ସଂପୁରରେ ନୂଆଖାଇ ମହୋତ୍ସବ ୨୦୨୬
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 16, 202678 views

ଖୋର୍ଦ୍ଧା-ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଁଗୁରିଆ ପଞ୍ଚାୟତର ସଂପୁର ଗ୍ରାମରେ ନୂଆଖାଇ ମହୋତ୍ସବ ୨୦୨୬ର ଉଦ୍ଯାପନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେପି ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି ଯୋଗଦେଇଥିଲେ।ସୂଚନାନୁସାରେ, ସଂପୁରରେ ନୂଆଖାଇ ପରମ୍ପରା ୧୮୦୫ ମସିହାରୁ ପ୍ରଚଳିତ ହୋଇଆସୁଥିବା କୁହାଯାଏ। ଲୋକକଥା ଅନୁଯାୟୀ, ଖୋର୍ଦ୍ଧା ଗଜପତିଙ୍କ କନ୍ୟା ରାଣୀ ମୁକ୍ତାଦେଇ ସମ୍ବଲପୁରର ଯୁବରାଜ ଜୟନ୍ତ ସିଂହଙ୍କୁ ବିବାହ କରିଥିଲେ। ପରେ ସଂପୁର ଗଡ଼ଜାତକୁ ରାଣୀ ମୁକ୍ତାଦେଇଙ୍କୁ ଯୌତୁକ ସ୍ୱରୂପ ଦାନ କରାଯାଇଥିବା ନେଇ ପରମ୍ପରା ରହିଛି।
ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରି ରାଣୀ ମୁକ୍ତାଦେଇ ସଂପୁର ଗଡ଼ରେ ଅବସ୍ଥାନ କରୁଥିବା ନେଇ ମଧ୍ୟ ସ୍ଥାନୀୟ ଇତିହାସରେ ଉଲ୍ଲେଖ ରହିଛି। ସେହି ସମୟରୁ ଏଠାରେ ନୂଆଖାଇ ପରମ୍ପରା ପ୍ରଚଳିତ ହୋଇଥିବା ବିଶ୍ୱାସ କରାଯାଏ।
ଦୀର୍ଘ ବର୍ଷ ଧରି ସଂପୁର ଗ୍ରାମବାସୀ ଏହି ପାରମ୍ପରିକ ନୂଆଖାଇ ଉତ୍ସବକୁ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦର ସହ ପାଳନ କରିଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ମହୋତ୍ସବକୁ ନେଇ ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
