--:--:--
-- ---
Srishti News

Web News

ଧରାକୋଟ ଅଞ୍ଚଳରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ: ୧୨୦ ଜଣ ବ୍ଲକ ସ୍ତରକୁ ମନୋନୀତ
Sep 9, 2026•27 views

ଧରାକୋଟ ଅଞ୍ଚଳରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ: ୧୨୦ ଜଣ ବ୍ଲକ ସ୍ତରକୁ ମନୋନୀତ

ଧରାକୋଟ: ଧରାକୋଟ ବ୍ଲକ ଅନ୍ତର୍ଗତ ଡାକିବଜା ସ୍ଥିତ ଘୋଡ଼ାଦେଇ ଉଚ୍ଚ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୀମାଞ୍ଚଳ ଗୌଡ଼ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏବିଇଓ ବିଭୂତି ଭୂଷଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ସମ୍ମାନିତ ଅତିଥି ଭାବେ ବ୍ଲକ କ୍ରୀଡ଼ା ସମ୍ପାଦକ ବିଶ୍ୱ ଜୀବନ ସାହୁ, କ୍ରୀଡ଼ାବିତ ପାଣ୍ଡବ ସ୍ୱାଇଁ, ସାମ୍ବାଦିକ ହୃଦାନନ୍ଦ ଜେନା, ପ୍ରଧାନ ଶିକ୍ଷକ ବିରୂପାକ୍ଷ ପରିଡ଼ା, ଅମୂଲ୍ୟ ଚନ୍ଦ୍ର ମିଶ୍ର ଏବଂ ଦିବାକର ସେଠୀ ପ୍ରମୁଖ ଉପସ୍ଥିତ ରହି ସୁସ୍ଥ ଶରୀର ଗଠନ ପାଇଁ କ୍ରୀଡ଼ାର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହି ପ୍ରତିଯୋଗିତାରେ ରୁଗୁମୁ ଓ ବରଡ଼ାବିଲି କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ ସମେତ ଘୋଡ଼ାଦେଇ ଉଚ୍ଚ ବିଦ୍ୟାଳୟ, ଯାହାଡ଼ା ଉଚ୍ଚ ବିଦ୍ୟାଳୟ, ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ବରଡ଼ାବିଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୪ ରୁ ୧ ୭ ବର୍ଷ ବୟସ ସୀମା ମଧ୍ୟରେ ଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କ୍ରୀଡ଼ା ଶିକ୍ଷକ ସଞ୍ଜୟ ଏକ୍କା, ସୁଶାନ୍ତ ପ୍ରଧାନ, ଭାଗିରଥୀ ବେହେରା, ରାମଚନ୍ଦ୍ର ବିଷୋୟୀ, ସତ୍ୟନାରାୟଣ ନାୟକ, ମଞ୍ଜୁଲୁ ଜେନା, ହର୍ଷ ବିଷୋୟୀ ଓ ସୁଶ୍ରୀ ମଧୁସ୍ମିତା ପ୍ରଧାନ ପ୍ରମୁଖ ଆଥଲେଟ୍‌ଙ୍କ ସମେତ କବାଡି, ଖୋଖୋ, ଭଲିବଲ୍, ଫୁଟବଲ୍ ଓ କ୍ରିକେଟ୍ ଆଦି ଖେଳ ପରିଚାଳନା କରିଥିଲେ। ଆଜିର ଏହି ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୨୦ ଜଣ କୃତୀ ପ୍ରତିଯୋଗୀଙ୍କୁ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଂଜନଗର

Focus on Local Livelihoods to Curb Migration in Nuapada: District-Level Review Meeting on Mission Shakti and Odisha Livelihoods Mission Held
Sep 9, 2026•45 views

Focus on Local Livelihoods to Curb Migration in Nuapada: District-Level Review Meeting on Mission Shakti and Odisha Livelihoods Mission Held

