--:--:--
-- ---
Srishti News

ସ୍ୱର୍ଗତ ବିରଞ୍ଚି ମହାନ୍ତଙ୍କ ଏକାଦଶାହରେ ଯୋଗଦେଲେ ବିବୁଭୂଷଣ ରାଉତ: ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ ନେତା ଓ କର୍ମୀ

Jajpur (ଯାଜପୁର)ଅନିଲ କୁମାର ଜେନାAugust 12, 202622 views
ସ୍ୱର୍ଗତ ବିରଞ୍ଚି ମହାନ୍ତଙ୍କ ଏକାଦଶାହରେ ଯୋଗଦେଲେ ବିବୁଭୂଷଣ ରାଉତ: ଶ୍ରଦ୍ଧାଞ୍ଜଳି ଜଣାଇଲେ କଂଗ୍ରେସ ନେତା ଓ କର୍ମୀ
ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ବ୍ଲକର ଲେମ୍ବୋ ଗ୍ରାମ ପଞ୍ଚାୟତ ଅଧୀନ ଦୁଲ୍ଲାବାହାଳି ଗ୍ରାମର ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ବିରଞ୍ଚି ମହାନ୍ତଙ୍କ ଏକାଦଶାହ କ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁକିନ୍ଦା ନିର୍ବାଚନମଣ୍ଡଳୀର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ବିବୁଭୂଷଣ ରାଉତ ଯୋଗଦେଇ ସ୍ୱର୍ଗତ ମହାନ୍ତଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିରଞ୍ଚି ମହାନ୍ତଙ୍କ ସାମାଜିକ ଓ ରାଜନୈତିକ ଜୀବନ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ଜଣେ ବରିଷ୍ଠ କଂଗ୍ରେସ ନେତା ଭାବେ ସେ ଦଳର ସଂଗଠନକୁ ମଜବୁତ କରିବା ସହ ଅଞ୍ଚଳର ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ଥିବା ବକ୍ତାମାନେ କହିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ରାଇଚରଣ ମହାନ୍ତି, ସୋୱର୍ଣ୍ଣ ବାନରା, ମହେନ୍ଦ୍ର ଦାସ ଏବଂ ସୁକିନ୍ଦା ବ୍ଲକ କଂଗ୍ରେସ ସଭାପତି ମଦନମୋହନ ଖୁଣ୍ଟିଆଙ୍କ ସମେତ ବହୁ କଂଗ୍ରେସ ନେତା, କର୍ମୀ ଓ ସ୍ଥାନୀୟ ଲୋକେ ଯୋଗଦେଇ ସ୍ୱର୍ଗତ ବିରଞ୍ଚି ମହାନ୍ତଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶେଷରେ ଉପସ୍ଥିତ ନେତା ଓ କର୍ମୀମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ସହ ସ୍ୱର୍ଗତ ବିରଞ୍ଚି ମହାନ୍ତଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ।