--:--:--
-- ---
Srishti News

Web News

ନିଳାଦ୍ରୀ ବିହାର କନ୍ୟାଶ୍ରମ ଠାରେ ଥିବା ଟ୍ରାନଜିଟ ହାଉସ ରେ ୩୦୦ରୁ ଅଧିକ ଘର ଭଙ୍ଗା ହୋଇ ବର୍ଷା ଦିନରେ ଗରିବଙ୍କୁ ରାସ୍ତାକୁ ଠେଲିଦେବା କେଉଁ ବିକାଶ?
Aug 12, 2026•86 views

ନିଳାଦ୍ରୀ ବିହାର କନ୍ୟାଶ୍ରମ ଠାରେ ଥିବା ଟ୍ରାନଜିଟ ହାଉସ ରେ ୩୦୦ରୁ ଅଧିକ ଘର ଭଙ୍ଗା ହୋଇ ବର୍ଷା ଦିନରେ ଗରିବଙ୍କୁ ରାସ୍ତାକୁ ଠେଲିଦେବା କେଉଁ ବିକାଶ?

ପୁଲିସ ବଳ ପ୍ରୟୋଗର ତୀବ୍ର ନିନ୍ଦା — ଆଇନଗତ ଅଧିକାର ଫେରାଇବାକୁ ଦାବି ଟ୍ରାନଜିଟ ହାଉସ ରେ ୩୦୦ରୁ ଅଧିକ ଗରିବ ପରିବାରର ଘର ଭାଙ୍ଗି ଦିଆଯାଇ ବର୍ଷା ଋତୁରେ ସେମାନଙ୍କୁ ନିରାଶ୍ରୟ କରିଦିଆଯାଇଥିବା ଘଟଣାକୁ ବସ୍ତି ସୁରକ୍ଷା ମଞ୍ଚ ପକ୍ଷ ରୁ ତୀବ୍ର ନିନ୍ଦା କରାଯାଉଛି। ଘର ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ସ୍ୱର ଉଠାଇଥିବା ବସ୍ତିବାସିଙ୍କ ଉପରେ ପୁଲିସ ବଳ ପ୍ରୟୋଗ ହେବା ଆହୁରି ଉଦବେଗ ଜନକ ଓ ଘଟଣାକୁ ଆହୁରି ଗମ୍ଭୀର କରିଛି। ବସ୍ତି ସୁରକ୍ଷା ମଞ୍ଚ ପ୍ରଶ୍ନ କରୁଛି— ଗରିବଙ୍କ ଘର ଭାଙ୍ଗିବା ହିଁ କ’ଣ ବିକାଶ? ବର୍ଷା ଦିନରେ ଶିଶୁ, ମହିଳା, ଭିନ୍ନକ୍ଷମ ,ବୃଦ୍ଧ ଓ ଶ୍ରମଜୀବୀ ପରିବାରଙ୍କୁ ଖୋଲା ଆକାଶ ତଳେ ଛାଡ଼ିଦେବା ହିଁ କ’ଣ ସରକାର୍ ଓ ପ୍ରଶାସନ ର ମାନବିକତା? ଯେଉଁମାନେ ଏହାର ଶାନ୍ତିପୂର୍ଣ୍ଣ ପ୍ରତିବାଦ କଲେ ସେମାନଙ୍କୁ ପୋଲିସ ମାଡ ମାରି ଅଟକ ରଖିବା ଅତ୍ୟନ୍ତ ନିନ୍ଦନୀୟ l ଏହି ବସ୍ତିବାସୀମାନଙ୍କ ମଧ୍ୟରେ ଭୂମିହୀନ ଓ EWS (Economically Weaker Section) ପରିବାର ରହିଛନ୍ତି। Odisha Municipal Corporation Act, 2003ର Chapter XXI ଅନୁସାରେ ଯୋଗ୍ୟ ବସ୍ତିବାସୀଙ୍କ ପାଇଁ property right ଓ land right ସମ୍ପର୍କିତ ଆଇନଗତ ବ୍ୟବସ୍ଥା ରହିଛି। ଏପରି ସ୍ଥିତିରେ ଯେଉଁ ଲୋକମାନଙ୍କ ଅଧିକାରକୁ ପ୍ରଥମେ ସୁନିଶ୍ଚିତ କରିବା ବଦଳରେ ସେମାନଙ୍କ ଘର ଭାଙ୍ଗି ସେମାନଙ୍କୁ ରାସ୍ତାକୁ ଠେଲିଦେବା ପ୍ରଶାସନର ଦାୟିତ୍ୱବୋଧ ଉପରେ ଗଭୀର ପ୍ରଶ୍ନ ଉଠାଉଛି। ଆଇନ ଓ ନ୍ୟାୟ, ବସ୍ତିବାସୀଙ୍କୁ ଅଧିକାର ଦେବା ପାଇଁ ରହିଛି, କିନ୍ତୁ ସେହି ଅଧିକାର ଦିଆଯିବା ପୂର୍ବରୁ ଘର ଭାଙ୍ଗିବା ଅତ୍ୟନ୍ତ ନିନ୍ଦନୀୟ ବସ୍ତି ସୁରକ୍ଷା ମଞ୍ଚ ଏହାକୁ କେବଳ ଘର ଭଙ୍ଗାର ଘଟଣା ଭାବେ ଦେଖୁନାହିଁ। ଏହା ସହର ର ସଂଗଠିତ ଶ୍ରମଜୀବୀ ଲୋକଙ୍କ ଆବାସିକ ସୁରକ୍ଷା, ମାନବିକ ମର୍ଯ୍ୟାଦା ଓ ଆଇନଗତ ଅଧିକାରର ପ୍ରଶ୍ନ ଭାବେ ଦେଖେ ଆମର ସ୍ପଷ୍ଟ ଦାବି: ୧. ଟ୍ରାନଜିଟ ହାଉସ୍ ରେ ଆହୁରି ଘର ଭଙ୍ଗା ତୁରନ୍ତ ବନ୍ଦ କରାଯାଉ। ୨-ପୋଲିସ ଅଟକ ରଖିଥିବା ସବୁ ମହିଳା ଓ ପୁରୁଷ ଙ୍କୁ ଖଲାସ କରାଯାଉ

