Web News

ଡେଲାଙ୍ଗ-ପିପିଲି ବିଧାୟକଙ୍କ ଜନ୍ମଦିନ ସମାରୋହ: ରକ୍ତଦାନ ଶିବିର ଅନୁଷ୍ଠିତ
ଡେଲାଙ୍ଗ/ପିପିଲି: ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ (ରିଙ୍କୁ ଭାଇ)ଙ୍କ ଜନ୍ମଦିନ ଅବସରରେ ସ୍ଥାନୀୟ ଅଞ୍ଚଳରେ ଏକ ଭବ୍ୟ ଏବଂ ଆନନ୍ଦଉଲ୍ଲାସଭରା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି ଜନ୍ମଦିନ ଉତ୍ସବକୁ ଅତି ଧୁମଧାମରେ ପାଳନ କରାଯାଇଛି, ଯେଉଁଥିରେ ବିଧାୟକଙ୍କ ଅଗଣିତ ଶୁଭେଚ୍ଛୁ, ଆନ୍ତରିକ ବନ୍ଧୁ ଏବଂ ବଡ଼ ଓ ସାନ ଭାଇଭଉଣୀମାନେ ଏକାଠି ହୋଇ ଖୁସି ମନାଇଥିଲେ। ଏହି ସ୍ମରଣୀୟ ଅବସରକୁ ଅଧିକ ମହତ୍ତ୍ଵପୂର୍ଣ୍ଣ କରିବା ପାଇଁ ଡେଲାଙ୍ଗ-ପିପିଲିର ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ବହୁ ସଂଖ୍ୟକ ଭାଇ ଓ ଭଉଣୀମାନେ ଆଗେଇ ଆସିଥିଲେ। ବିଧାୟକଙ୍କ ‘ସେବା ସଂକଳ୍ପ ଅଭିଯାନ’କୁ ସଫଳ କରିବା ଉଦ୍ଦେଶ୍ୟରେ ସେମାନେ ସ୍ଵେଚ୍ଛାକୃତ ଭାବେ ଏକ ବୃହତ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏହି ଶିବିରରେ ବହୁ ସଂଖ୍ୟାରେ ଯୁବକ ଓ ମହିଳାମାନେ ରକ୍ତଦାନ କରି ମାନବ ସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ନେତାଙ୍କ ଜନ୍ମଦିନକୁ କେବଳ ଏକ ଉତ୍ସବ ନୁହେଁ, ବରଂ ସେବା ଓ ପରୋପକାରର ମାଧ୍ୟମ ଭାବେ ପାଳନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ବେଶ୍ ପ୍ରଶଂସା କରାଯାଉଛି।
Puri (ପୁରୀ) • ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି ପୁରୀ

ସତ୍ୟଜିତ ସାହୁଙ୍କ ଦେହାନ୍ତରେ ଲୁଲୁ ସେନାର ଗଭୀର ଶୋକ
ଅନୁଗୋଳ: ଅନୁଗୋଳ ଜିଲ୍ଲା ଖାଲଙ୍ଗା ଗ୍ରାମର ସତ୍ୟଜିତ ସାହୁଙ୍କ ଦେହାନ୍ତରେ ଲୁଲୁ ସେନା ପରିବାର ପକ୍ଷରୁ ଗଭୀର ଶୋକ ଓ ସମବେଦନା ପ୍ରକାଶ କରାଯାଇଛି। ସତ୍ୟଜିତଙ୍କ ଅକାଳ ବିୟୋଗର ଖବର ଲୁଲୁ ସେନା ପରିବାରକୁ ମର୍ମାହତ କରିଛି। ଏହି ଦୁଃଖଦ ସମୟରେ ଲୁଲୁ ସେନା ପକ୍ଷରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଯାଇଛି। ପ୍ରଭୁ ଶ୍ରୀଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ଶୋକାକୁଳ ପରିବାରକୁ ଏହି କଠିନ ସମୟରେ ଧୈର୍ଯ୍ୟ ଓ ମନୋବଳ ପ୍ରଦାନ କରନ୍ତୁ ବୋଲି ଲୁଲୁ ସେନା ପକ୍ଷରୁ ପ୍ରାର୍ଥନା କରାଯାଇଛି। ସତ୍ୟଜିତ ସାହୁଙ୍କ ପ୍ରତି ଲୁଲୁ ସେନା ପରିବାର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବନ୍ତଳା ,ଅନୁଗୋଳ

ଶିବ ଶକ୍ତି ୟୁଥ କ୍ଲବର ଗଣେଶ ପୂଜାରେ ଯୋଗ ଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମର ଶିବ ଶକ୍ତି ୟୁଥ କ୍ଲବ ଆନୁକୂଲ୍ୟରେ ଆୟୋଜିତ ପବିତ୍ର ଗଣେଶ ପୂଜାରେ ଯୋଗ ଦେଇଥିଲେ ଯୁବ ସମାଜସେବୀ ଅଭିମନ୍ୟୁ ସାହୁ। ପୂଜା କମିଟିର କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧକ୍ରମେ ଅଭିମନ୍ୟୁ ସାହୁ ଯୁବବନ୍ଧୁମାନଙ୍କ ସହ ଗଣେଶ ପୂଜା ମଣ୍ଡପରେ ପହଞ୍ଚି ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ପୂଜା କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କ ସହ ସେ ଆଲୋଚନା କରିଥିଲେ। ଗ୍ରାମାଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଆଗେଇ ନେବାରେ ଯୁବପିଢ଼ିଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ତାଙ୍କ ଯୋଗଦାନକୁ ନେଇ ପୂଜା କମିଟିର ସଦସ୍ୟ ଓ ଉପସ୍ଥିତ ଯୁବକମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

କେନାଲରେ ପଶିଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲେ ମାଆ-ପୁଅ
ତାଳଚେର: ନୂତନ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଏବଂ ରାସ୍ତାର ଦୁରବସ୍ଥା ଯୋଗୁଁ ତାଳଚେର ଅଞ୍ଚଳରେ ଯାତାୟାତ ସମସ୍ୟା ଦେଖାଦେଇଛି। ଏହାରି ମଧ୍ୟରେ ଟ୍ରାଫିକ୍ ଜାମ୍ ଏଡ଼ାଇବାକୁ କେନାଲ ରାସ୍ତାରେ ଯାଉଥିବା ଏକ ସ୍କର୍ପିଓ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ, ଆଜି ଟ୍ରାଫିକ୍ ଜାମ୍ ଯୋଗୁଁ ଜଣେ ମାଆ ଓ ତାଙ୍କ ପୁଅ ସ୍କର୍ପିଓ ଯୋଗେ କେନାଲ ରାସ୍ତା ଦେଇ ଯାଉଥିଲେ। ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯାଇଥିଲା। ସେତେବେଳେ କେନାଲରେ ପାଣି ଭରି ରହିଥିବାରୁ ସ୍କର୍ପିଓଟି ପାଣିରେ ବୁଡ଼ିଯାଇଥିଲା। ତେବେ ଭାଗ୍ୟବଶତଃ ଗାଡ଼ିର ସନରୁଫ୍ ଥିବାରୁ ମାଆ-ପୁଅ ସେହି ବାଟ ଦେଇ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ। ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଏହି ଘଟଣାରେ କୌଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ତାଳଚେର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୧.୫୬ ଲକ୍ଷରୁ ଅଧିକ ଭୋଟର, ବୁଥ୍ ସଂଖ୍ୟା ୨୨୮
ତାଳଚେର: ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୬ ମସିହାର ଚୂଡ଼ାନ୍ତ ଭୋଟର ତାଲିକା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (SIR) ପ୍ରକ୍ରିୟା ଅଧୀନରେ ପ୍ରକାଶ ପାଇଛି। ଏନେଇ ତାଳଚେର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସମ୍ପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ଏଥିସହ ତାଲିକାର ନକଲ ପ୍ରଦାନ କରିବା ସହ ନାମ ସଂଯୋଜନ, ସଂଶୋଧନ ଓ ବିଲୋପ ସମ୍ପର୍କିତ ନିୟମ ଓ ବ୍ୟବସ୍ଥା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। ବୈଠକ ଆରମ୍ଭରେ ସହକାରୀ ଜିଲ୍ଲାପାଳ ତଥା ERO ଉପସ୍ଥିତ ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିଲେ। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ ପ୍ରକ୍ରିୟାରେ ସହଯୋଗ ଓ ସଚେତନତା ନେଇ ମଧ୍ୟ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ, ୨୦୨୬ ଏସଆଇଆର ପ୍ରକ୍ରିୟା ପରେ ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୧ ଲକ୍ଷ ୫୬ ହଜାର ୧୩୭ ଜଣ ଭୋଟର ରହିଛନ୍ତି। ସେହିପରି ପୂର୍ବରୁ ଥିବା ୨୦୨ଟି ବୁଥ୍ରୁ ବୃଦ୍ଧି ପାଇ ବର୍ତ୍ତମାନ ବୁଥ୍ ସଂଖ୍ୟା ୨୨୮କୁ ପହଞ୍ଚିଛି ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳ

ବଜ୍ରପାତ ଓ ପ୍ରବଳ ବର୍ଷା ଆଶଙ୍କା: ୨୪ରେ କଳାହାଣ୍ଡିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
କଳାହାଣ୍ଡି/ଜୁନାଗଡ଼: ବଜ୍ରପାତ ଓ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ ଗୁରୁବାର ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳ, କଳାହାଣ୍ଡିଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଲଘୁଚାପଜନିତ ପ୍ରଭାବରେ ଗତ ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହା ସହିତ ଆଗାମୀ ସମୟରେ ବଜ୍ରପାତ ସହ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ନିଷ୍ପତ୍ତି ନିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବର୍ଷା ଯୋଗୁଁ କୌଣସି ବଡ଼ଧରଣର କ୍ଷୟକ୍ଷତି ଘଟିଥିବା ଖବର ମିଳିନାହିଁ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପୂର୍ବପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ବର୍ଷା ଓ ବଜ୍ରପାତ ସମୟରେ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ସହ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
Kalahandi (କଳାହାଣ୍ଡି) • ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼

ଭାଲୁ ଆକ୍ରମଣରେ ଆହତଙ୍କୁ ୧୦ ହଜାର ଟଙ୍କା ସହାୟତା ରେଡକ୍ରସ ପାଣ୍ଠିରୁ ଆହତଙ୍କ ପରିବାରକୁ ଚେକ୍ ପ୍ରଦାନ କଲେ ଜିଲ୍ଲାପାଳ
ନୂଆପଡ଼ା: ଭାଲୁ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚରେ ସହାୟତା ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆହତଙ୍କ ପରିବାରକୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ସୂଚନା ଅନୁସାରେ, ନୂଆପଡ଼ା ବ୍ଲକ ଅନ୍ତର୍ଗତ ବୋଡେନମୁହାଁ ପଞ୍ଚାୟତର ଚିତଲଝର ଗ୍ରାମର ରୂପସିଂ ରାଉତ ଭାଲୁ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ। ଆକ୍ରମଣରେ ଆହତ ରୂପସିଂଙ୍କ ଚିକିତ୍ସା ଚାଲିଥିବା ବେଳେ ପରିବାର ଉପରେ ଚିକିତ୍ସା ଖର୍ଚ୍ଚର ଆର୍ଥିକ ଚାପ ପଡ଼ିଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆହତଙ୍କ ଚିକିତ୍ସା ଖର୍ଚ୍ଚରେ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ମଞ୍ଜୁର କରାଯାଇଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆହତ ରୂପସିଂ ରାଉତଙ୍କ ପୁଅ ସୁରଜ ରାଉତଙ୍କୁ ଏହି ଅର୍ଥର ଚେକ୍ ହସ୍ତାନ୍ତର କରିଥିଲେ। ଚେକ୍ ପ୍ରଦାନ ସମୟରେ ଜିଲ୍ଲାପାଳ ଶ୍ରୀ ଦାଶ ଆହତ ରୂପସିଂ ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚାଲିଥିବା ଚିକିତ୍ସା ସମ୍ପର୍କରେ ପରିବାରଠାରୁ ତଥ୍ୟ ନେଇଥିଲେ। ଏଥିସହ ରୂପସିଂଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଆବଶ୍ୟକ ଚିକିତ୍ସା ଓ ସରକାରୀ ସହାୟତା ଯେପରି ଠିକ୍ ଭାବେ ମିଳିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ। ଭାଲୁ ଆକ୍ରମଣ ଭଳି ଘଟଣାରେ ଆହତଙ୍କ ଚିକିତ୍ସା ସହ ପରିବାର ଉପରେ ଆର୍ଥିକ ଚାପ ସୃଷ୍ଟି ହୋଇଥାଏ। ଏଭଳି ସମୟରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମିଳିଥିବା ଏହି ସହାୟତା ଆହତଙ୍କ ଚିକିତ୍ସାରେ ପରିବାରକୁ କିଛିଟା ଆର୍ଥିକ ସହାୟତା ଯୋଗାଇବ ବୋଲି ଆଶା କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତଙ୍କ ଚିକିତ୍ସା ଓ ଆବଶ୍ୟକ ସହାୟତା ପ୍ରତି ଗୁରୁତ୍ୱ ଦିଆଯାଇଥିବାରୁ ଆହତଙ୍କ ପରିବାର ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଯାଇଛି।
Nuapada (ନୂଆପଡ଼ା) • ରିପୋର୍ଟ: ବିଜୟ ବରିହା

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ସୁରକ୍ଷା ନେଇ ସ୍ୱତନ୍ତ୍ର ଯାଞ୍ଚ ୨୨ଟି ଚାଲାଣ, ପ୍ରାୟ ୪୭ ହଜାର ଟଙ୍କା ଜରିମାନା ଧାର୍ଯ୍ୟ
ନୂଆପଡ଼ା, ୨୩/୦୯: ସଡ଼କ ସୁରକ୍ଷା ଓ ମୋଟରଯାନ ଆଇନର ଅନୁପାଳନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଓ ପ୍ରବର୍ତ୍ତନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ଯାଞ୍ଚ ଅଭିଯାନରେ ବିଭିନ୍ନ ଯାନର କାଗଜପତ୍ର ଓ ମୋଟରଯାନ ନିୟମ ପାଳନ ସମ୍ପର୍କରେ ଯାଞ୍ଚ କରାଯାଇଥିଲା। ଅଭିଯାନ ସମୟରେ ପ୍ରାୟ ୫୦ରୁ ୬୦ଟି ଯାନ ଯାଞ୍ଚ କରାଯାଇଥିବା ବେଳେ ବିଭିନ୍ନ ମୋଟରଯାନ ନିୟମ ଉଲ୍ଲଂଘନ ମାମଲାରେ ମୋଟ ୨୨ଟି ଚାଲାଣ କରାଯାଇଥିଲା। ଏହି ଚାଲାଣ ବାବଦରେ ପ୍ରାୟ ୪୭ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ସଡ଼କ ଦୁର୍ଘଟଣା ହ୍ରାସ କରିବା ସହ ଯାନବାହନ ଚାଳକମାନଙ୍କ ମଧ୍ୟରେ ଟ୍ରାଫିକ ନିୟମ ପାଳନ ନେଇ ସଚେତନତା ବୃଦ୍ଧି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ନିୟମିତ ଭାବେ ମୋଟରଯାନ ଆଇନ ପାଳନ କରିବା, ନିରାପଦ ଭାବେ ଯାନ ଚଳାଇବା ଏବଂ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଦାୟିତ୍ୱଶୀଳ ରହିବାକୁ ଯାନ ଚାଳକମାନଙ୍କୁ ସଚେତନ କରାଯାଇଥିଲା। ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସଡ଼କ ସୁରକ୍ଷା ପ୍ରତି ଜନସଚେତନତା ବୃଦ୍ଧି, ଟ୍ରାଫିକ ନିୟମର କଡ଼ାକଡ଼ି ପାଳନ ଏବଂ ଦାୟିତ୍ୱଶୀଳ ଯାନ ଚାଳନାକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ଯାଞ୍ଚ ଓ ପ୍ରବର୍ତ୍ତନ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏହି ଅଭିଯାନରେ ଏମଭିଆଇ ଉପେନ୍ଦ୍ର ମୁଣ୍ଡିକା, ଜୁନିୟର ଏମଭିଆଇ ବିଜୟ କୁମାର ପରିଡ଼ା, ଟିଏସଆଇ ପ୍ରଳୟ ମହାନ୍ତିଙ୍କ ସମେତ ଓଡ଼ିଶା ମୋଟରଯାନ ବିଭାଗର କନଷ୍ଟେବଳମାନେ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସଦସ୍ୟ ବିଜୟ ରାଉତରାୟ, ଯଜ୍ଞସେନା ମହାପାତ୍ର ଓ ଘନଶ୍ୟାମ ରୋଇ ପ୍ରମୁଖ ଅଭିଯାନରେ ସାମିଲ ହୋଇଥିଲେ।