Nuapada, September 9: A district-level review meeting on various schemes and livelihood-related programmes being implemented under Mission Shakti and the Odisha Livelihoods Mission (OLM) was held at the conference hall of the Nuapada district headquarters under the chairmanship of District Collector Madhusudan Dash. The meeting reviewed the block-wise progress of various Mission Shakti and OLM initiatives, strengthening the livelihoods of Self-Help Groups (SHGs), economic empowerment of women and creation of sustainable livelihood opportunities for migrant workers and their families. The status of migrant workers and the impact of various livelihood interventions were also discussed in detail. According to the data presented at the meeting, 15,186 members from 5,925 migrant-worker families returned to the district in August 2025. In August 2026, 17,159 members from 6,557 families returned to Nuapada. Officials highlighted various economic and livelihood-based interventions aimed at reducing migration. It was also informed that 6,221 persons in the district have been identified under the category of ‘Aspirational Migration’. Besides, 249 women have been identified as ‘Maha Laxmi Didis’ in the district. District Collector Madhusudan Dash directed officials to work with greater responsibility and commitment so that the benefits of government schemes reach a larger number of families. He placed special emphasis on creating adequate local livelihood and employment opportunities to reduce dependence on migration and work towards making Nuapada a migrant-worker-free district. On the occasion, Belamati Majhi and Dalimb Rana, who have become self-reliant through Self-Help Groups, were felicitated. Sharing their experiences, both women narrated their journey from being migrant workers to becoming economically independent through livelihood opportunities provided through SHGs. The meeting was attended by Chief Development Officer-cum-Executive Officer of Zilla Parishad Lambodar Dharua, District Project Coordinator Sunil Kumar Mallik, Lead Bank Manager Harishankar Nial, along with Block Project Coordinators and officials from all blocks.

Nuapada (ନୂଆପଡ଼ା) • Report: Bijay Bariha & Malaya Meher, Nuapada

ଆଖୁ ଚାଷୀଙ୍କ ସହାୟତା ରାଶି ହେରଫେର ଅଭିଯୋଗ | ବ୍ଲକ କୃଷି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
Sep 9, 2026•20 views

ଆଖୁ ଚାଷୀଙ୍କ ସହାୟତା ରାଶି ହେରଫେର ଅଭିଯୋଗ | ବ୍ଲକ କୃଷି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଜଗତପୁର: କଟକ ସଦର ବ୍ଲକ ଅଞ୍ଚଳ ଆଖୁ ଚାଷୀଙ୍କ ସହାୟତା ରାଶି ହେରଫେର କରି ସରକାରଙ୍କୁ ଫେରେଇ ଦେଇଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଓ ତାଙ୍କୁ ଟ୍ରାନ୍ସଫର କରିବା ଦାବିରେ ଆଖୁ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି l ୨୦୨୪-୨୫ ଆର୍ଥିକ ବର୍ଷର ସହାୟତା ରାଶି ପାଇନଥିବା ସେମାନେ ଅଭିଯୋଗ କରିଛନ୍ତି l ବ୍ଲକ କୃଷି ଅଧିକାରୀ ଜାଫନା ରାୟ ଏହି ଅର୍ଥ ପ୍ରଦାନ ନକରି ସରକାରଙ୍କୁ ଫେରାଇ ଦେଇଥିବା ସେମାନଙ୍କୁ କହୁଥିବା ଏବଂ ଅଫିସ ଖର୍ଚ୍ଚ ଓ ଜୀଏସଟି ନଦେଲେ ସେ ସବସିଡି ଟଙ୍କା ଦେବେନାହିଁ ବୋଲି କହୁଥିବା ସେମାନେ ଅଭିଯୋଗ କରିଛନ୍ତି l ଶୁଭେନ୍ଦୁ ଜେନା, ରାମଚନ୍ଦ୍ର ପ୍ରଧାନ, ନିଲୁ ବାରିକ, ଗିରିଶ ଚନ୍ଦ୍ର ଏକା, ଡମ୍ବରୁଧର ଜେନା, ହିମାଂଶୁ ଶେଖର ଚୌଧୁରୀ, ପ୍ରିୟଙ୍କା ଚୌଧୁରୀ, ସୌଦାମିନୀ ନାୟକ, ସଞ୍ଜୟ କୁମାର ନାୟକ, ରବିନାରାୟଣ ପୁହାଣ ଆଦି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ l ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ନମିଳିଲେ ସେମାନେ ଆଖୁ ଚାଷ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ଏସଆଇଆର ଚାପରେ ଶିକ୍ଷକଙ୍କ ଆତ୍ମହତ୍ୟା
Sep 9, 2026•24 views

