--:--:--
-- ---
Srishti News

ବେଗୁନିଆ ବ୍ଲକ କଂଗ୍ରେସ କମିଟିର କର୍ମୀ ସମ୍ମିଳନୀ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 16, 202685 views
ବେଗୁନିଆ ବ୍ଲକ କଂଗ୍ରେସ କମିଟିର କର୍ମୀ ସମ୍ମିଳନୀ
ଖୋର୍ଦ୍ଧା-ବେଗୁନିଆ ନିର୍ବାଚନମଣ୍ଡଳୀର ବେଗୁନିଆ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆଜି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବ୍ଲକ କଂଗ୍ରେସ ସଭାପତି ମୋଇମୁଦିନ ଅହମ୍ମଦଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ବେଗୁନିଆ ବ୍ଲକର ୨୧ଟି ପଞ୍ଚାୟତର ନେତୃମଣ୍ଡଳୀ ଓ କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ। ଏହି ଅବସରରେ ବେଗୁନିଆ ନିର୍ବାଚନମଣ୍ଡଳୀର ନେତା ତଥା ବିଧାୟକ ପ୍ରାର୍ଥୀ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ଯୋଗଦେଇ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ। ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ସହ ତୃଣମୂଳସ୍ତରରେ କର୍ମୀମାନଙ୍କୁ ଅଧିକ ସକ୍ରିୟ କରିବା ନେଇ ଆଲୋଚନା ହୋଇଥିଲା।