Nuapada (ନୂଆପଡ଼ା) • ରିପୋର୍ଟ : ବିଜୟ ବରିହା

ଆଇନ ମହାବିଦ୍ୟାଳୟରେ ବିଶ୍ବ ଶାନ୍ତି ଦିବସ ପାଳନ
ରାଉରକେଲା ଆଇନ ମହାବିଦ୍ୟାଳୟ ରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତାରେ ଓ ଯୁବ ରେଡକ୍ରସ୍ ସଂଯୋଜକ ଡକ୍ଟର ତନ୍ମୟ ରାଜ ପାଢ଼ୀଙ୍କ ତତ୍ୱାବଧାନରେ "ବିଶ୍ୱ ଶାନ୍ତି ଦିବସ "ପାଳିତ ହୋଇଯାଇଛି l ଅଧକ୍ଷା ଡ ମହାନ୍ତି ତାଙ୍କ ଭାଷଣରେ କହିଥିଲେ ଯେ ୧୯୮୧ ମସିହା ସେପ୍ଟେମ୍ବର ୨୧ ତାରିଖରେ ଜାତିସଙ୍ଘର ସାଧାରଣ ପରିଷଦ ରେ ପାରିତ ହୋଇ, ଏହି ଦିବସକୁ ବିଶ୍ଵବ୍ୟାପି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ଏହି ଦିବସଟି ଶାନ୍ତି, ମୈତ୍ରୀ ଓ ଅହିଂସା ଉପରେ ଆଧାରିତ ଏବଂ ଏଥିରେ ନାଗରିକ ସମ୍ମାନ, ଅଧିକାର ଏବଂ ବାର୍ତ୍ତା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କହିବାର ମୁଳ ଲକ୍ଷ୍ୟ ଥିଲା l ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଚଳଚିତ୍ର ଆର୍ଟିକଲ ୩୭୦ (Article 370) ପଦର୍ଶିତ କରାଯାଇଥିଲା,ଶାନ୍ତି ପାଇଁ ଯୁଦ୍ଧ ଏକମାତ୍ର ବିକଳ୍ପ ନୁହେଁ l ଏହି ଚଳଚିତ୍ରର ଉଦ୍ଦେଶ୍ୟ ଥିଲା, ଛାତ୍ରଛାତ୍ରୀ ମାନଙ୍କ ମନରେ ଶାନ୍ତି ପ୍ରତିଷ୍ଠାର ଭାବନା ସୃଷ୍ଟି କରିବା l ଏହି କାର୍ଯ୍ୟକ୍ରମରେ ଛାତ୍ର ଧରିତ୍ରୀ ରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ଓ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ରାଜ ପାଢ଼ୀ ଧନ୍ୟବାଦ ଅର୍ପଣ କରି "ବିଶ୍ୱ ଶାନ୍ତି ଦିବସ "ପାଳନର ପରିସମାପ୍ତି ଘୋଷଣା କରିଥିଲେ l
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ବଜ୍ରପାତ ଓ ପ୍ରବଳ ବର୍ଷା ଆଶଙ୍କା: ୨୪ରେ କଳାହାଣ୍ଡିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
କଳାହାଣ୍ଡି/ଜୁନାଗଡ଼: ବଜ୍ରପାତ ଓ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ ଗୁରୁବାର ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳ, କଳାହାଣ୍ଡିଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଲଘୁଚାପଜନିତ ପ୍ରଭାବରେ ଗତ ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଏହା ସହିତ ଆଗାମୀ ସମୟରେ ବଜ୍ରପାତ ସହ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ନିଷ୍ପତ୍ତି ନିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବର୍ଷା ଯୋଗୁଁ କୌଣସି ବଡ଼ଧରଣର କ୍ଷୟକ୍ଷତି ଘଟିଥିବା ଖବର ମିଳିନାହିଁ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପୂର୍ବପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ବର୍ଷା ଓ ବଜ୍ରପାତ ସମୟରେ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ସହ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
