--:--:--
-- ---
Srishti News

ଦିନିକିଆ ଗଂଜାମ ଗ୍ରସ୍ତ ରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

Ganjam (ଗଞ୍ଜାମ)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ ଭଂଜନଗରSeptember 13, 202615 views
ଦିନିକିଆ ଗଂଜାମ ଗ୍ରସ୍ତ ରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଗଞ୍ଜାମ: ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦିନିକିଆ ଗସ୍ତରେ ଗଞ୍ଜାମ ଆସିଥିଲେ। ଏହି ଅବସରରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଶୁଖୁଆ ହାଟ ପରିଦର୍ଶନ କରିଥିଲେ। ହୁମ୍ମା ସମିତିସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ରେଳ ଷ୍ଟେଶନ ନିକଟରେ ଥିବା ପ୍ରାଣି ଚିକିତ୍ସାଳୟଟି ଦୀର୍ଘଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ନେଇ ସମିତିସଭ୍ୟ ଧ୍ରୁବ ଚରଣ ପଲାଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପୁନରୁଦ୍ଧାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀଙ୍କ ସ୍ୱାକ୍ଷର ସମ୍ବଳିତ ସ୍ମାରକପତ୍ର ମନ୍ତ୍ରୀଙ୍କୁ ଦିଆଯାଇଥିଲା। ନିକଟରେ ଥିବା ବହୁ ପୁରାତନ ହୁମ୍ମା ଡାକବଙ୍ଗଳାର ପାଚେରି ଭାଙ୍ଗିଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ନେଇ ମଧ୍ୟ ସ୍ମାରକପତ୍ରରେ ଦର୍ଶାଯାଇଛି। ଏଥିସହ ପ୍ରାଣି ଚିକିତ୍ସକ ଓ କର୍ମଚାରୀଙ୍କ ରହଣି ପାଇଁ ସ୍ୱତନ୍ତ୍ର କ୍ୱାର୍ଟର ବ୍ୟବସ୍ଥା କରିବାକୁ ସମିତିସଭ୍ୟ ପଲାଇ ନିବେଦନ କରିଛନ୍ତି। ଉକ୍ତ ପ୍ରାଣି ଚିକିତ୍ସାଳୟ ଉପରେ ଖଣ୍ଡଦେଉଳି, ପାଳିବନ୍ଧ, ହୁମ୍ମା, ମଲାଡ଼, ଝାରେଡ଼ି ରାଧାଗୋବିନ୍ଦପୁର ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ତେଣୁ ତୁରନ୍ତ ଏହାର ପୁନରୁଦ୍ଧାର କରିବାକୁ ସ୍ମାରକପତ୍ରରେ ନିବେଦନ କରାଯାଇଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ଜିଲା ପ୍ରଶାସନର ଅଧିକାରୀ, ଭାଜପା ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।