Web News

ଅଳ୍ପ ବର୍ଷାରେ ବୁଡ଼ିଲା ସାଲିଆସାହି; ଜଳବନ୍ଦୀ ଜୀବନ, ସ୍ଥାୟୀ ସମାଧାନ ଦାବି କଲେ ବାସିନ୍ଦା
ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବଡ଼ ବସ୍ତି ସାଲିଆସାହିରେ ଅଳ୍ପ ସମୟର ବର୍ଷା ପରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବିକାଶର ଦାବି ମଧ୍ୟରେ ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଅଞ୍ଚଳର ଡ୍ରେନେଜ୍ ଓ ନାଳ ନିଷ୍କାସନ ବ୍ୟବସ୍ଥା ଅକାର୍ଯ୍ୟକ୍ଷମ ଥିବାରୁ ବର୍ଷା ପାଣି ସଠିକ୍ ଭାବେ ନିଷ୍କାସନ ହୋଇପାରୁନାହିଁ। ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ଗଳିକନ୍ଦି ଜଳମଗ୍ନ ହୋଇ ଯାତାୟାତ ବାଧାପ୍ରାପ୍ତ ହେଉଛି। ଦୂଷିତ ପାଣି ଭିତରେ ଯିବାଆସିବା କରିବାକୁ ବାଧ୍ୟ ହେଉଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି। ବର୍ଷା ଋତୁର ଆରମ୍ଭରୁ ଏଭଳି ସ୍ଥିତି ଦେଖାଦେଇଥିବାରୁ ଆଗାମୀ ଚତୁର୍ମାସିଆ ବର୍ଷା ସମୟରେ ପରିସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ବାସିନ୍ଦାମାନେ ଆଶଙ୍କା କରୁଛନ୍ତି। ବିକାଶ ନାମରେ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଅଳ୍ପ ବର୍ଷାରେ ଯଦି ଆଣ୍ଠୁଏ ପାଣି ଜମୁଛି, ତେବେ ଲଗାତାର ବର୍ଷା ହେଲେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିବ। ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ଆବଶ୍ୟକ।” ତେବେ, ଏହି ଅଭିଯୋଗ ନେଇ ବିଏମସି କିମ୍ବା ସମ୍ପୃକ୍ତ ପ୍ରଶାସନର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସାଲିଆସାହିର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକେ ବିଏମସି ଓ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ସାଲିଆସାହି

ସାତବାଟିଆ ବାଲି ଘାଟରେ ଅଘଟଣ, ମହାନଦୀରେ ବୁଡି ୨ ମୃତ, ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ଜଗତପୁର:ଜଗତପୁର ସ୍ଥିତ ମହାନଦୀରେ ଏକ ଅଘଟଣ ଘଟିଛି । ମହାନଦୀରେ ବୁଡି ଦୁଇ ଜଣ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି । ଜଗତପୁର ସାତବାଟିଆ ନିକଟ ମହାନଦୀ ବାଲି ଘାଟ ଠାରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରବିବାର ଦିନ କଟକ ନୂଆ ବଜାର ଅଂଚଳର ୪ ସାଙ୍ଗ ଗାଧୋଇବା ପାଇଁ ସାତବାଟିଆ ନିକଟ ମହାନଦୀକୁ ଯାଇଥିଲେ l ୪ ସାଙ୍ଗ ଗାଧୋଉଥିବା ବେଳେ କଲ୍ୟାଣୀ ନଗରର ଅମ୍ଲାନ ପ୍ରସାଦ ନାୟକ (୨୦) ସ୍ରୋତରେ ଭାସି ଯାଇଥିଲେ l ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ୩ ସାଙ୍ଗ ଜଗତସିଂହପୁର କ୍ରିଷ୍ଣାନନ୍ଦପୁର ଲଙ୍କାପଡ଼ାର ମୂଳ ବାସିନ୍ଦା ତଥା ନୂଆବଜାର ମହିମା ନଗରରେ ରହୁଥିବା ପ୍ରତ୍ୟୁଷ ସ୍ୱାଇଁ (୨୦), ପୋତାପୋଖରୀର ଅର୍ଜିତ ସାହୁ(୨୧) ଓ ନୂଆବଜାର ବେଲେଶ୍ୱରର ମୁକ୍ତିପ୍ରସାଦ ଦାସ (୨୧) ଚେଷ୍ଟା କରିଥିଲେ l ପ୍ରତ୍ୟୁଷ ପହଁରି