Kalahandi (କଳାହାଣ୍ଡି) • ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼

ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଜେଲରୁ ମୁକ୍ତି ଦାବି
ଭୁବନେଶ୍ୱର: ଜନ ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ ଦାବି ଜୋର ଧରିଛି। ଜଳ, ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଅଧିକାର ପାଇଁ ସେ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଥିବା ତାଙ୍କ ସମର୍ଥକମାନେ କହିଛନ୍ତି। ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଉ, ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ସେହିପରି ତାଙ୍କ ମୁକ୍ତି ଦାବିରେ ବିଭିନ୍ନ ଜନସଂଗଠନ ଓ ସାମାଜିକ କର୍ମୀମାନେ ମଧ୍ୟ ସ୍ୱର ଉଠାଇଛନ୍ତି “ଲଢୁଆ ନେତା ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ମୁକ୍ତ କର, ନଚେତ ରାଜରାସ୍ତାରେ ଆନ୍ଦୋଳନ ଆହୁରି ତୀବ୍ର ହେବ”
Bhubaneswar (ଭୁବନେଶ୍ୱର) • ରିପୋର୍ଟ =ସୁକାନ୍ତ ପ୍ରଧାନ

ଆପ୍" ର ସାଙ୍ଗଠନିକ ବୈଠକ
ବ୍ରହ୍ମପୁର 22ସେପ୍ଟେମ୍ବର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆପ୍ ତରଫରୁ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଆୟୋଜନ ସ୍ଥାନୀୟ ଷ୍ଟେସନରୋଡ଼ ସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା l ବୈଠକରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଏବଂ ରାଜ୍ୟ ସହ ପ୍ରଭାରୀ ଦିନେଶ କୁମାର, ରାଜ୍ୟ ସଂଗଠନ ସମ୍ପାଦକ କଲ୍ୟାଣ ଆନନ୍ଦ ଯୋଗଦେଇ ସଂଗଠନ ବିସ୍ତାର ପାଇଁ ସକ୍ରିୟ କାର୍ଯକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ l ଗଞ୍ଜାମ ଜିଲ୍ଲା ସମ୍ପାଦକ ତଥା ବ୍ରହ୍ମପୁର ଲୋକସଭା ଇନଚାର୍ଜ ଆଦିତ୍ୟ ନାରାୟଣ ରଥ ଏବଂ ଗଞ୍ଜାମ ଜିଲ୍ଲା ଆବାହକ ତଥା ଆସିକା ଲୋକସଭା ଇନଚାର୍ଜ ସୁବାଷ ଚନ୍ଦ୍ର ରାଉତ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ସଂଗଠନ କିପରି ପ୍ରସ୍ତୁତି ଅଛି, କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଇଥିଲେ l ଦେଶ ତଥା ରାଜ୍ୟରେ ବିଜେପି ଶାସନରେ କିପରି ଗରୀବ ଏବଂ ମାଧ୍ୟମ ବର୍ଗ ଦୁଃଖୀ ଅଛନ୍ତି,ଓଡ଼ିଶାରେ ଲୋକେ କିପରି ବିଜେପିକୁ ଶାସନ ବ୍ୟବସ୍ଥାକୁ ଆଣି ପସ୍ଥାଉଛନ୍ତି ରାଜ୍ୟ ସଭାପତି ନିଜ ବକ୍ତବ୍ୟରେ କହିଥିଲେ l ଆଜିର ବୈଠକରେ ବ୍ରହ୍ମପୁରର ବିଭିର୍ଣ୍ଣ ୱାର୍ଡରୁ ଅନେକ ଯୁବସାଥୀ ପାର୍ଟିର ଶିକ୍ଷା ମୋଡେଲ ପ୍ରତି ଆକୃଷ୍ଟ ହୋଇ ଯୋଗଦାନ କରିଥିଲେ
Bhubaneswar (ଭୁବନେଶ୍ୱର) • ସୁକାନ୍ତ ପ୍ରଧାନ
