ହଣ୍ଡପା ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 23, 202660 views

ବଇଣ୍ଡା: ହଣ୍ଡପା ପୋଲିସ ପକ୍ଷରୁ ଜନତା ମହାବିଦ୍ୟାଳୟ, ବଇଣ୍ଡାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ସାଇବର ଠକେଇ, ଠକମାନଙ୍କ ବିଭିନ୍ନ କୌଶଳ ଏବଂ ଅନଲାଇନ୍ରେ ସୁରକ୍ଷିତ ରହିବାର ଉପାୟ ସମ୍ପର୍କରେ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା, ଓଟିପି, ପାସୱାର୍ଡ ଓ ବ୍ୟକ୍ତିଗତ ତଥ୍ୟ କାହା ସହିତ ଶେୟାର ନକରିବା ଏବଂ ସନ୍ଦେହଜନକ ଅନଲାଇନ୍ କାରବାରରୁ ଦୂରେଇ ରହିବା ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା।
ଏଥିସହ ସାଇବର ଠକେଇ କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପର ଶିକାର ହେଲେ ବିଳମ୍ବ ନକରି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପୋଲିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା। ଡିଜିଟାଲ୍ ଯୁଗରେ ସଚେତନତା ହିଁ ସାଇବର ଠକେଇରୁ ସୁରକ୍ଷାର ପ୍ରମୁଖ ଉପାୟ ବୋଲି କୁହାଯାଇଥିଲା।