Bhubaneswar (ଭୁବନେଶ୍ୱର) • ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼

ଶ୍ରୀକ୍ଷେତ୍ରରୁ ଗାଁ ଗଣ୍ଡା: ଧୂମଧାମରେ ପାଳିତ ହୁଏ ପବିତ୍ର ‘ଚିତାଲାଗି ଅମାବାସ୍ୟା’ (ଚିତଉ ଉଆଁସ)
Aug 12, 2026•57 views

ଶ୍ରୀକ୍ଷେତ୍ରରୁ ଗାଁ ଗଣ୍ଡା: ଧୂମଧାମରେ ପାଳିତ ହୁଏ ପବିତ୍ର ‘ଚିତାଲାଗି ଅମାବାସ୍ୟା’ (ଚିତଉ ଉଆଁସ)

ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ ହେଉଛି ‘ଚିତାଲାଗି ଅମାବାସ୍ୟା’। ଏହାକୁ ଗାଁଗଣ୍ଡାରେ ‘ଚିତଉ ଉଆଁସ’ ମଧ୍ୟ କୁହାଯାଏ। ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି ଅନୁଷ୍ଠିତ ହେବା ସହ ସମଗ୍ର ଓଡ଼ିଶାର ପ୍ରତ୍ୟେକ ପରିବାରରେ ଏହା ଆନନ୍ଦଉଲ୍ଲାସର ସହ ପାଳନ କରାଯାଏ। ​୧. କାହିଁକି ପାଳନ କରାଯାଏ? (ମାହାତ୍ମ୍ୟ ଓ କାରଣ) ​ଶ୍ରୀମନ୍ଦିର ପରମ୍ପରା: ସ୍ନାନପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ଲଲାଟରୁ ରତ୍ନଚିତା ଉଲାଗି (କଢ଼ା) କରାଯାଇଥାଏ। ସ୍ନାନଯାତ୍ରା, ଅଣସର ଓ ରଥଯାତ୍ରା ଶେଷ ହେବା ପରେ ଶ୍ରାବଣ ଅମାବାସ୍ୟା ଦିନ ପୁନର୍ବାର ମହାପ୍ରଭୁଙ୍କ ଲଲାଟରେ ଏହି ରତ୍ନଚିତା ଲାଗି କରାଯାଏ। ଏହି ଦିନଠାରୁ ମହାପ୍ରଭୁ ପୁଣି ସମ୍ପୂର୍ଣ୍ଣ ରୂପେ ରତ୍ନଚିତା ଶୋଭିତ ହୋଇ ଦର୍ଶନ ଦିଅନ୍ତି। ​କୃଷି ଓ କୃଷକର ପର୍ବ: ଓଡ଼ିଶା: ଚାଷୀକୂଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କୃଷିଭିତ୍ତିକ ପର୍ବ। ବର୍ଷା ଋତୁରେ ଧାନ ବିଲରେ ବେଉଷଣ ଓ କାମ ଚାଲିଥିବା ସମୟରେ କ୍ଷେତରେ ଗେଣ୍ଡା, ଯୋକ, ସାପ ଆଦି କୀଟପତଙ୍ଗଙ୍କ ପ୍ରାଦୁର୍ଭାବ ବଢ଼ିଥାଏ। ଚାଷୀମାନଙ୍କ ଗୋଡ଼ ଯେପରି ଗେଣ୍ଡାର ଧାରୁଆ ଖୋପାରେ ନ କଟେ ଓ ସେମାନେ ନିରାପଦରେ ରହନ୍ତୁ, ସେଥିପାଇଁ ବିଲରେ ଓ ଜଳାଶୟରେ ଚିତଉ ପିଠା ସମର୍ପଣ କରାଯାଇ ପ୍ରାର୍ଥନା କରାଯାଏ। ​୨. କାହାକୁ ପୂଜା କରାଯାଏ? (ପୂଜିତ ଦେବଦେବୀ) ​ଶ୍ରୀଜଗନ୍ନାଥ ଓ ଚତୁର୍ଦ୍ଧାମୂର୍ତ୍ତି: ଶ୍ରୀମନ୍ଦିରରେ ମୁଖ୍ୟତଃ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କର ପୂଜାର୍ଚ୍ଚନା କରାଯାଏ। ​ଶ୍ରୀଜଗନ୍ନାଥଙ୍କୁ: ହୀରାଖଚିତ 'ହୀରା ଚିତା' (ବ୍ରହ୍ମଜ୍ୟୋତି) ​ଶ୍ରୀବଳଭଦ୍ରଙ୍କୁ: ନୀଳମଣିଖଚିତ 'ନୀଳା ଚିତା' ​ଦେବୀ ସୁଭଦ୍ରାଙ୍କୁ: ମାଣିକ୍ୟଖଚିତ 'ମାଣିକ୍ୟ ଚିତା' ଅର୍ପଣ କରାଯାଏ। ​ଦେବୀ ଗେଣ୍ଡେଇଶୁଣୀ (ଜଳଚର ପ୍ରାଣୀ ଓ ଧାନକ୍ଷେତ): ଗ୍ରାମାଞ୍ଚଳରେ ଚାଷୀମାନେ ଧାନକ୍ଷେତ, ଗେଣ୍ଡା, ଯୋକ ଏବଂ ଜଳଚର ଜୀବଙ୍କର ରକ୍ଷାକାରୀ ଦେବୀ ଭାବେ. ପରିଚିତ..

Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଦୁଇ ପରିଚୟପତ୍ରରେ ବୟସର ତାରତମ୍ୟ, ଭତ୍ତାରୁ ବଞ୍ଚିତ ୮୦ ବର୍ଷୀୟ ଦିବ୍ୟାଙ୍ଗ ମହିଳା: ଦୃଷ୍ଟିହୀନ ଇଛଦେଇଙ୍କ ପାଇଁ ଭତ୍ତା ଟଙ୍କା ହିଁ ଥିଲା ଏକମାତ୍ର ଆଶା; ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି
Aug 12, 2026•25 views

ଦୁଇ ପରିଚୟପତ୍ରରେ ବୟସର ତାରତମ୍ୟ, ଭତ୍ତାରୁ ବଞ୍ଚିତ ୮୦ ବର୍ଷୀୟ ଦିବ୍ୟାଙ୍ଗ ମହିଳା: ଦୃଷ୍ଟିହୀନ ଇଛଦେଇଙ୍କ ପାଇଁ ଭତ୍ତା ଟଙ୍କା ହିଁ ଥିଲା ଏକମାତ୍ର ଆଶା; ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି

ଦୁଇଟି ଭିନ୍ନ ପରିଚୟପତ୍ରରେ ବୟସର ତାରତମ୍ୟ ଯୋଗୁଁ ସରକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଜଣେ ଅସହାୟ ଦିବ୍ୟାଙ୍ଗ ବୃଦ୍ଧା। ଜୀବନର ଅପରାହ୍ଣରେ ଦୁଇ ଆଖିର ଦୃଷ୍ଟି ହରାଇ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ହୋଇଥିବା ଏହି ମହିଳାଙ୍କ ପାଇଁ ସରକାରୀ ଭତ୍ତା ଥିଲା ଜୀବନ ଜିଇଁବାର ଏକମାତ୍ର ଭରସା। କିନ୍ତୁ କାଗଜପତ୍ରରେ ବୟସ ତାରତମ୍ୟ ଏବେ ତାଙ୍କ ଜୀବନକୁ ଆହୁରି ଦୁର୍ବିଷହ କରିଦେଇଛି। ଏଭଳି ଏକ ଦୁଃଖଦ ଘଟଣା ନୂଆପଡ଼ା ଜିଲ୍ଲା ତୁକଲା ଗ୍ରାମରୁ ସାମ୍ନାକୁ ଆସିଛି। ତୁକଲା ଗ୍ରାମର ଇଛଦେଇ ମାଝୀ ଜଣେ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ମହିଳା। ଦୁଇ ଆଖିର ଦୃଷ୍ଟି ହରାଇଥିବାରୁ ନିଜର ଦୈନନ୍ଦିନ ଜୀବନ ଚଳାଇବା ମଧ୍ୟ ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ତାଙ୍କ ନିକଟରେ ଥିବା ଦୁଇଟି ପରିଚୟପତ୍ରରେ ବୟସକୁ ନେଇ ତାରତମ୍ୟ ରହିଥିବାରୁ ଭତ୍ତା ପ୍ରଦାନରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଇଛଦେଇଙ୍କୁ ପୂର୍ବରୁ ମାସିକ ୩,୫୦୦ ଟଙ୍କା ଲେଖାଏଁ ଦିବ୍ୟାଙ୍ଗ ଭତ୍ତା ମିଳୁଥିଲା। ଲଗାତାର ତିନି ମାସ ଭତ୍ତା ପାଇବା ପରେ ବର୍ତ୍ତମାନ ତାଙ୍କ ଭତ୍ତା ବନ୍ଦ ହୋଇଯାଇଛି। ଫଳରେ ଔଷଧ, ଖାଦ୍ୟ ଓ ଦୈନନ୍ଦିନ ଆବଶ୍ୟକତା ପୂରଣ ସହ ନିଜର ଗୁଜୁରାଣ ମେଣ୍ଟାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଭତ୍ତା ପୁନଃ ନିୟମିତ କରିବା ପାଇଁ ବର୍ତ୍ତମାନ ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ଆବଶ୍ୟକ କାଗଜପତ୍ରର ସମାଧାନ ଆବଶ୍ୟକ ଥିବା କୁହାଯାଉଛି। କିନ୍ତୁ ଇଛଦେଇ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ହୋଇଥିବାରୁ ନିଜେ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ୟାଙ୍କକୁ ଯାଇ ଏସବୁ କାର୍ଯ୍ୟ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଏପରି ସ୍ଥିତିରେ ମାନବିକତାର ଦୃଷ୍ଟିକୋଣରୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ଅଧିକାରୀମାନେ ତୁରନ୍ତ ମାମଲାରେ ହସ୍ତକ୍ଷେପ କରି ଇଛଦେଇଙ୍କ କାଗଜପତ୍ରରେ ଥିବା ସମସ୍ୟାର ସମାଧାନ କରିବା ସହ ତାଙ୍କ ଭତ୍ତା ପୁନଃ ଚାଲୁ କରିବାକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି। ଏଥିସହ ତାଙ୍କ ସମ୍ପୂର୍ଣ୍ଣ ଦୃଷ୍ଟିହୀନତାକୁ ଦୃଷ୍ଟିରେ ରଖି ଘରଦ୍ୱାରରେ ଭତ୍ତା ଟଙ୍କା ପହଞ୍ଚାଇବା ପାଇଁ ମଧ୍ୟ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ, ଖଡିଆଳ

ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରଲୋକ:  ହୃଦ୍‌ଘାତରେ ଡାକ୍ତର ଆଶିଷ କୁମାର କାର୍ଜିଙ୍କ ଦେହାନ୍ତ
Aug 12, 2026•28 views

ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରଲୋକ: ହୃଦ୍‌ଘାତରେ ଡାକ୍ତର ଆଶିଷ କୁମାର କାର୍ଜିଙ୍କ ଦେହାନ୍ତ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆଶିଷ କୁମାର କାର୍ଜି (୪୬)ଙ୍କର ବୁଧବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ବଡ଼ଚଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଡାକ୍ତର ଆଶିଷ କୁମାର କାର୍ଜି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଅକାଳ ମୃତ୍ୟୁରେ ସହକର୍ମୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ରୋଗୀଙ୍କ ପରିବାରବର୍ଗ ଏବଂ ବଡ଼ଚଣାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଜଣେ ଦାୟିତ୍ୱବାନ ଚିକିତ୍ସାଧିକାରୀ ଭାବେ ସେ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟସେବାରେ ନିଜର ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କ ବିୟୋଗ ସ୍ୱାସ୍ଥ୍ୟ ବିଭାଗ ସହିତ ବଡ଼ଚଣା ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁର

ସନ୍ତୋଷ ନନ୍ଦଙ୍କ ସହ ଦଶରଥପୁର ବନ୍ୟାଞ୍ଚଳ ପରିଦର୍ଶନ କଲେ ଭକ୍ତ ଚରଣ ଦାସ
Aug 11, 2026•109 views

ସନ୍ତୋଷ ନନ୍ଦଙ୍କ ସହ ଦଶରଥପୁର ବନ୍ୟାଞ୍ଚଳ ପରିଦର୍ଶନ କଲେ ଭକ୍ତ ଚରଣ ଦାସ

ଯାଜପୁର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଯାଜପୁର ଗସ୍ତ ଅବସରରେ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ପିସିସି ସଭାପତି ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ଯାଜପୁରର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ ପିସିସି ସଭାପତିଙ୍କ ସହ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ। ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟାପ୍ରପୀଡ଼ିତ ଅଞ୍ଚଳ ବୁଲି ସେଠାକାର ପରିସ୍ଥିତି ଓ ବନ୍ୟାପୀଡ଼ିତଙ୍କ ସମସ୍ୟା ସମ୍ପର୍କରେ ସେମାନେ ଅବଗତ ହୋଇଥିଲେ। ପିସିସି ସଭାପତିଙ୍କୁ ସ୍ୱାଗତ କରିବା ଅବସରରେ ବରିଷ୍ଠ ନେତା ସନ୍ତୋଷ ନନ୍ଦଙ୍କ ସମେତ ନାରାୟଣ ସାମନ୍ତ, ଗଦାଧର ଦାସ, ବିଳାସ ରାଉତ, ବିଦ୍ୟାଧର ଜେନା, ଶ୍ରୀକାନ୍ତ ମହାନ୍ତି, ସୁଶାନ୍ତ ମିଶ୍ର, ଭାସ୍କର ମହାନ୍ତି, ବିଭୂତି ମହାପାତ୍ର, ସୁଧାଂଶୁ ଦେଓ, ସଂଗ୍ରାମ ସାହାଣୀ, ଅର୍ଜିତ ନାୟକ, ମିହିର ମହାନ୍ତି, ନକୁଳ ସାହୁ, ସାଗର ପରିଡ଼ା, ଅର୍ଣ୍ଣବ ମିଶ୍ର, କପିଳ ଦଳାଇ, ଅଧୀର ଜେନା, କନକଲତା ମଲିକ, ଆଦିତ୍ୟ ମହାନ୍ତି ଓ ଗଣେଶ ଦାସଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବନ୍ୟାଜନିତ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ବନ୍ୟାପୀଡ଼ିତଙ୍କ ସମସ୍ୟା ପ୍ରତି ଦଳ ପକ୍ଷରୁ ଆବଶ୍ୟକ ସହଯୋଗ ଓ ସ୍ୱର ଉତ୍ତୋଳନ କରାଯିବ ବୋଲି ଦଳୀୟ ନେତାମାନେ କହିଥିଲେ। ପିସିସି ସଭାପତିଙ୍କ ଦଶରଥପୁର ବନ୍ୟାଞ୍ଚଳ ଗସ୍ତକୁ ନେଇ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ବନ୍ୟାପୀଡ଼ିତଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସଭାପତିଙ୍କୁ ଅବଗତ କରାଇବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁର

ସାବଧାନ! ଗାଁ ଗାଁରେ ଠକେଇ ଅଭିଯୋଗ
Aug 11, 2026•84 views

ସାବଧାନ! ଗାଁ ଗାଁରେ ଠକେଇ ଅଭିଯୋଗ

ହଜାରେ ଦିଅ, ଦଶ ହଜାରେ ପାଅ’ ଲୋଭ ଦେଖାଇ ମହିଳାଙ୍କଠାରୁ ହଜାର ହଜାର ଟଙ୍କା ନେବା ଅଭିଯୋଗ ଧାମନଗର: ଗାଁ ଗାଁରେ ମହିଳାମାନଙ୍କୁ ଅଧିକ ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ଟଙ୍କା ନେଇଥିବା ନେଇ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ହେବା ପରେ ଅଞ୍ଚଳରେ ଚିନ୍ତା ବଢ଼ିଛି। ଅଭିଯୋଗ ଅନୁସାରେ, କିଛି ବ୍ୟକ୍ତି ଗାଁକୁ ଯାଇ ମହିଳାମାନଙ୍କୁ ବିଭିନ୍ନ ପ୍ରକାରର ଲୋଭନୀୟ ପ୍ରତିଶ୍ରୁତି ଦେଉଥିଲେ। ବିଶେଷକରି ‘ହଜାରେ ଟଙ୍କା ଦିଅ, ଦଶ ହଜାରେ ଟଙ୍କା ପାଅ’ ଭଳି ପ୍ରତିଶ୍ରୁତି ଦେଇ ମହିଳାମାନଙ୍କୁ ପ୍ରଲୋଭିତ କରାଯାଉଥିବା ଅଭିଯୋଗ ରହିଛି। ଅଧିକ ଟଙ୍କା ମିଳିବାର ଆଶାରେ କିଛି ମହିଳା ସେମାନଙ୍କ କଥାରେ ବିଶ୍ୱାସ କରି ଟଙ୍କା ଦେଇଥିବା କୁହାଯାଉଛି। ଅଭିଯୋଗକାରୀମାନଙ୍କ କହିବା ଅନୁସାରେ, ଟଙ୍କା ନେବା ପରେ ପ୍ରତିଶ୍ରୁତି ଅନୁଯାୟୀ ଅଧିକ ଟଙ୍କା ଫେରସ୍ତ କରାଯାଇନଥିଲା। ଏପରିକି କେତେକ ମହିଳାଙ୍କଠାରୁ ଟଙ୍କା ନେଇ ବଦଳରେ କେବଳ ଦୁଇ ଖଣ୍ଡ ଶାଢ଼ୀ ଦିଆଯାଇଥିବା ଏବଂ ପରେ ଅଧିକ ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ବଢ଼ୁଥିଲା ଅଭିଯୋଗ କିଛି ମହିଳା ଟଙ୍କା ଦେଇଥିବା ଦେଖି ସେହି ଗ୍ରାମର ଆଉ କିଛି ମହିଳାଙ୍କୁ ମଧ୍ୟ ସମାନ ଭାବରେ ଲୋଭ ଦେଖାଇ ଟଙ୍କା ନେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ଆସିଛି। ଘଟଣା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇବା ପରେ କିଛି ଲୋକ ସେଠାରେ ପହଞ୍ଚିଥିଲେ। ସେଠାରେ ମହିଳାମାନଙ୍କଠାରୁ ଟଙ୍କା ନେବା ନେଇ ପଚରାଉଚରା କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗକାରୀମାନେ କହିଛନ୍ତି। ପରେ ଘଟଣା ସମ୍ପର୍କରେ ଧାମନଗର ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଥାନାକୁ ନେଇ ଯାଇଥିବା ନେଇ ଅଭିଯୋଗକାରୀମାନେ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ଧାମନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଅଭିଯୋଗକାରୀମାନେ କହିଛନ୍ତି। ଥାନା ଅଧିକାରୀ ଅଭିଯୋଗ ଶୁଣିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ କୋର୍ଟକୁ ଫରୱାର୍ଡ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଏହି ଘଟଣାରେ ପ୍ରକୃତରେ କେତେ ଟଙ୍କା ନିଆଯାଇଥିଲା, କେତେଜଣ ମହିଳାଙ୍କଠାରୁ ଟଙ୍କା ନିଆଯାଇଛି ଏବଂ ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ। ଟଙ୍କା ଫେରସ୍ତ ପାଇଁ ମହିଳାଙ୍କ ଦାବି ଘଟଣା ପରେ ଟଙ୍କା ଦେଇଥିବା ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି। ନିଜ କଷ୍ଟ ଉପାର୍ଜିତ ଟଙ୍କା ଫେରସ୍ତ ପାଇବା ପାଇଁ ସେମାନେ ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। ଯେଉଁମାନେ ଟଙ୍କା ଦେଇଛନ୍ତି, ସେମାନଙ୍କ ଟଙ୍କା କିପରି ଫେରସ୍ତ ମିଳିବ, ସେନେଇ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ମହିଳାମାନେ ଅନୁରୋଧ କରିଛନ୍ତି। ଅନ୍ୟପଟେ, ଏଭଳି ଘଟଣା ଗାଁ ଅଞ୍ଚଳରେ ଆହୁରି ଘଟୁଛି କି ନାହିଁ, ତାହାର ମଧ୍ୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବିଶେଷକରି ଅଧିକ ଟଙ୍କା ମିଳିବାର ଲୋଭ ଦେଖାଇ କେହି ଯଦି ଟଙ୍କା ମାଗୁଛନ୍ତି, ତେବେ ସମ୍ପୂର୍ଣ୍ଣ ଯାଞ୍ଚ ନକରି ଟଙ୍କା ନଦେବାକୁ ସଚେତନତା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ତଦନ୍ତ ପରେ ସାମ୍ନାକୁ ଆସିବ ପ୍ରକୃତ ଚିତ୍ର ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିବା ବେଳେ, ଏହି ଅଭିଯୋଗର ପ୍ରକୃତ ସତ୍ୟତା କ’ଣ ଏବଂ କେତେ ପରିମାଣର ଟଙ୍କା ନେଣଦେଣ ହୋଇଛି, ସେନେଇ ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ଏପରି ଲୋଭନୀୟ ପ୍ରତିଶ୍ରୁତି ଦେଇ କେହି ଟଙ୍କା ମାଗିଲେ ଲୋକମାନେ ସତର୍କ ରହିବା ସହ ଘଟଣା ସମ୍ପର୍କରେ ତୁରନ୍ତ ସ୍ଥାନୀୟ ପୋଲିସ କିମ୍ବା ପ୍ରଶାସନକୁ ଜଣାଇବା ଆବଶ୍ୟକ। ଏହାଦ୍ୱାରା ଏଭଳି ଅଭିଯୋଗ ଉପରେ ସମୟୋଚିତ ଭାବେ ତଦନ୍ତ କରାଯାଇପାରିବ ଏବଂ ଅନ୍ୟମାନେ ଠକେଇର ଶିକାର ହେବାରୁ ବଞ୍ଚିପାରିବେ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଦଶରଥପୁର ବନ୍ୟାଞ୍ଚଳ ପରିଦର୍ଶନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ  ବନ୍ୟାପୀଡ଼ିତଙ୍କୁ ପଲିଥିନ, ଶାଢ଼ୀ ଓ ଶୁଖିଲା ଖାଦ୍ୟ ବଣ୍ଟନ; ମୃତକଙ୍କ ପରିବାରକୁ ସମବେଦନା
Aug 11, 2026•133 views

ଦଶରଥପୁର ବନ୍ୟାଞ୍ଚଳ ପରିଦର୍ଶନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ ବନ୍ୟାପୀଡ଼ିତଙ୍କୁ ପଲିଥିନ, ଶାଢ଼ୀ ଓ ଶୁଖିଲା ଖାଦ୍ୟ ବଣ୍ଟନ; ମୃତକଙ୍କ ପରିବାରକୁ ସମବେଦନା

ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ। ତାଙ୍କ ସହ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ। ପିସିସି ସଭାପତି ଦଶରଥପୁର ବ୍ଲକର କାଣୀ ନଦୀ ଘାଇ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏହାସହ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଭରତ ସୁତାରଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ସାକ୍ଷାତ କରିବା ସହ ଗଭୀର ଦୁଃଖ ପ୍ରକାଶ କରି ସମବେଦନା ଜଣାଇଥିଲେ। ଏହି ଗସ୍ତ ସମୟରେ ଭକ୍ତ ଚରଣ ଦାସ ବିଭିନ୍ନ ବନ୍ୟାପ୍ରପୀଡ଼ିତ ଅଞ୍ଚଳ ବୁଲି ପୀଡ଼ିତ ପରିବାରଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ବନ୍ୟାରେ ପ୍ରଭାବିତ ଲୋକଙ୍କୁ ପଲିଥିନ, ଶାଢ଼ୀ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ବନ୍ୟା ସମୟରେ ପିସିସି ସଭାପତି ଦଶରଥପୁର ଅଞ୍ଚଳକୁ ଆସି ବନ୍ୟାପୀଡ଼ିତଙ୍କ ସମସ୍ୟା ବୁଝିବା ଓ ସହାୟତା ପ୍ରଦାନ କରିଥିବାରୁ ସ୍ଥାନୀୟ ନେତା ସନ୍ତୋଷ ନନ୍ଦ କୃତଜ୍ଞତା ଜଣାଇଛନ୍ତି। ଏହି ଗସ୍ତ ବନ୍ୟାପୀଡ଼ିତ ଲୋକଙ୍କ ମନୋବଳ ବଢ଼ାଇବା ସହ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛି।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା

ଏକଶହ ବର୍ଷର ଓସସ୍ତ ଗଛରୁ ବିରାଟ ଡାଇ ଭାଙ୍ଗିଲା
Aug 11, 2026•17 views

ଏକଶହ ବର୍ଷର ଓସସ୍ତ ଗଛରୁ ବିରାଟ ଡାଇ ଭାଙ୍ଗିଲା

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ଗ୍ରାମ ସାହାପଡା ଗ୍ରାମରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ସକାଳ ସାତ ଘଟିକା ସମୟରେ ଶିବ ମନ୍ଦିର ପାର୍ଶ୍ୱରେ ଥିବା ଏକଶହ ବର୍ଷର ଓସ୍ତ ଗଛରୁ ଏକ ବିରାଟକାୟ ବାହି ଭାଙ୍ଗି ପଡିଥିଲା। ସେହି ବାଟ ଦେଇ ସ୍କୁଲ, କଲେଜ ଓ ଅଙ୍ଗନବାଡି ର ଛୋଟ ଛୋଟ ପିଲାମାନେ ଯାଆ ଆସ କରୁଥିଲେ। କାହାର କିଛି କ୍ଷତି ହୋଇନାହିଁ। ଦୀର୍ଘ ଦୁଇଘଣ୍ଟା ବିଳମ୍ବିତ ସମୟ ପରେ ଦମକଳ ବାହିନୀ ର କର୍ମଚାରୀ ମାନେ ଆସି ପହଁଚି ଥିଲେ। ବହୁ ପରିଶ୍ରମ କରି ବାହି ଟିକୁ ଖଣ୍ଡ ଖଣ୍ଡ କରି କାଟି ରାସ୍ତା ସଫା କରିଥିଲେ। ଦମକଳବାହିନୀ କର୍ମଚାରୀ ମାନଙ୍କ କାର୍ଯ୍ୟାକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଥିଲେ।

Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

ବେଗୁନିଆରେ ଅବକାରୀ ଚଢ଼ାଉ ରନ୍ଧା ଦେଶୀ ମଦ ଜବତ, ୩ ଅଭିଯୁକ୍ତ ଗିରଫ
Aug 11, 2026•51 views

ବେଗୁନିଆରେ ଅବକାରୀ ଚଢ଼ାଉ ରନ୍ଧା ଦେଶୀ ମଦ ଜବତ, ୩ ଅଭିଯୁକ୍ତ ଗିରଫ

: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ କାରବାର ଉପରେ ନଜର ରଖି ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ରନ୍ଧା ଦେଶୀ ମଦ ଜବତ କରାଯାଇଥିବା ବେଳେ, ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଜବତ ମଦକୁ ନେଇ ଆଇନାନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଛି।ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରିକୁ ରୋକିବା ପାଇଁ ବେଗୁନିଆ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

Udanti Youth Club Organises Carrom Tournament in Sinapali: Promod Meher and Abinash Sahis Clinch First Place; Winners to Be Felicitated on Independence Day
Aug 11, 2026•83 views

Udanti Youth Club Organises Carrom Tournament in Sinapali: Promod Meher and Abinash Sahis Clinch First Place; Winners to Be Felicitated on Independence Day

Sinapali, August 11: A carrom tournament was organised by the Udanti Youth Club at Jagannath Chhak in Sinapali, Nuapada district, with the aim of promoting sportsmanship, camaraderie and youth participation in recreational activities. The tournament was inaugurated in the presence of Khirod Meher, Nutan Meher, Debiprasad Meher, Sunil Meher and Jatin Meher, who encouraged the participants and wished them success. The competition witnessed enthusiastic participation from local youth, with players displaying impressive skill, concentration and competitive spirit throughout the matches. After a series of exciting encounters, Promod Meher and Abinash Sahis emerged as the winners, securing the first position. Shishir Meher and Shubhendu Meher secured the second position. The winners and other successful participants will be felicitated during the Independence Day celebrations as a mark of appreciation for their performance. The event was successfully conducted with the active involvement of Udanti Youth Club Vice-President Sangram Meher and Treasurer Bhishmaraj Meher, along with Jiten Meher, Hemanta Meher, Nitish Meher, Hemsagar Meher, Om Meher, Sohan Meher, Sourav Meher, Ranjan Meher, Jaganya Meher, Raj Meher, Ayush Meher, Shivam Meher, Shubham Meher, Chandan Meher, Ganesh Meher, Lohitaksh Meher and Suresh Meher. Members of the Hanuman Youth Club also extended special cooperation in making the tournament a success. The organisers said that such sporting activities not only provide a healthy platform for local youth to showcase their talent but also help strengthen friendship, discipline and community spirit among young people.

Nuapada (ନୂଆପଡ଼ା) • Reports: Malaya Meher, District Correspondent

ବୋଡ଼େନ ଏସ୍‌ଏସ୍‌ଡି ହାଇସ୍କୁଲରେ ଅଭାବନୀୟ ଘଟଣା: ଛାତ୍ରଙ୍କୁ ମାଡ଼ ଅଭିଯୋଗ; ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି — ଘଟଣା ନେଇ ଥାନାରେ ଅଭିଯୋଗ
Aug 11, 2026•40 views

ବୋଡ଼େନ ଏସ୍‌ଏସ୍‌ଡି ହାଇସ୍କୁଲରେ ଅଭାବନୀୟ ଘଟଣା: ଛାତ୍ରଙ୍କୁ ମାଡ଼ ଅଭିଯୋଗ; ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି — ଘଟଣା ନେଇ ଥାନାରେ ଅଭିଯୋଗ

