--:--:--
-- ---
Srishti News

Web News

Boden Enter Final After Thrilling Penalty Shootout Win Over Komna: Defeat Komna 4–2 in penalty shootout in the first semi-final of the 17th Raja Anup Singh Deo Memorial Football Tournament
Aug 12, 2026•23 views

Boden Enter Final After Thrilling Penalty Shootout Win Over Komna: Defeat Komna 4–2 in penalty shootout in the first semi-final of the 17th Raja Anup Singh Deo Memorial Football Tournament

Khariar, August 12: The first semi-final of the 17th Raja Anup Singh Deo Memorial Football Tournament 2026 was played at the historic Raja Arttatrana Sports Ground in Khariar, featuring two teams from Nuapada district—Boden and Komna. In a highly competitive and thrilling encounter, neither side could score during regulation time. With the match remaining goalless, the winner was decided through a penalty shootout. Boden held their nerve and defeated Komna 4–2 on penalties, securing their place in the grand final scheduled to be played on August 15. From the opening whistle, both teams displayed attacking football and created several opportunities. However, the defenders and goalkeepers of both sides stood firm, preventing any breakthrough. The deadlock continued until the end of regulation time, sending the match into the decisive penalty shootout. During the shootout, Boden converted four penalties, while Komna managed to score two. Boden’s composed performance under pressure earned them a well-deserved place in the final. Congress leader and Khariar Assembly constituency candidate Kamal Charan Tandi attended the match as the chief guest and encouraged the players of both teams. Among the distinguished guests present were Prabin Pattnaik, President of Khariar Nagar Congress; Shahrukh Khan, Secretary of Odisha Youth Congress; Buddhadeb Behera, Khariar Block Congress President; Pradip Behera, President of Khariar Youth Congress; Giridhari Suna, Vice-President of Khariar Congress; Hemanu Punji, Secretary of Khariar Congress; and journalist Bhajan Lal Jagat. The match was officiated by Football Association of Odisha officials Tapas Pati, Anand Bemal, Sourav Panda and Biharilal Masara. Bedant Pradhan handled the score management, while national-level commentators Prakash Chandra Patra and Dhananjay Mallick provided live commentary. The tournament is being organised under the guidance of the Raja Anup Singh Deo Memorial Football Trust. Trust President Ankit Singh Deo, Secretary Jitendra Nayak, Vice-President Prabhudatta Gaud, Treasurer Bishwaranjan Panda, along with Rupesh Tahani, Vivek Podh, Sushant Kumar Swain, Shyam Nag, Basanti Majhi, Punyatosh Mund, Deb Pradhan, Akib Raja, Jhintu Mahapatra, Prashanu Pattnaik, Niranjan Podh, Mohammad Arif, Gudu Panigrahi, Sushanu Sahu, Harihar Sahu and Dipti Ranjan Satapathy extended their cooperation for the successful conduct of the tournament. With Boden now through to the final, football fans are eagerly waiting for the August 15 showdown. The stage is set for a thrilling finale as Boden look to lift the prestigious Raja Anup Singh Deo Memorial Football Tournament trophy.

Nuapada (ନୂଆପଡ଼ା) • Reports: Malaya Meher, District Correspondent

ଜୁଆ ଆଡ୍ଡାରେ ଚଢ଼ଉ, ୩ ଜଣଙ୍କୁ ଗିରଫ ସହ ବାଇକ୍ ଓ ଟଙ୍କା ଜବତ କଲେ କେ. ନୁଆ ଗାଁ ପୋଲିସ
Aug 12, 2026•63 views

ଜୁଆ ଆଡ୍ଡାରେ ଚଢ଼ଉ, ୩ ଜଣଙ୍କୁ ଗିରଫ ସହ ବାଇକ୍ ଓ ଟଙ୍କା ଜବତ କଲେ କେ. ନୁଆ ଗାଁ ପୋଲିସ

ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଞ୍ଚଳର ବିଜୟଲକ୍ଷ୍ମୀନାରାୟଣପୁର ନିକଟ କାଜୁ ବଗିଚାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉ କରିଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଥିବାବେଳେ ଜୁଆ ଆଡ୍ଡାରୁ ନଗଦ ୬୩,୧୭୦ ଟଙ୍କା, ଦୁଇ ପ୍ୟାକେଟ ତାସ୍‌, ଗୋଟିଏ ତାରପୋଲିନ୍‌, ୪ଟି ମୋବାଇଲ୍‌ ଫୋନ୍‌ ଓ ଦୁଇଟି ମୋଟରସାଇକେଲ୍‌ ଜବତ ହୋଇଛି। ପୁଲିସ ସୂଚନାନୁସାରେ, ୧୧ ତାରିଖ ଅପରାହ୍ନରେ ବିଜୟଲକ୍ଷ୍ମୀନାରାୟଣପୁର ନିକଟ କାଜୁ ବଗିଚାରେ ଟଙ୍କା ବାଜି ଲଗାଇ ‘ମଙ୍ଗାପଟ୍ଟା’ ଜୁଆ ଚାଲିଥିବା ଖବର ପୁଲିସକୁ ମିଳିଥିଲା। ଏହାପରେ କେ.ନୂଆଗାଁ ପୁଲିସ ଚଢ଼ଉ କରିଥିଲା। ପୁଲିସ ପହଞ୍ଚିବା ବେଳକୁ ପ୍ରାୟ ୧୦ରୁ ୧୫ ଜଣ ତାସ୍‌ ଖେଳୁଥିବା ଦେଖାଯାଇଥିଲା। ପୁଲିସକୁ ଦେଖି କିଛି ଜୁଆଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଘଟଣାସ୍ଥଳରୁ ତ୍ରିଲୋଚନ ସାହୁ ଓରଫ ଲଣ୍ଡା, କାଳିଆ ସାହୁ ଓରଫ କାଳୁ ଏବଂ ସନ୍ତୋଷ କୁମାର ସାହୁଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ କେତେକ ଜୁଆଡ଼ି ଫେରାର ହୋଇଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଚଢ଼ଉ ସମୟରେ ପୁଲିସ କର୍ମଚାରୀଙ୍କୁ ଜୁଆଡ଼ିମାନେ ଧକ୍କା ମାରିବା ସହ ମାଡ଼ ମାରିଥିବା ଏବଂ ଧମକ ଦେଇଥିବା ପ୍ରେସ୍‌ ନୋଟ୍‌ରେ ଉଲ୍ଲେଖ ରହିଛି। ଏନେଇ କେ.ନୂଆଗାଁ ଥାନାରେ ମାମଲା ନଂ ୧୭୭/୨୦୨୬ ରୁଜୁ ହୋଇଛି।

Ganjam (ଗଞ୍ଜାମ) • ଦୁର୍ଗା ମାଧବ

MCL ମୁଖ୍ୟ କାର୍ଯ୍ୟାଳୟ ଘେରାଓ, ୧୬ ଦଫା ଦାବି ନେଇ HMSର ଆନ୍ଦୋଳନ
Aug 12, 2026•82 views

MCL ମୁଖ୍ୟ କାର୍ଯ୍ୟାଳୟ ଘେରାଓ, ୧୬ ଦଫା ଦାବି ନେଇ HMSର ଆନ୍ଦୋଳନ

ତାଳଚେର: ହିନ୍ଦ୍ ମଜଦୂର ସଭା (HMS) ପକ୍ଷରୁ ସମ୍ବଲପୁରସ୍ଥିତ MCL ମୁଖ୍ୟ କାର୍ଯ୍ୟାଳୟ ଘେରାଓ କରାଯାଇ ୧୬ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଶ୍ରମିକଙ୍କ ଅଧିକାର, ଗିଫ୍ଟ କାର୍ଡ, ସ୍ଥାନୀୟ ନିଯୁକ୍ତି, ବିସ୍ଥାପିତଙ୍କ ଉଚିତ କ୍ଷତିପୂରଣ ଓ ପୁନର୍ବାସ, ଠିକା ଶ୍ରମିକଙ୍କ ସୁବିଧା, ପରିବେଶ ସୁରକ୍ଷା ଏବଂ CSR ପାଣ୍ଠିର ସ୍ୱଚ୍ଛ ବ୍ୟବହାର ଭଳି ପ୍ରମୁଖ ଦାବି ନେଇ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମେତ HMSର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସମେତ ବିଭିନ୍ନ ଡିଭିଜନର ନେତୃବୃନ୍ଦ ଓ ଶ୍ରମିକମାନେ ଯୋଗଦେଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ନିଟ୍‌ରେ ସଫଳତା: ସୁଶୀଲଙ୍କୁ ଶୁଭେଚ୍ଛା ଜଣାଇଲେ ସମାଜସେବୀ ଅଭିମନ୍ୟୁ ସାହୁ
Aug 12, 2026•116 views

