--:--:--
-- ---
Srishti News

Web News

ନର୍ଲାରେ ‘ହର ଘର ତିରଙ୍ଗା, ଘର ଘର ତିରଙ୍ଗା’ ଅଭିଯାନ
Aug 13, 2026•42 views

ନର୍ଲାରେ ‘ହର ଘର ତିରଙ୍ଗା, ଘର ଘର ତିରଙ୍ଗା’ ଅଭିଯାନ

ନର୍ଲା, କଳାହାଣ୍ଡି: ଆସନ୍ତା ସ୍ୱାଧୀନତା ଦିବସକୁ ଦେଶପ୍ରେମ ଓ ଜାତୀୟ ଏକତାର ଭାବନା ସହ ପାଳନ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ‘ହର ଘର ତିରଙ୍ଗା’ ଅଭିଯାନ ଜୋରଦାର ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ନର୍ଲା ସହରରେ ମଧ୍ୟ ଏହି ଅବସରରେ ଏକ ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନର୍ଲା ବିଜେପି ପକ୍ଷରୁ ଆୟୋଜିତ ‘ହର ଘର ତିରଙ୍ଗା, ଘର ଘର ତିରଙ୍ଗା’ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ନର୍ଲା ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ବିଜେପି କର୍ମକର୍ତ୍ତା ଓ ସ୍ଥାନୀୟ ଲୋକଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା। ହାତରେ ତିରଙ୍ଗା ଧରି ଛାତ୍ରଛାତ୍ରୀ ଓ ଅନ୍ୟମାନେ ଦେଶପ୍ରେମର ଭାବନା ପ୍ରକାଶ କରିଥିଲେ। ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶର ଅଖଣ୍ଡତାର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ନର୍ଲା ସହରରେ ଦେଶଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।

Kalahandi (କଳାହାଣ୍ଡି) • ରିପୋର୍ଟ: ରିତେଶ କୁମାର ମୁଣ୍ଡ

ସାଲିଆସାହିରେ ମୋକିମ୍ ଫାଉଣ୍ଡେସନ୍ ଆନୁକୂଲ୍ୟରେ ମାଗଣା ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
Aug 13, 2026•56 views

ସାଲିଆସାହିରେ ମୋକିମ୍ ଫାଉଣ୍ଡେସନ୍ ଆନୁକୂଲ୍ୟରେ ମାଗଣା ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ମୋକିମ୍ ଫାଉଣ୍ଡେସନ୍ (Moquim Foundation) ଆନୁକୂଲ୍ୟରେ ଏବଂ ସ୍ଥାନୀୟ ସମାଜସେବୀଙ୍କ ସହଯୋଗରେ ସାଲିଆସାହି ଅଞ୍ଚଳରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ​ଏହି ସ୍ୱାସ୍ଥ୍ୟ ଶିବିରକୁ ସମାଜସେବୀ ସୀତା ସାହୁ, ଉମେଶ ଦାସ, ଝରଣା ଅପା, ଆରତୀ ସାମଲ, ସନ୍ତୋଷିନୀ କରାଜୀ, ମମତା ବାରିକ ଏବଂ ସାଲିଆସାହିର ସମସ୍ତ ସମାଜସେବୀ ପ୍ରମୁଖ ସକ୍ରିୟ ସହଯୋଗ କରି ପରିଚାଳନା କରିଥିଲେ। ​ଶିବିରରେ ଉପଲବ୍ଧ ସେବାସମୂହ: ​ବିଶେଷଜ୍ଞ ପରାମର୍ଶ: ସ୍ତ୍ରୀ ରୋଗ, ଚକ୍ଷୁ ରୋଗ, ଅସ୍ଥିଶଲ୍ୟ (ଅର୍ଥୋପେଡିକ୍) ଓ ସାଧାରଣ ରୋଗର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ମାଗଣା ପରାମର୍ଶ। ​ମାଗଣା ପରୀକ୍ଷା: ବ୍ଲଡ୍ ସୁଗାର, ବ୍ଲଡ୍ ପ୍ରେସର୍, ଚକ୍ଷୁ, ଫୁସଫୁସ ପରୀକ୍ଷା ଏବଂ ECG (ଇସିଜି)। ​ଚିକିତ୍ସା ଓ ପରାମର୍ଶ: ସାଧାରଣ ରୋଗର ଚିକିତ୍ସା ସହ ଆବଶ୍ୟକୀୟ ମାଗଣା ପରାମର୍ଶ ପ୍ରଦାନ କରାଯାଇଥିଲା। ​ଏହି ଶିବିରରେ ସାଲିଆସାହି ଓ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ସାଧାରଣ ଜନସାଧାରଣ ଉପକୃତ ହୋଇଥିଲେ। ସ୍ଥାନୀୟ ଅଞ୍ଚଳବାସୀ ମୋକିମ୍ ଫାଉଣ୍ଡେସନ୍ ଏବଂ ସମସ୍ତ ଆୟୋଜକ ଓ ସମାଜସେବୀଙ୍କର ଏହି ମହତ୍ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର:ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ନୀଳାଦ୍ରିବିହାର ଟ୍ରାଞ୍ଜିଟ୍ ହାଉସ୍‌ ବସ୍ତିବାସିନ୍ଦାଙ୍କ ବଳପୂର୍ବକ ଉଚ୍ଛେଦ ବିରୋଧରେ ଗଣ ବିକ୍ଷୋଭ: ଥଇଥାନ ପୂର୍ବରୁ ଉଚ୍ଛେଦ ବନ୍ଦ ଓ ସ୍ଥାୟୀ ବାସସ୍ଥାନ ଦାବି
Aug 13, 2026•21 views

ନୀଳାଦ୍ରିବିହାର ଟ୍ରାଞ୍ଜିଟ୍ ହାଉସ୍‌ ବସ୍ତିବାସିନ୍ଦାଙ୍କ ବଳପୂର୍ବକ ଉଚ୍ଛେଦ ବିରୋଧରେ ଗଣ ବିକ୍ଷୋଭ: ଥଇଥାନ ପୂର୍ବରୁ ଉଚ୍ଛେଦ ବନ୍ଦ ଓ ସ୍ଥାୟୀ ବାସସ୍ଥାନ ଦାବି

ନୀଳାଦ୍ରିବିହାର ଟ୍ରାଞ୍ଜିଟ୍ ହାଉସ୍‌ରେ ଦୀର୍ଘବର୍ଷ ଧରି ରହୁଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ବଳପୂର୍ବକ ଉଚ୍ଛେଦ କରିବା ବିରୋଧରେ ଆଜି ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ଠାରେ ଏକ ବିକ୍ଷୋଭ ଓ ପ୍ରତିବାଦ ଆୟୋଜନ କରାଯାଇଥିଲା। ବିକ୍ଷୋଭକାରୀମାନେ ନୀଳାଦ୍ରିବିହାର ଟ୍ରାଞ୍ଜିଟ୍ ହାଉସ୍‌ରେ ରହୁଥିବା ଶତାଧିକ ପରିବାରଙ୍କର ତୁରନ୍ତ ଉଚ୍ଛେଦ ବନ୍ଦ କରିବା, ପ୍ରତ୍ୟେକ ପରିବାରର ଆଇନସମ୍ମତ ଥଇଥାନ ସୁନିଶ୍ଚିତ କରିବା ଏବଂ ସ୍ଥାୟୀ ଘର କିମ୍ବା ଜମିର ଅଧିକାର ପ୍ରଦାନ କରିବା ପାଇଁ ଦାବି କରିଥିଲେ। ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୧୧ ତାରିଖରେ ପ୍ରାୟ ୧୨୦ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଥିବା ବେଳେ ଅନେକ ପରିବାରଙ୍କୁ ଥଇଥାନ କରାଯାଇନାହିଁ। ଫଳରେ ଶିଶୁ, ମହିଳା ଓ ବୃଦ୍ଧଙ୍କ ସମେତ ଅନେକ ପରିବାର ବର୍ଷା ଓ ରାତିର ଅନିଶ୍ଚିତ ପରିସ୍ଥିତିରେ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୋଇଛନ୍ତି। ନିଜ ବାସସ୍ଥାନ ଓ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ବସ୍ତିବାସିନ୍ଦାଙ୍କ ଉପରେ ପୋଲିସ ଦମନ ଓ ଅଟକ ଭଳି ପଦକ୍ଷେପ ନିଆଯାଇଥିବା ନେଇ ମଧ୍ୟ ମଞ୍ଚ ଉଦ୍‌ବେଗ ପ୍ରକାଶ କରିଛି। ମଞ୍ଚର ମତ ଅନୁଯାୟୀ, ବସ୍ତିବାସିନ୍ଦାଙ୍କ ପ୍ରସଙ୍ଗକୁ କେବଳ ‘ଜବରଦଖଲ’ ଭାବେ ଦେଖାଯାଇପାରିବ ନାହିଁ। ଏହା ବାସଗୃହ, ଥଇଥାନ, ଜୀବନ-ଜୀବିକା ଓ ସାମାଜିକ ନ୍ୟାୟର ପ୍ରସଙ୍ଗ। ଭୁବନେଶ୍ୱର ସହରର ଅଣଆନୁଷ୍ଠାନିକ ଅର୍ଥନୀତିରେ ଦିନମଜୁରିଆ, ଘରୋଇ ସହାୟକ, ନିର୍ମାଣ ଶ୍ରମିକ, ରାସ୍ତା ବ୍ୟବସାୟୀ, ସଫେଇ କର୍ମଚାରୀ, ପରିବହନ ଶ୍ରମିକଙ୍କ ସମେତ ବସ୍ତିବାସିନ୍ଦାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଓଡ଼ିଶା ମହାନଗର ନିଗମ ଆଇନର ସମ୍ପର୍କିତ ବ୍ୟବସ୍ଥା ଅନୁଯାୟୀ ଯୋଗ୍ୟ ପରିବାରଙ୍କୁ ଘର/ଜମିର ଅଧିକାର ପ୍ରଦାନ, ପରିବାରର ସଂଜ୍ଞାକୁ ଯଥାଯଥ ଭାବେ ପ୍ରୟୋଗ, ବାଦ ପଡ଼ିଥିବା ପରିବାରଙ୍କ ନାମର ପୁନଃଯାଞ୍ଚ ଏବଂ ଥଇଥାନ

Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଓଡ଼ିଶାର ନବନିର୍ମାଣ ପାଇଁ ଯୁବ ସଂସଦର ଆହ୍ୱାନ – ଆଗାମୀ ଦିନରେ ନିଆଯିବା ଉଚିତ ଏହି ମୁଖ୍ୟ ପଦକ୍ଷେପ
Aug 13, 2026•44 views

ଓଡ଼ିଶାର ନବନିର୍ମାଣ ପାଇଁ ଯୁବ ସଂସଦର ଆହ୍ୱାନ – ଆଗାମୀ ଦିନରେ ନିଆଯିବା ଉଚିତ ଏହି ମୁଖ୍ୟ ପଦକ୍ଷେପ

ମୋକିମ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ଓଡ଼ିଶା ଯୁବ ସଂସଦ’ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବପିଢ଼ି ଓ ଛାତ୍ରନେତାମାନେ ଶିକ୍ଷା ଓ ଗଣତନ୍ତ୍ରର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ଓଡ଼ିଶାର ଯୁବସମାଜ ଓ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଗ୍ରହଣ କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ ଓ ଯୁବ ପ୍ରତିନିଧିମାନେ ମତ ପ୍ରକାଶ କରିଛନ୍ତି: ​ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଓ ଭାଗୀଦାରୀ: କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସକ୍ରିୟ କରି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ସେମାନଙ୍କୁ ନିଷ୍ପତ୍ତି ନେବାରେ ସାମିଲ କରାଯିବା ଦରକାର। ​ଶିକ୍ଷା ନୀତିରେ ବ୍ୟାପକ ସୁଧାର: କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରହି ବ୍ୟାବହାରିକ, ନବସୃଜନକାରୀ (Innovative) ଏବଂ କୌଶଳ-ଭିତ୍ତିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ​ସମାନ ସୁଯୋଗର ସୃଷ୍ଟି: ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରି ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ଓ ନିଯୁକ୍ତିର ସମାନ ସୁଯୋଗ ଯୋଗାଇଦେବା ଉଚିତ। ​ଯୁବ ନୀତି ପ୍ରସ୍ତୁତିରେ ଯୁବବର୍ଗଙ୍କ ଭାଗୀଦାରୀ: ରାଜ୍ୟର ଭବିଷ୍ୟତ ନୀତି ନିର୍ଦ୍ଧାରଣ କାଳରେ ଯୁବସମାଜର ଆକାଂକ୍ଷା ଓ ପ୍ରସ୍ତାବକୁ ସରକାରୀ ସ୍ତରରେ ପ୍ରାଧାନ୍ୟ ଦିଆଯିବା ନିହାତି ଆବଶ୍ୟକ। ​ଏହି ଯୁବ ସଂସଦର ମନ୍ଥନରୁ ବାହାରିଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରାଗଲେ ଓଡ଼ିଶାର ଯୁବଶକ୍ତି ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ।

Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର:ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଲିଙ୍ଗରା ନାଳରୁ ଭାସିଯାଇଥିବା କାଉଡ଼ିଆ ଆୟୁଷଙ୍କ ମୃତଦେହ ବ୍ରାହ୍ମଣୀରୁ ଉଦ୍ଧାର
Aug 13, 2026•122 views

ଲିଙ୍ଗରା ନାଳରୁ ଭାସିଯାଇଥିବା କାଉଡ଼ିଆ ଆୟୁଷଙ୍କ ମୃତଦେହ ବ୍ରାହ୍ମଣୀରୁ ଉଦ୍ଧାର

ଅନୁଗୋଳ: ଅନୁଗୋଳ ବ୍ଲକ ଟିପିରିସିଂହା ଶିବ ମନ୍ଦିର ନିକଟ ଲିଙ୍ଗରା ନାଳରେ ଗତ ସୋମବାର ଭାସିଯାଇଥିବା ଦୁଇ କାଉଡ଼ିଆଙ୍କ ମଧ୍ୟରୁ ଆୟୁଷ ରଥଙ୍କ ମୃତଦେହ ଯାଜପୁର ଜିଲ୍ଲା ଜେନାପୁର ନିକଟ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି। ଅନ୍ୟଜଣ ସୁମିତ୍ ସୌରଭ ରଥ ଉଦ୍ଧାର ହୋଇଥିଲେ। ଖବର ପାଇ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ ଉଦ୍ଧାର କାର୍ଯ୍ୟର ତଦାରଖ କରିବା ସହ ମୃତ ଆୟୁଷଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏଥିସହ ଓଡ଼ିଶା ସରକାରଙ୍କ କ୍ଷତିପୂରଣ ରାଶି ତ୍ୱରିତ ଭାବେ ପରିବାରକୁ ପ୍ରଦାନ ପାଇଁ ଅନୁଗୋଳ ତହସିଲ ସହ ଆଲୋଚନା କରିଥିବା ସେ କହିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ତାଲଚେରରେ ଚୋରି ମାମଲାର ପର୍ଦ୍ଦାଫାସ, ଦୁଇ ନାବାଳକ ଚିହ୍ନଟ
Aug 13, 2026•85 views

ତାଲଚେରରେ ଚୋରି ମାମଲାର ପର୍ଦ୍ଦାଫାସ, ଦୁଇ ନାବାଳକ ଚିହ୍ନଟ

ତାଲଚେର: ତାଲଚେର ଥାନା ଅଞ୍ଚଳରେ ଚୋରି ମାମଲାର ତଦନ୍ତ ବେଳେ ଦୁଇ ଜଣ ନାବାଳକଙ୍କୁ CICL ଭାବେ ଚିହ୍ନଟ କରାଯାଇଥିବା ବେଳେ ବିପୁଳ ପରିମାଣର ମୋବାଇଲ ଫୋନ୍ ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଜବତ ହୋଇଛି। ଦସ୍ତାବିଜ ଅନୁଯାୟୀ, ତାଲଚେର ଥାନା କେସ୍ ନମ୍ବର ୮୦୯, ତାରିଖ ୨୯ ଜୁଲାଇ ୨୦୨୬ରେ BNS ଧାରା ୩୩୧(୪)/୩୦୫(a)ରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ୧୭ ବର୍ଷୀୟ ପିଙ୍କୁ ଓରଫ ସୁବ୍ରତ ନାଏକ ଏବଂ ୧୬ ବର୍ଷୀୟ ବରୁଣ ଲାଲଙ୍କ ନାମ ଉଲ୍ଲେଖ ରହିଛି। ଜବତ ସାମଗ୍ରୀ ମଧ୍ୟରେ Nokia, Lava, Jio, Itel, Samsung, Oppo ଆଦି କମ୍ପାନୀର ମୋବାଇଲ ଫୋନ୍ ସହ Realme Buds, Boat Airdopes, ଇୟରଫୋନ୍, CC କ୍ୟାମେରା, ଚାର୍ଜର, ପାୱାର କେବଲ, ପେନ୍‌ଡ୍ରାଇଭ୍, ପାୱାର ବ୍ୟାଙ୍କ, USB କେବଲ ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଜବତ ସାମଗ୍ରୀର ଉତ୍ସ ଓ ମାମଲା ସହ ସମ୍ପର୍କ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଓ.ୟୁ.ଡବ୍ଲୁ.ଜେର ସାଂଗଠନିକ ବୈଠକ ଓ ନୂତନ ସଦସ୍ୟଙ୍କୁ ପରିଚୟପତ୍ର ବଣ୍ଟନ ; ସାମ୍ବାଦିକଙ୍କ ସୁରକ୍ଷା, ପେନସନ ଓ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ଦାବି
Aug 13, 2026•75 views

ଓ.ୟୁ.ଡବ୍ଲୁ.ଜେର ସାଂଗଠନିକ ବୈଠକ ଓ ନୂତନ ସଦସ୍ୟଙ୍କୁ ପରିଚୟପତ୍ର ବଣ୍ଟନ ; ସାମ୍ବାଦିକଙ୍କ ସୁରକ୍ଷା, ପେନସନ ଓ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ଦାବି

