ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ୮୬ ଅଭିଯୋଗର ଶୁଣାଣୀ, ୫ଟିର ତତ୍କାଳ ସମାଧାନ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧାSeptember 12, 202630 views

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୮୬ଟି ଅଭିଯୋଗର ଶୁଣାଣୀ କରାଯାଇଥିବା ବେଳେ ସେଥିମଧ୍ୟରୁ ୫ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।
ଜନଶୁଣାଣୀ ଶିବିରରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ ଋତୁରାଜ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଲାପଟପ୍ ଯୋଗାଣ ଯୋଜନା ଅଧୀନରେ ୯ ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରିଥିଲେ।ଲାପଟପ୍ ପାଇଥିବା ଛାତ୍ରଛାତ୍ରୀମାନେ ହେଲେ— ଦୃଷ୍ଟିବାଧିତ ଛାତ୍ରୀ ସ୍ୱପ୍ନରାଣୀ ବିହାରୀ (ପି.ଏନ୍. ସ୍ୱୟଂଶାସିତ ମହାବିଦ୍ୟାଳୟ), ସ୍ୱୟମ୍ ପ୍ରଜ୍ଞା ନାୟକ (କେ.ବି.ସି., ବାରଙ୍ଗ), ଅଂଶୁମାନ ସାହୁ (ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ), ରଚନା ଜେନା (ରମାଦେବୀ ବିଶ୍ୱବିଦ୍ୟାଳୟ), ସୌଭାଗ୍ୟ ସାହୁ (ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ), ବିଷ୍ଣୁପ୍ରିୟା ବେହେରା (କେସିପିଏଏନ୍ କଲେଜ, ବାଙ୍କୋଇ), ଆଲୋକ କୁମାର ଲେଙ୍କା (ବିଜୁ ପଟ୍ଟନାୟକ ସ୍ନାତକ ବିଜ୍ଞାନ ଓ ଶିକ୍ଷା କଲେଜ, ଭୁବନେଶ୍ୱର), ମନୋଜ କୁମାର ବାରିକ ଏବଂ ଜିତେନ୍ଦ୍ର ନାୟକ (ରାଜଧାନୀ ମହାବିଦ୍ୟାଳୟ, ଭୁବନେଶ୍ୱର)।
ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରି ସେମାନଙ୍କ ଉଚ୍ଚଶିକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଥିଲେ
