନ୍ ସରକାରଙ୍କ ନେତା, ରାଜନେତା, ଶାସକ ପ୍ରଶାସକ ଙ୍କ ମଧ୍ୟରେ ସାମଞ୍ଜସ୍ୟ ରହୁନାହିଁ। ଯାହାଫଳରେ କି ଏନ୍ ଏ ସି ର ଉନ୍ନତି କରଣ ଦିଗରେ ଵାଧା ସୃଷ୍ଟି ହେବାର ପରିଲକ୍ଷିତ ହେଉଛି। ସରକାର ଙ୍କୁ ଜନସାଧାରଣ ଙ୍କ ନିବେଦନ,ଯେ ସରକାର ଆମର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀକୁ ଦୃଷ୍ଟି ନିକ୍ଷେପ କରି ଲେ , ଖଲ୍ଲିକୋଟ ସହର ଅଗ୍ରସର ଆଡକୁ ଗତିକରିପାରିବ
Ganjam (ଗଞ୍ଜାମ) • ରିପୋର୍ଟ : ଶିବରାମ ଜେନା, ସ୍ବତନ୍ତ୍ର ପ୍ରତିନିଧି

ବେଆଇନ ବ୍ରାଉନ ସୁଗାର ସହ ଆପାଚି ବାଇକ ଜବତ | ଜଣେ ଅଭିଯୁକ୍ତ ଗିରଫ
ଜଗତପୁର:କଟକ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଜଗତପୁର ସ୍ଥିତ ନିମପୁର ଷ୍ଟାଡିଅମ ନିକଟରୁ ବେଆଇନ ବ୍ରାଉନ ସୁଗାର ଜବତ କରାଯାଇଛି |ଏହି ବେଆଇନ ନିଶା କାରବାର ଅଭିଯୋଗରେ ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିଛି | ଗିରଫ ଅଭିଯୁକ୍ତ ଜଣକ ହେଲେ ସାଲେପୁର ଥାନା ଅନ୍ତର୍ଗତ ମହନା ବାସୁଦେବପୁର ଗ୍ରାମର ଆନନ୍ଦ ପୂଜାରୀ(୨୬)| ପ୍ରକାଶ ଯେ, ଓଡି୦୫ଏଇ ୨୦୫୮ ନମ୍ବର ଏକ ନାଲି ରଙ୍ଗର ଟିଭିଏସ୍ ଆପାଚି ମୋଟର ସାଇକେଲରେ ଜଣେ ଯୁବକ ବ୍ରାଉନ ସୁଗାର ଚାଲାଣ କରୁଥିବା ଖବର କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କୁ ମିଳିଥିଲା | ଅବକାରୀ ଅଧିକ୍ଷକ ଶ୍ରୀ ତିୱାରୀଙ୍କ ନିର୍ଦ୍ଧେଶ କ୍ରମେ କଟକ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ଜଗତପୁର ଥାନା ଅନ୍ତର୍ଗତ ନିମପୁର ଷ୍ଟାଡିଅମ ନିକଟରେ ଚଢ଼ଉ କରିଥିଲେ | ଚଢ଼ଉ ସମୟରେ ସଂପୃକ୍ତ ଯୁବକଙ୍କ ଠାରୁ ୬୨ ଗ୍ରାମ ଓଜନର ବେଆଇନ ବ୍ରାଉନସୁଗାର ଜବତ କରାଯାଇଥିଲା | ଜବତ ବ୍ରାଉନ ସୁଗାରର ବଜାର ମୂଲ୍ୟ ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି | ଅବକାରୀ ବିଭାଗ ସ୍କ୍ୱାର୍ଡ ଏହି ବେଆଇନ ନିଶା କାରବାରରେ ବ୍ୟବହୃତ ଟିଭିଏସ୍ ଆପାଚି ଗାଡିକୁ ଜବତ କରିବା ସହ ସଂପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛି | ଏହି ଚଢ଼ାଉରେ ଅବକାରୀ ମୋବାଇଲ ୟୁନିଟ ଅଧିକାରୀ ଭକ୍ତବତ୍ସଳ ବର୍ମା , ଏସ୍.ଆଇ. ଅକ୍ଷୟ କୁମାର ଜେନା, ଏ.ଏସ୍.ଆଇ. ଜୟ ପ୍ରକାଶ ବେହୁରିଆ, ଅବକାରୀ କନେଷ୍ଟବଳ ଅଜୟ କୁମାର ଜେନା, ଅବକାରୀ କନେଷ୍ଟବଳ ଦେବବ୍ରତ ଓଝା , ଅବକାରୀ କନେଷ୍ଟବଳ ଶଙ୍କର ସିଂ, ଅବକାରୀ କନେଷ୍ଟବଳ ପୂର୍ଣ୍ଣେଶ୍ୱର ମାଝୀ, ଅବକାରୀ କନେଷ୍ଟବଳ ମୋନାଲିସା କର ଓ ଅବକାରୀ କନେଷ୍ଟବଳ ଦମୟନ୍ତୀ ନାଥ ପ୍ରମ୍ମୁଖ ସାମିଲଥିଲେ l
Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ବଙ୍ଗିଦା ପଞ୍ଚାୟତର ୭ ନମ୍ବର ୱାର୍ଡ ରାସ୍ତାର ଦୁର୍ଦ୍ଦଶା, ଅସନ୍ତୋଷରେ ଗ୍ରାମବାସୀ
ଖୋର୍ଦ୍ଧା:୩ /୭ ଜୁଲାଇ: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ଗ୍ରାମ ପଞ୍ଚାୟତର ୭ ନମ୍ବର ୱାର୍ଡର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଖୋର୍ଦ୍ଧା ବ୍ଲକ ମୁଖ୍ୟାଳୟରୁ ମାତ୍ର ୭ରୁ ୮ କିଲୋମିଟର ଦୂରରେ ଥିବା ଏହି ରାସ୍ତାଟି । ଏହି ପଞ୍ଚାୟତରେ ପାଣି, ରାସ୍ତା, ଭତ୍ତା ଓ ରାସନ ଭଳି ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।ବିଶେଷ କରି ୭ ନମ୍ବର ୱାର୍ଡର ସାହି ଭିତର ରାସ୍ତା ବର୍ଷାଦିନେ ପଙ୍କ ଓ କାଦୁଅରେ ଭରି ଯାଇ କୃତ୍ରିମ ସରୋବରର ରୂପ ନେଉଛି। ଫଳରେ ଛୋଟ ଛୁଆଙ୍କଠାରୁ ବୟସ୍କ ଲୋକ ପର୍ଯ୍ୟନ୍ତ ଦୈନନ୍ଦିନ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାଦୁଅ ରାସ୍ତାରେ ଗୋଡ଼ ଖସି ପଡ଼ି ଅନେକେ ଆହତ ହେଉଥିବା ଅଭିଯୋଗ ମଧ୍ୟ ହୋଇଛି।ଏହି ରାସ୍ତାଟି ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ବାଲୁଙ୍ଗେଶ୍ୱର ମନ୍ଦିର ପର୍ଯ୍ୟନ୍ତ ସାହି ଭିତର ଦେଇ ସଂଯୋଗ ସ୍ଥାପନ କରିଥାଏ। ପ୍ରତିଦିନ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାତାୟାତ କରୁଥିବା ବେଳେ ଗ୍ରାମବାସୀ ଓ କୃଷକମାନେ ମଧ୍ୟ ନିଜ ନିତ୍ୟକର୍ମ ଏବଂ ଚାଷଜମିକୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ।ଗ୍ରାମବାସୀଙ୍କ କହିବା ଅନୁସାରେ, ସାହିର କ୍ଲବ ଘର ନିକଟରେ ଏକ ନୂତନ ଡ୍ରେନ ନିର୍ମାଣ ହେବା ପରଠାରୁ ଏହି ସମସ୍ୟା ଅଧିକ ବଢ଼ିଛି। ଡ୍ରେନଟି ରାସ୍ତାଠାରୁ ଉଚ୍ଚରେ ନିର୍ମାଣ ହୋଇଥିବାରୁ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ ଏବଂ ରାସ୍ତା ଉପରେ ପାଣି ଓ ପଙ୍କ ଜମି ରହୁଛି। ଅନ୍ୟପଟେ, ପଞ୍ଚାୟତରେ ନିୟମିତ ଗ୍ରାମସଭା ହେଉନଥିବା କିମ୍ବା ହେଲେ ମଧ୍ୟ ସାଧାରଣ ଲୋକଙ୍କୁ ସୂଚନା ଦିଆଯାଉନଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ଗ୍ରାମସଭା କରାଯାଉଥିବା ବେଳେ ସାଧାରଣ ଗ୍ରାମବାସୀଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉନଥିବା ସେମାନେ କହିଛନ୍ତି।ତେଣୁ ଗ୍ରାମବାସୀମାନେ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ନିକଟରେ ବଙ୍ଗିଦା ଗ୍ରାମ ପଞ୍ଚାୟତର ସମସ୍ତ ଜରାଜୀର୍ଣ୍ଣ ରାସ୍ତା, ବିଶେଷ କରି ୭ ନମ୍ବର ୱାର୍ଡର ସାହି ଭିତର ରାସ୍ତାର ତୁରନ୍ତ ମରାମତି ଓ ନୂତନ ନିର୍ମାଣ ପାଇଁ ଦାବି କରିଛନ୍ତି। ସେହିପରି ଡ୍ରେନେଜ୍ ବ୍ୟବସ୍ଥାର ତ୍ରୁଟି ସୁଧାରି ସ୍ଥାୟୀ ସମାଧାନ କରିବାକୁ ମଧ୍ୟ ଅନୁରୋଧ ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଭୁବନରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଭୁବନ ୩.୭- ଢେ଼ଙ୍କାନାଳ ଜିଲ୍ଲା ଭୁବନରେ ତୃତୀୟା ଦେବ ଜିୟୁ ଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ଶୁକ୍ରବାର ଅପରାହ୍ନରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରଥଯାତ୍ରା ପୂର୍ବରୁ ରାସ୍ତାଘାଟ,ଡ୍ରେନ୍ ମରାମତି କରିବା ସହିତ ଝୁଲି କରି ରହିଥିବା ବିଦ୍ୟୁତ୍ ତାରକୁ ଉଚ୍ଚ କରାଯିବା,ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ସମେତ ଯାତ୍ରା ପାଇଁ ଦେବୋତ୍ତର ବିଭାଗରୁ ୧ ଲକ୍ଷ ଟଙ୍କା ଅନୁଦାନ ପାଇଁ ଚିଠି କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଜଗନ୍ନାଥ ଙ୍କ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ,ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ର,ପୁରୀ ଗୋବର୍ଦ୍ଧନ ପୀଠର ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର,ଦଶହରା କମିଟି ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ ଦାସ,ପୂର୍ବତନ ନଗରପାଳ ନରହରି ସାହୁ,ଭୁବନ ଥାନା ଏସ ଏଇ ମାନସ ନାୟକ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ନଳିନୀ ଶଙ୍କର ରଥ,ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୋନାଲି ନାୟକ,କାଉନସିଲର ପପୁ କୁମାର ସାହୁ,ନରେନ୍ଦ୍ର ବେହେରା, କାଳୀ ବଜାର ବଣିକ ସଂଘ ସଭାପତି ସୁବ୍ରତ କୁମାର ସାହୁ,ନୂଆ ବଜାର ବଣିକ ସଂଘ ସମ୍ପାଦକ ବସନ୍ତ କୁମାର ପୋଥାଳ,ଲକ୍ଷ୍ମଣ ଦାସ,ସତ୍ୟାନନ୍ଦ ପୃଷ୍ଟି,ଆଇନ ଜିବୀ କୁଞ୍ଜ ବିହାରୀ ଚିନରା ,ଜଗବନ୍ଧୁ ବିହାରୀ,ଭବାନୀ ଶଙ୍କର ପୋଥାଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ୧୪ ତାରିଖ ମଙ୍ଗଳବାର ନେତ୍ରୋତ୍ସବ ଓ ନବ ଯୌବନ ବେଶ ରେ ମହାପ୍ରଭୁ ଦର୍ଶନ ଦେବେ । ୧୬ ତାରିଖ ଗୁରୁବାର ସକାଳ ୬ ଘଟିକା ସମୟରେ ଦେଉଳ ଫିଟା , ୭ ଘଟିକା ଦ୍ୱାରପାଳ ପୂଜା,ପାଟବସ୍ତ୍ର ଆନୟନ,୧୦ ଘଟିକା ମା ହିଙ୍ଗୁଳା ପୀଠରୁ ଆଜ୍ଞାମାଳ ବିଜେ,୧୧ ଘଟିକା ମହାପ୍ରସାଦ ନୀତି,୧୨ ଘଟିକା ରଥ ପ୍ରତିଷ୍ଠା, ୧ ଘଟିକା ଚତୁର୍ଦ୍ଧାମୂର୍ତ୍ତି ଙ୍କ ପହଣ୍ଡି, ୨ ଘଟିକା ଛେରା ପହଁରା,୨.୩୦ ଚାରମାଳ ଫିଟା,୩ ଘଟିକାରେ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ୬ ଘଟିକାରେ ନୂଆ ବଜାର ରେ ବିଶ୍ରାମ,୬.୩୦ ରେ ସନ୍ଧ୍ୟାଧୂପ,ଆଳତି ଓ ରାତ୍ର ୭ ଘଟିକା ସମୟରେ ଭଜନ ସନ୍ଧ୍ୟା ପରିବେଷଣ କରାଯିବ ବୋଲି ଚୂଡ଼ାନ୍ତ ନିଷ୍ପତି ହୋଇଥିଲା । ଶେଷରେ ସମ୍ପାଦକ ନିରଞ୍ଜନ ଗୁରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ

କୋଲ୍ ୱାଶରୀ ରାସ୍ତା ପାଲଟିଛି ମରଣଯନ୍ତା, ଓଭରବ୍ରିଜ୍ ଦାବିରେ ତେଜିଲା ଅସନ୍ତୋଷ
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମପଞ୍ଚାୟତରେ ଅବସ୍ଥିତ କୋଲ୍ ୱାଶରୀକୁ ପ୍ରତିଦିନ ବିଭିନ୍ନ କୋଇଲା ଖଣିରୁ ହଜାର ହଜାର ଟ୍ରକ୍ରେ କୋଇଲା ପରିବହନ କରାଯାଉଛି। ଏହି ଭାରୀ ଯାନଗୁଡ଼ିକ ସାଧାରଣ ଜନସାଧାରଣ ବ୍ୟବହାର କରୁଥିବା ରାସ୍ତା ଦେଇ ଯାତାୟାତ କରୁଥିବାରୁ ରାସ୍ତାଟି ଏବେ ମରଣଯନ୍ତା ପାଲଟିଯାଇଛି। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ ୱାଶରୀ ଛକ ନିକଟରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି। ଅନେକ ଲୋକ ଆହତ ହୋଇ ଚିକିତ୍ସା ପାଇଛନ୍ତି ଏବଂ କେତେକ ଲୋକ ଅଳ୍ପକେ ପ୍ରାଣରକ୍ଷା କରିଛନ୍ତି। ଏହି ପରିସ୍ଥିତି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଉଦ୍ବେଗ ସୃଷ୍ଟି କରିଛି। ଦୀର୍ଘଦିନ ଧରି ଏହି ସ୍ଥାନରେ ଏକ ଓଭରବ୍ରିଜ୍ ନିର୍ମାଣ ପାଇଁ ବିଭିନ୍ନ ସ୍ତରରେ ଦାବି ଓ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୋଇଲା ପରିବହନ ଜାରି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଓ ସ୍ଥାୟୀ ସମାଧାନ ଦିଗରେ ଗୁରୁତ୍ୱ ଦିଆଯାଉନାହିଁ। ତୁରନ୍ତ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ନୋଡାଲ୍ ସିଜିଏମ୍ ଶ୍ରୀଯୁକ୍ତ ଅଯୟ କୁମାର ସିଂଙ୍କ ସହ ଚାରି ଶ୍ରମିକ ୟୁନିୟନର ଆଲୋଚନା
ତାଳଚେର: ନୋଡାଲ୍ ସିଜିଏମ୍ ଶ୍ରୀଯୁକ୍ତ ଅଯୟ କୁମାର ସିଂଙ୍କ ସହ ଚାରିଟି ଶ୍ରମିକ ୟୁନିୟନର ପ୍ରତିନିଧିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କର୍ମଚାରୀମାନେ କିଭଳି ସୁଚାରୁ, ସୁରକ୍ଷିତ ଓ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିବେ, ସେଥିପାଇଁ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। କର୍ମକ୍ଷେତ୍ରରେ ସମନ୍ୱୟ, ଶୃଙ୍ଖଳା ଓ ଉତ୍ପାଦନ ବୃଦ୍ଧି ସହ ଶ୍ରମିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା
