--:--:--
-- ---
Srishti News

ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଜେଲରୁ ମୁକ୍ତି ଦାବି

Bhubaneswar (ଭୁବନେଶ୍ୱର)ରିପୋର୍ଟ =ସୁକାନ୍ତ ପ୍ରଧାନSeptember 23, 202644 views
ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଜେଲରୁ ମୁକ୍ତି ଦାବି
ଭୁବନେଶ୍ୱର: ଜନ ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ ଦାବି ଜୋର ଧରିଛି। ଜଳ, ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଅଧିକାର ପାଇଁ ସେ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଥିବା ତାଙ୍କ ସମର୍ଥକମାନେ କହିଛନ୍ତି। ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଉ, ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ସେହିପରି ତାଙ୍କ ମୁକ୍ତି ଦାବିରେ ବିଭିନ୍ନ ଜନସଂଗଠନ ଓ ସାମାଜିକ କର୍ମୀମାନେ ମଧ୍ୟ ସ୍ୱର ଉଠାଇଛନ୍ତି “ଲଢୁଆ ନେତା ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ମୁକ୍ତ କର, ନଚେତ ରାଜରାସ୍ତାରେ ଆନ୍ଦୋଳନ ଆହୁରି ତୀବ୍ର ହେବ”