ବୋଡ଼େନ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ସହ ସୁରକ୍ଷିତ ପରିବେଶ ଯୋଗାଇଦେବା ଲକ୍ଷ୍ୟରେ ସରକାର ଆବାସିକ ବିଦ୍ୟାଳୟ ଓ ହଷ୍ଟେଲ ବ୍ୟବସ୍ଥା କରିଛନ୍ତି। ତେବେ ଏହି ବ୍ୟବସ୍ଥା ମଧ୍ୟରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ଏକ ଅଭାବନୀୟ ଅଭିଯୋଗ ନୂଆପଡ଼ା ଜିଲ୍ଲା ବୋଡ଼େନ ସଦରସ୍ଥିତ ସରକାରୀ ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟରୁ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ସିନାପାଲି ବ୍ଲକ ନିଲଜୀ ଗ୍ରାମର ଚତୁର ମାଝୀ ନାମକ ଜଣେ ଛାତ୍ର ବୋଡ଼େନ ସେବାଶ୍ରମ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ପ୍ରାୟ ଦୁଇ ମାସ ପୂର୍ବେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ବିଧବା ମା’ ଅମ୍ବିକା ମାଝୀ ପୁଅର ଭବିଷ୍ୟତ ପାଇଁ ତାଙ୍କୁ ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଅଭିଯୋଗ ଅନୁସାରେ, ପ୍ରାୟ ଚାରି ଦିନ ପୂର୍ବେ ବିଦ୍ୟାଳୟର କିଛି ଛାତ୍ର ଚତୁରଙ୍କୁ ମାଡ଼ ମାରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୈତାରୀ ବିଶ୍ୱାଳ ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ପିତାମ୍ବର ମେହେର ଅବଗତ ଥିଲେ ମଧ୍ୟ ଘଟଣା ସମ୍ପର୍କରେ ଛାତ୍ରଙ୍କ ପରିବାରକୁ ଜଣାଇ ନଥିବା ନେଇ ଅଭିଯୋଗ ହୋଇଛି। ଘଟଣାର ଖବର ପାଇବା ପରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସହସମ୍ପାଦକ ପ୍ରସନ୍ନ ମାଝୀ, ସିନାପାଲି ବ୍ଲକ ଆଦିବାସୀ କଲ୍ୟାଣ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ମାଝୀ, ଦିନନାଥ ମାଝୀ, ଉପେନ୍ଦ୍ର ମାଝୀ, ସାମ୍ବାଦିକ ଭାଗ୍ୟବାନ ମାଝୀ ଓ ସମାଜସେବୀ ଅରବିନ୍ଦ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଆହତ ଛାତ୍ରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ବୋଡ଼େନ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି। ଅଭିଯୋଗ ଆଧାରରେ ବୋଡ଼େନ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଆବାସିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି। ହଷ୍ଟେଲ ପରିସରରେ ଛାତ୍ରଙ୍କ ସହ ଏଭଳି ଘଟଣା କିପରି ଘଟିଲା ଏବଂ ଘଟଣା ପରେ ତୁରନ୍ତ ଅଭିଭାବକଙ୍କୁ କାହିଁକି ଅବଗତ କରାଯାଇନଥିଲା, ତାହାର ନିରପେକ୍ଷ ତଦନ୍ତ ଦାବି ହେଉଛି। ଘଟଣାର ପ୍ରକୃତ କାରଣ, ଛାତ୍ରଙ୍କୁ ମାଡ଼ ମାରିବାରେ କେଉଁମାନେ ସମ୍ପୃକ୍ତ ଏବଂ ବିଦ୍ୟାଳୟ ପକ୍ଷରୁ କୌଣସି ଅବହେଳା ହୋଇଛି କି ନାହିଁ—ପୁଲିସ ତଦନ୍ତ ପରେ ଏହା ସ୍ପଷ୍ଟ ହେବ।

Nuapada (ନୂଆପଡ଼ା) • ରିପୋର୍ଟ : କଶ୍ୟପ ଜଗତ, ବୋଡେ଼ନ

Khuntia–Barabakhara Road Turns Into a Death Trap
Aug 11, 2026•14 views

Khuntia–Barabakhara Road Turns Into a Death Trap

Villagers, Students Struggle to Travel on Pothole-Ridden Road; Residents Demand Immediate Repair Kalahandi, Kokasara, August 10: Despite decades having passed since Independence, the road connectivity to several rural habitations continues to remain a major concern. The Khuntia–Barabakhara road under Khuntia Gram Panchayat of Kokasara block in Kalahandi district has allegedly turned into a virtual death trap due to its deplorable condition. The narrow road is riddled with potholes, mud and uneven stretches, making daily commuting extremely difficult for the residents of Barabakhara Pada. Despite being used regularly by two-wheelers, other vehicles and pedestrians, the road has reportedly received little attention from elected representatives, the Gram Panchayat and the block administration. The situation has become particularly difficult for school-going children. Following the closure of the earlier primary school in the locality, students are now compelled to travel around 2 to 3 kilometres to attend schools at Khuntia, including Khuntia Dharuapada Primary School and the Government Upgraded High School. During the rainy season, the condition of the road deteriorates further. The pothole-filled and muddy surface makes walking and cycling hazardous. Residents said that people, particularly students, frequently lose their footing, while cyclists and motorcycle riders have also faced accidents while negotiating the damaged stretches. The poor road condition has caused considerable hardship for residents travelling for education, work, healthcare and other essential needs. The villagers allege that despite repeated difficulties, no concrete initiative has yet been taken to permanently resolve the problem. Residents of Barabakhara Pada have urged the Khuntia Gram Panchayat and Kokasara Block Administration to take immediate steps for the repair and proper construction of the Khuntia–Barabakhara road. They have appealed to the authorities to address the issue on priority, considering the safety of schoolchildren and daily commuters.

Kalahandi (କଳାହାଣ୍ଡି) • Report: Rupendra Sunani