ପହଁରି ନିରାପଦରେ କୁଳରେ ପହଁଚି ଥିବା ବେଳେ ଉଦ୍ଧାର କରିବାକୁ ଯାଇଥିବା ୩ ସାଙ୍ଗ ନିଖୋଜ ହୋଇଯାଇଥିଲେ l ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ତିନୋଟି ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି | ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପ୍ରଥମେ ମୁକ୍ତିପ୍ରସାଦ ଓ କିଛି ସମୟ ପରେ ଅମ୍ଳାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅନ୍ୟ ଜଣେ ଯୁବକ ଅର୍ଜିତଙ୍କୁ ଉଦ୍ଧାର କରାଯାଇ ପାରିନାହିଁ | ରାତି ସମୟରେ ଉଦ୍ଧାର କାର୍ଯ୍ୟ କଷ୍ଟ ହେଉଥିବା ସତ୍ତ୍ୱେ ରାଡି ପ୍ରାୟ ୧ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା | ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି |
Cuttack (କଟକ) • ରିପୋର୍ଟ: ସୁରେନ୍ଦ୍ର ଜେନା, କଟକ

କନକଲତା ଉଚ୍ଚ ବିଦ୍ୟାଳୟର ୨୦୦୫ ବ୍ୟାଚ ୨୧ ବର୍ଷ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଅନ୍ତର୍ଗତ କନକ ଲତା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ୨୦୦୫ ବ୍ୟାଚର ୨୧ ବର୍ଷ ପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ସ୍କୁଲର ପୂର୍ବତନ ଶିକ୍ଷକ-ସ୍ଵର୍ଗତ ପ୍ରଫୁଲ କୁମାର ମହାନ୍ତି, ବ୍ରହ୍ମାନନ୍ଧ ରଣା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା , ଙ୍କ ଆତ୍ମା ର ସଦ ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଥିଲା,ପରେ ପରେ ମଞ୍ଚାସିନ ଆଗନ୍ତୁକ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ମାନପତ୍ର ସହିତ୍ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ପୁରୁଣା ଦିନର ସ୍କୃତିକୁ ମନେ ପକାଇବା ପାଇଁ ଆଜିର ଦିନଟି ଆମ ପାଇଁ ମହତ ବୋଲି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମତ ବ୍ୟକ୍ତ କରିଥିଲେ। ବର୍ତ୍ତ ମନର ପ୍ରଧାନ ଶିକ୍ଷକ- ରାଜ କିଶୋର ପୋଥାଳ,ଶିକ୍ଷକ ଗୋପାଳ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ - ସଂଯୁକ୍ତା ସାମଲ,ରଞ୍ଜୁଲତା ଦାସ,ପ୍ରମୁଖ ଯୋଗଦାନ କରିଥିଲେ। ପରି ଚାଳନାରେ ମୁଖ୍ୟ -ଚନ୍ଧନ କୁମାର ପଣ୍ଡା,ବିନୋଦ କୁମାର ବେହେରା, ସ୍ଵାଭିମାନ ଦାସ,ବିନାୟକ ସାହୁ, ରାକେଶ ସିଂ,ସେକ ସଲାମତ,ପ୍ରାର୍ଥ ସାରଥି ମହାନ୍ତି,ସଭା ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସବ୍ୟସାଚୀ ପତି,ବିନାୟକ ସାହୁ, ଚନ୍ଦନ କୁମାର ପଣ୍ଡା , ପିତାମ୍ବର ସାହୁ, ଧନୁର୍ଜୟ ଖଣ୍ଡାଇ,ସାଗରିକା ପଣ୍ଡା,ଲୋକନାଥ ସାହୁ, ପ୍ରଶାନ୍ତ ଯେନା, ଲକ୍ଷ୍ମୀପ୍ରିୟା ସେଠୀ, ମମତା ପଣ୍ଡା ,ସୁନିଲ ପଣ୍ଡା,ରାକେଶ କୁମାର ସିଂ, ପଦ୍ମୀନୀ ମିଶ୍ର, ଅମିତା ଦାସ,ସୁଦେଷ୍ଣା ମିଶ୍ର,ପ୍ରାର୍ଥ ସାରଥି ମହାନ୍ତି,ସ୍କୃତିରେଖା ମିଶ୍ର, ମଧୁସ୍କିତା ପାଢ଼ୀ,ବନିତା ରାଉତ,ମୋଉସୁମି ମିଶ୍ର,ଶଶ୍ମିତା ପୋଥାଳ,ବିନତି ବେହେରା, ଦେବକୀ ସିଂ, ସୁଜାତା ସାହୁ,ପ୍ରସାନ୍ତ ସାହୁ ,ଵିନୋଦ କୁମାର ବେହେରା , ନିହାର ରଂଜନ ପଣ୍ଡା, ବଳଦେବ ସାହୁ,ପ୍ରଣତି ଲେଙ୍କା ,ବିବେକାନନ୍ଦ ସାହୁ,ସ୍ଵାଗତିକା ପଣ୍ଡା, ମମତା ତ୍ରୀପାଠୀ,Smaranika panda ,ବଳଦେବ ସାହୁ ,ପ୍ରମୁଖ ଯୋଗଦାନ କରିଥିଲେ।
Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ
ଯାଜପୁର, ୨୮/୦୬/୨୬: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଲ୍ସ ପୋଲିଓ ଟୀକାକରଣ (ଆଇପିପିଆଇ-୨୦୨୬) ଅଭିଯାନ ଉଦଘାଟିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ଆଜି ଏହାର ଶୁଭାରମ୍ଭ କରିଛନ୍ତି। ୨୮ ଜୁନ ରୁ ୩୦ ଜୁନ ୨୦୨୬ ଯାଏଁ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଯାଜପୁର ଜିଲ୍ଲାରେ ୫ ବର୍ଷରୁ କମ ବୟସର ୧,୭୮,୪୭୮ ଶିଶୁ ଏହି ପୋଲିଓ ଟିକାକରଣ ଅଭିଯାନରେ ଉପକୃତ ହେବେ। ଜିଲ୍ଲାରେ ମୋଟ ୮୪୬ ଟି ପୋଲିଓ ବୁଥ ରହିଥିବା ବେଳେ ୩୩୮୪ ଜଣ କର୍ମକର୍ତ୍ତା ଏବଂ ୧୬୫ ଜଣ ସୁପରଭାଇଜର ଏଥିପାଇଁ ନିୟୋଜିତ ହେବେ। ୨୧ ଟି ଭ୍ରାମ୍ୟମାଣ ଟିମ୍ ଏହି କାର୍ଯ୍ୟ ସମ୍ପାଦନ କରିବେ। ପ୍ରଥମ ଦିନରେ ବୁଥ ସ୍ତରୀୟ କାର୍ଯ୍ୟକ୍ରମ ହେଉଥିବା ବେଳେ ବାକି ଦୁଇ ଦିନରେ ଘରକୁ ଘର ବୁଲି ଡାକ୍ତରୀ ଟିମ୍ ପରିଦର୍ଶନ କରିବେ ଏବଂ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ। ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ଚଣା ବାସିନ୍ଦା ବିଶ୍ୱଜିତ ରାଉତ ଓ ଜସ୍ମିନ ମିଶ୍ରଙ୍କ କନ୍ୟା ଜାହ୍ନବୀ ରାଉତଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଡିଏମଓ ମନୋଜ କୁମାର ସେନାପତି, ଏଡିପିଏଚସିଓ ସଂଯୁକ୍ତା ପଣ୍ଡା, ରମାକାନ୍ତ ବାରିକ, ଦୋଳଗୋବିନ୍ଦ ପଣ୍ଡା, ସିସିଟି ରମେଶ କୁମାର ମିଶ୍ର, ଜାକି ଆଲାମ, ମାନସ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ
ଯାଜପୁର, ୨୮/୦୬/୨୬: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଲ୍ସ ପୋଲିଓ ଟୀକାକରଣ (ଆଇପିପିଆଇ-୨୦୨୬) ଅଭିଯାନ ଉଦଘାଟିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ଆଜି ଏହାର ଶୁଭାରମ୍ଭ କରିଛନ୍ତି। ୨୮ ଜୁନ ରୁ ୩୦ ଜୁନ ୨୦୨୬ ଯାଏଁ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଯାଜପୁର ଜିଲ୍ଲାରେ ୫ ବର୍ଷରୁ କମ ବୟସର ୧,୭୮,୪୭୮ ଶିଶୁ ଏହି ପୋଲିଓ ଟିକାକରଣ ଅଭିଯାନରେ ଉପକୃତ ହେବେ। ଜିଲ୍ଲାରେ ମୋଟ ୮୪୬ ଟି ପୋଲିଓ ବୁଥ ରହିଥିବା ବେଳେ ୩୩୮୪ ଜଣ କର୍ମକର୍ତ୍ତା ଏବଂ ୧୬୫ ଜଣ ସୁପରଭାଇଜର ଏଥିପାଇଁ ନିୟୋଜିତ ହେବେ। ୨୧ ଟି ଭ୍ରାମ୍ୟମାଣ ଟିମ୍ ଏହି କାର୍ଯ୍ୟ ସମ୍ପାଦନ କରିବେ। ପ୍ରଥମ ଦିନରେ ବୁଥ ସ୍ତରୀୟ କାର୍ଯ୍ୟକ୍ରମ ହେଉଥିବା ବେଳେ ବାକି ଦୁଇ ଦିନରେ ଘରକୁ ଘର ବୁଲି ଡାକ୍ତରୀ ଟିମ୍ ପରିଦର୍ଶନ କରିବେ ଏବଂ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ। ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ଚଣା ବାସିନ୍ଦା ବିଶ୍ୱଜିତ ରାଉତ ଓ ଜସ୍ମିନ ମିଶ୍ରଙ୍କ କନ୍ୟା ଜାହ୍ନବୀ ରାଉତଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଡିଏମଓ ମନୋଜ କୁମାର ସେନାପତି, ଏଡିପିଏଚସିଓ ସଂଯୁକ୍ତା ପଣ୍ଡା, ରମାକାନ୍ତ ବାରିକ, ଦୋଳଗୋବିନ୍ଦ ପଣ୍ଡା, ସିସିଟି ରମେଶ କୁମାର ମିଶ୍ର, ଜାକି ଆଲାମ, ମାନସ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

ଜାତୀୟ ପୋଲିଓ ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ପୋଲିଓ ଟୀକା କରଣ ଅନୁଷ୍ଠିତ ହୋଇ ଯାଇଛି,,,, ଏହି ପୋଲିଓ କାର୍ଯ୍ୟକ୍ରମ ଅଭିଯାନ ରେ ଟାଙ୍ଗୀ ବ୍ଲକରେ ଜନ୍ମରୁ ୫ ବର୍ଷ ବୟସର ୧୦ ୪୩୩ ଜନ ଶିଶୁଙ୍କୁ ପୋଲିଓ ଟୀକା ପ୍ରଦାନ କରା ଯାଇଥିଲା,,,, ଏଥିପାଇଁ ଟାଙ୍ଗୀ ବ୍ଲକରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମୋଟ ୬୨ ଟି ବୁଥ ରେ ୨୪୮ ଜନ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ନିୟୋଜିତ କରା ଯାଇଥିଲା,,,ଏହା ସହ ପୋଲିଓ ଟୀକା କାରଣ କାର୍ଯ୍ୟକ୍ରମ ରେ ଯେଉଁ ଶିଶୁ ମାନେ ପୋଲିଓ ଟୀକା ନେଇ ନଥିବେ ସେଥିପାଇଁ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଅଙ୍ଗନ ବାଡ଼ି ଓ ଆଶା କର୍ମୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ,,, ସେମାନଂକୁ ଘରେ ପୋଲିଓ ଟୀକା ପ୍ରଦାନ କରାଯିବ,,,,ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡା ସତ୍ୟ ରଂଜନ ନନ୍ଦ,, pho ଝୁମରାଣୀ ଚକ୍ରବର୍ତ୍ତୀ ୱି ବିପିଏମ ଅଂଶୁମାନ ଦାସଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଟାଙ୍ଗୀ ବ୍ଲକରେ ସମ୍ପନ୍ନ ହୋଇଥିଲା,,,
Khordha (ଖୋର୍ଦ୍ଧା) • ରିପୋର୍ଟ :ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ଗଡିଆଜୋରରେ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ଗୁରୁତର
କଳାହାଣ୍ଡି: ଧର୍ମଗଡ ଗଡିଆଜୋର ବିଜୁ ଏକ୍ସପ୍ରେସ ୱେ ରେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ଖଟଲୁଗୁଡା ଗ୍ରାମରେ ଯୁଗରଥ ଠାକୁର ନିଜ ଏକସେଲ୍ ସୁପରରେ ଘୁମର ଛକ ନିକଟରେ ବିଜୁ ଏକ୍ସପ୍ରେସ ୱେ ପାର ହେଉଥିବା ବେଳେ ବେହେର ପଟରୁ ଆସୁଥିବା ଏକ ତେଲ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଉପସ୍ଥିତ ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ ନ ଆସିବାରୁ ଅନ୍ୟ ଏକ ଗାଡିରେ ଧର୍ମଗଡ ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଛି। ଧକ୍କା ଦେଇଥିବା ଗାଡ଼ିର ସୂଚନା ମିଳି ପାରିନାହିଁ।
Kalahandi (କଳାହାଣ୍ଡି) • ରିପୋର୍ଟ : ରିତେଶ କୁମାର ମୁଣ୍ଡ, ଧର୍ମଗଡ଼

ଜୀବନ ସୁଖମୟ କିନ୍ତୁ ତଥାସ୍ତୁମୟ ନୁହେଁ; ଧାମରା ସଂଘରେ ଗ୍ରୀଷ୍ମ କବିତା ଆସର
ରାଉରକେଲା : ସହରର ଅଗ୍ରଣୀ ସାହିତ୍ଯ ,ସାମାଜିକ ଅନୁଷ୍ଠାନ ଧାମରା ସଂଘରେ ଗ୍ରୀଷ୍ମ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ଯବକ୍ତା ଭାବେ ବିଶିଷ୍ଟ ଗାଳ୍ପିକା ମୋନାଲିସା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଜୀବନ ଜିଇଁବାର କଳା ସମ୍ପର୍କରେ ମତ ରଖି କହିଲେ ଯେ ଜୀବନ ଏକ ଦିବ୍ଯ ଦାନ,ପ୍ରତ୍ଯେକ ଜୀବନର ଏକ ଦିବ୍ଯ ଉଦ୍ଦେଶ୍ଯ ରହିଛି।ଜୀବନ ସୁଖମୟ କିନ୍ତୁ ତଥାସ୍ତୁ ମୟ ନୁହେଁ । କର୍ମ ପ୍ରେମ ଓ ବିଭୁ ବିଶ୍ବାସ ହିଁ ଜୀବନ ଜିଇଁବାର କଳା | ମୁଖ୍ଯଅତିଥି ଭାବେ ସମାଜସେବୀ ଶୈଳେଶ ତିଓ୍ବାରୀ ଯୋଗଦେଇ କହିଲେ ଯେ ଜୀବନ ମାତ୍ର କେଇ ଦିନର । ଏହାରି ମଧ୍ଯରେ ଅନ୍ଯର ଓଠରେ ଯଦି ଟିକେ ହସ ଖେଳାଇ ପାରିଲେ ତାହାହିଁ ବିଭୁ ଆଶୀର୍ବାଦ ।ଜୀବନ ଜିଇଁବାର କଳା ଏଇଠୁ ହିଁ ଶିଖିହେବ । ସମ୍ମାନିତ ଅତିଥି ରଶ୍ମିବାଳା ରାଉତରାୟ କହିଲେ ସମସ୍ତଙ୍କୁ ହୃଦୟର ସହ ନିଜର କରି ପାରିଲେ ତାହା ହିଁ ହେବ ଜୀବନ ଜିଇଁବାର କଳା । ପ୍ରାରମ୍ଭରେ ସଂଘର ସାଧାରଣ ସଂପାଦକ ଭଗବାନ ରାଉତ ସଂଘର ଆଭିମୁଖ୍ଯ ସହ ସ୍ବାଗତ ଅଭିଭାଷଣ ରଖିଥିଲେ । ଏହି ଅବସରରେ କନ୍ଧମାଳରୁ ଆସିଥିବା କବି ବିଦେଶୀ ନାୟକ,ସୋନପୁରରୁ ଆସିଥିବା କବି ଡ.ନିରଂଜନ ପଣ୍ଡା ଓ ଝାରସୁଗୁଡାରୁ ଆସିଥିବା କବୀ ଡ.ସ୍ବର୍ଣ୍ଣଲତା ଲେଙ୍କାଙ୍କୁ ଧାମରା ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଥିଲା ବେଳେ କବିତା ପାଠ କରଥିବା ୪୮ଜଣ କବିଙ୍କୁ ସମ୍ମାନ ସୂଚକ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । କବି ସୁଶାନ୍ତ କୁମାର ନାୟକ ମଂଚ ପରିଚାଳନା କରିଥିଲା ବେଳେ କବି ନିରଂଜନ କରଣ ଧନ୍ଯବାଦ ଅର୍ପଣ କରିଥିଲେ । ଦ୍ବିତୀୟ ପର୍ଯ୍ଯାରେ ନିଳିନୀପ୍ରଭା ଦାଶଙ୍କ ସଭାପତିତ୍ବରେ କବୀ ସୁସ୍ମିତା ମହାପାତ୍ର ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ କବି ବିଜୟ ରାୟ,ଡ କୃପାସିନ୍ଧୁ ନାୟକ, ଡ ଅଶ୍ବିନୀ ରାୟ, ଅଙ୍ଗୁରବାଳା ପରିଡା, ମୀନକେତନ ପଶାୟତ,ବଳରାମ ରାଉଳ, କୁଞ୍ଜବିହାରୀ ରାଉତ,ପ୍ରତାପ ପଣ୍ଡା, ଅଶୋକ ପଟ୍ଟନାୟକ,ପ୍ରଶାନ୍ତ କୁମାର ମେହେର,ବିନତା ମହନ୍ତ,ଅର୍ଚ୍ଚନା ପାତ୍ର, ବିଜୟଲକ୍ଷ୍ମୀ ପଟ୍ଟନାୟକ,କବିତା ପତି, ଆରତୀ ବେହେରା,ସବିତା ପରିଡା, ନିରୁପମା ନାୟକ, ତନ୍ମୟୀ ଅଗସ୍ତି, ବ୍ରଜେନ୍ଦ୍ର ଦାଶ,ଅଜୟ କୁମାର ମହାନ୍ତି , ସୁଚିସ୍ମିତା ପଣ୍ଡା, ଶ୍ବେତଲିନା ଶତପଥୀ, ପ୍ରେମଲତା ବେହେରା,ଗୌତମ ଦାସ, ରାଜେନ୍ଦ୍ର ପଣ୍ଡା, ସୁବର୍ଣ୍ଣ ଦତ୍ତ ପ୍ରମୁଖ ୪୮ ଜଣ କବି କବିତା ପାଠ କରିଥିଲେ | ସହରର ସବୁ ଅନୁଷ୍ଠାନରୁ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ। ଅନ୍ଯମାନଙ୍କ ମଧ୍ଯରେ ବସନ୍ତ ବିଶ୍ବକର୍ମା,ବାଳକୃଷ୍ଣ ସ୍ବାଇଁ, ସୂର୍ଯ୍ଯମଣି ପଣ୍ଡା,ସସ୍ମିତା ପ୍ରଧାନ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Rourkela (ରାଉରକେଲା) • ରିପୋର୍ଟ: ସୁବାଷ କୁମାର ଗୁପ୍ତା

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ
ରାଉରକେଲା: ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାର ର ଅନ୍ୟତମ ଶାଖା ସୁର ତରଙ୍ଗ ପକ୍ଷରୁ ମାସିକ ସଙ୍ଗୀତ କାର୍ଯ୍ୟକ୍ରମ ରାଉରକେଲା କ୍ଲବର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଉପସ୍ଥିତି ରହି ସମସ୍ଥଙ୍କୁ ଉତ୍ସାହିତ କରିଥିଲେ l ପ୍ରଥମେ ଡ଼ ସତ୍ୟନାରାୟଣ ମିଶ୍ର, ଭେଙ୍କଟ୍ ରାଓ, ଅନିଲ ମଲ୍ଲିକ ମା ଦୁର୍ଗା ଓ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତିକୁ ମାଳା ପିନ୍ଧାଇ ଓ ପ୍ରଦୀପ ଜାଳି କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l କାର୍ଯ୍ୟକ୍ରମଟି ମା ଙ୍କ ବନ୍ଦନା ଓ ଜଗନ୍ନାଥ ଭଜନରୁ ଆରମ୍ଭ ହୋଇଥିଲା। ଏହା ପରେ ସୁର ତରଙ୍ଗର ସ୍ଥାପକ ଦିଲୀପ କୁମାର ପରିଡା ସଂସ୍ଥାର ଆଗାମୀ ସଙ୍ଗୀତ କାର୍ଯ୍ୟକ୍ରମ ଓ ସମସ୍ତ ପରିବାର ଲୋକଙ୍କ ସୁର ତରଙ୍ଗ ର ଯାତ୍ରା ଓ ଅନୁଭୂତି ବିଷୟରେ ଆଲୋକପାତ କରିଥିଲେ l ପରେ ଅନୁଷ୍ଠାନ ତରଫରୁ ଡ ସତ୍ୟନରାୟଣ ମିଶ୍ରଙ୍କ ଜନ୍ମଦିନ ଉପଲକ୍ଷେ କେକ୍ କଟାଯାଇ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ପରେ ସୁରତରଙ୍ଗ ର ଗାୟକ ଓ ଗାୟିକା ସର୍ବଶ୍ରୀ ଦିଲୀପ କୁମାର ପରିଡା, ଶୁଭସ୍ମିତା ଦାସ,ବିଶ୍ୱଜିତ ଲେଙ୍କା, ଇତି ପଟ୍ଟନାୟକ, ମନୋଜ ଶାହା, ଜଗନ୍ନାଥ ସାହୁ,ବିଳାସିନୀ ଅଧିକାରୀ, ରମେଶ ଷଡ଼ଙ୍ଗୀ, ରାଜେନ୍ଦ୍ର ଅଗ୍ରୱାଲ, ଅନିରୁଦ୍ଧ ସାହୁ, ମୀନାକ୍ଷୀ ମହାରଣା, ଡ଼ ସତ୍ୟନାରାୟଣ ମିଶ୍ର,ବିମଳ ସାହୁ, ସୁଜିତ୍ ବେହେରା, ମନୋଜ ମହନ୍ତ, ଭେଙ୍କଟ୍ ରାଓ ପ୍ରମୁଖ ସୁନ୍ଦର୍ ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ନିବେଦିତା ବେହେରା ଉପଦେଷ୍ଟା ଗୌତମ ଦାସ, ସୁରେଶ ରାଉତରାୟ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସମ୍ପୂର୍ଣ୍ଣ କାର୍ଯକ୍ରମ ଟି ଅନିଲ ମଲ୍ଲିକ ଓ ଡ ସତ୍ୟନାରାୟଣ ମିଶ୍ର ନିର୍ଦ୍ଦେଶନା ରେ ଆୟୋଜିତ ହେଇଥିବା ବେଳେ ଶେଷରେ ନିବେଦିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Rourkela (ରାଉରକେଲା) • ରିପୋର୍ଟ: ସୁବାଷ କୁମାର ଗୁପ୍ତା, ରାଉରକେଲା

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର
ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ରଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ କବିତା ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ , ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ପରିବର୍ତ୍ତନଶୀଳ ପରିବାର ଗଠନ ଶୈଳୀ ଓ ତହିଁରେ ଆମ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକାରୀ ସଭାପତି ଇଂ. ସୁବାସ ମହାପାତ୍ର ଅତିଥି ପରିଚୟ ସଙ୍ଗେ ସଙ୍ଗେ ସ୍ୱାଗତ ଭାଷଣ ଦେଇଥିଲେ | ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ପରିବାର ମଧ୍ୟରେ ସମସ୍ତେ ସମାନ। ଯାହା ସାମ୍ୟବାଦ ର ବାର୍ତ୍ତା ବହନ କରେ । ସେହିପରି ବାହାଘର ର ସପ୍ତପଦ ମର୍ମ ତଥା ବୈଦିକ ପରମ୍ପରା ଓ ପାଶ୍ଚାତ୍ୟ ପରମ୍ପରା ର ତୁଳନାତ୍ମକ ବିଶ୍ଳେଷଣ କରିବା ସହ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଇସ୍ପାତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ପରିବାର ର କର୍ତ୍ତା ଘରର ଶୃଙ୍ଖଳା ସହ ଦାୟିତ୍ଵ ବଣ୍ଟନ ଓ ପରିବାର ରେ ଆମ୍ଭମାନଙ୍କର ଦାୟିତ୍ୱବୋଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ "ଭୋଜି "ଶୀର୍ଷକ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସବିତା ପରିଡା ଓ ସୁଶ୍ରୀ ଶ୍ରେୟସୀ ସାହୁଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଦିପ୍ତୀ ମହାନ୍ତି, ସୁଭାଷିନୀ ସାହୁ, ପ୍ରିୟାଂଶୀ ନାୟକ, ବଳରାମ ଦାଶ, ସଂଯୁକ୍ତା ଦାଶ, ଗୌତମ ଦାସ, ବ୍ରଜେନ୍ଦ୍ର ଦାଶ, ପ୍ରତାପ ରୁଦ୍ର ତ୍ରିପାଠୀ, ତାରିଣୀ ଚରଣ ସାହୁ, ଅଜୟ କୁମାର ପାଣି, ସୁଶାନ୍ତ କୁମାର ନାୟକ, ପୀତବାସ ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ ଓ ସୁଶ୍ରୀ ଶ୍ରେୟସୀ ସାହୁ ସ୍ବରଚିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିଥିଲେ। ଶେଷରେ ପ୍ରିୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଭୁଦତ୍ତ ବେହେରା, ପ୍ରଭାସିନୀ ଦାଶ, ତାପସ ସାହା , ନିରୁପମା ଚାନ୍ଦ, କମଳ ଆଚାର୍ଯ୍ୟ, ପୀତବାସ ପ୍ରଧାନ, ରମେଶ ଚନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ପାଢୀ,ଶରତ ଚନ୍ଦ୍ର ରାଉତ,ଗୈ।ତମ ଦାସ, ଶ୍ରୀକାନ୍ତ ପାଣିଗ୍ରାହୀ, ଶରତ କୁମାର ସ୍ୱାଇଁ, ଉମା ଶଙ୍କର ତିୱାରୀ, ଗୀତାଞ୍ଜଳି ମହାରଣା, କୌଶଲ୍ୟା ମହାରଣା, ପ୍ରଭାଷିନୀ ସାହୁ, ପ୍ରଭାସିନୀ ଦାଶ, ଭୁବନେଶ୍ୱରୀ ମହାପାତ୍ର, ରାଜଲକ୍ଷ୍ମୀ ସେନାପତି, ରବୀନ୍ଦ୍ର ଠାକୁର, ଜୟା ବଡାଇକ, ଅଜୟ ମହାନ୍ତି, ରମେଶ ଚନ୍ଦ୍ର ସିଂହ, ଅରୁଣା ମହାରଣା, ଅନିଲ କୁମାର ଦାଶ,ଡ଼. ସୁବାସ ଚନ୍ଦ୍ର ଲେଙ୍କା, ବିଷ୍ଣୁ ଚରଣ ସାହୁ, ବସନ୍ତ କୁମାର ମହାରଣା, ଶ୍ରେୟାନସି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Rourkela (ରାଉରକେଲା) • ରିପୋର୍ଟ: ସୁବାସ କୁମାର ଗୁପ୍ତା, ବାସନ୍ତୀ କଲୋନୀ

ପରିତ୍ୟକ୍ତ ପରିବେଶରେ ଖଲ୍ଲିକୋଟ ଡିଆଇଇଟି ଛାତ୍ରାବାସ; ଅବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
ଗଞ୍ଜାମ: ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି)ର ଛାତ୍ରାବାସରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ଉଠିଛି। ୧୯୯୪ ମସିହାରେ ସ୍ଥାପିତ ଏହି ଅନୁଷ୍ଠାନର ଛାତ୍ରାବାସ ପରିସର ବର୍ତ୍ତମାନ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପରିଣତ ହୋଇଥିବା ସ୍ଥାନୀୟ ମହଲରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ, ଛାତ୍ରାବାସ ଚତୁଃପାର୍ଶ୍ୱରେ ଅଳିଆ-ଆବର୍ଜନା ଜମି ରହିଥିବାରୁ ସରୀସୃପଙ୍କ ଉପଦ୍ରବ ବଢ଼ିଛି। ବିଶେଷକରି ରାତିରେ ଛାତ୍ରଛାତ୍ରୀମାନେ ଶୌଚାଳୟକୁ ଯିବା ସମୟରେ ସାପ ଭଳି ବିଷଧର ପ୍ରାଣୀଙ୍କ ଭୟ ରହୁଥିବା କୁହାଯାଇଛି। ଚାରିଟି ଶୌଚାଳୟ ମଧ୍ୟରୁ ଦୁଇଟି ଅଚଳ ଥିବାରୁ ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ସେହିପରି, ରୋଷେଇ ଘରର ସୁବିଧା ଅଭାବରୁ ଖୋଲା ଆକାଶ ତଳେ କାଠ ଜାଳି ଛାତ୍ରମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା କୁହାଯାଇଛି। ଏଥିପାଇଁ ପରିସରରେ ଥିବା ଆମ୍ବ ଗଛ କାଟି ତାହାର କାଠ ବ୍ୟବହାର କରାଯାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଏହାସହ ଛାତ୍ରାବାସ ବାହାରେ ବିପୁଳ ପରିମାଣର ଅଳିଆ-ଆବର୍ଜନା ଜମି ରହିଥିବାରୁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଛାତ୍ରମାନେ ସମସ୍ୟା ଉଠାଇବାକୁ ଭୟ କରୁଥିବା ଏବଂ ଅଭିଯୋଗ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଆଶଙ୍କା ରହିଥିବା ବୋଲି କେତେକ ସୂତ୍ର ଦାବି କରିଛନ୍ତି। ଅନ୍ୟପକ୍ଷରେ, ଅନୁଷ୍ଠାନକୁ ପ୍ରତିବର୍ଷ କଣ୍ଟିଜେନ୍ସି ବାବଦରେ ପ୍ରାୟ ୧୫ ଲକ୍ଷ ଟଙ୍କା ମିଳୁଥିବା ବେଳେ, ଏହି ଅର୍ଥର ବ୍ୟବହାର ନେଇ ମଧ୍ୟ ପ୍ରଶ୍ନ ଉଠିଛି। କେତେକ ଅଧିକାରୀଙ୍କ ବିରୋଧରେ ଅନିୟମିତତାର ଅଭିଯୋଗ ମଧ୍ୟ କରାଯାଇଛି। ତେବେ, ଏହି ସମସ୍ତ ଅଭିଯୋଗର ସରକାରୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅଭିଯୋଗର ସତ୍ୟତା ଜାଣିବା ପାଇଁ ସମ୍ପୂର୍ଣ୍ଣ ତଦନ୍ତ ଓ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ମହଲ ଦାବି କରିଛନ୍ତି।
Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ

ପୋଖରୀ ରେ ବୁଡି ନାବାଳକ ମୃତ
ଖୋର୍ଦ୍ଧା- ଗ୍ରୀଷ୍ମ ର ପ୍ରଭାବରୁ ରକ୍ଷା ପାଇବା ପାଇଁ ପୋଖରୀ ରେ ଗାଧୋଇବା ହେଲା କାଳ, ୩ ନାବାଳକ ପୋଖରୀ ରେ ଗାଧୋଉ ଥିବା ବେଳେ ପୋଖରୀ ରେ ବୁଡି ଜଣେ ନାବାଳକ ଙ୍କ ମୃତ ଘଟିଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୁନ୍ଦର ପୁର ଗ୍ରାମ ପଂଚାୟତ ର ଜଗଦଳା ପୋଖରୀ ରେ, ସେହି ଗାଁ ର ୩ ଜଣ ନାବାଳକ ଜଗଦଳା ପୋଖରୀ ରେ ପହଁ ରୁ ଥିବା ଅବସ୍ଥାରେ ପୋଖରୀ ରେ ବୁଡି ଯାଇଥିଲେ ଜଣେ ନାବାଳକ, ଓ ସ୍ଥାନୀୟ ଲୋକେ ଚେଷ୍ଟା କରି ଯେତେବେଳେ ବିଫଳ ହୋଇଥିଲେ ତାପରେ ଟାଙ୍ଗୀ ଅଗ୍ନିଶମ ବାହିନୀ କୁ ଖବରଥିଲେ, ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଂଚି ନାବାଳକ କୁ ପୋଖରୀ ରୁ ଉଦ୍ଧାର କରିଥିଲେ। ପରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ନାବାଳକ ଙ୍କୁ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ନାବାଳକ ର ନାମ ନିରଞ୍ଜନ ସେଠ ବୟସ ୧୪ ବର୍ଷ ପିତା ଙ୍କ ନାମ ସଂଜୟ କୁମାର ସେଠ ଘର ଚାରି ଘରିଆ ପାଟଣା,ସୁନ୍ଦର ପୁର ,ମୃତ ନାବାଳକ ଜଣକ ବାପା ମାଙ୍କର ଏକ ମାତ୍ର ପୁତ୍ର ବୋଲି ଜଣା ପଡିଛି, ବାପା ସଂଜୟ ସେଠ ମାନସିକ ଭାରସାମ୍ୟ ହରାଇ ଥିବା ଜଣା ପଡିଛି। ଖବର ପାଇ ଟାଙ୍ଗୀ ପୋଲିସ ଶବ ଟିକୁ ଜବତ କରି ତଦନ୍ତ ଚ଼ଳାଇଛି ।
Khordha (ଖୋର୍ଦ୍ଧା) • ରିପୋର୍ଟ - ପ୍ରିୟଙ୍କା ମହାପାତ୍ର। ଖୋର୍ଦ୍ଧା
