Web News

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମ ଦିନ ରେ ରକ୍ତ ଦାନ କରି ନିଆରା ପ୍ରୟାସ
ଜୁନାଗଡ଼ - ଜନ୍ମ ଦିନ ରେ ରକ୍ତଦାନ କରି ଏକ କିଡନୀ ରୋଗୀ ଙ୍କୁ ପୁଣିଥରେ ବଞ୍ଚିବାର ନୂଆଁ ଆଶା କିରଣ ଦେଇଛନ୍ତି । ଗତକାଲି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ପଞ୍ଚାୟତ ର ଡୋକ୍ରିପଡା ର ଭୂରକୁଟି ବାଗ ଯାଦବ ନାମକ କିଡନୀ ରୋଗୀ ଙ୍କୁ ରକ୍ତ ଅତ୍ୟନ୍ତ ଜରୁରୀ ଥିଲା । ମାଆ ଓ ଝିଅ ରକ୍ତ ଯୋଗାଡ଼ କରି ପାରୁ ନାହାନ୍ତି ବୋଲି ସୁଚନା ମିଲିବ ପରେ । ଏହି ଦୁଃଖଦ ବିଷୟ ଶୁଣି ସୋସିଆଲ ୱେଲଫେର ଅନୁଷ୍ଠାନ ଓ ପରିବାର ର ସକ୍ରିୟ ସଦସ୍ୟ, ଧର୍ମଗଡ଼ ର ଅଞ୍ଚଳର ବରିଷ୍ଠ କ୍ରିଡାବିତ ତଥା ସାମ୍ବାଦିକ ଶ୍ରୀ ଲକ୍ଷ୍ମୀ କାନ୍ତ ଧଙ୍ଗଡାମଝି ଝିପିଝିପି ବର୍ଷା ସତ୍ବେ ମଧ୍ୟ ଭବାନୀପାଟଣା ରକ୍ତ ଭଣ୍ଡାର ପହଞ୍ଚି ନିଜର ଜନ୍ମ ଦିନ ରେ ରକ୍ତଦାନ କରି କିଡନୀ ରୋଗୀ ଓ ନିରାଶାରେ ଥିବା ପରିବାରକୁ ଖୁସି ଭରି ଦେଇଛନ୍ତି । ଏହି ଅନୁଷ୍ଠନ ହଜାର ହଜାର ଲୋକଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇ ଥିବାରୁ ସମସ୍ତ କର୍ମକର୍ତ୍ତା ଙ୍କୁ ଦେବରାଜ ବାଣୁଆ ଵିଶିଷ୍ଟ ସମାଜ ସେବୀ ତଥା ସାମ୍ବାଦିକ ହାର୍ଦ୍ଦିକ ଶୁଭେଚ୍ଛା ସହ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡ

ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା: ଘରୋଇ ନର୍ସିଂ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ, ଧାରଣାରେ ଶତାଧିକ ଛାତ୍ରଛାତ୍ରୀ
ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏକ ଘରୋଇ କଲେଜର ନର୍ସିଂ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ମାଡ଼ ମାରିଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ନ୍ୟାୟ ଦାବିରେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଶତାଧିକ ନର୍ସିଂ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଅଭିଯୋଗ ଅନୁଯାୟୀ, ଛାତ୍ରଛାତ୍ରୀମାନେ ନିଜର ବିଭିନ୍ନ ଶିକ୍ଷାଗତ ସମସ୍ୟା ଓ ପରୀକ୍ଷା ବିଳମ୍ବକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଆସିଥିବା ବେଳେ ବିଳମ୍ବିତ ରାତିରେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍ ସମାଧାନ ହୋଇପାରି ନାହିଁ। ଫଳରେ ଖରା-ବର୍ଷାକୁ ଖାତିର ନକରି ଶତାଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ରହିଛନ୍ତି। ସୂଚନାଯୋଗ୍ୟ ଯେ, ୪ ବର୍ଷର ନର୍ସିଂ କୋର୍ସ ଅବଧି ଶେଷ ହୋଇ ୬ ବର୍ଷ ବିତିଯାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସପ୍ତମ ଓ ଅଷ୍ଟମ ସେମିଷ୍ଟର ପରୀକ୍ଷା କରାଯାଉ ନଥିବା ଏବଂ ରେଜିଷ୍ଟ୍ରେସନ ନମ୍ବର ମିଳୁନଥିବା ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ନିଜ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦିଆଯାଉଥିବା ପ୍ରତିବାଦରେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ କୁଳପତିଙ୍କ ସହ ଆଲୋଚନା ପାଇଁ ଆସିଥିଲେ। ମାତ୍ର ସେଠାରେ ଉପସ୍ଥିତ କିଛି ବିଶ୍ୱବିଦ୍ୟାଳୟର ଛାତ୍ର ସେମାନଙ୍କୁ ଗାଳିଗୁଲଜ କରିବା ସହ ନର୍ସିଂ ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ହାଇଡ୍ରାମା ଓ ତୀବ୍ର ଉତ୍ତେଜନା ଭିତରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିଥିବା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ହଠାତ୍ ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ୍ରଛାତ୍ରୀଙ୍କ ଦାବି: "ଆମ ସହିତ ଅନ୍ୟାୟ କରାଯାଇଛି। ଆମ କ୍ୟାରିୟର ସହିତ ଖେଳାଯାଉଛି ଏବଂ ପ୍ରତିବାଦ କଲେ ଆମ ଛାତ୍ରୀମାନଙ୍କୁ ମାଡ଼ ମରାଯାଉଛି। ଯେପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ଏବଂ ଆମ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇ ନାହିଁ, ସେପର୍ଯ୍ୟନ୍ତ ଆମେ ଏହି ସ୍ଥାନରୁ ହଟିବୁ ନାହିଁ।" ବର୍ତ୍ତମାନ ସୁଦ୍ଧା କ୍ୟାମ୍ପସ ପରିସରରେ ପରିସ୍ଥିତି ଗମ୍ଭୀର ରହିଛି ଏବଂ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୋଲିସ ମଧ୍ୟ ମୁତୟନ ହୋଇ ସ୍ଥିତି ଉପରେ ନଜର ରଖିଛି। Tv
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵର

Jal Chaupal Programme Organised at Konabira Gram Panchayat
Komna, July 10: A Jal Chaupal (Water Dialogue) Programme was organised at the premises of the Konabira Gram Panchayat Office in Komna block on Friday to promote water conservation and sustainable water management. The programme was presided over by Sarpanch Smt. Mithila Naik. Addressing the gathering, District Water Supply Coordinator Ashok Kumar Naik highlighted the importance of water conservation, judicious use of water resources, and the need to create public awareness on protecting this vital natural resource. Panchayat Executive Officer Ranjit Kumar Rana explained the guidelines governing the utilisation of funds allocated to the Gram Panchayat for water supply and sanitation. He informed the participants about the proper implementation of these funds to improve drinking water facilities and sanitation services. Social worker Gokul Naik, Ward Members Narendra Nial, Bhumisuta Jani, and Dalimba Kaibarta also attended the programme. Representatives of various Women Self-Help Groups (SHGs), including Dhaleswari Nial (MBK), Tevabati Deep (CRP), Sanjulata Jagat (CRP), Minakshi Ketaki (Krushi Mitra), Upama Jagat, Kaushalya Tandi (Prani Mitra), Chittamani Jani, Laibani Bariha (GPLF President), Indu Kaibarta (Secretary) and Saraswati Raiti (EC Member), actively participated in the awareness programme. Among the Panchayat staff, SEM Kartik Jagat and Pump Operator Dhanurjaya Chhatria, along with local dignitaries, community members and residents from nearby villages, were present. The programme concluded with Padman Dandsena, Community Support Officer, presenting the summary of the discussions, while Lalit Kumar Nial, Supply Assistant, proposed the vote of thanks.
Nuapada (ନୂଆପଡ଼ା) • Report : Girendra Kumar Jagat

Dalit Welfare Committee Opposes Distribution of Mana Basa Lakshmi Purana, Alleges Casteist Content
Khariar | July 10: The District Scheduled Domb/Ganda Community Welfare Committee strongly opposed the Odisha Government’s reported proposal to distribute the Mana Basa Lakshmi Purana at subsidized rates during a press conference held at the Shyamkumbh Hotel conference hall in Khariar, Nuapada district, on Thursday. Addressing the media, members of the committee alleged that certain portions of the book contain caste-based remarks and derogatory language against members of the Dalit community. They claimed that such content is discriminatory, hurts the dignity and sentiments of Scheduled Caste communities, and should not be promoted through government-supported distribution. The committee demanded that the government immediately review the contents of the publication and withdraw the proposal until the allegedly objectionable passages are examined and appropriate action is taken. They stated that the distribution of literature containing language perceived as casteist is unacceptable in a society committed to equality and social justice. The press conference was presided over by the committee’s Founder President, Fakir Mohan Jagat. Among those present were Nimai Charan Tandi, Jyotilal Banjare, Meghanath Kumar, and other members of the organization, who reiterated their demand for justice and respect for the dignity of the Dalit community. The committee also appealed to the state government to ensure that no publication containing content that may be considered offensive or discriminatory toward any community is officially promoted or distributed.
Nuapada (ନୂଆପଡ଼ା) • Report : Bhajan Lal Jagat

