Web News

ସିନ୍ଧେକେଲାର ସୁନା ଗହଣା ବେପାରୀଙ୍କ ଘରୁ ଲୁଟ୍
ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ର ଏକ ସୁନା ବେପାରୀ ଫୁଲଚନ୍ଦ୍ ଜୈନ ଙ୍କ ଘରୁ ମାରଣାସ୍ତ୍ର ଦେଖାଇ ପ୍ରାୟ ୧ କୋଟି ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଅଧରାତିରେ ଘରେ ପଶି ବନ୍ଧୁକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ଏକ ପ୍ରକାର ବନ୍ଧକ ରଖିଥିଲେ।ଲୁଟ୍ କରିବା ପରେ ଚିହ୍ନଟ ହେବା ଭୟରେ ଦୁର୍ବୃତ୍ତମାନେ ଘରେ ଲାଗିଥିବା ସିସିଟିଭି ର ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସଶସ୍ତ୍ର ଲୁଟପାଟ ଘଟଣା ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଛି, ଯାହା ପୋଲିସର ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ପୋଲିସର କାର୍ଯ୍ୟାନୁଷ୍ଠାନଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି।ଖବର ପାଇ ସିନ୍ଧେକେଲା ପୋଲିସ ଏବଂ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଆଖପାଖ ଅଞ୍ଚଳରେ ଥିବା ଅନ୍ୟ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ବିଭିନ୍ନ ରାସ୍ତାରେ ନାକାବନ୍ଦୀ କରାଯାଇ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।
Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀର

ପୁବୁସାହି ପାର୍କ ନିକଟରୁ ୩୯.୫ କେଜି ଗଞ୍ଜେଇ ଜବତ, ୫ ଗିରଫ
ଖୋର୍ଦ୍ଧା: ପୁବୁସାହି ପାର୍କ ନିକଟରେ ଚଢ଼ାଉ କରି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ୩୯.୫ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି।ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ପାଇ ପୋଲିସ ପୁବୁସାହି ପାର୍କ ନିକଟରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୩୯.୫ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ୫ ଜଣଙ୍କୁ କାବୁ କରିଥିଲା ପୋଲିସ। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ଗଞ୍ଜେଇ ଚାଲାଣର ଉତ୍ସ ଓ ଏହା ପଛରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର,ଖୋଦ୍ଧା

From Traditional Nuakhai to Modern Nuakhai (Aagar Nuakhai au Ebar Nuakhai): Thought-Provoking Discussion Held in Sinapali
Speakers Highlight the Need to Preserve Nuakhai’s Cultural Heritage While Embracing Changing Times* Sinapali: 23/08 A thought-provoking discussion on the rich traditions, cultural significance and changing dimensions of Nuakhai was held in Sinapali under the theme “Agar Nuakhai Au Ebar Nuakhai” (Nuakhai Then and Nuakhai Now). The discussion was organised on Sunday by the Samuhika Nuakhai Bhetghat Parivar at the local Girls’ High School. The programme was chaired by committee adviser Nilamani Meher. Speakers stressed the importance of celebrating Nuakhai with greater enthusiasm while preserving its traditional values, cultural identity and spirit of social harmony. Dambarudhar Meher, president of the Citizens’ Committee, attended the programme as the chief guest. Dibakar Khamari, Nandakumar Patra, Nabin Chandra Meher, Bijay Kumar Sahu, Kapsi Jhakhar Narottam Majhi, Sinapali Jhakhar Sarat Majhi, Rupesh Chandra Meher and Sunanda Meher were present as guests of honour. Speakers Rabindranath Joshi, Satyabrata Gahir and Baishnab Meher shared their views on the traditional form of Nuakhai, its role in strengthening social unity and its deep-rooted cultural significance. They also discussed how Nuakhai has evolved over the years and the need to carry its core values forward to future generations. Tapan Sa and Ariganjan Joshi also shared their views during the discussion. At the beginning of the programme, Rashmiranjan Sa introduced the guests, while committee president Trinath Meher delivered the welcome address. Students of the Girls’ High School presented the opening song. The programme concluded with a vote of thanks by committee vice-president Bidyadhar Sa. More than a hundred culture enthusiasts from Sinapali and neighbouring areas participated in the discussion. Speakers emphasised that Nuakhai is not merely a festival of new harvest, but also a celebration of brotherhood, social unity and the deep emotional bond between people and their land. Members of the organising committee extended their cooperation to make the programme successful. For the various programmes of the Samuhika Nuakhai Bhetghat, Bijaylaxmi Travels, Khariar and S.S.K.P Media, Sinapali are supporting as main sponsors. Blue Bell Public School, Gambhariguda and Student Helpline, Sinapali are co-sponsors, while Bhabani Kirana Store, Sinapali; Princess Beauty Parlour & Spa, Sinapali; Shrit Computer, Khariar and New Shree Restaurant, Sinapali are supporting as associate sponsors.
