ସିନ୍ଧେକେଲାର ସୁନା ଗହଣା ବେପାରୀଙ୍କ ଘରୁ ଲୁଟ୍
Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀରAugust 23, 2026161 views

ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ର ଏକ ସୁନା ବେପାରୀ ଫୁଲଚନ୍ଦ୍ ଜୈନ ଙ୍କ ଘରୁ ମାରଣାସ୍ତ୍ର ଦେଖାଇ ପ୍ରାୟ ୧ କୋଟି ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଅଧରାତିରେ ଘରେ ପଶି ବନ୍ଧୁକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ଏକ ପ୍ରକାର ବନ୍ଧକ ରଖିଥିଲେ।ଲୁଟ୍ କରିବା ପରେ ଚିହ୍ନଟ ହେବା ଭୟରେ ଦୁର୍ବୃତ୍ତମାନେ ଘରେ ଲାଗିଥିବା ସିସିଟିଭି ର ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସଶସ୍ତ୍ର ଲୁଟପାଟ ଘଟଣା ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଛି, ଯାହା ପୋଲିସର ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ପୋଲିସର କାର୍ଯ୍ୟାନୁଷ୍ଠାନଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି।ଖବର ପାଇ ସିନ୍ଧେକେଲା ପୋଲିସ ଏବଂ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଆଖପାଖ ଅଞ୍ଚଳରେ ଥିବା ଅନ୍ୟ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ବିଭିନ୍ନ ରାସ୍ତାରେ ନାକାବନ୍ଦୀ କରାଯାଇ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।
