--:--:--
-- ---
Srishti News

ପାଣିରେ ଭାସୁଛି ନବଜାତ ଶିଶୁର ମୃତଦେହ, ଅଞ୍ଚଳରେ ଚାଞ୍ଚଲ୍ୟ

Jajpur (ଯାଜପୁର)ଉଦୟ ନାଥ ଜେନାAugust 23, 202631 views
ପାଣିରେ ଭାସୁଛି ନବଜାତ ଶିଶୁର ମୃତଦେହ, ଅଞ୍ଚଳରେ ଚାଞ୍ଚଲ୍ୟ
*ମାସଡ଼ା ଖରିଆ ପୋଲ ନିକଟ କଲଭର୍ଟରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ* ମାସଡ଼ା ଖରିଆ ପୋଲ ନିକଟରେ ଏକ କଲଭର୍ଟ ପାଖରେ ପାଣିରେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖିବା ପରେ ଘଟଣା ସମ୍ପର୍କରେ ସୂଚନା ଦେଇଥିବା ଜଣାପଡ଼ିଛି। ତେବେ ନବଜାତ ଶିଶୁର ମୃତଦେହ କେଉଁ ପରିସ୍ଥିତିରେ ସେଠାକୁ ଆସିଲା, ଏହା ପଛରେ କାହାର ହାତ ରହିଛି ଏବଂ ଘଟଣାର ପ୍ରକୃତ କାରଣ କ’ଣ, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ଘଟଣାଟିକୁ ନେଇ ସ୍ଥାନୀୟ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି। ଏଭଳି ଭାବେ ନବଜାତ ଶିଶୁର ମୃତଦେହକୁ ପାଣିରେ ଫିଙ୍ଗିଦେବା ଘଟଣାକୁ ସାଧାରଣ ଲୋକେ ନିନ୍ଦା କରିଛନ୍ତି। ଘଟଣାର ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।