Nuapada (ନୂଆପଡ଼ା) • Reports: Malaya Meher, DC

Youth Power for Village Development: Sachetan Yuva Manch Forms New Committee
SINAPALI: A new committee of the Sachetan Yuva Manch was formed at Gandabahali village under Sinapali Block of Nuapada district, bringing together the village’s youth with a shared vision of promoting education, healthcare, sports, art and culture. The meeting was organised with the objective of creating a united platform for young people to actively contribute to the overall development of the village. Youth organiser Ghanshyam Meher led the proceedings and called upon the members to work collectively for the welfare and progress of the community. During the meeting, several issues concerning the village were discussed. The participating youths shared their views and suggestions, while Gupteswar Meher encouraged them to remain united and provided valuable guidance for their future endeavours. Following mutual consensus and support, the new office-bearers were unanimously selected. Ghanshyam Meher was elected President, Mukesh Meher Vice-President, Tushar Ranjan Meher Secretary and Jemeshwar Meher Joint Secretary. The newly formed committee members took an oath to work selflessly and collectively for the development and welfare of Gandabahali village. The meeting concluded with a vote of thanks proposed by Tulsiram Meher. The formation of the new committee is expected to provide fresh momentum to youth-led initiatives and community development activities in the village.
Nuapada (ନୂଆପଡ଼ା) • Reports: Malaya Meher, District Correspondent

ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ପ୍ରଫେସର ପତିତ ପାବନ ମିଶ୍ରଙ୍କ ସମ୍ମାନରେ ଫେଲିସିଟେସନ୍ ଭଲ୍ୟୁମ୍ ଉନ୍ମୋଚିତ
ବରଗଡ -ବରଗଡ଼ସ୍ଥିତ ପାର୍ବତୀଗିରି ମହିଳା ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ଐତିହାସିକ ଓ ଶିକ୍ଷାବିତ୍ ପ୍ରଫେସର ପତିତ ପାବନ ମିଶ୍ରଙ୍କ ସମ୍ମାନରେ ପ୍ରସ୍ତୁତ ଫେଲିସିଟେସନ୍ ଭଲ୍ୟୁମ୍ ଆଜି ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଏକ ସେମିନାର୍-କମ୍-ବୁକ୍ ରିଭ୍ୟୁ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଫେଲିସିଟେସନ୍ ଭଲ୍ୟୁମ୍କୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ମାନ୍ୟବର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଉନ୍ମୋଚନ କରିଥିଲେ। ଏହି ସ୍ମାରକ ଗ୍ରନ୍ଥଟିର ସମ୍ପାଦନା କରିଛନ୍ତି ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଡଃ.ସତ୍ୟନାରାୟଣ ନନ୍ଦ।ଏହି ପୁସ୍ତକରେ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ବିଭିନ୍ନ ଦିଗକୁ ନେଇ ମୋଟ ୩୨ଟି ଗବେଷଣାମୂଳକ ପ୍ରବନ୍ଧ ସ୍ଥାନ ପାଇଛି। ସେଥିମଧ୍ୟରୁ ୧୩ଟି ପ୍ରବନ୍ଧ ବିଦେଶର ବିଭିନ୍ନ ବିଦ୍ୱାନଙ୍କ ଦ୍ୱାରା ଏବଂ ୧୯ଟି ପ୍ରବନ୍ଧ ଭାରତର ବିଭିନ୍ନ ସ୍ଥାନର ଗବେଷକ ଓ ବିଦ୍ୱାନମାନଙ୍କ ଦ୍ୱାରା ଲିଖିତ ହୋଇଛି। ଏହା ପ୍ରଫେସର ପତିତ ପାବନ ମିଶ୍ରଙ୍କ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଥିବା ବ୍ୟାପକ ପ୍ରଭାବର ପ୍ରତିଫଳନ ବୋଲି ମତ ପ୍ରକାଶ ପାଇଥିଲା। ମୁଖ୍ୟ ଅତିଥି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ତାଙ୍କ ଅଭିଭାଷଣରେ ଏଭଳି ଏକ ମୂଲ୍ୟବାନ ଶିକ୍ଷାମୂଳକ ଓ ଗବେଷଣାଧର୍ମୀ ଗ୍ରନ୍ଥ ପ୍ରକାଶ ପାଇଁ ଆୟୋଜକମାନଙ୍କୁ ପ୍ରଶଂସା କରିବା ସହ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ଅଧ୍ୟୟନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡଃ.ବିଶ୍ୱଜିତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଯାହାଙ୍କ ସମ୍ମାନରେ ଏହି ଫେଲିସିଟେସନ୍ ଭଲ୍ୟୁମ୍ ପ୍ରସ୍ତୁତ ହୋଇଛି, ସେହି ପ୍ରଫେସର ପତିତ ପାବନ ମିଶ୍ର ମଧ୍ୟ ଉପସ୍ଥିତ ରହି ଏହି ଶିକ୍ଷାମୂଳକ ଆୟୋଜନକୁ ଗୌରବାନ୍ୱିତ କରିଥିଲେ।କାର୍ଯ୍ୟକ୍ରମରେ ଡଃ.ସଂଘମିତ୍ରା ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଶ୍ରୀମତୀ ମଧୁସ୍ମିତା ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡାମଧ୍ୟ ତାଙ୍କ ଅଭିଭାଷଣରେ ଏହି ଗୌରବମୟ ଆୟୋଜନର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ। ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଶିକ୍ଷାବିତ୍, ଗବେଷକ, ବିଦ୍ୱାନ, ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି ଆୟୋଜନ ପ୍ରଫେସର ପତିତ ପାବନ ମିଶ୍ରଙ୍କ ଶିକ୍ଷା, ଗବେଷଣା ଓ ଐତିହାସିକ ଚିନ୍ତନ ପ୍ରତି ଏକ ମହତ୍ତ୍ୱପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଭାବେ ପରିଗଣିତ ହୋଇଥିଲା। କାର୍ଯ୍ୟକ୍ରମକୁ ପ୍ରାଧ୍ୟାପିକା ମୌସୁମୀ ଲିଜା ନାଏକ ସଂଯୋଜନା କରିଥିବା ବେଳେ ଡଃ. ଗାୟତ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସାହପୂର୍ଣ୍ଣ ଓ ଗବେଷଣାଧର୍ମୀ ପରିବେଶରେ ଏହି ସ୍ମରଣୀୟ ଶିକ୍ଷାମୂଳକ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଭବାନୀ ପାଟଣା ସଦର ବ୍ଲକ୍ ଯାଦବ ମହାସଭାର ସଧାରଣ ବୈଠକ ଅନୁଷ୍ଠିତ