ଖୋର୍ଦ୍ଧା, : ସାମ୍ବାଦିକ ସମାଜ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କର୍ତ୍ତବ୍ୟ ଓ ଧର୍ମ ପାଳନ କରିଆସୁଛନ୍ତି। ତେଣୁ ସାମ୍ବାଦିକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସହିତ ସେମାନଙ୍କ ଦୀର୍ଘଦିନର ଦାବିଗୁଡ଼ିକ ପୂରଣ ଦିଗରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଖୋର୍ଦ୍ଧାରେ ଅନୁଷ୍ଠିତ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲୁ.ଜେ)ର ସାଂଗଠନିକ ବୈଠକରେ ମତ ପ୍ରକାଶ ପାଇଛି। ଓ.ୟୁ.ଡବ୍ଲୁ.ଜେ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ନୂତନ ଭାବେ ସଂଘର ସଦସ୍ୟତା ଗ୍ରହଣ କରିଥିବା ସାମ୍ବାଦିକମାନଙ୍କୁ ପରିଚୟପତ୍ର ପ୍ରଦାନ ସହିତ ଏକ ସାଂଗଠନିକ ବୈଠକ ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ସାମ୍ବାଦିକ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ। ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ପିତବାସ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସାମ୍ବାଦିକମାନଙ୍କ ଏକତା ଓ ସାଂଗଠନିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଭୁବନେଶ୍ୱର ଶାଖା ସଭାପତି ହୃଷିକେଶ ମହାନ୍ତି ମଧ୍ୟ ଉପସ୍ଥିତ ରହି ସାମ୍ବାଦିକଙ୍କ ଅଧିକାର ଓ ସାଂଗଠନିକ ଶୃଙ୍ଖଳା ସମ୍ପର୍କରେ ମତ ରଖିଥିଲେ।ସମ୍ମାନିତ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଜେଡି ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, କଂଗ୍ରେସ ନେତ୍ରୀ ସୋନାଲି ସାହୁ, ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି, ଓ.ୟୁ.ଡବ୍ଲୁ.ଜେ ରାଜ୍ୟ ସାଂଗଠନିକ ସମ୍ପାଦକ ଅର୍ଜ୍ଜୁନ ମୁଦୁଲି ଏବଂ ‘ପ୍ରବାହ’ର ସମ୍ପାଦକ ଅଭିମନ୍ୟୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ବୈଠକରେ ବକ୍ତାମାନେ ରାଜ୍ୟରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ସରକାର ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ଦେଇଥିଲେ। ବିଶେଷକରି ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଜଡ଼ିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନେଇ ଆଲୋଚନା ହୋଇଥିଲା।ବକ୍ତାମାନେ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ସାମ୍ବାଦିକଙ୍କ ଚିକିତ୍ସା ସହାୟତା ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଚଳନ କରାଯାଇଥିଲା। ପ୍ରଥମେ ଏହି ଯୋଜନାରେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ରହିଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇଥିଲା। ବର୍ତ୍ତମାନ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ସାମ୍ବାଦିକମାନଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବନ୍ଦ କରିବା ନେଇ ଚାଲିଥିବା ପ୍ରସ୍ତାବକୁ ଉପସ୍ଥିତ ବକ୍ତାମାନେ ବିରୋଧ କରିଥିଲେ।ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏକ ସ୍ୱତନ୍ତ୍ର ବିଷୟ ହୋଇଥିବାରୁ ଚାଲୁଥିବା ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାକୁ ଅବ୍ୟାହତ ରଖି ଏହାର ପରିସର ଆହୁରି ବଢ଼ାଇବାକୁ ବୈଠକରେ ଦାବି ହୋଇଥିଲା। ବିଶେଷକରି ବୀମା ଯୋଜନାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ କରିବା, ବୀମା ରାଶି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଏବଂ ଅନ୍ୟ ରାଜ୍ୟ ଗୁଡ଼ିକରେ ଯେପରି ସାମ୍ବାଦିକଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ ରହିଛି, ସେହି ଅନୁରୂପ ବ୍ୟବସ୍ଥା ଓଡ଼ିଶାରେ କରିବାକୁ ଦାବି କରାଯାଇଥିଲା।ଏହା ସହ ସାମ୍ବାଦିକମାନଙ୍କ ବହୁଦିନର ଦାବି ଥିବା ପେନସନ ବ୍ୟବସ୍ଥା, ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ ଆଇନ ପ୍ରଣୟନ, ଅଧିସ୍ୱୀକୃତି କମିଟିର ଗଠନ ଏବଂ ଅନ୍ୟାନ୍ୟ ସାମ୍ବାଦିକକଲ୍ୟାଣମୂଳକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ବୈଠକରେ ଦାବି ଉଠିଥିଲା ସାମ୍ବାଦିକମାନେ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ଚାପ ଓ ପ୍ରତି କୂଳତାର ସମ୍ମୁଖୀନ ହୋଇ ମଧ୍ୟ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣୁ ଥିବାରୁ ସେମାନଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ବକ୍ତାମାନେ କହିଥିଲେ। ବୈଠକର ଅନ୍ୟତମ ଆକର୍ଷଣ ଥିଲା ନୂତନ ସଦସ୍ୟମାନଙ୍କୁ ପରିଚୟପତ୍ର ପ୍ରଦାନ। ଅତିଥିମାନେ ନୂତନ ସଦସ୍ୟଙ୍କୁ ପରିଚୟପତ୍ର ପ୍ରଦାନ କରି ସେମାନଙ୍କୁ ସାମ୍ବାଦିକତା କ୍ଷେତ୍ରରେ ସତ୍ୟ, ନିରପେକ୍ଷ ଓ ଦାୟିତ୍ୱଶୀଳ ସମ୍ବାଦ ପରିବେଷଣ ପାଇଁ ପରାମର୍ଶ ଦେଇଥିଲେ। ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ସମାଜ ପ୍ରତି ଏକ ବଡ଼ ଦାୟିତ୍ୱ ବୋଲି ସେମାନେ ମତ ଦେଇଥିଲେ। ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଓ ଲଲିତ ମୋହନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଏହି ଅବସରରେ ସଂଘର ଆଗାମୀ ଦିନର କାର୍ଯ୍ୟକ୍ରମ, ସାଂଗଠନିକ ବିସ୍ତାର ଏବଂସଦସ୍ୟମାନଙ୍କ ସମସ୍ୟାକୁ ଏକଜୁଟ ହୋଇ ଉପସ୍ଥାପନ କରିବା ଉପରେ ଆଲୋଚନା ହୋଇଥିଲା।ଜିଲ୍ଲା ସଂପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲାରେ ଓ.ୟୁ.ଡବ୍ଲୁ.ଜେର ସାଂଗଠନିକ ଯାତ୍ରା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ୨୦୧୭ ମସିହାରେ ଖୋର୍ଦ୍ଧାରେ ସଂଘ ଗଠନ ସମୟରେ ମାତ୍ର ୧୫ ଜଣ ସଦସ୍ୟ ଥିଲେ। ଦୀର୍ଘ ନଅ ବର୍ଷର ସାଂଗଠନିକ ଯାତ୍ରାରେ ଏହି ସଂଖ୍ୟା ଏବେ ୧୦୦ରୁ ଊର୍ଦ୍ଧ୍ୱରେ ପହଞ୍ଚିଛି। ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସାମ୍ବାଦିକମାନଙ୍କୁ ସଂଘ ସହିତ ଯୋଡ଼ି ଏହାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ବୈଠକରେ ସାମ୍ବାଦିକଙ୍କ ଏକତା, ସାଂଗଠନିକ ଶୃଙ୍ଖଳା ଓ ନିରପେକ୍ଷ ସାମ୍ବାଦିକତାକୁ ଆଗକୁ ନେବା ନେଇ ସଂକଳ୍ପ ପ୍ରକାଶ ପାଇଥିଲା। ନୂତନ ସଦସ୍ୟମାନେ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଆଗେଇ ନେବା ସହ ସାମ୍ବାଦିକଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ।ସାମ୍ବାଦିକଙ୍କ କଲ୍ୟାଣ ସହ ଜଡ଼ିତ ଦାବିଗୁଡ଼ିକୁ ନେଇ ଆଗାମୀ ଦିନରେ ସରକାରଙ୍କ ନିକଟରେ ଅଧିକ ଦୃଢ଼ ଭାବେ ଦାବି ଉପସ୍ଥାପନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘର ବୃଦ୍ଧି ପାଉଥିବା ସଦସ୍ୟ ସଂଖ୍ୟା ଓ ସାଂଗଠନିକ ସକ୍ରିୟତା ଖୋର୍ଦ୍ଧା ଜିଲ୍ଲାରେ ସାମ୍ବାଦିକ ଏକତାକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ ପାଇଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର,ଖୋର୍ଦ୍ଧା