ନିଟ୍‌ରେ ସଫଳତା: ସୁଶୀଲଙ୍କୁ ଶୁଭେଚ୍ଛା ଜଣାଇଲେ ସମାଜସେବୀ ଅଭିମନ୍ୟୁ ସାହୁ

ବଅଁରପାଳ: ଅନୁଗୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ପଞ୍ଚାୟତର ସୁରେଶ ପରିଡାଙ୍କ ସୁପୁତ୍ର ସୁଶୀଲ କୁମାର ପରିଡା ଚଳିତବର୍ଷ ନିଟ୍‌-୨୦୨୬ ପରୀକ୍ଷାରେ ସଫଳତା ହାସଲ କରି ବଅଁରପାଳ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ସମାଜସେବୀ ଅଭିମନ୍ୟୁ ସାହୁ ସୁଶୀଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମଙ୍ଗଳ କାମନା କରିଥିଲେ। ଏଥିସହ ସୁଶୀଲଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ଶିକ୍ଷାଜୀବନରେ ଅଧିକ ସଫଳତା କାମନା କରିଥିଲେ। ଏହି ଅବସରରେ ବଅଁରପାଳ ସରପଞ୍ଚ ଅନୁସୟା ଗଡ଼ନାୟକ, ଗଡ଼ସନ୍ତ୍ରୀ ସରପଞ୍ଚ ଟଙ୍କଧର ବେହେରା, କୁଲାଡ଼ ଗ୍ରାମର ଯୁବ ସମାଜସେବୀ ଜିତୁ ଭାଇ, ସୁବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସ୍ୱର୍ଗତ ବିରଞ୍ଚି ମହାନ୍ତଙ୍କ ଏକାଦଶାହରେ ଯୋଗଦେଲେ ବିବୁଭୂଷଣ ରାଉତ: ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ ନେତା ଓ କର୍ମୀ
Aug 12, 2026•21 views

ସ୍ୱର୍ଗତ ବିରଞ୍ଚି ମହାନ୍ତଙ୍କ ଏକାଦଶାହରେ ଯୋଗଦେଲେ ବିବୁଭୂଷଣ ରାଉତ: ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ ନେତା ଓ କର୍ମୀ

ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ବ୍ଲକର ଲେମ୍ବୋ ଗ୍ରାମ ପଞ୍ଚାୟତ ଅଧୀନ ଦୁଲ୍ଲାବାହାଳି ଗ୍ରାମର ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ବିରଞ୍ଚି ମହାନ୍ତଙ୍କ ଏକାଦଶାହ କ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁକିନ୍ଦା ନିର୍ବାଚନମଣ୍ଡଳୀର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ବିବୁଭୂଷଣ ରାଉତ ଯୋଗଦେଇ ସ୍ୱର୍ଗତ ମହାନ୍ତଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିରଞ୍ଚି ମହାନ୍ତଙ୍କ ସାମାଜିକ ଓ ରାଜନୈତିକ ଜୀବନ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ଜଣେ ବରିଷ୍ଠ କଂଗ୍ରେସ ନେତା ଭାବେ ସେ ଦଳର ସଂଗଠନକୁ ମଜବୁତ କରିବା ସହ ଅଞ୍ଚଳର ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ଥିବା ବକ୍ତାମାନେ କହିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ରାଇଚରଣ ମହାନ୍ତି, ସୋୱର୍ଣ୍ଣ ବାନରା, ମହେନ୍ଦ୍ର ଦାସ ଏବଂ ସୁକିନ୍ଦା ବ୍ଲକ କଂଗ୍ରେସ ସଭାପତି ମଦନମୋହନ ଖୁଣ୍ଟିଆଙ୍କ ସମେତ ବହୁ କଂଗ୍ରେସ ନେତା, କର୍ମୀ ଓ ସ୍ଥାନୀୟ ଲୋକେ ଯୋଗଦେଇ ସ୍ୱର୍ଗତ ବିରଞ୍ଚି ମହାନ୍ତଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶେଷରେ ଉପସ୍ଥିତ ନେତା ଓ କର୍ମୀମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ସହ ସ୍ୱର୍ଗତ ବିରଞ୍ଚି ମହାନ୍ତଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ।