ମରଣ ଯନ୍ତା ପାଲଟିଛି କୋଟଗଡ-ନରେନ୍ଦ୍ରପୁର ରାସ୍ତା
ରଣପୁର,: ମରଣ ଯନ୍ତା ପାଲଟିଛି କୋଟଗଡ ଠାରୁ ନରେନ୍ଦ୍ର ପୁର ରାସ୍ତା । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ପକ୍ଷରୁ କୋଟଗଡ ଠାରୁ ରାସୋଲ ଭାୟା ବଧୀପାଟଣା ୫ କିଲୋମିଟର ରାସ୍ତା ନିର୍ମାଣ କରା ଯାଇଥିଲା। ଏହାର ଅଟକଳ ମୂଲ୍ୟ ୨ କୋଟି ୪୧ ଲକ୍ଷ ୩୭ ହଜାର ୭୨୫ ଟଙ୍କା ବ୍ୟୟରେ ତା ୪.୧.୨୦୨୨ ରୁ କାର୍ଯ୍ୟ ଆରମ୍ଭ ହୋଇ ୪.୧୦.୨୦୨୨ରିଖରେ କାର୍ଯ୍ୟ ଶେଷ ହେଇ ଥିଲା । ଯାହାର ରକ୍ଷଣା ବେକ୍ଷଣ ୫ ବର୍ଷ ରହି ଥିଲା ବେଳେ ମରଣ ଯନ୍ତା ପାଲଟିଛି ଏହି ରାସ୍ତା । ଏହି ରାସ୍ତାଟି ଏତେ ନିମ୍ନ ମାନର କରାଯାଇଥିଲା ଯେ କାର୍ଯ୍ୟ ସାରିବାର ମାସେ ଦୁଇ ମାସ ପରେ ଶୋଚବୀୟ ଅବସ୍ଥା ଦେଖିବାକୁ ମିଳିଛି l ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକମାନେ ଯାତାୟାତ କରୁଛନ୍ତି । ଏହି ରାସ୍ତା ଦେଇ ସ୍କୁଲ ବସ, ଆମ୍ବୁଲାନ୍ସ ଯିବା ଆସିବା କରୁଛି । ରାସ୍ତାରେ ଖାଲ ଖମାରେ ଭର୍ତ୍ତି ହୋଇ ଯିବାରୁ ଶତାଧିକ ବାଇକ୍ ଆରୋହୀ ଓ ଅନ୍ୟ ଯାତ୍ରୀ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ବର୍ଷା ଦିନ ଆସିବାରୁ ଖାଲରେ ବର୍ଷା ପାଣି ଜମି ଯାଏ। ଫଳରେ ଦୁର୍ଘଟଣାର ହେଉଥିବା ଥିବା ଦେଖିବାକୁ ମିଳୁଛି ।କେବେ ମରାମତି ହେବ ନାଁ ସେମିତି କଥା କଥାରେ ରହିଯିବ ଦେଖିବାକୁ ବାକି ରହିଲା l
Nayagarh (ନୟାଗଡ଼) • ରିପୋର୍ଟ : ନିରଞ୍ଜନ ମହାପାତ୍ର