District-Level Workshop on Digital Safety and Financial Literacy Held in Nuapada: Awareness drive for women and adolescent girls under ‘Beti Bachao, Beti Padhao’; International Youth Day observed
Aug 12, 2026•20 views

District-Level Workshop on Digital Safety and Financial Literacy Held in Nuapada: Awareness drive for women and adolescent girls under ‘Beti Bachao, Beti Padhao’; International Youth Day observed

Nuapada, August 12: A district-level workshop on digital and financial literacy, social, economic and political rights, and cyber safety was organised by the District Hub for Empowerment of Women, Nuapada, under the ‘Beti Bachao, Beti Padhao’ scheme. The programme was also held to mark International Youth Day at the local Sadbhavana Auditorium. District Collector Madhusudan Dash inaugurated the programme and urged participants to remain alert against cyber fraud and use digital platforms safely and responsibly. He stressed the importance of immediately reporting cyber fraud and taking appropriate action without delay. On the occasion of International Youth Day, the Collector recalled the ideals of Swami Vivekananda and called upon the youth to utilise their strength, talent and skills for the development of society and the nation. District Social Welfare Officer Premlata Sethi introduced the guests and explained the objectives of the workshop. She said the programme aimed to create awareness among women and adolescent girls about digital and financial literacy, safe use of the online world, different forms of cybercrime, their impact and preventive measures. The workshop was addressed by DLSA Secretary Navanita Das, District Informatics Officer Binay Tiwari, Cyber Police Station IIC Dilip Sahu, SI Chandrakanta Barik and SBI RSETI’s Sudhakar Satapathy. The speakers discussed various forms of cybercrime, including phishing, online fraud, misuse of social media and digital bullying, along with relevant legal provisions and preventive measures. The participants were also sensitised about digital and financial literacy and women’s social, economic and political rights. Special emphasis was laid on protecting personal information while using mobile phones and social media, maintaining strong passwords and avoiding unknown links, calls and suspicious messages. Participants were advised that in case of cybercrime, complaints should be lodged immediately through the National Cyber Crime Reporting Portal and assistance can be sought through the 1930 cybercrime helpline. The speakers also highlighted the psychological and social impact of digital bullying and the importance of psychosocial support for victims. A large number of district-level officials, BDOs, BEOs, CDPOs, officials from various departments, school and college heads, supervisors, members of Self-Help Groups and students attended the programme. Three Girls Honoured as ‘Girl Champions’ Under the ‘Beti Bachao, Beti Padhao’ initiative, three students were recognised as ‘Girl Champions’ for their achievements and contribution towards inspiring other girls. Pratikshya Kumbhar of Kendriya Vidyalaya, Nuapada, Karishma Sabar of SSD Girls High School and Rupali Sabar of Eklavya Model Residential School were presented certificates of appreciation and cash awards. District Mission Coordinator Ashish Ranjan Khamari, along with Narad Chhatar, Sanjay Bandichhor, Ipsita Rajput, Ramakanta Sethi, Rakesh Nag, Deshram Harijan, Sumit Pradhan and other staff members, extended their cooperation for the successful organisation of the programme. At the end of the programme, Protection Officer Manjulata Shukla proposed the vote of thanks. The workshop concluded with a strong message to women, adolescent girls and young people to become digitally aware, financially responsible and better equipped to protect themselves from the growing threat of cybercrime.

Nuapada (ନୂଆପଡ଼ା) • Reports: Malaya Meher & Bijay Bariha

ସାର କଳାବଜାରୀ ଉପରେ ଜିଲ୍ଲାପାଳଙ୍କ କଡ଼ା ନଜର: ଖରିଫ୍‌ ଚାଷ ପାଇଁ ସାର ଯୋଗାଣ ବ୍ୟବସ୍ଥା ସୁଦୃଢ଼ କରିବାକୁ ନିର୍ଦ୍ଦେଶ | ଅନିୟମିତତା ହେଲେ ଲାଇସେନ୍ସ ବାତିଲ ସହ ବ୍ଲାକ୍‌ଲିଷ୍ଟ
Aug 12, 2026•9 views

ସାର କଳାବଜାରୀ ଉପରେ ଜିଲ୍ଲାପାଳଙ୍କ କଡ଼ା ନଜର: ଖରିଫ୍‌ ଚାଷ ପାଇଁ ସାର ଯୋଗାଣ ବ୍ୟବସ୍ଥା ସୁଦୃଢ଼ କରିବାକୁ ନିର୍ଦ୍ଦେଶ | ଅନିୟମିତତା ହେଲେ ଲାଇସେନ୍ସ ବାତିଲ ସହ ବ୍ଲାକ୍‌ଲିଷ୍ଟ