ଏସଆଇଆର ଚାପରେ ଶିକ୍ଷକଙ୍କ ଆତ୍ମହତ୍ୟା

ଜଗତପୁର: ଏସଆଇଆର ଚାପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ଆଦରି ନେଇଥିବା ଭଳି ଏକ ଅଭାବନୀୟ ଘଟଣା ଜଗତପୁର ଅଞ୍ଚଳରେ ଦେଖିବାକୁ ମିଳିଛି l ମୃତ ଶିକ୍ଷକ ଜଣକ ଖଇରା ଇମାମନଗର ମଧ୍ୟ ଇଂରାଜୀ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରବୋଧ ଚରଣ ମହାପାତ୍ର (୫୧) l ମିଳିଥିବା ସୂଚନା ଅନୁଯାୟୀ ଏସଆଇଆର ଡ୍ୟୁଟି କରିବା ବେଳ ଠାରୁ ଶିକ୍ଷକ ଜଣକ ଚାପରେ ରହୁଥିଲେ l ବୁଧବାର ଦିନ ସକାଳୁ ସେ ତାଙ୍କ ଲକ୍ଷ୍ମଣପୁର ସ୍ଥିତ ବାସଭବନରେ ତାଙ୍କ ପତ୍ନୀ, ପୁତ୍ର ଓ ଝିଅଙ୍କୁ ତାଲା ଦେଇ ଆଜବେଷ୍ଟସ ରଡ଼ରେ ଝୁଲି ପଡ଼ିଥିଲେ l ଖବର ପାଇ ଜଗତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ମେଡିକାଲକୁ ପଠାଇଛି l ଏସଆଇଆର କାମ ପାଇଁ ସେ ସର୍ବଦା ଚାପରେ ରହୁଥିଲେ ବୋଲି ସହକର୍ମୀମାନେ କହିଛନ୍ତି l ମୃତକ ଶିକ୍ଷକ ଲକ୍ଷ୍ମଣପୁର ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ l ଗତ ଦୁଇ ବର୍ଷ ତଳେ ସେ ଗ୍ରାଜୁଏଟ ଟିଚର ଭାବେ ପଦୋନ୍ନତି ପାଇ ଖଇରା ଇମାମ ନଗର ବିଦ୍ୟାଳୟକୁ ଆସିଥିଲେ l ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିଲେ l ତାଙ୍କ ମୃତ୍ୟୁ ଖବର ପାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି l ତାଙ୍କ ଝିଅ ଦଶମରେ ପଢ଼ୁଥିବା ବେଳେ ପୁତ୍ର ୫ମ ଶ୍ରେଣୀରେ ପାଠ ପଢୁଛି l ସେ ନରସିଂହପୁରର ମୂଳ ବାସିନ୍ଦା ହୋଇଥିବା ବେଳେ ଜଗତପୁର ଲକ୍ଷ୍ମଣପୁରରେ ଘର କରି ରହୁଥିଲେ l ଜଗତପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

୧୬ତମ RPDAC ବୈଠକ ଅନୁଷ୍ଠିତ, ବିକାଶ ଓ ଖଣି ସମ୍ପର୍କିତ ପ୍ରସଙ୍ଗ ଉପରେ ଗୁରୁତ୍ୱ
Sep 9, 2026•125 views

୧୬ତମ RPDAC ବୈଠକ ଅନୁଷ୍ଠିତ, ବିକାଶ ଓ ଖଣି ସମ୍ପର୍କିତ ପ୍ରସଙ୍ଗ ଉପରେ ଗୁରୁତ୍ୱ

ଅନୁଗୋଳ: ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ୧୬ତମ RPDAC ବୈଠକ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀ ଆଶିଷ କୁମାର ସିଂହ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଳ ଜୈନଙ୍କ ସମେତ MCL କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଖଣି ଓ ଶିଳ୍ପାଞ୍ଚଳ ସହ ଜଡିତ ବିଭିନ୍ନ ପ୍ରସଙ୍ଗ, ସ୍ଥାନୀୟ ଅଞ୍ଚଳର ବିକାଶ, ଜନସାଧାରଣଙ୍କ ସ୍ୱାର୍ଥ ଏବଂ ପ୍ରଶାସନିକ ସମନ୍ୱୟ ସମ୍ପର୍କିତ ବିଷୟ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସମସ୍ତ ଅତିଥି ଓ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ବୈଠକର ପରିଚାଳନା କରିଥିଲେ। ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ଓ ଖଣି ପ୍ରଭାବିତ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ମତବିନିମୟ ହୋଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ

ମହାନଦୀ ହାଇସ୍କୁଲ ହଣ୍ଡପାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ
Sep 9, 2026•129 views