କଳାହାଣ୍ଡି ଜିଲ୍ଲା ଭବାନପାଟଣା ବ୍ଲକ ଅର୍ନ୍ତଗତ କର୍ଲାକୋଟ ଠାରେ ଭବାନୀ ପାଟଣା ସଦର ବ୍ଲକ ଯାଦବ ମହାସଭାର ୨ୟ ସାଧାରଣ ବୈଠକ ସଭାପତି ଦେବରାଜ ଗହୀରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀରଥୁରାମ ବାଗ ସଂମ୍ପାଦକ ସଦର ବ୍ଲକ୍ ଯାଦବ ମହାସଭା ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ସ୍ବାଗତ ଜଣାଇ କାର୍ଯ୍ୟକ୍ରମ କରିବା ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ଅବଗତ କରିଥିଲେ।ଉକ୍ତ ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା, କୌଳିକ ବୃତ୍ତି, ନିଶା ମୁକ୍ତ ସମାଜ ଗଠନ, ଯାଦବ ସଂବିଧାନକୁ କାର୍ଯ୍ୟକାରୀ କରିବା, ନୂତନ ଆଂଚଳିକ ଯାଦବ ସମିତି ଗଠନ କରିବା, ବ୍ଲକ ଯୁବ ଯାଦବ ସମିତି ଗଠନ, ବ୍ଲକ ମହିଳା ସମିତି ଗଠନ, ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା, ଯାଦବ ସମ୍ପ୍ରଦାୟ କଳା ସଂସ୍କୃତିକୁ ପୁନଃ ଉଦ୍ଧାର କରିବା, ସାମାଜିକ ସ୍ଥିତି, ଆର୍ଥିକ ଓ ରାଜନୈତିକ ଅଧିକାର, ସଂଗଠିତ ଭାବରେ କାର୍ଯ୍ୟ କରିବା, ନୂଆଖାଇ ଭେଟଘାଟ, କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା, ସାମାଜିକ ଏକତା ଯାଦବ ସମାଜର ଭାଇଚାରା, ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକରେ ଶ୍ରୀମତି କମଳିନୀ ଯାଦବ, ଶ୍ରୀସୁଭାଷ ନାଗ,ମଳୟ କୁମାର ଗଉଡ଼ କୋଷାଧକ୍ଷ, ଝସକେତନ ଗଉଡ଼ ଉପ ସଭାପତି, ରାଜୀବ ଲୋଚନ ଜୁଆଡ ଉପ ସଭାପତି, ଉପେନ୍ଦ୍ର ଚଲାନ ଉପ ସଭାପତି, ସୁରେଶ ଚନ୍ଦନ, ତଥା ସଦର ବ୍ଲକ୍ ଆଂଚଳିକ ଯାଦବ ସମିତି, ଗ୍ରାମ୍ୟ ଯାଦବ ସମିତି ଓ ଭାତ କମିଟି ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ମଳୟ କୁମାର ଗଉଡ଼ଙ୍କ ଧନ୍ଯବାଦ ଅର୍ପଣ ପରେ ସଭା ଶେଷ କରାଯାଇଥିଲା
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର: ଜୟପାଟଣା ବ୍ଲକ ମତୁଆଲଗୁଡ଼ାରେ ଦୁର୍ଦ୍ଦଶା; ପଲିଥିନ୍ ଓ ଆବାସ ଘର ପାଇଁ ସରକାରଙ୍କୁ ଅନୁରୋଧ
ଜୟପାଟଣା, ୨୩/୦୮: ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର। ଅଳ୍ପକେ ବର୍ତ୍ତିଗଲେ ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ପଞ୍ଚାୟତର ମତୁଆଲଗୁଡ଼ା ଗ୍ରାମରେ। ସୂଚନା ଅନୁସାରେ, ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମତୁଆଲଗୁଡ଼ା ଗ୍ରାମର ସୁରେଶ ପଟେଲଙ୍କ ଘର ଭୁଶୁଡ଼ି ପଡ଼ିଛି। ଘରେ ପରିବାରର ୬ ଜଣ ସଦସ୍ୟ ରହୁଥିବା ବେଳେ ଘର ଭାଙ୍ଗିବା ସମୟରେ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଘର ଭୁଶୁଡ଼ି ପଡ଼ିବା ପରେ ପରିବାରଟି ଏବେ ଅସୁବିଧାରେ ଦିନ କାଟୁଛି। ବର୍ଷାରୁ ରକ୍ଷା ପାଇଁ ତୁରନ୍ତ ପଲିଥିନ୍ ଯୋଗାଇଦେବା ସହ ଆବାସ ଯୋଜନାରେ ଘର ପ୍ରଦାନ କରିବାକୁ ସୁରେଶ ପଟେଲ ସରକାରଙ୍କୁ ଅନୁରୋଧ କରିଛନ୍ତି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଅସହାୟ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Kalahandi (କଳାହାଣ୍ଡି) • ରିପୋର୍ଟ: ରିତେଶ କୁମାର ମୁଣ୍ଡ