ତାରାଦେବୀ ଓ ହିତେଶ୍ବର ଦେବଙ୍କ ମନ୍ଦିର ପ୍ରତିଷ୍ଠା
ରଣପୁର,: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚ଼ାନ୍ଦପୁର ସ୍ଥିତ ରାଧାମୋହନ ସାହିର ମା' ତାରାଦେବୀ ଓ ପ୍ରଭୁ ହିତେଶ୍ବର ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଦିବସ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ତା ୬ ଠାରୁ ଆରମ୍ଭ ହୋଇ ୯ରିଖ ପର୍ଯ୍ୟନ୍ତ ୪ ଦିନ ଧରି ଚାଲୁ ରହି ଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥିରାଜ ହରିଚନ୍ଦନ ଯୋଗଦେଇ ପ୍ରଭୁଙ୍କ କୃପା ଲାଭ କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି। ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଶ୍ରୀ ତାପସ ରଞ୍ଜନ ମାର୍ଥା,ଚ଼ିଲିକା ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଦୀନବନ୍ଧୁ ସାହୁଙ୍କ ସମେତ ଦଳୀୟ ବିଜେପି ନେତୃବୃନ୍ଦ , ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଏବଂ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ରହି ଥିଲେ। ଏଥି ସହିତ ସିନେ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଅବସରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମହିଳା ମାନଙ୍କୁ ଶାଢ଼ୀ ,ଛତା ,ସ୍କୁଲ ପିଲା ମାନଙ୍କୁ ଖାତା ପେନ ବଣ୍ଟନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଙ୍କ ସମାଗମ ହୋଇ ଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା । ଏହି ଭଳି କାର୍ଯ୍ୟ ପାଇଁ ଅଞ୍ଚଳ ବାସୀ ମନ୍ଦିର ଟ୍ରଷ୍ଟଙ୍କୁ ବେଶ ପ୍ରଶଂସା କରିଥିଲେ।
Nayagarh (ନୟାଗଡ଼) • ରିପୋର୍ଟ : ନିରଞ୍ଜନ ମହାପାତ୍ର, ରଣପୁର

ବେଗୁନିଆରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଖୋର୍ଦ୍ଧା-ବେଗୁନିଆ ପଞ୍ଚାୟତ ସମିତି ପକ୍ଷରୁ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓ ବାୟୋଶ୍ରୀ ମେଳା ଅନୁଷ୍ଠିତ ହୋଇଛି. ଏହି ଶିବିରରେ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଛି. ଏହି ମେଳାରେ ୫୮ଜଣ ଦୃଷ୍ଟି ବାଧିତ, ୧୬ଜଣ ଶ୍ରବଣ ବାଧିତ ୩୪ଜଣ ମାନସିକ ଅନଗ୍ରସର ଓ ଥାଲାସେମିୟା ସିକିଲ ସେଲ ଶିଶୁ ବର୍ଗ ୩୬ଜଣ ଙ୍କୁ ଚିକିତ୍ସା କରାଯାଇଛି.ସର୍ବ ମୋଟ ୧୪୪ଜଣପଞ୍ଜିକୃତ ହୋଇଥିଲେ.୭୨ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇଦିଆଯାଇଛି. ୨୫ଜଣଙ୍କୁ ଅଧିକ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି.ବିଧାୟକ ପ୍ରଦୀପ କୁମାର ସାହୁ ବିଡିଓ ସନ୍ତୋଷ ଜେନା ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ପ୍ରମୁଖ ଉଦଘାଟନ କରିଥିଲେ. ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଚିହ୍ନଟ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ହୁଇଲ ଚେୟାର ଆଶା ବାଡ଼ି ଶ୍ରବଣ ଯନ୍ତ୍ର ଡିଆରଆଇ ଋଣ ପ୍ରଧାନମନ୍ତ୍ରୀ ଆବାସ ଓ ବସ ପାସ ଯୋଗାଇ ଦେବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ଏହି ଅବସରରେ ସରକାରଙ୍କ ଭିନ୍ନକ୍ଷମ ଙ୍କ ପାଇଁ କାର୍ଯ୍ୟକାରୀ ଯୋଜନା ଗୁଡିକ ସମ୍ପର୍କରେ ନାଟକ ମାଧ୍ୟମରେ ସୂଚିତ କରାଯାଇଥିଲା.
Khordha (ଖୋର୍ଦ୍ଧା) • ଖୋର୍ଦ୍ଧା- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

କଳାହାଣ୍ଡି - ଜୁନାଗଡ ଜାତୀୟ ରାଜପଥ ୨୬ ଘଣ୍ଟ ବହାଲି ପାଖରେ ବାଇକ ଆରୋହୀ ଙ୍କ ଦୁର୍ଘଟଣା ରେ ମୃତ୍ୟୁ
କଳାହାଣ୍ଡି - ଜୁନାଗଡ ଠାରୁ ପ୍ରାୟ ପନ୍ଦର କିଲୋମିଟର ଭବାନୀପାଟଣା ରାସ୍ତା ଜାତୀୟ ରାଜପଥ ୨୬ ରେ ଗତକାଲି ଅପରାହ୍ନରେ ଏକ ବାଇକ୍ ଆରୋହୀ ଙ୍କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଘଣ୍ଟ ବାହଲି ପାଖ ରେ ଘଟିଅଛି। ଏକ ଅଜ୍ଞାତ ଗାଡ଼ି ବାଇକ୍ ଆରୋହୀ ଙ୍କୁ ଦୁର୍ଘଟଣା ଘଟାଇ ଫେରାର ହୋଇ ଥିବା ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି। ବାଇକ୍ ଆରୋହୀ ଚୁରାଗାଁ ର ଭବାନୀଶଙ୍କର ପଣ୍ଡା ବୋଲି ଜଣା ପଡ଼ିଛି। ଜୁନାଗଡ ପୋଲିସ ଅଧିକାରୀ ସ୍ମିତା ମାଝୀ ଓ ତାଙ୍କର ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚି ଆହତ ବାଇକ୍ ଆରୋହୀ ଙ୍କୁ ପିସିଆର ଯୋଗେ ଜୁନାଗଡ ଡାକ୍ତରଖାନା କୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଏକ ମାମଲା ଦାୟର କରି ଅଜଣା ଗାଡି କୁ ଚିହ୍ନିବା ପାଇଁ ତଦନ୍ତ ଆରମ୍ଭ କରିଛି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ହେଲେ ଆସିକା ବିଧାୟକ ସରୋଜ ପାଢ଼ୀ
ଆସିକା, : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ଭାବେ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ରୂପେ ମନୋନୀତ କରାଯାଇଥିବା ଖବର ଜଣାପଡିବା ପରେ ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ରୂପେ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କୁ ମନୋନୀତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି ଓ ଶିବ କୁମାର ନାୟକ ଏବଂ ବିଜୟ କୁମାର ସ୍ୱାଇଁଙ୍କ ସମେତ ବହୁ ଦଳୀୟ ନେତା କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନବନିଯୁକ୍ତ ସିନେଟ୍ ସଭ୍ୟ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କୁ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି ଓ ଶିବ କୁମାର ନାୟକ ଏବଂ ବିଜୟ କୁମାର ସ୍ୱାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିବା ଲକ୍ଷ୍ୟ କରାଯାଇଛି ।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ ଭଞ୍ଜନଗର

ରଥଯାତ୍ରା ପାଇଁ କୁଲାଡ ପ୍ରସ୍ତୁତ: ଜଗନ୍ନାଥ ମନ୍ଦିର ଦାନବାକ୍ସରୁ ମିଳିଲା କେତେ ଟଙ୍କା
ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଦାନବାକ୍ସ ଶୁକ୍ରବାର ଖୋଲାଯାଇଥିଲା। ଦାନବାକ୍ସରୁ ମୋଟ ୬୬,୮୫୫ ଟଙ୍କା ସଂଗ୍ରହ ହୋଇଥିବା ଜଣାପଡ଼ିଛି। ଦାନବାକ୍ସ ଖୋଲିବା ସମୟରେ ଭଞ୍ଜନଗର ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମହାର, ରାଜସ୍ୱ ନିରୀକ୍ଷକ ଭଗବାନ ବେହେରାଙ୍କ ସମେତ ରଥଯାତ୍ରା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, କୁଲାଡର ପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବଡ଼ଦାଣ୍ଡକୁ ବିଭିନ୍ନ ରଙ୍ଗର ଆଲୋକ ଓ ସାଜସଜ୍ଜାରେ ସଜାଯାଇଥିବା ବେଳେ ରଥର ମରାମତି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ଓ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସୂଚନାଯୋଗ୍ୟ ଯେ, କୁଲାଡରେ ଶତାଧିକ ବର୍ଷ ଧରି ରଥଯାତ୍ରା ପାଳିତ ହୋଇଆସୁଛି। କୁଲାଡ ଭଞ୍ଜ ରାଜବଂଶଙ୍କ ପକ୍ଷରୁ ଏହି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା। ସେହି ପରମ୍ପରାକୁ ବଜାୟ ରଖି ଆଜି ମଧ୍ୟ ଭଞ୍ଜ ରାଜବଂଶର ବଂଶଧରମାନେ ଗୁଣ୍ଡିଚା ଯାତ୍ରା ଅବସରରେ ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥାନ୍ତି। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ପାଇଁ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରାଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ରଥଯାତ୍ରାକୁ ନେଇ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।