ମହାନଦୀ ହାଇସ୍କୁଲ ହଣ୍ଡପାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ହଣ୍ଡପା: ହଣ୍ଡପାସ୍ଥିତ ମହାନଦୀ ହାଇସ୍କୁଲ ପରିସରରେ ବିଶ୍ୱ ଯୁବ କେନ୍ଦ୍ର, ବାଣିନାଲି ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉତ୍ସାହ ଓ ସଚେତନତାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ରାପିଡ୍ ରାଉଣ୍ଡ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱ ଯୁବ କେନ୍ଦ୍ରର ସଭାପତି ବସନ୍ତ ପ୍ରଧାନ ଓ ସମ୍ପାଦକ ମନୋଜ କୁମାର ମହାପାତ୍ର ଯୋଗଦେଇ ସାକ୍ଷରତା ଦିବସର ଗୁରୁତ୍ୱ, ଶିକ୍ଷାର ଆବଶ୍ୟକତା ଓ ସାକ୍ଷରତାର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଏଥିସହ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଜେନା, ଶିକ୍ଷକ ଦିଲୀପ କୁମାର ସାହୁଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଶ୍ୱ ଯୁବ କେନ୍ଦ୍ରର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷାର ପ୍ରସାର, ସାକ୍ଷରତା ପ୍ରତି ସଚେତନତା ଏବଂ ଶିଶୁ ଅଧିକାର ସୁରକ୍ଷା ବାର୍ତ୍ତା ପହଞ୍ଚାଇବାରେ ଏହି କାର୍ଯ୍ୟକ୍ରମ ଏକ ସକାରାତ୍ମକ ପଦକ୍ଷେପ ହୋଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ହଣ୍ଡପା ,ଅନୁଗୋଳ

ଜୁନାଗଡ଼–କୁରୁଗୁଡ଼ା ରାସ୍ତାରେ ଅନିୟନ୍ତ୍ରିତ ଟ୍ରକ୍ ଯାତାୟାତ  ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ, ଶୀଘ୍ର ଟେଣ୍ଡର ଓ କାର୍ଯ୍ୟାରମ୍ଭ ଦାବି
Sep 9, 2026•154 views

ଜୁନାଗଡ଼–କୁରୁଗୁଡ଼ା ରାସ୍ତାରେ ଅନିୟନ୍ତ୍ରିତ ଟ୍ରକ୍ ଯାତାୟାତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ, ଶୀଘ୍ର ଟେଣ୍ଡର ଓ କାର୍ଯ୍ୟାରମ୍ଭ ଦାବି

ଜୁନାଗଡ଼ (କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜୁନାଗଡ଼ ସହରରୁ କୁରୁଗୁଡ଼ାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ରାସ୍ତାରେ ଦିନରାତି ଭାରୀ ଟ୍ରକ୍ ଚଳାଚଳ କରୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଦୁର୍ଘଟଣା ଆଶଙ୍କା ବଢ଼ିଛି। ଏହି ରାସ୍ତା ପାର୍ଶ୍ୱରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ, ମିଶନ ସ୍କୁଲ, ତହସିଲ କାର୍ଯ୍ୟାଳୟ, ରେଳ ଷ୍ଟେସନ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଣ୍ୟାଗାର ଏବଂ ବେସରକାରୀ ସିମେଣ୍ଟ ଓ ସାର ଗୋଦାମ ରହିଛି। ଫଳରେ ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ, ରେଳଯାତ୍ରୀ ଓ ସାଧାରଣ ଲୋକେ ଯାତାୟାତ କରିଥାନ୍ତି। ସଂକୀର୍ଣ୍ଣ ରାସ୍ତାରେ ଭାରୀ ଟ୍ରକ୍‌ର ଅନିୟନ୍ତ୍ରିତ ଯାତାୟାତ ଯୋଗୁଁ ଛାତ୍ରଛାତ୍ରୀ ଓ ସାଧାରଣ ଯାତ୍ରୀମାନେ ଅନେକ ସମୟରେ ଅସୁବିଧାରେ ପଡ଼ୁଛନ୍ତି। ଏଥିସହ ରାସ୍ତାରେ ଦୁର୍ଘଟଣାର ନିରନ୍ତର ବିପଦ ମଧ୍ୟ ଲାଗିରହିଛି। ଗତ କିଛି ଦିନ ତଳେ ଏହି ରାସ୍ତାରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଜଣାପଡ଼ିଛି। ଏହି ସମସ୍ୟାକୁ ନେଇ ସମାଜସେବୀ ଦେବରାଜ ବାଣୁଆ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପରେ ଉକ୍ତ ରାସ୍ତା ସମ୍ପର୍କରେ ତଦନ୍ତ କରାଯାଇଥିବା ବେଳେ ୨୦୨୫–୨୬ ଆର୍ଥିକ ବର୍ଷରେ ଏହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇଥିବା ସୂଚନା ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି। ରାସ୍ତାରେ ଭାରୀ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ଜୀବନ ପ୍ରତି ରହିଥିବା ବିପଦକୁ ଦୃଷ୍ଟିରେ ରଖି ମଞ୍ଜୁର ହୋଇଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର କାର୍ଯ୍ୟକୁ ଆଉ ବିଳମ୍ବ ନକରି ଶୀଘ୍ର ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ କରି ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।

Kalahandi (କଳାହାଣ୍ଡି) • ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼

ଦ୍ବିଦିବସୀୟ ଧାନ ଫସଲ ଉପରେ ସମନ୍ୱିତ ପୋଷାକତତ୍ୱ ପରିଚାଳନା ସମ୍ବନ୍ଧରେ ତାଲିମ ଶିବିର
Sep 9, 2026•19 views

ଦ୍ବିଦିବସୀୟ ଧାନ ଫସଲ ଉପରେ ସମନ୍ୱିତ ପୋଷାକତତ୍ୱ ପରିଚାଳନା ସମ୍ବନ୍ଧରେ ତାଲିମ ଶିବିର

ବରପାଲି-ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଆୟୋଜିତ ଦ୍ବିଦିବସୀୟ ଧାନ ଫସଲ ଉପରେ ସମନ୍ୱିତ ପୋଷାକତତ୍ୱ ପରିଚାଳନା ସମ୍ବନ୍ଧରେ ତାଲିମ ଶିବିର ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମାଝୀ ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମମତା ରାଣୀ ତ୍ରିପାଠୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଶୁଭଶ୍ରୀ ସୌମ୍ୟା ବିଭାର ଉପନିର୍ଦ୍ଧେଶିକା ଆତ୍ମା ବରଗଡ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶୁକଦେବ ମହାରଣା ବିଟିଏମ, ଋତୁପର୍ଣ୍ଣା ତ୍ରିପାଠୀ ସହକାରୀ କୃଷି ଅଧିକାରୀ ବରପାଲି ଓ ଧୀରେନ୍ଦ୍ର କୁମାର ଭୋଇ କୃଷି ପରିଦର୍ଶନ ଅଧିକାରୀ କୁମ୍ଭାରୀ ଯୋଗଦାନ କରି କୃଷକ ମାନଙ୍କୁ ସମନ୍ୱିତ ସାର ପରିଚାଳନା ଉପରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ ରେ କୃଷକ ସାଥି ସତ୍ୟବାନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜଗଦାନନ୍ଦ ଦିଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅଗ୍ରଣୀ ଚାଷୀ ମହେଶ୍ୱର ପଧାନ ଙ୍କ ସମେତ ଅନେକ ଚାଷୀ ଯୋଗଦାନ କରିଥିଲେ l ମାନସ ରଞ୍ଜନ ପଧାନ ଓ ଜଗଦିଶ ପାଣ୍ଡେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ନୂତନ ହସ୍ପିଟାଲ ପାଇଁ ଭୂମିପୂଜନ କଲେ ବରଗଡ ସାଂସଦ
Sep 9, 2026•11 views

ନୂତନ ହସ୍ପିଟାଲ ପାଇଁ ଭୂମିପୂଜନ କଲେ ବରଗଡ ସାଂସଦ

ବରଗଡ -ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ଧାରୋଲ ଗ୍ରାମ ଠାରେ ଗୋଟାରୀ ମାର୍କେଟ ଉଦ୍‌ଘାଟନ ଓ ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଦୀପ ପୁରୋହିତ ସାଂସଦ ବରଗଡ, ସମ୍ମାନିତ ଅତିଥି ପଦ୍ମପୁର ଆର୍‌ଏମ୍‌ସି ସମ୍ପାଦକ ରବିନାରାୟଣ ପଣ୍ଡା, ମାଣ୍ଡୋସିଲ ସରପଞ୍ଚ ଓମ୍‌ ପ୍ରକାଶ ନାୟକ, ଜିଲ୍ଲା ପରିଷଦ ଶ୍ରୀମତୀ ତ୍ରିପୁରା ବରିହା, ବୁକୁରାମୁଣ୍ଡା ଡ. ଶୁଭ୍ର ପ୍ରକାଶ ସେନାପତି, ବିପିଏମ୍‌ ୱାସିମ୍‌ ରାଜା, ବ୍ଲକ ଆକାଉଣ୍ଟ ମ୍ୟାନେଜର ସୁବ୍ରତ ବିଶ୍ୱାଳ ମାଣ୍ଡୋସିଲ ହସ୍ପିଟାଲର ବରିଷ୍ଠ ଫାର୍ମାସି ଅଫିସର ପ୍ରାଣ କୃଷ୍ଣ ଭଦ୍ର, ଆୟୁଷ ମେଡିକାଲ ଅଫିସର ଅନିତା ମିଶ୍ର, ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରା, ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀ ଧାରୋଲ ଗ୍ରାମର ଗୌନ୍ତିଆ ବାସୁଦେବ ବରିହା, ଧାରୋଲ ମାର୍କେଟ ଇନଚାର୍ଜ ଶରତ ହଂସ, ମନୋଜ ବାରିକ, ଶେଖ ମେହେଫୁଜ ଆଲାମ, ମାଣ୍ଡୋସିଲ ମଣ୍ଡଳ ସଭାପତି ଜତିନ ସାହୁ, କୈଳାସ ଦିଶ୍ରୀ, ସୌମ୍ୟଜିତ ମହାନ୍ତି, ରୂପଧର ପାଣ୍ଡେ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶହ ଶହ ଲୋକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ଡ. ଲଳିତ ଜଗତ ଏବଂ ଓମ୍‌ ପ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଗୋପାଳକ ଙ୍କ ଟଙ୍କା ଖାଇଲା କିଏ ?  ଆତ୍ମାହୁତି ଦେବାକୁ ଧମକ
Sep 9, 2026•18 views

ଗୋପାଳକ ଙ୍କ ଟଙ୍କା ଖାଇଲା କିଏ ? ଆତ୍ମାହୁତି ଦେବାକୁ ଧମକ

ଢ଼େଙ୍କାନାଳ ୯.୯- କାମଧେନୁ ଯୋଜନାରେ ଗାଈ କିଣି ସ୍ୱାବଲମ୍ବୀ ହେବା ପାଇଁ ସରକାର ଙ୍କ ଯୋଜନାରେ ଗୋପାଳକ ଲାଭର୍ଥୀ ହେବା ପରିବର୍ତ୍ତେ ହରଡ଼ଘଣାରେ ପଡ଼ିଛନ୍ତି । ଗାଈ କିଣିବା ବାବଦ ଜଣକା ସମ୍ପୂର୍ଣ ୯୦ ହଜାର ଟଙ୍କା ଲେଖାଏଁ ନମିଳିଲେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ୨୦୨୫ ମସିହା ଅକ୍ଟୋବର ୩ ତାରିଖରେ ୧୧ଜଣ ଗୋ ପାଳକ ଙ୍କୁ ଗାଈ କିଣିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୨୬ ଅପ୍ରେଲ ସୁଦ୍ଧା ଶେଷ କରିବାକୁ ଆଦେଶ ରହିଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ନହେବାରୁ ପୁଣି ୧୫ ଦିନ ସମୟ ବୃଦ୍ଧି କରି କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଢ଼େଙ୍କାନାଳ ଜିଲ୍ଲା ଭୁବନ ପ୍ରାଣୀ ଚିକତ୍ସା ଅଧିକାରୀ ଗଜେନ୍ଦ୍ର ମହାରଣା ଗୋ ପାଳକ ( ହିତାଧିକାରୀ ) ମାନଙ୍କୁ କାର୍ଯ୍ୟାଳୟକୁ ଡକାଇ ଗଁଦିଆ ବ୍ଲକ ଷଡ଼ଙ୍ଗୀ ଗ୍ରାମର ସୁରେଶ ବେହେରା ନାମକ ଜଣେ ମଧ୍ୟସ୍ଥି ଜରିଆରେ ଆନ୍ଧ୍ରପ୍ରଦେଶରୁ ଗାଈ ଆଣିବାକୁ ବ୍ୟବସ୍ଥା କରାଇଥିଲେ। ଭୁବନ ଅଞ୍ଚଳର ୧୧ ଜଣ ଗୋ ପାଳକ ସୈରା ଡାଲିନାଇଡ଼ୁ ଙ୍କୁ ଫୋନ ପେ ଜରିଆରେ ଜଣକା ୯୦ ହଜାର ଟଙ୍କା ଲେଖାଏଁ ଦେଇ ଗାଈ ଆଣିଥିଲେ। ଏକା ଥରକେ ଫୋନ୍ ପେ ରେ ସମସ୍ତ ଅର୍ଥ ପ୍ରଦାନ ନହେବାରୁ ପରବର୍ତ୍ତୀ ସମୟରେ ସମସ୍ତ ଅର୍ଥ ପୈଠ କରିଥିଲେ । ଏ ସମ୍ପର୍କିତ ସମସ୍ତ କାଗଜାତ ଭୁବନ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲେ ହେଁ ଦୀର୍ଘ ୮ ମାସ ହେଲା ପ୍ରାପ୍ୟ ନପାଇ ହରଡଘଣାରେ ପଡିଛନ୍ତି ଗୋ ପାଳକ। ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ଗ୍ରାମ ର ବିଭୁତି ଭୂଷଣ ଜେନା, ସବିତା ରାଉତ, କୁଣ୍ଡା ଗ୍ରାମର ଟୁନି ବେହେରା, ଗୋରଡିଆ, ବାଲିଚାତୁରୀ ଗ୍ରାମର ରଜନୀକାନ୍ତ ମଲ୍ଲିକ ଏହି ଯୋଜନାରୁ ବଂଚିତ ହୋଇଛନ୍ତି। ମଧ୍ୟସ୍ଥି ସାଜିଥିବା ଷଡ଼ଙ୍ଗୀ ର ସୁରେଶ ବେହେରା ଆଉ ଧରାଛୁଆଁ ଦେଉନଥିବା ବେଳେ ଭୁବନ ପ୍ରାଣୀ ଚିକିତ୍ସାଧିକାରୀ ଗଜେନ୍ଦ୍ର ମହାରଣା ସମସ୍ତ କାଗଜାତ ଜିଲ୍ଲା ଅଫିସ କୁ ପଠାଇ ଦେଇଛନ୍ତି ବୋଲି କହୁଛନ୍ତି । ସେପଟେ ଜିଲ୍ଲା ଅଫିସ ରେ କାଗଜାତ ପହଞ୍ଚି ନାହିଁ ବୋଲି ଗୋ ପାଳକ ମାନେ ଅଭିଯୋଗ କରିଛନ୍ତି। କାମଧେନୁ ଯୋଜନାରେ ସ୍ୱାଭାଲମ୍ବୀ ହେବା ବଦଳରେ ହରଡ଼ଘଣାରେ ପଡ଼ିଥିବା ଗୋପାଳକ ମାନେ ଭୁବନ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରିବା ସହ ସପ୍ତାହକ ମଧ୍ୟରେ ଟଙ୍କା ନ ପାଇଲେ ଆତ୍ମହୂତି ଦେବାକୁ ଧମକ ଦେଇଛନ୍ତି ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଆସିକା ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା: ବିଧାୟକଙ୍କ ଉପସ୍ଥିତିରେ ବିରୋଧୀଙ୍କ ହୋହଲ୍ଲା, ବିକାଶ କାର୍ଯ୍ୟ ଠପ୍ ନେଇ ଅଭିଯୋଗ
Sep 9, 2026•21 views

ଆସିକା ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା: ବିଧାୟକଙ୍କ ଉପସ୍ଥିତିରେ ବିରୋଧୀଙ୍କ ହୋହଲ୍ଲା, ବିକାଶ କାର୍ଯ୍ୟ ଠପ୍ ନେଇ ଅଭିଯୋଗ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ପଞ୍ଚାୟତ ସମିତି ବୈଠକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦୀର୍ଘ ଦିନ ପରେ ଅନୁଷ୍ଠିତ ଏହି ସମିତି ବୈଠକରେ ବିଧାୟକଙ୍କ ଉପସ୍ଥିତି ସତ୍ତ୍ୱେ ସରପଞ୍ଚ ଏବଂ ସମିତି ସଭ୍ୟମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା ହୋଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ବୈଠକ ଆରମ୍ଭରୁ ହିଁ ବିଧାୟକ ଗୋଷ୍ଠୀ ଏବଂ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା। ବିରୋଧୀ ଗୋଷ୍ଠୀର ସଦସ୍ୟମାନେ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିବା ନେଇ ଗମ୍ଭୀର ଅଭିଯୋଗ ଆଣି ସଭାଗୃହରେ ହଙ୍ଗାମା କରିଥିଲେ। ଅଭିଯୋଗ ଅନୁସାରେ, ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେବ ପଞ୍ଚାୟତ ସମିତିର କୌଣସି ବୈଠକ ଡକାଯାଇ ନାହିଁ। ନିୟମିତ ବୈଠକ ଅଭାବରୁ ସ୍ଥାନୀୟ ଅଞ୍ଚଳର ଅନେକ ଜନହିତକର ଓ ଉନ୍ନୟନମୂଳକ ଯୋଜନା ଅଧାରେ ଅଟକି ରହିଛି ଏବଂ ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରଶ୍ନକୁ ନେଇ ବିରୋଧୀ ସଦସ୍ୟମାନେ ସରଗରମ ଆଲୋଚନା କରିବା ସହ ବୈଠକରେ ଅଶାନ୍ତ ପରିବେଶ ସୃଷ୍ଟି କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ଏହି ପାଟିତୁଣ୍ଡ ଯୋଗୁଁ ବୈଠକର ମୂଳ କାର୍ଯ୍ୟସୂଚୀ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।

Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି

ଅବସରପ୍ରାପ୍ତ ପୁଲିସ ଅଧିକାରୀ କଲ୍ୟାଣ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଅଞ୍ଜନାରାଣୀ ଓ ଗୋପିନାଥ
Sep 9, 2026•48 views

ଅବସରପ୍ରାପ୍ତ ପୁଲିସ ଅଧିକାରୀ କଲ୍ୟାଣ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଅଞ୍ଜନାରାଣୀ ଓ ଗୋପିନାଥ

ରାଉରକେଲା: ଅବସରପ୍ରାପ୍ତ ପୁଲିସ ଅଧିକାରୀ କଲ୍ୟାଣ ଆସୋସିଏସନ ତରଫରୁ ସେବା କ୍ଷେତ୍ରରେ ଉଦାହରଣ ପାଲଟିଥିବା ହୋମଗାର୍ଡ ଅଞ୍ଜନାରାଣୀ ମାଝୀ ଓ ଦିବ୍ୟାଙ୍ଗ ହୋଇ ମଧ୍ୟ ସ୍ବାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ଗୋପିନାଥ ବେହେରାଙ୍କୁ ଛେଣ୍ଡ ଥାନା ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ସଂଘର ସାଧାରଣ ସମ୍ପାଦକ ଡ ସୁମନ ଦତ୍ତଙ୍କ ଆବାହକତ୍ୱ ଓ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛେଣ୍ଡ ଥାନା ପ୍ରଭାରୀ ବିକ୍ରମ କେଶରୀ ଭୂୟାଁ ଓ ପ୍ରାକ୍ତନ ପୁଲିସ ଅଧିକାରୀ ରଞ୍ଜିତ କୁମାର ଭୋଇ ଅତିଥି ଭାବେ ଯୋଗଦେଇ ଉଭୟଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମେମୋଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଅଞ୍ଜନାରାଣୀ ଓ ଗୋପିନାଥ ସେମାନଙ୍କ କର୍ମ, ସମାଜସେବା ପ୍ରତି ପ୍ରତିବଦ୍ଧତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମତ ରଖିଥିଲେ। ସୂଚନାଯୋଗ୍ୟ ଯେ ଅଞ୍ଜନାରାଣୀ ୨୦୦୦ ମସିହାରେ ସିଭିଲ ଡିଫେନ୍ସ ରେ ଯୋଗଦେଇ ପରେ ୨୦୧୭ ରୁ ୨୦୨୫ ମଧ୍ୟରେ ପୋଲିସ ହୋମଗାର୍ଡ ଭାବେ ଯୋଗଦେଇ ୩ ଥର ଶ୍ରେଷ୍ଠ ନିଦର୍ଶନ ପାଇଁ ପୁରସ୍କୃତ ହୋଇଥିଲେ। ତେବେ ଛେଣ୍ଡର ପ୍ଲୁଟନ ମଲ ନିକଟରେ ହୋଇଥିବା ଦୁର୍ଘଟଣାରେ ଶିକାର ହୋଇଥିବା ଇଶ୍ଵର ଓରାମଙ୍କୁ ମାନବିକତା ଦେଖାଇ ତାଙ୍କୁ ବଞ୍ଚାଇବା ପାଇଁ ସିପିଡି ଦେବା ସହ ହସ୍ପିଟାଲ ପହଞ୍ଚାଇ ଥିଲେ । ସେହିପରି ଗୋପିନାଥ ଦିବ୍ୟାଙ୍ଗ ହୋଇ ମଧ୍ୟ କାହା ଉପରେ ନିର୍ଭର ନକରି ନିଜକୁ ସ୍ବାବଲମ୍ବୀ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି। ଶେଷରେ କୀର୍ତ୍ତନ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ବିଶ୍ବାଳ, ବ୍ରହ୍ମାନନ୍ଦ ମହାନ୍ତି, ଖଗେଶ୍ବର ରାଉଳ, ପ୍ରଶାନ୍ତ ମହାପାତ୍ର, ମୋହନପାଣି କାରୁଆ, ପ୍ରମୋଦ ବେହେରା, ସୁବାସ ବିଶ୍ବାଳ, ଉପେନ୍ଦ୍ର ବେହେରା, ବିଶ୍ବନାଥ ଦାସ, ସୁଧୀର ନାଥ,ରବି ନାୟକ, ବେଣୁଧର ମଲ୍ଲ ଓ ଥାନା ପକ୍ଷରୁ ସବଇନ୍ସପେକ୍ଟର ପ୍ରିୟଙ୍କା ସାହୁ, ଓମ୍ ପ୍ରକାଶ ରାଉତରାୟ ତଥା ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