Jajpur (ଯାଜପୁର) • ଅନିଲ କୁମାର ଜେନା

ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରଲୋକ  ୪୬ ବର୍ଷ ବୟସରେ ହୃଦ୍‌ଘାତରେ ଦେହାନ୍ତ; ବଡ଼ଚଣାରେ ଶୋକର ଛାୟା
Aug 12, 2026•6 views

ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରଲୋକ ୪୬ ବର୍ଷ ବୟସରେ ହୃଦ୍‌ଘାତରେ ଦେହାନ୍ତ; ବଡ଼ଚଣାରେ ଶୋକର ଛାୟା

ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆଶିଷ କୁମାର କାର୍ଜିଙ୍କର ଆଜି ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ତାଙ୍କର ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ବଡ଼ଚଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ଚିକିତ୍ସାଧିକାରୀ ଭାବେ ସେ ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ନିଜର ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କ ଅକାଳ ବିୟୋଗରେ ସହକର୍ମୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅଞ୍ଚଳବାସୀ ଗଭୀର ମର୍ମାହତ ହୋଇଛନ୍ତି। ଡାକ୍ତର ଆଶିଷ କୁମାର କାର୍ଜିଙ୍କ ବିୟୋଗରେ ବଡ଼ଚଣାର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ଆତ୍ମାର ସଦ୍‌ଗତି ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ପ୍ରଦାନ କରିବାକୁ ଅଞ୍ଚଳବାସୀ ପ୍ରାର୍ଥନା କରିଛନ୍ତି।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁର

ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ କର୍ମୀ ଓ ଜନତା
Aug 12, 2026•64 views

ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ କର୍ମୀ ଓ ଜନତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଉତ୍ସାହ ଓ ଦେଶପ୍ରେମର ଭାବନା ସହିତ ପାଳିତ ହେଉଛି ‘ହର ଘର ତ୍ରିରଙ୍ଗା’ ଅଭିଯାନ। ଏହା ସହିତ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମ ମଧ୍ୟ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ, ମେଡିକାଲ ସମେତ ବିଭିନ୍ନ ସ୍ଥାନରେ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଅଲ୍ୟାଣୀ ମଣ୍ଡପଠାରେ ହର ଘର ତ୍ରିରଙ୍ଗା ଅଭିଯାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଶତାଧିକ ବିଜେପି କର୍ମୀ ଓ ସାଧାରଣ ଜନତାଙ୍କୁ ନେଇ ଏକ ବିଶାଳ ମୋଟରସାଇକେଲ ରାଲି ବାହାରିଥିଲା। ଜାତୀୟ ପତାକା ଧରି ଦେଶପ୍ରେମର ସ୍ଲୋଗାନ ଦେଇ କର୍ମୀମାନେ ଧାମନଗର, ଦୋବଲ ଓ ଖଡ଼ିପଦା ବଜାର ପରିକ୍ରମା କରିଥିଲେ।ପରେ ରାଲି ଅନାଦପୁରଠାରେ ପହଞ୍ଚିଥିଲା। ସେଠାରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଜେପି କର୍ମୀଙ୍କ ସହ କିଛି ସାଧାରଣ ଲୋକ ମଧ୍ୟ ରାଲିରେ ସାମିଲ ହୋଇଥିଲେ। ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା। ‘ହର ଘର ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ଦେଶର ଗୌରବ ଓ ସ୍ୱାଧୀନତା ସଂଗ୍ରାମର ବୀର ସହିଦମାନଙ୍କୁ ସ୍ମରଣ କରିବାର ବାର୍ତ୍ତା ଦିଆଯାଉଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକ
Aug 12, 2026•9 views

ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକ

ବୁଧବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ପ୍ରମୂଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରାଇ ଆଲୋଚ଼ନା କରିଛନ୍ତି । ଏହି ଅବସରରେ ସେ ଉପସ୍ଥିତ ସମସ୍ତ ପ୍ରତିନିଧିମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ନିମନ୍ତେ ଦାବୀ - ଆପତ୍ତି ପାଇଁ ଫର୍ମ-୯, ୧୦,୧୧, ୧୧-ଏ ଓ ୧୧- ବି ପ୍ରଦାନ କରିଥିଲେ । ଏହି ବୈଠକରେ ଇ.ଆର.ଓ. - ସବ୍ କଲେକ୍ଟର (୫୫-ଢେଙ୍କାନାଳ) ଶ୍ରୀ ପଦ୍ମ ଚରଣ ସାହୁ, ଡ଼େପୁଟୀ କଲେକ୍ଟର (ନିର୍ବାଚ଼ନ) ନିବେଦିତା ରାଉତଙ୍କ ସମେତ ବିଜେଡ଼ିର ପ୍ରତିନିଧି ଶ୍ରୀ ଗୋପାଳ ପାତ୍ର ଏବଂ ଶ୍ରୀ ବିଷ୍ଣୁ ପ୍ରସାଦ କର, ଜାତୀୟ କଂଗ୍ରେସର ଶ୍ରୀ ବନମାଳି ଦାସ ଓ ଶ୍ରୀମତୀ ଶିଳ୍ପୀଶ୍ରୀ ହରିଚ଼ନ୍ଦନ ଏବଂ ଆମ୍ ଆଦମୀ ପାର୍ଟିର ପ୍ରତିନିଧି ଶ୍ରୀ ପଙ୍କଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
Aug 12, 2026•6 views

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଢେ଼ଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ବାଇପାସ୍ ସ୍ଥିତ ସହରକୁ ପ୍ରବେଶ ରାସ୍ତାରେ ପାଣି ଜମୁଥିବାରୁ ଏହାର ପ୍ରତିକାର ପାଇଁ ବିହିତ ବ୍ୟବସ୍ଥା କରି ଓ ଦୁର୍ଘଟଣା ପ୍ରବଣ ରାସ୍ତା ଏବଂ ଛକ ଗୁଡ଼ିକରେ ଲାଇଟିଂ ର ବ୍ୟବସ୍ଥା ମାସକ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରମୂଖ କଲେଜ ଓ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ସାଇନେଜ୍‌ ଓ ପ୍ରତିଫଳକ ଦର୍ପଣ ଲଗାଇବାକୁ କହିଛନ୍ତି । ଜାତୀୟ ରାଜପଥରେ ହୋଇଥିବା ଖାଲ ଓ ଜଳୁ ନ ଥିବା ଲାଇଟ ପୋଷ୍ଟକୁ ଚ଼ିହ୍ନଟ କରି ଯଥାଶୀଘ୍ର ମରାମତି ପାଇଁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ପରାମର୍ଶ ଦେଇଛନ୍ତି । ରାସ୍ତା କଡ଼ରେ ଗାଡ଼ି ପାର୍କିଂ ଯୋଗୁଁ ଦୁର୍ଘଟଣା ଘଟୁଥିବାରୁ ପାର୍କିଂ ପାଇଁ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ବାରୋପ କରିଥିଲେ । କଣ୍ଟାନାଳୀ ବାଇପାସ ଛକ ଠାରେ ସୁଦୃଶ୍ୟ ସାଇନେଜ୍ ବ୍ୟବସ୍ଥା, ନବଭାରତ ଠାରେ ରାସ୍ତାରେ ଅଧିକ ପାଣି ଜମା ଯୋଗୁଁ ଚ଼ଳାଚ଼ଳରେ ଅସୁବିଧା, ଅପ୍ରାପ୍ତ ବୟସ୍କ ପିଲାମାନଙ୍କ ଗାଡ଼ିଚାଳନାରେ ରୋକ ଲଗାଇବା, ରାସ୍ତାରେ ଗାଇଗୋରୁଙ୍କ ଦୁର୍ଦ୍ଦଟଣାରେ ମୃତାହତ, ଅବୈଧ ନିର୍ମାଣ ଆଦି ଉଚ୍ଛେଦ , ସହର ମଧ୍ୟରେ ପାର୍କିଂ ବ୍ୟବସ୍ଥା ସଂପର୍କରେ ସଦସ୍ୟ ମାନେ ଆଲୋଚନା କରିଥିଲେ । ଗତ ଜୁଲାଇ ମାସରେ ୩୦ଟି ଦୁର୍ଘଟଣା ଘଟି ମୋଟ ୨୫ ଜଣ ଆହତ ହୋଇଥିବା ବେଳେ ୧୮ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ଆର. ଟି. ଓ. ଶ୍ରୀ ଶିବାଶିଷ ସାହୁ ପ୍ରକାଶ କରିଛନ୍ତି । ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଯୋଗୁଁ ଚ଼ଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ୨୧୫୦ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇ ଥିବା ବେଳେ ଗତ ଜୁଲାଇ ମାସରେ ୧୦୧୮ଜଣଙ୍କୁ ଜୋରିମାନା କରାଯାଇଛି ବୋଲି ସେ ସୂଚ଼ନା ଦେଇଥିଲେ । ଏହି ଅବସରରେ, ଦୁର୍ଦ୍ଧଟଣା ଗ୍ରସ୍ତ ମାନଙ୍କୁ ଉଦ୍ଧାର କରିଥିବା ଷଣ୍ଢପଶିପାଟଣା (ଗନ୍ଦିଆ ) ର ମଦନ ରାଉତ, ପୋରୁଆଖୋଜ (ଗନ୍ଦିଆ ) ର ବଳରାମ ପରିଡ଼ା ଏବଂ ପାଳଗାଣ୍ଡୁଆ (ଗନ୍ଦିଆ ) ର ସଂଜୟ ପରିଡାଙ୍କୁ ଗୁଡ୍ ସମରିଟାନ ଭାବେ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ପ୍ରସାଦ ନାୟକ ଜାତୀୟ ରାଜପଥରେ ହେଇଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍. (ପ୍ରୋବେସନ୍ ) ସୁଧା ଚୈହାନ, କମିଟିର ସମସ୍ତ ସଦସ୍ୟ, ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି

International Youth Day Celebrated at Dhaunrapur
Aug 12, 2026•10 views

International Youth Day Celebrated at Dhaunrapur

International Youth Day 2026 was celebrated with enthusiasm at the Government Higher Secondary School in Dhaunrapur under Dharmagarh Block of Kalahandi district. The programme was organised by RCDC and the Child Development Project with the objective of creating awareness among young people about their role in society and the nation. RCDC Field Coordinator Sandeep Kumar Nag conducted the programme and highlighted the significance of International Youth Day. He spoke about the importance of youth power, education, skill development, leadership and social responsibility. RCDC Project Manager Rabi Narayan Tripathy and Field Coordinator Bihari Raut were present on the occasion and encouraged the participating youths. School Headmaster Chaitanya Payasingh, TGTs Subhashini Durga, Pushpanjali Dharua and Tapaswini Durga, along with Gajapati Bandichhod and other school staff, also attended the programme. Around 50 young men and women from different areas participated in the event. Discussions were held on developing positive thinking, leadership skills, social responsibility and preparing appropriate plans for their future. RCDC Community Mobilisers Hukim Chandra Bhaisāl and Dibakar Bhaisāl played an important role in organising and conducting the programme successfully. At the conclusion, the participants were given the message that “Youth Power is the Strength of the Nation” and were encouraged to develop their skills and actively contribute to the development of society and the country.

Kalahandi (କଳାହାଣ୍ଡି) • Report: Rupendra Sunani

ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ସରିଛି, ହେଲେ ମିଳୁନି ପାଣି
Aug 12, 2026•56 views

ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ସରିଛି, ହେଲେ ମିଳୁନି ପାଣି

ନୟାଗଡ଼, ନୂଆଗାଁ: ଗ୍ରାମବାସୀଙ୍କୁ ନିୟମିତ ଓ ନିରାପଦ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଓଭରହେଡ୍ ପାଣି ଟାଙ୍କି ରହିଛି, ହେଲେ ଟାଙ୍କିରେ ପାଣି ନାହିଁ। ଫଳରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହେବା ବଦଳରେ ଦିନକୁ ଦିନ ଜଟିଳ ହେଉଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଅନ୍ତର୍ଗତ ଚକାପଥର ଗ୍ରାମରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପୂର୍ବ ସରକାରଙ୍କ ସମୟରେ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଗ୍ରାମକୁ ପାଇପ୍ ବିଛା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିବା କୁହାଯାଉଛି। କିନ୍ତୁ ପ୍ରକଳ୍ପର ମୁଖ୍ୟ ଅଂଶ ଭାବେ ଥିବା ଓଭରହେଡ୍ ଟାଙ୍କି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକଙ୍କୁ ଏହାର ସୁଫଳ ମିଳୁନାହିଁ। ଅନ୍ୟପକ୍ଷରେ ପ୍ରକଳ୍ପ ପରିସରର ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି। ଗ୍ରୀଷ୍ମ ଋତୁରେ ଗ୍ରାମକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରାଯାଉଥିଲେ ମଧ୍ୟ ତାହା ନିୟମିତ ହେଉନଥିବାରୁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଇପ୍ ବିଛା କାର୍ଯ୍ୟ ଶେଷ ହୋଇଥିବା ସତ୍ତ୍ୱେ ଓଭରହେଡ୍ ପାଣି ଟାଙ୍କି କାହିଁକି କାର୍ଯ୍ୟକ୍ଷମ ହେଉନାହିଁ ଏବଂ ପ୍ରକଳ୍ପରୁ କେବେ ନିୟମିତ ପାନୀୟ ଜଳ ଯୋଗାଣ ହେବ, ସେନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଓଭରହେଡ୍ ଟାଙ୍କିକୁ କାର୍ଯ୍ୟକ୍ଷମ କରିବା ସହ ନିୟମିତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Nayagarh (ନୟାଗଡ଼) • ରିପୋର୍ଟ: ସଞ୍ଜୟ କୁମାର କଅଁର, ନୂଆଗାଁ

ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ରେ ସାମିଲ ହେଲେ କର୍ମୀ ଓ ଜନତା
Aug 12, 2026•19 views

ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ରେ ସାମିଲ ହେଲେ କର୍ମୀ ଓ ଜନତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ପାଳିତ ହେଉଛି ହରଘର ତ୍ରିରଙ୍ଗା। ଉତ୍ସାହ ଏବଂ ଦେଶପ୍ରେମର ସହିତ ହରଘର ତ୍ରିରଙ୍ଗା ଏବଂ ବନ୍ଦେମାତରଂ କାର୍ଯ୍ୟକ୍ରମ। ଦେଶରେ ଅଗଷ୍ଟ 9 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପାଳନ କରାଯିବ। ସବୁ ସରକାରୀ ତଥା ବେସରକାରୀ କାର୍ଯ୍ୟକ୍ରମ ରେ ସ୍କୁଲ ମେଡିକାଲ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପାର୍ଲା ମଣ୍ଡଳ ର ଗାଡିଆଜର ଠାରୁ ଏକ ବାଇକ ରାଲି କରି ପାର୍ଲା, କଦଳୀମୁଣ୍ଡା, ବେହେରାଗୁଡା,ସାନ କେନ୍ଦୁଗୁଡା, ତେଣ୍ଡାପାଲି, ବେହେରା ଦେଇ। ବାଇକ ଶୋଭାଯାତ୍ରା କରିଥିଲେ। ବିଜୁ କଲ୍ୟାଣ ମଣ୍ଡପ ବେହେରା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ପର୍ଲା ମଣ୍ଡଳ ସଭାପତି ଅଜୟ ମେହେର ଙ୍କ ଅଧକ୍ଷ୍ୟତା ରେ ବୈଠକ ଆରମ୍ଭ ହୋଇଥିଲା। ହରଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା,ମଣ୍ଡଳପ୍ରଭାରୀ ମନୀନ୍ଦ୍ର ପାତ୍ର, ସମ୍ପାଦକ ହେମନ୍ତ ମାଝୀ, ଜିଲ୍ଲା ଅନୁସୂଚିତ ଜାତି ସାଧାରଣ ସମ୍ପାଦକ ସୁଧୀର ବାଗ, ଧର୍ମଗଡ଼ ନିର୍ବାଚନମଣ୍ଡଳୀ ସଂଯୋଜକ ସେତୁରାମ ଭକ୍ତ, ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଯୁବମୋର୍ଚା ତ୍ରିରଙ୍ଗା ସଂଯୋଜକ ଦୁଷ୍ମନ୍ତ ଯାଦବ, ପର୍ଲାମଣ୍ଡଳ ଯୁବମୋର୍ଚା ସଭାପତି ସୁଧୀର ରଞ୍ଜନ ଗୋପାଳ, ପୂର୍ବତନ ଜିଲ୍ଲାପରିଷଦ ଘନଶ୍ୟାମ ପଟେଲ ପର୍ଲା ମଣ୍ଡଳ ସାଧାରଣ ସମ୍ପାଦକ ଅମୃତ ବାଗ, ବୈଠକ ରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ। ଝସକେତନ ପାଣିଗ୍ରାହୀ, ଗାଜିନ୍ଦ୍ର ବାଗ, ଦିବ୍ୟ ଗୋପାଳ, ନିରଞ୍ଜନ କାଣ୍ଡ, ସହଯୋଗ କରିଥିଲେ।

Kalahandi (କଳାହାଣ୍ଡି) • ରିପୋର୍ଟ:ରିତେଶ କୁମାର ମୁଣ୍ଡ