ରାଜଯୋଗିନୀ ଦାଦୀ ପ୍ରକାଶମଣୀଜୀଙ୍କର ୧୯ ତମ ପୂଣ୍ୟତିଥି | ବିଶ୍ଵ ବନ୍ଧୁତ୍ଵ ଦିବସ ଅବସରରେ ରକ୍ତଦାନ ଶିବିର | ୩୨ ୟୂନିଟ ରକ୍ତ ସଂଗ୍ରହ
Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକAugust 23, 202624 views

ଜଗତପୁର:ରାଜଯୋଗିନୀ ଦାଦୀ ପ୍ରକାଶମଣୀଜୀଙ୍କର ୧୯ ତମ ପୂଣ୍ୟତିଥି ଅବସରରେ ଜଗତପୁର ଗୋପବନ୍ଧୁନର ସ୍ଥିତ ବ୍ରହ୍ମାକୁମାରୀଜ୍ ଆଶ୍ରମରେ ବିଶ୍ଵ ବନ୍ଧୁତ୍ୱ ରକ୍ତଦାନ ମହାଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମାକୁମାରୀ ଗୀତାଞ୍ଜଳୀଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ଶିବିରକୁ କେ.ଏମ.ସି ଡେପୁଟି ମେୟର ଦମୟନ୍ତୀ ମାଝୀ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ଡ.ଚନ୍ଦ୍ରିକା ପ୍ରସାଦ ଦାସ ଓ ଏସ.ଆଇ ରମେଶ ଚନ୍ଦ୍ର ଦାସ ଯୋଗଦେଇ ବ୍ରହ୍ମା କୁମାରୀ ଆଶ୍ରମର ଏଭଳି ପ୍ରୟାସବୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଶିବିରରେ ମୋଟ ୩୨ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କଟକସ୍ଥିତ କେନ୍ଦ୍ରୀୟ ରକ୍ତ ଭଣ୍ଡାର ପକ୍ଷରୁ ଡା.ରଘୁନାଥ ବେହୁରା , ଡା. ଯୋଗେଶ ଚନ୍ଦ୍ର ଚୈଧୁରୀଙ୍କ ସହ ଡାକ୍ତରୀ କର୍ମଚାରୀ ରକ୍ତଦାତାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମକୁମାର ଅମୂଲ୍ୟ, ବିବେକାନନ୍ଦ, ପ୍ରଫୁଲ୍ଲ, ପଞ୍ଚାନନ, ତୁଷାର, ବାବୁରାମ, ଅକ୍ଷୟ, ଆଦିତ୍ୟ, ନଗେନ ଏବଂ ବ୍ରହ୍ମକୁମାରୀ ପିଙ୍କି, କୁନି, ମାନୀ, କବିତା, ବିନି ଓ ସୁମତି ପ୍ରମୁଖ ପରିଚାଳନା କରିଥିଲେ ।