ପାଣିରେ ଭାସୁଛି ନବଜାତ ଶିଶୁର ମୃତଦେହ, ଅଞ୍ଚଳରେ ଚାଞ୍ଚଲ୍ୟ
*ମାସଡ଼ା ଖରିଆ ପୋଲ ନିକଟ କଲଭର୍ଟରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ* ମାସଡ଼ା ଖରିଆ ପୋଲ ନିକଟରେ ଏକ କଲଭର୍ଟ ପାଖରେ ପାଣିରେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖିବା ପରେ ଘଟଣା ସମ୍ପର୍କରେ ସୂଚନା ଦେଇଥିବା ଜଣାପଡ଼ିଛି। ତେବେ ନବଜାତ ଶିଶୁର ମୃତଦେହ କେଉଁ ପରିସ୍ଥିତିରେ ସେଠାକୁ ଆସିଲା, ଏହା ପଛରେ କାହାର ହାତ ରହିଛି ଏବଂ ଘଟଣାର ପ୍ରକୃତ କାରଣ କ’ଣ, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ଘଟଣାଟିକୁ ନେଇ ସ୍ଥାନୀୟ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି। ଏଭଳି ଭାବେ ନବଜାତ ଶିଶୁର ମୃତଦେହକୁ ପାଣିରେ ଫିଙ୍ଗିଦେବା ଘଟଣାକୁ ସାଧାରଣ ଲୋକେ ନିନ୍ଦା କରିଛନ୍ତି। ଘଟଣାର ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
Jajpur (ଯାଜପୁର) • ଉଦୟ ନାଥ ଜେନା

ଅନୁଗୋଳରେ ବ୍ରହ୍ମକୁମାରୀ ଶାଖା ପକ୍ଷରୁ ରକ୍ତଦାନ ଶିବିର
ଅନୁଗୋଳ: ଶାନ୍ତି ଅନୁଭୂତି ଧାମ ବ୍ରହ୍ମକୁମାରୀ ଅନୁଗୋଳ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ମୁଖ୍ୟଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ବ୍ରହ୍ମକୁମାରୀ ଅନୁଗୋଳର କର୍ମକର୍ତ୍ତା ଓ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟୋଜକ ଓ ରକ୍ତଦାତାମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ରକ୍ତର ଅଭାବ ଦୂର କରିବା ସହ ଜରୁରୀ ସମୟରେ ରୋଗୀଙ୍କୁ ରକ୍ତ ଯୋଗାଣରେ ସହାୟତା କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। ଏଭଳି ମହତ୍ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ବ୍ରହ୍ମକୁମାରୀ ଅନୁଗୋଳ ଶାଖାର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ହଣ୍ଡପା ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ
ବଇଣ୍ଡା: ହଣ୍ଡପା ପୋଲିସ ପକ୍ଷରୁ ଜନତା ମହାବିଦ୍ୟାଳୟ, ବଇଣ୍ଡାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ସାଇବର ଠକେଇ, ଠକମାନଙ୍କ ବିଭିନ୍ନ କୌଶଳ ଏବଂ ଅନଲାଇନ୍ରେ ସୁରକ୍ଷିତ ରହିବାର ଉପାୟ ସମ୍ପର୍କରେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା, ଓଟିପି, ପାସୱାର୍ଡ ଓ ବ୍ୟକ୍ତିଗତ ତଥ୍ୟ କାହା ସହିତ ଶେୟାର ନକରିବା ଏବଂ ସନ୍ଦେହଜନକ ଅନଲାଇନ୍ କାରବାରରୁ ଦୂରେଇ ରହିବା ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିସହ ସାଇବର ଠକେଇ କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପର ଶିକାର ହେଲେ ବିଳମ୍ବ ନକରି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପୋଲିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା। ଡିଜିଟାଲ୍ ଯୁଗରେ ସଚେତନତା ହିଁ ସାଇବର ଠକେଇରୁ ସୁରକ୍ଷାର ପ୍ରମୁଖ ଉପାୟ ବୋଲି କୁହାଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବଡ଼ଖଳିରେ ବନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବଅଁରପାଳ: ଗଡ଼ସନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ବଡ଼ଖଳି ଗ୍ରାମରେ ତାଳଚେର ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ ଏକ ବନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଡ଼ଖଳି ଗ୍ରାମରେ ବନ ସୁରକ୍ଷା ସମିତି ଗୃହ ନିର୍ମାଣ ନେଇ ଆଲୋଚନା କରାଯାଇଥିଲା। ଏଥିସହ ବନାଞ୍ଚଳ ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନା ଓ ଏହାର ସୁଫଳ କିପରି ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବ, ସେନେଇ ଆଲୋଚନା ହୋଇଥିଲା। ସଭାରେ ଗ୍ରାମର ଏସ୍ଏଚ୍ଜି ମହିଳା, ବରିଷ୍ଠ ନାଗରିକ ଓ ଯୁବକମାନେ ଉପସ୍ଥିତ ରହି ବନ ସୁରକ୍ଷା ଓ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନାରେ ସାମିଲ ହୋଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ରାଜଯୋଗିନୀ ଦାଦୀ ପ୍ରକାଶମଣୀଜୀଙ୍କର ୧୯ ତମ ପୂଣ୍ୟତିଥି | ବିଶ୍ଵ ବନ୍ଧୁତ୍ଵ ଦିବସ ଅବସରରେ ରକ୍ତଦାନ ଶିବିର | ୩୨ ୟୂନିଟ ରକ୍ତ ସଂଗ୍ରହ
ଜଗତପୁର:ରାଜଯୋଗିନୀ ଦାଦୀ ପ୍ରକାଶମଣୀଜୀଙ୍କର ୧୯ ତମ ପୂଣ୍ୟତିଥି ଅବସରରେ ଜଗତପୁର ଗୋପବନ୍ଧୁନର ସ୍ଥିତ ବ୍ରହ୍ମାକୁମାରୀଜ୍ ଆଶ୍ରମରେ ବିଶ୍ଵ ବନ୍ଧୁତ୍ୱ ରକ୍ତଦାନ ମହାଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମାକୁମାରୀ ଗୀତାଞ୍ଜଳୀଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ଶିବିରକୁ କେ.ଏମ.ସି ଡେପୁଟି ମେୟର ଦମୟନ୍ତୀ ମାଝୀ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ଡ.ଚନ୍ଦ୍ରିକା ପ୍ରସାଦ ଦାସ ଓ ଏସ.ଆଇ ରମେଶ ଚନ୍ଦ୍ର ଦାସ ଯୋଗଦେଇ ବ୍ରହ୍ମା କୁମାରୀ ଆଶ୍ରମର ଏଭଳି ପ୍ରୟାସବୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଶିବିରରେ ମୋଟ ୩୨ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କଟକସ୍ଥିତ କେନ୍ଦ୍ରୀୟ ରକ୍ତ ଭଣ୍ଡାର ପକ୍ଷରୁ ଡା.ରଘୁନାଥ ବେହୁରା , ଡା. ଯୋଗେଶ ଚନ୍ଦ୍ର ଚୈଧୁରୀଙ୍କ ସହ ଡାକ୍ତରୀ କର୍ମଚାରୀ ରକ୍ତଦାତାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମକୁମାର ଅମୂଲ୍ୟ, ବିବେକାନନ୍ଦ, ପ୍ରଫୁଲ୍ଲ, ପଞ୍ଚାନନ, ତୁଷାର, ବାବୁରାମ, ଅକ୍ଷୟ, ଆଦିତ୍ୟ, ନଗେନ ଏବଂ ବ୍ରହ୍ମକୁମାରୀ ପିଙ୍କି, କୁନି, ମାନୀ, କବିତା, ବିନି ଓ ସୁମତି ପ୍ରମୁଖ ପରିଚାଳନା କରିଥିଲେ ।
Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ
