--:--:--
-- ---
Srishti News

Web News

ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନା ରେ ଗଞ୍ଜାମ ଜିଲ୍ଲାର ୧୮୧ ଗାଁ
Jul 11, 2026192 views

ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନା ରେ ଗଞ୍ଜାମ ଜିଲ୍ଲାର ୧୮୧ ଗାଁ

ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷରେ ଗଞ୍ଜାମ ଜିଲ୍ଲାର ୧୮୧ଟି ଗ୍ରାମକୁ ଚୟନ କରାଯାଇଛି। ଏହି କ୍ରମରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୪ ଟି ଗାଁ, ୨୦୧୯-୨୦ରେ ୨୬ଟି ଗାଁ, ୨୦୨୦-୨୧ରେ ୩୫ଟି, ୨୦୨୧-୨୨ରେ ୪୨ ଟି ଗାଁ, ୨୦୨୨-୨୩ରେ ୪୨ ଗାଁ ଏବଂ ୨୦୨୪-୨୫ରେ ୨୨ ଗାଁକୁ ଚୟନ କରାଯାଇଥିଲା। ଏହାମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦୧୮-୧୯ରେ ଚୟନ ହୋଇଥିବା ୧୪ ଟି ଗାଁର ଭିତ୍ତିଭୂମି ବିକାଶ କରାଯାଇ ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ’ ଭାବେ ଘୋଷଣା କରାଯାଇଛି।ସେଗୁଡିକ ହେଲା, ବେଗୁନିଆପଡା ବ୍ଲକ କେ. ବରିଡା ପଞ୍ଚାୟତର ବାଉରାଣୁଆପଲ୍ଲୀ, ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତର ପାଉଡାରି, ଚିକିଟି ବ୍ଲକ କଣ୍ଠପୁର ଓ ସୁନାପୁର, ଜଗନ୍ନାଥପ୍ରସାଦ ବ୍ଲକ କାଡୁଆ ପଞ୍ଚାୟତର ସିରିପୁର, ଖଲ୍ଲିକୋଟ ବ୍ଲକ କନକା ପଞ୍ଚାୟତର ସାମନ୍ତରାପୁର, ଡିମିରିଆ ପଞ୍ଚାୟତର ବାବଲା, ଦାନପୁର ପଞ୍ଚାୟତର କରଣପଲ୍ଲୀ, କୁମାରପୁର ପଞ୍ଚାୟତର ବଳରାମପଲ୍ଲୀ, କେଶପୁର ପଞ୍ଚାୟତର କୁମାରପୁର, କୁକୁଡାଖଣ୍ଡି ବ୍ଲକ ମହୁଡା ପଞ୍ଚାୟତର କୁମାରପୁର, ସିହଳ ପଞ୍ଚାୟତର କୁକୁଡାଖଣ୍ଡି, ବାଲିପଦା ପଞ୍ଚାୟତର ଟିକରପଡା ଓ ଅଙ୍କୋର ପଞ୍ଚାୟତର ଅଙ୍କୋର। ସେହିପରି ଦ୍ୱିତୀୟ ପର୍ଯ୍ୟାୟର ମୋଟ ୭ ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି। ଏହାସହ ବାକି ୧୩୧ଟି ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଘୋଷଣା ପାଇଁ ଗଞ୍ଜାମ ଜିଲ୍ଲା ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି।ସେହିପରି ଦ୍ୱିତୀୟ ପର୍ଯ୍ୟାୟର ୨୦୨୪-୨୫ ଆର୍ଥିକ ବର୍ଷର ଚୟନ ହୋଇଥିବା ୨୨ ଗାଁର ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନକୁ ଖର୍ଚ୍ଚ କରିବା ପାଇଁ ଖସଡା ପ୍ରସ୍ତୁତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଭି. କାର୍ତ୍ତିକେୟନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷରେ ଚୟନ ହୋଇଥିବା ୨୨ ଟି ଗାଁକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଭିତ୍ତିଭୂମି ବିକାଶ ଲାଗି ମଞ୍ଜୁର କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଖର୍ଚ୍ଚ ପାଇଁ ବିଭିନ୍ନ ଲାଇନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଛି।ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁମାର କୁମାର ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାଶଙ୍କ ସମେତ ସମସ୍ତ ଲାଇନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ। ଦ୍ୱିତୀୟ ପର୍ଯ୍ୟାୟର ୨୦୨୫-୨୬ ଆର୍ଥିକ ବର୍ଷରେ ଚୟନ ହୋଇଥିବା ୨୨ଟି ଗାଁ ଗୁଡିକ ହେଲା, ଭଞ୍ଜନଗର ବ୍ଲକ ବଦରାକୁମ୍ପା ପଞ୍ଚାୟତର ଦୁର୍ଗାପ୍ରସାଦ ଓ ସୁଜାଗଡ ପଞ୍ଚାୟତର ବିରିପଦର, ବୁଗୁଡା ବ୍ଲକ ତାକରଡା ପଞ୍ଚାୟତର ଡେଙ୍ଗାପଡି, ଖୋଳାଖୋଳି ପଞ୍ଚାୟତର ହୁଡୁଖୋଳ, ବିରିପୁର କରାଡାବାଡି ପଞ୍ଚାୟତରେ ଚୌପଲ୍ଲୀ, ଧରାକୋଟ ବ୍ଲକ ସିକିପୁର ପଞ୍ଚାୟତର କୋଲରଡା, ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତର ତାରେଣିପଲ୍ଲୀ, ପାଲଙ୍ଗ ପଞ୍ଚାୟତର ପାଲଙ୍ଗ, ହିଞ୍ଜିଳି ବ୍ଲକ ଦୁର୍ବନ୍ଧ ପଞ୍ଚାୟତର ମହନପଲ୍ଲୀ, ଜଗନ୍ନାଥପ୍ରସାଦ ବ୍ଲକ କାଡୁଆ ପଞ୍ଚାୟତର କୋଡାପସ, ପାତ୍ରପୁର ବ୍ଲକ ଡୁମ୍ବୁରି ପଞ୍ଚାୟତର ଜଗନ୍ନାଥପୁର, ପୋଲସରା ବ୍ଲକ ବଡପାନକୁଆବାଡି ପଞ୍ଚାୟତର ଚଣ୍ଡିରାମଚନ୍ଦ୍ରପୁର, ପୁରୁଷୋତ୍ତମପୁର ବ୍ଲକ ଟଙ୍କଛାଇ ପଞ୍ଚାୟତର ଗୁଣ୍ଠିରିପଡି, ବଡବରନ୍ଦା ପଞ୍ଚାୟତର ତେନ୍ତୁଳିଆ, ଶେରଗଡ ବ୍ଲକ କୃଷ୍ଣଚାନ୍ଦ୍ର ପଞ୍ଚାୟତର କଂଟାଶି, ଗୋବିନ୍ଦପୁର ପଞ୍ଚାୟତର ବଳିଆଋଷିଙ୍ଗପୁର ଓ ସୋରଡା ବ୍ଲକ ଭଗବାନପୁର ପଞ୍ଚାୟତର ମାଣିକଡି ଏପରି ଗାଁ ଭିତ୍ତିଭୂମି ବିକାଶ ପାଇଁ ଚିହ୍ନଟ ହୋଇଛି।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଗଞ୍ଜାମ

ରେସନ ବଣ୍ଟନରେ ବ୍ୟାପକ ଅନିୟମିତତା ଯୋଗୁଁ ହଜାର ହଜାର ଗରିବ ଓ ସାଧାରଣ ଲୋକ ଘୋର ସମସ୍ୟାର ସମ୍ମୁଖୀନ
Jul 11, 202656 views

ରେସନ ବଣ୍ଟନରେ ବ୍ୟାପକ ଅନିୟମିତତା ଯୋଗୁଁ ହଜାର ହଜାର ଗରିବ ଓ ସାଧାରଣ ଲୋକ ଘୋର ସମସ୍ୟାର ସମ୍ମୁଖୀନ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ଏଭଳି ଏକ ଅଭାବନୀୟ ତଥା ଦୁଃଖଦାୟକ ଚିତ୍ର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ରେସନ ବଣ୍ଟନରେ ବ୍ୟାପକ ଅନିୟମିତତା ଯୋଗୁଁ ହଜାର ହଜାର ଗରିବ ଓ ସାଧାରଣ ଲୋକ ଘୋର ସମସ୍ୟାର ସମ୍ମୁଖୀନ l ଭୁବନେଶ୍ୱର : ​ରାତି ୧୧ଟାରେ ଲମ୍ବା ଲାଇନ: ନିଜ ହକର ରେସନ ସାମଗ୍ରୀ ପାଇବା ପାଇଁ ଲୋକମାନେ ଦିନ ପରେ ଦିନ ଅପେକ୍ଷା କରିବା ସହ ରାତି ୧୧ଟା, ସେହିପରି ମଧ୍ୟରାତ୍ରି ପର୍ଯ୍ୟନ୍ତ ଲମ୍ବା ଲାଇନରେ ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି। ​ହଜାର ହଜାର ଲୋକ ପ୍ରଭାବିତ: ଏହି ସମସ୍ୟା କୌଣସି ଗୋଟିଏ ଅଞ୍ଚଳର ନୁହେଁ, ବରଂ ଭୁବନେଶ୍ୱରର ବିଭିନ୍ନ ରେସନ ଗୋଦାମ ଓ କେନ୍ଦ୍ର ସମ୍ମୁଖରେ ହଜାର ହଜାର ହିତାଧିକାରୀଙ୍କ ଭିଡ଼ ଦେଖିବାକୁ ମିଳୁଛି। ​ପରିଚାଳନାରେ ତ୍ରୁଟି: ସଠିକ୍ ସମୟରେ ରେସନ ନମିଳିବା, ସରଭର ସମସ୍ୟା କିମ୍ବା ବଣ୍ଟନ ପ୍ରକ୍ରିୟାରେ ଥିବା ଅନିୟମିତତା ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଶେଷ କରି ମହିଳା, ବୃଦ୍ଧ ଓ ପିଲାମାନେ ଏହି ପ୍ରତିକୂଳ ପରିସ୍ଥିତିରେ ଲାଇନରେ ଛିଡ଼ା ହେଉଥିବା ଦେଖାଯାଇଛି। ​ମୁଖ୍ୟ ସମସ୍ୟା: ରାଜଧାନୀ ଭଳି ଏକ ସ୍ମାର୍ଟ ସିଟିରେ ଲୋକଙ୍କୁ ନିଜର ମୌଳିକ ଖାଦ୍ୟ ସାମଗ୍ରୀ ପାଇଁ ରାତି ଅନିଦ୍ରା ହୋଇ ଲାଇନରେ ଛିଡ଼ା ହେବାକୁ ପଡ଼ୁଛି, ଯାହା ପ୍ରଶାସନିକ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ​ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏବଂ ବଣ୍ଟନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସହଜ କରିବା ପାଇଁ ସ୍ଥାନୀୟ ଲୋକେ ଏବଂ ସାମାଜିକ କର୍ମୀମାନେ ସରକାର ଓ ପ୍ରଶାସନ ପାଖରେ ଦାବି କରିଛନ୍ତି।

Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁଶାନ୍ତ କୁମାର ମହାକୁଡ଼

ବିଇଓ ଲୋପାମୁଦ୍ରା ରଥଙ୍କ ଉଦ୍ୟମରେ ବନମହୋତ୍ସବ ପାଳନ
Jul 11, 202649 views

ବିଇଓ ଲୋପାମୁଦ୍ରା ରଥଙ୍କ ଉଦ୍ୟମରେ ବନମହୋତ୍ସବ ପାଳନ

ଗଞ୍ଜାମ - ଭଞ୍ଜନଗର : ସଂପ୍ରତି କ୍ରମ ବର୍ଦ୍ଧିତ ବାୟୁ ମଣ୍ଡଳ ତାପମାତ୍ରା ଓ ଆକସ୍ମିକ ବିପର୍ଯ୍ୟୟ କବଳରୁ ରକ୍ଷା ପାଇବା ପାଇଁ ତଥା ସର୍ବୋପରି ପୃଥିବୀରେ ଏକ ସବୁଜ ବଳୟ ସୃଷ୍ଟି କରିବା ପାଇଁ ଜଙ୍ଗଲ ସୁରକ୍ଷା ତଥା ବୃକ୍ଷ ଚାରା ରୋପଣ ଅତ୍ୟାବଶ୍ୟକ ହୋଇପଡିଛି। ତେଣୁ ସାରା ଭାରତରେ ସରକାରଙ୍କ ଆହ୍ଵାନ ଓ ନିର୍ଦ୍ଦେଶ ପ୍ରକାରେ "ଏକ ପେଡ୍ ମା କେ ନାମ - ୩.୦" କାର୍ଯ୍ୟକ୍ରମ ଜାରି ରହିଛି। ସେହି କ୍ରମରେ ଆଜି ୭୭ ତମ ବନମହୋତ୍ସବର ୭ମ ଦିବସରେ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକ ମିଳିତ ଦାୟିତ୍ଵ ରେ ଥିବା ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତି ଲୋପାମୁଦ୍ରା ରଥଙ୍କ ଉଦ୍ୟମ ଓ ତତ୍ତ୍ଵାବଧାନରେ ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ବନମହୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି। ଏହି ବନମହୋତ୍ସବ କାର୍ଯ୍ୟକ୍ରମରେ "ଏକ ପେଡ୍ ମା କେ ନାମ- ୩.୦" ଆଧାରରେ ବିଇଓ ଅଫିସ୍ ହତା ଭିତରେ ବିଭିନ୍ନ ପ୍ରକାରର ଫୁଲ ଓ କ୍ରୋଟନ୍ ବୃକ୍ଷ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାୟକ, ଏବିଇଓ ସୁବାସିନୀ ତ୍ରିପାଠୀ, ଏବିଇଓ ଗଜେନ୍ଦ୍ର ସେଠୀ, ବଡ଼ବାବୁ ପବିତ୍ର କୁମାର ପାତ୍ର, ସମସ୍ତ ଅଫିସ କର୍ମଚାରୀ ଏବଂ ସମସ୍ତ ସିଆରସିସି ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗ କରିଥିଲେ। ସେହିପରି ବେଲଗୁଣ୍ଠା ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଠାରେ ମଧ୍ୟ ଦିନର ପ୍ରଥମାର୍ଦ୍ଧରେ ବନମହୋତ୍ସବ ପାଳନ କରାଯାଇଥିଲା। ସେହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏବିଇଓ, ସମସ୍ତ ଅଫିସ କର୍ମଚାରୀ ଏବଂ ସମସ୍ତ ସିଆରସିସି ମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ। ଏହିପରି ପବିତ୍ର କାର୍ଯ୍ୟ ତଥା ନିଆରା ପଦକ୍ଷେପ ସମସ୍ତ ଶିକ୍ଷକ ସମାଜ ଓ ଶିକ୍ଷା କର୍ମଚାରୀ ମାନଙ୍କ ପାଇଁ ଏକ ଉଦାହରଣ, ବାର୍ତ୍ତା ଓ ପ୍ରେରଣା ଅଟେ।

Ganjam (ଗଞ୍ଜାମ)ରିପୋର୍ଟ -ନିରୋଜ କୁମାର ସେଠୀ, ଭଞ୍ଜନଗର

କଟକ ଟାଙ୍ଗୀ ନିକଟରେ 'ସ୍ୱାମୀ ଅରୂପାନନ୍ଦ' ବସ୍ ଦୁର୍ଘଟଣାଗ୍ରସ୍ତ, ୩୦ରୁ ଅଧିକ ଯାତ୍ରୀ ଆହତ
Jul 11, 2026119 views

କଟକ ଟାଙ୍ଗୀ ନିକଟରେ 'ସ୍ୱାମୀ ଅରୂପାନନ୍ଦ' ବସ୍ ଦୁର୍ଘଟଣାଗ୍ରସ୍ତ, ୩୦ରୁ ଅଧିକ ଯାତ୍ରୀ ଆହତ

କଟକ: କଟକ ଜିଲ୍ଲା ଟାଙ୍ଗୀ ଟୋଲ୍‌ଗେଟ୍‌ ନିକଟରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍ 'ସ୍ୱାମୀ ଅରୂପାନନ୍ଦ' ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭୁବନେଶ୍ୱରରୁ ଧାମନଗର-ଆଖଣ୍ଡଳମଣି ପୀଠ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁସାରେ, ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ଟାଙ୍ଗୀ ପୁଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଉଛି।

Cuttack (କଟକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଗନ୍ଧରଗଲା ବ୍ରିଜରେ ଫାଟ, ଟିଟିଲାଗଡ଼ -ସିନ୍ଧେକେଲା ଯାତାୟାତ ଠପ
Jul 11, 2026337 views

ଗନ୍ଧରଗଲା ବ୍ରିଜରେ ଫାଟ, ଟିଟିଲାଗଡ଼ -ସିନ୍ଧେକେଲା ଯାତାୟାତ ଠପ

ବଲାଙ୍ଗୀର : ଟିଟିଲାଗଡ଼ -ସିନ୍ଧେକେଲା ମୁଖ୍ୟ ରାସ୍ତା ଯାତାୟାତ ପାଇଁ ଠପ କରାଯାଇଛି l କାରଣ ଖୋଲାଣ ନିକଟବର୍ତ୍ତୀ ଗନ୍ଧରଗଲା ନଦୀରେ ନିର୍ମାଣ ହୋଇଥିବା ବ୍ରିଜ ଦୟନୀୟ ଅବସ୍ଥାରେ ଫାଟ ହୋଇଛି ଏଣୁ ଜନସାଧାରଣଙ୍କର ସୁରକ୍ଷା ଦୃଷ୍ଟିକୁ ନେଇ ବର୍ତ୍ତମାନ ଗାଡି ଚଳାଚଳ ବନ୍ଦ କରାଯାଇଛି l ସିନ୍ଧେକେଲା ପଟକୁ ଯିବାକୁହେଲେ ବିକଳ୍ପ ରାସ୍ତାରେ ଲୋକମାନେ ଯାତାୟାତ କରୁଛନ୍ତି l ବ୍ରିଜ ଖରାପ ପରିସ୍ଥିତି ହେବା ଯଗୁଁ ଜନସାଧାରଣଙ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ତେଣୁ ଏହି ବ୍ରିଜ ମରାମତି କିମ୍ବା ନୂତନ ବ୍ରିଜ ଶୀଘ୍ର ନିର୍ମାଣ କରିବା ପାଇଁ ଜନସାଧାରଣଙ୍କ ଦାବୀ ହେଉଛି l

Balangir (ବଲାଙ୍ଗୀର)ରିପୋର୍ଟ -କୃଷ୍ଣଚନ୍ଦ୍ର ମାଝୀ

ଉମରକୋଟ ନାବାଳିକାର ଶବ ବୁହାହେଲା ମୋଟର ସାଇକେଲରେ ଜରୁରୀକାଳୀନ ସେବା ଓ ସଚେତନତାକୁ ନେଇ ଉଠିଲା ପ୍ରଶ୍ନ
Jul 11, 202636 views

ଉମରକୋଟ ନାବାଳିକାର ଶବ ବୁହାହେଲା ମୋଟର ସାଇକେଲରେ ଜରୁରୀକାଳୀନ ସେବା ଓ ସଚେତନତାକୁ ନେଇ ଉଠିଲା ପ୍ରଶ୍ନ

ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସରକାରୀ ଆମ୍ବୁଲାନ୍ସ କିମ୍ବା ଶବବାହୀ ଗାଡ଼ି ମିଳିବ କି ନାହିଁ ବୋଲି ଆଶଙ୍କା କରି ପରିବାର ଲୋକେ ଜଣେ ନାବାଳିକାଙ୍କ ମୃତଦେହକୁ ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ବୋହି ନେଇଥିବା ଘଟଣା ସାଧାରଣ ଲୋକଙ୍କୁ ମର୍ମାହତ କରିଛି। ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ ଅନ୍ତର୍ଗତ ସାନଭରଣ୍ଡୀ ଗ୍ରାମରେ ସମ୍ପର୍କୀୟଙ୍କ ଘରେ ରହୁ ଥ‌ିବା ଅନିତ। ଲହରା ନାମକ ଜଣେ ନାବାଳିକାଙ୍କର ଶୁ କ୍ର ବାର ସକାଳେ ମୃତ୍ୟୁ ଘଟିଥିଲା। ପରିବାର ପକ୍ଷରୁ କୁହାଯାଇଛି ଯେ, ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ପରେ ତାଙ୍କ ମୃତଦେହକୁ ମୂର୍ଭୁମା ପଞ୍ଚାୟତ ଅନ୍ତର୍ଗତ ଅମ୍ବାଗୁଡ଼ା ଗ୍ରାମରେ ଥିବା ମାମୁଁଘରକୁ ଶେଷକୃତ୍ୟ ପାଇଁ ନିଆଯାଇଥିଲା।ତେବେ ଶବ ପରିବହନ ପାଇଁ ସରକାରୀ ଶବବାହୀ ଗାଡ଼ି କିମ୍ବା ଆମ୍ବୁଲାନ୍ସ ସମୟରେ ମିଳିବ ନାହିଁ ବୋଲି ଆଶଙ୍କା କରି ପରି ବାର ଲୋକେ କୌଣସି ସେବା ସହ ଯୋଗାଯୋଗ ନ କରି ବାଇକରେ ହିଁ ମୃତଦେହକୁ ବୋହି ନେଇଥିଲେ। ପ୍ରାୟ ୧୦ କିଲୋମିଟର ଦୂର ଏଭଳି ମୃତଦେହ ପରିବହନ କରାଯାଇଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପୁଣିଥରେ ଗ୍ରାମାଞ୍ଚଳରେ ଜରୁରୀକାଳୀନ ସ୍ଵାସ୍ଥ୍ୟସେବା, ଶବବାହୀ ବ୍ୟବସ୍ଥାର ଉପଲବ୍ଧତା ଏବଂ ସରକାରୀ ସେବା ସମ୍ପର୍କରେ ସଚେତନତାର ଅଭାବକୁ ନେଇ ପ୍ରଶ୍ନ ଉଠାଇଛି। ଜରୁରୀ ପରି ସ୍ଥିତି ରେ ସାଧାରଣ ଲୋକଙ୍କୁ ସହଜରେ ଶବବାହୀ ଓ ଆମ୍ବୁ ଲାନ୍ତି ସେବା ଯୋଗାଇବା ସହ ଏହା ସମ୍ପର୍କ ରେ ବ୍ୟାପକ ସଚେ ସଚେତନତା ସୃଷ୍ଟି କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ରଣ ଲୋକ ଦାବି କରିଛନ୍ତି।

Nabarangpur (ନବରଙ୍ଗପୁର)ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ, ଉମରକୋଟ, ନବରଙ୍ଗପୁର

ଦୁର୍ଗମ ଅଞ୍ଚଳରେ ଏମଡିଏମ ସରିଲେ ଘରକୁ ଫେରୁଛନ୍ତି ଶିକ୍ଷକ
Jul 11, 202628 views

ଦୁର୍ଗମ ଅଞ୍ଚଳରେ ଏମଡିଏମ ସରିଲେ ଘରକୁ ଫେରୁଛନ୍ତି ଶିକ୍ଷକ

କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିପଦର ଗ୍ରାମ ପଞ୍ଚାୟତର ପାଲିଝୋଡିପଦର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନେଇ ଗ୍ରାମବାସୀ ଓ ସ୍ଥାନୀୟ ଓ୍ବାର୍ଡ ସଭ୍ୟଙ୍କ ପକ୍ଷରୁ ଗୁରୁତର ଅଭିଯୋଗ ଉଠିଛି । ବିଦ୍ୟାଳୟରେ ଶିକ୍ଷକଙ୍କ ଉପସ୍ଥିତି ଓ ପାଠପଢ଼ା ବ୍ୟବସ୍ଥା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରି ଛନ୍ତି । ଗ୍ରାମବାସୀଙ୍କ କହିବା ଅନୂଯାୟୀ, ବିଦ୍ୟାଳୟରେ ମୋଟ ୫ ଜଣ ଶିକ୍ଷକ କାର୍ଯ୍ୟରତ ଥିଲେ ମଧ୍ୟ ସେମାନେ ନିୟମିତ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହୁନାହାନ୍ତି । ଶିକ୍ଷକମାନେ ସକାଳ ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ବିଦ୍ୟାଳୟକୁ ଆସି ମଧ୍ୟାହ୍ନ ଭୋଜନ ( ଏମଡିଏମ୍) ସରିବା ପରେ ପ୍ରାୟ ଦିନ ୧ଟାରୁ ୨ଟା ମଧ୍ୟରେ ବିଦ୍ୟାଳୟ ବନ୍ଦ କରି ଘରକୁ ଫେରିଯାଉଥିବା ଅଭିଯୋଗ କରାଯାଇଛି ଇଛି। ଏହା ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଥିବା ସହ ଶିକ୍ଷାର ଗୁଣବତ୍ତା ପ୍ରଭାବିତ ହେଉଥିବା ବୋଲି ଗ୍ରାମବାସୀ କହିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସେ ସେମାନେ ଶିକ୍ଷା ବିଭାଗ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଇଓ)ଙ୍କୁ ପଚାରିବାରୁ ସେ ଫୋନ୍ ? ଯୋଗେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯିବ । ତଦନ୍ତରେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତଙ୍କ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Koraput (କୋରାପୁଟ)ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ, କୋରାପୁଟ

ରାକ୍ଷୀ ପୂର୍ଣ୍ଣୀମାରେ ମିଳିବ ସୁଭଦ୍ରା ଯୋଜନାର  ପଞ୍ଚମ କିସ୍ତି
Jul 11, 202661 views

ରାକ୍ଷୀ ପୂର୍ଣ୍ଣୀମାରେ ମିଳିବ ସୁଭଦ୍ରା ଯୋଜନାର  ପଞ୍ଚମ କିସ୍ତି

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆଜି ଏହି ବଡ ଅପଡେଟ୍ ଦେଇଛନ୍ତି ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା ।  ସେ କହିଛନ୍ତି, ନୂଆ ହିତାଧିକାରୀଙ୍କୁ ଯୋଡିବାକୁ ଆରମ୍ଭ ହୋଇଛି ଫିଲଡ଼ ଇନକ୍ଵାରୀ। ୨୦୨୬-୨୭ ବର୍ଷରେ ୩ ଲକ୍ଷ ୧୭ ହଜାର ୯୬୬ ନୂଆ ଆବେଦନ ଆସିଛି। ଡିବିଟି, ଇ-କେ୍ୱାଇସି, ଫିଲଡ ଭେରିଫିକେସନ ଏବଂ ବ୍ୟାଙ୍କ ସମନ୍ୱୟ ସମସ୍ୟା ରହିଛି। ୮୨ ହଜାର ୩୬ଟି DBT ସକ୍ରିୟକରଣ, ୨୮ ହଜାର ୬୨୧ଟି ବାୟୋମେଟ୍ରିକ୍, e-KYC ଏବଂ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଇନକ୍ବାରୀ ସମ୍ବନ୍ଧୀୟ ମାମଲା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛି ମହିଳା ଓ ଶିଶୁ ବିକାଶ ବିଭାଗ । ଫିଲଡ଼ ତଦନ୍ତ ପାଇଁ ବ୍ଲକ ଓ ଏନଏସି ଜିଲ୍ଲା କମିଟିକୁ ରିପୋର୍ଟ ଦେବେ। ଜିଲ୍ଲା କମିଟି ଜୁଲାଇ ୨୫ ତାରିଖ ସୁଦ୍ଧା ରାଜ୍ୟ କମିଟିକୁ ରିପୋର୍ଟ ଦେବେ। ବାୟୋମେଟ୍ରିକ ଦେଇ ନଥିବା ହିତାଧିକାରୀଙ୍କ ତାଲିକା ସୁଭଦ୍ରା ପୋର୍ଟାଲରେ ରହିଛି। ସେମାନେ ମୋ-ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଯାଇ ଜୁଲାଇ ୨୫ ଭିତରେ ଫିଙ୍ଗର ପ୍ରିଣ୍ଟ ଦେଇ ଏହାକୁ ସଂପୂର୍ଣ୍ଣ କରିବାକୁ ନିବେଦନ କରିଛନ୍ତି ପ୍ରଭାତୀ । କେବଳ ନୂଆ ନୁହନ୍ତି, ଏହି ପ୍ରକ୍ରିୟାରେ ବାଦ୍ ପଡିଥିବା ପୁରୁଣା ହିତାଧିକାରୀ ବି ଯୋଡ଼ି ହୋଇପାରିବେ । ଯେଉଁମାନେ ୫ ଏକର ଜମି ନ ଥାଇ କିମ୍ବା ଆଇଟି ରିଟର୍ଣ୍ଣ ନ କରି ସୁଭଦ୍ରାରୁ ବାଦ ପଡିଛନ୍ତି ସେମାନେ ଫିଲଡ ତଦନ୍ତରେ ଅଭିଯୋଗ କରିପାରିବେ। ପ୍ରଥମରୁ ଯଦି କିଛି ପାଇ ନଥିବେ, କିନ୍ତୁ ଯୋଗ୍ୟ ହୋଇଥିବେ, ସେମାନେ ଯୋଗ୍ୟ ପ୍ରମାଣିତ ହେଲେ ଏକାବେଳକେ ୫ଟି କିସ୍ତିର ଟଙ୍କା ପାଇବେ। ଏନେଇ ଆଜି ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜୁଲାଇ ୨୫ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣୀମାରେ ସୁଭଦ୍ରାର ପଞ୍ଚମ କିସ୍ତି ମିଳିବ। ଯାହାକୁ ନେଇ ଉଭୟ ନୂଆ ଓ ତାଲିକାରୁ ବାଦପଡ଼ିଥିବା ହିତାଧିକାରୀଙ୍କ ମନରେ ଆଶା ବଢିଯାଇଛି।   ରାଜ୍ୟ ସରକାରଙ୍କ ଫ୍ଲାଗ୍ ସିପ୍ ପ୍ରୋଗ୍ରାମ ବୋଲି କୁହାଯାଉଥିବା ସୁଭଦ୍ରା ଯୋଜନାରେ ଏ ଯାଏଁ ଏକ କୋଟିରୁ ଅଧିକ ମହିଳାଙ୍କୁ ଚାରୋଟି କିସ୍ତିରେ ୧ କୋଟି ୨୦ ଲକ୍ଷ ୬୪୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଯାଏ ୧ କୋଟି ୧ ଲକ୍ଷ ୯୯ ହଜାର ୧୧୯ ଜଣଙ୍କୁ ଅନ୍ତିମ ସମ୍ଭାବ୍ୟ ହିତାଧିକାରୀ ଭାବେ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି।

Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ରଥଯାତ୍ରା ପାଇଁ ପୁରୀରେ ୮ ଅସ୍ଥାୟୀ ଚିକିତ୍ସାଳୟ, ୧୭୦୦ ଶୌଚାଳୟ
Jul 11, 202641 views

ରଥଯାତ୍ରା ପାଇଁ ପୁରୀରେ ୮ ଅସ୍ଥାୟୀ ଚିକିତ୍ସାଳୟ, ୧୭୦୦ ଶୌଚାଳୟ

ପୁରୀ ରଥଯାତ୍ରା ୨୦୨୬ ପାଇଁ ରାଜ୍ୟ ସରକାର ୮ଟି ଅସ୍ଥାୟୀ ହସ୍ପିଟାଲ, ୧୭୦୦ ବାୟୋ-ଟଏଲେଟ, ୪୭୩ ସିସିଟିଭି କ୍ୟାମେରା, ୬୫ ଏଲଇଡି ସ୍କ୍ରିନ୍ ଓ ୩୦୦ରୁ ଅଧିକ ଟ୍ରେନ ସହ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଭୁବନେଶ୍ୱର : ପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ପୁରୀରେ ଭକ୍ତଙ୍କ ନିମନ୍ତେ ୮ଟି ଅସ୍ଥାୟୀ ଚିକିତ୍ସାଳୟ, ୧୭ଶହଟି ଶୌଚାଳୟ ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।  ଆଜି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ, ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ପ୍ରତ୍ୟେକ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ତଥା ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାପାଇଁ ନିରନ୍ତର ସୂଚନା ପ୍ରଦାନର ବ୍ୟବସ୍ଥା ରହିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଯେପରି ଯୋଗଯୋଗ ବିଚ୍ଛିନ୍ନ ନରୁହେ, ସେଥିପ୍ରତି ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କର୍ଡନ ପରିଚାଳନା, ମହିଳାମାନଙ୍କ ସୁରକ୍ଷା, ସନ୍ଦିଗ୍ଧ  ଓ ନିଶା ସେବନକାରୀଙ୍କ ଉପରେ ନଜର, ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ ଓ ପାନୀୟ ଜଳର ମାନ ଯାଞ୍ଚ, ଜରୁରୀକାଳୀନ ଇଭାକ୍ୟୁସନ, ପାଣିପାଗକୁ ଦେଖି ଉପଯୁକ୍ତ ପଦକ୍ଷେପ ଆଦି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରି ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଫୁଲ୍-ପ୍ରୁଫ୍ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ୪୭୩ ସିସିଟିଭି କ୍ୟାମେରା ସହିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ ୬୫ଟି ବଡ ଏଲ୍‌ଇଡି ସ୍କ୍ରିନ୍‌ର ବ୍ୟବସ୍ଥା କରାଯାଇଛି। ଓଡିଆ, ହିନ୍ଦୀ ଓ ଇଂରାଜୀରେ ଏଥିରେ ସୂଚନା ଦିଆଯିବ। ମୋବାଇଲ ନେଟୱାର୍କ ପାଇଁ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ଟାୱାରର ବ୍ୟବସ୍ଥା କରାଯାଇଛି। ସୂଚନା ପ୍ରଦାନ ପାଇଁ ଏଥରକ ଅଧିକ ବାର୍ତ୍ତା (ବଲ୍‌କ ମେସେଜ୍‌)ର ବ୍ୟବସ୍ଥା ମଧ୍ୟ କରାଯାଇଛି। ରଥଯାତ୍ରାର ପ୍ରତ୍ୟେକ ଟିକ୍‌ନିଖି କାର୍ଯ୍ୟ ପାଇଁ ଜଣେ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପାର୍କିଙ୍ଗ୍, ବଡଦାଣ୍ଡରେ ହାଇମାକ୍ସ ଲାଇଟର ବ୍ୟବସ୍ଥା କରାଯାଇଛି। ଏଥର ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଭାବେ ୧୭୦୦ଟି ବାୟୋ-ଟଏଲେଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ୫ଟି ଟଏଲେଟକୁ ପରିସ୍କାର ପରିଚ୍ଛନ୍ନ କରିବା ପାଇଁ ଜଣେ ଜଣେ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୮ଟି ଅସ୍ଥାୟୀ ହସ୍ପିଟାଲ ମଧ୍ୟ କରାଯାଇଛି।  ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥା ପାଇଁ ସହାୟତାା କେନ୍ଦ୍ରର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଭିଡ ନିୟନ୍ତ୍ରଣ ପାଇଁ ଅନେକ ନିର୍ଗମନ ଦ୍ବାରର ବ୍ୟବସ୍ଥା କରାଯାଇଛି। ସମସ୍ତ ସୁରକ୍ଷା କାର୍ଯ୍ୟର ନିୟନ୍ତ୍ରଣ ପାଇଁ ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର କରାଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ପ୍ରାୟ ୩୦୦ରୁ ଅଧିକ ଟ୍ରେନ ଚଳାଚଳ କରିବ। ତେଣୁ ଟ୍ରେନର ସମୟ ଅନୁଯାୟୀ ଭକ୍ତ ମାନଙ୍କ ଆଗମନକୁ ଦେଖି ଯାତ୍ରୀମାନଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରିବା, ଭିଡ ନିୟନ୍ତ୍ରଣ ସହିତ ଅନ୍ୟାନ୍ୟ ବ୍ୟବସ୍ଥାକୁ ସଠିକ ରୂପେ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ସମସ୍ତ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର,  ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ଗୃହ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡଙ୍ଗୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ବିଭିନ୍ନ ବିଭାଗର ସଚିବ ଓ ପୋଲିସ ଉଚ୍ଚ ପଦାଧିକାରୀ ଏବଂ ପୁରୀ ଜିଲ୍ଲାପାଳ ଓ ଏସ୍.ପି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀରେ ସମୀକ୍ଷା ବୈଠକ କରିବା ପାରେ ଆଜି ଆଉଥରେ ଲୋକସେବା ଭବନରେ ବିସ୍ତୃତ ସମୀକ୍ଷା କରିଛନ୍ତି। 

Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ବନ ମହୋତ୍ସବ ପାଳିତ। ପରିବେଶ ପାଇଁ ବୃକ୍ଷ ର ଯତ୍ନ ନେବାକୁ ଆହ୍ୱାନ
Jul 11, 2026103 views

ବନ ମହୋତ୍ସବ ପାଳିତ। ପରିବେଶ ପାଇଁ ବୃକ୍ଷ ର ଯତ୍ନ ନେବାକୁ ଆହ୍ୱାନ

ଖୋର୍ଦ୍ଧା: ଖୋର୍ଦ୍ଧାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ରେ ବନ ମହୋତ୍ସବ ଏବଂ ବ୍ୟାଙ୍କ୍ ସାଇବର କ୍ରାଇମ ସଚେତନତା ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି। ଗତ ଜୁଲାଇ ୧ତାରିଖ ରୁ ଜୁଲାଇ ୭ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ ଅବସର ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ବୃକ୍ଷ ରୋପଣ , ଯତ୍ନ , ପରିବେଶ ସୁରକ୍ଷା ସମ୍ପର୍କିତ ଚିତ୍ରାଙ୍କନ, ପ୍ରବନ୍ଧ, କୁଇଜ୍, ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସିନିୟର୍ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ବିଷ୍ଣୁ ପ୍ରସାଦ ସେଠୀ, ଦ୍ୱିତୀୟ କ୍ରିଷ୍ଣ କାନ୍ତ ସାମନ୍ତରାୟ, ତୃତୀୟ ପ୍ରତ୍ୟୁଷ ରଞ୍ଜନ ସାହୁ, ଜୁନିଅର ବିଭାଗ ରେ ଶୁଭଲକ୍ଷ୍ମୀ ଦାସ, ସୁଜ୍ଞାନି ପ୍ରିୟଦର୍ଶନୀ, ସାଇ ସାସ୍ୱତୀ ବେହେରା, ଚିତ୍ରାଙ୍କନ ରେ ରୂତ୍ୟୁପୁନମ୍ ସିଂ, ଯୋଷିକା ଜାଗୃତି ପ୍ରଧାନ, ସାଇ ସମ୍ପୂର୍ଣ୍ଣ ସାହୁ, ଶୁଭାଙ୍ଗି ବିଶ୍ୱାଳ, ପଦ୍ମିନୀ ଜେନା, ଅଭିଲିପସା ଲେଙ୍କା ପ୍ରମୁଖ ଯୋଗ୍ୟ ବିବେଚିତ ହୋଇ ମୁଖ୍ୟ ଅତିଥି ଙ୍କ ଠାରୁ ପ୍ରମାଣ ପତ୍ର, ଟ୍ରଫି ପୁରସ୍କାର ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ବୃକ୍ଷ ରୋପଣ ଏବଂ ପରିବେଶ ସୁରକ୍ଷା ସଚେତନ ଟା ସମ୍ପର୍କିତ ଏକ ଗୋଷ୍ଠୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସାତଦିନ ଧରି ଚାଲୁଥିବା ଏହି ଉତ୍ସବ ର ଉଦ୍ଜାପନି ଦିବସରେ ଆକ୍ସସିସ ବ୍ୟାଙ୍କ୍ ତରଫ ରୁ ସାଇବର୍ ବ୍ୟାଙ୍କ୍ ଠକେଇ ସଚେତନତା ସମ୍ପର୍କ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଶିକ୍ଷୟତ୍ରୀ ସୁମିତା ତ୍ରିପାଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବ ରେ ଖୋର୍ଦ୍ଧା ଏକ୍ସସ ବ୍ୟାଙ୍କ୍ ଶାଖା ପରିଚାଳକ ରାଜେନ୍ଦ୍ର ଖଣ୍ଡୁଆଳ, ସ୍କୁଲ ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଏବଂ। ସ୍କୁଲ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ ଏବଂ ଯତ୍ନ ସରେ ଛାତ୍ର ଛାତ୍ରୀ ଙ୍କ ମୁଖ୍ୟ ଭୂମିକା କୁ ବର୍ଣ୍ଣନା କରିଥିଲେ। ଆଜିର ଛାତ୍ର ଆଗାମୀ କାଲି ର ଭବିଷ୍ୟତ । ଭବିଷ୍ୟତ ରେ ସୁସ୍ଥ ପରିବେଶ, ଏବଂ ଉତ୍ତମ ଜଳବାୟୁ ଅନୁଭୂତ ପାଇଁ ସମସ୍ତେ ଖାଲି ସ୍ଥାନ ରେ ବୃକ୍ଷ ରୋପଣ ଏବଂ ଯତ୍ନ ପାଇଁ ଆହ୍ୱାନ ଦେଇଥିଲେ। ସମସ୍ତ ପିଲାମାନଙ୍କୁ ତାଙ୍କ ପିତାମାତା ଙ୍କ ପରିଶ୍ରମ ର ଅର୍ଥ କୁ ବ୍ୟାଙ୍କ୍ ସାଇବର୍ ଠକେଇ ରୁ ନିବୃତ୍ତ ରଖିବାକୁ ସଚେତନ କରାଯାଇଥିଲା। ସ୍କୁଲ ର ଉପାଧ୍ୟକ୍ଷ ତୁଷାର କାନ୍ତ ମହାନ୍ତି, ଏକାଡେମିକ ଡିନ୍ ବନଦୁର୍ଗା ଶାହା, ଶିକ୍ଷକ ବିରଞ୍ଚି ନାରାୟଣ ପଣ୍ଡା, ମାନସ ରଞ୍ଜନ ମହାପାତ୍ର , କରସିମା ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ବରଗଡ଼ରେ ବିଜେଡିର ଅଭିନବ ପ୍ରତିବାଦ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି
Jul 11, 202628 views

ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ବରଗଡ଼ରେ ବିଜେଡିର ଅଭିନବ ପ୍ରତିବାଦ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ବରଗଡ଼,: ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଆଜି ବରଗଡ଼ ଗାନ୍ଧୀ ଛକଠାରେ "ଶିକ୍ଷା ବଞ୍ଚାଅ ଆନ୍ଦୋଳନ" ଏକ ଅଭିନବ ପ୍ରତିବାଦ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲାପ୍ରତିବାଦକାରୀମାନେ ଝାଳମୁଡ଼ି ଓ ସୁଖା ଝୁରୀ ବିକ୍ରି କରିବା ସହ ନିଜ ବେକରେ ଲେମ୍ବୁ ମାଳା ପିନ୍ଧି "ନିମୋଡ଼ା ନିମୋଡ଼ା" ଗୀତର ତାଳେ ନାଚି ସରକାରଙ୍କ ବିରୋଧରେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ କୀର୍ତ୍ତନ ମାଧ୍ୟମରେ ମଧ୍ୟ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କୁ କଟାକ୍ଷ କରାଯାଇଥିଲା।ଏହି ପ୍ରତିବାଦରେ ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ବିଜେଡି ଯୁବ ନେତା ସୁବ୍ରତ ସିଂଙ୍କ ସମେତ ବହୁ ନେତା ଓ ଶତାଧିକ କର୍ମୀ ଯୋଗଦେଇ ସରକାର ବିରୋଧରେ ନାରାବାଜି କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଏବଂ କରନ ଶିକନ୍ଦର। ପ୍ରତିବାଦ ସମୟରେ ବିଜେଡି ନେତୃବୃନ୍ଦ ଅଭିଯୋଗ କରିଥିଲେ ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ପ୍ରାୟ ଦୁଇ ହଜାର ତ୍ରୁଟି ରହିଛି, ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଗୁରୁତର ଅବହେଳା। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ଶିକ୍ଷା କ୍ଷେତ୍ରରେ ବିଫଳ ହୋଇଥିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ କରି ନେତାମାନେ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ।ପରବର୍ତ୍ତୀ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହାପରେ ଗାନ୍ଧୀ ଛକରୁ ଶୋଭାଯାତ୍ରା ବାହାରି "ନିମୋଡ଼ା ନିମୋଡ଼ା" ଗୀତର ତାଳେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ବିଜେଡି ନେତୃବୃନ୍ଦ ଦାବି କରିଥିଲେ ଯେ, ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ତୁରନ୍ତ ସୁଧାରାଯାଉ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଆଉ କୌଣସି ପ୍ରକାରର ଅବହେଳା କରାନଯାଉ ଏବଂ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକ ଦାୟିତ୍ୱ ନେଇ ଇସ୍ତଫା ପ୍ରଦାନ କରନ୍ତୁ। ପ୍ରତିବାଦରେ ଶତାଧିକ ଦଳୀୟ ନେତା, କର୍ମୀ ଓ ସମର୍ଥକ ସାମିଲ ହୋଇ ସରକାର ବିରୋଧରେ ସ୍ଲୋଗାନ ଦେଇ ଶିକ୍ଷା କ୍ଷେତ୍ରରେ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେବାକୁ ଦୃଢ଼ ଦାବି କରିଥିଲେ।

Bargarh (ବରଗଡ଼)ରିପୋର୍ଟ : ତରଣୀ ପଟେଲ

ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା
Jul 11, 202624 views

ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ପରିବେଶବିତ୍ ତଥା ପ୍ରକୃତିବନ୍ଧୁ ତେଜରାଜ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ପରିବେଶ ସଚେତନତା ଏବଂ ପ୍ରକୃତି ସଂରକ୍ଷଣ ଉପରେ ବିଶେଷ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପତିତପାବନ ସାହୁ ଯୋଗଦେଇ ବୃକ୍ଷ ହେଉଛି ମାନବଜୀବନର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ। ସେ ପ୍ରତ୍ୟେକ ଛାତ୍ରଛାତ୍ରୀ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ବରପାଲି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଘନଶ୍ୟାମ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଧାନ, ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ବେହେରା, ସତଲମା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ଗଡ଼ତିଆ, ଜିଲ୍ଲା ପରିବେଶ ସଚେତନତା ସମିତିର ସମ୍ପାଦକ ମୋହନ ଚାନ୍ଦ ପଧାନ ଏବଂ ସତଲମା ଉନ୍ନୀତ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅରୁନ୍ଧତୀ ଭୋଇ ଉପସ୍ଥିତ ରହି ପରିବେଶ ସୁରକ୍ଷାର ଆବଶ୍ୟକତା, ଜଳବାୟୁ

Bargarh (ବରଗଡ଼)ରିପୋର୍ଟ : ସତ୍ୟ ସୁରୁଜଲ୍, ବରପାଲ୍ଲୀ