Web News

ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁରୁ ଚାଲିଗଲେ ଦୁଇ ଯୁବକ, କାନ୍ଧ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ୍
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଗୋଟିଏ ଗାଁର ଦୁଇ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଦୁଇ ଯୁବକଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଡାକ୍ତରଖାନା ପରିସରରେ ପରିବାର ଲୋକଙ୍କ କାନ୍ଦଣା ଓ ବୋବାଳିରେ ପରିବେଶ ଭାରାକ୍ରାନ୍ତ ହୋଇପଡ଼ିଛି। ସୂଚନା ଅନୁସାରେ, ଶନିବାର ମଧ୍ୟାହ୍ନ ସମୟରେ ତିନି ଜଣ ଯୁବକ ଏକ ବାଇକ୍ରେ ଯାଉଥିଲେ। ବାସୁଦେବପୁର ଅଞ୍ଚଳର ମାତାଜୀ ମଠ ନିକଟରେ ପହଞ୍ଚିବା ସମୟରେ କୌଣସି କାରଣରୁ ବାଇକ୍ଟି ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ ଜୋରଦାର ଭାବେ ପିଟି ହୋଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ, ବାଇକ୍ରେ ଥିବା ତିନି ଯୁବକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ। ଆଖି ପିଛୁଳାକେ ଘଟିଥିବା ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଗାଡ଼ିରେ ଆହତ ଯୁବକମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା କରି ଦୁଇ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ, ଦୁର୍ଘଟଣାରେ ଆହତ ହୋଇଥିବା ତୃତୀୟ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାଙ୍କୁ ଡାକ୍ତରମାନେ ଚିକିତ୍ସା ଯୋଗାଇ ଦେଉଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରେ। ଦୁଇ ଯୁବକଙ୍କ ମୃଆତ୍ମୀୟସ୍ୱଜନଙ୍କ କାନ୍ଦଣାରେ ମେଡିକାଲ୍ ପରିସର ଫାଟି ପଡ଼ୁଥିଲା। ଗୋଟିଏ ଗାଁର ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଘଟଣା ପରେ ପୋଲିସ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ବାଇକ୍ଟି କିପରି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେଲା, ଏହାର ପ୍ରକୃତ କାରଣ କ’ଣ ଥିଲା ଏବଂ ଘଟଣା ସମୟରେ ବାଇକ୍ର ଗତି କେତେ ଥିଲା, ସେନେଇ ପୋଲିସ ତଦନ୍ତ କରୁଛି। ତେବେ ଅଳ୍ପ ବୟସରେ ଦୁଇ ଯୁବକଙ୍କ ଏଭଳି ଅକାଳ ମୃତ୍ୟୁ ପରିବାର ପାଇଁ ଏକ ବଡ଼ ଦୁଃଖ ଆଣିଦେଇଛି। ଏହି ଘଟଣା ପୁଣିଥରେ ସଡ଼କରେ ଯାତାୟାତ ସମୟରେ ସତର୍କତା, ନିୟମ ପାଳନ ଓ ସୁରକ୍ଷିତ ଗାଡ଼ି ଚାଳନାର ଗୁରୁତ୍ୱକୁ ସାମ୍ନାକୁ ଆଣିଛି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଦିନିକିଆ ଗଂଜାମ ଗ୍ରସ୍ତ ରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଗଞ୍ଜାମ: ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦିନିକିଆ ଗସ୍ତରେ ଗଞ୍ଜାମ ଆସିଥିଲେ। ଏହି ଅବସରରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଶୁଖୁଆ ହାଟ ପରିଦର୍ଶନ କରିଥିଲେ। ହୁମ୍ମା ସମିତିସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ରେଳ ଷ୍ଟେଶନ ନିକଟରେ ଥିବା ପ୍ରାଣି ଚିକିତ୍ସାଳୟଟି ଦୀର୍ଘଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ନେଇ ସମିତିସଭ୍ୟ ଧ୍ରୁବ ଚରଣ ପଲାଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପୁନରୁଦ୍ଧାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀଙ୍କ ସ୍ୱାକ୍ଷର ସମ୍ବଳିତ ସ୍ମାରକପତ୍ର ମନ୍ତ୍ରୀଙ୍କୁ ଦିଆଯାଇଥିଲା। ନିକଟରେ ଥିବା ବହୁ ପୁରାତନ ହୁମ୍ମା ଡାକବଙ୍ଗଳାର ପାଚେରି ଭାଙ୍ଗିଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ନେଇ ମଧ୍ୟ ସ୍ମାରକପତ୍ରରେ ଦର୍ଶାଯାଇଛି। ଏଥିସହ ପ୍ରାଣି ଚିକିତ୍ସକ ଓ କର୍ମଚାରୀଙ୍କ ରହଣି ପାଇଁ ସ୍ୱତନ୍ତ୍ର କ୍ୱାର୍ଟର ବ୍ୟବସ୍ଥା କରିବାକୁ ସମିତିସଭ୍ୟ ପଲାଇ ନିବେଦନ କରିଛନ୍ତି। ଉକ୍ତ ପ୍ରାଣି ଚିକିତ୍ସାଳୟ ଉପରେ ଖଣ୍ଡଦେଉଳି, ପାଳିବନ୍ଧ, ହୁମ୍ମା, ମଲାଡ଼, ଝାରେଡ଼ି ରାଧାଗୋବିନ୍ଦପୁର ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ତେଣୁ ତୁରନ୍ତ ଏହାର ପୁନରୁଦ୍ଧାର କରିବାକୁ ସ୍ମାରକପତ୍ରରେ ନିବେଦନ କରାଯାଇଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ଜିଲା ପ୍ରଶାସନର ଅଧିକାରୀ, ଭାଜପା ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ ଭଂଜନଗର

Nuapada Police Intensify Night Vigil: Naka Checking and Drunken Driving Enforcement Conducted Across the District
Nuapada: In a bid to strengthen night-time security, prevent crime and promote road safety, Nuapada Police conducted extensive night blocking, naka checking and drunken driving enforcement at various strategic locations across the district. The checking drive was carried out under different Police Stations, with police personnel deployed at key points to monitor vehicular movement and maintain vigilance during the night hours. Vehicles were stopped and checked, while suspicious persons and vehicles were subjected to verification as part of the security exercise. Police also intensified enforcement against drunken driving and other traffic violations. The initiative was aimed at discouraging motorists from driving under the influence of alcohol and preventing road accidents caused by reckless or unsafe driving. The night checking operation is also intended to deter criminal activities by keeping a close watch on the movement of suspicious persons and vehicles, particularly during late-night hours. Nuapada Police have reiterated their commitment to ensuring a safe and secure environment for the people of the district. Such enforcement drives are expected to continue at regular intervals as part of the police strategy to strengthen law and order and improve road safety. Police have appealed to the public to cooperate during vehicle checking and strictly follow traffic rules. Motorists have also been urged to avoid drunken driving and drive responsibly to ensure safer roads for everyone.
Nuapada (ନୂଆପଡ଼ା) • Reports: Malaya Meher & Bijay Bariha

Peace Committee Meetings Held Across Nuapada District Ahead of Ganesh Puja
*Police Hold Discussions on Law and Order, Traffic Management and Public Safety* Nuapada: With Ganesh Puja approaching, Nuapada Police have stepped up preparations to ensure that the festival is celebrated peacefully and harmoniously across the district. As part of the preparations, Peace Committee Meetings were conducted at various police stations across Nuapada district. During the meetings, police officials interacted with members of Peace Committees, public representatives, community members, puja committee representatives and other local stakeholders. Detailed discussions were held on maintaining peace and communal harmony during the festival, besides ensuring the safety and convenience of the general public. Key issues discussed included law and order, traffic management, procession routes, crowd control and public safety during the celebrations. Police officials also stressed the need for strict compliance with the law and adherence to all prescribed guidelines while organising puja programmes and processions. The police appealed to all puja committees and local stakeholders to extend their full cooperation to the administration and police personnel. They were urged to remain responsible and vigilant so that the celebrations could be conducted without any untoward incident. The meetings also emphasised the importance of maintaining mutual respect and communal harmony, with all sections of society being encouraged to celebrate the festival in a peaceful and disciplined manner. Nuapada Police have urged the people to cooperate with the authorities and help maintain a safe, peaceful and festive atmosphere throughout the district during Ganesh Puja.
Nuapada (ନୂଆପଡ଼ା) • Reports: Malaya Meher & Bijay Bariha

ନୂଆଁଖାଇରେ ଜମିବ ତମିଆଁ ମିନି ଷ୍ଟାଡିୟମ: ଭେଟଘାଟ ସାଙ୍ଗକୁ ଫୁଟବଲ୍ ମ୍ୟାଚ୍ରେ ମୁହାଁମୁହିଁ ବିହାରୀ ଓ ଅବିହାରୀ
ତମିଆଁ, ୧୩/୦୯: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ତମିଆଁ ଅଞ୍ଚଳରେ ଆୟୋଜିତ ହେବାକୁ ଯାଉଛି ନୂଆଁଖାଇ ଭେଟଘାଟ-୨୦୨୬। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ, ମଙ୍ଗଳବାର ଦିନ ତମିଆଁ ମିନି ଷ୍ଟାଡିୟମରେ ଏହି ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ପରସ୍ପର ମଧ୍ୟରେ ଭାଇଚାରା, ଆତ୍ମୀୟତା ଓ ସମ୍ପର୍କକୁ ଆହୁରି ମଜବୁତ କରିବାର ଏକ ଅନନ୍ୟ ଅବସର। ଏହି ଭାବନାକୁ ନେଇ ତମିଆଁରେ ଆୟୋଜିତ ହେଉଥିବା ଭେଟଘାଟରେ ଅଞ୍ଚଳବାସୀ, କୁଟୁମ୍ବ ଓ ବନ୍ଧୁବାନ୍ଧବଙ୍କ ସମାଗମ ହେବାକୁ ଥିବାରୁ ପରିବେଶ ଉତ୍ସବମୁଖର ହେବ ବୋଲି ଆଶା କରାଯାଉଛି। ଭେଟଘାଟର ଅନ୍ୟତମ ଆକର୍ଷଣ ହେବ ରୋମାଞ୍ଚକର ଫୁଟବଲ୍ ମ୍ୟାଚ୍। ଏଥିରେ ‘ବିହାରୀ (ବିବାହିତ)’ ବନାମ ‘ଅବିହାରୀ (ଅବିବାହିତ)’ ଦଳ ମଧ୍ୟରେ ହେବ ମଜାଦାର ମୁକାବିଲା। ମଇଦାନରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ଜୋରଦାର ଲଢ଼େଇ ସହ ଦର୍ଶକଙ୍କ ପାଇଁ ହସ, ମଜା ଓ ଉତ୍ସାହର ଭରପୂର ଖୋରାକ ମିଳିବ। ଆୟୋଜକଙ୍କ ପକ୍ଷରୁ ଅଞ୍ଚଳବାସୀଙ୍କୁ ନୁଆଁଖାଇ ଜୁହାର ଜଣାଇ ସମସ୍ତଙ୍କୁ ନିଜ ନିଜ କୁଟୁମ୍ବ ଓ ପରିବାର ସହ ଏହି ନୂଆଁଖାଇ ଭେଟଘାଟରେ ସାମିଲ ହେବାକୁ ଆହ୍ୱାନ କରାଯାଇଛି। ସମୟ: ଅପରାହ୍ନ ୩ଟା ସ୍ଥାନ: ତମିଆଁ ମିନି ଷ୍ଟାଡିୟମ ତାରିଖ: ୧୫ ସେପ୍ଟେମ୍ବର ୨୦୨୬, ମଙ୍ଗଳବାର
Balangir (ବଲାଙ୍ଗୀର) • ବ୍ୟୁରୋ ରିପୋର୍ଟ: ମଳୟ ମେହେର

Constable Arrested for Allegedly Cheating ₹2 Lakh on Promise of Government Job: Lakhna Police Constable Sent to Judicial Remand
Nuapada, September 12: A police constable posted at Lakhna Police Station has been arrested for allegedly cheating a person of ₹2 lakh on the promise of securing a government job. The accused has been identified as Jogendra Bag (39), Constable No. 105, Lakhna Police Station. According to Nuapada Police, a complaint was received on September 11 from a resident of Dangargaon under Sinapali Police Station. The complainant alleged that the accused had taken ₹2 lakh from him by promising to arrange a government job. During the course of investigation, police found that the alleged amount had been deposited into the accused’s SBI bank account on January 21, 2026. Despite repeated demands, the accused allegedly neither arranged the promised job nor returned the money. Based on the evidence collected during the investigation, a prima facie case was established against the accused under Section 318(4) of the Bharatiya Nyaya Sanhita (BNS). The accused was arrested on September 12, 2026, at around 2:10 PM and was subsequently forwarded to the Hon’ble Court for judicial remand. The incident has drawn attention as it involves an alleged fraud committed in the name of securing a government job. Police have reiterated the need for people to remain cautious about individuals who make false promises of government employment in exchange for money.
Nuapada (ନୂଆପଡ଼ା) • Reports: Malaya Meher, DC

SRM Gives a Dignified Farewell to an Unclaimed and Helpless Person: A Remarkable Gesture of Humanity and Social Responsibility
Nuapada, September 12: Humanity is not measured only by what we do for people during their lifetime, but also by the dignity and respect we extend to them in their final journey. Setting an inspiring example of compassion and social responsibility, Students Raktadata Mahasangha (SRM), Nuapada, came forward to perform the last rites of a helpless and destitute person. In the absence of family members or relatives to perform the final rites, members of SRM stepped forward and took responsibility for ensuring that the deceased received a respectful and dignified farewell. The members participated in the last journey and completed the funeral rites with due respect and solemnity. The initiative reflects SRM’s commitment to humanitarian service. Known for its activities related to blood donation and social welfare, the organisation has once again demonstrated that humanity goes beyond blood relations and personal connections. Speaking on the occasion, members of the organisation said that every human being deserves dignity even after death. They emphasised that true humanity is reflected when society stands beside those who have no one to support them, particularly during their final journey. Manoj Patel, President of Nava Nirman Sangha, Harshavardhan Bag, Founder of SRM, along with Vicky Gupta, Asit Sabar, Sarthak Kanta, Sunil Rout, Ashok Dubey and Nirmal Ahir, among others, were present and extended their support in completing the funeral rites. The members of SRM also prayed for the eternal peace of the departed soul and offered their condolences. The initiative has been widely appreciated as a meaningful example of compassion, dignity and social responsibility, sending a strong message that no person should be left without respect in their final journey.
Nuapada (ନୂଆପଡ଼ା) • Reports: Malaya Meher, DC

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ୮୬ ଅଭିଯୋଗର ଶୁଣାଣୀ, ୫ଟିର ତତ୍କାଳ ସମାଧାନ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୮୬ଟି ଅଭିଯୋଗର ଶୁଣାଣୀ କରାଯାଇଥିବା ବେଳେ ସେଥିମଧ୍ୟରୁ ୫ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜନଶୁଣାଣୀ ଶିବିରରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ ଋତୁରାଜ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଲାପଟପ୍ ଯୋଗାଣ ଯୋଜନା ଅଧୀନରେ ୯ ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରିଥିଲେ।ଲାପଟପ୍ ପାଇଥିବା ଛାତ୍ରଛାତ୍ରୀମାନେ ହେଲେ— ଦୃଷ୍ଟିବାଧିତ ଛାତ୍ରୀ ସ୍ୱପ୍ନରାଣୀ ବିହାରୀ (ପି.ଏନ୍. ସ୍ୱୟଂଶାସିତ ମହାବିଦ୍ୟାଳୟ), ସ୍ୱୟମ୍ ପ୍ରଜ୍ଞା ନାୟକ (କେ.ବି.ସି., ବାରଙ୍ଗ), ଅଂଶୁମାନ ସାହୁ (ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ), ରଚନା ଜେନା (ରମାଦେବୀ ବିଶ୍ୱବିଦ୍ୟାଳୟ), ସୌଭାଗ୍ୟ ସାହୁ (ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ), ବିଷ୍ଣୁପ୍ରିୟା ବେହେରା (କେସିପିଏଏନ୍ କଲେଜ, ବାଙ୍କୋଇ), ଆଲୋକ କୁମାର ଲେଙ୍କା (ବିଜୁ ପଟ୍ଟନାୟକ ସ୍ନାତକ ବିଜ୍ଞାନ ଓ ଶିକ୍ଷା କଲେଜ, ଭୁବନେଶ୍ୱର), ମନୋଜ କୁମାର ବାରିକ ଏବଂ ଜିତେନ୍ଦ୍ର ନାୟକ (ରାଜଧାନୀ ମହାବିଦ୍ୟାଳୟ, ଭୁବନେଶ୍ୱର)। ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରି ସେମାନଙ୍କ ଉଚ୍ଚଶିକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଥିଲେ
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧା

ଟାଙ୍ଗୀ ମଣ୍ଡଳରେ ସେବା ସଂକଳ୍ପ ଅଭିଯାନ କର୍ମଶାଳା
ଖୋର୍ଦ୍ଧା: ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ମଣ୍ଡଳର ସୁନ୍ଦରପୁର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ମଣ୍ଡଳ ସେବା ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଶିବ ପ୍ରସାଦ ପରିଡ଼ା, ମଣ୍ଡଳ ସହପ୍ରଭାରୀ କିଶୋର ବରାଳ ଏବଂ ଜିଲ୍ଲା ସେବା ସଂକଳ୍ପ ଅଭିଯାନ ଟୋଲି ସଦସ୍ୟା କସ୍ତୁରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ କର୍ମଶାଳା ସମାପନ ହୋଇଥିଲା।ଏଥିରେ ଟାଙ୍ଗୀର ପୂର୍ବତନ ସରପଞ୍ଚ କିଶୋର ଚନ୍ଦ୍ର ବେହେରା, ବୟୋଜ୍ୟେଷ୍ଠ ନେତା ନାକା ରାଉତରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତାରା ପ୍ରସାଦ ପଟ୍ଟନାୟକଙ୍କ ସମେତ ମଣ୍ଡଳର ସମସ୍ତ ପଦାଧିକାରୀ ଓ ଶକ୍ତିକେନ୍ଦ୍ର ପ୍ରମୁଖମାନେ ଯୋଗଦେଇଥିଲେ।କର୍ମଶାଳାରେ ସେବା ସଂକଳ୍ପ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ସହିତ ଆସନ୍ତା ୨୦ ସେପ୍ଟେମ୍ବର ୨୦୨୬ରେ ଶକ୍ତିକେନ୍ଦ୍ର ବୈଠକ ଏବଂ ୨୭ ସେପ୍ଟେମ୍ବର ୨୦୨୬ରେ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ପ୍ରତ୍ୟେକ ବୁଥ୍ରେ ଆୟୋଜନ କରିବା ନେଇ ନିଷ୍ପତ୍ତି ହୋଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଜଟଣୀରେ ମାରୱାଡି ମହିଳା ସମିତିର ୨୪ତମ ସ୍ଥାପନା ଦିବସ ପାଳିତ
ଖୋର୍ଦ୍ଧା: ଅଖିଳ ଭାରତୀୟ ମାରୱାଡି ମହିଳା ସମିତି, ଜଟଣୀ ଶାଖା ପକ୍ଷରୁ ୨୪ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଭାଦ୍ରବ ଅମାବାସ୍ୟାରେ ସ୍ଥାନୀୟ ଶ୍ରୀ ଗୋପୀନାଥଜୀ ମନ୍ଦିର ପରିସରରେ ଝୁନଝୁନୁୱାଲୀ ରାଣୀସତୀ ଦାଦୀଙ୍କ ଭବ୍ୟ ମଙ୍ଗଳପାଠ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଟକର ପ୍ରସିଦ୍ଧ ମଙ୍ଗଳପାଠ ଗାୟକ ବଜରଙ୍ଗ ଚିମନକା ଓ ସହଯୋଗୀମାନେ ସୁମଧୁର କଣ୍ଠରେ ମଙ୍ଗଳପାଠ ପରିବେଷଣ କରି ଶତାଧିକ ମହିଳାଙ୍କୁ ଭାବବିହ୍ୱଳ କରିଥିଲେ। ଭାଗ ନେଇଥିବା ମହିଳାଙ୍କୁ ସମିତି ପକ୍ଷରୁ ସୁହାଗ ପିଟାରୀ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଛୋଟ-ବଡ଼ ଝିଅମାନଙ୍କ ଦ୍ୱାରା ଦାଦୀ ରାଣୀସତୀଙ୍କ ଜୀବନୀ ଆଧାରିତ ନାଟକ ପରିବେଷଣ ହୋଇଥିଲା। ମନ୍ଦିର ପରିସର ଫୁଲ, ଝାଲର ଓ ବେଲୁନରେ ସୁସଜ୍ଜିତ ହୋଇଥିଲା। ଅପରାହ୍ନ ୩ଟାରୁ ରାତି ୯ଟା ଯାଏଁ ଚାଲିଥିବା କାର୍ଯ୍ୟକ୍ରମ ଶେଷରେ ଭଣ୍ଡାରା ପ୍ରସାଦ ଆୟୋଜନ ହୋଇଥିଲା।୫୦୦ରୁ ଅଧିକ ମହିଳା-ପୁରୁଷ ଯୋଗ ଦେଇଥିବା ବେଳେ ହାଲାନ ପରିବାର ସହଯୋଗରେ ଆୟୋଜିତ ଭଣ୍ଡାରାରେ ୭୦୦ରୁ ଅଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ସଭାପତି ବନ୍ଦନା ସୋନ୍ଥାଲିଆ, ସମ୍ପାଦିକା ଯୋଗିତା ଶର୍ମା ଓ କୋଷାଧ୍ୟକ୍ଷା ପାୟଲ ହାଲାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ଶକୁନ୍ତଳା ହାଲାନ, ନିର୍ମଳା ନାଙ୍ଗଲିଆ, ମନୀଷା ଗୋୟନକା, ପୂର୍ବତନ ସମ୍ପାଦିକା କଞ୍ଚନ ଧରସୁୱାଲ, ରାଧା ସରାଫ, କାର୍ଯ୍ୟକାରିଣୀ ସଦସ୍ୟା କୁସୁମ ହାଲାନ, ରିଙ୍କୁ ଅଗ୍ରୱାଲ ପ୍ରମୁଖ ଓ ଗୋପୀନାଥ ମନ୍ଦିର କମିଟି, ସମାଜସେବୀ ବିଜୟ ରାୟ ସହଯୋଗ କରିଥିଲେ। ସେହିପରି ଭାଦ୍ରବ ଚତୁର୍ଦ୍ଦଶୀରେ ଗୁରୁବାର ରାତି ୮ଟାରୁ ୧୧ଟା ଯାଏଁ ସ୍ୱର୍ଗତ ବୃନ୍ଦା ଦେବୀ ଝୁନଝୁନୱାଲାଙ୍କ ନିବାସରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ହୋଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଗଡ଼ାଧୀଶ ଦଳବେହେରା ମହାସଂଘର ନୂଆ ଟିମ୍ ୬ ଉପଦେଷ୍ଟାଙ୍କ ସହ ୨୦ ଜଣିଆ କମିଟି ଗଠନ
ଖୋର୍ଦ୍ଧା, : ଗଡ଼ାଧୀଶ ଦଳବେହେରା ମହାସଂଘର ସାଂଗଠନିକ ଭିତ୍ତିକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ଦିନରେ ସଂଘର କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ ଓ ସୁସଂଗଠିତ ଢଙ୍ଗରେ ପରିଚାଳନା କରିବା ଲକ୍ଷ୍ୟରେ ନୂଆ କର୍ମକର୍ତ୍ତା ଚୟନ କରାଯାଇଛି। ମହାସଂଘର ତୃତୀୟ ଅଧିବେଶନରେ ସାଂଗଠନିକ କାର୍ଯ୍ୟଧାରା, ଦାୟିତ୍ୱ ବଣ୍ଟନ, ଭବିଷ୍ୟତ କାର୍ଯ୍ୟପନ୍ଥା ଓ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ବିସ୍ତୃତ ଆଲୋଚନା ପରେ ନୂଆ କମିଟି ଗଠନ ହୋଇଛି।ଅଧିବେଶନରେ ପୂର୍ବ ବୈଠକରେ ଗୃହୀତ ପ୍ରସ୍ତାବ ଓ ନିଷ୍ପତ୍ତିଗୁଡ଼ିକର ସମୀକ୍ଷା କରାଯିବା ସହ ଆବଶ୍ୟକ ସଂଶୋଧନ ଉପରେ ସଦସ୍ୟମାନେ ମତ ରଖିଥିଲେ। ମହାସଂଘର ଆଗାମୀ କାର୍ଯ୍ୟକ୍ରମକୁ ଅଧିକ ଦାୟିତ୍ୱଶୀଳ ଓ ଶୃଙ୍ଖଳିତ ଭାବେ ଆଗେଇ ନେବା ପାଇଁ ଅନେକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।ସଂଘର ନୀତି ନିର୍ଦ୍ଧାରଣ ଓ ସାଂଗଠନିକ କାର୍ଯ୍ୟଧାରାକୁ ଦିଗ୍ଦର୍ଶନ ଦେବା ପାଇଁ ୬ ଜଣ ଅଭିଜ୍ଞ ବ୍ୟକ୍ତିଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ଉପଦେଷ୍ଟା ଭାବେ କୃଷ୍ଣଚନ୍ଦ୍ର ହରିଚନ୍ଦନ, ସତ୍ୟବାଦୀ ବଳିୟାରସିଂହ, ଡ. ହେମନ୍ତ ଛୋଟରାୟ, ଦେବୀ ପ୍ରସାଦ ସାମନ୍ତରାୟ, ଡ. ପ୍ରସନ୍ନ କୁମାର ପାଇକରାୟ ଓ ସୌଦାମିନୀ ପାଇକରାୟଙ୍କୁ ମନୋନୀତ କରାଯାଇଛି। ଏଥିସହ ମହାସଂଘର ଦୈନନ୍ଦିନ ସାଂଗଠନିକ କାର୍ଯ୍ୟ ଓ ବିଭିନ୍ନ ଦାୟିତ୍ୱର ସୁଚାରୁ ପରିଚାଳନା ପାଇଁ ୨୦ ଜଣିଆ ପରିଚାଳନା ଓ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଏଥିରେ ସଭାପତି, କାର୍ଯ୍ୟକାରୀ ସଭାପତି, ଦୁଇ ଉପସଭାପତି, ସମ୍ପାଦକ, ସହସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ସମେତ ୧୩ ଜଣ କାର୍ଯ୍ୟକାରୀ ସଦସ୍ୟ ରହିଛନ୍ତି। ସର୍ବସମ୍ମତିକ୍ରମେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସଭାପତି, ଅଜୟ କୁମାର ମାନ୍ଧାତା କାର୍ଯ୍ୟକାରୀ ସଭାପତି, ସୌମ୍ୟରଞ୍ଜନ ହରିଚନ୍ଦନ ଓ ପାର୍ଥସାରଥୀ ମତଗଜସିଂହ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ସେହିପରି ସୌକତ ରଞ୍ଜନ ମାଲବିହାର ସମ୍ପାଦକ, ମନ୍ମଥ କୁମାର ବିଧାର ସହସମ୍ପାଦକ ଏବଂ ସଦାଶିବ ମଙ୍ଗରାଜ କୋଷାଧ୍ୟକ୍ଷ ଦାୟିତ୍ୱ ପାଇଛନ୍ତି। କାର୍ଯ୍ୟକାରୀ ସଦସ୍ୟ ଭାବେ ଅଜୟ କୁମାର ଦଳବେହେରା, ଶ୍ରୀକାନ୍ତ କୁମାର ଜଗଦ୍ଦେବ, ଜ୍ଞାନରଞ୍ଜନ ରାୟପ୍ରିତମ, ପ୍ରଶାନ୍ତ କୁମାର ଦଳବେହେରା, କୃଷ୍ଣଚନ୍ଦ୍ର ଉଦୟସିଂହ, ସନ୍ତୋଷ ବାହୁବଳେନ୍ଦ୍ର, ସମରେନ୍ଦ୍ର କୁମାର ବୀରବର ହରିଚନ୍ଦନ, ଦୁର୍ଗାଚରଣ ହରିଚନ୍ଦନ, ବିକାଶ କୁମାର ରାୟ, ନିରଞ୍ଜନ ପଶ୍ଚିମ କବାଟ, ପ୍ରଭାତ କୁମାର ଦଳବେହେରା, ସୁବ୍ରତ କୁମାର ମାନ୍ଧାତା ଓ ଅଖିଳେଶ ସିଂ ମନୋନୀତ ହୋଇଛନ୍ତି।ନୂଆ କର୍ମକର୍ତ୍ତା ଚୟନକୁ ମହାସଂଘର ସଦସ୍ୟମାନେ ସ୍ୱାଗତ କରିଛନ୍ତି। ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସଦସ୍ୟମାନଙ୍କ ମଧ୍ୟରେ ଏକତା, ସହଯୋଗ ଓ ସମନ୍ୱୟ ରହିବା ଆବଶ୍ୟକ ବୋଲିଅଧିବେଶନରେ ମତ ପ୍ରକାଶ ପାଇଥିଲା। ନୂଆ ଦାୟିତ୍ୱ ପାଇଥିବା କର୍ମକର୍ତ୍ତାମାନେ ନିଜ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରି ସଂଘର କାର୍ଯ୍ୟଧାରାକୁ ଆହୁରି ଗତିଶୀଳ କରିବେ ବୋଲି ଆଶା ପ୍ରକାଶ କରାଯାଇଛି। ଆଗାମୀ ଦିନରେ ମହାସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ଅଧିକ ସକ୍ରିୟ କରିବା, ସଦସ୍ୟମାନଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ଏବଂ ସାଂଗଠନିକ ଶୃଙ୍ଖଳାକୁ ମଜଭୁତ କରିବା ଉପରେ ଅଧିବେଶନରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସର୍ବସମ୍ମତିରେ ଗଠିତ ନୂଆ କମିଟି ମହାସଂଘର ଭବିଷ୍ୟତ କାର୍ଯ୍ୟଧାରାକୁ ଏକ ନୂଆ ଦିଗ ଦେବ ବୋଲି ସଦସ୍ୟମାନେ ଆଶାବ୍ୟକ୍ତ କରିଛନ୍ତି
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବଡ଼ ଘୋଷଣା କଲା ଭାରତୀୟ ଜନତା ପାର୍ଟି
ନୂଆଦିଲ୍ଲୀ,୧୦।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ୭ଟି ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଏଥିରେ ଓଡ଼ିଶାର ବରିଷ୍ଠ ନେତା ତଥା ଭାଜପାର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ OBC ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱ ମିଳିଛି। ଭାଜପାର ଏହି ନିଯୁକ୍ତିକୁ ସଂଗଠନକୁ ମଜବୁତ କରିବାର ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। କାହାକୁ ମିଳିଲା କେଉଁ ମୋର୍ଚ୍ଚାର ଦାୟିତ୍ୱ? ଯୁବ ମୋର୍ଚ୍ଚା: ହରିଶ ଦ୍ୱିବେଦୀ ମହିଳା ମୋର୍ଚ୍ଚା: ଡି. ପୁରନ୍ଦେଶ୍ୱରୀ SC ମୋର୍ଚ୍ଚା: ସଞ୍ଜୟ ଭାଟିଆ OBC ମୋର୍ଚ୍ଚା: ବୈଜୟନ୍ତ ପଣ୍ଡା କୃଷକ ମୋର୍ଚ୍ଚା: ଲାଲ ସିଂହ ଆର୍ଯ୍ୟ ST ମୋର୍ଚ୍ଚା: ସତୀଶ ପୁନିଆ ।ଓଡ଼ିଶାର ବରିଷ୍ଠ ଭାଜପା ନେତା ବୈଜୟନ୍ତ ପଣ୍ଡାଙ୍କୁ OBC ମୋର୍ଚ୍ଚାର ପ୍ରଭାରୀ କରାଯାଇଛି। ସେ ବର୍ତ୍ତମାନ ଭାଜପାର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ନୂଆ ଜାତୀୟ ଟିମରେ ମଧ୍ୟ ତାଙ୍କୁ ଉପାଧ୍ୟକ୍ଷ ଭାବେ ସ୍ଥାନ ମିଳିଥିଲା। ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରୁ ଲୋକ ସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଓଡ଼ିଶାରେ ଭାଜପାର ସଂଗଠନ ବିସ୍ତାର ଏବଂ ଦଳର ନିର୍ବାଚନୀ ସଫଳତାରେ ତାଙ୍କ ଭୂମିକା ରହିଛି। ହରିଶ ଦ୍ୱିବେଦୀଙ୍କୁ ଯୁବ ମୋର୍ଚ୍ଚା, ଡି. ପୁରନ୍ଦେଶ୍ୱରୀଙ୍କୁ ମହିଳା ମୋର୍ଚ୍ଚା ଏବଂ ସଞ୍ଜୟ ଭାଟିଆଙ୍କୁ SC ମୋର୍ଚ୍ଚାର ପ୍ରଭାରୀ କରାଯାଇଛି। ଅନ୍ୟପଟେ ଲାଲ ସିଂହ ଆର୍ଯ୍ୟଙ୍କୁ କୃଷକ ମୋର୍ଚ୍ଚା, ସତୀଶ ପୁନିଆଙ୍କୁ ST ମୋର୍ଚ୍ଚା ଏବଂ ଗଜେନ୍ଦ୍ର ପଟେଲଙ୍କୁ ଅଳ୍ପସଂଖ୍ୟକ ମୋର୍ଚ୍ଚାର ଦାୟିତ୍ୱ ମିଳିଛି। ଉଲ୍ଲେଖଯୋଗ୍ୟ, ଭାଜପା ଅଗଷ୍ଟ ୧୭ରେ ନୂଆ ଜାତୀୟ ସଂଗଠନ ଟିମ ଘୋଷଣା କରିଥିଲା। ଏହି ନୂଆ ଟିମରେ ହରିଶ ଦ୍ୱିବେଦୀ, ସତୀଶ ପୁନିଆ ଓ ସଞ୍ଜୟ ଭାଟିଆଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଏବଂ ବୈଜୟନ୍ତ ପଣ୍ଡାଙ୍କ ସମେତ ୧୩ ଜଣଙ୍କୁ ଜାତୀୟ ଉପାଧ୍ୟକ୍ଷ କରାଯାଇଥିଲା।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ୱତନ୍ତ୍ର ପ୍ରତିନିଧି
