ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକ
Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧିAugust 12, 20269 views

ବୁଧବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ପ୍ରମୂଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରାଇ ଆଲୋଚ଼ନା କରିଛନ୍ତି । ଏହି ଅବସରରେ ସେ ଉପସ୍ଥିତ ସମସ୍ତ ପ୍ରତିନିଧିମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ନିମନ୍ତେ ଦାବୀ - ଆପତ୍ତି ପାଇଁ ଫର୍ମ-୯, ୧୦,୧୧, ୧୧-ଏ ଓ ୧୧- ବି ପ୍ରଦାନ କରିଥିଲେ । ଏହି ବୈଠକରେ ଇ.ଆର.ଓ. - ସବ୍ କଲେକ୍ଟର (୫୫-ଢେଙ୍କାନାଳ) ଶ୍ରୀ ପଦ୍ମ ଚରଣ ସାହୁ, ଡ଼େପୁଟୀ କଲେକ୍ଟର (ନିର୍ବାଚ଼ନ) ନିବେଦିତା ରାଉତଙ୍କ ସମେତ ବିଜେଡ଼ିର ପ୍ରତିନିଧି ଶ୍ରୀ ଗୋପାଳ ପାତ୍ର ଏବଂ ଶ୍ରୀ ବିଷ୍ଣୁ ପ୍ରସାଦ କର, ଜାତୀୟ କଂଗ୍ରେସର ଶ୍ରୀ ବନମାଳି ଦାସ ଓ ଶ୍ରୀମତୀ ଶିଳ୍ପୀଶ୍ରୀ ହରିଚ଼ନ୍ଦନ ଏବଂ ଆମ୍ ଆଦମୀ ପାର୍ଟିର ପ୍ରତିନିଧି ଶ୍ରୀ ପଙ୍କଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