ନୂଆପଡ଼ା, ଖରିଫ୍‌ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ସାର ଓ କୃଷି ସାମଗ୍ରୀ ସୁବିଧାରେ ମିଳିବା ସହ ସାର କଳାବଜାରୀ ଓ ମହଜୁଦଦାରୀ ଉପରେ ରୋକ୍‌ ଲଗାଇବାକୁ ନୂଆପଡ଼ା ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏନେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଖରିଫ୍‌ କୃଷି ରଣନୀତି କମିଟି ବୈଠକ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଚଳିତ ଖରିଫ୍‌ ଋତୁରେ କୃଷକମାନଙ୍କୁ ସାର, ବିହନ ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସହ ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତିରାଣୀ ପ୍ରଧାନ ଜିଲ୍ଲାରେ ଚାଲୁଥିବା କୃଷି କାର୍ଯ୍ୟକ୍ରମ ଓ ଖରିଫ୍‌ କାର୍ଯ୍ୟଯୋଜନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଓ ୱାଟରସେଡ୍‌ ବିଭାଗ ପକ୍ଷରୁ ମଧ୍ୟ ନିଜ ନିଜ ବିଭାଗର ଖରିଫ୍‌ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ୟୁରିଆ ଦର ବଢ଼ାଇଲେ କାର୍ଯ୍ୟାନୁଷ୍ଠାନ ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ସାର ମିଳୁଛି କି ନାହିଁ, ତାହା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ। ହୋଲସେଲରଙ୍କ ବିକ୍ରୟ ବିବରଣୀକୁ ରିଟେଲରଙ୍କ ପ୍ରକୃତ ଷ୍ଟକ୍‌ ସହ ଯାଞ୍ଚ କରାଯିବ। ବିକ୍ରୟ ତଥ୍ୟ ଓ ବାସ୍ତବ ଷ୍ଟକ୍‌ ମଧ୍ୟରେ ଅସଙ୍ଗତି ମିଳିଲେ ତୁରନ୍ତ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ। ବିଶେଷକରି ନିର୍ଦ୍ଧାରିତ ୨୬୬–୨୬୭ ଟଙ୍କାଠାରୁ ଅଧିକ ଦରରେ ୟୁରିଆ ବିକ୍ରି କଲେ ସମ୍ପୃକ୍ତ ବେସରକାରୀ ରିଟେଲରଙ୍କ ବିରୋଧରେ କଠୋର ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଆବଶ୍ୟକ ହେଲେ ଲାଇସେନ୍ସ ବାତିଲ ଓ ବ୍ଲାକ୍‌ଲିଷ୍ଟ କରାଯିବ ବୋଲି ଚେତାବନୀ ଦିଆଯାଇଛି। କଳାବଜାରୀ ରୋକିବାକୁ ନିୟମିତ ଯାଞ୍ଚ ବର୍ତ୍ତମାନ ସାରର ଚାହିଦା ବଢ଼ିଥିବାରୁ ସମସ୍ତ ଫର୍ଟିଲାଇଜର ଇନ୍ସପେକ୍ଟରଙ୍କୁ ନିୟମିତ ଯାଞ୍ଚ ସହ କଡ଼ା ଏନ୍‌ଫୋର୍ସମେଣ୍ଟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସାରର କଳାବଜାରୀ, ବେଆଇନ ମହଜୁଦଦାରୀ, ଅଧିକ ଦରରେ ବିକ୍ରି ଓ ବେଆଇନ ଡାଇଭର୍ସନ୍‌ ଭଳି ଅନିୟମିତତା ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। PACSରେ ମଧ୍ୟ ଅନିୟମିତତା ଦେଖାଦେଲେ ତୁରନ୍ତ ଜିଲ୍ଲାପାଳ କିମ୍ବା DRCଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଛି। ଜିଲ୍ଲାରେ ଲକ୍ଷାଧିକ ବସ୍ତା ସାର ମହଜୁଦ ବୈଠକରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଆଜି ସୁଦ୍ଧା ନୂଆପଡ଼ା ଜିଲ୍ଲାରେ ୧,୧୦,୫୧୭ ବସ୍ତା ୟୁରିଆ, ୯,୫୯୪ ବସ୍ତା DAP, ୬,୮୭୭ ବସ୍ତା MOP, ୪,୧୭୬ ବସ୍ତା SSP ଏବଂ ୧୮,୭୮୩ ବସ୍ତା NPKS ଉପଲବ୍ଧ ରହିଛି। ବୈଠକରେ ADA ଦୀପାଶ୍ରୀ ମଣ୍ଡଳ, BAO ସତ୍ୟଭୂଷଣ ନାଗ, AAO ବର୍ଷା ଆଜାଦଙ୍କ ସମେତ କୃଷି ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପାଞ୍ଚ ପ୍ରଗତିଶୀଳ କୃଷକ ସମ୍ମାନିତ ଏହି ଅବସରରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସିନାପାଲିର ଚୈତନ୍ୟ ମେହେର, ବୋଡ଼େନର ଲୋଚନ ମାଝୀ, ଖରିଆରର ଭୂପେନ୍ଦ୍ର ବାଗ, ନୂଆପଡ଼ାର ରମେଶ ବାରିହା ଏବଂ କୋମନାର ନରେନ୍ଦ୍ର ଧରୁଆଙ୍କୁ ପ୍ରଗତିଶୀଳ କୃଷକ ଭାବେ ସମ୍ମାନିତ କରାଯାଇଥିଲା। ଚାଷୀଙ୍କୁ ସାର ଯୋଗାଣରେ ସ୍ୱଚ୍ଛତା ଓ ନିର୍ଦ୍ଧାରିତ ଦର ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ହୋଇଥିବା ବେଳେ, ଆଗାମୀ ଦିନରେ ସାର ବିକ୍ରି ବ୍ୟବସ୍ଥା ଉପରେ ପ୍ରଶାସନର ଯାଞ୍ଚ ଆହୁରି କଡ଼ା ହେବ ବୋଲି ବୈଠକରୁ ସ୍ପଷ୍ଟ ହୋଇଛି।

Nuapada (ନୂଆପଡ଼ା) • ବିଜୟ ବରିହା, ନୂଆପଡା

ପଲିଥିନ ଛାତ ତଳେ ୫ ବର୍ଷ: ଆବାସ ଅପେକ୍ଷାରେ ମାନସିଂଙ୍କ ପରିବାର
Aug 12, 2026•15 views

ପଲିଥିନ ଛାତ ତଳେ ୫ ବର୍ଷ: ଆବାସ ଅପେକ୍ଷାରେ ମାନସିଂଙ୍କ ପରିବାର

ବୋଡ଼େନ, ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଆବାସ ଯୋଜନା ଚାଲୁଥିବା ବେଳେ ଆଜି ବି ଜଣେ ଗରିବ ପରିବାର ପଲିଥିନ ଛାତ ତଳେ ଦିନ କାଟୁଥିବା ଘଟଣା ସରକାରୀ ଯୋଜନାର ବାସ୍ତବ ଚିତ୍ରକୁ ପଦାକୁ ଆଣିଛି। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ୬ ନମ୍ବର ୱାର୍ଡରେ ମାନସିଂ ରାଉତଙ୍କ ପରିବାର ଦୀର୍ଘ ୫ ବର୍ଷ ଧରି ପଲିଥିନ ଘେରା ଅସ୍ଥାୟୀ ଘରରେ ରହୁଥିବା ଅଭିଯୋଗ ହୋଇଛି। ପରିବାରରେ ମାନସିଂ ରାଉତ, ତାଙ୍କ ପତ୍ନୀ ଯମୁନା ରାଉତ, ପୁଅ ଭବାନୀ ରାଉତ, ବୋହୂ ଧାନମତୀ ରାଉତ ଏବଂ ତିନି ଜଣ ଛୋଟ ଛୁଆଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ଅଛନ୍ତି। ଘରେ ରହିବା ପାଇଁ ସ୍ଥାନ ଅଭାବ ଯୋଗୁଁ ମାନସିଂ ଓ ତାଙ୍କ ପତ୍ନୀଙ୍କୁ ଏକ ପଲିଥିନ ଘେରା ଅସ୍ଥାୟୀ ଘରେ ରହିବାକୁ ପଡ଼ୁଛି। ବର୍ଷା ହେଲେ ଛାତରୁ ପାଣି ଗଳି ଘର ଭିତରେ ପଶୁଥିବା ବେଳେ ଖରାଦିନେ ପଲିଥିନ ତଳର ଅସହ୍ୟ ତାତିରେ ଜୀବନ ଅତିଷ୍ଠ ହୋଇପଡ଼ୁଛି। ଏଭଳି ଅସୁରକ୍ଷିତ ପରିବେଶରେ ପାଞ୍ଚ ବର୍ଷ ଧରି ଜୀବନ ବିତାଇବାକୁ ପଡ଼ୁଥିବାରୁ ପରିବାରର ଦୁର୍ଦ୍ଦଶା ବଢ଼ିଚାଲିଛି। ମାନସିଂ ରାଉତ କହିଛନ୍ତି, “ପାଞ୍ଚ ବର୍ଷ ହେଲା ଏମିତି କଷ୍ଟରେ ରହୁଛୁ। ପଞ୍ଚାୟତକୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ମିଳିଲେ ଆମ ଜୀବନ ବଞ୍ଚିଯିବ।” ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗ୍ରାମର ଅନେକ ପରିବାର ଆବାସ ଯୋଜନାରେ ଘର ପାଇଥିବା ବେଳେ ମାନସିଂଙ୍କ ପରିବାର ଏପର୍ଯ୍ୟନ୍ତ ଆବାସ ତାଲିକାରୁ ବାଦ ପଡ଼ିଛି। ପରିବାରର ଦୟନୀୟ ଅବସ୍ଥା ସମ୍ପର୍କରେ ପଞ୍ଚାୟତ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ୬ ନମ୍ବର ୱାର୍ଡବାସୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଗରିବ ପରିବାରର ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ପକ୍କା ଘର ଯୋଗାଇଦେବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି। ପ୍ରଶାସନ ଯଦି ଶୀଘ୍ର ପଦକ୍ଷେପ ନ ନିଏ, ତେବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ୱାର୍ଡବାସୀ ଚେତାବନୀ ଦେଇଛନ୍ତି। ଖବର ପ୍ରକାଶ ପରେ ବୋଡ଼େନ ବ୍ଲକ ପ୍ରଶାସନ ମାନସିଂ ରାଉତଙ୍କ ପରିବାର ପାଇଁ କି ପଦକ୍ଷେପ ନେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର।

Nuapada (ନୂଆପଡ଼ା) • କଶ୍ୟପ ଜଗତ, ବୋଡେ଼ନ

International Youth Day Celebrated at Khariar Degree Women’s College: Youth Awareness Campaign Launched to Promote an AIDS-Free India by 2030
Aug 12, 2026•25 views

International Youth Day Celebrated at Khariar Degree Women’s College: Youth Awareness Campaign Launched to Promote an AIDS-Free India by 2030

Khariar, August 12: International Youth Day was observed with enthusiasm at Khariar Degree Women’s College in Nuapada district. On the occasion, a special youth awareness campaign was organised by the SAI organisation, focusing on HIV/AIDS awareness and the call to make India an AIDS-free nation by 2030. As part of the programme, an awareness rally was organised from the college campus. College Managing Committee Chairman Binod Bihari Padhi flagged off the rally. Students and participants carried awareness messages and appealed to young people to remain informed, responsible and alert about HIV/AIDS. The SAI organisation also announced a special two-month Youth Campaign across Nuapada district to create awareness among young people and encourage them to know their HIV status. The campaign commenced on August 12, International Youth Day, and is scheduled to continue until October 12. A meeting was also organised on the occasion. Social worker Jitendra Nath Pattnaik attended the programme, while College Principal Liza Acharya presided over the meeting. Speakers emphasised the importance of reaching out to young people at the grassroots level and creating awareness among students of schools and colleges. Addressing the gathering, the organisers appealed to the youth to stay away from HIV/AIDS and contribute actively towards building a healthy, prosperous and developed India. They stressed that awareness, responsible behaviour and timely knowledge about HIV status can play an important role in preventing the spread of HIV. Among others, Barun Baghar, volunteer of Khariar ICTC District; Parameswar Bishi of SAI organisation; and Pushpanjali Pradhani, National Service Scheme (NSS) Officer, were present at the programme. A large number of college lecturers, staff members and students participated in the event and extended their support to the youth awareness initiative. The programme concluded with a collective appeal to the youth to become ambassadors of awareness and contribute towards the goal of an AIDS-free India by 2030.

Nuapada (ନୂଆପଡ଼ା) • Reports: Bhajan Lal Jagat & Malaya Meher

ପେନାଲ୍ଟିରେ କୋମନାକୁ ମାତ୍‌ ଦେଇ ଫାଇନାଲରେ ବୋଡ଼େନ  ରୋମାଞ୍ଚକର ସେମିଫାଇନାଲରେ ୪-୨ ଗୋଲ୍‌ରେ ବିଜୟ; ୧୫ ତାରିଖ ଫାଇନାଲ ପାଇଁ ପକ୍କା କଲା ସ୍ଥାନ
Aug 12, 2026•5 views

ପେନାଲ୍ଟିରେ କୋମନାକୁ ମାତ୍‌ ଦେଇ ଫାଇନାଲରେ ବୋଡ଼େନ ରୋମାଞ୍ଚକର ସେମିଫାଇନାଲରେ ୪-୨ ଗୋଲ୍‌ରେ ବିଜୟ; ୧୫ ତାରିଖ ଫାଇନାଲ ପାଇଁ ପକ୍କା କଲା ସ୍ଥାନ

ଖଡ଼ିଆଳ, ୧୨/୦୮: ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଖେଳ ପଡ଼ିଆରେ ଚାଲିଥିବା ୧୭ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୬ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ବୋଡ଼େନ। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଲ୍‌ କରିବାରେ ବିଫଳ ହେବା ପରେ ପେନାଲ୍ଟି ସୁଟ୍‌ଆଉଟ୍‌ର ଆଶ୍ରୟ ନିଆଯାଇଥିଲା। ଶେଷରେ ବୋଡ଼େନ ୪-୨ ଗୋଲ୍‌ରେ କୋମନାକୁ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। ଆରମ୍ଭରୁ ହିଁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ବୋଡ଼େନ ଓ କୋମନାର ଖେଳାଳିମାନେ ପରସ୍ପରକୁ ଚାପରେ ରଖିବା ସହ ଗୋଲ୍‌ ପାଇଁ ଅନେକ ପ୍ରୟାସ କରିଥିଲେ। ତେବେ ଉଭୟ ଦଳର ରକ୍ଷଣଭାଗ ଦୃଢ଼ ରହିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ୍‌ କରିପାରିନଥିଲା। ଫଳରେ ମ୍ୟାଚ୍‌ର ନିଷ୍ପତ୍ତି ପେନାଲ୍ଟି ସୁଟ୍‌ଆଉଟ୍‌କୁ ଯାଇଥିଲା। ପେନାଲ୍ଟି ସୁଟ୍‌ଆଉଟ୍‌ରେ ବୋଡ଼େନ ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ୪ଟି ଗୋଲ୍‌ କରିଥିବା ବେଳେ କୋମନା ୨ଟି ଗୋଲ୍‌ କରିପାରିଥିଲା। ଫଳରେ ବୋଡ଼େନ ବିଜୟୀ ହୋଇ ୧୫ ଅଗଷ୍ଟରେ ହେବାକୁ ଥିବା ଫାଇନାଲ ମ୍ୟାଚ୍‌ର ଟିକେଟ୍‌ ହାସଲ କରିଛି। ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ କମଳ ଚରଣ ତାଣ୍ଡି, ଖଡ଼ିଆଳ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ନଗର କଂଗ୍ରେସ ସଭାପତି ପ୍ରବୀଣ ପଟ୍ଟନାୟକ, ଓଡ଼ିଶା ଯୁବ କଂଗ୍ରେସ ସମ୍ପାଦକ ଶାହରୁଖ ଖାନ୍, ଖଡ଼ିଆଳ ବ୍ଲକ କଂଗ୍ରେସ ସଭାପତି ବୁଦ୍ଧଦେବ ବେହେରା, ଯୁବ କଂଗ୍ରେସ ସଭାପତି ପ୍ରଦୀପ ବେହେରା, ଖଡ଼ିଆଳ କଂଗ୍ରେସ ଉପସଭାପତି ଗିରିଧାରୀ ସୁନା, ସମ୍ପାଦକ ହେମନୁ ପୁଞ୍ଜି ଏବଂ ସାମ୍ବାଦିକ ଭଜନ ଲାଲ ଜଗତ ମଞ୍ଚାସୀନ ଥିଲେ। ମ୍ୟାଚ୍‌ ପରିଚାଳନାରେ Football Association of Odishaର ଅଫିସିଆଲ୍‌ ରେଫରୀ ତାପସ ପତି, ଆନନ୍ଦ ବେମାଲ, ସୌରଭ ପଣ୍ଡା ଓ ବିହାରୀଲାଲ ମାସରା ଦାୟିତ୍ୱ ତୁଲାଇଥିଲେ। ବେଦାନ୍ତ ପ୍ରଧାନ ସ୍କୋର୍‌ ପରିଚାଳନା କରିଥିବା ବେଳେ ଜାତୀୟ ସ୍ତରୀୟ ଭାଷ୍ୟକାର ପ୍ରକାଶ ଚନ୍ଦ୍ର ପତ୍ର ଓ ଧନଞ୍ଜୟ ମଲ୍ଲିକ ଧାରାବିବରଣୀ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟ୍ରଷ୍ଟର ସଭାପତି ଅଙ୍କିତ ସିଂ ଦେଓ, ସମ୍ପାଦକ ଜିତେନ୍ଦ୍ର ନାୟକ, ଉପସଭାପତି ପ୍ରଭୁଦତ୍ତ ଗୌଡ଼, କୋଷାଧ୍ୟକ୍ଷ ବିଶ୍ୱରଞ୍ଜନ ପଣ୍ଡାଙ୍କ ସମେତ ରୂପେଶ ଟାହାଣି, ବିବେକ ପୋଡ଼, ସୁଶାନ୍ତ କୁମାର ସ୍ୱାଇଁ, ଶ୍ୟାମ ନାଗ, ବସନ୍ତି ମାଝୀ, ପୁଣ୍ୟତୋଷ ମୁଣ୍ଡ, ଦେବ ପ୍ରଧାନ, ଆକିବ୍‌ ରାଜା, ଝିଣ୍ଟୁ ମହାପାତ୍ର, ପ୍ରଶାନୁ ପଟ୍ଟନାୟକ, ନିରଞ୍ଜନ ପୋଡ଼, ମହମ୍ମଦ ଆରିଫ, ଗୁଡୁ ପାଣିଗ୍ରାହୀ, ସୁଶାନୁ ସାହୁ, ହରିହର ସାହୁ ଓ ଦୀପ୍ତିରଞ୍ଜନ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ। ବୋଡ଼େନର ଏହି ବିଜୟ ପରେ ଫାଇନାଲ ମ୍ୟାଚ୍‌କୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଛି। ୧୫ ଅଗଷ୍ଟର ଫାଇନାଲରେ ବୋଡ଼େନ କାହାକୁ ଭେଟିବ ଏବଂ ଚାମ୍ପିଅନ୍‌ ଟ୍ରଫି କିଏ ହାତେଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